ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୦୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ମୃତ୍ୟୁବରଣ କରିଛନ୍ତି। ସେହିଭଳି ରାୟଗଡା ଜିଲ୍ଲାରୁ ୨ ଜଣ ଏବଂ ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୬୭ ହଜାର ୧୧୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୦ ହଜାର ୯୫୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୦୭ କୁ ବୃଦ୍ଧି ହୋଇଛି।
Author: Samikhsya Bureau
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଜଣେ ବିପଦ ସମୟରେ କଣ କରିବା ଉଚିତ ତାହା ବର୍ଣ୍ଣନା କରିଛନ୍ତି। ସେହି ଅନୁସାରେ.. 1. ଚାଣକ୍ୟ କହିଛନ୍ତି ଯେ ଯେତେବେଳେ ଜୀବନରେ କଠିନ ସମୟ ଆସେ ସେତେବେଳେ ନିଜକୁ କେବେବି ବିତୁର୍ଷ୍ଣା ବା ବିଭ୍ରାନ୍ତ ହେବାକୁ ଦିଅନ୍ତୁ ନାହିଁ । ଏକ ବିଭ୍ରାନ୍ତ ମନ କଦାପି ସଠିକ୍ ନିଷ୍ପତ୍ତି ନେବାକୁ ସକ୍ଷମ ହେବ ନାହିଁ। ତେଣୁ ଧର୍ଯ୍ୟବାନ ହୁଅନ୍ତୁ ଏବଂ ନିଜ ପରିବାର ଏବଂ ଘନିଷ୍ଠ ଲୋକଙ୍କୁ ଏକାଠି କରନ୍ତୁ। ଚାଣକ୍ୟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ଧର୍ଯ୍ୟର ସହିତ କାମ କରନ୍ତି, ତେବେ ସେ ସହଜରେ କଷ୍ଟ ସମୟକୁ ଅତିକ୍ରମ କରିପାରିବେ। 2. ଚାଣକ୍ୟ ନୀତି ଶାସ୍ତ୍ରୀଙ୍କ ଅନୁଯାୟୀ, ନିଜକୁ କଷ୍ଟ ସମୟରେ ନକାରାତ୍ମକତାର ଶିକାର ହେବାକୁ ଦିଅନ୍ତୁ ନାହିଁ। ଯେତେ କଷ୍ଟ ହେଉନା କାହିଁକି, କେବେବି ଚିନ୍ତା କର ନାହିଁ ଯେ କେବଳ ଜଣେ ବ୍ୟକ୍ତି କିଛି…
ଚୈତ୍ର ମାସ ଶେଷ ମଙ୍ଗଳବାରରେ ମା ମଝିଘରିଆଣିଙ୍କ ଦର୍ଶନ ପାଇଁ ବିଭୋର ଭକ୍ତ
ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୫୨୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୫୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୬୭ ହଜାର ୧୧୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୦ ହଜାର ୯୫୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୯୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୦୯୨ ଜଣ, ଅନୁଗୁଳ ଜିଲ୍ଲାରୁ ୨୩୯ ଜଣ, ବାଲେଶ୍ଵର ଜିଲ୍ଲାରୁ…
କୋଣାର୍କ: କରୋନା ସଂକ୍ରମଣକୁ ଦେଖି କାକଟପୁର ମା’ ମଙ୍ଗଳା ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ଝାମୁ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ ସମ୍ଭାବନା ଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଆଜି ଶେଷ ଚୈତ୍ର ମଙ୍ଗଳବାରରେ ମା’ ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହେବ। ତେଣୁ ଭିଡକୁ ରୋକିବା ପାଇଁ ପ୍ରଶାସନ ୧୪୪ ଧାରା ଜାରି କରିଛି। କୋଭିଡ଼ କଟକଣା ମଧ୍ୟରେ ଝାମୁ ଯାତ୍ରା କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। କେବଳ ମାନସିକଧାରୀ ଓ ସେବାୟତଙ୍କ ଉପସ୍ଥିତିରେ ଝାମୁ ଯାତ୍ରା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଏବେ ଭାରତ ଅଧିକ ପ୍ରଭାବିତ ହେଉଛି। ଏହା ଭିତରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଫୋନ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ କରୋନା ସଂକ୍ରମଣ ସହ ଲଢିବା ପାଇଁ ଉଭୟ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଭାରତର କୋଭିସିଲ୍ଡ ଟୀକା ପ୍ରସ୍ତୁତ ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇବା ପାଇଁ ଆମେରିକା ରାଜି ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ନୂଆଦିଲ୍ଲୀ: ବିଶ୍ବରେ କରୋନା ସ୍ଥିତି ଏବେ ବେଳକୁ ବେଳ ଉଦବେଗଜନକ ହେବାରେ ଲାଗିଛି। ବର୍ତ୍ତମାନ କରୋନା ବିଶ୍ଵର ୨୧୯ ଟି ଦେଶରେ କାୟା ବିସ୍ତାର କରିସାରିଛି। ବିଶ୍ବରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪ କୋଟି ୮୪ ଲକ୍ଷ ୬୯ ହଜାର ୭୧ କୁ ବୃଦ୍ଧି ହୋଇଥିବା ବେଳେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୧ ଲକ୍ଷ ୩୩ ହଜାର ୩୨୧ ରେ ପହଞ୍ଚିଛି। ସେହିଭଳି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୧୨ କୋଟି ୬୧ ଲକ୍ଷ ୧୨ ହଜାର ୬୧୯ ଏବଂ ୧ କୋଟି ୮୭ ଲକ୍ଷ ୬୭ ହଜାର ୭୦୪ ଜଣ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି।
ମୁମ୍ବାଇ / ଭୁବନେଶ୍ୱର: ମୁମ୍ବାଇରେ କୋଭିଡ୍ ସଂକ୍ରମଣରେ ଦେଖାଦେଇଥିବା ବ୍ୟାପକ ବୃଦ୍ଧିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସହରରେ କୋଭିଡ୍ ପରିଚାଳନାର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ମହାମାରୀ ବିରୋଧରେ ସରକାରୀ ଲଢ଼େଇକୁ ସୁଦୃଢ଼ କରିବା ଲାଗି ଲାଗି ଏହାର ପରିଚାଳନାରେ ବ୍ୟାପକ ସଂପ୍ରସାରଣ କରାଯାଇଛି । ମହାରାଷ୍ଟ୍ର ସରକାର ଓ ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ (ବିଏମସି) ସହିତ ଏହାର ସମ୍ପର୍କକୁ ଆହୁରି ଦୃଢ଼ କରି ରିଲାଏନ୍ସ ପକ୍ଷରୁ ମୁମ୍ବାଇରେ କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ଚାରିଟି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି: ଏନ୍ଏସ୍ସିଆଇରେ ସାର ଏଚ୍ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ୬୫୦ ଶଯ୍ୟା ବିଶିଷ୍ଟ ବ୍ୟବସ୍ଥାର ପରିଚାଳନା କରିବ: ରିଲାଏନ୍ସ ଫାଉଣ୍ଡେସନ ତରଫରୁ ୱର୍ଲିରେ ଥିବା ନ୍ୟାସନାଲ୍ ସ୍ପୋର୍ଟସ୍ କ୍ଲବ ଅଫ୍ ଇଣ୍ଡିଆରେ ୧୦୦ ଆଇସିୟୁ (ଇନଟେନସିଭ କେୟାର ୟୁନିଟ୍) ଶଯ୍ୟା ସୃଷ୍ଟି, କାର୍ୟ୍ୟକ୍ଷମ ଓ ପରିଚାଳନା କରାଯିବ ଯାହା ୨୦୨୧ ମେ’ ୧୫ ଠାରୁ ପର୍ୟ୍ୟାୟକ୍ରମେ…
ମେଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ । କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ । ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ବୃଷ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ…
ଧନୁ- ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ମୀନ – ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ।
