ଧନୁ ରାଶି- କାରବାରରେ ତତ୍ପର ହୁଅନ୍ତୁ ନାହିଁ । ସମୟ ଅନୁକୂଳ ଅଟେ । ଠିକ୍ ସମୟରେ କୈଣସି ଜରୁରୀ ଜିନିଷ ନ ପାଇବାରୁ ନିରାଶ ହେବେ। ଏହି ଯୋଜନା ସଫଳ ହେବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ମକର ରାଶି- ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଆଇନଗତ ପ୍ରତିବନ୍ଧକ ହଟାଯିବ। ଲାଭ ସୁଯୋଗ ଆସିବ । ଯାତ୍ରା ଚିତ୍ତାକର୍ଷକ ହେବ । ଚିତ୍ତବିନୋଦନ ଉପଲବ୍ଧ ହେବ।
Author: Samikhsya Bureau
ତୂଳା ରାଶି- ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । କରାଯାଉଥିବା କାର୍ଯ୍ୟ ହୋଇ ନ ପାରେ। ଟେନସନ ରହିବ। ବ୍ୟବସାୟ ଭଲ କରିବ। ଭ୍ରମଣରେ ବିଶେଷ ଯତ୍ନ ନିଅନ୍ତୁ। କୈଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବିଛା ରାଶି- ଦୂରରୁ ସୁସମାଚାର ଗ୍ରହଣ କରାଯିବ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ଆପଣ ଏକ ବୁଡ଼ିଯାଇଥିବା ଟଙ୍କା ପାଇପାରିବେ, ଏହା ଆଣିବାକୁ ଚେଷ୍ଟା କରନ୍ତୁ । ଯାତ୍ରା ଚିତ୍ତାକର୍ଷକ ହେବ।
ସିଂହ ରାଶି- ବିବାଦକୁ ପ୍ରୋତ୍ସାହିତ କର ନାହିଁ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଆତ୍ମ ସମ୍ମାନ ସୃଷ୍ଟି ହେବ । ଭୁଲିଯାଇଥିବା ବନ୍ଧୁମାନଙ୍କୁ ଭେଟିବେ। ନୂତନ ବନ୍ଧୁ ସୃଷ୍ଟି ହେବ। କନ୍ୟା ରାଶି- ପ୍ରଗତିର ରାସ୍ତା ଖୋଲାଯିବ। ଯାତ୍ରା ଚିତ୍ତାକର୍ଷକ ହେବ । ନୂତନ ପୋଷାକ କିଣାରେ ଉପରେ ଖର୍ଚ୍ଚ ହେବ। ବ୍ୟବସାୟ ଲାଭଦାୟକ ହେବ । କୈଣସି ବଡ କାମ କରି ଖୁସି ହେବେ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ ।
ମିଥୁନ ରାଶି- ଖରାପ ଖବର ଗ୍ରହଣ କରାଯାଇପାରେ । ଆଜି ଧାଁ ଦୌଡ ଅଧିକ ହେବ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରନ୍ତୁ ନାହିଁ, ଅସୁବିଧା ହୋଇପାରେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । କାର୍ଯ୍ୟରେ ମନ ଦେବେ ନାହିଁ । କର୍କଟ ରାଶି- ଥକ୍କା ଏବଂ ଦୁର୍ବଳତା ହୋଇପାରେ । ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ଘର-ପାରିବାରିକ ଚିନ୍ତାଧାରା ରହିବ। ପ୍ରଗତିର ରାସ୍ତା ପକ୍କା ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ଗ୍ରହଣ କରିବେ ।
