ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ଆରମ୍ଭ ହେବ ନାମ ଲେଖା

Published: Apr 26, 2021, 7:27 pm IST

ଭୁବନେଶ୍ଵର: ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କ ସବୁ ଡିଇଓ, ବିଇଓ, ଡିପିସିଙ୍କୁ ଚିଠି କରିଛନ୍ତି। ମେ’ ୩୧ ତାରିଖ ସୁଦ୍ଧା ସମସ୍ତ ସରକାରୀ ସ୍କୁଲରେ ନାମଲେଖା କାର୍ଯ୍ୟ ଶେଷ କରିବାକୁ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ତେବେ କାର୍ଯ୍ୟ ଦିବସରେ ସକାଳ ୭ ଟାରୁ ୯ ଟା ୩୦ ଯାଏଁ ନାମ ଲେଖା ଚାଲିବ। କୋଭିଡ଼ ଗାଇଡଲାଇନ ଅନୁସାରେ ନାମଲେଖା ପ୍ରକ୍ରିୟା କରିବାକୁ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ମଧ୍ୟକୁ ୫ ଜଣ ରୁ ଅଧିକ ଅଭିଭାବକଙ୍କୁ ଏକା ସମୟରେ ପ୍ରବେଶ ପାଇଁ ବାରଣ କରାଯାଇଛି। ‘ଶିକ୍ଷା ସଂଯୋଗ’ ନାମକ ହ୍ବାଟ୍ସଆପ୍ ଗ୍ରୁପ କରାଯାଇ ଅଭିଭାବକମାନଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି।

Related posts