Author: Samikhsya Bureau

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୨ ହଜାର ୯୯୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୫୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯୧ ଲକ୍ଷ ୬୪ ହଜାର ୯୬୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୧ ହଜାର ୮୫୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୨ ଲକ୍ଷ ୧୧ ହଜାର ୮୫୩ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ବରରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ବେଳେ ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଏବଂ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଭୁବନେଶ୍ଵରରୁ ମୃତକ ୪ ଜଣଙ୍କ ମଧ୍ୟରୁ ଜଣେ ୭୯ ବର୍ଷୀୟ ପୁରୁଷ, ଜଣେ ୬୩ ବର୍ଷୀୟ ପୁରୁଷ, ଜଣେ ୫୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୩୨ ବର୍ଷୀୟ ଯୁବକ ଅଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ୨ ମୃତକକଙ୍କ ମଧ୍ୟରୁ ଜଣେ ଜଣେ ୬୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୮୮୭ ଜଣ ଚିହ୍ନଟ ହୋଇଥିବା ବେଳେ ୪୫୨୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮୫ ହଜାର ୪୧୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୭ ହଜାର ୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୨୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୭୯୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୦୦ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩୦ ଏପ୍ରିଲ ୨୦୨୧ରେ ସ୍ବତନ୍ତ୍ର ବ୍ୟବସ୍ଥାର ଉପଯୋଗ କରି ସେନାବାହିନୀକୁ ଜରୁରିକାଳୀନ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଯାହାଫଳରେ ବର୍ତ୍ତମାନ ଦେଶରେ ଦେଖାଦେଇଥିବା କୋଭିଡ-୧୯ ମହାମାରୀ ମୁକାବିଲା ଲାଗି ସେନାବାହିନୀ ଅଧିକ ସଶକ୍ତ ହୋଇପାରିବ। ଏହି କ୍ଷମତା ଫର୍ମେସନ କମାଣ୍ଡରମାନଙ୍କୁ ମହାମାରୀ ବିରୋଧରେ ଜାରି ରହିଥିବା ପ୍ରୟାସ ନିମନ୍ତେ ବିଭିନ୍ନ ସେବା ଓ କାର‌୍ୟ୍ୟ ବ୍ୟବସ୍ଥା ଅତିରିକ୍ତ କ୍ବାରେଣ୍ଟାଇନ ସୁବିଧା କିମ୍ବା ଡାକ୍ତରଖାନା ପ୍ରତିଷ୍ଠା ଓ ପରିଚାଳନା କରିବା, ଉପକରଣ,ସାମଗ୍ରୀ, ଷ୍ଟୋର କ୍ରୟ ଏବଂ ଉପକରଣ ମରାମତି କାର୍ଯ୍ୟ ସମ୍ବନ୍ଧୀୟ ଗତିବିଧିରେ ସହାୟକ ହେବ। ଚିଫ ଅଫ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ଟୁ ଦ ଚେୟାରମ୍ୟାନ ଚିଫ୍ସ ଅଫ ଷ୍ଟାଫ କମିଟି (ସିଆଇଏସସି), ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ୍ସ ଓ ତିନୋଟି ସେନାବାହିନୀର ସମକକ୍ଷ ପଦବୀଧାରୀ ଆଦି ସେନାବାହିନୀର ଉପମୁଖ୍ୟମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଏହି କ୍ଷମତା ପ୍ରଦାନ କରାଯାଇଛି। ସେହିପରି କୋର କମାଣ୍ଡର,ଏରିଆ…

