Author: Samikhsya Bureau

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଖଣ୍ଡପଡା, ପାରାଦ୍ୱୀପ, କଟକ, ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ନୟାଗଡ ଜିଲ୍ଲା ବିଜେଡି ଉପସଭାପତି ଗୟାଧର ପରିଡା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ପରିଡାଙ୍କ ସମେତ ଭାପୁର ବ୍ଲକ ପୂର୍ବତନ ସଭାପତି ଜିତେନ୍ଦ୍ର କୁମାର ରଣସିଂହ, କେନ୍ଦୁପଲ୍ଲୀ ଗ୍ରାମ ପଂଚାୟତ ସରପଂଚ ତାରେଶ୍ୱର ମାଝୀ, ସମିତିସଭ୍ୟ ଦିପକ କୁମାର ଜେନା, ସରପଂଚ ସନ୍ତୋଷ କୁମାର ପଣ୍ଡା, ନିରୁପମା ମହାରଣା, ମଞ୍ଜୁଲତା ସେଠୀ, ସୁରେଖା ସାହୁ, ସୁଭଦ୍ରା ବେହେରା, ବିଜୟ କୁମାର କର, ନିବେଦିତା ସ୍ୱାଇଁ, ତୋଫାନ ପ୍ରଧାନ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ପାରାଦୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ବ୍ଲକ ସରପଂଚ ରୋହିତ କୁମାର ଜେନା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ଜେନାଙ୍କ ସହ ସରୋଜ…

Read More

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବେଗୁନିଆ ଓ ଟାଙ୍ଗୀ ଠାରେ ନିର୍ବାଚନ ପ୍ରଚାର କରି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି। ବେଗୁନିଆ ଏବଂ ଟାଙ୍ଗୀ ଠାରେ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ, ରାଜେନ୍ଦ୍ର ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରି ସେ କହିଥିଲେ ଯେ ସମ୍ବିଧାନରେ ସମସ୍ତଙ୍କ କ୍ଷମତା ଅଛି। ଆପଣମାନେ ୫ ବର୍ଷ ଆଗରୁ ଯାହାଙ୍କୁ ସାଂସଦ ଭାବରେ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି? ସେ ଲୋକଙ୍କ ପାଇଁ କାମ ନ କରି ସରପଞ୍ଚ, ୱାର୍ଡମେମ୍ବର ଓ ବିଧାୟକଙ୍କ କାମରେ ମୁଣ୍ଡ ଖେଳାଇଥିଲେ। ନିଜ କାମ ଭୁଲି ଗଲେ। ଏବେ ନିର୍ବାଚନ ଆସିଲା, ଆପଣଙ୍କ କଥା ମନେ ପଡିଲା। ଭୁବନେଶ୍ୱର ଭଳି ଗୋଟେ ସମ୍ମାନଜନକ କ୍ଷେତ୍ରର ସାଂସଦ ଭାବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା,…

Read More

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ରୋଡ ସୋ କରିବେ। ଆଜି ସନ୍ଧ୍ୟା ୬ ଟା ସମୟରେ ମୋଦୀ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବେ। ଉଭୟ ରାସ୍ତାରେ ଲୋକମାନେ ତାଙ୍କୁ ସ୍ବାଗତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ଏହା ଅଧିନରେ ଥିବା ସାତଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ସାଥିରେ ରହିବେ। ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ପ୍ରଚାର କରି ଫେରିଯାଇଛନ୍ତି। ତେବେ ଏହି ଗସ୍ତ ସମୟରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ଜନସଭା କରିଛନ୍ତି। ତେବେ ସେ ଭୁବନେଶ୍ବରରେ ପ୍ରଚାର କରି ନାହାଁନ୍ତି। ଆଜି ସେ ଏହି ରୋଡ ସୋ କରିବେ। ସେଥିପାଇଁ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇପଡିଛି।

Read More

Akshaya Tritiya Puja: ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଚଳିତ ବର୍ଷ ଏହା ମେ ୧୦ ତାରିଖରେ ପାଳନ କରାଯାଉଛି। ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି । ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି। ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି…

