Author: Samikhsya Bureau

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ସଂକ୍ରମଣ ରୋକିବା ପାଇଁ ଟୀକାକରଣ ଜାରି ରହିଛି। ହେଲେ ଭୂତାଣୁ ବି୧.୬୧୭.୨ ଭ୍ୟାରିଏଣ୍ଟକୁ ରୋକିବା ପାଇଁ ଏହି ଟୀକାର ପ୍ରଭାବ କମ ରହିପାରେ। ବ୍ରିଟେନ ଟୀକାକରଣ ପ୍ରକ୍ରିୟାରେ ସାମିଲ ଥିବା ଜଣେ ବୈଜ୍ଞାନିକ ଏଭଳି ମତ ରଖିଛନ୍ତି। ଏକ ସପ୍ତାହ ମଧ୍ୟରେ କରୋନାର ବି୧.୬୧୭.୨ ଭ୍ୟାରିଏଣ୍ଟ ଦ୍ଵାରା ଦୁଇଗୁଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଏନ୍ଥନୀ ହାର୍ଡନ କହିଛନ୍ତି ଯେ, ଏହି ଭ୍ୟାରିଏଣ୍ଟ ବିରୋଧରେ ଲଢେଇ ପାଇଁ ଟୀକା କମ ପ୍ରଭାବ ହୋଇପାରେ। ଏହା ଭିତରେ କୋଭିଶିଲ୍ଡ ଟୀକାର ଦୁଇ ଡୋଜ ମଧ୍ୟରେ ଥିବା ବ୍ୟବଧାନ ଅବଧିକୁ ବ୍ରିଟେନ ସରକାର ହ୍ରାସ କରିଦେଇଛି। ବର୍ତ୍ତମାନ ଦୁଇ ଡୋଜ ମଧ୍ୟରେ ବ୍ଯବଧାନକୁ ୮ ସପ୍ତାହ ପର୍ଯ୍ୟନ୍ତ କରାଯାଇଛି। ଏହି ନିୟମ ୫୦ ବର୍ଷର ଉର୍ଦ୍ଧ୍ଵ ବର୍ଗର ଲୋକଙ୍କ ପାଇଁ ଲାଗୁ କରାଯାଇଛି। ପୂର୍ବରୁ ଏହାର ବ୍ୟବଧାନ ଅବଧି ୧୨ ସପ୍ତାହ ଥିଲା। ପ୍ରଧାନମନ୍ତ୍ରୀ ବୋରୀସ…

Read More

ରମେଶ ମହାନ୍ତି ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀର ଦ୍ୱିତୀୟ ଲହରୀ ଜଗତସିଂହପୁର ଜିଲ୍ଲାରେ ଉପରମୁହାଁ ହୋଇଥିବା ଦେଖିବାକୁ ମିଳୁଛି। ଜଗତସିଂହପୁର ଜିଲ୍ଲାରେ ଆଜି ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ପାରାଦ୍ବୀପରୁ ସର୍ବାଧିକ ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୩୯ଜଣ, ବାଲିକୁଦା ବ୍ଲକରୁ ୩୨ଜଣ, ଜଗତସିଂହପୁର ବ୍ଲକରୁ ୨୯ଜଣ, ନାଉଗାଁ ବ୍ଲକରୁ ୨୮ଜଣ, ଏରସମା ବ୍ଲକରୁ ୨୨ଜଣ, ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକରୁ ୧୯ଜଣ ଲେଖାଏଁ,ବିରିଡ଼ି ବ୍ଲକରୁ ୧୩ଜଣ ଓ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୨୯୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨୫୪ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଜି ଜିଲ୍ଲାରୁ ୧୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ୧୬୬୫ ଜଣ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ୨୮୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୮ ହଜାର ୨୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୬୮୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୯୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୭୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୬୦୫, ସୁନ୍ଦରଗଡରୁ ୧୧୮୬, କଟକରୁ ୯୬୬, କଳାହାଣ୍ଡିରୁ ୫୬୬, ଅନୁଗୁଳରୁ ୫୫୭, ବରଗଡରୁ ୫୩୦, ସମ୍ବଲପୁରରୁ ୪୫୮, ଝାରସୁଗୁଡାରୁ ୪୨୨, ପୁରୀରୁ ୩୬୬, ନବରଙ୍ଗପୁରରୁ ୩୪୨, ଗଞ୍ଜାମରୁ ୨୮୫, ନୟାଗଡରୁ ୨୬୭, ବଲାଙ୍ଗୀରିରୁ ୨୫୮, ମୟୂରଭଞ୍ଜରୁ ୨୫୭, ନୂଆପଡାରୁ ୨୫୬, ବୌଦ୍ଧରୁ ୨୫୧, କୋରାପୁଟରୁ ୨୧୮, କେନ୍ଦୁଝରରୁ ୨୦୬, ଯାଜପୁରରୁ ୧୭୭, ଢେଙ୍କାନାଳରୁ ୧୬୩, ଭଦ୍ରକରୁ ୧୫୭, ଜଗତସିଂହପୁରରୁ ୧୪୭, ସୋନପୁରରୁ ୧୪୪, କେନ୍ଦ୍ରାପଡାରୁ ୧୪୩,ରାୟଗଡ଼ାରୁ ୧୩୧, ଦେବଗଡରୁ ୧୧୦, ବାଲେଶ୍ବରରୁ ୯୭, ଗଜପତିରୁ ୯୧, କନ୍ଧମାଳରୁ ୭୬, ମାଲକାନାଗିରିରୁ ୬୭ ଏବଂ ଷ୍ଟେଟ ପୁଲରୁ ୨୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫ ଲକ୍ଷ…

