ନୂଆଦିଲ୍ଲୀ: କରୋନାରେ ଅନେକ ବଲିଉଡ ତାରକା ସଂକ୍ରମଣ ହୋଇସାରିଛନ୍ତି। ଏବେ ଅଭିନେତ୍ରୀ କଙ୍ଗନା ରଣାୱାତ ମଧ୍ୟ ସଂକ୍ରମଣ ହୋଇଛନ୍ତି। ଇନଷ୍ଟାଗ୍ରାମରେ ପୋସ୍ତ କରି କଙ୍ଗନା ଏହା ସୂଚନା ଦେଇଛନ୍ତି। ନିଜର ଟେଷ୍ଟ ରିପୋର୍ଟ ଇନଷ୍ଟାଗ୍ରାମରେ ସାର୍ବଜନୀନ କରି ପଜିଟିଭ ହୋଇଛନ୍ତି ବୋଲି କଙ୍ଗନା କହିଛନ୍ତି। ଏହାସହିତ ନିଜର ବର୍ତ୍ତମାନ ସ୍ଥିତି ମଧ୍ୟ ସେୟାର କରିଛନ୍ତି। ଧ୍ୟାନରେ ବସିଥିବା ଏକ ଫଟୋ ଅପଲୋଡ କରି ପଜିଟିଭ ହୋଇଥିବା ଖବର କଙ୍ଗନା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ତାଙ୍କୁ କିଛି ଦିନ ହେଲା ଦୁର୍ବଳତା ଅନୁଭବ ହେବା ସହ ଆଖି ସାମାନ୍ୟ ପୋଡୁଥିଲା। ତେଣୁ ସେ ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସେ କ୍ଵାରେଣ୍ଟିନରେ ଅଛନ୍ତି। ଖୁବ ଶୀଘ୍ର ଏହି ଭୂତାଣୁକୁ ମୁଁ ଶେଷ କରିଦେବି ବୋଲି କଙ୍ଗନା ଇନଷ୍ଟାଗ୍ରାମରେ ଲେଖିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୬୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ଭଦ୍ରକ, କଟକ, ଓ ସୁନ୍ଦରଗଡ ଜିଲ୍ଲାରୁ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି। ସେହିଭଳି ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୂଆପଡା ଏବଂ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୩୧ ହଜାର ୬୫୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୦ ହଜାର ୩୩୫ ଜଣ। ରାଜ୍ୟରେ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୮୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୧୮ ଲକ୍ଷ ୯୨ ହଜାର ୬୭୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୮ ହଜାର ୨୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୯ ଲକ୍ଷ ୩୦ ହଜାର ୯୬୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୨୩ ହଜାର ୪୪୬ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଆଜି ରାଜ୍ୟରୁ ମିଳିଥିବା କରୋନା ପଜେଟିଭି ସଂଖ୍ୟା ଦେଖିଲେ ସୁନ୍ଦରଗଡରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରେ ମୋଟ 1 ହଜାର 9 ଶହ 22 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 1510 ଏବଂ କଟକରୁ 1052 ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା 1. Angul: 560 2. Balasore: 260 3. Bargarh: 428 4. Bhadrak: 83 5. Balangir: 437 6. Boudh: 178 7. Cuttack: 1052 8. Deogarh: 115 9. Dhenkanal: 177 10. Gajapati: 105 11. Ganjam: 341 12. Jagatsinghpur: 134 13. Jajpur: 302 14. Jharsuguda: 421 15. Kalahandi: 402 16. Kandhamal: 92 17. Kendrapada: 145 18. Keonjhar: 231 19. Khurda: 1510 20. Koraput: 122 21. Malkangiri: 70 22.…
ଭୁବନେଶ୍ବର, ଆଜି ମିଳିଥିବା ରିପୋର୍ଟ ଅନୁସାରେ ରାଜ୍ୟରେ 11 ହଜାର 8 ଶହ 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା 12 ହଜାର 2ଶହ 38। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ କ୍ବାରଣ୍ଟାଇରୁ 6 ହଜାର 6 ଶହ 13 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମକ ସଂଖ୍ୟା ହେଲା 5 ହଜାର ଶହେ 94 ଜଣ। ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ସୂଚନା ଦିଆଯାଇଛି।
ମେଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ। ବୃଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି…
ଭୁବନେଶ୍ୱର: ସମଗ୍ର ବିଶ୍ୱ “ କରୋନା” ବା କୋଭିଡ୍- ୧୯ ଭୂତାଣୁ ଦ୍ୱିତୀୟ ଲହର ବିରୁଦ୍ଧରେ ଯୁଦ୍ଧ କରୁଛି। ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ ମୁକାବିଲାକୁ ଶାଣିତ କରାଯାଇଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ କରୋନାର ମୁକାବିଲା ଓ ମାନବିକତା ଗତିବିଧିକୁ କ୍ରିୟାଶୀଳ କରି ରଖିବା ଉଦ୍ଦେଶ୍ୟରେ ଓଡିଶା କ୍ଷୁଦ୍ରଶିଳ୍ପ ନିଗମ (OSIC) ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି “କୋଭିଡ୍–୧୯” କୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରି ସରକାରଙ୍କୁ ସହଯୋଗର ହାତ ବଢ଼େଇଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ ଏହି ରାଶିର ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଦୂରଦର୍ଶୀ କୋଭିଡ୍ ପରିଚାଳନା ଯୋଗୁଁ ଓଡ଼ିଶାରେ କୋଭିଡ ମହାମାରୀ ସ୍ଥିତି…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସାନଖଇରମାଲ ଖିତି ଗଉଡ଼ଙ୍କ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ଗତ ୪ ତାରିଖ ଦିନ ସନ୍ଧ୍ୟାରୁ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ନିଜ ଗାଁ ସାନଖଇରମାଲ ନିକଟସ୍ଥ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ବାପା ଖିତି ଗଉଡ଼ଙ୍କ (୪୨) ସୂଚନା ଅନୁସାରେ ସାନ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ନାମକ (୧୭) ବର୍ଷୀୟ ଯୁବକ ଗତ ୪ ତାରିଖ ଘରେ ରାତ୍ରି ଭୋଜନସାରି ଘରୁ ପଦାକୁ ଚାଲି ଆସିଥିଲେ। ଘରକୁ ଫେରିବାରେ ଅତ୍ୟଧିକ ବିଳମ୍ବ ହେବା ଯୋଗୁଁ, ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ନିଖୋଜ ହେବାର ୨୪ ଘଣ୍ଟା ପରେ, ପରିବାର ଲୋକେ ଗତକାଲି କର୍ଲାପଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଆଜି ପୂର୍ବାହ୍ନ ୯…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଉପଖଣ୍ଡରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି। ତାକୁ ଯଦି ଲକ୍ଷ୍ୟ କରିବା ବର୍ତ୍ତମାନ ଜିଲ୍ଲାରେ ଯେତିକି କୋଭିଡ କେୟାର ସେଣ୍ଟର ଅଛି ତାହା ଆଗାମୀ ଦିନରେ ପର୍ଯ୍ୟାପ୍ତ ହେବନାହିଁ ବୋଲି ପୂର୍ବାନୁମାନ କରିସାରିଛି ଜିଲ୍ଲା ପ୍ରଶାସନ। ତେଣୁ ଆଜି ଅପରାହ୍ନରେ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍ଏସ୍ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଆନୁଷ୍ଠାନିକ ଭାବେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ବଡ଼କୁଳ ନିକଟରେ ଅବସ୍ଥିତ ଆଇଏନ୍ଏସ୍ ଚିଲିକା ବେସ ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆବାସ ଗୃହରେ କରୋନା ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ଼ କେୟାର ସେଣ୍ଟରର ଆୟୋଜନ କରାଯାଇଛି। ତାହା ସହ ଅମ୍ଳଜାନ ଆବଶ୍ୟକ କରୁଥିବା ରୋଗୀଙ୍କ…
ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିରୋଧରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସ୍ପିନର କୁଳଦୀପ ଯାଦବକୁ ଏହି ଦଳରେ ସ୍ଥାନ ମିଳିନାହିଁ। ଏହି ଦୁଇ ଖେଳାଳି ଗତ ଇଂଲଣ୍ଡ ସିରିଜରେ ସ୍ଥାନ ପାଇଥିଲେ। ଚାରି ମ୍ୟାଚ ବିଶିଷ୍ଟଏହି ସିରିଜରେ ହାର୍ଦ୍ଦିକ ଗୋଟିଏ ମ୍ୟାଚ ଖେଳିନଥିବା ବେଳେ କୁଳଦୀପଙ୍କୁ ଦ୍ଵିତୀୟ ମ୍ୟାଚରେ ସୁଯୋଗ ମିଳିଥିଲା। କିନ୍ତୁ ସେହି ମ୍ୟାଚରେ କୁଳଦୀପଙ୍କ ପ୍ରଦର୍ଶନ ଭଲ ନଥିଲା। ଇଂଲଣ୍ଡ ବିରୋଧରେ ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ହାର୍ଦ୍ଦିକଙ୍କୁ ବୋଲିଂ ସୁଯୋଗ ମିଳିନଥିଲା। ଏହାପରେ ଆଇପିଏଲରେ ମଧ୍ୟ ପାଣ୍ଡ୍ୟା ବୋଲିଂ କରିନଥିଲେ। କିନ୍ତୁ ଅଧିକ ଚାପ ଯୋଗୁଁ ପାଣ୍ଡ୍ୟାଙ୍କୁ ବୋଲିଂ ସୁଯୋଗ ଦିଆଯାଉନାହିଁ ବୋଲି ଭାରତୀୟ ଦଳର ଅଧିନାୟକ ବିରାଟ କୋହିଲି କହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନକରିବା ମହଙ୍ଗା ପଡିଲା। ଯାହା…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୯୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହଜାର ୪୯୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୧ ହଜାର ୧୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୬୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୭୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ପରୀକ୍ଷା ମୂଲ୍ୟାୟନ ପାଇଁ ବିକଳ୍ପ ପଦ୍ଧତିକୁ ଅନୁମୋଦନ ଦେଇଛି। ଛାତ୍ରଛାତ୍ରୀଙ୍କ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟ ଆଧାରରେ ଦଶମ ବୋର୍ଡ ପରୀକ୍ଷା ମୂଲ୍ୟାୟନ ହେବ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମୂଲ୍ୟକୁ ବିଚାରକୁ ନିଆଯିବ ସହ ଦଶମର ଅଭ୍ୟାସ ପରୀକ୍ଷା ମୂଲ୍ୟକୁ ମଧ୍ୟ ବିଚାର କରାଯିବ। ନବମ ଶ୍ରେଣୀର ୪୦ ପ୍ରତିଶତ ଏବଂ ଦଶମ ଶ୍ରେଣୀର ୬୦ ପ୍ରତିଶତ ମୂଲ୍ୟକୁ ଗୁରୁତ୍ଵ ଦିଆଯିବ। ଦଶମ ଅଭ୍ୟାସ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କ ପାଇଁ ନବମ ପରୀକ୍ଷା ଆଧାରରେ ମୂଲ୍ୟାୟନ ହେବ। ଦଶମରେ କେବଳ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦ ପ୍ରତିଶତ ମାର୍କକୁ ଗୁରୁତ୍ଵ ଦିଆଯିବ। ତେବେ ପରୀକ୍ଷା ଫଳ ପ୍ରସ୍ତୁତି ପାଇଁ ୨୭୬୬ ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଘୋଷଣା କରାଯାଇଛି। ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ସବୁ ସ୍କୁଲର ମାର୍କ ଅପଲୋଡ କରିବାକୁ ଅନୁମତି ମିଳିଛି। ବିଷୟ…
କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ଥାନା ଶିମିଳିପାଳରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ଆହତ ହେବା ସହ ଆଉ ଜଣେ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ଆଜି ଅପରାହ୍ନ ପ୍ରାୟ ୨ ଟା ସମୟରେ ରେଢ଼ାଖୋଲରୁ ନାକଚିଦେଉଳକୁ ବାଇକ୍ ରେ ଫେରୁଥିବା ବେଳେ ଶିମଳିପାଳ ଠାରେ ଭାରସାମ୍ୟ ହରାଇ ଲୁହା ବାରିକେଟ୍ ରେ ପିଟି ହୋଇ ତଳେ ପଡ଼ିଯାଇଥିଲେ। ଆହତମାନେ ହେଲେ ନାକଟିଦେଉଳ ଗ୍ରାମର ପପୁ କୁରେଶୀ (୩୭), ଶେହଜାଦ ଅଳ୍ଲି କୁରେଶୀ ( ୩୨) ଗୁରୁତର ଆହତ ଓ କାଦର ହାସନ (୨୫) ସାମାନ୍ୟ ଆହତ ହୋଇଅଛନ୍ତି। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ। ପପୁ କୁରେଶୀ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୮୨୫, ସୁନ୍ଦରଗଡରୁ ୯୩୧, କଟକରୁ ୪୮୧, ନବରଙ୍ଗପୁରରୁ ୩୪୬, ଝାରସୁଗୁଡାରୁ ୩୪୩, ଅନୁଗୁଳରୁ ୩୨୨, ମୟୂରଭଞ୍ଜରୁ ୩୦୮, ସମ୍ବଲପୁରରୁ ୩୦୭, ନୂଆପଡ଼ାରୁ ୨୯୭, ପୁରୀରୁ ୨୮୭, ବରଗଡରୁ ୨୭୦, ଯାଜପୁରରୁ ୨୪୦, ବଲାଙ୍ଗୀରିରୁ ୨୩୪, କେନ୍ଦୁଝରରୁ ୨୩୪, ଗଞ୍ଜାମରୁ ୨୨୨, ବାଲେଶ୍ବରରୁ ୨୦୦, ଗଜପତିରୁ ୧୫୭, ରାୟଗଡାରୁ ୧୪୭, କଳାହାଣ୍ଡିରୁ ୧୨୩, ନୟାଗଡରୁ ୧୨୦, ସୋନପୁରରୁ ୧୧୨, ଜଗତସିଂହପୁରରୁ ୧୦୯, ଦେବଗଡରୁ ୯୬, କେନ୍ଦ୍ରାପଡାରୁ ୮୫, କୋରାପୁଟରୁ ୭୬, ଭଦ୍ରକରୁ ୬୭, କନ୍ଧମାଳରୁ ୫୩, ମାଲକାନାଗିରିରୁ ୨୬, ଢେଙ୍କାନାଳରୁ ୨୫, ବୌଦ୍ଧରୁ ୨୦ ଏବଂ ଷ୍ଟେଟ ପୁଲରୁ ୩୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪…
ଭୁବନେଶ୍ବର: ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ଝଡବର୍ଷା ସହ ବଜ୍ରପାତ ନେଇ ଆଶଙ୍କା କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ଅନୁମାନ କରିଛି। ତେବେ ଏହାକୁ ଦେଖି ପ୍ରଭାବିତ ଜିଲ୍ଲାଗୁଡିକ ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ସତର୍କ କରିଛନ୍ତି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲାଗୁଡିକରେ ଆସନ୍ତାକାଲି ସକାଳ ୮:୩୦ ପର୍ଯ୍ୟନ୍ତ ଝଡବର୍ଷା ସହ ବଜ୍ରପାତ ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ଉକ୍ତ ଜିଲ୍ଲାଗୁଡିକରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ଆଶଙ୍କା କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଦେବଗଡ଼, କଟକ, ଭଦ୍ରକ, ବାଲେଶ୍ୱର, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାକୁ ୮ ତାରିଖରୁ…
