Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରେ ୯ ହଜାର ୭୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୫୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୨୫୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୫୭ ହଜାର ୫୬୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୪ ହଜାର ୮୨୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୯୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୯ ହଜାର ୭୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫୧୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୦୧୮ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ମେଷ- ପରିଶ୍ରମର ଫଳ ମିଠା ହେବ। ସାମାଜିକ କାର୍ଯ୍ୟରେ ଆଗ୍ରହୀ ହେବେ। ଆପଣଙ୍କପ ସମ୍ମାନ ମିଳିବ। ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରିଚୟ ବୃଦ୍ଧି ପାଇବ। ଶାରୀରିକ କଷ୍ଟ ସମ୍ଭାବନା। ଅଜ୍ଞାତ ଭୟ ହନ୍ତସନ୍ତ କରିବ। ଚିନ୍ତା ଏବଂ ଟେନସନ ରହିବ। ଏକ ଚିତ୍ତାକର୍ଷକ ଯାତ୍ରା ଯୋଜନା କରାଯିବ। ଖରାପ ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ବୃଷ- ଆପଣ ଦୂରରୁ ସୁଖଦ ସୂଚନା ପାଇପାରିବେ । ଅତିଥିମାନେ ଘରେ ପହଞ୍ଚିବେ। ଖର୍ଚ୍ଚ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବଡ କାମ କରିବାକୁ ଇଚ୍ଛା କରିବେ । ପରିବାର ସହାୟତା ଯୋଗାଇ ଦିଆଯିବ। ଖୁସି ହେବେ। ଆପଣଙ୍କର ବୁଦ୍ଧି ବ୍ୟବହାର କରନ୍ତୁ। ଲାଭ ବୃଦ୍ଧି ପାଇବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ। ମିଥୁନ- ନୂତନ ପୋଷାକ କିଣିବା ଉପରେ ଖର୍ଚ୍ଚ ହେବ। ଯାତ୍ରା ଚିତ୍ତାକର୍ଷକ ହେବ ।…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ନବଜାତକ ଉପରେ କିଛି ତଥ୍ୟ ରଖିଛନ୍ତି। ତାହା ହେଲା ଯେ, ଯେତେବେଳେ ଛୁଆଟିଏ ଜନ୍ମ ନିଏ ସେତେବେଳେ ସେ ପାଞ୍ଚୋଟି ଜିନିଷ ଧରି ଜନ୍ମ ନେଇଥାଏ। ତାହା ହେଲା ଆୟୁ, କର୍ମ, ଧନ, ବିଦ୍ୟା ଏବଂ ମୃତ୍ୟୁ। ଚାଣକ୍ୟଙ୍କ ମତରେ ଏହି ପାଞ୍ଚୋଟି ପୂର୍ବ ଜନ୍ମର ଫଳ ସହିତ ଜଡିତ ଥାଏ। ଅର୍ଥାତ ପୂର୍ବ ଜନ୍ମରେ ସେ ଯେପରି କର୍ମ କରିଥିବ ସେହିପରି ଭାବେ ଏହି ପାଞ୍ଚୋଟି ଜିନିଷ ନେଇ ଜନ୍ମ ନେବ। ଏହାର ଅର୍ଥ ହେଲା ହେ ମାନବ ସମାଜ ତୁମେ ବର୍ତ୍ତମାନ ସତ କର୍ମ କର, ଯାହାଦ୍ବାରା ଆର ଜନ୍ମରେ ତୁମର ଏହି ପାଞ୍ଚୋଟି ଜିନିଷ ବେଶ ସୁଦୃଢ ହୋଇ ବିକଶିତ ହେବ।

