ଭୁବନେଶ୍ବର, ଆସନ୍ତାକାଲି ଦିନ 10ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କୋଭିଡ ସଂକ୍ରାନ୍ତରେ ଏକ ବଡ ଘୋଷଣା କରିବେ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଗଣମାଧ୍ୟମକୁ ଅବଗତ କରାଯାଇଛି। ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ସ୍ତରରେ ଅଙ୍କ କଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି କରୋନା ପରିଚାଳନା ନେଇ କଣ କହିବେ ମୁଖ୍ୟ ଶାସନ ସଚିବ ସେ ନେଇ ସମସ୍ତଙ୍କର ଅପେକ୍ଷା। ତେବେ ସାଧାରଣରେ ଯାହା ଆଲୋଚନା ହେଉଛି ତାହା ହେଲା ରାଜ୍ୟରେ ପୁଣି ଥରେ ଲକଡାଉନ ଘୋଷଣା ହୋଇପାରେ। କାରଣ ବର୍ତ୍ତମାନ ଓଡିଶାର ସ୍ଥିତି ଧିରେ ଧିରେ ସଙ୍କଟମୟ ପରିସ୍ଥିତି ଆଡକୁ ଗତିକରିବାରେ ଲାଗିଛି। ବିଗତ ଦିନର କରୋନା ଗ୍ରାଫକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ଶନିବାର ଦିନ ଯେଉଁ କରୋନା ଗ୍ରାଫ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଟପିଲା। ଦିଲ୍ଲୀର ଆକ୍ରାନ୍ତ ସଂଖ୍ୟା ଏହିପରି…
Author: Samikhsya Bureau
ନୂଆଦିଲ୍ଲୀ, ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ପରିମାଣର ଜିଏସଟି ସଂଗୃହୀତ ହୋଇଛି। ଆଦାୟ ହୋଇଥିବା ଏହି ଜିଏସ୍ଟିର ମୋଟ ପରିମାଣ ୧ ଲକ୍ଷ ୪୧ ହଜାର ୩୮୪କୋଟି ଟଙ୍କା । ଏଥି ମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟି ପରିମାଣ ୨୭ ହଜାର ୮୩୭କୋଟି, ରାଜ୍ୟ ଜିଏସଟି ପରିମାଣ ୩୫ ହଜାର ୬୨୧କୋଟି ଟଙ୍କା। ସମନ୍ୱିତ ଜିଏସ୍ଟି (ଆଇଜିଏସ୍ଟି) ପରିମାଣ ୬୮ ହଜାର ୪୮୧ କୋଟି ଟଙ୍କା । ସଂଗୃହୀତ ଆଇଜିଏସଟି ମଧ୍ୟରେ ୨୯ ହଜାର ୫୯୯ କୋଟି ଟଙ୍କାର ଆମଦାନୀଜନିତ ସେବା ଓ ଦ୍ରବ୍ୟକର ଅନ୍ତର୍ଭୁକ୍ତ । ଏହାଛଡା ଏହି ମାସରେ ସଂଗୃହୀତ ମୋଟ ଜିଏସଟି ୯ ହଜାର ୪୪୫ କୋଟି ଟଙ୍କାର ସେସ୍ ବା ଉପକର ରହିଛି । ଏହି ଉପକର ମଧ୍ୟରୁ ୯୮୧ କୋଟି ଟଙ୍କା ସାମଗ୍ରୀ ଆମଦାନୀ କ୍ଷେତ୍ରରେ ସଂଗୃହୀତ ହୋଇଛି । କୋଭିଡ ମହାମାରୀ ଦ୍ୱିତୀୟ ସଂକ୍ରମଣ ଯୋଗୁଁ ଦେଶର ବିଭିନ୍ନ ଭାଗ ପ୍ରଭାବିତ ହୋଇଛି…
ଭୁବନେଶ୍ବର, ଅନୁଗୁଳରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ଭରି ଅକ୍ସିଜେନ୍ ଏକ୍ସପ୍ରେସ ଟ୍ରେନ୍ ଆଜି ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିଛି। ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ ରୋ-ରୋ ସେବା ମାଧ୍ୟମରେ ଅନୁଗୁଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ସିକନ୍ଦରାବାଦକୁ ପ୍ରାୟ ୬୩.୬ ଟନ୍ LMO ପରିବହନ କରିଛି। ତେଲେଙ୍ଗାନା ସରକାରଙ୍କ ଅନୁରୋଧ କ୍ରମେ ସିକନ୍ଦରାବାଦରୁ ପାଞ୍ଚଟି ଖାଲି ଟ୍ୟାଙ୍କର ଥିବା ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲକୁ ଗତକାଲି ଅନୁଗୁଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଲୋଡିଂ ପାଇଁ ରଖାଯାଇ ପ୍ରାୟ ୬୩.୬ ଟନ୍ LMO ପାଞ୍ଚଟି ଟ୍ୟାଙ୍କରେ ଭର୍ତିକରାଯାଇ ଭାରତୀୟ ରେଳବାଇର ରୋରୋ ସେବା ସହିତ ଟ୍ରେନ୍ ଯୋଗେ ତେଲେଙ୍ଗାନା ଯାତ୍ରା କରିଛି। ଗୁରୁବାର ଦିନ ସ୍ୱତନ୍ତ୍ର ବାୟୁସେନା ବିମାନ ଦ୍ୱାରା ଆସିଥିବା ଦୁଇଟି ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍, ଅନୁଗୁଳସ୍ଥିତ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରେ ୩୨ ଟନ୍ LMO ଧାରଣ କରି ଗତକାଲି ସକାଳେ ଭାରତୀୟ ରେଳବାଇର ରୋରୋ ସେବା…
