Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ଛଅଟି ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ଉଦ୍‌ଘାଟିତ

ନୂଆଦିଲ୍ଲୀ : ଓଡ଼ିଶାର ଛଅଟି ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହି ଅଫିସ ଉଦଘାଟିତ କରିଛନ୍ତି । ରାଜ୍ୟର ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ବାରିପଦାରେ ବିଜେପିର ନୂଆ ଅଫିସ ହୋଇଛି । ସେହିପରି ଆଉ 6ଟି ଜିଲ୍ଲାରେ ବି ବିଜେପି ଅଫିସ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ କମ ସମୟ ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ନିର୍ମାଣ କରାଯାଇଥିବାରୁ ନଡା ଧନ୍ୟବାଦ ଜଣାଇବା ସହ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପ୍ରଶଂସା କରିଛନ୍ତି  ।

ଶ୍ରୀ ନଡ୍ଡା କହିଛନ୍ତିଯେ, ଅଫିସ ଓ କାର୍ଯ୍ୟାଳୟ ଭିତରେ ବହୁତ ଫରକ ରହିଛି । ଅଫିସର ଖୋଲିବା ଓ ବନ୍ଦ ହେବାର ନିର୍ଦ୍ଧିଷ୍ଟ ସମୟ ରହିଛି । କିନ୍ତୁ କାର୍ଯ୍ୟାଳୟ ସବୁବେଳେ ଖୋଲା ରହେ । କାର୍ଯ୍ୟାଳୟରେ କାର୍ଯ୍ୟକର୍ତାଙ୍କ ବିଶ୍ୱାସ ବୃଦ୍ଧି ଘଟିଥାଏ । ବିଜେପି ପକ୍ଷରୁ ଦେଶର ସମସ୍ତ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟ ଖୋଲିବା ପାଇଁ ଯୋଜନା କରାଯାଇଥିଲା । ସେହି କ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବି କାର୍ଯ୍ୟାଳୟ ଖୋଲିବ । ଯେଉଁଠାରେ ସମସ୍ତ ପ୍ରକାର ସୁବିଧା ରହିବ ବୋଲି ଜେପି ନଡ୍ଡା କହିଛନ୍ତି  ।