Read More

ଧନୁ- ଶୀଘ୍ର କାର୍ଯ୍ୟ କଲେ ତାହା ଖରାପ ହେବ ଏବଂ ସମସ୍ୟା ବଢିପାରେ । ବିଭିନ୍ନ କ୍ଷେତ୍ରରେ ବିରୋଧ ହେବ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ବାହାରକୁ ଯିବାକୁ ଯୋଜନା ହେବ। ଜଣେ ବୟସ୍କ ବ୍ୟକ୍ତିଙ୍କ ସହଯୋଗ କାର୍ଯ୍ୟକୁ ସହଜ କରିବ । କୁମ୍ଭ- ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ। ଏକ ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରିବ । ଶୁଭ କାର୍ଯ୍ୟରେ ଭାଗ ନେବାକୁ ଆପଣ ଏକ ସୁଯୋଗ ପାଇବେ । ସୁସ୍ୱାଦୁ ଖାଦ୍ୟଗୁଡ଼ିକ ଉପଭୋଗ ହେବ । ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ । ପରିବାରରେ ସୁଖ ରହିବ ।

Read More

ମକର- ଜମି, ବିଲଡିଂ, ଦୋକାନ, ଶୋ’ରୁମ୍ ଏବଂ କାରଖାନା ଇତ୍ୟାଦି କିଣାବିକା ହୋଇପାରିବ। ବଡ କାରବାର ବଡ ଲାଭ ଦେଇପାରେ। ଭାଗ୍ୟର ପଦୋନ୍ନତି ପ୍ରୟାସ ସଫଳ ହେବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ମୀନ- ଅନ୍ୟମାନଙ୍କଠାରୁ ଅଧିକ ଆଶା କରନ୍ତୁ ନାହିଁ। ଶୀଘ୍ର କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଦୈଡ଼ଧାପଡ ଅଧିକ ହେବ। ଆପଣ ଚିନ୍ତାଜନକ ସୂଚନା ପାଇପାରିବେ, ଧର୍ଯ୍ୟବାନ ହୁଅନ୍ତୁ । ନିର୍ମାଣ କାର୍ଯ୍ୟ ବିଳମ୍ବ ହେବ। ଚିନ୍ତା ଏବଂ ଟେନସନ ରହିବ।

Read More

ମେଷ- ପରିଶ୍ରମର ଫଳ ମିଠା ହେବ। ସାମାଜିକ କାର୍ଯ୍ୟରେ ଆଗ୍ରହୀ ହେବେ। ଆପଣଙ୍କପ ସମ୍ମାନ ମିଳିବ। ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରିଚୟ ବୃଦ୍ଧି ପାଇବ। ଶାରୀରିକ କଷ୍ଟ ସମ୍ଭାବନା। ଅଜ୍ଞାତ ଭୟ ହନ୍ତସନ୍ତ କରିବ। ଚିନ୍ତା ଏବଂ ଟେନସନ ରହିବ। ବିଛା- ଆଘାତ ଏବଂ ଦୁର୍ଘଟଣାରୁ କ୍ଷତି ସମ୍ଭବ। ବେପରୁଆ ହୁଅନ୍ତୁ ନାହିଁ। ଜଣେ ବ୍ୟକ୍ତିଙ୍କ ସହିତ ଏକ ଅର୍ଥହୀନ ବିବାଦ ହୋଇପାରେ। ମାନସିକ ଦୁଃଖ ଆସିବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଚିନ୍ତା ଏବଂ ଟେନସନ ରହିବ। ଆୟ ହ୍ରାସ ହୋଇପାରେ।

Read More

ମିଥୁନ- ନୂତନ ପୋଷାକ କିଣିବା ଉପରେ ଖର୍ଚ୍ଚ ହେବ। ଯାତ୍ରା ଚିତ୍ତାକର୍ଷକ ହେବ । ଆପଣଙ୍କର ଭାଇମାନଙ୍କ ସମର୍ଥନ ପାଇବେ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଘର ବାହାରେ ଖୁସିର ପରିବେଶ ରହିବ। ତୂଳା- ଏକ ଧାର୍ମିକ ସ୍ଥାନକୁ ଯାତ୍ରା ଯୋଜନା କରାଯାଇପାରେ। ସତସଙ୍ଗର ଲାଭ ହେବ । ପରିବାର ସହାୟତା ଉପଲବ୍ଧ ହେବ। ଘର ବାହାରେ ଶାନ୍ତି ଏବଂ ସୁଖ ରହିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ସହାୟକ ହେବ।