ନୂଆଦିଲ୍ଲୀ/ଭୁବନେଶ୍ବର: ଜୁନ ତୃତୀୟ ସପ୍ତାହ ସୁଦ୍ଧା ଘୋଷଣା ହେବ ସିବିଏସଇ ଦଶମ ପରୀକ୍ଷା ଫଳାଫଳ। ଏନେଇ ସିବିଏସଇ ପକ୍ଷରୁ ଏକ ଗାଇଡ ଲାଇନ ଜାରି କରାଯାଇଛି। ତେବେ ଏହି ଗାଇଡ ଲାଇନ ଅନୁଯାୟୀ, ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ ହେବ। ସ୍କୁଲ ପ୍ରିନ୍ସିପାଲ ଓ ଅନ୍ୟ ୭ ଜଣ ଶିକ୍ଷକଙ୍କୁ ନେଇ ଏହି କମିଟି ଗଠନ ପାଇଁ ନିର୍ଦ୍ଦେଶ ହୋଇଛି। ସେହି ୭ ଜଣଙ୍କ ମଧ୍ୟରୁ ନିଜ ସ୍କୁଲର ୫ ଜଣ ଶିକ୍ଷକ ଏବଂ ପାଖ ସ୍କୁଲର ୨ ଜଣ ଏହି କମିଟିରେ ରହିବେ। ବର୍ଷ ସାରା ପରୀକ୍ଷାକୁ ଦେଖି ୮୦ ମାର୍କର ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ହୋଇଛି। ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ହେବ। ଜୁନ ୫ ସୁଦ୍ଧା ସିବିଏସଇକୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ। ମୂଲ୍ୟାୟନ ବେଳେ ସ୍କୁଲର ପୂର୍ବ ୩ ବର୍ଷର ଫଳାଫଳକୁ ବିଚାରକୁ ନିଆଯିବ। ଜୁନ ୧୧…
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ସରକାର କରୋନାକୁ ନେଇ ସକାଳ ୧୦ ଟା ରେ ବଡ ଘୋଷଣା କରିପାରନ୍ତି। କୋଭିଡ଼ ପରିଚାଳନା ଉପରେ ରାଜ୍ୟ ସରକାର କିଛି ବଡ ଘୋଷଣା କରିପାରନ୍ତି। ତେବେ ମେ’ ମାସ ପାଇଁ ରାଜ୍ୟ ସରକାର କିଛି ନୂଆ ଗାଇଡଲାଇନ ଆଣିବେ ବୋଲି ଅନୁମାନ କରାଯାଉଛି।
ମୁମ୍ବଇ/ଭୁବନେଶ୍ୱର: ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି। ସାଂପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଅମ୍ଳଜାନ ସବୁଠାରୁ ଜରୁରୀ ଆବଶ୍ୟକତା ହୋଇଛି। ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବାବେଳେ ସଂପ୍ରତି ଗୋଟିଏ ସ୍ଥାନରେ ଏହି ଜୀବନ ରକ୍ଷାକାରୀ ସମ୍ବଳର ଦେଶରେ ସର୍ବବୃହତ ଉତ୍ପାଦନକାରୀ ହୋଇଛି। ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କଂପ୍ଲେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସଂପ୍ରତି ଦୈନିକ ୧୦୦୦ ମେଟ୍ରିକ ଟନ୍ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛି, ଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ । ଏହି ଅନୁସାରେ ଏହା ପ୍ରତି ଦଶ ଜଣରେ ଜଣେ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି। ଏହି ଅମ୍ଳଜାନ କୋଭିଡ-୧୯ରେ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୭୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୫୦୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୭ ହଜାର ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୧୬୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୬୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଦୃତ ଗତିରେ ହୁ ହୁ ହୋଇ ବଢୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଆଜି ସର୍ବାଧିକ ୨୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୪୩ଜଣ , ଜଗତସିଂହପୁର ବ୍ଲକରୁ ୩୦ଜଣ, ବାଲିକୁଦା ବ୍ଲକରୁ ୨୫ଜଣ, ବିରିଡ଼ି ବ୍ଲକରୁ ୨୦ଜଣ, ନାଉଗାଁ ବ୍ଲକରୁ ୧୭ଜଣ, ତିର୍ତ୍ତୋଲ ବ୍ଳକରୁ ୧୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୫ଜଣ, ଏରସମା ବ୍ଲକରୁ ୧୪ଜଣ ଓ ରଘୁନାଥପୁର ବ୍ଲକରୁ ୧୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୦୪୩୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୬୪୮ ଜଣ ସୁସ୍ଥ ହୋଇଥିବା ବେଳେ ୩୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୭୪୭ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି…
ଭୁବନେଶ୍ୱର: ଓଡ଼ିଶା ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡାଙ୍କ ନିଷ୍ପତ୍ତିକୁ ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ କରିବା ସହ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ କରୋନାର ଜଟିଳ ସ୍ଥିତି ଦେଖିଲା ପରେ, ସଟଡାଉନ ହିଁ ଏକମାତ୍ର ଉପାୟ ବୋଲି ମାନିବାକୁ ପଡ଼ିବ। ସାଧାରଣ ଭାବେ ଶ୍ରମିକ, ଦିନ ମଜୁରିଆ, କ୍ଷୁଦ୍ର ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେବେ ସତ କିନ୍ତୁ ଏ ସବୁଠାରୁ ମଣିଷ ଜୀବନ ଯଥେଷ୍ଟ ମୂଲ୍ୟବାନ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି। ରାଜ୍ୟ ସରକାର ତୁରନ୍ତ ସଟଡ଼ାଉନ କରିବା ସହ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ସଂଗ୍ରହ ପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କୋହଳ ବ୍ୟବସ୍ଥା କରିବାକୁ ସେ ରାଜ୍ୟ ସରକାରଙ୍କ ଠାରେ ଦୃଢ ଦାବି କରିଛନ୍ତି। ସମସ୍ତ ଜରୁରୀକାଳୀନ ସେବା ପୂର୍ବଭଳି କାର୍ଯ୍ୟ କରିବା ସହ ଜରୁରୀ କାର୍ଯ୍ୟ ଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ହେବାକୁ ସେ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫ ହଜାର ୬୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୪୬, କଳାହାଣ୍ଡିରୁ ୪୫୧, ସୁନ୍ଦରଗଡରୁ ୪୨୬, କଟକରୁ ୩୬୭, ନୂଆପଡାରୁ ୩୧୮, ପୁରୀରୁ ୩୦୫, ନବରଙ୍ଗପୁରରୁ ୨୫୨, ସମ୍ବଲପୁରରୁ ୨୨୯, ବଲାଙ୍ଗୀରିରୁ ୨୦୯, କେନ୍ଦୁଝରରୁ ୧୯୨, ଝାରସୁଗୁଡାରୁ ୧୭୬, ଗଞ୍ଜାମରୁ ୧୫୩, ସୋନପୁରରୁ ୧୨୯, ଯାଜପୁରରୁ ୧୧୫, ମୟୂରଭଞ୍ଜରୁ ୧୧୫, ରାୟଗଡ଼ାରୁ ୧୦୮, ବରଗଡରୁ ୮୯, ବାଲେଶ୍ବରରୁ ୭୮, ଅନୁଗୁଳରୁ ୭୨, ଭଦ୍ରକରୁ ୭୧, ଗଜପତିରୁ ୬୯, ନୟାଗଡରୁ ୬୮, ଦେବଗଡରୁ ୬୭, କୋରାପୁଟରୁ ୪୮, ଜଗତସିଂହପୁରରୁ ୪୭, କେନ୍ଦ୍ରାପଡାରୁ ୪୧, କନ୍ଧମାଳରୁ ୨୬, ବୌଦ୍ଧରୁ ୧୩, ମାଲକାନାଗିରିରୁ ୯, ଢେଙ୍କାନାଳରୁ ୬ ଏବଂ ଷ୍ଟେଟ ପୁଲରୁ ୨୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩…