ମେଷ ରାଶି- ଆଜି ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ବିବାଦୀୟ ଘଟଣାରୁ ଦୂରେଇ ରୁହନ୍ତୁ। ଆଜି ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଚତୁରତାର ସହିତ କାର୍ଯ୍ୟ କରନ୍ତୁ । ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ। ସ୍ଥାୟୀ ସମ୍ପତ୍ତି କାର୍ଯ୍ୟଗୁଡ଼ିକ ବହୁତ ଲାଭ ଦେଇପାରେ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ବୃଷ ରାଶି- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ମନୋରଞ୍ଜନ ସମୟ ରହିବ। ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ଆପଣ ପ୍ରିୟ ଖାଦ୍ୟ ଉପଭୋଗ କରିବେ। ବ୍ୟବସାୟ ଅଭିବୃଦ୍ଧି ଯୋଜନା କରାଯିବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ସମୟ ଅନୁକୂଳ ହେବ। ଘର ବାହାରେ ସୁଖ ମିଳିବ ।
ନୂଆଦିଲ୍ଲୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଦେଶରେ ଅନେକ ମେଡିକାଲ ଉପକରଣ ଏବଂ ଔଷଧର ଆବଶ୍ୟକତା ପୂରଣ କରିବା ପାଇଁ 40 ଟି ଦେଶ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ ବିଭିନ୍ନ ଦେଶରୁ ଚିକିତ୍ସା ଉପକରଣ ଏବଂ ଔଷଧର ସାମଗ୍ରୀ ଭାରତରେ ପହଞ୍ଚିବା ଆରମ୍ଭ କରିଛି। ସେ କହିଛନ୍ତି ଯେ ମହାମାରୀ ବିରୋଧରେ ଲଢେଇରେ ଭାରତକୁ ସାହାଯ୍ୟ କରିବାକୁ ଆମେରିକା ପ୍ରତିଶ୍ରୁତି ଦେଇଛି। ଶ୍ରୀଙ୍ଗଲା କହିଛନ୍ତି ଯେ ଆମେରିକାରୁ ତିନିଟି ବିମାନ ଏକ ସପ୍ତାହ ମଧ୍ୟରେ ଭାରତ ଆସିବାକୁ ପ୍ରସ୍ତୁତ। ଏଥିସହିତ ଅମ୍ଳଜାନ ଉତ୍ପାଦନ ଉପକରଣ ଏବଂ ଅମ୍ଳଜାନ ସିଲିଣ୍ଡର ଧାରଣ କରିଥିବା ଦୁଇଟି ବିମାନ ଆସନ୍ତାକାଲି ଭାରତରେ ପହଞ୍ଚିବ। ସେହିପରି ସଂଯୁକ୍ତ ଆରବ ଏମିରେଟ୍ସରୁ ଭେଣ୍ଟିଲେଟର ଏବଂ ଫାଭିପିରାଭିର ଔଷଧ ସହିତ ଏକ କାର୍ଗୋ ବିମାନ ଆଜି ରାତିରେ…
ନୂଆଦିଲ୍ଲୀ, ଦେଶରେ କୋଭିଡ ମହାମାରୀ ସ୍ଥିତିରୁ ଉତ୍ପନ୍ନ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣର ଚାହିଦା ମଧ୍ୟରେ ସରକାର ଏହାର ଆମଦାନୀ ପ୍ରକ୍ରିୟା ଶେଷ କରିଛନ୍ତି। କୋଭିଡ ରୋଗୀଙ୍କୁ ରିଲିଫ ଯୋଗାଇବା ପାଇଁ ଆବଶ୍ୟକ 17 ଟି ଡାକ୍ତରୀ ଉପକରଣ ଆମଦାନୀ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସେଗୁଡିକ ହେଲା ନେବୁଲାଇଜର, ଅମ୍ଳଜାନ ଏକାଗ୍ରତା, CPAP ଏବଂ BIPAP, ଭାକ୍ୟୁମ୍ ପ୍ରେସର ସୁଇଙ୍ଗ୍ ଆଡଜଷ୍ଟମେଣ୍ଟ୍, ଅମ୍ଳଜାନ ଉଦ୍ଭିଦ, କ୍ରାୟୋଜେନିକ୍ ଅମ୍ଳଜାନ ବାୟୁ ପୃଥକ ୟୁନିଟ୍ ଆମଦାନୀକୁ ଅନୁମତି ଦିଆଯାଇଛି। ଏଥିସହ ଅମ୍ଳଜାନ କ୍ୟାଣ୍ଟର, ଅମ୍ଳଜାନ ଭରିବା ପ୍ରଣାଳୀ ଏବଂ କ୍ରାୟୋଜେନିକ୍ ସିଲିଣ୍ଡର ଏବଂ ଭେଣ୍ଟିଲେଟର ସମେତ ଅମ୍ଳଜାନ ସିଲିଣ୍ଡର ଆମଦାନୀକୁ ଅନୁମତି ଦିଆଯାଇଛି। ଏସବୁକୁ ଆମଦାନୀ ଏବଂ କଷ୍ଟମ୍ସ କ୍ଲିୟରାନ୍ସ ପାଇଁ ରିହାତି ପ୍ରଦାନ କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ଆମଦାନୀକାରୀଙ୍କୁ କଷ୍ଟମ୍ସରୁ ଶୀଘ୍ର କ୍ଲିୟରାନ୍ସ ପରେ ବାଧ୍ୟତାମୂଳକ ଭାବେ ଘୋଷଣା ଫର୍ମ ଦେବାକୁ ପଡିବ। ଏହା କରିବା ଦ୍ୱାରା, ପ୍ରକ୍ରିୟାଗତ କାରଣରୁ…