Read More

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଆଜି ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଲକ୍ଷଣ ଦେଖାଯାଉଥିବା କୌଣସି ବରିଷ୍ଠ ନାଗରିକ ଯଦି କରୋନା ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଅସମର୍ଥ ଅଛନ୍ତି। ସେମାନଙ୍କ ପାଇଁ ବିଏମସି ଏକ ଭଲ ବ୍ୟବସ୍ଥା କରିଛି। ଘରୁ ଆସିପାରୁନଥିବା ବରିଷ୍ଠ ନାଗରିକ ମାନେ ଏବେ ଫୋନ କଲେ ନମୁନା ସଂଗ୍ରହ ଗାଡି ତାଙ୍କ ଘରେ ପହଞ୍ଚିବ। ସେଠାରେ ଏହି ଗାଡି ତାଙ୍କର ନମୁନା ସଂଗ୍ରହ କରିବ। ତେବେ ଏଥିପାଇଁ କୋଭିଡ ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁଥିବା ବରିଷ୍ଠ ନାଗରିକମାନେ ୧୯୨୯ ନମ୍ବରକୁ ଫୋନ କରିବାକୁ ପଡିବ। ଏହି ବ୍ୟବସ୍ଥା ଆସନ୍ତା ସୋମବାରଠାରୁ କାର୍ଯ୍ୟକ୍ଷମ ହେବ ବୋଲି ବିଏମସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି। ସେହିଭଳି ଟୀକା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟୀକା ପାଇଁ ଯେଉଁ ବରିଷ୍ଠ ନାଗରିକମାନେ ସମସ୍ୟାରେ ପଡୁଥିବେ, ସେମାନଙ୍କ ପାଇଁ ମଧ୍ୟ ବିଏମସି ପ୍ରଶଂସନୀୟ…

Read More

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର୨ଟି ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଥମତଃ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ ବହୁ ବରିଷ୍ଠ ଡାକ୍ତର ଏବଂ ବୈଜ୍ଞାନିକ ସଦସ୍ୟ ଅଛନ୍ତି। ଡାକ୍ତର ଦେବୀ ସେଟ୍ଟୀ, ରାମାକାନ୍ତ ପଣ୍ଡା କମିଟିରେ ସଦସ୍ୟ ଅଛନ୍ତି। ତେବେ ଏହି କମିଟି କରୋନା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ। ଟୀକାକରଣ ଏବଂ ପରବର୍ତ୍ତୀ ଲହର ବିଷୟରେ ରାଜୟ ସରକାରଙ୍କୁ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଦ୍ଵିତୀୟ ନିଷ୍ପତ୍ତି ହେଉଛି, ଟୀକା ପାଇଁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମଧ୍ୟ ସୂଚନା ଦେଇଛନ୍ତି। ୩ କୋଟି…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ରୋଡ଼ ରେଳ ଡ଼ିଭିଜନ ଅନ୍ତର୍ଗତ ସୋଲରୀ ଷ୍ଟେସନ ନିକଟରେ ଆଜି ପୂର୍ବାହ୍ନରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ପଡ଼ିରହିଛି। ତାଙ୍କର ବୟସ ୪୦ ରୁ ୪୫ ବର୍ଷ  ହେବ ବୋଲି ଅନୁମାନ କରାଯାଉଛି। ତେବେ ଉକ୍ତ ଖବର ସୋଲରି ଗ୍ୟାଙ୍ଗ ମ୍ୟାନ ବାଲୁଗାଁ ରେଳ ସୁରକ୍ଷା ବଳ ଥାନାଧିକାରୀ ମହେଶ୍ୱର ଚଣ୍ଡରାୟଙ୍କୁ ଜଣାଇବାରୁ ସେ ସଙ୍ଗେ ସଙ୍ଗେ ଏ ନେଇ ଖୋର୍ଦ୍ଧା ରୋଡ଼ ଜିଆରପିଙ୍କୁ ଜଣାଇଥିଲେ। ବର୍ତ୍ତମାନ ଘଟଣା ସ୍ଥଳରେ ଖୋର୍ଦ୍ଧା ରୋଡ଼ ଜିଆରପି ଉପନିରୀକ୍ଷକ ଧରଣୀଧର ପ୍ରଧାନ ଏବଂ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡେଙ୍ଗୁଆ ପହଁଚି ତଦନ୍ତ ଜାରି ରଖିଛନ୍ତି। ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ମହିଳାଙ୍କ ମୃତ ଦେହ ନିବସ୍ତ୍ର ଅବସ୍ଥାରେ  ପଡିଥିବାରୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ହେଲେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଜିଆରପି ଉପନିରୀକ୍ଷକ…

