ବିଛା: – ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବେ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ । କୁମ୍ଭ: – ବୁଡି ଯାଇଥିବା ଟଙ୍କା ପୁଣି ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅନ୍ତୁ । ଅଧସ୍ତନମାନଙ୍କ ସହଯୋଗ ମିଳିବ ।
Author: Samikhsya Bureau
ଧନୁ: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ଟଙ୍କା ପାଇବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ମକର : – ବାହାର ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।
ମିଥୁନ: – ଜମି ବିକ୍ରୟ ଏବଂ ନିର୍ମାଣ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । କନ୍ୟା: – ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଏଥର ଲାଭବାନ ହେବ ।
କର୍କଟ: – ଯୋଜନା ସଫଳ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବୋ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ସିଂହ: – ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ବିବାହ ପ୍ରସ୍ତାବ ପକ୍କା ହେବ। ଯଦି ଆବଶ୍ୟକ ଆଇଟମ୍ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ ।
ମେଷ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେକୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ। ଭାଇମାନଙ୍କଠାରୁ ସମର୍ଥନ ପାଇବେ । ବୃଷ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ସଂପତ୍ତି ମୂଲ୍ୟ ବୃଦ୍ଧି ହେବ । ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ ।
ସୀତାରାମ ଅଗ୍ରୱାଲ ବାଣପୁର: ବର୍ତ୍ତମାନ କରୋନା ମହାମାରୀ ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ସୃଷ୍ଟି କରିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ ଧୀରେ ଧୀରେ କଡାକଡି କାରାଯାଉଥିବା ବେଳେ କେବଳ ଅତି ଜରୁରୀକାଳୀନ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ତେବେ ଉକ୍ତ ଜରୁରୀକାଳୀନ କାର୍ଯ୍ୟ ମଧ୍ୟରେ ବାହାଘର ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ଅଟେ। ହେଲେ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣମାନେ କିଛିଦିନ ହେବ ଏ ବିଷୟକୁ ନେଇ ଦ୍ୱନ୍ଦରେ ପଡିଛନ୍ତି। ଅନୁମତି ପତ୍ର ପାଇବା ପାଇଁ ବାରମ୍ବାର ଥାନା ଏବଂ ତହସିଲ ଦୌଡୁଥିବାର