Categories
ଆଜିର ଖବର ଜାତୀୟ ଖବର

ବାଣରୁ ନିଆଁ ଲାଗି ବିଜେପି ସାଂସଦଙ୍କ ନାତୁଣୀର ମୃତ୍ୟୁ

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଭାଜପା ଏମ୍‌ପି ରୀତା ବହୁଗୁଣା ଯୋଶୀଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀପାବଳି ଦିନ ରାତିରେ ରୀତାଙ୍କ ପୁଅ ମୟଙ୍କ ଯୋଶୀଙ୍କ ଛଅ ବର୍ଷର ଝିଅ କିୟାଙ୍କ ବାଣ ଯୋଗୁଁ ଜଳିଯାଇଛନ୍ତି । ବାଣ ଯୋଗୁଁ ତାଙ୍କ ଶରୀର ଗୁରୁତର ଭାବେ ପୋଡି ଯାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଦୀପାବଳି ରାତିରେ ଝିଅଟି ଅନ୍ୟ ପିଲାମାନଙ୍କ ସହ ଖେଳିବାକୁ ଛାତକୁ ଯାଇଥିଲେ। ପିଲାଙ୍କ ସହ ଖେଳୁଥିବାବେଳେ ବାଣ ଫାଟିଯିବା କାରଣରୁ ଦୁର୍ଘଟଣା ଘଟିଥିଲା। ଝିଅଟିର ପୋଷାକରେ ନିଆଁ ଲାଗିଯିବାରୁ ତାଙ୍କ ଶରୀରର 60  ପ୍ରତିଶତ ଜଳିଯାଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଥିଲା। ଝିଅଟି ଫ୍ୟାନ୍ସି ପୋଷାକ ପିନ୍ଧିଥିବାରୁ  ନିଆଁଟି ଲାଗିଯାଇଥିଲା । ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲଶ କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1560କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1560କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ 3, ଜଗତସିଂହପୁର ଓ ସୁବର୍ଣ୍ଣପୁରରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବରଗଡ, ଭଦ୍ରକ ଓ ଭୁବନେଶ୍ବରର, ଗଞ୍ଜାମ, କଟକ ଓ ପୁରୀରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର:  ରାଜ୍ୟରେ ଆଜି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୭୧ ଜଣ ଚିହ୍ନଟ ହୋଇଥିବାବେଳେ ୨୭୩ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ 10ହଜାର ୫୨କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୯ ହଜାର ୧୫୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୨୮୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୨୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୭୪୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୩ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୨୯, ବାଲେଶ୍ଵରରୁ ୧୩,  ବରଗଡରୁ ୧୪, ଭଦ୍ରକରୁ ୧୯, ବଲାଙ୍ଗିରରୁ ୩୨, ବୌଦ୍ଧରୁ ୩,  କଟକରୁ ୩୮, ଦେବଗଡରୁ ୩,  ଢେଙ୍କାନାଳରୁ ୬, ଗଜପତିରୁ ୩,  ଗଞ୍ଜାମରୁ ୭, ଜଗତସିଂହପୁରରୁ  ୨୭, ଯାଜପୁରରୁ ୧୭, ଝାରସୁଗୁଡାରୁ ୨୬, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୫, କେନ୍ଦ୍ରାପଡାରୁ ୨୯, କେଉଁଝରରୁ ୩୭, କୋରାପୁଟରୁ ୧, ମାଲକାନଗିରିରୁ ୧୬, ମୟୂରଭଞ୍ଜରୁ ୫୯, ନବରଙ୍ଗପୁରରୁ ୧୫, ନୟାଗଡରୁ ୯, ନୂଆପଡାରୁ ୯, ପୁରୀରୁ ୩୪, ରାୟଗଡାରୁ ୧,  ସମ୍ବଲପୁରରୁ ୧୫, ସୋନପୁରରୁ ୧୦ଜଣ, ସୁନ୍ଦରଗଡରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୧୭ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଏକ ବଡ ଧରଣର ଆତଙ୍କୀ ହମଲାକୁ ପଣ୍ଡ କରି ଦେଇଛି । ପୋଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରିଛି । ଉଭୟ ଆତଙ୍କୀ ଜମ୍ମୁ କାଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଦିଲ୍ଲୀର ସରାଇ କାଲେ ଖାଁ ଅଞ୍ଚଳରୁ ଉଭୟଙ୍କୁ ଗିରଫ କରାଯାଇଛି । ସୋମବାର ରାତିରେ ସ୍ୱତନ୍ତ୍ର ସେଲ ପକ୍ଷରୁ ଉଭୟ ଆତଙ୍କୀକୁ ଗିରଫ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଦୁଇ ଆତଙ୍କୀଙ୍କୁ ଧରିବାର ଜାଲ ବିଛାଇଥିଲା ପୋଲିସ । ଉଭୟଙ୍କୁ କାଲେ ଖାଁ ଅଞ୍ଚଳରେ ରହିଥିବା ମିଲେନିୟମ ପାର୍କ ନିକଟରୁ ଗିରଫ କରାଯାଇଥିଲା। ରାତି ପ୍ରାୟ 10.15 ରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ଦୁଇ ଆତଙ୍କୀଙ୍କୁ  ଧରାଯାଇଥିଲା ।

ଦୁଇ ଆତଙ୍କୀଙ୍କ ପରିଚୟ ମିଳିଥିବା ବେଳେ ଉଭୟ କାଶ୍ମୀରର ବାସିନ୍ଦା ବୋଲି ଜଣାପଡିଛି । 22 ବର୍ଷୀୟ ଅବଦୁଲ ଲତିଫ ମିର ବାରାମୁଲ୍ଲାର ଡୋରୁ ଗ୍ରାମର ବାସିନ୍ଦା ବୋଲି ତଦନ୍ତରୁ ଜଣାପଡିଛି । ଅନ୍ୟତମ ଆତଙ୍କୀ ହେଉଛି 20ବର୍ଷୀୟ ମହମ୍ମଦ ଅଶ୍ରଫ ଖାତନା । ଖାତନା କୁପୱାରା ଜିଲ୍ଲାର ହାଟମୁଲ୍ଲା ଗ୍ରାମର ବାସିନ୍ଦା । ଉଭୟଙ୍କୁ ପୋଲିସ ପକ୍ଷରୁ ପଚରା ଉଚୁରା ଜାରି ରହିଛି । ଉଭୟଙ୍କ ନିକଟରୁ ଦୁଇଟି ସେମି ଅଟୋମେଟିକ ପିସ୍ତଲ ସହିତ 10ଟି ଜୀବନ୍ତ ଗୁଳି ଜବତ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ 29 ହଜାର 163ଜଣ ଚିହ୍ନଟ, 449 ମୃତ