Read More

Akshaya Tritiya in Puri: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ସମସ୍ତ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ସେଥିପାଇଁ ଏହି ପବିତ୍ର ଦିନରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଏଥିସହିତ ଆଜି ଚନ୍ଦନ ଯାତ୍ରାର ମଧ୍ୟ ଆରମ୍ଭ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ରଥ ଖଳାରେ ତିନୋଟି ୧୨ ଫୁଟିଆ କାଠ ରଖାଯାଇ ପୂଜାର୍ଚ୍ଚନା ପରେ ବିଶ୍ଵକର୍ମା ମହାରଣା ସୁନା ଓ ରୂପା କୁରାଢ଼ୀ ସ୍ପର୍ଶ କରି ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ। ପ୍ରଥମେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚଳନ୍ତି ପ୍ରତିମା ବିମାନରେ ବିଜେ କରିବେ । ବିମାନରେ ଯିବା ସମୟରେ ରଥଖଳାରେ ତିନୋଟି ଆଜ୍ଞାମାଳ ତିନି କାଠରେ ଲାଗି କରାଯିବ। ପରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ବିମାନରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବା ପରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ…

Read More

Akshaya Tritiya 2024 : ପଞ୍ଚଙ୍ଗ ଅନୁଯାୟୀ ଅକ୍ଷୟ ତୃତୀୟାର ପର୍ବ ପ୍ରତିବର୍ଷ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଏଥର ଅକ୍ଷୟ ତୃତୀୟା ଅକ୍ଷୟ ତେଜ ନାମରେ ମଧ୍ୟ ଜଣାଶୁଣା। ଅକ୍ଷୟ ଅର୍ଥାତ୍ ଯାହା କେବେ ବି କ୍ଷୟ ହୁଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ। ବୈଶାଖ ମାସର ଶୁକ୍ଲ ପକ୍ଷ ତୃତୀୟାରେ ପାଳନ କରାଯାଉଥିବା ଏହି ପର୍ବର ଉଲ୍ଲେଖ ବିଭିନ୍ନ ପୁରାଣପୋଥୀରେ ଦେଖିବାକୁ ମିଳେ।  ବିଷ୍ଣୁ ଧର୍ମ ସୁତ୍ର, ମତ୍ସ୍ୟ ପୁରାଣ, ନାରଦୀୟ ପୁରାଣ ଏବଂ ଭବିଷ୍ୟ ପୁରାଣ ଇତ୍ୟାଦିରେ ବର୍ଣ୍ଣାନା ଦେଖିବାକୁ ମିଳେ। ଅକ୍ଷୟ ତୃତୀୟା ଏପରି ଏକ ମୁହୂର୍ତ୍ତ କିମ୍ବା ଏପରି ଏକ ତାରିଖ ଯେଉଁଥିରେ କି ସବୁ ପ୍ରକାରର ଶୁଭ କାର୍ଯ୍ୟ କରାଯାଇଥାଏ। ଏହିଦିନ ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରିବ। ଧାର୍ମିକ ଗ୍ରନ୍ଥରେ କୁହାଯାଇଛି ଯେ ଅକ୍ଷୟ ତୃତୀୟା ଦିନ କରାଯାଇଥିବା ଦାନ ଏବଂ ଗୁଣାତ୍ମକ…

Read More

ମେଷ- ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ । ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ…

Read More

ଭୁବନେଶ୍ବର: ପ୍ରକାଶ ପାଇଛି ବିଜେଡିର ନିର୍ବାଚନ ଇସ୍ତାହାର ବା ଘୋଷଣା ପତ୍ର। ଏହାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନମୋଚନ କରିଛନ୍ତି। ତାଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପଟ୍ଟନାୟକ, ଇସ୍ତାହାର କମିଟ ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେେ ନବୀନ ୯ ଟି ଗ୍ୟାରେଣ୍ଟି ପ୍ରଦାନ କରିଛନ୍ତି। ଏହି ଘୋଷଣା ପତ୍ରରେ ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟିଗୁଡିକ ୫ଟି ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ ଏବଂ ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପ୍ରଦାନ କରିବ। ଏଥିରେ ଯାହା ରହିଛି ତାହା ହେଲା.. ୧. ଓଡିଶାର ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ଏକ ଲକ୍ଷ…