ଭୁବନେଶ୍ବର: ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ବିଏମସି ସମୟ ନିର୍ଦ୍ଧାରଣ କରିଛି। ଟୀକାକରଣକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଛି। ପ୍ରଥମ ଭାଗରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା ବେଳେ ଦ୍ଵିତୀୟ ଭାଗରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ସକାଳ ୮ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ହେବ। ଏବଂ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ତେବେ ଟୀକାକରଣ ପାଇଁ ଭୁବନେଶ୍ବରରେ ୨୬ ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅପରପକ୍ଷରେ କୌଣସି ବ୍ୟକ୍ତି ପଞ୍ଜୀକରଣ ବିନା ଟୀକା ଦିଆଯିବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି, ସେମାନେ କୋୱିନ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସିରେ କରୋନା କ୍ଷିପ୍ରଗତିରେ କାୟା ବିସ୍ତାର କରିଚାଲିଛି। ଗତକାଲି ବାଲୁଗାଁ ଏନଏସି ର ଅଶୋକ ନଗରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଚିଲିକାର ଅତିରିକ୍ତ ତହସିଲଦାର ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପତ୍ର ଯୋଗେ ଅନୁରୋଧ କରିଥିଲେ। ଏହାକୁ ଗୁରୁତର ସହ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଆଜି ମଇ ୧ ତାରିଖ ସଂଧ୍ୟା ୭ ଘଟିକାରୁ ମଇ ୭ ତାରିଖ ରାତି ୯ ଘଟିକା ଯାଏଁ ଅଶୋକ ନଗରର ଡ଼ା ଦିବ୍ୟସିଂହ ମିଶ୍ରଙ୍କ ଘର ଠାରୁ ଦେବ ମହାପାତ୍ରଙ୍କ ଘର(୭ ଗୋଟି ଘର) ପର୍ଯ୍ୟନ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରଛନ୍ତି। ଉକ୍ତ ସମୟରେ ଏହି ଅଂଚଳର କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ। କଣ୍ଟେନମେଣ୍ଟ ଅଞ୍ଚଳରେ ଅଂଚଳବାସୀଙ୍କୁ ଜରୁରୀକାଳନ ସାମଗ୍ରୀ ଯୋଗାଣ, ବିଶୋଧନ, କଣ୍ଟାକ୍ଟ ଟ୍ରେସିଂ,…
ନୂଆଦିଲ୍ଲୀ: ଜରୁରୀକାଳିନ ବ୍ୟବହାର ପାଇଁ ଋଷ ଟୀକା ସ୍ପୁଟନିକ-ଭି ଭାରତରେ ପହଞ୍ଚିଛି। ଋଷରୁ ପ୍ରଥମ ବ୍ୟାଚ ଟୀକା ଆଜି ଭାରତରେ ପହଞ୍ଚିଛି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ବିମାନ ବନ୍ଦରରେ ଏହି ଟୀକା ପହଞ୍ଚିଛି। ହାଇଦ୍ରାବାଦ ବିମାନବନ୍ଦରରୁ ଦେଶର ବିଭିନ୍ନ ଅଞ୍ଚଳକୁ ଏହି ଟୀକା ପଠାଯିବ ବୋଲି ଜଣାପଡିଛି। ଫଳରେ ଭାରତକୁ ବଡ ଆଶ୍ଵସ୍ତି ମିଳିଛି। ଟୀକାର ଅଭାବ ଭିତରେ ଭାରତକୁ ଆଉ ଏକ ଟୀକା ମିଳିବା ଏକ ଭଲ ଖବର ବୋଲି କୁହାଯାଉଛି। ତେବେ ବର୍ତ୍ତମାନ ଭାରତରେ ଏବେ ସ୍ଵଦେଶୀ ଟୀକା କୋଭାକ୍ସିନ ଏବଂ କୋଭିସିଲ୍ଡ ଚାଲିଥିବା ବେଳେ ତୃତୀୟ ଟୀକା ଭାବେ ସ୍ପୁଟନିକ-ଭିକୁ ଖୁବ ଶୀଘ୍ର ଟୀକାକରଣରେ ସାମିଲ କରାଯିବ ବୋଲି ଆଶା କରାଯାଉଛି। କରୋନା ଭୂତାଣୁ ଲଢେଇରେ ଏହି ଟୀକା ୯୧ ପ୍ରତିଶତରୁ ଅଧିକ ସଫଳ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଭୁବନେଶ୍ବର: ବର୍ଷା ସହ ବଜ୍ରପାତ ନେଇ ଅନୁମାନ କରାଯାଇଛି। ୧୬ ଟି ଜିଲ୍ଲାରେ ବର୍ଷା