Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତିର୍ତ୍ତୋଲ ବ୍ଳକରୁ ୧୯ ଜଣ, କୁଜଙ୍ଗ ବ୍ଲକରୁ ୧୯ଜଣ,ଜଗତସିଂହପୁର ବ୍ଳକରୁ ୧୭ଜଣ , ବିରିଡ଼ି ବ୍ଲକରୁ ୧୩ଜଣ ,ନାଉଗାଁ ବ୍ଲକରୁ ୧୧ଜଣ ,ବାଲିକୁଦା ବ୍ଲକରୁ ୯ଜଣ, ଏରସମା ବ୍ଲକରୁ ୬ଜଣ, ରଘୁନାଥପୁର ବ୍ଲକରୁ ୬ଜଣ ଓ ଜଗତସିଂହପୁର ୟୁ.ଏଲ୍.ବି ରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୦୦୬୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୪୯୯ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ବର୍ତ୍ତମାନ ୫୩୧ ଜଣ ଆକ୍ରାନ୍ତ ଜିଲ୍ଲାରେ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Read More

ଭୁବନେଶ୍ବର: ଆଜି ଭୁବନେଶ୍ଵର ସ୍ଥିତ ମାର୍କେଟ ବିଲ୍ଦିଙ୍ଗ-୨କୁ ଦୁଇ ଦିନ ପାଇଁ ବିଏମସି ସିଲ୍ କରିଛି। ବିଏମସି ଏବଂ ପୋଲିସ ପକ୍ଷରୁ ଆଜି ମାର୍କେଟ ବିଲ୍ଦିଙ୍ଗରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ମାର୍କେଟ ବିଲ୍ଦିଙ୍ଗରେ କୋଭିଡ଼ ନିୟମ ଉଲ୍ଲଂଘନ ହେଉଥିବାରୁ ବିଏମସି ସିଲ୍ କରିଛି। ସେହିଭଳି କୋଭିଡ଼ ନିୟମ ଉଲ୍ଲଂଘନ ଯୋଗୁଁ ବାପୁଜୀ ନଗର ଭେଣ୍ଡିଂ ଜୋନକୁ ମଧ୍ୟ ବିଏମସି ସିଲ୍ କରିଛି। ତେବେ ଦୁଇ ଦିନ ପାଇଁ ଏହାକୁ ସିଲ କରାଯାଇଥିବା ବେଳେ ଶନିବାର ଏବଂ ରବିବାର ଦିନର ସଟଡାଉନ ପରେ ଆସନ୍ତା ସୋମବାର ଦିନ ଖୋଲିବା ପାଇଁ ନିର୍ଦ୍ଦେଶ ହୋଇଛି।

