ଭୁବନେଶ୍ବର, ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇଟି ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ଟ୍ରେନଗୁଡ଼ିକ ହେଉଛି ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଏବଂ ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍। ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ହାଓଡ଼ା ଠାରୁ ପ୍ରତି ସୋମ, ମଙ୍ଗଳ, ଗୁରୁ ଓ ଶନିବାର ଦିନ ରାତ୍ରି ୧୧ଘ.୩୦ମି.ରେ ଭାସ୍କୋ-ଡ଼ା-ଗାମାକୁ ଛାଡୁଥିବା ୦୮୪୦୭ ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଟ୍ରେନ ହାଓଡ଼ା ଠାରୁ ଜୁନ ମାସ ୨୬ ତାରିଖ ପର୍ୟ୍ୟନ୍ତ ଚଳାଚଳ କରିବ। ସେହିଭଳି, ଫେରିବା ମାର୍ଗରେ ଭାସ୍କୋ-ଡ଼ା-ଗାମା ଠାରୁ ପ୍ରତି ରବି, ମଙ୍ଗଳ, ଗୁରୁ ଓ ଶୁକ୍ରବାର ଦିନ ସକାଳ ୬ଘ.୫୦ମି.ରେ ହାଓଡ଼ା କୁ ଛାଡୁଥିବା ୦୮୪୦୮ ଭାସ୍କୋ-ଡ଼ା-ଗାମା-ହାଓଡ଼ା ସ୍ବତନ୍ତ୍ର ଟ୍ରେନ ଭାସ୍କୋ-ଡ଼ା-ଗାମା ଠାରୁ ଜୁନ ମାସ ୨୯ ତାରିଖ ପର୍ୟ୍ୟନ୍ତ ଚଳାଚଳ କରିବ। ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ସ୍ବତନ୍ତ୍ର ଟ୍ରେନ ହାଇଦ୍ରାବାଦ ଠାରୁ ପ୍ରତିଦିନ ସକାଳ ଆଠ ଘଟିକାରେ ହାଓଡ଼ା କୁ ଯାତ୍ରା କରୁଥିବା ୦୮୬୪୬ ହାଇଦ୍ରାବାଦ-ହାଓଡ଼ା ସ୍ପେଶାଲ ହାଇଦ୍ରାବାଦରୁ…
Author: Samikhsya Bureau
ଭୁବନେଶ୍ବରର ପଟିଆ ନିକଟସ୍ଥ କଳାରାହଙ୍ଗରେ 12ଶ ଶତାଦ୍ଧୀର ପ୍ରାଚୀନ ମନ୍ଦିର ଜଳେଶ୍ବର ମନ୍ଦିର ଶୋଭା ପାଉଛି। ଏହି ମନ୍ଦିର ଗଠନ ଶୈଳୀକୁ ଲକ୍ଷ କରି କେହି କେହି 2ୟ ଲିଙ୍ଗରାଜ ମନ୍ଦିର ବୋଲି କହିଥାନ୍ତି।
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇ ଚାଲିଛି। ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ଓଡ଼ିଶାରେ ଏହା ପାଖାପାଖି ୯ ହଜାରରେ ପହଞ୍ଚିଲାଣି। ଏହାକୁ ନଜରରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ବାର୍ତ୍ତା ରଖିଛନ୍ତି। ସେ କହିଛନ୍ତି ଯେ, ଦ୍ବିତୀୟ ଲହରରେ କୋରୋନା ଏତେ ମାରାତ୍ମାକ ହେବ ବୋଲି ଆଶା କରିନଥିଲୁ। ଦେଶରେ ଦୈନିକ ସଂକ୍ରମଣ ୫ ଲକ୍ଷ ଡେଇଁବ ଏବଂ ଏହାର ପ୍ରଭାବ ରାଜ୍ୟ ଉପରେ ବି ପଡିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେଥିପାଇଁ କୋଭିଡ ନିୟମ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ଅନୁରୋଧ କରିଛନ୍ତି। ଏହାସହିତ ରାଜ୍ୟରେ ଟେଷ୍ଟିଙ୍ଗ କ୍ଷମତାକୁ ବଢାଯାଇଛି। ଦୈନିକ ୫୦ ହଜାର ଉପରେ ରାପିଡ ଆଣ୍ଟିଜେନ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ମେ’ ପହିଲାରୁ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁର ଗାନ୍ଧୀ ଛକଠାରେ ଆଜି ପୂର୍ବାହ୍ନରେ ବାଲୁଗାଁ ଓ ବାଣପୁରର ବିଭିନ୍ନ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରମାନେ ପରୀକ୍ଷା ବାତିଲ ଦାବି ନେଇ ରାଜ ରାସ୍ତା ଅବରୋଧ କରିଥିଲେ। ସୂଚନା ମୁତାବକ ଚଳିତ ବର୍ଷ ରାଜ୍ୟରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ ହେବା ପରେ ଯୁକ୍ତ ୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସରକାର ଘୋଷଣା କରିବା ପରେ ଏଥିରେ ଛାତ୍ରଛାତ୍ରୀ ଉତକ୍ଷିପ୍ତ ହୋଇପଡିଛନ୍ତି। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷା ବନ୍ଦ ପାଇଁ ଦାବି ଜୋର ଧରିଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଯୁକ୍ତ ଦୁଇ ଛାତ୍ର ଛାତ୍ରୀ। କରୋନା ମହାମାରୀକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ମହାବିଦ୍ୟାଳୟ ବନ୍ଦ ପଡିଥିବା ହେତୁ ସଠିକ ଭାବରେ ପାଠ ପଢ଼ାଯାଇପାରିନଥିଲା। ଅନଲାଇନରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖେ ପାଠ…