ନୂଆଦିଲ୍ଲୀ : ବିଗତ ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ତିରିଶ ହଜାର ତଳେ ରହିଛି । 24 ଘଣ୍ଟା ମଧ୍ୟରେ 29 ହଜାର 163 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 88 ଲକ୍ଷ 74ହଜାର 290ରେ ପହଞ୍ଚିଛି। ସେହିପରି ଗତ 24 ଘଣ୍‌ଟାରେ 449ଜଣଙ୍କ ପ୍ରାଣ ଯାଇଛି । ନୂତନ 449 ମୃତ୍ୟୁ ସହିତ ଦେଶରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 30 ହଜାର 519ରେ ପହଞ୍ଚିଛି । ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା 82 ଲକ୍ଷ 90 ହଜାର 370ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ 4 ଲକ୍ଷ 53ହଜାର 401ରେ ପହଞ୍ଚିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ଅଧିବେଶନ ପାଇଁ ଆଜିଠୁ ତିନି ଦିନ ଯାଏଁ କୋଭିଡ ଟେଷ୍ଟ୍‌

ଭୁବନେଶ୍ବର : ଆସନ୍ତା 29 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ଏଥର ବି ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଉଛି। ମଙ୍ଗଳବାରଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କରୋନା ଟେଷ୍ଟ ଜାରି ରହିବ। କୋଭିଡ ରିପୋର୍ଟ ନେଗେଟଭ ଆସିଲେ ବିଧାନସଭା ଯିବାକୁ ସଭ୍ୟ ସମେତ ଅନ୍ୟମାନେ ଯିବାକୁ ଅନୁମତି ମିଳିବ। ତା’ସହିତ ବିଧାନସଭା ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ। ଏଥର ମଧ୍ୟ ବିଧାନସଭା ପରିସରକୁ ପ୍ରତିଦିନ ସାନିଟାଇଜ କରାଯିବ। ଯେଉଁ ସଦସ୍ୟ ବିଧାନସଭା ଆସିବେ ନାହିଁ ସେମାନେ ଭିଡିଓ କନଫରେସିଂ ଜରିଆରେ ଭାଗ ନେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଖୋଲିବ କି ସିଂହଁଦ୍ବାର , ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ

ପୁରୀ, ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ତେବେ ଏଥିରେ ଯେଉଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି ସେଥିରେ ତିନିଠାକୁରଙ୍କ ନାଗାର୍ଜୁନ ବେଶ ଏବଂ ଶ୍ରୀମନ୍ଦିର ଖୋଲିବା ପ୍ରସଂଗ। ଚଳିତ ମାସ 27 ତାରିଖରେ ପ୍ରଭୃଙ୍କର ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ହେଲେ କୋଭିଡ କଟକଣା ପାଇଁ ଏଥର ଭକ୍ତମାନେ ଏହି ବିରଳ ବେଶ ଦେଖିପାରିବେ ନାହିଁ। ଯଦି ସରକାର ମନ୍ଦିର ଖୋଲିବା ନେଇ ଅନୁମତି ପ୍ରଦାନ କରନ୍ତି ତେବେ ତାହା ସମ୍ଭବ ହେବ। ସେଥିପାଇଁ ଆଜିର ପରିଚାଳନା ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇପାରେ।

ବର୍ତ୍ତମାନ ମହାରାଷ୍ଟ୍ର, ନୂଆଦିଲ୍ଲୀ ପରି ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲିସାରିଲାଣି। ସେହିପରି ଓଡିଶାରେ ମନ୍ଦିର ଖୋଲିବା ନେଇ ବିଭିନ୍ନ ମହଲରେ ଦାବୀ ହେଉଛି। ଏପରିକି ଏହି ମାମଲା ହାଇକୋର୍ଟକୁ ମଧ୍ୟ ଯାଇଛି। ସେଥିପାଇଁ ଆଜି ପରିଚାଳନା ବୈଠକରେ ମନ୍ଦିର ଖୋଲିବା ନେଇ ସରକାରଙ୍କୁ ସୁପାରିଶ କରିପାନ୍ତି ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଶ୍ଚର୍ଯ୍ୟ କଥା, ସତରେ ମାଟି ଖୋଳୁଖୋଳୁ ବାହାରିଲେ ମହାଦେବ, ଜାଣନ୍ତୁ କଣ ହୋଇଛି ପୁରା ଘଟଣା