Read More

ଭୁବନେଶ୍ୱର: ଭାରତୀୟ ପୋଲିସ ସେବା (ଆର୍‌. ଆର୍‌.-୨୦୨୩)ର ୫୭ ଜଣ ଶିକ୍ଷାନବିସ ଅଧିକାରୀ ଆଜି ମୁଖ୍ୟ ନିର୍ବାଚନ ଅଧିକାର, ଓଡ଼ିଶାଙ୍କ କାର୍ଯ୍ୟାଳୟକୁ ଆସି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ଠାରୁ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପରିଚାଳନା ସମ୍ବନ୍ଧରେ ଅବଗତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶିକ୍ଷାନବିସ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇଥିଲେ। ଭାରତୀୟ ପୋଲିସ ସେବା (ଆର୍‌.ଆର୍‌-୨୦୨୩)ର ୫୭ ଜଣ ଶିକ୍ଷାନବିସ ଅଧିକାରୀ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଗସ୍ତ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଶିକ୍ଷାନବିସ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ୱାଗତ କରାଯାଇଥିଲା । ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟସ୍ଥ ମିଡ଼ିଆ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସମସ୍ତ ଶିକ୍ଷାନବିସ ଅଧିକାରୀମାନଙ୍କୁ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର, ଆସ୍କା ଓ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ରାଲିରେ ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ନିର୍ବାଚନ ପ୍ରଚାରର କୋଳାହଳ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ନିରାଡ଼ମ୍ୱର ଶୈଳୀର ପ୍ରଚାର ଲୋକଙ୍କ ହୃଦୟକୁ ଛୁଇଁଥିଲା। ଉଚ୍ଛସିତ ଜନତା ମୁଖ୍ୟମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତରରେ ସେମାନେ ‘ହଁ’ ଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‍, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି ଯୋଜନା ଆଦି ସବୁ ଯୋଜନା ବିଷୟରେ ଲୋକ ଦେଇଥିଲେ ବିଶାଳ ସମ୍ମତି। ଶେଷରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ…

Read More

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗକୁ ମିଳିଛି ସଫଳତା। ଜାତୀୟ ରାଜପଥରେ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ ସୁନାଖେଳା ଓଭରବ୍ରିଜ ନିକଟରେ ୩ ଜଣ ଯୁବକ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ସୂଚନା ପାଇ ଚଢ଼ାଉ କରିଥିଲେ ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ଓ ଟିମ। ଚଢ଼ାଉ ବେଳେ ତିନି ଯୁବକଙ୍କ ନିକଟରୁ ୨୧ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ର ଫଇଜାଲ(୨୬), ମୁସାରଫ(୨୩) ଏବଂ ଜିସାନ (୨୨) l ତେବେ ଅଭିଯୁକ୍ତ ମାନେ ଉକ୍ତ ଗଞ୍ଜେଇ କେଉଁଠୁ ଆଣିଲେ ଏବଂ କୁଆଡ଼େ ନେଉଥିଲେ ସେବିଷୟରେ ଏଯାବତ ମୁହଁ ଖୋଲିନାହାନ୍ତି। ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଅବକାରୀ ଅଧିକାରିଣୀ ଶ୍ରୀମତୀ ପଣ୍ଡା କହିଛନ୍ତି।

Read More

ଭୁବନେଶ୍ବର: ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଆଜି ଯେଉଁମାନେ ପ୍ରାର୍ଥୀ ପ୍ରତ୍ୟାହାର କରିବା କଥା ତାହା କରିସାରିଥିବେ। ଫଳରେ ଆସନ୍ତାକାଲି ନିର୍ବାଚନ ମଇଦାନରେ କେତେଜଣ ପ୍ରାର୍ଥୀ ରହିଲେ ତାହା ଜଣାପଡିବ। ଏହା ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଲାଗୁ ହୋଇଛି। ଏଥିରେ ଓଡିଶାର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ଵର ଲୋକସଭା ଏବଂ ଏହାର ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିସନରଙ୍କ ଘୋଷଣା ଅନୁସାରେ ଯେଉଁ ତାରିଖ ଘୋଷଣା ହୋଇଛି ତାହା ହେଲା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୯ ଏପ୍ରିଲ ୨୦୨୪ ପ୍ରାର୍ଥୀପତ୍ର ଶେଷ ତାରିଖ-୦୬ ମେ ପ୍ରାର୍ଥୀ ପତ୍ର ଯାଞ୍ଚ- ୦୭ ମେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୦୯ ମେ ଭୋଟ ଗ୍ରହଣ- ୨୫ ମେ ଭୋଟ ଗଣତି- ୪ ଜୁନ