Read More

ମେଷ: – ଆଜି ମିଶ୍ରିତ ଦିନ ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ସମୁଦାୟ ଅଛି । ଏକ କଣ୍ଟିଜେନ୍ସି ଲାଭ ହୋଇପାରେ । ବରିଷ୍ଠମାନଙ୍କ ଆଶୀର୍ବାଦ କାର୍ଯ୍ୟରେ ସଫଳତା ଆଣିବ, କିନ୍ତୁ କିଛି ପରିସ୍ଥିତି ଏପରି ହୋଇପାରେ ଯାହା ଟେନସନକୁ ବଢାଇବ । ସାଙ୍ଗମାନଙ୍କ ସହିତ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଯୁକ୍ତିତର୍କ ଆପଣଙ୍କୁ ଅସୁବିଧାରେ ପକାଇପାରେ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କର । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ସଦସ୍ୟମାନେ ସହାୟତା ପାଇବେ । ଯାତ୍ରା ସ୍ଥଗିତ ରଖନ୍ତୁ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ କାର୍ଯ୍ୟ ସଫଳ ହେବ ଏବଂ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ଘର ଏବଂ ପିଲାମାନଙ୍କ ସମ୍ବନ୍ଧୀୟ ଏକ ଖୁସି ଖବର ମିଳିପାରିବ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ରହିବ । ଧାର୍ମିକ…

Read More

ଧନୁ: – ଆଜି ଶୁଭ ଦିନ ହେବ । ବ୍ୟବସାୟ ବିସ୍ତାର କରିବାକୁ ନୂତନ କାର୍ଯ୍ୟ ଆରମ୍ଭ କରିପାରିବ । ବ୍ୟବସାୟୀମାନେ ଚାକିରିରେ କଣ୍ଟିଜେଣ୍ଟ୍ ଲାଭର ଲାଭ ପାଇବେ । ତଥାପି, କାର୍ଯ୍ୟଭାର ବଢିବା ସହିତ ଅଧିକ ପରିଶ୍ରମ ମଧ୍ୟ ହେବ । ଟଙ୍କା କାରବାରରେ ସାବଧାନ ରୁହନ୍ତୁ । ପରିବାର ସହିତ ସମୟ ଅତିବାହିତ ହେବ । ମକର: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ କରିବ ଏବଂ ସେଠାରେ କଣ୍ଟିଜେଣ୍ଟ୍ ଲାଭର ଏକ ରାଶି ମିଳିବ । ବେକାରମାନେ ନୂତନ ନିଯୁକ୍ତି ସୁଯୋଗ ପାଇବେ । ପାରିବାରିକ ସମସ୍ୟାର ସମାଧାନ ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖୀ ହେବ । ଏହି କ୍ଷେତ୍ରରେ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ହେତୁ ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ ଏବଂ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ସମର୍ଥ ହେବ ।

Read More

କୁମ୍ଭ: – ଆଜି ମିଶ୍ରିତ ଦିନ ହେବ । କାର୍ଯ୍ୟଭାରର ଅତ୍ୟଧିକ ହେତୁ, ଆପଣ ଆବଶ୍ୟକୀୟ କାର୍ଯ୍ୟ ପାଇଁ ସମୟ ଦେଇ ପାରିବେ ନାହିଁ, ତେଣୁ କ୍ରୋଧର ଅତ୍ୟଧିକ ହେବ । ଜୀବନରେ ନୂତନ ଚିନ୍ତାଧାରା ସହିତ ଆପଣ ପରିବର୍ତ୍ତନ ଅନୁଭବ କରିବେ । କୈଣସି ବିଷୟରେ ପରିବାର ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ । ମୀନ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଉନ୍ନତିମୂଳକ କାର୍ଯ୍ୟ ହେବ । ଅଧିକ କାର୍ଯ୍ୟ ଭାର ଶାରୀରିକ ଅସୁସ୍ଥତା ଏବଂ ମାନସିକ ଚିନ୍ତାର କାରଣ ହେବ । ବାଣିଜ୍ୟିକ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ହେବ ଏବଂ ଆର୍ଥିକ ଲାଭ ହେବ । ପରିବାରର ପରିବେଶ ଭଲ ରହିବ । ତୁମର ସୃଜନଶୀଳତା ସହିତ ତୁମ ଘରକୁ କିପରି ସୁନ୍ଦର କରିବ ।