ମକର- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । କୁମ୍ଭ- କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ ।
ତୂଳା- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ। ବିଛା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ। ବସ୍ ସହିତ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ ।
ସିଂହ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। କନ୍ୟା- ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ।
ମିଥୁନ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। କର୍କଟ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ ।
ମେଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ । ବୃଷ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ ।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅଷ୍ଟାଦଶତମ ସଂସ୍କରଣ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ବୋରିଗାଁର ଇଲେଭେନ ଷ୍ଟାର କ୍ଲବ ଆୟୋଜନ କରିଥିଲା। ଏଥିରେ ୮ଟି ଟିମ୍ ଭାଗ ନେଇଥିବା ବେଳେ ବୋରିଗାଁ ଦଳ ଫାଇନାଲରେ ବିଜେତା ଘୋଷିତ ହୋଇଛି। ଫାଇନାଲ ମ୍ୟାଚ ବୋରିଗାଁ ଏବଂ ଗଙ୍ଗାଧରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗଙ୍ଗାଧରପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬୯ ରନ୍ ସଂଗ୍ରହ କରିଥିଲା। ଜବାବରେ ବୋରିଗାଁ ୭୦ ରନ ଲକ୍ଷ୍ୟକୁ ପୂରଣ କରି ବିଜୟ ହାସଲ କରିଥିଲା। କଡା ଟକ୍କର ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିବା ବେଳେ ଅନ୍ତିମ ବଲରେ ବୋରିଗାଁ ଦଳର ବ୍ୟାଟ୍ସମ୍ୟାନ ସନ୍ତୋଷ ଚୌକା ମାରି ଦଳକୁ ବିଜୟ କରିଥିଲେ। ଦଳର ନେତୃତ୍ଵ ଚନ୍ଦନ ବରାଳ ନେଇଥିବା ବେଳେ କ୍ରମାଗତ ଦ୍ଵିତୀୟ ଥର ପାଇଁ ଗଙ୍ଗାଧରପୁରକୁ ହରାଇ ବୋରିଗାଁ ଚମ୍ପିୟାନ…
ଭୁବନେଶ୍ବର: ରାଜ୍ୟରେ ବ୍ୟାଙ୍କ ସମୟରେ ପରିବର୍ତ୍ତନ ହୋଇଛି। କରୋନା ସଂକ୍ରମଣକୁ ଦେଖି ବ୍ୟାଙ୍କ ସମୟରେ ପରିବର୍ତ୍ତନ କରିଛି ରାଜ୍ୟ ଅର୍ଥ ବିଭାଗ। ଏଣିକି ରାଜ୍ୟରେ ଗ୍ରାହକଙ୍କ ପାଇଁ ସକାଳ ୧୦ ଟା ରୁ ଅପରାହ୍ନ ୨ ଟା ଯାଏଁ ବ୍ୟାଙ୍କ ଚାଲିବ। ୨ ଟା ରୁ ୪ ଟା ଯାଏଁ ବ୍ୟାଙ୍କର ଅଫିସିଆଲ କାର୍ଯ୍ୟ ଚାଲିବ। ଏହି ନୂଆ ସମୟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲାଗୁରହିବ। ରାଜ୍ୟ ଅର୍ଥ ବିଭାଗ ଏନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରୋଟେସନ ଆଧାରାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାମ ଚାଲିବ ବୋଲି ଅର୍ଥ ବିଭାଗ କହିଛି। ଏହାସହିତ ସବୁ ଜିଲ୍ଲାର ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।