Read More

ଭୁବନେଶ୍ୱର: ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଏମ୍‌ସ ଭୁବନେଶ୍ୱର। ପଶ୍ଚିମବଙ୍ଗର ଜଣେ ୫୧ବର୍ଷ ବୟସ୍କ ପୁରୁଷ (ରବୀନ୍ଦ୍ର ବିଶୁଇ)ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍‌ପ)ରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଛି। ଦୀର୍ଘ ବର୍ଷ ହେବ ସେ ଭୋଗୁଥିବା ଏହି ମାରାତ୍ମକ ଟ୍ୟୁମର୍‌କୁ କାଢ଼ି, ଏମ୍‌ସର ଡାକ୍ତରୀଦଳ ତାଙ୍କୁ ଏକ ନୂତନ ଜୀବନ ଦେଇଥିବା ଶ୍ରୀ ବିଶୁଇ ପ୍ରକାଶ କରିଛନ୍ତି। ଖପୁରୀର ଉପର ଭାଗରେ ସାଧାରଣତଃ ଏହି ଜାତୀୟ ଟ୍ୟୁମର୍‌ ଦେଖାଯାଇନଥାଏ। ମାତ୍ର ଥରେ ହେଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ। ତେଣୁ ଅତ୍ୟନ୍ତ ସତର୍କତାର ସହିତ ଏହାକୁ କଢ଼ାନଗଲେ ରୋଗୀ ପାଇଁ ଏହା ବିପଦପୂର୍ଣ୍ଣ ପ୍ରତିପାଦିତ ହୋଇଥାଏ। ଭାରତରେ ଏପରି ଅସ୍ତ୍ରୋପଚାର ଦ୍ବିତୀୟ ଥର ପାଇଁ ସମ୍ପାଦିତ ହୋଇଥିବା କୁହାଯାଉଛି। ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

Read More

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରେ ବିଶାଳ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ତାଙ୍କର ସ୍ବତନ୍ତ୍ର ଗାଡି ଭୁବନେଶ୍ବରରେ ପହଞ୍ଚି ସାରିଛି। ଏଥିସହିତ ସୁରକ୍ଷା ପାଇଁ ରାଜଧାନୀରେ ପହଞ୍ଚିଛନ୍ତି ଏସପିଜି କମାଣ୍ଡୋ। ସେମାନେ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଯାଞ୍ଚ କରୁଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଧ୍ୟାରେ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଲୋକମାନେ ଛିଡା ହୋଇ ତାଙ୍କୁ ସ୍ବାଗତ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ନେଇ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇପଡିଛି। ବିଶେଷ କରି ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବେଶ ଉତ୍ସାହିତ ହୋଇପଡିଛନ୍ତି।

Read More

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାର। ଭୁବନେଶ୍ବରର ଶଙ୍ଖ ଭବନରେ ଦଳ ତରଫରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଯାଇଥିଲେ ମଧ୍ୟ ବିଜେଡି ତାହାର ଇସ୍ତାହାର ପ୍ରକାଶ କରି ନାହିଁ। ଅନ୍ୟପକ୍ଷରେ ଅନ୍ୟ ଦଳଗୁଡିକ ତାଙ୍କର ଇସ୍ତାହାର ପ୍ରକାଶ କରିସାରିଲେଣି। ତେବେ ପ୍ରଚାର ବେଳେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଇସ୍ତାହାରକୁ ନେଇ ମତ ରଖିଥିଲେ। ସେ କହିଥିଲେ ଯେ, ଅନ୍ୟ ଦଳ ନିର୍ବାଚନ ଜିତିବା ପାଇଁ ଇସ୍ତାହାର ପ୍ରକାଶ କରିଛନ୍ତି। ହେଲେ ବିଜେଡି ଓଡିଶାର ବିକାଶ ପାଇଁ ଇସ୍ତାହାର ପ୍ରକାଶ ପାଇବ। ବିଜେଡି ଇସ୍ତାହାର ଦେଶର ସବୁଠାରୁ ଶ୍ରେଷ୍ଠ ଇସ୍ତାହାର ହେବ ବୋଲି ସେ କହିଛନ୍ତି।