ଭଦ୍ରକ, କଥାରି ଅଛି ମାଟି ଖୋଳୁଖୋଳୁ ବାହାରିଲେ ମହାଦେବ। ଏହା ଏଇଥି ପାଇଁ କୁହାଯାଇଥାଏ କି ଗୋଟିଏ ଘଟଣାର ସତ୍ୟାସତ୍ୟ ଖୋଜୁଖୋଜୁ ଅନ୍ୟ ବଡ କଥା ପ୍ରକାଶ ପାଇବା। ସତରେ ମହାଦେବ ବାହାରିବା ଘଟଣା ସହିତ ଏହାର କୌଣସି ସଂପର୍କ ନ ଥାଏ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏହା ସତ ବୋଲି ପ୍ରମାଣିତ ହୋଇଛି। ଅର୍ଥାତ ସତରେ ମାଟି ଖୋଳୁ ଖୋଳୁ ମହାଦେବ ଆର୍ବିଭାବ ହୋଇଛନ୍ତି।

ଘଟଣାରୁ ଜଣାପଡିଛି ଯେ ଭଦ୍ରକ ଜିଲ୍ଲାର ଗୋରାମାଟି ପଞ୍ଚାୟତରେ ଏକ ପାର୍କ ନିର୍ମାଣ ପାଇଁ ମାଟି ଖୋଳାଯାଉଥିଲା। ବହୁମାଟି ଖୋଳିବା ପରେ ହଠାତ୍ ଏକ କଳାମଚମଚ ପଥର ଦେଖାଦେଲା। ଏହା କଣ ବୋଲି ଭାବି ଆଗ୍ରହରେ ଶ୍ରମିକମାନେ ଖୋଳିବା ପରେ ତାହା ଏକ ଶିବଲିଙ୍ଗ ବାହାରିଲା। ଏଥିସହିତ ମନ୍ଦିରରେ ରଖାଯାଉଥିବା ଗୋଟିଏ ମୃତ୍ତି ମଧ୍ୟ ବାହାରିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କର ସମାଗମ ଆରମ୍ଭ ହୋଇଯାଇଛି। ଏପରିକି ସେଠାରେ ଲୋକେ ପୂଜା ଅର୍ଚ୍ଚନା ମଧ୍ୟ ଆରମ୍ଭ କରି ଦେଇଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ଉପରେ ଲେଖାଶ୍ରୀଙ୍କର ଅରୁଚିକର ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ବର, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ସାରା ଓଡିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଲେଖାଶ୍ରୀ କହିଛନ୍ତି ଯେ, ସମ୍ବିତ ପାତ୍ର ପୁରୀରେ ଛିଡା ହେବାରୁ ବାହାର ଲୋକେ ଜାଣିଲେ ଯେ ପୁରୀ ଓଡିଶାରେ ଅଛି। ଏପରି ମନ୍ତ୍ରବ୍ୟକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଜଗତର ନାଥ ଜଗନ୍ନାଥଙ୍କ ପାଇଁ ସାରା ବିଶ୍ବରେ ପୁରୀ ପରିଚିତ। ହେଲେ ଓଡିଶାର ହୋଇ ଲେଖାଶ୍ରୀ କିପରି ଏପରି ମନ୍ତବ୍ୟ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଏହାର ପ୍ରତିକିୟାରେ ଲେଖାଶ୍ରୀ କହିଛନ୍ତି ଯେ ଗଣମାଧ୍ୟମରେ ତାଙ୍କ ମନ୍ତବ୍ୟକୁ ଠିକ ଭାବେ ଉପସ୍ଥାପିତ କରାଯାଇ ନାହିଁ। ତେବେ ଲେଖାଶ୍ରୀ ଜାଣିପାରୁ ନାହାଁନ୍ତି ଯେ ସେ ଯାହା କହିଛନ୍ତି ତାହା କ୍ୟାମେରାରେ ରେକର୍ଡ ହୋଇଛି। ତେବ ତାଙ୍କର ଏପରି ବକ୍ତବ୍ୟ ପାଇଁ ସେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବୀ କରିଛି। ସେହିପରି ପୁରୀରେ ଜଗନ୍ନାଥ ସେନା ମଧ୍ୟ ଏହାର ତୀବ୍ର ବିରୋଧ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରା ପଡିଲେ ତହସିଲଦାର

ସୁବର୍ଣ୍ଣପୁର, ଆଜି ଜଣେ ତହସିଲଦାର ଲାଞ୍ଚ ନେଲାବେଳେ ଭିଜିଲାନସ ଅଧିକାରୀମାନେ ଚଢାଉ କରି ତାଙ୍କଠାରୁ ରଂଗ ବୋଳା ଟଙ୍କା ଜବତ କରିବା ସହ ଗରିଫ କରିଛନ୍ତି। ସେ ହେଉଛନ୍ତି  ସୁବର୍ଣ୍ଣପୁର ଜିଲ୍ଲାର ତରଭା ତହସିଲର ତହସିଲଦାର ତଥା ସବ ରେଜିଷ୍ଟାର। ତାଙ୍କ ନାମ ହେଉଛି ସୁବ୍ରତ ବେହେରା।

ଜଣେ ଲୋକର ଜମି ରେଜିଷ୍ଟ୍ରେସନ କରିବା ପାଇଁ ସେ 20 ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେଲେ ଏହି ରେଜିଷ୍ଟ୍ରେସନ କରାଯିବ ବୋଲି ତହସିଲଦାର କହିଥିଲେ। ଜମି ମାଲିକ ଭିଜିଲାନସ ସହିତ ଯୋଗଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା। ଯୋଜନା ମୁତାବିକ ଭିଜିଲାନସ ଅଧିକାରୀମାନେ ବାହାର ଛକି ରହିଥିଲେ। ଜମି ମାଲିକ ଟଙ୍କା ଦେବା ପରେ ଭିଜିଲାନସ ଅଧିକାରୀ ତାଙ୍କୁ କାବୁ କରି ଟଙ୍କା ଜବତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପୋଷ୍ଟ ଅଫିସରେ ଆପଣଙ୍କର ଜମାଖାତା ଅଛି କି ? ତେବେ ଜାଣନ୍ତୁ କଣ ହେଲା ନୂଆ ଆଇନି

ଭୁବନେଶ୍ବର, ଭାରତୀୟ ପୋଷ୍ଟ ବର୍ତ୍ତମାନ ଜମାଖାତାଧାରୀଙ୍କ ପାଇଁ ନୂଆ ଆଇନି ଆଣିଛି। ଏଣିକି ପୋଷ୍ଟ ଅଫିସରେ ଥିବା ଜମା ଖାତାରେ ଆପଣଙ୍କୁ ଏକ ସର୍ବନିମ୍ନ ଜମା ରଖିବାକୁ ପଡିବ। ତାହା ହେଲା ଜମା ଖାତାରେ ଅତି କମରେ ପାଞ୍ଚ ଶହ ଟଙ୍କା ଜମା ରଖିବାକୁ ପଡିବ। ଯଦି ପାଞ୍ଚ ଶହ ଟଙ୍କାରୁ କମ ରହିବ ତେବେ ପୋଷ୍ଟ ଅଫିସ ବାର୍ଷିକ ଶହେ ଟଙ୍କା ଲେଖାଏଁ କାଟି ନେବ। ଏହିପରି ଟଙ୍କା କାଟିବା ପରେ ଖାତାରୁ ଟଙ୍କା ସରିଯିବା ପରେ ତାହା ବନ୍ଦ ହୋଇଯିବ। ତେବେ ଏହି ନିୟମ ଆସନ୍ତା ଡିସେମ୍ବର 12 ତାରିଖରୁ ଲାଗୁ ହେବ। ଏ ନେଇ ଭାରତୀୟ ପୋଷ୍ଟ ଅଫିସ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯଦି ଜମା ଖାତାରେ 5 ଶହରୁ କମ ଟଙ୍କା ଅଛି ତେବେ ଡିସେମ୍ବର 11 ତାରିଖ ସୁଦ୍ଧା ବଳକା ଟଙ୍କା ଜମା କରିବାକୁ କୁହାଯାଇଛି।