Read More

କର୍କଟ- ପାରିବାରିକ ଚିନ୍ତାଧାରା ରହିବ। କାରବାରରେ ତତ୍ପର ହୁଅନ୍ତୁ ନାହିଁ । ଆବଶ୍ୟକ ଦ୍ରବ୍ୟ ହଜିଯାଇ ପାରେ । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଜଣେ ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ଆଜି କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କନ୍ୟା- କର୍ମକ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ। ଆଜିର ଯୋଜନା ସଫଳ ହେବ। ବ୍ୟବସାୟ ଅଭିବୃଦ୍ଧିକୁ ବିଚାର କରାଯାଇପାରେ । ଅଧିକାରୀମାନେ ଚାକିରିରେ ଖୁସି ହେବେ। ଅଧସ୍ତନମାନଙ୍କ ସହଯୋଗ ଯୋଗାଇ ଦିଆଯିବ ।

Read More

ବୃଷ- ଆପଣ ଦୂରରୁ ସୁଖଦ ସୂଚନା ପାଇପାରିବେ । ଅତିଥିମାନେ ଘରେ ପହଞ୍ଚିବେ। ଖର୍ଚ୍ଚ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବଡ କାମ କରିବାକୁ ଇଚ୍ଛା କରିବେ । ପରିବାର ସହାୟତା ଯୋଗାଇ ଦିଆଯିବ। ଖୁସି ହେବେ। ସିଂହ- ପରିବାର ଏବଂ ସାଙ୍ଗମାନଙ୍କ ସହିତ ଏକ ମନୋରମ ଯାତ୍ରା ଆୟୋଜିତ ହୋଇ ପାରିବ। ବନ୍ଦ ହୋଇଥିବା ଅର୍ଥ ହେଉଛି ପ୍ରାପ୍ତିର ପରିମାଣ। ସାଙ୍ଗମାନଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ହେବ।

Read More

ଭୁବନେଶ୍ବର, ପୂର୍ବତନ ସଂସ୍କୃତି ସଚିବ ତଥା ଗବେଷକ ଓ ଲେଖକ ଗୋପିନାଥ ମହାନ୍ତିଙ୍କ 72 ବର୍ଷ ବୟସରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ ରହି ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ସେ ସଂସ୍କୃତି ସଚିବ ଥିବା ବେଳେ ରାଜ୍ୟରେ ନୃତ୍ୟ ଓ ସଂଗୀତକୁ ବିଶ୍ବ ସ୍ତରରେ ପହଁଚାଇବା ପାଇଁ ଚେଷ୍ଠା କରିଥିଲେ। ସରକାରୀ ଚାକିରୀରୁ ଅବସର ନେବା ପରେ ସେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ କାର୍ଯ୍ୟ କରୁଥିଲେ। ସେ ଓଡିଶା ଇତିହାସ ତଥା ଜଗନ୍ନାଥ ସଂସ୍କୃତି ଉପରେ ମଧ୍ୟ ଗବେଷଣା କରିଛନ୍ତି। ସେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରି ରାଜ୍ୟରେ ବିଭିନ୍ନ ଉତ୍ସବ ଓ ମହୋତ୍ସବର ଆୟୋଜନ କରିଥିଲେ। ତାଙ୍କର ଧର୍ମପତ୍ନୀ ସଂଚିତା ମହାନ୍ତି କରୋଇରୁ ବିଜେପି ବିଧାୟିକା ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ଦଳ…

Read More

ରମେଶ ମହାନ୍ତି ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନାର ଦ୍ୱିତୀୟ ଲହରୀ ହୁ ହୁ ହୋଇ ବଢୁଥିବା ବେଳେ ରାହାମା ବଜାରରେ ଅମାନିଆଙ୍କ ଜନଗହଳିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ଠାରୁ ରାହାମା ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଇଁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବ୍ୟବସାୟୀ ପେଣ୍ଠସ୍ଥଳୀ କୁହାଯାଉଥିବା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ବଜାରରେ କିଛି ବ୍ୟବସାୟୀ ଓ ଅମାନିଆ ଲୋକ କରୋନା କଟକଣାକୁ ବେଖାତିର କରୁଥିବାରୁ ଜନଗହଳି ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