Read More

ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସ୍ଥାନ ପାଇଛି। ଭାରତରେ ଡିଜିଟାଲ୍ ପରିବର୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍‌ର ନାମ ସାମିଲ କରାଯାଇଛି। ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ବିଗତ କିିଛି ବର୍ଷରେ ଜିଓ ଭାରତରେ ସବୁଠାରୁ ବଡ଼ ୪ଜି ନେଟ୍‌ୱର୍କ ପ୍ରସ୍ତୁତ କରିଛି ଏବଂ ସବୁଠୁ କମ୍ ମୂଲ୍ୟରେ ୪ଜି ସେବା ଯୋଗାଉଛି। ୧ ଜିବି ଡାଟାକୁ ରିଲାଏନ୍ସ ଜିଓ ୫ ଟଙ୍କା ଭଳି ସୁଲଭ ମୂଲ୍ୟରେ ପ୍ରଦାନ କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି। ଟାଇମସ୍ ପତ୍ରିକା ତରଫରୁ କୁହାଯାଇଛି ଯେ ସାରା ଦୁନିଆର ନିବେଶକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ କଂପାନି ଜିଓ ପ୍ଲାଟଫର୍ମସ୍‌ରେ ନିବେଶ କରିବାକୁ ପ୍ରସ୍ତୁତ ରହିଛନ୍ତି। ସେମାନେ ରିଲାଏନ୍ସ ଜିଓର ୪୧ କୋଟି ଗ୍ରାହକଙ୍କ ନିକଟରେ ପହଂଚିବାକୁ ପ୍ରୟାସ କରୁଛନ୍ତି। ଗତ ବର୍ଷ ଜିଓ ପାଇଁ ୨୦ ବିଲିଅନ ଡଲାରର ନିବେଶ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ସରପଞ୍ଚଙ୍କ ପ୍ରତିନିଧି ବାର୍ଦ୍ଧକ୍ୟ ଏବଂ ଦିବ୍ୟାଙ୍ଗ ଭତ୍ତାପାଇଁ ହିତାଧିକାରୀଙ୍କୁ ଦୀର୍ଘ ୭ କିଲୋମିଟର ଦୌଡ଼ାଉଥିବାର ଅଭିଯୋଗ ହେଉଛି। ଅସହ୍ୟ ତାତି ସହ କରୋନା ସଂକ୍ରମଣଙ୍କୁ ଭୃକ୍ଷେପ ନକରି ହିତାଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ସରପଞ୍ଚଙ୍କ ପ୍ରତିନିଧି ହଇରାଣ କରୁଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭବାନୀପୁର ପଞ୍ଚାୟତରେ ଏଭଳି ଏକ ଦୟନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ମୁତାବକ, ୨୦୧୭ ମସିହାରେ ତୁମୁରାପୁଟ ପଞ୍ଚାୟତ ଠାରୁ ଅଲଗା ହୋଇ ଭବାନୀପୁର ପଞ୍ଚାୟତ ଏକ ନୂଆ ପଞ୍ଚାୟତର ମାନ୍ୟତା ପାଇଥିଲା। କିନ୍ତୁ ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ଭବାନୀପୁର ପଞ୍ଚାୟତର ନିଜସ୍ୱ କାର୍ଯ୍ୟାଳୟ ଏଯାଏଁ ନିର୍ମାଣ ହୋଇପାରିନାହିଁ। ତେବେ ବହୁ ଦାବି ପରେ ଭବାନୀପୁର ପଞ୍ଚାୟତର ବାଲିଡ଼ିହି ଗ୍ରାମର ଏକ ଅସ୍ଥାୟୀ ଘରେ ରାସନ ସାମଗ୍ରୀ ସହ ବାର୍ଦ୍ଧକ୍ୟ ଏବଂ ଦିବ୍ୟାଙ୍ଗ ଭତ୍ତା ଦୀର୍ଘ ବର୍ଷ ହେଲା ହିତାଧିକାରୀଙ୍କୁ ମିଳୁଥିଲା। ହେଲେ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୪୪୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୫ ହଜାର ୬୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୪୯୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୫୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୭୨୧, ଖୋର୍ଦ୍ଧାରୁ ୫୯୬, ନୂଆପଡ଼ାରୁ ୩୬୬, ବଲାଙ୍ଗୀରିରୁ ୩୨୦, କଳାହାଣ୍ଡିରୁ ୨୭୨, କଟକରୁ ୨୫୩, ସମ୍ବଲପୁରରୁ ୨୪୧, ପୁରୀରୁ ୧୯୨, ବରଗଡରୁ ୧୯୧, ଝାରସୁଗୁଡାରୁ ୧୬୮, ନବରଙ୍ଗପୁରରୁ ୧୫୦, କେନ୍ଦୁଝରରୁ ୧୦୧, ଯାଜପୁରରୁ ୯୩, ମୟୁରଭଞ୍ଜରୁ ୮୬, କେନ୍ଦ୍ରାପଡ଼ାରୁ ୮୫, ରାୟଗଡ଼ାରୁ ୮୫, ନୟାଗଡରୁ ୭୨, ଗଞ୍ଜାମରୁ ୫୭, ଜଗତସିଂହପୁରରୁ ୪୯, ଅନୁଗୁଳରୁ ୪୩, ଭଦ୍ରକରୁ ୪୩, ଗଜପତିରୁ ୪୩, ସୋନପୁରରୁ ୪୨, ବାଲେଶ୍ବରରୁ ୩୯, କୋରାପୁଟରୁ ୨୭, ଦେବଗଡରୁ ୨୧, କନ୍ଧମାଳରୁ ୨୦, ଢେଙ୍କାନାଳରୁ ୧୯, ମାଲକାନାଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୧୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୭୫…