ନୂଆଦିଲ୍ଲୀ: କରୋନା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ବଡ ଆଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଅମ୍ଳଜାନ, ବେଡ୍, ଔଷଧକୁ ନେଇ କୌଣସି ପୋଷ୍ଟ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ନାଗରିକ ଦ୍ଵାରା କରାଯାଉଥିବା କରୋନା ସୂଚନା ପୋଷ୍ଟ ଉପରେ କୌଣସି ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗୁଜବ ପ୍ରସାର କରୁଥିବା କହି ଯଦି କୌଣସି ନାଗରିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଅଦାଲତ ଅବମାନନା କେସ ରୁଜ୍ଜୁ କରାଯିବ ବୋଲି କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ଡିଜିପିଙ୍କୁ ସୁପ୍ରିମକୋର୍ଟ କଡା ଆଦେଶ ଦେଇଛନ୍ତି। ସମଗ୍ର ଦେଶରେ ଲୋକେ ଏକ ବଡ ସମସ୍ୟା ଦେଇ ଗତି କରୁଛନ୍ତି। ଯଦି ନାଗରିକମାନେ ତାଙ୍କର ସମସ୍ୟା ସାମାଜିକ ଗଣମାଧ୍ୟମରେ ଜଣାନ୍ତି, ତେବେ ସେଭଳି ସୂଚନା ଉପରେ କଟକଣା ଜାରି କରିବା ଉଚିତ୍ ନୁହେଁ। ଏହି ମହାମାରୀ ସମୟରେ ସେମାନଙ୍କ ଅଭିଯୋଗ ଶୁଣିବା…
ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରୋହିତ ସାରଦାନାଙ୍କ ପରଲୋକ ହୋଇଯାଇଛି। ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ‘ଆଜତକ’ ରେ ରୋହିତ କାର୍ଯ୍ୟରତ ଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। କୋଭିଡ଼ରେ ସେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ୪୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।
କଟକ: ଦିନ ୨ ଟା ପରେ କଟକର ଦୋକାନ ବଜାର ବନ୍ଦ ରହିବ। ଆସନ୍ତା ୩ ତାରିଖରୁ ଦିନ ୨ ଟା ପରେ କଟକରର ଦୋକାନ ବଜାର ବନ୍ଦ ରହିବ। ମେ’ ୧୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁରହିବ। କଟକ ବ୍ୟବସାୟୀ ସଂଘ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ସିଏମସି କମିଶନର ଅନନ୍ୟା ଦାସ ଏନେଇ ସୂଚନା ଦେଇଛନ୍ତି। ଏହି ସମୟରେ ଲୋଡିଂ ଏବଂ ଅନଲୋଡିଂକୁ ଛାଡି ଅନ୍ୟ ସବୁ ବ୍ୟବସାୟ ବନ୍ଦ ରହିବ।
ଭୁବନେଶ୍ବର: ଚିଠ୍ ଫଣ୍ଡ ସଂସ୍ଥା ରୋଜ୍ ଭ୍ୟାଲିର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି। ଚିଠ୍ ଫଣ୍ଡ ମାଧ୍ୟମରେ ଗ୍ରାହକଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ଆଜି ରୋଜ୍ ଭ୍ୟାଲିର ସମ୍ପତ୍ତିକୁ ଇଡି ଜବତ କରିଛି। ଇଡି ପକ୍ଷରୁ ୩୦୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଜଣାପଡିଛି।
ଭୁବନେଶ୍ଵର: ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସରକାର କରୋନା କଟକଣାକୁ ମଧ୍ୟ କଡାକଡି କରୁଛନ୍ତି। ଗତକାଲି ଭୁବନେଶ୍ବରର ମାର୍କେଟ ବିଲ୍ଦିଙ୍ଗ, ରାଜମହଲ ଭେଣ୍ଡିଂ ଜୋନ ଆଦିକୁ ସିଲ୍ କରାଯାଇଥିବା ବେଳେ ନନ୍ଦନ କାନନକୁ ମଧ୍ୟ ମେ’ ୧ ତାରିଖରୁ ବନ୍ଦ କରିବା ପାଇଁ ଘୋଷଣା ହୋଇଛି। ନନ୍ଦନକାନନ କର୍ତ୍ତୁପକ୍ଷ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହା ମେ’ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହାସହିତ ବଟାନିକାଲ ଗାର୍ଡେନକୁ ମଧ୍ୟ ବନ୍ଦ ରଖିବା ପାଇଁ ଘୋଷଣା ହୋଇଛି।