Read More

ଭୁବନେଶ୍ବର, ଓଡିଶାରେ ଯେପରି ଟିକାର ଅଭାବ ରହିବ ନାହିଁ ଏବଂ ସମସ୍ତେ ଟିକା ଗ୍ରହଣ କରିବେ ସେଥିପାଇଁ ନିଆଗଲା ବଡ ନିଷ୍ପତି। ଆଜି ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ବିଶ୍ବର ବିଭିନ୍ନ କଂପାନୀଠାରୁ କୋଭିଡ ଟିକା ଆମଦାନୀ ପାଇଁ ଏକ ବିଶ୍ବ ସ୍ତରୀୟ ଟେଣ୍ଡର କରାଯିବ। ବିଭିନ୍ନ କଂପାନୀଠାରୁ ମୂଲ୍ୟ ସଂଗ୍ରହ କରାଯାଇ ଏହି ଟିକା କିଣାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତି  ନିଆଯାଇଛି। ଏହି ଟେଣ୍ଡର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ବିଶେଷଜ୍ଞ କମିଟ ଗଠନ କରାଯିବ। ସେହି କମିଟର ତତ୍ବାବଧାନରେ କେଉଁ କଂପାନୀରୁ କିପରି ଟିକା କିଣାଯିବ ତାହା ନିଷ୍ପତି କରିବେ। ନିକଟରେ ଏହିପରି ପଦକ୍ଷେପ ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଟିକା ନିହାତି ଆବଶ୍ୟକତା ରହିଛି। ଯେଉଁମାନେ ଟିକା ନେଉଛନ୍ତି ସେମାନେ କମ ଆକ୍ରାନ୍ତ ହେଉଛନ୍ତି। …

Read More

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀଜଣଙ୍କ ବର୍ତ୍ତମାନ ଭୁବନେଶ୍ବର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ୭୧ ବର୍ଷ ବୟସ୍କ ପୁରୁଷ। ସେ ମଧୁମେହ ରୋଗରେ ମଧ୍ୟ ପୀଡିତ ଅଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ରହିଛି। ଦୀର୍ଘ ଦିନ ଧରି ପୁରୁଣା ପାଣି କୁଲର ରୋଗୀଜଣଙ୍କ ବ୍ୟବହାର କରୁଥିଲେ। ଯାହାଫଳରେ ବହୁଦିନ ଯାଏଁ କୁଲରରୁ ପାଣି ବଦଳାଇନଥିବାରୁ ବ୍ଲାକ ଫଙ୍ଗସ୍ ରୋଗରେ ସେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଗୁଜୁରାଟର କିଛି କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ପରେ ବ୍ଲାକ ଫଙ୍ଗସ୍ ରୋଗରେ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ମଧ୍ୟ କିଛି ଆକ୍ରାନ୍ତ ବ୍ଲାକ ଫଙ୍ଗସ୍ ରୋଗରେ ଚିହ୍ନଟ ହୋଇଥିବା ମଧ୍ୟ ଜଣାପଡିଛି। ହେଲେ ଓଡିଶାରେ ଏଭଳି କୌଣସି ରୋଗୀ ଚିହ୍ନଟ ହୋଇନଥିବା ବେଳେ ଆଜି…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସରକାର ଶିଶୁ ଶ୍ରମିକ ନିୟୋଜନ ଉପରେ କଟକଣା ଜାରି କରିଥିବା ବେଳେ କଳାହାଣ୍ଡି କେନ୍ଦୁପତ୍ର ବିଭାଗରେ ତାହାର ଉଲ୍ଲଂଘନ କରାଯାଉଥିବା ଜଣାପଡିଛି। ମଦନପୁର ବ୍ଲକ କେନ୍ଦୁପତ୍ର ବିଭାଗ ଅନ୍ତର୍ଗତ ସିଂହପୁର ପଂଚାୟତ କୁଟୁପଲା ଗ୍ରାମରେ କୋମଳମତି ଶିଶୁ ମାନେ ନିୟୋଜିତ ହୋଇ କେନ୍ଦୁପତ୍ର କାମ କରୁଥିବା ଭଲି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସ୍କୁଲରେ ପାଠ ପଢୁଥିବା ୧୪ ବର୍ଷରୁ କମ ବୁସ୍କ ପିଲାମାନଙ୍କୁ ସେଠାକାର କେନ୍ଦୁପତ୍ର ଫଡିରେ ବିଭିନ୍ନ କାମରେ ନିୟୋଜିତ କରି ଦାୟୀତ୍ୱରେ ଥିବା ଫରେଷ୍ଟର ତଥା ମୁନସି ମାନେ ମୁନାଫା ଉଠାଉଥିବାର ଅଭିଯୋଗ ହୋଇଛି। ସାଂପ୍ରତିକ କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଲକଡାଉନ ସ୍ଥିତି ଜାରି କରିଥିବା ବେଳେ ସେହି କୋମଳମତି ଶିଶୁମାନେ କାମ କରୁଥିବା ସମୟରେ ମାସ୍କ ମଧ୍ୟ ପରିଧାନ କରୁନଥିବା ଦେଖାଯାଉଛି। ସାଧାରଣତଃ କେନ୍ଦୁପତ୍ର ଫଡିମାନଙ୍କରେ ଶ୍ରମିକ ନିଯୁକ୍ତି କରି ପତ୍ର ତୋଳା ଠାରୁ ଆରମ୍ଭ କରି…