Read More

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ରାଜ୍ୟଗୁଡ଼ିକ ପାଇଁ କୋଭିସିଲ୍ଡ ଟୀକା ଦର ହ୍ରାସ କରିଛି। ପୂର୍ବ ଘୋଷିତ ଦରରୁ ୨୫ ପ୍ରତିଶତ ଟୀକା ଦର ହ୍ରାସ କରିଛି ସେରମ ଇନଷ୍ଟିଚ୍ୟୁଟ। କିନ୍ତୁ କମ୍ପାନୀ ଘରୋଇ ହସ୍ପିଟାଲ ଦରରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ୪୦୦ ଟଙ୍କା ପ୍ରତି ଡୋଜ ରାଜ୍ୟଗୁଡ଼ିକୁ ଦେବା ପାଇଁ ଘୋଷଣା କରାଯାଇଥିବା ବେଳେ ଏବେ ଏହାର ଦର ୩୦୦ ଟଙ୍କାକୁ ହ୍ରାସ ପାଇଛି। ଡୋଜ ପିଛା ୧୦୦ ଟଙ୍କା ହ୍ରାସ କରିଛି କମ୍ପାନୀ। ହେଲେ ଘରୋଇ ହସ୍ପିଟାଲ ପାଇଁ ଘୋଷିତ ଦର ୬୦୦ ଟଙ୍କା ଅପରିବର୍ତ୍ତିତ ରହିଛି। ସେରମ ସିଇଓ ଆଦର ପୁନାୱାଲା ଏନେଇ ସୂଚନା ଦେଇଛନ୍ତି।

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଠାରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ଉଦ୍ଘାଟିତ ହୋଇଯାଇଛି। ଓଡିଶା ଉଚ୍ଚନ୍ୟାୟାଳୟର ମୂଖ୍ୟ ବିଚାରପତି ଡ.ଜଷ୍ଟିସ୍ ଏସ୍‌.ମୁରଲୀଧର ଭର୍ଚୁଆଲ୍ ମୋଡ୍ ରେ ଏହି ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟକୁ ଉଦ୍ଘାଟନ କରିଥିଲେ। ଜନସାଧାରଣଙ୍କ ଦ୍ୱାରା ଦେଶରେ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏହି କୋର୍ଟ ଉଦ୍ଘାଟନ କରାଯାଇଥିବା ମୂଖ୍ୟ ବିଚାରପତି ଏହି ଅବସରରେ ପ୍ରକାଶ କରିଥିଲେ। ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଥିବା ଜଷ୍ଟିସ୍ ବି.ଆର୍‌.ଷଡଙ୍ଗି କୋର୍ଟ ଉଦ୍‌ଘାଟନ ଅବସରରେ ମୁଖ୍ୟ ବିଚାରପତିଙ୍କ ସହ ଯୋଗ ଦେଇ ରେଢାଖୋଲରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ଖୋଲିବାର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ। ସମ୍ବଲପୁର ଜିଲ୍ଲା ଜଜ୍ ବିରଂଚି ନାରାୟଣ ମହାନ୍ତି ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ରେଢାଖୋଲ ଓକିଲ ସଂଘର ସଭାପତି ଗଣେଶ୍ୱର ପ୍ରଧାନ ଓ ସଂପାଦକ ଉମାକାନ୍ତ ମହାନନ୍ଦ ଏ ଅବସରରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ…

Read More

ନୂଆଦିଲ୍ଲୀ, ଆଜି ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି। ଆଜି କୋଭିଡଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 62 ହଜାର 903 ନୂତନ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଭାରତରେ କୋଭିଡ ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା ସର୍ବାଧିକ ଅଟେ। ବର୍ତ୍ତମାନ ଦେଶରେ 29 ଲକ୍ଷ 78 ହଜାର କୋଭିଡ ରୋଗୀଙ୍କ ଚିକିତ୍ସା ଚାଲିଛି। ମୋଟ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ଏହା 16 ଦଶମିକ ପାଞ୍ଚ-ପାଞ୍ଚ ପ୍ରତିଶତ। କୋଭିଡରୁ ସୁସ୍ଥ ହାର ହେଉଛି 82 ଦଶମିକ ତିନି-ତିନି ପ୍ରତିଶତ। ଗତ 24 ଘଣ୍ଟା ମଧ୍ୟରେ, ଦୁଇ ଲକ୍ଷ 61 ହଜାରରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇଯାଇଛନ୍ତି, ଏଥି ସହିତ ମୋଟ ଏକ କୋଟି 48 ଲକ୍ଷ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଗତକାଲି କୋଭିଡ ସଂକ୍ରମଣରେ 3 ହଜାର…