Read More

ତୂଳା : – ଆଜି ମିଶ୍ରିତ ଦିନ ହେବ । ତୁମର କଠିନ ପରିଶ୍ରମ ସହିତ ତୁମେ ସଫଳତା ପାଇବ। ଫଳସ୍ୱରୂପ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ମନ ଉତ୍ସାହିତ ରହିବ । ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିପାରିବ । ସ୍ୱଳ୍ପ ରହଣି ସଂଗଠିତ ହୋଇପାରେ । ରିଅଲ୍ ଇଷ୍ଟେଟ୍ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନ ନିଅ । ବିଛା: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ ମଧ୍ୟମ ରହିବାର ସମ୍ଭାବନା ଅଛି, କିନ୍ତୁ ପରିଶ୍ରମ ସଫଳତାର କାରଣ ହେବ । ସରକାରୀ କାର୍ଯ୍ୟ ସଫଳ ହେବ । ଅଟକି ରହିଥିବା କାର୍ଯ୍ୟଗୁଡିକ ସମାପ୍ତ ହୋଇପାରିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ବିବାଦରେ ପଡ଼ିପାରନ୍ତି ।

Read More

ସିଂହ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ଅଧିକ ଅର୍ଥନୈତିକ ସ୍ଥିତିକୁ ଦୁର୍ବଳ କରିପାରେ । ଛାତ୍ରମାନଙ୍କ ପାଇଁ ସମୟ ଭଲ ଅଟେ । ଆପଣ ଅଧ୍ୟୟନରେ ସଫଳତା ପାଇବେ । ଘରର ପରିବେଶରେ ଶାନ୍ତି ରହିବ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହୋଇପାରେ । କନ୍ୟା: – ଆଜି ପ୍ରତିକୂଳ ଦିନ ହେବାର ସମ୍ଭାବନା ଅଛି । ବ୍ୟବସାୟ ମଧ୍ୟମ ହେବ । ଅବାଞ୍ଛିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ଅର୍ଥ ଏବଂ ପ୍ରତିଷ୍ଠା କ୍ଷତି ହୋଇପାରେ । ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ । ଛାତ୍ରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ ।

Read More

ମିଥୁନ: – ଆଜି ଶୁଭ ଦିନ ହେବ । କଣ୍ଟିଜେଣ୍ଟ୍ ଲାଭର ଏକ ରାଶି ମିଳିବ । କାର୍ଯ୍ୟ ପରିସର ବିସ୍ତାର ହେବ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିପାରିବ । ଧାର୍ମିକ କାର୍ଯ୍ୟ ଏବଂ ସ୍ଥାନାନ୍ତରଣ ହୋଇପାରେ । ସୃଜନଶୀଳ କାର୍ଯ୍ୟର ଧାରା ବୃଦ୍ଧି ପାଇବ । ଏହି ସୁଯୋଗ ନିଅ ଏବଂ ଏକ ନୂତନ ଉପାୟରେ କାମ କରିବାର ସୁଯୋଗକୁ ଦୂରେଇବାକୁ ଦିଅ ନାହିଁ । କର୍କଟ: – ଆଜି ଏକ ସାଧାରଣ ଦିନ ହେବ । କଠିନ ପରିଶ୍ରମ କାର୍ଯ୍ୟରେ ସଫଳତା ଆଣିବ । କାର୍ଯ୍ୟରେ ସଫଳତା ପାଇବା , ଆପଣଙ୍କୁ ଉତ୍ସାହିତ କରିବ । ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ଅର୍ଥନୈତିକ ସ୍ଥିତିକୁ ଦୁର୍ବଳ କରିପାରେ । ସାଙ୍ଗ ଏବଂ ପରିବାର ସହିତ ସ୍ଥାନାନ୍ତରଣ କିମ୍ବା ପର୍ଯ୍ୟଟନର ଏକ ଭ୍ରମଣ ରହିବ । ଘରୋଇ ଜୀବନରେ ଶାନ୍ତି ଏବଂ ସୁଖ ରହିବ । ଶାରୀରିକ ସୁସ୍ଥ୍ୟ…