ସୀତାରାମ ଅଗ୍ରୱାଲ ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ କରୋନା ମହାମାରୀ ତାହାର କାୟା ବିସ୍ତାର କରିବାରେ ଲାଗିଛି। ଚିଲିକା ନିର୍ବାଚନମଣ୍ଡଳୀରେ ଏହା ବ୍ୟାପକ ରୂପ ନେଉଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ କରୋନାକୁ ପ୍ରତିହିତ କରିବା ପାଇଁ ଅଣ୍ଟା ଭିଡିଛି। ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ତୁହାକୁ ତୁହା ବାଲୁଗାଁ ଏବଂ ବାଣପୁର ଗସ୍ତ କରି କୋଭିଡ ସମୀକ୍ଷା କରୁଥୁବାର ଦେଖାଯାଉଛି। ତେବେ ଆଜି ବାଲୁଗାଁ ଏନଏସି ପକ୍ଷରୁ କରୋନାକୁ ପ୍ରତିହିତ କରିବା ପାଇଁ ଏକ ଅଭିନଵ ପ୍ରୟାସ ହାତକୁ ନିଆଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଏନଏସି ପ୍ରଶାସନ ପକ୍ଷରୁ ବାଲୁଗାଁ ରେଳ ଷ୍ଟେସନରେ ଏକ ପଞ୍ଜିକରଣ କ୍ୟାମ୍ପ ଖୋଲାଯାଇଛି। ଓଡିଶା ବାହାରୁ ଯେଉଁ ଲୋକ ରେଳ ଦ୍ୱାରା ବାଲୁଗାଁ ଆସିବେ ସେମାନେ ଉକ୍ତ କାଉଣ୍ଟରରେ ନିଜକୁ ପଂଜିକୃତ କରାଇବେ। ଯାହାଦ୍ୱାରା ସେମାନଙ୍କ ତଥ୍ୟ ପ୍ରଶାସନ ପାଖରେ ରହିବ ଏବଂ ଭବିଷ୍ୟତରେ କୋଭିଡକୁ ପ୍ରତିହିତ କରିବାରେ ସହାୟ ହେବ। ତେବେ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୬୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୧୯, ସୁନ୍ଦରଗଡରୁ ୬୭୩, ନୂଆପଡ଼ାରୁ ୪୨୬, ଝାରସୁଗୁଡାରୁ ୩୦୩, ବଲାଙ୍ଗୀରିରୁ ୨୨୯, ପୁରୀରୁ ୨୨୪, ବରଗଡରୁ ୧୯୪, ସମ୍ବଲପୁରରୁ ୧୮୨, କଳାହାଣ୍ଡିରୁ ୧୬୬, ଗଞ୍ଜାମରୁ ୧୫୪, ବାଲେଶ୍ବରରୁ ୧୨୩, ରାୟଗଡାରୁ ୧୦୪, ମୟୂରଭଞ୍ଜରୁ ୭୭, ନୟାଗଡରୁ ୬୯, ଯାଜପୁରରୁ ୬୪, ଭଦ୍ରକରୁ ୬୩, କେନ୍ଦ୍ରାପଡାରୁ ୫୮, ସୋନପୁରରୁ ୫୫, କେନ୍ଦୁଝରରୁ ୫୩, କୋରାପୁଟରୁ ୫୩, ଅନୁଗୁଳରୁ ୪୮, ଜଗତସିଂହପୁରରୁ ୪୫, ଗଜପତିରୁ ୪୧, ଦେବଗଡରୁ ୩୬, ଢେଙ୍କାନାଳରୁ ୩୩, କନ୍ଧମାଳରୁ ୧୮, ମାଲକାନାଗିରିରୁ ୧୫, ନବରଙ୍ଗପୁରରୁ ୧୩, ବୌଦ୍ଧରୁ ୧୧ ଏବଂ ଷ୍ଟେଟ ପୁଲରୁ ୧୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୮୦…
ନୂଆଦିଲ୍ଲୀ: ଆଜି ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଆଇପିଏଲର ୨୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ବିଜେତା ଘୋଷିତ ହୋଇଥିଲା। ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଟି ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିପାରିଥିଲା। ରାଜସ୍ଥାନ ପକ୍ଷରୁ ପ୍ରାରମ୍ଭିକ ଯୋଡି ଜସ ବଟଲର ଏବଂ ଯଶସ୍ଵୀ ଜୟଶ୍ଵାଲ ୪୧ ଏବଂ ୩୨ ରନ କରିଥିବା ବେଳେ ଅଧିନାୟକ ସଞ୍ଜୁ ସାମ୍ସନ ସର୍ବାଧିକ ୪୨ ରନ, ଶିବମ ଦୁବେ ୩୫ ରନ କରିଥିଲେ। ସେହିଭଳି ମୁମ୍ବାଇ ପକ୍ଷରୁ ସଫଳ ବୋଲର ଭାବେ ରାହୁଲ ଚହର ୨ ଟି ୱିକେଟ ନେଇଥିବା ବେଳେ ଯଶପ୍ରିତ ବୁମରା ଏବଂ ଟ୍ରେଣ୍ଟ ବୋଲ୍ଟ ୧ ଟି…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୫୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ୨୯୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୬ ହଜାର ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୯୧୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: କୋଭିସିଲ୍ଡ ପରେ କୋଭାକ୍ସିନ ଦର ହ୍ରାସ ହୋଇଛି। ରାଜ୍ୟକୁ ଏବେ ୪୦୦ ଟଙ୍କା ମୂଲ୍ୟରେ କୋଭାକ୍ସିନ ଟୀକା ମିଳିବ। ପୂର୍ବରୁ ଏହି ଟୀକାର ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଭାରତ ବାୟୋଟେକ ଏବେ ୨୦୦ ଟଙ୍କା କମ ମୂଲ୍ୟରେ ରାଜ୍ୟକୁ ଦେବା ନେଇ ଘୋଷଣା କରିଛି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ସେରମ ଇନଷ୍ଟିଚ୍ୟୁଟ ଟୀକା ଦରରେ ହ୍ରାସ କରିଥିଲା। ପ୍ରାଥମିକ ଅବସ୍ଥାରେ ଟୀକାର ମୂଲ୍ୟ ୪୦୦ ଟଙ୍କା ରଖାଯାଇଥିବା ବେଳେ ରାଜ୍ୟକୁ ୩୦୦ ଟଙ୍କାରେ ମିଳିବ ବୋଲି ସିଇଓ ଆଦର ପୁନାୱାଲା ଘୋଷଣା କରିଥିଲେ।
ଭୁବନେଶ୍ବର: କରୋନାକୁ ନେଇ ଡିଜିପି ଅଭୟ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କରୋନା ନିୟମ ମାନୁନଥିବା ଅଭିଯୋଗରେ ଅମାନିଆଙ୍କ ଠାରୁ ଆମେ ଫାଇନ ଆଦାୟ କରିଛୁ। ମାସ୍କ ପିନ୍ଧିନଥିବା ଅମାନିଆଙ୍କ ଠାରୁ ଏପ୍ରିଲ ମାସରେ ୫ କୋଟି ପୋଲିସ ୨୪ ଲକ୍ଷ ଟଙ୍କା ପୋଲିସ ଫାଇନ ଆଦାୟ କରିଛି। ୧୮ ହଜାର ଗାଡିକୁ ଜବତ କରାଯାଇଛି। ୧୩ ଶହରୁ ଅଧିକ ଅବକାରୀ ମାମଲା ରୁଜ୍ଜୁ କରାଯାଇଛି। ସେହିଭଳି ଏପ୍ରିଲ ମାସରେ ସାଢେ ୩ ଶହରୁ ଉର୍ଦ୍ଧ୍ଵ ଦୋକାନ, କୋଚିଂ ସେଣ୍ଟର ଆଦିକୁ କୋଭିଡ଼ ନିୟମ ଉଲ୍ଲଂଘନ ଯୋଗୁଁ ପୋଲିସ ସିଲ୍ କରିଛି। ହେଲେ ଏସବୁ କରିବା ଆମକୁ ଦୁଃଖ ଦେଉଛି। ଆମେ ଅପରାଧୀକୁ ଧରିଲେ ସନ୍ତୁଷ୍ଟ ଅନୁଭବ କରୁ। ରାଜ୍ୟର ସୁରକ୍ଷା ଏବଂ ଆପଣମାନଙ୍କ ସୁରକ୍ଷା ପାଇଁ ଆମେ ଏଭଳି କରିବାକୁ ବାଧ୍ୟ ହେଉଛୁ। ତେଣୁ ସମସ୍ତେ କୋଭିଡ଼ ନିୟମକୁ ଠିକ ଭାବେ ମାନନ୍ତୁ।…
ରମେଶ ମହାନ୍ତି ଜଗତସିଂହପୁର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜଗତସିଂହପୁର ଜିଲ୍ଲାର ବରପୁତ୍ର ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର ସହରର ବଙ୍ଗଳାଛକ ଓ ଖେରସ ଛକ ଠାରେ ଥିବା ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ପୌରପରିଷଦ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଦେଶରେ କରୋନା ଏକ ଭୟଙ୍କର ରୂପ ନେଉଛି। ପ୍ରତ୍ୟେକ ଦିନ କରୋନା ନୂଆ ନୂଆ ରେକର୍ଡ କରି ଚାଲିଛି। ଏହା ଭିତରେ ଜଣେ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ସୀତାପୁର ଜିଲ୍ଲାର ଜୁଦାଇପୁର ନିବାସୀ କମଲ କିଶୋର ବହୁତ ଦିନ ଧରି ଯକୃତ ରୋଗରେ ପୀଡିତ ଥିଲେ। ଏପ୍ରିଲ ୧୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଚିକିତ୍ସା ସହ ଡାୟଲିସିସ ମଧ୍ୟ ଚାଲୁଥିଲା। ହେଲେ ଦ୍ଵିତୀୟ ରିପୋର୍ଟ ପଜିଟିଭ ଆସିବା ପରେ ଏପ୍ରିଲ ୨୯ ତାରିଖରେ ଶୌଚାଳୟର ଝରକା ପଟେ ସେ ଡେଇଁବାକୁ ଚେଷ୍ଟା କରିଥିଲେ। ଫଳରେ ସେ ଛାତ ତଳେ ଯାଇ ପଡ଼ିଥିଲେ। ସେଠାରେ ତାଙ୍କୁ ଗୁରୁତର…
ଭୁବନେଶ୍ବର: ଟୀକା ପାଇଁ ପୁଣି ଦୁଇ ଉତ୍ପାଦକଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ଏବଂ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖିଛନ୍ତି। ମେ’ ମାସରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ୪୦ ଲକ୍ଷ ଟୀକା ଦେବା ପାଇଁ ଚିଠି ମାଧ୍ୟମରେ ଜଣାଇଛନ୍ତି। ସେହିଭଳି ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ୬୦ ଲକ୍ଷ ଲେଖାଏଁ ଟୀକା ପାଇଁ ଏସିଏସ ଅନୁରୋଧ କରିଛନ୍ତି। ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ। ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ବହୁ କଟକଣା ଲାଗାଇଥିବା ବେଳେ ନିୟମକୁ ମାନିବା ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି। ହେଲେ କେତେ ଜଣ ଅମାନିଆ ଏହାକୁ ଅଣଦେଖା କରୁଛନ୍ତି। ନିଜକୁ ବିପଦରେ ପକାଇବା ସହ ନିରୀହ ଲୋକଙ୍କୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଉଛନ୍ତି। ତେଣୁ ଏହାକୁ ନେଇ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଯେଉଁଠି ଅମାନିଆ ମାନେ ନିୟମକୁ ଉଲ୍ଲଂଘନ କରୁଥିବା ଦେଖାଯାଏ, ସେହି ସ୍ଥାନରେ ଲକଡାଉନ କିମ୍ବା ସଟଡାଉନ ଭଳି ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏନେଇ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସବୁ ସ୍ଥାନରେ ଏଭଳି ପରିସ୍ଥିତି ନଥିଲେ ମଧ୍ୟ କିଛି କିଛି ସ୍ଥାନରେ ନିୟମକୁ ଅଣଦେଖା କରାଯାଉଛି। ସେଥିପାଇଁ ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ଷ୍ଟ୍ରାଟେଜି ତିଆରି କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଥିବା ସରଳସିଂହ ଗେଟ ଠାରେ ଏକ ଅଘଟଣ ଘାଟିଯାଇଛି। ଯଶବନ୍ତପୁରରୁ ହାୱଡ଼ା ଯାଉଥିବା ଚଳନ୍ତି ଟ୍ରେନରୁ ଜଣେ ଯୁବକ ଖସିପଡିଛନ୍ତି। ଖସିଥିବାର କାରଣ ଅସ୍ପଷ୍ଟ ଥିବାବେଳେ ଆହତ ଯୁବକ ଜଣକ ପଶ୍ଚିମବଙ୍ଗ ବର୍ଦ୍ଧମାନ ସହରର ବୋଲି ଜଣାପଡିଛି। ଆହତ ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ସ୍ଥଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ କୁ ୧୦୮ ଦ୍ୱାରା ସ୍ଥାନାନ୍ତରିତ କରାଯାଇଛି। ତେବେ ଏତେବଡ ଦୁର୍ଘଟଣା ଘଟିଯାଇଥିଲେ ମଧ୍ୟ ଆଶ୍ଚର୍ଯ୍ୟର କଥା ଏଯାବତ ରେଳବାଇ ପୋଲିସ ଅବା ସ୍ଥାନୀୟ ପୋଲିସ ଏବାଦରେ ଅବଗତ ନାହିଁ।
ଭୁବନେଶ୍ବର: ଭୁବନେଶ୍ଵର କୋର୍ଟ ସମେତ ବହୁ ଗୁରତ୍ଵପୂର୍ଣ୍ଣ ଅଫିସକୁ ବିଏମସି ସିଲ୍ କରିଛି। ଭୁବନେଶ୍ଵର କୋର୍ଟ ସମେତ ଉପଜିଲ୍ଲାପାଳ ଅଫିସ, ତହସିଲ ଅଫିସ ଏବଂ ସବ ରେଜିଷ୍ଟର ଅଫିସକୁ ବିଏମସି ସିଲ୍ କରିଛି। ଏସମସ୍ତ ଅଫିସଗୁଡିକୁ ୭ ଦିନ ପାଇଁ ବିଏମସି ସିଲ୍ କରିଛି। ଆଜିଠାରୁ ମେ’ ୫ ଯାଏଁ କଟକଣା ଲାଗୁ ରହିବ। କୋର୍ଟ ପରିସରରୁ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି।
ଭୁବନେଶ୍ବର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ତହସିଲଦାର ଧରା ପଡିଛନ୍ତି। ରାଇକିଆ ତହସିଲଦାର ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତହସିଲଦାର ଚକ୍ରଧର ପାଢୀ ଜବତ ଟ୍ରାକ୍ଟର ଛାଡିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ତହସିଲଦାରଙ୍କ ବାଲିଗୁଡା ସରକାରୀ ବାସଭବନରେ ଲାଞ୍ଚ ନେଉଥିଲେ। ସେଠାରୁ ତହସିଲଦାରଙ୍କୁ ଭିଜିଲାନ୍ସ ଗିରଫ କରିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲରେ ଦୀର୍ଘ ମାସ ଧରି ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡିଥିଲା। ଗତ ବର୍ଷ ପୂର୍ବତନ ଅତିରିକ୍ତ ତହସିଲଦାର ମନ୍ମଥ ବେହରାଙ୍କ ବାଣପୁର ତହସିଲଦାର ରୂପେ ପଦୋନ୍ନତି ହେବା ଦିନଠାରୁ ଉକ୍ତ ପଦବୀ ଖାଲି ପଡିଥିଲା। ଏତେ ବଡ଼ ତହସିଲରେ ଉକ୍ତ ଗୁରୁତ୍ୱପୂର୍ଣ ପଦବୀ ଖାଲି ପଡ଼ିଥିବା ହେତୁ ଜନସାଧାରଣଙ୍କ ବହୁ ଜରୁରୀ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଥିଲା। ଅପରପକ୍ଷେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ଵ ହେଲାଣି କୋଭିଡ ମହାମାରୀ ସମୟରେ ତହସିଲଦାର ଏକାକୀ ସବୁ କାର୍ଯ୍ୟ ବୁଝୁଥୁବା ବେଳେ ତାଙ୍କ ପକ୍ଷେ ସବୁ କାର୍ଯ୍ୟ କରିବା ଅସମ୍ଭବ ହୋଇପଡୁଥିଲା। ତେବେ ଗତକାଲି ବାଣପୁର ତହସିଲରେ ନୂତନ ଅତିରିକ୍ତ ତହସିଲଦାର ରୂପେ ଯୋଗଦେଇଛନ୍ତି ଓଆରଏସ୍ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ। କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିବସରେ ତହସିଲଦାର ଶ୍ରୀ ବେହେରାଙ୍କ ସମେତ ସମସ୍ତ ତହସିଲ କର୍ମଚାରୀମାନେ ଶ୍ରୀ ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ…