Read More

ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ୨୦୨୧ରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର ଭାବେ ମାନ୍ୟତା ଲାଭ କରିଛି। ଏଥିସହିତ ରିଲାଏନ୍ସ ରିଟେଲ ଏକମାତ୍ର ଭାରତୀୟ ରିଟେଲର ଭାବରେ ବିଶ୍ୱର ୨୫୦ ରିଟେଲର ତାଲିକାରେ ସ୍ଥାନ ପାଇଛି। ବିଶ୍ୱର ପ୍ରଭାବଶାଳୀ ରିଟେଲିଂ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ରିଟେଲର ତାଳିକାରେ ଏହା କ୍ରମାଗତ ଚାରିବର୍ଷ ହେଲା ସ୍ଥାନ ପାଇଆସୁଛି। ଗତବର୍ଷ ଏହା ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ୫୦ ରିଟେଲର ତାଲିକାରେ ରିଲାଏନ୍ସ ରିଟେଲ ଶୀର୍ଷରେ ରହିଥିବାବେଳେ ଚଳିତ ବର୍ଷ ଦ୍ୱିତୀୟ ସ୍ଥାନରେ ରହିଛିି। ତେବେ ବିଶ୍ୱର ପ୍ରଭାବଶାଳୀ ରିଟେଲିଂ ତାଲିକାରେ ଗତବର୍ଷ ରହିଥିବା ୫୬ତମ ସ୍ଥାନରୁ ତିନିଟି ସ୍ଥାନ ଉପରକୁ ଉଠି ଏହା ୫୩ତମ ସ୍ଥାନରେ ରହିଥିବା ଡେଲଏଟ ପକ୍ଷରୁ ପ୍ରସ୍ତୁତ ଏବଂ ପ୍ରକାଶିତ ବିଶ୍ୱ ରିଟେଲ ଜଗତର ପ୍ରଭାବଶାଳୀ ତାଲିକାରୁ ଜଣାଯାଇଛି। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ କମ୍ପାନୀର ଅଭିବୃଦ୍ଧି ୪୧.୮% ହୋଇଛି ଏବଂ ଏହାର ଉପଭୋକ୍ତା…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସିରେ କରୋନା କ୍ଷିପ୍ରଗତିରେ କାୟା ବିସ୍ତାର କରିଚାଲିଛି। ଗତକାଲି ବାଲୁଗାଁ ଏନଏସିର ୱାର୍ଡ ନମ୍ବର ୬ ଚକ୍ରଧରପୁରରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଚିଲିକା ତହସିଲଦାର ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପତ୍ର ଯୋଗେ ଅନୁରୋଧ କରିଥିଲେ। ଏହାକୁ ଗୁରୁତର ସହ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଆଜି ମଇ ୧୦ ତାରିଖ ସଂଧ୍ୟା ୭ ଘଟିକାରୁ ମଇ ୧୬ତାରିଖ ରାତି ୯ ଘଟିକା ଯାଏଁ ଚକ୍ରଧରପୁରର ସଞ୍ଜୟ ସାହୁଙ୍କ ଘର ଠାରୁ ରମେଶ ଧୁଡିଙ୍କ ଘର(୨୫ ଗୋଟି ଘର) ପର୍ଯ୍ୟନ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରଛନ୍ତି। ଉକ୍ତ ସମୟରେ ଏହି ଅଂଚଳର କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ। କଣ୍ଟେନମେଣ୍ଟ ଅଞ୍ଚଳରେ ଅଂଚଳବାସୀଙ୍କୁ ଜରୁରୀକାଳନ ସାମଗ୍ରୀ ଯୋଗାଣ, ବିଶୋଧନ, କଣ୍ଟାକ୍ଟ ଟ୍ରେସିଂ, ଆରଆରଟି ଦ୍ୱାରା