Read More

ମେଷ: – ଆଜି ମିଶ୍ରିତ ଦିନ ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ସମୁଦାୟ ଅଛି । ଏକ କଣ୍ଟିଜେନ୍ସି ଲାଭ ହୋଇପାରେ । ବରିଷ୍ଠମାନଙ୍କ ଆଶୀର୍ବାଦ କାର୍ଯ୍ୟରେ ସଫଳତା ଆଣିବ, କିନ୍ତୁ କିଛି ପରିସ୍ଥିତି ଏପରି ହୋଇପାରେ ଯାହା ଟେନସନକୁ ବଢାଇବ । ସାଙ୍ଗମାନଙ୍କ ସହିତ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ କାର୍ଯ୍ୟ ସଫଳ ହେବ ଏବଂ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ଘର ଏବଂ ପିଲାମାନଙ୍କ ସମ୍ବନ୍ଧୀୟ ଏକ ଖୁସି ଖବର ମିଳିପାରିବ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ରହିବ । ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ କରାଯାଇପାରେ ।

Read More

ଭୁବନେଶ୍ବର: ଓଡିଶା କିଣିଥିବା ୧.୫ ଲକ୍ଷ କୋଭାକ୍ସିନ ଟୀକା ଡ଼ୋଜ ଭୁବନେଶ୍ବର ପହଞ୍ଚିଛି। ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ କୋଭାକ୍ସିନ ଭୁବନେଶ୍ବରରେ ପହଞ୍ଚିଛି। ରାତି ୯ ଟାରେ ଏହି ଟୀକା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ତେବେ କେବଳ ଭୁବନେଶ୍ବର ମହାନଗର ଅଞ୍ଚଳରେ ଏହି ଟୀକା ଦିଆଯିବ ବୋଲି ସୂଚନା ରହିଥିବା ବେଳେ ମେ’ ୧ ତାରିଖରୁ କିଛି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ଟୀକା ଦିଆଯିବ।

Read More

ଭୁବନେଶ୍ୱର, କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଶରେ ଉଗ୍ରରୂପ ଧାରଣ କରୁଥିବା ସମୟରେ ଲୋକମାନଙ୍କ ଚଳାଚଳରେ ପ୍ରତିବନ୍ଧକ, ଆତ୍ମୀୟସ୍ୱଜନ ଏବଂ ଜଣାଶୁଣା ବ୍ୟକ୍ତିମାନଙ୍କ ମୃତ୍ୟୁ ଖବର ସାଙ୍ଗକୁ ଅତିମାତ୍ରାରେ କରୋନା ସମ୍ପର୍କୀତ ସମ୍ବାଦକୁ ସାମାଜିକ ଗଣମାଧ୍ୟମରୁ ଜାଣିବାର ଆଗ୍ରହ ଲୋକମାନଙ୍କ ମନରେ ମାନସିକ ଚାପକୁ ବଢାଇ ଦେଉଛି ବୋଲି ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ହୃଦରୋଗ ବିଭାଗ ସହକାରୀ ପ୍ରଫେସର ଡାକ୍ତର ଦୀପକ ରଞ୍ଜନ ଦାସ କହିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆଞ୍ଚଳିକ ଜନ ସମ୍ପର୍କ କାର‌୍ୟ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଆଜି କୋଭିଡ ସମୟରେ ମାନସିକ ଚାପ ନିୟନ୍ତ୍ରଣ ଶୀର୍ଷକ ଏକ ୱେବିନାର ଆଲୋଚନାରେ ଯୋଗଦେଇ ଡାକ୍ତର ଦାସ କହିଛନ୍ତି ଯେ, କରୋନା ସଂକ୍ରମଣ ସମ୍ପର୍କୀତ ବିଭିନ୍ନ କଟକଣା ଲୋକମାନଙ୍କର ରୋଜଗାର, ଚାକିରି, ଜୀବିକା ଆଦିକୁ ପ୍ରଭାବିତ କରିଛି । ଲୋକଙ୍କୁ ଏକୁଟିଆ କରିଦେଇଛି । ବିଭିନ୍ନ ପ୍ରକାରର ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସୃଷ୍ଟି ହୋଇଛି ।…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ମେ’ ମାସରେ କରୋନା ପିକ୍ ରେ ରହିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ରାଜ୍ୟ ବ୍ୟବସାୟୀ ସଂଘ ଏକ ବଡ ନିଷ୍ପତ୍ତି ନେଇଛି। ଜୀବିକା ଠାରୁ ଜୀବନକୁ ଅଧିକ ଗୁରୁତ୍ଵ ଦେଇ ସାରା ରାଜ୍ୟରେ ସବୁ ଦୋକାନ ଦିନ ୨ଟା ପରେ ବନ୍ଦ ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ସପ୍ତାହନ୍ତ ସଟଡାଉନ ପରେ ଆସନ୍ତା ସୋମବାରଠାରୁ ରାଜ୍ୟର ସବୁ ଦୋକାନ ପାଇଁ ଏହି ନିୟମ ଲାଗୁ କରିବାକୁ ସଂଘ ଘୋଷଣା କରିଛି। ଏହି ନିୟମ ମେ’ ୧୫ ତାରିଖ ଯାଏଁ ଲାଗୁ ରହିବ। କିନ୍ତୁ ଦୋକାନ ବନ୍ଦ ରହିଲେ ମଧ୍ୟ ମାଲ୍‌ ପରିବହନ ଜାରି ରହିବ। ବ୍ୟବସାୟୀ ମହାସଂଘ ସମ୍ପାଦକ ସମ୍ପାଦକ ସୁଧାକର ପଣ୍ଡା ଏନେଇ ସୂଚନା ଦେଇଛନ୍ତି। ତେବେ କଟକ…