ଏବଂ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି। ବର୍ଷ ଏବଂ ବଜ୍ରପାତ ସହ ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ଅନୁମାନ କରାଯାଇଛି। ତେବେ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ (ମାର୍ଚ୍ଚ) ତ୍ରୟମାସରେ ନିଟ୍ ଲାଭ ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇ ୧୪,୯୯୫ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ପେଟ୍ରୋକେମିକାଲସ୍ ଓ ଉପଭୋକ୍ତା ବ୍ୟବସାୟରେ ହୋଇଥିବା ଉନ୍ନତି ଆଧାରରେ କଂପାନି ଏହି ବିଶେଷ ସଫଳତା ପାଇଛି। ଗତବର୍ଷ ଜାନୁଆରି-ମାର୍ଚ୍ଚ ତ୍ରୟମାସରେ କଂପାନିର ନିଟ୍ ଲାଭ ୬୩୪୮ କୋଟି ଟଙ୍କା ଥିଲା। ସେହିଭଳି ଏହି ତ୍ରୟମାସରେ କଂପାନିର ମୋଟ ଆୟ ୧,୭୨,୦୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ଏହି ଅବଧିରେ କମ୍ପାନୀର ଆୟ ୧,୫୧,୪୬୧ କୋଟି ଟଙ୍କା ରହିଥିଲା। କୋଭିଡ୍-୧୯ ମହାମାରୀ ସତ୍ୱେ ରିଲାଏନ୍ସ ଇଣ୍ଡ୍ଷ୍ଟ୍ରିଜ୍ ଲିମିଟେଡ୍ ବର୍ଷକ ମଧ୍ୟରେ ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ମୁକେଶ ଡି. ଅମ୍ବାନୀ ସୂଚନା ଦେଇଛନ୍ତି। ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (୨୦୨୧ର…
ନୂଆଦିଲ୍ଲୀ: ଆରଜେଡ଼ିର ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଦିନ କରୋନାରେ ମୃତ୍ୟୁ ହୋଇଛି। ଶାହାବୁଦ୍ଦିନ ହତ୍ୟା ମମାଳାରେ ତିହାର ଜେଲରେ ଆଜୀବନ ସଜା କାଟୁଥିଲେ। ଗତ କିଛି ଦିନ ତଳେ ସେ କରୋନାରେ ସଂକ୍ରମଣ ହୋଇଥିଲେ। ଫଳରେ ତାଙ୍କୁ ଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗତ ରାତିରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କର ମୃତ୍ୟୁ ହୋଇଛି।
ନୂଆଦିଲ୍ଲୀ: ଗତକାଲି ରାତିରେ ଏକ କୋଭିଡ଼ ହସ୍ପିଟାଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗୁଜୁରାତ ଭରୁଚର ଏକ କୋଭିଡ଼ ହସ୍ପିଟାଲରେ ୫୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ। ରାତ୍ରି ପାଖାପାଖି ୧ ଟା ସମୟରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟିବାରୁ ୧୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଚାରି ମହଲା ବିଶିଷ୍ଟ ଏହି ହସ୍ପିଟାଲର ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ସକାଳ ୬ ଟା ୩୦ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଥିଲା। ତେବେ ସେ ପର୍ଯ୍ୟନ୍ତ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା।
ଭୁବନେଶ୍ଵର: ଭୁବନେଶ୍ଵରରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ଟୀକାକରଣର ଟ୍ରାଏଲ୍ ରନ୍ ସଫଳ ହୋଇଛି। ଆଜି ଆଇଆରସି ଭିଲେଜ ମେଡିକାଲରୁ ଟ୍ରାଏଲ୍ ରନ୍ ଆରମ୍ଭ ହୋଇଥିଲା। ଏହି ଟ୍ରାଏଲ୍ ରନ୍ ରେ ୫୦ ଜଣ ଟୀକା ନେଇଥିଲେ। ତେବେ ମେ ୩ ତାରିଖରୁ ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ଆରମ୍ଭ ହେବ। ପଞ୍ଜୀକରଣ କରିଥିବା ବ୍ୟକ୍ତି ହିଁ କେବଳ ମେ’ ୩ ରୁ ଟୀକା ନେଇପାରିବେ। ଆଜି