ଦେଖାଯାଉଛି। ତେବେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଛି। ଗତ ୧୯ ଏପ୍ରିଲ ରେ ପତ୍ର ସଂଖ୍ୟା ୧୮୮୦ ମାଧ୍ୟମରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେଉଁଥିରେ ବାହାଘର ଏବଂ ଶୁଦ୍ଧିକ୍ରିୟା ପାଇଁ ଏଥର ଜନସାଧାରଣ ମାନେ ସ୍ଥାନୀୟ ଥାନାଧିକାରୀଙ୍କଠୁ ଅନୁମତି…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ନେତା କୋଭିଡ-୧୯ ମହାମାରୀ ସମ୍ପର୍କରେ ଆଲୋଚନା କରିଥିଲେ । ରାଷ୍ଟ୍ରପତି ପୁଟିନ ଏହି ସମୟରେ ଭାରତ ସରକାର ଓ ଦେଶବାସୀଙ୍କ ସହିତ ଅଛନ୍ତି ଓ ରୁଷ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତକୁ ରୁଷର ସାହାଯ୍ୟ ଦୁଇ ଦେଶର ବନ୍ଧୁତ୍ୱର ପ୍ରତୀକ ବୋଲି କହିଥିଲେ। ଉଭୟ ନେତା ବୈଶ୍ୱିକ ମହାମାରୀ ମୁକାବିଲା କରିବା ଦିଗରେ ଦୁଇ ଦେଶର ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ପୁଟନିକ୍-ଭି ଟିକାର ଆପତକାଳୀନ ବ୍ୟବହାରକୁ ଭାରତ ଅନୁମୋଦନ କରିବା ନେଇ ପୁଟିନ ତାହାର ପ୍ରଶଂସା କରିଥିଲେ । ଭାରତ, ରୁଷ ଓ ଅନ୍ୟାନ୍ୟ ଦେଶରେ ରୁଷୀୟ ଟିକା ପ୍ରସ୍ତୁତ ହେବ ବୋଲି ଦୁଇଦେଶ ନେତା ଉଲ୍ଲେଖ କରିଥିଲେ । ଦୁଇଦେଶର…
ଭୁବନେଶ୍ବର, କରୋନା ପାଇଁ ବିଭିନ୍ନ ସମୟରେ ରେଳ ବିଭାଗ ତାହାର କଟକଣା ଜାରୀ କରିଥାଏ। କେତେବେଳେ ଟ୍ରେନ ବାତିଲ ତ କେତେବେଳେ କରୋନା ପରୀକ୍ଷା ବାଧ୍ୟତାମୁଳକ। ତେବେ ଆଜି ରେଳ ବିଭାଗ ପୁରୀ ନୂଆଦିଲ୍ଲୀ ଯାଉଥିବା ପୁରୁଷତ୍ତମ ଏକ୍ସପ୍ରେସ ଉପରେ ଏକ ନୂଆ ନିଷ୍ପତି ଘୋଷଣା କରିଛି। ତାହା ହେଲା ଏହି ଏକ୍ପପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆଉ ଖାଇବାକୁ ଦିଆଯିବ ନାହିଁ। କାରଣ ହେଲା କୋଭିଡ ପାଇଁ ଏହି ଟ୍ରେନରୁ ପ୍ୟାଣ୍ଟ୍ରିଂ କାର ପ୍ରତ୍ୟାହାର କରାଯାଇଛି। ପୂର୍ବତଟ ରେଳବାଇର ସୂଚନା ଅନୁସାରେ ଆଜିଠାରୁ ଅର୍ଥାତ 28 ତାରିଖରୁ ଏହାକୁ ଲାଗୁ କରାଯାଇଛି। ଉଭୟ ପଟ ଟ୍ରେନ ଚଳାଚଳରେ ଏହା ଲାଗୁ କରାଯାଇଛି। ତେବେ କେତେ ଦିନ ପର୍ଯ୍ୟନ୍ତ ଏହା ବାତିଲ ରହିବ ତାହା କୁହାଯାଇ ନାହିଁ। କେବଳ କୁହାଯାଇଛି ଯେ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିଷ୍ପତି ଲାଗୁ ରହିବ। ଏଥିସହିତ ଯାତ୍ରୀମାନେ ନିଜ ଖାଇବା ବ୍ୟବସ୍ଥା ନିଜେ କରିବେ…
ଭୁବନେଶ୍ବର: ଆସନ୍ତାକାଲି ୧୨ ଟି ଜିଲ୍ଲାରେ କୋଭିଡ଼ ଟୀକାକରଣ ବନ୍ଦ ରହିବା। ଖୋର୍ଦ୍ଧା, କଟକ, ପୁରୀ, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା ଜିଲ୍ଲାରେ ଟୀକାକରଣ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି।