Read More

ନୂଆଦିଲ୍ଲୀ, ଦେଶରେ କୋଭିଡର ଦ୍ବିତୀୟ ଲହରୀ କାରଣରୁ ସୃଷ୍ଟି ହୋଇଥିବା ପରସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ଆଜି ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ପରିଷଦ ବୈଠକରେ ମତପ୍ରକାଶ ପାଇଥିଲା ଯେ ବର୍ତ୍ତମାନର ମହାମାରୀ ସଙ୍କଟ “ଶତାବ୍ଦୀରେ ଗୋଟିଏ ଥର ଦେଖାଦେଉଥିବା ସଙ୍କଟ” ହୋଇଥିବା ବେଳେ ଏହା ବିଶ୍ବ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହି ବୈଠକରେ କୋଭିଡ ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ସରକାର ଓ ଭାରତର ଜନସାଧାରଣଙ୍କ ମିଳିତ ପ୍ରୟାସ ଉପରେ ଆଧାରିତ ଭାରତ ସରକାରଙ୍କ ଟିମ ଇଣ୍ଡିଆ ଆଭିମୁଖ୍ୟକୁ ଉଲ୍ଲେଖ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଏବଂ ଦ୍ରୁତ ଗତିରେ କାର‌୍ୟ୍ୟ କରୁଛି। ସେ ମନ୍ତ୍ରୀମାନଙ୍କୁ ନିଜ ନିଜ ଅଞ୍ଚଳର ଲୋକମାନଙ୍କ ସହିତ ସମ୍ପର୍କରେ ରହିବା, ସେମାନଙ୍କୁ ସହାୟତା କରିବା ଓ ସେମାନଙ୍କ ଠାରୁ ମତାମତ ସଂଗ୍ରହ କରିବା…

Read More

ଭୁବନେଶ୍ବର: ସମଗ୍ର ଜଗତସିଂହପୁର ଜିଲ୍ଲାରେ ସପ୍ତାହନ୍ତ ସଟଡ଼ାଉନ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ଦେଖି ଜିଲ୍ଲାର ସବୁ ବଜାର କମିଟି ଏନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା। କମିଟିର ଅନୁରୋଧକ୍ରମେ ଜିଲ୍ଲା ପ୍ରଶାସନ ସପ୍ତାହନ୍ତ ସଟଡ଼ାଉନ କରିବାକୁ ନିଷ୍ପତ୍ତି ନେଇଛି। ଜିଲ୍ଲାରେ ଉଭୟ ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି କଟକଣା ଲାଗୁ କରାଯିବ।