ଘରକୁ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୬୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୮୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୫୭୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୩ ହଜାର ୯୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୩୫୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରେ ଆଉ ୩ ଟି ସ୍ଥାନରେ ଡ୍ରାଇଭ୍ ଇନ୍ ଟୀକା ବ୍ୟବସ୍ଥା ଆରମ୍ଭ ହେବ। ୪୪ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ଟୀକାକରଣ ବ୍ୟବସ୍ଥା ହୋଇଛି। କିନ୍ତୁ ଏହି ବ୍ୟବସ୍ଥାରେ କେବଳ ଲୋକଙ୍କୁ ଦ୍ଵିତୀୟ ଡୋଜ୍ ଟୀକା ଦିଆଯିବ। ଆସନ୍ତାକାଲିଠୁ କଳ୍ପନା ଛକ ନିକଟସ୍ଥ ଉତ୍କଳ କନିକା ଗାଲେରିଆ ପାର୍କିଂ ସ୍ଥାନ, ରୁଦ୍ରପୁରରେ ସିମ୍ଫୋନୀ ମଲ୍ ପାର୍କିଂ ସ୍ଥାନ, କିଟ୍ ବିଶ୍ୱବିଦ୍ୟାଳୟର କ୍ରିକେଟ ଷ୍ଟାଡିୟମରେ ଡ୍ରାଇଭ ଇନ ଟୀକା ବ୍ୟବସ୍ଥା ହୋଇଯାଇଛି। ତେବେ ଏଥିପାଇଁ ଆଜି ସନ୍ଧ୍ୟା ୬ ଟା ରୁ ସ୍ଲଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହେବ। ମେ’ ୧୧ ତାରିଖରୁ ୧୫ ତାରିଖ ଯାଏଁ ମୋଟ ୩୦୦ ଟି ସ୍ଲଟ୍ ଉପଲବ୍ଧ ହେବ। ଏହି ସ୍ଥାନଗୁଡିକରେ ସ୍ଲଟ୍ ବୁକିଂ କରିଥିବା ୪୫ ବର୍ଷର ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଦ୍ଵିତୀୟ ଡୋଜ୍ ଟୀକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯ ହଜାର ୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୭୮୭, ସୁନ୍ଦରଗଡରୁ ୧୧୦୦, କଟକରୁ ୮୨୩, ବରଗଡରୁ ୫୦୬, ସମ୍ବଲପୁରରୁ ୪୨୫, ନବରଙ୍ଗପୁରରୁ ୪୧୨,  ଝାରସୁଗୁଡାରୁ ୪୦୭, ଅନୁଗୁଳରୁ ୩୯୩, ନୂଆପଡାରୁ ୩୮୫, କଳାହାଣ୍ଡିରୁ ୩୭୩, ପୁରୀରୁ ୩୦୪, ଯାଜପୁରରୁ ୨୩୧, ନୟାଗଡରୁ ୨୨୬, ଭଦ୍ରକରୁ ୨୦୬, ମୟୂରଭଞ୍ଜରୁ ୧୯୯, ବଲାଙ୍ଗୀରିରୁ ୧୯୫, କେନ୍ଦୁଝରରୁ ୧୬୧, ରାୟଗଡାରୁ ୧୫୦, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡାରୁ ୧୩୨, ବାଲେଶ୍ବରରୁ ୧୨୫, ସୋନପୁରରୁ ୧୨୩, ଗଜପତିରୁ ୧୧୮, ଗଞ୍ଜାମରୁ ୧୧୪, କୋରାପୁଟରୁ ୮୯, କନ୍ଧମାଳରୁ ୬୮, ମାଲକାନାଗିରିରୁ ୪୩, ଢେଙ୍କାନାଳରୁ ୪୨, ବୌଦ୍ଧରୁ ୩୭,  ଦେବଗଡରୁ ୨୭ ଏବଂ ଷ୍ଟେଟ ପୁଲରୁ ୩୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪…