Categories
ଫଟୋ ଖବର

ଭୁବନେଶ୍ବର ଇସ୍କନରେ ଆୟୋଜିତ ହୋଇଥିଲା ଗୋବର୍ଦ୍ଧନ ପୂଜା, ଠାକୁରଙ୍କ ଦିଆଯାଇଥିଲା ମିଠା ଭୋଗ

ଭୁବନେଶ୍ବର ଇସ୍କନରେ ଆୟୋଜିତ ହୋଇଥିଲା ଗୋବର୍ଦ୍ଧନ ପୂଜା, ଠାକୁରଙ୍କ ଦିଆଯାଇଥିଲା ମିଠା ଭୋଗ

Categories
ଆଜିର ଖବର ରାଜ୍ୟ ଖବର

ଅଲ୍ ଓଡ଼ିଶା ଇପିଏଫ୍ ପେନସନରର୍ସ ପକ୍ଷରୁ ଦାବି ଦିବସ ପାଳିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସର୍ବନିମ୍ନ ମାସିକ ପେନ୍‌ସନ ୯ହଜାର ଟଙ୍କା ସହ ମହଙ୍ଗା ଭତ୍ତା, ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିନ ପେନସନ ପ୍ରଦାନ, ସମସ୍ତ ଇପିଏଫ୍ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ଆୟୁଷ୍କାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା କରିବା ଆଦି ବିଭିନ୍ନ ଦାବି ନେଇ ପୂର୍ବରୁ ଆହ୍ୱାନ କ୍ରମେ ଆଜି ଅଲ୍ ଓଡ଼ିଶା ଇ.ପି.ଏଫ୍‌. ପେନସନରର୍ସ ଏସୋସିଏସନ୍ ତରଫରୁ ଦାବି ଦିବସ ପାଳିତ ହୋଇଛି। ଏହି ଦାବିପ୍ରଦାନ ପାଇଁ ପୂର୍ବରୁ ରାଜ୍ୟରେ ଥିବା ୧.୬୨ ଲକ୍ଷ ଇପିଏଫ୍ ପେନସନ ଭୋଗୀମାନେ ଏକତ୍ରିତ ହୋଇ ଅଲ୍ ଓଡ଼ିଶା ଇପିଏଫ୍ ପେନସନରର୍ସ ଏସୋସିଏସନ୍ ଗଠନ କରିଥିଲେ।

ପୂର୍ବରୁ ଏହି ଦାବି ନେଇ ଲୋକସଭା ରାଜ୍ୟସଭା ସାଂସଦ, ବାଚସ୍ପତି, ଉଭୟ ଗୃହର ବିରୋଧୀ ଦଳର ନେତା ଅନ୍ୟାନ୍ୟ ପଦାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ବତ୍ତର୍ମାନ ଏହି ଦାବିପତ୍ରଟି କେନ୍ଦ୍ର ଶ୍ରମ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି। କିନ୍ତୁ ପରିତାପର ବିଷୟ କେନ୍ଦ୍ର ସରକାର ଆମ ସମସ୍ୟା ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ଇପିଏଫ୍‌-୯୫ ଯୋଜନା କାର୍ଯ୍ୟକାରୀ ହେବାର ୨୫ ବର୍ଷ ଶେଷ ହେବାକୁ ଯାଉଛି ହେଲେ କେନ୍ଦ୍ର ସରକାର ଓ ଇପିଏଫ୍ କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତି ଓ ପ୍ରରୋଚନା ଦେଇ ଚାଲିଛନ୍ତି। ତେଣୁ ନଭେମ୍ବର ୧୬ ତାରିଖରୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଇପିଏଫ୍ ପେନସନ ଭୋଗୀ ମାନେ ଦାବି ଦିବସ ରୂପେ ପାଳନ କରିଥିଲେ।

ଆଜି ବ୍ରହ୍ମପୁର ପ୍ରୋଭିଡ଼େଣ୍ଟ ଫଣ୍ଡ ଅଫିସ ନିକଟରେ ବିଭିନ୍ନ ସଂଗଠନ ତରଫରୁ ଦୁଇଘଣ୍ଟିଆ ପ୍ରତିବାଦ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମକୁ ଗଂଜାମ ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ଶତପଥୀ, ସଂପାଦକ ବଳଭଦ୍ର ରାଜଗୁରୁ, ସହ ସଂପାଦକ ପ୍ରଶାନ୍ତ କୁମାର ଶତପଥୀ ଓ ପ୍ରଶାନ୍ତ କୁମାର ଦାସ, ତ୍ରିପତି ପ୍ରସାଦ ମିଶ୍ର, ରବି ନାରାୟଣ ସାବତ ପ୍ରମୁଖଙ୍କ ସହ ଶତାଧିକ ପେନସର ଓ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ

କଳାକାରଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କରୋନାରୁ ପ୍ରକୋପ ଯୋଗୁଁ ଶହଶହ କଳାକାର, ଅଭିନେତା, ଅଭିନେତ୍ରୀ ଯେଉଁମାନେ ମଂଚ ନାଟ୍ୟକୁ ସମ୍ବଳ କରି ଜୀବନ ଜୀବିକା ଅତିବାହିତ କରୁଥିଲେ ସେମାନେ ଆଜି କାଳରୂପି କରୋନା ପ୍ରତିହିତ ପାଇଁ ହୋଇଥିବା ସରକାରୀ ନିୟମର କବଳରେ କବଳିତ। ଭୋକ ଉପବାସ ଆଉ ଦାରିଦ୍ର‌୍ୟର ଉତ୍ପୀଡ଼ନରେ କେବଳ ସେମାନଙ୍କ ଜୀବନ ଜୀବିକାର ସମାପ ଘଟିବନି, ତାହା ସହିତ ମଂଚକଳା, ମଂଚନାଟକ ପାଇଁ ଓଡ଼ିଶାକୁ ଗଂଜାମ ଜିଲ୍‌ଲା ଦାନ କ୍ଷେତ୍ରରେ ଏକ ବିରାଟ ସଂକଟ ଦେଖାଦେବ। ତେଣୁ ଗଂଜାମ ଜିଲ୍ଲାର କଳାକାରଙ୍କ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଦୁଃସ୍ମ କଳାକାରଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ଗଂଜାମ ଜିଲ୍ଲାର ପ୍ରତିଟି ସାଂସ୍କୃତିକ କାର୍ଯ୍ୟକ୍ରମ ଉନ୍ମୋକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସଂଗେ ସଂଗେ କଳାକ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସକାଶେ ଅନୁମତି ପ୍ରଦାନ କରିବା ନିମନ୍ତେ ଗଂଜାମ ଜିଲ୍ଲା କଳାକାର ମହାସଂଘ ଆପଣଙ୍କୁ କରବଦ୍ଧ ନିବେଦନ କରିଛନ୍ତି। ଏଭଳି ସଙ୍କଟମୟ ପରିସ୍ଥିତିରେ କଳାକାରଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରିବା ନିମନ୍ତେ ବିନମ୍ର ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାରେ ଜଣେ ବି ଶିଶୁଶ୍ରମିକ ରହିବେ ନାହିଁ: ଗଞ୍ଜାମ ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏଣିକି ପ୍ରତି ବ୍ଲକରେ ହେଉଥିବା ସମସ୍ତ ଲାଇନ ବିଭାଗର ଉନ୍ନୟନ କାର୍ଯ୍ୟ ଗୁଡିକର ଭିତ୍ତି ସଂରଚନା ଉନ୍ନୟନ କମିଟି ଗଠନ କରାଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ବ୍ଲକସ୍ତରରେ ଦେଖାଯାଉଥିବା ସମସ୍ୟା ଗୁଡିକ ବିଡିଓଙ୍କ ସ୍ତରରେ ସମାଧାନ ହେବ। ବ୍ଲକସ୍ତରରେ ଯଦି ସମସ୍ୟାର ସମାଧାନ ହୋଇପାରୁନାହିଁ ତେବେ ଜିଲ୍ଲାସ୍ତରରେ ସେଗୁଡିକ ସମାଧାନ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅନୁଷ୍ଠିତ ଭିଡିଓ କନଭେରନ୍ସିଂରେ ଜଣାଇଛନ୍ତି।

ବୈଠକରେ କୋଭିଡ-୧୯ ପରିଚାଳନା, ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗ କାର୍ଯ୍ୟ, ମୋ ୱାର୍ଡ, ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକର ସଫେଇ କାର୍ଯ୍ୟ, ଅଙ୍ଗନବାଡି ଶିଶୁ ମାନଙ୍କୁ ପୋଷାକ ବଣ୍ଟନ ଇତ୍ୟାଦି ସଂପର୍କରେ ଆଲୋଚନା ହୋଇଯାଇଛି। ସମସ୍ତ ଦୋକାନ ଗୁଡିକରେ ପଞ୍ଚସୂତ୍ରୀ ନିୟମ ପାଳନ, ସାମାଜିକ ଦୂରତା ଓ ଧରପଗଡ ଦିଗରେ କଡାକଡି କରିବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାର ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂକ୍ରମଣର ଆଶା କ୍ଷୀଣ କିନ୍ତୁ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ହେତୁ ଉତ୍ସବ ଦ୍ୱାରା ଯେମିତି ସଂକ୍ରମଣ ବ୍ୟାପିବ ନାହିଁ ସେଥିପ୍ରତି ନଜର ରଖିବାକୁ କୁହାଯାଇଛି।