Read More

ଭୁବନେଶ୍ବର: ଦୈତ ନଗରୀର କୋଭିଡ ହସ୍ପିଟାଲ ଯାଞ୍ଚ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି। ମୋଟ ୪ ଟି ଟିମ୍ ଗଠନ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୩ ଟି ଟିମ୍ କାର୍ଯ୍ୟ କରିବ। ପ୍ରତ୍ୟେକ ଟିମରେ ୨ ଜଣ ଲେଖାଏଁ ଡାକ୍ତର ନିଯୁକ୍ତ ହେବେ। କୋଭିଡ ହସ୍ପିଟାଲର ଆଇସିୟୁ ଯାଞ୍ଚ କରିବେ ଏହି ସ୍ଵତନ୍ତ୍ର ଟିମ୍। ଆଇସିୟୁରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ହେଉଛି କି ନାହିଁ, ତାହା ଯାଞ୍ଚ କରିବେ। ଗୁରୁତର ନଥିବା ରୋଗୀ ଆଇସିୟୁରେ ଭର୍ତ୍ତି ହେଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଫଳରେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏଭଳି ପଦକ୍ଷେପ ନେଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଏହି ଟିମ କୋଭିଡ ହସ୍ପିଟାଲ ତଦାରଖ କରିବା ନେଇ ନିର୍ଦ୍ଦେଶ ରହିଛି।

Read More

ଭୁବନେଶ୍ବର, ଆଉ ଚାରିଦିନ ପରେ ସରିବ ଲକ ଡାଉନର ଅବଧି। ଏହି ସମୟରେ ରାଜ୍ୟର କରୋନା ସଂକ୍ରାମଣକୁ ସାମାନ୍ୟ ରୋକିବାରେ ସମର୍ଥ ହୋଇଛି। ହେଲେ ପରବର୍ତ୍ତି ଭୟଙ୍କର ସ୍ଥିତିକୁ ଏଡାଇବା ପାଇଁ ପୁଣି ଲକ ଡାଉନ ବଢିପାରେ ବୋଲି ଆଶା କରାଯାଉଛି। ଏପରି ପରିସ୍ଥିତିରେ ଆଜି ରାଜ୍ୟ ସରକାରଙ୍କ ତରଫରୁ ଅପରାହ୍ନ 4ଟା 30 ମିନିଟରେ କୋରନା ସଂକ୍ରାନ୍ତରେ ବଡ ନିଷ୍ପତିର ଘୋଷଣା ଅଛି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଘୋଷଣା କରିବେ ବୋଲି ଜଣାପଡିଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ବାହାଘରରେ କୋଭିଡ ଆଇନ ଉଲଂଘନ କରିବା ଅଭିଯୋଗ ହୋଇଛି। ଯାହାଫଳରେ ବର ପକ୍ଷଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସରଳସିଂହ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ଗତ ତିନି ଦିନ ତଳେ ସରଳସିଂହ ଗ୍ରାମରେ ଏକ ବିବାହ ଉତ୍ସବ ଆୟୋଜନ ହୋଇଥିଲା। ଏଥି ପାଇଁ ଉଭୟ ପକ୍ଷ ବାଣପୁର ଥାନାରୁ ଅନୁମତି ନେଇଥିଲେ। ତେବେ ସମ୍ପୃକ୍ତ ବିବାହ ମଧ୍ୟରାତ୍ରି ଯାଏଁ ଚାଲିଥିବାବେଳେ ସେଥିରେ ବାଜା, ପଟୁଆର, ଭୋଜି ଆଦିରେ ୫୦ ରୁ ଊର୍ଦ୍ଧ୍ଵ ଲୋକ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା। ଯାହାକି କୋଭିଡ ନିୟମର ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଯୋଗ ପାଇଲା ପରେ ଚିଲିକା ତହସିଲଦାର ଏବଂ ବାଣପୁର ଆଇଆଇସି ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ…