Read More

ଭୁବନେଶ୍ବର: ଆରଏମଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି କରୋନାକୁ ନେଇ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଯେଉଁ ଆକ୍ରାନ୍ତ ମାସେ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବେ, ସେ ତିନିମାସ ପରେ କରୋନା ଟୀକା ନେଇପାରିବେ। ଆବଶ୍ୟକସ୍ଥଳେ ୬ ସପ୍ତାହ ପରେ ମଧ୍ୟ ଟୀକା ନେଇପାରିବେ। ଟୀକା ନେବା ପରେ କିମ୍ବା ସୁସ୍ଥ ହୋଇ ଫେରିଥିଲେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵ ରଖିବା ଜରୁରୀ। କରୋନାର ଦ୍ଵିତୀୟ ଲହର ପୂର୍ବାପେକ୍ଷା ଅଧିକ ତୀବ୍ର ରହୁଛି। କୋଭିଡ଼ ନିୟମକୁ ମାନିବାରେ ଢିଲା ହେଲେ ସଂକ୍ରମିତ ହେବା ଆଶଙ୍କା ରହିଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ତୁରନ୍ତ ଟେଷ୍ଟ କରାଇନିଅନ୍ତୁ ଏବଂ ହୋମ ଆଇସୋଲେସନରେ ରୁହନ୍ତୁ। ଘରେ ସମସ୍ତେ ପଜିଟିଭ ଥିଲେ ଏକାଠି ରହିପାରିବେ। କିନ୍ତୁ ସମସ୍ତେ ସାମାଜିକ ଦୁରତ୍ଵ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ। ଲକ୍ଷଣ ଦେଖା ଦେଲେ ୩ ରୁ ୫ ଦିନ ମଧ୍ୟରେ ଟେଷ୍ଟ କରାଇନିଅନ୍ତୁ। ଟେଷ୍ଟ ରିପୋର୍ଟ ନଆସିବା ଯାଏଁ ନିଜକୁ…

Read More

ନୂଆଦିଲ୍ଲୀ, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ 16 କୋଟି କୋଭିଡ ଟିକା ମାଗଣାରେ ଦେଇଛନ୍ତି। ଯାହାର ମୋଟ ମୂଲ୍ୟ 14 କୋଟି 89 ଲକ୍ଷ ଟଙ୍କା ହେବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଏକ କୋଟିରୁ ଅଧିକ ଟିକା ଉପଲବ୍ଧ ଅଛି। ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ 57 ଲକ୍ଷରୁ ଅଧିକ କୋଭିଡ ଟିକା ପଠାଇବାକୁ ମନ୍ତ୍ରଣାଳୟ ନିଷ୍ପତି କରିଛି। ମହାରାଷ୍ଟ୍ରରେ ଟିକା ଅଭାବ ଅଭିଯୋଗରେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ରାଜ୍ୟକୁ 58 କୋଟି ଟିକା ଦିଆଯାଇଛି। ଯାହାର ମୋଟ ମୂଲ୍ୟ ଏକ କୋଟି 53 ଲକ୍ଷ ଟଙ୍କାରୁ ଅଧିକ ହେବ। ମନ୍ତ୍ରଣାଳୟ କହିଛି ଯେ ମହାରାଷ୍ଟ୍ରରେ 5 ଲକ୍ଷ 6 ହଜାର 319 ଟିକା ବାକି ଅଛି। ଆସନ୍ତା ତିନି ଦିନ ମଧ୍ୟରେ ପାଞ୍ଚ ଲକ୍ଷ ଟିକା ଦିଆଯିବ ବୋଲି ମନ୍ତ୍ରଣାଳୟ…

Read More

ନୂଆଦିଲ୍ଲୀ, ପ୍ରତିଷ୍ଠିତ ଶିକ୍ଷାବିତ, ଲୋକପ୍ରିୟ ସ୍ତମ୍ଭକାର ଏବଂ ସଫଳ ଲେଖକ ମଜୋଜ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି: “ ମଜୋଜ ଦାସ ପ୍ରସିଦ୍ଧ ଶିକ୍ଷାବିତ, ଲୋକପ୍ରିୟ ସ୍ତମ୍ଭକାର ଏବଂ ସଫଳ ଲେଖକ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ଇଂରାଜୀ ଏବଂ ଓଡିଆ ସାହିତ୍ୟରେ ତାଙ୍କର ବିଶେଷ ଅବଦାନ ରହିଥିଲା । ସେ ଶ୍ରୀ ଅରବିନ୍ଦଙ୍କ ଦର୍ଶନର ଜଣେ ଅଗ୍ରଣୀ ପ୍ରଣେତା ମଧ୍ୟ ଥିଲେ । ତାଙ୍କ ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।