Read More

ଭୁବନେଶ୍ବର, ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ଏବଂ ଗୋଆ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରାଯାଇଛି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଟ୍ରେନ ଯୋଗେ ଦିଲ୍ଲୀ ଯାଉଥିବା ଏବଂ ଦେଶର ଯେ କୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଉଭୟ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରିଛନ୍ତି। ଦେଶର ଯେକୌଣସି ସ୍ଥାନରୁ ଗୋଆର ଯେ କୌଣସି ଷ୍ଟେସନକୁ ଯାଉଥିବା ଯାତ୍ରୀ ଗୋଆ ରାଜ୍ୟରେ ପ୍ରବେଶ କରିବାର ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟିପିସିଆର ରିପୋର୍ଟ କିମ୍ବା ଦୁଇଟି ଡୋଜ୍ କୋଭିଡ ୧୯ ଟୀକା ନେଇଥିବା ପ୍ରମାଣ ପତ୍ର ଦର୍ଶାଇବା ଜରୁରୀ ଅଟେ। ନିମ୍ନ ପ୍ରଦତ୍ତ ବ୍ୟକ୍ତି ବିଶେଷ ଗୋଆ ଯିବା ପାଇଁ ଛାଡ଼ ପାଇବେ 1-ଗୋଆ ରାଜ୍ୟର ବାସିନ୍ଦା 2-କାମ ପାଇଁ ଗୋଆରେ ପ୍ରବେଶ କରୁଥିବା ବ୍ୟକ୍ତି କାର‌୍ୟ୍ୟ ପ୍ରମାଣ ପତ୍ର। ନିଯୁକ୍ତିଦାତାଙ୍କଠାରୁ ଚିଠି 3-ମେଡିକାଲ ସେବାରେ ଜରୁରୀକାଳୀନ ପରିସ୍ଥିତି ପାଇଁ ବ୍ୟକ୍ତି…

Read More

କଲିକତା: ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କଡା ସଂଘର୍ଷ କରି ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଛନ୍ତି। ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ପକ୍ଷରୁ ବଡ ଦାୟିତ୍ଵ ମିଳିଛି। ସେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ଏହି ଦାୟିତ୍ଵ ମିଳିଛି। ମମତାଙ୍କ ଅତି ବିଶ୍ଵସନୀୟ ମନ୍ତ୍ରୀ ଥିବା ଶୁଭେନ୍ଦୁ ଏହି ନିର୍ବାଚନ ପୂର୍ବରୁ ଦଳରୁ ବିଦାୟ ନେଇ ବିଜେପିରେ ସାମିଲ ହୋଇଥିଲେ। ସେହିଦିନ ଠାରୁ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଯାଇଥିଲା। ଶୁଭେନ୍ଦୁଙ୍କ ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ମମତା ଘୋଷଣା କରିଦେଇଥିଲେ। ସେପଟେ ଶୁଭେନ୍ଦୁ ମମତାଙ୍କ ଠାରୁ ହାରିଲେ ରାଜନୀତିରୁ ଅବସର ନେବେ ବୋଲି ମଧ୍ୟ ଘୋଷଣା କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ପାଖାପାଖି ୨୦୦୦ ଭୋଟରେ ହରାଇ ଶୁଭେନ୍ଦୁ ବିଜୟ ଲାଭ କରିଥିଲେ। ହେଲେ ଏହି ଫଳାଫଳ ପରେ…

Read More