Read More

ଯାଜପୁର: କୋରେଇ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସନ୍ଦ୍ୟାରାଣୀ ଦାସ। ତାଙ୍କ ହଜାର ହଜାର ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ଆସି ସେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ତା ପୂର୍ବରୁ ସେ ପାଣିକୋଇଲି ତାରିଣୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି ନାମାଙ୍କନ ଦାଖଲ ପାଇଁ ଯାଇଥିଲେ। ସନ୍ଧ୍ୟାରାଣୀ 4 ସେଟ ନାମାଙ୍କନ ଦାଖଲ କରିଛନ୍ତି। କୋରେଇ ହେଉଛି ତାଙ୍କ ସ୍ବାମୀ ସ୍ବର୍ଗତ ଅଶୋକ ଦାସଙ୍କ ଗଡ। ସେଠାରୁ ଅଶୋକ ଦାସ ଲଗାତର ଜିତି ଆସୁଥିଲେ। ତାଙ୍କର ପରଲୋକ ପରେ ସେଠାରୁ ଅନ୍ୟମାନେ ଛିଡା ହୋଇଥିଲେ। ତାଙ୍କ ପୁତ୍ର ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ବିଜେଡିର ଜଣେ ଟାଣୁଆ ନେତା। ସେ ସମ୍ବଲପୁର ଲୋକସଭା ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି।

Read More

ନୂଆଦିଲ୍ଲୀ: ପୋଲିସର ଚେକିଂ ବେଳେ ମିଳିଛି କୋଟି କୋଟି ଟଙ୍କା। ଖାଲି ନଗଦ କ୍ୟାସ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନିର୍ବାଚନ ସମୟରେ ଏପରି ବିପୁଳ ପରିମାଣର ଟଙ୍କା କାହାର, କେଉଁଠି ଆସିଲା ଏତେ ଟଙ୍କା ତାହା ପୋଲିସର ମୁଣ୍ଡ ଖରାପ କରିଦେଇଛି। ସେତିକି ନୁହେଁ ଏହି ଟଙ୍କା ଏକ ଲରିରେ ଯେପରି ନିଆଯାଉଥିଲା ତାହା ମଧ୍ୟ ବଡ ଆଶ୍ଚର୍ଯ୍ୟର କଥା। ଏହି ଘଟଣାଟି ଆନ୍ଧ୍ର ପ୍ରଦେଶର ଏନଟିଆର ଜିଲ୍ଲା ଚେକ ଗେଟ ଚେକିଂ ବେଳ ଜଣାପଡିଛି। ସେଠାରେ ଥିବା ଗରିକାପାଡୁ ଚେକ ଗେଟରେ ସାଧାରଣ ଚେକିଂ ବେଳେ ଏହି ଘଟଣା ପଦାକୁ ଆସିଛି। ବଡ ବଡ ପାଇପ ଲୋଡ ହୋଇଥିବା ଏକ ଲରିର ଡ୍ରାଇଭର ଓ ହେଲପର ହାଲଭାବ ଦେଖି ଚେକିଂ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ସେମାନେ ଗାଡିକୁ ସାଇଟ କରି ଭଲଭାବରେ ଚେକ କରିବା ପରେ ଜଣାପଡିଥିଲା ଯେ, ଲରି ଭିତରେ ଏକ ସ୍ବତନ୍ତ୍ର ଚ୍ୟାମ୍ବର କରାଯାଇଛି। ତାହାକୁ…