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ପୌରପରିଷଦ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ଓକିଲ ସଂଘ ସଂପାଦକ ନରେଶ ଦାସ ପ୍ରମୁଖ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ପୌରପରିଷଦ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଭୁବନେଶ୍ବର: ରାଜ୍ୟରେ ୯ ଟି ନୂଆ ଶିଳ୍ପ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ସୁରେଶ ମାହାପାତ୍ରଙ୍କ ଅଧ୍ଯକ୍ଷତାରେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ବସିଥିଲା। ସମସ୍ତ ପ୍ରକଳ୍ପଗୁଡିକ ଲାଗି ୨ ହଜାର ୫୭୦ କୋଟି ୫୪ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରାଯିବ ବୋଲି ଏହି ବୈଠକରେ ପ୍ରସ୍ତାବ ହୋଇଛି। ଫଳରେ ଏହି ପ୍ରକଳ୍ପଗୁଡିକ ପାଇଁ ରାଜ୍ୟରେ ୨ ହଜାର ୭୫୫ ଜଣ ନିଯୁକ୍ତି ସୁଯୋଗ ପାଇବେ।
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତିର୍ତ୍ତୋଲ ବ୍ଳକରୁ ୧୯ ଜଣ, କୁଜଙ୍ଗ ବ୍ଲକରୁ ୧୯ଜଣ,ଜଗତସିଂହପୁର ବ୍ଳକରୁ ୧୭ଜଣ , ବିରିଡ଼ି ବ୍ଲକରୁ ୧୩ଜଣ ,ନାଉଗାଁ ବ୍ଲକରୁ ୧୧ଜଣ ,ବାଲିକୁଦା ବ୍ଲକରୁ ୯ଜଣ, ଏରସମା ବ୍ଲକରୁ ୬ଜଣ, ରଘୁନାଥପୁର ବ୍ଲକରୁ ୬ଜଣ ଓ ଜଗତସିଂହପୁର ୟୁ.ଏଲ୍.ବି ରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୦୦୬୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୪୯୯ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ବର୍ତ୍ତମାନ ୫୩୧ ଜଣ ଆକ୍ରାନ୍ତ ଜିଲ୍ଲାରେ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ବର: ଆଜି ଭୁବନେଶ୍ଵର ସ୍ଥିତ ମାର୍କେଟ ବିଲ୍ଦିଙ୍ଗ-୨କୁ ଦୁଇ ଦିନ ପାଇଁ ବିଏମସି ସିଲ୍ କରିଛି। ବିଏମସି ଏବଂ ପୋଲିସ ପକ୍ଷରୁ ଆଜି ମାର୍କେଟ ବିଲ୍ଦିଙ୍ଗରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ମାର୍କେଟ ବିଲ୍ଦିଙ୍ଗରେ କୋଭିଡ଼ ନିୟମ ଉଲ୍ଲଂଘନ ହେଉଥିବାରୁ ବିଏମସି ସିଲ୍ କରିଛି। ସେହିଭଳି କୋଭିଡ଼ ନିୟମ ଉଲ୍ଲଂଘନ ଯୋଗୁଁ ବାପୁଜୀ ନଗର ଭେଣ୍ଡିଂ ଜୋନକୁ ମଧ୍ୟ ବିଏମସି ସିଲ୍ କରିଛି। ତେବେ ଦୁଇ ଦିନ ପାଇଁ ଏହାକୁ ସିଲ କରାଯାଇଥିବା ବେଳେ ଶନିବାର ଏବଂ ରବିବାର ଦିନର ସଟଡାଉନ ପରେ ଆସନ୍ତା ସୋମବାର ଦିନ ଖୋଲିବା ପାଇଁ ନିର୍ଦ୍ଦେଶ ହୋଇଛି।
ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସ୍ଥାନ ପାଇଛି। ଭାରତରେ ଡିଜିଟାଲ୍ ପରିବର୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍ର ନାମ ସାମିଲ କରାଯାଇଛି। ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ବିଗତ କିିଛି ବର୍ଷରେ ଜିଓ ଭାରତରେ ସବୁଠାରୁ ବଡ଼ ୪ଜି ନେଟ୍ୱର୍କ ପ୍ରସ୍ତୁତ କରିଛି ଏବଂ ସବୁଠୁ କମ୍ ମୂଲ୍ୟରେ ୪ଜି ସେବା ଯୋଗାଉଛି। ୧ ଜିବି ଡାଟାକୁ ରିଲାଏନ୍ସ ଜିଓ ୫ ଟଙ୍କା ଭଳି ସୁଲଭ ମୂଲ୍ୟରେ ପ୍ରଦାନ କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି। ଟାଇମସ୍ ପତ୍ରିକା ତରଫରୁ କୁହାଯାଇଛି ଯେ ସାରା ଦୁନିଆର ନିବେଶକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଡିଜିଟାଲ୍ କଂପାନି ଜିଓ ପ୍ଲାଟଫର୍ମସ୍ରେ ନିବେଶ କରିବାକୁ ପ୍ରସ୍ତୁତ ରହିଛନ୍ତି। ସେମାନେ ରିଲାଏନ୍ସ ଜିଓର ୪୧ କୋଟି ଗ୍ରାହକଙ୍କ ନିକଟରେ ପହଂଚିବାକୁ ପ୍ରୟାସ କରୁଛନ୍ତି। ଗତ ବର୍ଷ ଜିଓ ପାଇଁ ୨୦ ବିଲିଅନ ଡଲାରର ନିବେଶ…
ସୀତାରାମ ଅଗ୍ରୱାଲ ବାଣପୁର: ସରପଞ୍ଚଙ୍କ ପ୍ରତିନିଧି ବାର୍ଦ୍ଧକ୍ୟ ଏବଂ ଦିବ୍ୟାଙ୍ଗ ଭତ୍ତାପାଇଁ ହିତାଧିକାରୀଙ୍କୁ ଦୀର୍ଘ ୭ କିଲୋମିଟର ଦୌଡ଼ାଉଥିବାର ଅଭିଯୋଗ ହେଉଛି। ଅସହ୍ୟ ତାତି ସହ କରୋନା ସଂକ୍ରମଣଙ୍କୁ ଭୃକ୍ଷେପ ନକରି ହିତାଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ସରପଞ୍ଚଙ୍କ ପ୍ରତିନିଧି ହଇରାଣ କରୁଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭବାନୀପୁର ପଞ୍ଚାୟତରେ ଏଭଳି ଏକ ଦୟନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ମୁତାବକ, ୨୦୧୭ ମସିହାରେ ତୁମୁରାପୁଟ ପଞ୍ଚାୟତ ଠାରୁ ଅଲଗା ହୋଇ ଭବାନୀପୁର ପଞ୍ଚାୟତ ଏକ ନୂଆ ପଞ୍ଚାୟତର ମାନ୍ୟତା ପାଇଥିଲା। କିନ୍ତୁ ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ଭବାନୀପୁର ପଞ୍ଚାୟତର ନିଜସ୍ୱ କାର୍ଯ୍ୟାଳୟ ଏଯାଏଁ ନିର୍ମାଣ ହୋଇପାରିନାହିଁ। ତେବେ ବହୁ ଦାବି ପରେ ଭବାନୀପୁର ପଞ୍ଚାୟତର ବାଲିଡ଼ିହି ଗ୍ରାମର ଏକ ଅସ୍ଥାୟୀ ଘରେ ରାସନ ସାମଗ୍ରୀ ସହ ବାର୍ଦ୍ଧକ୍ୟ ଏବଂ ଦିବ୍ୟାଙ୍ଗ ଭତ୍ତା ଦୀର୍ଘ ବର୍ଷ ହେଲା ହିତାଧିକାରୀଙ୍କୁ ମିଳୁଥିଲା। ହେଲେ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୪୪୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୫ ହଜାର ୬୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୪୯୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୫୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୭୨୧, ଖୋର୍ଦ୍ଧାରୁ ୫୯୬, ନୂଆପଡ଼ାରୁ ୩୬୬, ବଲାଙ୍ଗୀରିରୁ ୩୨୦, କଳାହାଣ୍ଡିରୁ ୨୭୨, କଟକରୁ ୨୫୩, ସମ୍ବଲପୁରରୁ ୨୪୧, ପୁରୀରୁ ୧୯୨, ବରଗଡରୁ ୧୯୧, ଝାରସୁଗୁଡାରୁ ୧୬୮, ନବରଙ୍ଗପୁରରୁ ୧୫୦, କେନ୍ଦୁଝରରୁ ୧୦୧, ଯାଜପୁରରୁ ୯୩, ମୟୁରଭଞ୍ଜରୁ ୮୬, କେନ୍ଦ୍ରାପଡ଼ାରୁ ୮୫, ରାୟଗଡ଼ାରୁ ୮୫, ନୟାଗଡରୁ ୭୨, ଗଞ୍ଜାମରୁ ୫୭, ଜଗତସିଂହପୁରରୁ ୪୯, ଅନୁଗୁଳରୁ ୪୩, ଭଦ୍ରକରୁ ୪୩, ଗଜପତିରୁ ୪୩, ସୋନପୁରରୁ ୪୨, ବାଲେଶ୍ବରରୁ ୩୯, କୋରାପୁଟରୁ ୨୭, ଦେବଗଡରୁ ୨୧, କନ୍ଧମାଳରୁ ୨୦, ଢେଙ୍କାନାଳରୁ ୧୯, ମାଲକାନାଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୧୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୭୫…
ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ରାଜ୍ୟଗୁଡ଼ିକ ପାଇଁ କୋଭିସିଲ୍ଡ ଟୀକା ଦର ହ୍ରାସ କରିଛି। ପୂର୍ବ ଘୋଷିତ ଦରରୁ ୨୫ ପ୍ରତିଶତ ଟୀକା ଦର ହ୍ରାସ କରିଛି ସେରମ ଇନଷ୍ଟିଚ୍ୟୁଟ। କିନ୍ତୁ କମ୍ପାନୀ ଘରୋଇ ହସ୍ପିଟାଲ ଦରରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ୪୦୦ ଟଙ୍କା ପ୍ରତି ଡୋଜ ରାଜ୍ୟଗୁଡ଼ିକୁ ଦେବା ପାଇଁ ଘୋଷଣା କରାଯାଇଥିବା ବେଳେ ଏବେ ଏହାର ଦର ୩୦୦ ଟଙ୍କାକୁ ହ୍ରାସ ପାଇଛି। ଡୋଜ ପିଛା ୧୦୦ ଟଙ୍କା ହ୍ରାସ କରିଛି କମ୍ପାନୀ। ହେଲେ ଘରୋଇ ହସ୍ପିଟାଲ ପାଇଁ ଘୋଷିତ ଦର ୬୦୦ ଟଙ୍କା ଅପରିବର୍ତ୍ତିତ ରହିଛି। ସେରମ ସିଇଓ ଆଦର ପୁନାୱାଲା ଏନେଇ ସୂଚନା ଦେଇଛନ୍ତି।
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଠାରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ଉଦ୍ଘାଟିତ ହୋଇଯାଇଛି। ଓଡିଶା ଉଚ୍ଚନ୍ୟାୟାଳୟର ମୂଖ୍ୟ ବିଚାରପତି ଡ.ଜଷ୍ଟିସ୍ ଏସ୍.ମୁରଲୀଧର ଭର୍ଚୁଆଲ୍ ମୋଡ୍ ରେ ଏହି ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟକୁ ଉଦ୍ଘାଟନ କରିଥିଲେ। ଜନସାଧାରଣଙ୍କ ଦ୍ୱାରା ଦେଶରେ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏହି କୋର୍ଟ ଉଦ୍ଘାଟନ କରାଯାଇଥିବା ମୂଖ୍ୟ ବିଚାରପତି ଏହି ଅବସରରେ ପ୍ରକାଶ କରିଥିଲେ। ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଥିବା ଜଷ୍ଟିସ୍ ବି.ଆର୍.ଷଡଙ୍ଗି କୋର୍ଟ ଉଦ୍ଘାଟନ ଅବସରରେ ମୁଖ୍ୟ ବିଚାରପତିଙ୍କ ସହ ଯୋଗ ଦେଇ ରେଢାଖୋଲରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ଖୋଲିବାର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ। ସମ୍ବଲପୁର ଜିଲ୍ଲା ଜଜ୍ ବିରଂଚି ନାରାୟଣ ମହାନ୍ତି ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ରେଢାଖୋଲ ଓକିଲ ସଂଘର ସଭାପତି ଗଣେଶ୍ୱର ପ୍ରଧାନ ଓ ସଂପାଦକ ଉମାକାନ୍ତ ମହାନନ୍ଦ ଏ ଅବସରରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ…