Read More

ଭୁବନେଶ୍ବର: କରୋନା ସମୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ଦୁଇ ମାସ ମେ’ ଏବଂ ଜୁନରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ମାଗଣା ଚାଉଳ ମିଳିବ। ଏହି ଦୁଇ ମାସରେ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଅତିରିକ୍ତ ଚାଉଳ ବାବଦର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୪୧୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୬ ହଜାର ୫୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ହଜାର ୫୮୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୬୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କୋଭିଡ଼ ମହାମାରୀରୁ ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା ପାଇଁ ବିଜୁ ଯୁବ ଜନତା ଦଳ ଓଡ଼ିଶା ତରଫରୁ କୋଭିଡ଼ ହେଲ୍‌ପ ଲାଇନ୍ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ବିଜୁ ଯୁବ ବ୍ୟାପାର ମୁଖ୍ୟ ପ୍ରଣବ ବଳବନ୍ତ ରାୟ, ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପାର୍ଥସାରଥୀ ମୁଦୁଲିଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ଏହା ହୋଇଯାଇଛି। ମହାମାରୀ କରୋନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା, ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ତଥା ବେସରକାରୀ ଚିକିତ୍ସାଳୟ ଗୁଡ଼ିକୁ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା, ଟୀକା ନେବା ପାଇଁ ସାଧାରଣ ଲୋକଙ୍କୁ ପଞ୍ଜିକୃତ କରିବା ପ୍ରମୁଖ କାର୍ଯ୍ୟଗୁଡ଼ିକ ଏହି କୋଭିଡ଼୍ ହେଲ୍‌ପ ଲାଇନ୍ ମାଧ୍ୟମରେ କରାଯିବ।…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋ ଫୁଏଲ୍ସ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଶ୍ରେଷ୍ଠ ପ୍ରଧ୍ୟାପକ ଭାବେ ଚଳିତ ବର୍ଷର ଏସିଆନ ଏଜୁକେସନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ଦୀର୍ଘ ଦିନ ଧରି ଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଓ ଉତ୍କୃଷ୍ଠତାକୁ ନେଇ ଭର୍ଚ୍ଚୁଆଲି ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିକଟରେ ୟୁଏସଏର ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ପ୍ରଫେସର ଶୁକ୍ଳାଙ୍କର ନାମ ଚୟନ କରାଯାଇଥିଲା। ମାଇନିଙ୍ଗ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣା ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବରୁ ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲଜିରେ ବାୟୋ-ରିସୋର୍ସେସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଓ ମୁଖ୍ୟ ବୈଜ୍ଞାନିକ ଭାବେ ସେ କାର୍ଯ୍ୟ ତୁଲାଇଛନ୍ତି। ଭାରତରେ ମାଇକ୍ରୋବାୟୋଲଜି କ୍ଷେତ୍ରରେ ଉନ୍ନତି ନିମନ୍ତେ ତାଙ୍କର ଯଥେଷ୍ଟ ଅବଦାନ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫ ହଜାର ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୯୭, ସୁନ୍ଦରଗଡରୁ ୫୧୨, ନବରଙ୍ଗପୁରରୁ ୪୦୫, ନୂଆପଡ଼ାରୁ ୩୩୯, ବରଗଡରୁ ୩୨୨, କଟକରୁ ୨୯୩, ପୁରୀରୁ ୨୮୫, ଝାରସୁଗୁଡାରୁ ୨୪୩, ଝାରସୁଗୁଡାରୁ ୨୪୩, ବଲାଙ୍ଗୀରିରୁ ୨୨୪, ସମ୍ବଲପୁରରୁ ୧୭୨, ଯାଜପୁରରୁ ୧୪୭, କେନ୍ଦୁଝରରୁ ୧୪୦, ମୟୂରଭଞ୍ଜରୁ ୧୩୬, ବାଲେଶ୍ବରରୁ ୧୩୫, ଗଞ୍ଜାମରୁ ୮୮, କଳାହାଣ୍ଡିରୁ ୭୮, ଭଦ୍ରକରୁ ୭୩, ନୟାଗଡରୁ ୭୦, ଗଜପତିରୁ ୬୫, ସୋନପୁରରୁ ୬୫, ଅନୁଗୁଳରୁ ୬୧, ମାଲକାନାଗିରିରୁ ୨୦, ଢେଙ୍କାନାଳରୁ ୧୬, ବୌଦ୍ଧରୁ ୧୦ ଏବଂ ଷ୍ଟେଟ ପୁଲରୁ ୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ…

Read More