Read More

ଭୁବନେଶ୍ବର: ଆଜି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ ପୂର୍ବରୁ ଓଡିଶା ପ୍ରଚାରରେ ଆସିବାର ଥିଲା। ହେଲେ କୌଣସି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆସିପାରି ନ ଥିବାରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ। ହେଲେ ଆଜି ସେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭା କରିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗଡକରୀ ଆଜି ଦିନ ୧୨ଟା ୧୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଯାଇ ପୁରୀ ତାଳବଣିଆ ହେଲିପ୍ୟାଡରେ ମଧ୍ୟହ୍ନ ୧୨ଟା ୩୫ ମିନିଟରେ ପହଞ୍ଚିବେ। ପ୍ରଥମେ ସେ ଦିନ ୧ ଟାରୁ ୧ଟା ୪୫ ମିନିଟ ମଧ୍ୟରେ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବେ । ଏହାପରେ ଶ୍ରୀମନ୍ଦିରରୁ ବାହାରି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବାସଗୃହକୁ ଯିବେ।ଅପରାହ୍ଣ ୩ଟା ୩୦ ମିନିଟରେ…

Read More

ନାଚୁଣୀ: ଆଜି ସକାଳୁ ଏକ ଗୋରୁ ବୋଝେଇ ଆଇଚର ଗାଡି ଜବତ ହୋଇଛି। ସୂଚନା ମୁତାବକ ଏକ ଗୋରୁ ବୋଝେଇ ଗାଡି ଖୋର୍ଦ୍ଧା ରୁ ଆନ୍ଧ୍ର ଯାଉଥିବାର ଖବର ପାଇ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ଏହାକୁ ପିଛା କରିଥିଲେ। ତେବେ ନାଚୁଣୀ ଥାନା ନିକଟରେ ଗାଡି ଅଟକାଇବା ବେଳେ ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି। ଖବର ପାଇ ନାଚୁଣୀ ପୋଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ତେବେ ବର୍ତ୍ତମାନ ନିର୍ବାଚନ ପାଇଁ ସାରା ରାଜ୍ୟରେ ଚେକିଙ୍ଗ କଡ଼ାକଡି ଜାରି ରହିଥିବା ବେଳେ ଗୋରୁ ବୋଝେଇ ଗାଡିଟି କିପରି ଗୋ ଚାଲାଣ କରିବାରେ ସକ୍ଷମ ହେଲା ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏ ନେଇ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି।

Read More

ଭୁବନେଶ୍ୱର: ଚିଲିକା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀ ଓ କର୍ମକର୍ତ୍ତାଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଚିଲିକା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି କର୍ମୀ ଓ କର୍ମକର୍ତ୍ତାମାନେ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ…

Read More

ବାଲୁଗାଁ: ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରୁ ବାଲୁଗାଁ ଏନଏସି ଅନ୍ତର୍ଗତ ରାମପୁରରେ ଦୀର୍ଘ ୨୧ ଦିନ ବ୍ୟାପି ରାମନବମୀ ଉତ୍ସବ ପାଳିତ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ଣରେ ଉଦଯାପିତ ହୋଇଯାଇଛି। ରାମନବମୀ ପ୍ରାରମ୍ଭରୁ ଦୈନନ୍ଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟାରେ ରାମଚରିତ ମାନସ ପଠନ କରାଯାଉଥିଲା।ଏହିଅବସରରରେ ଅଞ୍ଚଳବାସୀ ନିଷ୍ଠାର ସହ ବ୍ରତ ରଖିଥିବା ବେଳେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ଅପରାହ୍ନରେ ଭକ୍ତମାନେ ପୂର୍ଣ୍ଣ କଳସ ଧରି ପ୍ରଭୁ ଶ୍ରୀରାମଙ୍କୁ ବିମାନରେ ଅବତରଣ କରି ବାଜା ରୋଷଣୀରେ ଗ୍ରାମ ପରିକ୍ରମା କରିଥିଲେ। ଶୁଦ୍ଧ ଓ ସାତ୍ତ୍ଵିକ ଭାବେ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କରି ବ୍ରତ ଉପବାସ ରଖିଥିବା ଶ୍ରଦ୍ଧାଳୁମାନେ ଉଦଯାପନୀ ଦିବସରେ ଠାକୁରଙ୍କ ଆଶିଷ ଲାଭ କରିଥିଲେ।ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ଠାକୁରଙ୍କୁ ଦର୍ଶନ ନିମନ୍ତେ ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Read More