ନୂଆଦିଲ୍ଲୀ, ଆଜି ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି। ଆଜି କୋଭିଡଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 62 ହଜାର 903 ନୂତନ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଭାରତରେ କୋଭିଡ ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା ସର୍ବାଧିକ ଅଟେ। ବର୍ତ୍ତମାନ ଦେଶରେ 29 ଲକ୍ଷ 78 ହଜାର କୋଭିଡ ରୋଗୀଙ୍କ ଚିକିତ୍ସା ଚାଲିଛି। ମୋଟ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ଏହା 16 ଦଶମିକ ପାଞ୍ଚ-ପାଞ୍ଚ ପ୍ରତିଶତ। କୋଭିଡରୁ ସୁସ୍ଥ ହାର ହେଉଛି 82 ଦଶମିକ ତିନି-ତିନି ପ୍ରତିଶତ। ଗତ 24 ଘଣ୍ଟା ମଧ୍ୟରେ, ଦୁଇ ଲକ୍ଷ 61 ହଜାରରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇଯାଇଛନ୍ତି, ଏଥି ସହିତ ମୋଟ ଏକ କୋଟି 48 ଲକ୍ଷ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଗତକାଲି କୋଭିଡ ସଂକ୍ରମଣରେ 3 ହଜାର…
ଭୁବନେଶ୍ବର: ଆରଏମଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି କରୋନାକୁ ନେଇ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଯେଉଁ ଆକ୍ରାନ୍ତ ମାସେ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବେ, ସେ ତିନିମାସ ପରେ କରୋନା ଟୀକା ନେଇପାରିବେ। ଆବଶ୍ୟକସ୍ଥଳେ ୬ ସପ୍ତାହ ପରେ ମଧ୍ୟ ଟୀକା ନେଇପାରିବେ। ଟୀକା ନେବା ପରେ କିମ୍ବା ସୁସ୍ଥ ହୋଇ ଫେରିଥିଲେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵ ରଖିବା ଜରୁରୀ। କରୋନାର ଦ୍ଵିତୀୟ ଲହର ପୂର୍ବାପେକ୍ଷା ଅଧିକ ତୀବ୍ର ରହୁଛି। କୋଭିଡ଼ ନିୟମକୁ ମାନିବାରେ ଢିଲା ହେଲେ ସଂକ୍ରମିତ ହେବା ଆଶଙ୍କା ରହିଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ତୁରନ୍ତ ଟେଷ୍ଟ କରାଇନିଅନ୍ତୁ ଏବଂ ହୋମ ଆଇସୋଲେସନରେ ରୁହନ୍ତୁ। ଘରେ ସମସ୍ତେ ପଜିଟିଭ ଥିଲେ ଏକାଠି ରହିପାରିବେ। କିନ୍ତୁ ସମସ୍ତେ ସାମାଜିକ ଦୁରତ୍ଵ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ। ଲକ୍ଷଣ ଦେଖା ଦେଲେ ୩ ରୁ ୫ ଦିନ ମଧ୍ୟରେ ଟେଷ୍ଟ କରାଇନିଅନ୍ତୁ। ଟେଷ୍ଟ ରିପୋର୍ଟ ନଆସିବା ଯାଏଁ ନିଜକୁ…