ଭୁବନେଶ୍ଵର: ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କ ସବୁ ଡିଇଓ, ବିଇଓ, ଡିପିସିଙ୍କୁ ଚିଠି କରିଛନ୍ତି। ମେ’ ୩୧ ତାରିଖ ସୁଦ୍ଧା ସମସ୍ତ ସରକାରୀ ସ୍କୁଲରେ ନାମଲେଖା କାର୍ଯ୍ୟ ଶେଷ କରିବାକୁ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ତେବେ କାର୍ଯ୍ୟ ଦିବସରେ ସକାଳ ୭ ଟାରୁ ୯ ଟା ୩୦ ଯାଏଁ ନାମ ଲେଖା ଚାଲିବ। କୋଭିଡ଼ ଗାଇଡଲାଇନ ଅନୁସାରେ ନାମଲେଖା ପ୍ରକ୍ରିୟା କରିବାକୁ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ମଧ୍ୟକୁ ୫ ଜଣ ରୁ ଅଧିକ ଅଭିଭାବକଙ୍କୁ ଏକା ସମୟରେ ପ୍ରବେଶ ପାଇଁ ବାରଣ କରାଯାଇଛି। ‘ଶିକ୍ଷା ସଂଯୋଗ’ ନାମକ ହ୍ବାଟ୍ସଆପ୍ ଗ୍ରୁପ କରାଯାଇ ଅଭିଭାବକମାନଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୧୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୬୪୭, ସୁନ୍ଦରଗଡରୁ ୫୨୧, ଖୋର୍ଦ୍ଧାରୁ ୪୯୮, ଝାରସୁଗୁଡାରୁ ୨୦୧, କେନ୍ଦୁଝରରୁ ୧୭୭, କଟକରୁ ୧୫୨, ବରଗଡରୁ ୧୪୮, ସମ୍ବଲପୁରରୁ ୧୪୮, ପୁରୀରୁ ୧୪୩, ଗଞ୍ଜାମରୁ ୧୨୬, ମୟୂରଭଞ୍ଜରୁ ୧୧୯, ବଲାଙ୍ଗୀରିରୁ ୯୩, ନବରଙ୍ଗପୁରରୁ ୮୭, ବାଲେଶ୍ବରରୁ ୮୧, ଯାଜପୁରରୁ ୬୧, କଳାହାଣ୍ଡିରୁ ୫୬, ରାୟଗଡାରୁ ୫୨, ଭଦ୍ରକରୁ ୫୦, ଜଗତସିଂହପୁରରୁ ୫୦, ଗଜପତିରୁ ୪୫, ନୟାଗଡରୁ ୪୫, ଢେଙ୍କାନାଳରୁ ୩୯, ଦେବଗଡ଼ରୁ ୨୮, କୋରାପୁଟରୁ ୨୧, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୧୫, ମାଲକାନାଗିରିରୁ ୪, ସୋନପୁରରୁ ୩ ଏବଂ ଷ୍ଟେଟ ପୁଲରୁ ୧୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୬୭ ହଜାର ୧୧୧…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭୦୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫୫୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୬୨୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୪ ହଜାର ୮୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫ ହଜାର ୪୬୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ସରକାର ଆଜିର କରୋନା ମହାମାରୀ ସମୟରେ ସମସ୍ତ କରୋନା ଓ ଅଣକରୋନା ରୋଗୀଙ୍କୁ ମାଗଣା ଗୁଣାତ୍ମକ ଚିକିତ୍ସା ଉପଲବ୍ଧ କରାନ୍ତୁ। ଏହା ହିଁ ଆଜିର ସମୟର ଆହ୍ୱାନ ଓ ଏକ ଲୋକ କଲ୍ୟାଣକାରୀ ସରକାରଙ୍କ ଠାରୁ ରାଷ୍ଟ୍ରର ଜନଗଣଙ୍କ ଆଶା। ଏହି ସମୟରେ ସରକାର ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଜୀବନ ବଞ୍ଚାଇବାର ଦାୟିତ୍ୱକୁ ପ୍ରମୁଖତା ଦିଅନ୍ତୁ। ଆଜି ସାମ୍ବାଦିକ ଭବନ ପରିସରରେ ସମ୍ବାଦିକ ସମ୍ମିଳନୀ କରି ଏ ନେଇ ବକ୍ତବ୍ୟ ରଖିଥିଲେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଥିଲେ ଯେ, କରୋନା ମହାମାରୀକୁ ନେଇ ସରକାର ବହୁତ ପ୍ରଚାରର ସତର୍କତା କରୁଥିଲେ ହେଁ ପ୍ରକୃତପକ୍ଷେ ପର୍ଯ୍ୟାପ୍ତ ତ ଛାଡ଼ ସର୍ବନିମ୍ନ ସ୍ୱାସ୍ଥ୍ୟସେବା କରୋନା ରୋଗୀଙ୍କ ପାଇଁ ସଙ୍କଟ କାଳରେ ଉପଲବ୍ଧ କରାଇ ପାରୁନାହାଁନ୍ତି। ଅକ୍ସିଜେନ ଅଭାବରୁ ଅନେକ ରୋଗୀଙ୍କ ଜୀବନ ଅକାଳରେ ଚାଲିଯିବା ଆମ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ଜଳଜଳ କରି…