ଅପରାହ୍ନରୁ ସ୍ଲଟ ଅଫ ଆପଏଣ୍ଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟୀକାକରଣ କରାଯିବ। ଏକ ସାଙ୍ଗରେ ୪୫ ରୁ ଉର୍ଦ୍ଧ୍ଵ ଏବଂ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକା ଦିଆଯିବ। ସେଥିପାଇଁ ଉଭୟ ବର୍ଗ ପାଇଁ ମେଡିକାଲରେ ଅଲଗା ଅଲଗା ବ୍ୟବସ୍ଥା କରାଯିବ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢି ଚାଲିଛି। ଆଜି ବ୍ରାଉନ ସୁଗାର ଡିଲରକୁ କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର ଟାସ୍କ ଫୋର୍ସ କବ୍ଜା କରିବାରେ ସକ୍ଷମ ହୋଇଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଦୁଇଜଣଙ୍କୁ ଗିରଫ କରିବା ସହ ୧ କୋଟି ୩୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବ କରିଛି। ଅଭିଯୁକ୍ତ ଦ୍ୱୟଙ୍କୁ ବାଲେଶ୍ଵରର ସହଦେବଖୁଣ୍ଟା ଅଞ୍ଚଳରୁ ଗିରଫ କରାଯାଇଥିବା ସୂଚନା ରହିଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଗାଁରେ ମଦ ବେପାରକୁ ବିରୋଧ କରିବା ମହଙ୍ଗା ପଡିଛି। ଏହି ଘଟଣାରେ ୱାର୍ଡ ସଭ୍ୟାଙ୍କ ସ୍ୱାମୀଙ୍କୁ ପେଟ୍ରୋଲ ପକାଇ ପୋଡି ମାରି ଦେବା ଉଦ୍ୟମ ହୋଇଛି। ଗୁରୁତର ଅବସ୍ଥାରେ ୱାର୍ଡ ସଭ୍ୟାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଞ୍ଚାଯତ ପଥରବନ୍ଧ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁତର ବ୍ୟକ୍ତିଙ୍କ ନାମ ରମେଶ ଚନ୍ଦ୍ର ବେହେରା (୪୫)। ସୂଚନା ଅନୁଯାୟୀ, ଗତ କାଲି ରାତିରେ ରମେଶ ଓ ତାଙ୍କର ଜଣେ ବନ୍ଧୁ ପଥର ବନ୍ଧ ଗ୍ରାମରେ ଥିବା ଜଳ ଯୋଗାଣ କଣ୍ଟ୍ରୋଲ ରୁମ୍ ରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ କବାଟ ବାହାରୁ ପେଟ୍ରୋଲ ଢାଳି ମଦ ବେପାରୀ ସେମାନଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ରମେଶଙ୍କର ଗୋଡ ହାତ ପୋଡି ଯାଇଥିବା ବେଳେ ଟାଙ୍ଗୀ ପୋଲିସ୍ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ଆରମ୍ଭ କରିଦେଇଛି। ଅଭିଯୁକ୍ତ ଜଣଙ୍କ ପଥର…
ରମେଶ ମହାନ୍ତି ଜଗତସିଂହପୁର: କୋଭିଡ୍-୧୯ ଦ୍ୱିତୀୟ ଲହରୀର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଅପରାହ୍ନରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବଜାର କମିଟି କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କୋଭିଡ୍ ୨ୟ ଲହରୀର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ କରିଥିବା ବ୍ୟକ୍ତି ମାନେ ଅଧିକ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବଜାର କମିଟି କର୍ମକର୍ତ୍ତାମାନେ ଦୋକାନୀ ମାନଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ବାରମ୍ବାର ବାର୍ତ୍ତା ମାଧ୍ୟମରେ ରାଜ୍ୟର ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ରାଜ୍ୟ ସରକାର ଜୀବନ ସହିତ ଜୀବିକାକୁ ଗୁରୁତ୍ବ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଦୋକାନୀ ଓ ବ୍ୟବସାୟୀ ମାନେ ନିଜେ ମାସ୍କ ପରିଧାନ କରିବା ସହିତ…