ଭୁବନେଶ୍ୱର, କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇ ରେ ରୋଗୀ ଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସନ୍ ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଅପ୍ରେଲରୁ ବ୍ୟବହାର କରିଆସୁଥିଲେ । ଏହାର ଭଡ଼ା ବାବଦ ଦେୟ ଦୁଇ କୋଟି ଷୋହଳ ହଜାର ଟଙ୍କା ଥିବା ବେଳେ , ମହାମାରୀ ର ଏ ବିପଦ ସମୟରେ ମାନଵିକତା ତଥା ମୁମ୍ବାଇ ର ଜନସାଧାରଣଙ୍କ ପ୍ରତି ସଦିଛ୍ଛା ପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନ ଭଡା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା ନିମନ୍ତେ ଓଡ଼ିଶା ମହାରାଷ୍ଟ୍ର କୁ ଜରୁରୀ ଭିତ୍ତି ରେ ଗତ ପନ୍ଦର ଦିନ ହେଲା ଅକ୍ସିଜେନ ମଧ୍ୟ ଯୋଗାଉଛି ।
ଭୁବନେଶ୍ବର: ଆଜି ଭୁବନେଶ୍ଵରରେ ୨ ଲକ୍ଷ କୋଭିସିଲ୍ଡ ଟୀକା ଡୋଜ ପହଞ୍ଚିଛି। ଦ୍ଵିତୀୟ ଡୋଜ ଅପେକ୍ଷାରେ ଥିବା ୪୫ ବର୍ଷର ବର୍ଗର ଲୋକଙ୍କୁ ପ୍ରଥମେ ଏହି ଟୀକା ମିଳିବ। ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ମୋଟ ୪୫ ବର୍ଷରୁ ଉର୍ଦ୍ଧ୍ଵ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨୩ ଲକ୍ଷ ୪୩ ହଜାର ଲୋକ ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷାରତ ଅଛନ୍ତି। ଏଯାବତ ୫ ଲକ୍ଷ ୯୬ ହଜାର ଲୋକ ଦ୍ଵିତୀୟ ଡୋଜ ନେଇସାରିଲେଣି। ପାଖାପାଖି ୧୭ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ନେବାକୁ ଅପେକ୍ଷାରେ ଅଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ଚଳିତ ଲକଡାଉନରେ ଜଗତସିଂହପୁର ଜିଲ୍ଲାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ଚୋରା ମଦ ବେପାରୀ ମାନେ ସକ୍ରିୟ ହୋଇ ଉଠିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୃତ ଗତିରେ ବୃଦ୍ଧି ପାଉଥିବା ଭୟାବହ କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ଚୋରା ମଦ ବେପାରୀଙ୍କ ଖାତିର ନାହିଁ। ସୂଚନାନୁଯାୟୀ ଗତବର୍ଷ ଲକଡାଉନ ସମୟରେ ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀମାନେ ମଦର ଧାର୍ଯ୍ୟ ମୁଲ୍ୟ ଠାରୁ ତିନି ଚାରି ଗୁଣା ଚଢା ଦାମରେ ବିକ୍ରିକରି ମାଲେମାଲ୍ ହୋଇଥିବା ବେଳେ ଚଳିତ ଲକଡାଉନରେ ପୁଣି ଆରମ୍ଭ ହୋଇଗଲାଣି ଚୋରା ମଦର ବହୁଳ କାରବାର। ଲକଡାଉନ ଚାଲିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ଗାଁ ଗହଳି ଛକ ବଜାରରେ ଛତୁ ଫୁଟିଲା ପରି ଚୋରା ମଦ ବେପାର ଚାଲିଥିବା ଦେଖିବାକୁ ମିଳୁଛି। ଏମିତିକି ତିର୍ତ୍ତୋଲ ଅଞ୍ଚଳରେ ଏବେ ନକଲି ମଦର ଯୋରଦାର କାରବାର ଚାଲିଥିବା ଚର୍ଚ୍ଚା…
ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଜଣେ ବିଧାୟକଙ୍କ ପ୍ରାଣହାନୀ ଘଟିଛି। ଆଉ ଜଣେ ବିଜେପି ବିଧାୟକଙ୍କ କରୋନାରେ ନିଧନ ହୋଇଛି। ଉତ୍ତରପ୍ରଦେଶ ସଲୋନ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦଳ ବାହାଦୁର କୋରୀଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ବାହାଦୁର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପ୍ରାଣହାନୀ ଘଟିଛି। ଏହା ପୂର୍ବରୁ ଔରେୟାର ବିଜେପି ବିଧାୟକ ରମେଶ ଦିବାକର, ଲକ୍ଷ୍ନୌ ପଶ୍ଚିମରୁ ବିଧାୟକ ସୁରେଶ ଶ୍ରୀବାସ୍ତବ, ବରେଲୀର ନବବଗଞ୍ଜ ବିଧାୟକ କେଶର ସିଂହଙ୍କ ମଧ୍ୟ କରୋନାରେ ମୃତ୍ୟୁ ହୋଇଛି।
ଚେନ୍ନାଇ: ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଆଜି ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇ ସ୍ଥିତ ରାଜଭବନରେ ଷ୍ଟାଲିନଙ୍କୁ ରାଜ୍ୟପାଳ ବନବାରିଲାଲ ପୁରୋହିତ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟକୁ ଆସୁଥିବା ୩୩ ମନ୍ତ୍ରୀଙ୍କୁ ମଧ୍ୟ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଡିଏମକେକୁ ହରାଇ ଡିଏମକେ ଶାସନ କ୍ଷମତାକୁ ଆସିଛି। ଷ୍ଟାଲିନଙ୍କ ନେତୃତ୍ଵରେ ଡିଏମକେ ଷଷ୍ଠ ଥର ପାଇଁ ତାମିଲନାଡୁରେ କ୍ଷମତାକୁ ଆସିଛି। ଡିଏମକେ ୨୦୦୬-୨୦୧୧, ୧୯୯୬-୨୦୦୧, ୧୯୮୯-୯୧, ୧୯୭୧-୭୬ ଏବଂ ୧୯୬୭-୭୧ ପର୍ଯ୍ୟନ୍ତ ତାମିଲନାଡୁରେ ସରକାର ଗଠନ କରିଥିଲା। ତେବେ ଏହି ନିର୍ବାଚନରେ ତାମିଲନାଡୁ ବିଧାନସଭା ମୋଟ ୨୩୪ ଟି ଆସନରୁ ଡିଏମକେ ମେଣ୍ଟକୁ ୧୫୯ ଟି ଆସନ ମିଳିଛି। ଯେଉଁଥିରେ ଡିଏମକେ ୧୩୩ ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ୧୮ ଟି ଆସନ, ବିସିକେ ଦଳକୁ ୪ ଟି ଏବଂ ସିପିଏମ,…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ରେଞ୍ଜ ଅଧିନସ୍ଥ ଲୁହାପଙ୍କ ପଂଚାୟତର ଜରିପାଣି ଗ୍ରାମରେ ଜନୈକ ବ୍ୟକ୍ତି ଜଙ୍ଗଲକୁ ହଜିଯାଇଥିବା ବଳଦ ଖୋଜିବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି। ଖବରରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ମହୁଲମାଳ ଗ୍ରାମର ଧନେଶ୍ୱର ଦେହୁରୀଙ୍କ ବଳଦ ହଜିଯାଇଥିଲା। ସେମାନେ ବହୁ ଖୋଜାଖୋଜି କରିଥିଲେ ହେଲେ ନିଜ ଅଂଚଳରେ ନ ମିଳିବାରୁ ରାହାସ ମିର୍ଦ୍ଧା ଙ୍କ ସହ ସମ୍ବଲପୁର ଜିଲ୍ଲା ରେଢାଖୋଲ ବନାଂଚଳର ଲୁହାପଙ୍କ ପଂଚାୟତର ଜରିପାଣି ଗ୍ରାମ ଜଙ୍ଗଲକୁ ଗତକାଲି ସକାଳ ୭ ଟାରେ ପହଂଚି ଖୋଜାଖୋଜି କରୁଥିଲେ। ସେମାନେ ଜଙ୍ଗଲରେ ବଳଦ ଖୋଜୁଥିବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ ଧନେଶ୍ୱର ଦେହୁରୀ ଓ ରାହାସ ମିର୍ଦ୍ଧା। ହାତୀଟି ଧନେଶ୍ୱରଙ୍କୁ ଦଳି ଚକଟି ଦେଇ ମାରି ଦେଇଥିଲା। ଘଟଣା ସ୍ଥଳରେ ହିଁ ଧନେଶ୍ୱରଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସାଥିରେ ଯାଇଥିବା ରାହାସ ମିର୍ଦ୍ଧା ଆହତ ହୋଇ ଜରିପାଣି…