Read More

ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ ଭୁବନେଶ୍ବର: ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ ଅକ୍ଷୟ ତୃତୀୟା ଉପଲକ୍ଷେ କରିଛନ୍ତି ପେଣ୍ଟିଂ। ଯାହାର ଶୀର୍ଷକ ରହିଛି “ହଳର ଶକ୍ତି”। ଏଥିରେ ସେ ଓଡିଆର ସଂସ୍କୃତି ସହିତ ଓତଃପ୍ରାତ ଭାବେ ଜଡିତ ଚାଷ ଓ ଚାଷୀ ସହିତ ଅଧୁନିକତାର ଛାପ ପ୍ରଦାନ କରିଛନ୍ତି। ଏହି ପବିତ୍ର ଦିନ ଉପଲକ୍ଷେ ତାଙ୍କର ବହୁ ପେଣ୍ଟିଂ ମଧ୍ୟରୁ କିଛି ଝଲକ।

Read More

ମୁମ୍ବାଇ/ଭୁବନେଶ୍ୱର: ପ୍ରତିଟି ଭାରତୀୟଙ୍କୁ ଡିଜିଟାଲ୍ ଜୀବନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜିଓଫୋନ୍ ଆରମ୍ଭ କରାଯାଇଥିଲା। ସଂପ୍ରତି କୋଭିଡ୍ ମହାମାରୀର ଏହି ଅନିଶ୍ଚିତତାର ସମୟରେ ଜିଓରେ ଆମେ ନିଶ୍ଚିତ କରିବାକୁ ଚାହୁଛୁ ଯେ ଯୋଗାଯୋଗରେ ରହିପାରିବା ସୁବିଧା ସୁଲଭ ଭାବରେ ସମସ୍ତ ଗ୍ରାହକମାନଙ୍କ ପାଖରେ, ବିଶେଷ କରି ଆମ ସମାଜର ସ୍ୱଳ୍ପ-ସ୍ୱଚ୍ଛଳ ବର୍ଗଙ୍କ ପାଖରେ ପହଂଚିବ। ଏହାକୁ ନିଶ୍ଚିତ କରିବା ଲାଗି ମହାମାରୀ ଅବଧିରେ ଜିଓ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ପଦକ୍ଷେପ ଘୋଷଣା କରାଯାଇଛି। ପ୍ରଥମ ପଦକ୍ଷେପଟି ହେଉଛି ଜିଓ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହ ମିଶି ମହାମାରୀର ସମ୍ପୂର୍ଣ୍ଣ ଅବଧିରେ ପ୍ରତି ମାସ ବିନା ମୂଲ୍ୟରେ ୩୦୦ ମିନିଟ୍‌ର ଆଉଟ୍‌ଗୋଇଙ୍ଗ୍ କଲ୍ (ଦିନକୁ ୧୦ ମିନିଟ୍‌) ସେହି ସବୁ ଜିଓଫୋନ୍ ଗ୍ରାହକମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଏହି ମହାମାରୀ ସମୟରେ ରିଚାର୍ଜ କରିବାକୁ ସକ୍ଷମ ହେଉନାହାନ୍ତି। ଏଥି ସହ ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସୁଲଭତାରେ ଆହୁରି ଉନ୍ନତି ଆଣିବା ଲାଗି…