Read More

ଭୁବନେଶ୍ବର: ଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଛି। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ବେଟିଂ ରାକେଟ ସକ୍ରିୟ ରହୁଥିବା ବେଳେ ଚଳିତ ଆଇପିଏଲରେ ମଧ୍ୟ ଏହା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ଵରରେ ଏକ ବଡ ଧରଣର ବେଟିଂ ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଓୟୋ ରୁମରେ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ବେଟିଂ ଚାଲିଥିବା ପୋଲିସ ଦେଖିବାକୁ ପାଇଥିଲା। ତେବେ ଏନେଇ ୭ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହ  ଗୋଟିଏ କାରକୁ ମଧ୍ୟ ପୋଲିସ ଜବତ କରିଛି।

Read More

ଭୁବନେଶ୍ଵର: ମେ’ ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛି। ରାଜ୍ୟକୁ ଟୀକା ଆସିଲେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଆଜି ରାଜ୍ୟକୁ ଆଉ ୯୦ ହଜାର କୋଭିସିଲ୍ଡ  ଟୀକା ଡୋଜ ଆସୁଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୫୭ ଲକ୍ଷ ୪ ହଜାର ୯୧୬ ଜଣଙ୍କୁ ଟୀକା ଦିଆଯାଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୧୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ପୁରୀ ଏବଂ ରାୟଗଡା ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଜଣେ ୮୦ ବର୍ଷୀୟ ବୟସ୍କ ପୁରୁଷ, ଜଣେ ୫୫ ବର୍ଷିୟା ମହିଳା ଏବଂ ଆଉ ଜଣେ ୫୫ ବର୍ଷୀୟ ପୁରୁଷ ଅଛନ୍ତି। ସେହିଭଳି ରାୟଗଡା ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଜଣେ ୫୫ ବର୍ଷୀୟ ପୁରୁଷ, ଜଣେ ୪୭ ବର୍ଷୀୟ ପୁରୁଷ ଏବଂ ଜଣେ ୫୭ ବର୍ଷୀୟ ପୁରୁଷଙ୍କ ଏହି ରୋଗରେ ମୃତ୍ୟୁ ହୋଇଥିବା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସଂପ୍ରତି କରୋନାର ଭୟାଭୟତା ସମଗ୍ର କଳାହାଣ୍ଡି ଜିଲ୍ଲାକୁ କବଳିତ କରିବାରେ ଲାଗିଛି। ସେଥିରୁ ଗୋଲାମୁଣ୍ଡା ବ୍ଲକ ବାଦ ପଡିନାହିଁ। ସାଂପ୍ରତିକ ସ୍ଥିତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଗୋଲାମୁଣ୍ଡା ବ୍ଲକରେ ବଢିବାରେ ଲାଗିଛି। ସଂକ୍ରମିତଙ୍କ ମଧ୍ୟରୁ ଅନେକେ ହୋମ ଆଇସୋଲେସନରେ ରହୁଥିବା ବେଳେ ସେମାନଙ୍କ ଦୈନନ୍ଦିନ ଖାଇବା ସାମଗ୍ରୀ ମିଳିବାରେ ଅସୁବିଧା ହେଉଛି। ଏହି ଅସମୟରେ ଲୋକଙ୍କ ଦେବଦୂତ ସାଜିଛନ୍ତି ସମାଜସେବୀ ଇଂ. ଦୀନେଶ କୁମାର ରାଉତ। ବୃନ୍ଦାବାହାଲ ବାସିନ୍ଦା ଦୀନେଶ ରାଉତ ସମାଜ ସେବା କରିବାରେ ସର୍ବଦା ତତ୍ପର ଥିବା ବେଳେ ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକର ସମିତି ସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସର୍ବଦା ଲୋକଙ୍କ ସେବା କରିବାରେ ତତ୍ପର ଥିବା ଏହି ଯୁବ ସମାଜସେବୀ ଇଂ.ଦୀନେଶ ରାଉତ ଗୋଲାମୁଣ୍ଡା ବ୍ଲକର ଅଧିକାଂଶ ଗ୍ରାମରେ ଥିବା କରୋନା ସଂକ୍ରମିତ ପରିବାରକୁ ଆବଶ୍ୟକୀୟ ମେଡିସିନ, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ନିଜ ଖର୍ଚ୍ଚରୁ ଯୋଗାଉଥିବା…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ସଂଘର ବଡ ନିଷ୍ପତ୍ତି। ଗଞ୍ଜାମ ଜିଲ୍ଲାର ସବୁ ସହରାଞ୍ଚଳରେ ଦିନ ୨ ଟାରୁ ସକାଳ ୫ ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଆଜିଠୁ ୧୦ ଦିନ ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ଘୋଷଣା କରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଗଞ୍ଜାମ ଜିଲ୍ଲାରେ ପୁଣିଥରେ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାରୁ ଜୀବିକା ଠାରୁ ଜୀବନକୁ ଏହି ସଂଘ ଅଧିକ ଗୁରୁତ୍ଵ ଦେଇଛି। ବ୍ୟବସାୟିକ ସଂଘର ଏଭଳି ପଦକ୍ଷେପକୁ ଗଞ୍ଜାମ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି। ତେବେ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୨ ହଜାର ୯୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୮୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭୯ ଲକ୍ଷ ୮୮ ହଜାର ୬୩୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧ ହଜାର ୧୬୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୫୬ ହଜାର ୨୦୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୯ ଲକ୍ଷ ୭୨ ହଜାର ୧୦୬ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ମେ’ ୧ ତାରିଖରୁ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛି। ସେଥିପାଇଁ ଅଜିଠୁ କୋୱିନ୍ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ପଞ୍ଜୀକରଣ ବିନା କୌଣସି ବ୍ୟକ୍ତିଙ୍କୁ ଟୀକା ଦିଆଯିବ ନାହିଁ। ତେବେ ଟୀକା ନେବାକୁ ହେଲେ କେମିତି କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ? ଜାଣନ୍ତୁ… ୧- cowin.gov.in ୱେବସାଇଟକୁ ଯାଇ ରେଜିଷ୍ଟର ବଟନ ଉପରେ ପ୍ରଥମେ କ୍ଲିକ କରିବେ ୨- ତାପରେ ଆପଣଙ୍କୁ ମୋବାଇଲ ନମ୍ବର ଦେବାକୁ ପଡିବ ୩- ଆପଣ ଦେଇଥିବା ନମ୍ବରକୁ ଗୋଟିଏ ଓଟିପି ଆସିବ ଏବଂ ପୋର୍ଟାଲରେ ଓଟିପି ଲେଖି ଭେରୀଫାଏ ବଟନକୁ କ୍ଲିକ କରିବେ ୪- ତାପରେ ଆପଣଙ୍କୁ ଏକ ଟୀକା ପଞ୍ଜୀକରଣ ଫର୍ମ ଆସିବ ୫- ଫର୍ମରେ ଦିଆଯାଇଥିବା ସମସ୍ତ ବିବରଣୀକୁ ପୂରଣ କରିବେ ଏବଂ ଫଟୋ ପରିଚୟ ପତ୍ର ଦେବେ ୬- ରୋଗରେ ଆକ୍ରାନ୍ତ ଥିଲେ ସେଥିରେ ଦର୍ଶାଇବାକୁ…