ଭୁବନେଶ୍ବର: ଆସନ୍ତା ଦୁଇ ଦିନ ତଥା ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ସପ୍ତାହନ୍ତ ସଟଡାଉନ ଯୋଗୁଁ ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ଆଜି ଓଡ଼ିଶାକୁ ଟୀକା ଆସୁଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ମଧ୍ୟ ସୂଚନା ଦେଇଛନ୍ତି। ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ ଆଜି କିଛି କୋଭାକ୍ସିନ ଟୀକା ଆସୁଥିବା ନେଇ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଟୀକା ଆସିବା ପରେ କେଉଁ ଦିନ ଟୀକାକରଣ ଆରମ୍ଭ ହେବ, ତାହା ନେଇ ସ୍ଥିର କରାଯିବ। ବର୍ତ୍ତମାନ ଦ୍ଵିତୀୟ ଡୋଜ ଦେବା ପାଇଁ ଟୀକା ନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ସେଥିପାଇଁ ଦ୍ଵିତୀୟ ଡୋଜ ପାଇଁ ଆଜି କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ, ଦେଶର ଜଣେ ନାମଜାଦା ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ କରୋନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳଙ୍କୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏଥିରେ ପଜେଟିଭ ଆସିବାରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଖବର ଜଣାପଡିବା ପରେ ସୁପ୍ରିମ କୋର୍ଟ ତଥା ଦେଶର ଆଇନଜୀବିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। 1930 ମସିହାରେ ଜନ୍ମିତ ସୋଲି 1953 ମସିହାରେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଦୁଇଥର ଆଟର୍ଣ୍ଣି ଜେନେରାଲ ଏବଂ ଥରେ ସୋଲିସେଟର ଜେନରାଲ ଭାବେ କାର୍ଯ୍ୟ କରିଛନ୍ତି। ସେ ଦେଶର ବହୁ ପ୍ରମୁଖ ଘଟଣାର ବରିଷ୍ଠ ଓକିଲ ଭାବେ ଲଢେଇ କରିଛନ୍ତି। ସେଥି ମଧ୍ୟରେ ରହିଛି କେଶବାନନ୍ଦ ଭାରତୀ, ଏସଆର ବୋମାଇ ଏବଂ ମେନକା ଗାନ୍ଧୀ ମାମଲା…
ଜାମନଗର: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜାମନଗରଠାରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରାଯାଉଛି। ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ ଏବଂ ଏହି କୋଭିଡ୍ ଚିକିତ୍ସାଳୟ ସ୍ଥାପନା ଓ ଏହାର ପରିଚାଳନା ବାବଦ ସମସ୍ତ ଖର୍ଚ୍ଚ ରିଲାଏନ୍ସ ବହନ କରିବ। ଏକ ସପ୍ତାହ ମଧ୍ୟରେ ଜାମନଗରଠାରେ ଥିବା ସରକାରୀ ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଓ ହସପିଟାଲ ପରିସରରେ ୪୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ। ଏହାର ପରବର୍ତୀ ଦୁଇ ସପ୍ତାହ ମଧ୍ୟରେ ଜାମନଗରର ଅନ୍ୟଏକ ସ୍ଥାନରେ ଆଉ ୬୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଆବଶ୍ୟକ ମାନବସମ୍ବଳ, ଚିକିତ୍ସାଗତ ସହାୟତା, ଉପକରଣ, ଏବଂ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ରିଲାଏନ୍ସ ଯୋଗାଇଦେବ। ଏହି ହସ୍ପିଟାଲରେ ଡାକ୍ତର ଏବଂ ନର୍ସିଂ କର୍ମଚାରୀ ନିୟୋଜିତ ହେବା ଦିଗରେ ରାଜ୍ୟ ସରକାର ସମନ୍ୱୟ ରକ୍ଷାକରି