Read More

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ତୌକ’ତେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେଇପାରେ। ମଙ୍ଗଳବାର ସକାଳେ ଏହି ବାତ୍ୟା ଗୁଜୁରାଟ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଗୁଜୁରାଟ ସମେତ ଆରବ ସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି। ବର୍ତ୍ତମାନ କରୋନା ମହାମାରୀ ବିରୋଧରେ ଭାରତ ଲଢୁଥିବା ବେଳେ ଏହି ବାତ୍ୟା ଆହୁରି ଅଧିକ ଚିନ୍ତା ଆଣିଦେଇଛି। ତେବେ ଘୂର୍ଣ୍ଣିବାତ୍ୟାକୁ ଦେଖି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଏଥିପାଇଁ ୫୩ ଟି ଏନଡିଆରଏଫ ଟିମ୍ ନିୟୋଜିତ ହେବେ। କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଏହି ୫୩ ଟି ୫୩ ଟି ଏନଡିଆରଏଫ ଟିମ୍ ନିୟୋଜିତ ହେବେ।

Read More

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବନ୍ଦୋପାଧ୍ୟାୟଙ୍କ ଆଜି ନିଧନ ହୋଇଯାଇଛି। ସେ ଏକ ମାସ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମେଡିକୋ ସୁପରସ୍ପେସିଲିଟି ହସ୍ପିଟାଲରେ ଅସୀମ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। କୋଭିଡ ନିୟମ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ବୋଲି ପରିବାର ଲୋକେ କହିଛନ୍ତି।

Read More

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନଷ୍ଟ କରିବା ପାଇଁ ଡିଆରଡିଓ ଦ୍ଵାରା ‘୨-ଡିଜି’ ଔଷଧ ପ୍ରସ୍ତୁତ କରାଯାଇଛି। ଏହି ଔଷଧର ୧୦ ହଜାର ଡୋଜର ପ୍ରଥମ ବ୍ୟାଚ ଆଜି କିମ୍ବା କାଲି ଭିତରେ ମିଳିବା ଆଶା କରାଯାଉଛି। ଏହା ସହ ଆବଶ୍ୟକତାକୁ ଦେଖି ଏହାର ଉତ୍ପାଦନ କ୍ଷମତା ବଢାଇବା ଉପରେ ଜୋର ଦିଆଯାଉଛି। ଡିଆରଡିଓ ବୈଜ୍ଞାନିକଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଯାହା କରୋନା ଭୂତାଣୁ ବିରୋଧ ଲଢେଇରେ ବଡ ସହାୟକ ହେବ। ହାଇଦ୍ରାବାଦ ବ୍ୟତୀତ ଅନ୍ୟ କେନ୍ଦ୍ରରେ ‘୨-ଡିଜି’ କୁ ଅଧିକ ମାତ୍ରାର ଉତ୍ପାଦନ ଆରମ୍ଭ କରାଯାଇଛି। ଏହାର ବ୍ୟବହାର ଦ୍ଵାରା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ସହ ଅମ୍ଳଜାନ ଅଭାବକୁ ହ୍ରାସ କରିବ। ଏହି ଔଷଧ ଯୋଗୁଁ ଲୋକେ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି। ଏବଂ ଏହା ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନ ମଧ୍ୟ କମ ଆବଶ୍ୟକତା କରିଥାଏ।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୬ ହଜାର ୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୮୯୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୬ ହଜାର ୨୦୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪ ଲକ୍ଷ ୩୨ ହଜାର ୮୯୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୬ ଲକ୍ଷ ୭୩ ହଜାର ୮୦୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୯୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି କେନ୍ଦ୍ରାପଡ଼ା, କଳାହାଣ୍ଡି, ପୁରୀ, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, ଗଜପତି, କୋରାପୁଟ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୯୧ ହଜାର ୬୭୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ହଜାର ୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୬୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୫୧୯୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୯୧ ହଜାର ୬୭୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୪୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୭୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୧ ହଜାର ୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୧୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୨୦୯ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ଭୁବନେଶ୍ବର, ଅକ୍ଷୟ ତୃତୀୟା ହେଉଛି ଓଡିଶାର ଏକ ବଡ ପର୍ବ। କାରଣ ଏହି ପର୍ବରେ ବିଭିନ୍ନ କାର୍ଯ୍ୟ ଅନୁକୂଳ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଏହି ତିଥୀରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ରୀତିନୀତି ପାଳିତ ହୋଇଥାଏ। ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି…

Read More

ମେଷ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଅବିବାହିତ ଲୋକମାନେ ରୋମାନ୍ସ ପାଇଁ ସୁଯୋଗ ପାଇପାରନ୍ତି। ଭ୍ରମଣ ଯୋଗ ମଧ୍ୟ ଅଛି।    ବୃଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ…

Read More

ଭୁବନେଶ୍ବର, ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି । ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି। ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ ।ଏହାକୁ ଅକ୍ଷିମୁଠି କହନ୍ତି…

Read More