Read More

ନୂଆଦିଲ୍ଲୀ: ଆସାମର କେତୋଟି ଅଞ୍ଚଳରେ ଭୂମିକମ୍ପର ବଡ ଝଟକା ଦେଖିବାକୁ ମିଳିଛି। ସକାଳ ପାଖାପାଖି ୮ ଟା ସମୟରେ ଏହି ଝଟକା ଅନୁଭୂତ ହୋଇଥିଲା। ସେହି ସମୟରେ ଲୋକେ ଭୟଭୀତ ହୋଇ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ପଳାଇଯାଇଥିଲେ। ରିକ୍ଟର ସେଲରେ ୬.୪ ତୀବ୍ରତାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତୀୟ ସମୟାନୁସାର ସକାଳ ୭.୧୫ ମିନିଟରେ ସତହଠାରୁ ୧୭ କିଲୋମିଟର ଗଭୀରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନ ଜୀବନ କ୍ଷୟକ୍ଷତି ହେବାର ସୂଚନା ହସ୍ତଗତ ହୋଇନାହିଁ।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୭୮୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୦୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭୧ ହଜାର ୨୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୫ ହଜାର ୨୪୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୦୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୯୩୩ ଜଣ, କଟକ ଜିଲ୍ଲାରୁ…

Read More