କାର୍ଯ୍ୟକରିବେ। ଏହି…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୪୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ ଏବଂ କୋରାପୁଟ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏବଂ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ବେଳେ ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮୦ ହଜାର ୪୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୧ ହଜାର ୬୯୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୮୬ ହଜାର ୪୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮୭ ଲକ୍ଷ ୬୨ ହଜାର ୯୭୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୧ ଲକ୍ଷ ୭୦ ହଜାର ୨୨୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୬୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୯୪୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୭୩୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮୦ ହଜାର ୪୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୧ ହଜାର ୬୯୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୨୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୬୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୦୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୪୫ ଜଣ, ଅନୁଗୁଳ ଜିଲ୍ଲାରୁ…
ଭୁବନେଶ୍ବର, ଆଜି ମିଳିଥିବା ତଥ୍ୟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥର ଏହି ଜିଲ୍ଲାରୁ 14ଶହ 8 ଜଣ ପଜେଟିଭି ବାହାରିଛନ୍ତି। ସେହିପରି 7ଶହ 45 ଆକ୍ରାନ୍ତକୁ ନେଇ ଦ୍ବିତୀୟରେ ରହିଛି ସୁନ୍ଦରଗଡ ଜିଲ୍ଲା। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା.. 1. Angul: 419 2. Balasore: 155 3. Bargarh: 423 4. Bhadrak: 103 5. Balangir: 459 6. Boudh: 57 7. Cuttack: 570 8. Deogarh: 102 9. Dhenkanal: 33 10. Gajapati: 125 11. Ganjam: 198 12. Jagatsinghpur: 21 13. Jajpur: 321 14. Jharsuguda: 411 15. Kalahandi: 195 16. Kandhamal: 54 17. Kendrapada: 85 18. Keonjhar: 148 19. Khurda: 1408 20. Koraput:…
ଭୁବନେଶ୍ବର, ଆଜିର ସୂଚନା ଅନୁସାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି 8 ହଜାର 6ଶହ 81 ଜଣ ନୂଆ ଆକ୍ରାନ୍ତ। ଗତକାଲି ଏହି ସଂଖ୍ୟା ଥିଲା 6 ହଜାର 9ଶହ 98। ଗୋଟିଏ ଦିନରେ ପ୍ରାୟ ଦେଢ ହଜାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ରିପୋର୍ଟରୁ ଜଣାପଡିଛି ଯେ, କ୍ବାରଣ୍ଟାଇନରୁ 4 ହଜାର 9ଶହ 48 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମଣଙ୍କ ସଂଖ୍ୟା ହେଲା 3 ହଜାର 7ଶହ 33 ଜଣ। ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ବର, କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରେ ରଖି ଏବଂ ଏହାର ସଂକ୍ରମଣକୁ ବନ୍ଦ କରିବା ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇ ନିମ୍ନଲିଖିତ ଅନୁଯାୟୀ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ତିନୋଟି ସ୍ୱତନ୍ତ୍ର ଟ୍ରେନ୍କୁ ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛି – ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ୦୮୫୦୮/୦୮୫୦୭ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୩୦ ଏପ୍ରିଲ୍ ଏବଂ ରାୟାଗଡା ଠାରୁ ୧ ମଇ, ୨୦୨୧ ଠାରୁ ବାତିଲ କରାଯାଇଅଛି। ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ୦୮୫୨୨/୦୮୫୨୧ ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ଉଭୟ ଦିଗରୁ ୩୦ ଏପ୍ରିଲ, ୨୦୨୧ ଠାରୁ ବାତିଲ ରହିବ। ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ ୦୮୫୩୨/୦୮୫୩୧ ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୩୦ ଏପ୍ରିଲ୍ ଏବଂ ପଲାସା ଠାରୁ ୧ ମଇ, ୨୦୨୧ ଠାରୁ ବାତିଲ ରହିବ।
ନୂଆଦିଲ୍ଲୀ, ଦେଶରେ କୋଭିଡର ସ୍ଥିତି ଯେପରି ବିଗିଡିବାରେ ଲାଗିଛି ସେ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଦେଶର 5ଟି ରାଜ୍ୟରେ ଏହା ଭୟବହତା ବିଶେଷଭାବେ ପରିଲକ୍ଷିତ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାବାରେ ଲାଗିଛି। ଏପରି ପରିସ୍ଥିତିରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ। ଦିନ 11 ଟା ବେଳ ଏହି ବୈଠକ ବସିବ ବୋଲି ନିଷ୍ପତି ହୋଇଛି। ତେବେ ଏହି ବୈଠକରେ କରୋନା ମୁକାବିଲା ନେଇ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି।
ମେଷ ରାଶି- ଆଜି ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ । ବିବାଦୀୟ ଘଟଣାରୁ ଦୂରେଇ ରୁହନ୍ତୁ । ଆଜି ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଚତୁରତାର ସହିତ କାର୍ଯ୍ୟ କରନ୍ତୁ । ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ। ସ୍ଥାୟୀ ସମ୍ପତ୍ତି କାର୍ଯ୍ୟଗୁଡ଼ିକ ବହୁତ ଲାଭ ଦେଇପାରେ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ଚିତ୍ତାକର୍ଷକ ହେବ। ସମୟ ସୁସଙ୍ଗତତାର ଲାଭ ନିଅନ୍ତୁ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ । ବୃଷ ରାଶି- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ମନୋରଞ୍ଜନ ସମୟ ରହିବ। ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ଆପଣ ପ୍ରିୟ ଖାଦ୍ୟ ଉପଭୋଗ କରିବେ। ବ୍ୟବସାୟ ଅଭିବୃଦ୍ଧି ଯୋଜନା କରାଯିବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ସମୟ ଅନୁକୂଳ ହେବ। ଘର ବାହାରେ ସୁଖ ମିଳିବ । ଶୀଘ୍ର…
କୁମ୍ଭ ରାଶି- ଆଘାତ ଏବଂ ଦୁର୍ଘଟଣାରୁ କ୍ଷତି ସମ୍ଭବ। ଶୀଘ୍ର ଏବଂ ଅସାବଧାନତା ଯୋଗୁଁ କ୍ଷତି ହୋଇପାରେ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ହାଲୁକା ଶଦ୍ଦ ବ୍ୟବହାର କରନ୍ତୁ ନାହିଁ । ଏକ ବିବାଦ ହୋଇପାରେ । ଜଣେ ବ୍ୟକ୍ତିର କ୍ରୋଧରେ ବିଚଳିତ ହେବେ । ମୀନ ରାଶି- ବୁଦ୍ଧିର ବ୍ୟବହାର ଯେ କୈଣସି ସମସ୍ୟାର ସମାଧାନ କରିପାରିବ, ଏହାକୁ ଭଲ ଭାବରେ ମନେରଖ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ଗ୍ରହଣ କରିବେ। ଲାଭ ସୁଯୋଗ ଆସିବ। ବନ୍ଧୁମାନେ ସମର୍ଥିତ ହେବେ।