ସ୍ଥାନେ ସ୍ଥାନେ ଜଣେ କିମ୍ବା ଦୁଇଜଣ ସଂକ୍ରମିତ ବ୍ୟକ୍ତି ବାହାରୁଛନ୍ତି। ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ଜିଲ୍ଲାରେ ଜଣେ ମଧ ଶିଶୁ ଶ୍ରମିକ ରହିବେ ନାହିଁ ତାହା ସିନିଶ୍ଚିତ କରାନ୍ତୁ। କାମ ହେଉଥିବା ସ୍ଥାନରେ ଶ୍ରମିକ ମାନଙ୍କ ଅଧାର କାର୍ଡ ଯାଞ୍ଚ କରି ୧୪ବର୍ଷରୁ କମ୍ ପିଲା ଯେମିତି କାମ କରିବେ ନାହିଁ ତାହା ତଦାରଖ କରନ୍ତୁ। କାମବେଳେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଶ୍ରମ ବିଭାଗର ଅଧିକାରୀ ମାନେ ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ମୋଗେହ୍ଲା ଝିଅ, ନିର୍ଭୟ କଢି କାର୍ଯ୍ୟକ୍ରମ ଅନୁସାରେ ବାଲ୍ୟବିବାହ ରୋକିବା ନେଇ ପ୍ରଚଳିତ ନୀତି ନିୟମର ଯାଞ୍ଚ କରାଯାଉ। ନରେଗାରେ ସ୍ୱଚ୍ଛ ଭାରତ, ଗାଁ ଯେମିତି ସଫାସୁତରା ରହିବ ତାହାର ପରିଚାଳନା ଦେଖନ୍ତୁ। ଗାଁର ପରିମଳ ଓ ସଫା ସୁତରା ନଥିଲେ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ। ନାଳ ନର୍ଦ୍ଦମା ଉପରେ ରହିଥିବା ଘରକୁ ଅଧିକାରୀମାନେ ହଟାଇ ତାହାର ସଫେଇ କାର୍ଯ୍ୟ ତ୍ୱରାନ୍ୱୀତ କରାଯାଉ। ମୋ ୱାର୍ଡର ସାହି କମିଟି ଗଠନ କରି ହ୍ୱାଟସ୍‌ଅପ ଗୃଫ କରି ପରିଚାଳାନ ଦିଗରେ ସମସ୍ତ ବ୍ୟବସ୍ଥା ଶୀଘ୍ର ଶେଷ କରନ୍ତୁ। ସେ ସବୁ ଠିକ୍ ପରିଚାଳନା ହେଉଛି କି ନାହିଁ ତାହାର ତଦାରଖ ନିଜେ କ୍ଷେତ୍ର ପରିଦର୍ଶନ କରି ଜିଲ୍ଲାପାଳ ଦେଖିବେ ବୋଲି କହିଥିଲେ।

ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକର ସଫେଇ କାର୍ଯ୍ୟକୁ ତ୍ୱରାନ୍ୱୀତ କରାନ୍ତୁ। ବ୍ଲକ ସ୍ତରରେ ବିଡିଓ ଏବଂ ସହରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରନ୍ତୁ। ସମସ୍ତ ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ମାନ ଖୋଲି ରାସନ କାର୍ଡ, ଭତ୍ତା ଓ ଗ୍ରାମୀଣ ଗୃହ ଯୋଜନାର ଅଭିଯୋଗ ଗୁଡିକ ଶୁଣାଣୀ କରନ୍ତୁ।

ବୈଠକରେ ବ୍ରହ୍ମପୁର ମହାନଗର ନୀଗମ କମିସନର ଡଃ. ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଡିଆରଡିଏ ଏପିଡି (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ. ଦିବ୍ୟ ଲୋଚନ ମହାନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଗଂଜାମ ଆରଟିଓ ବିକାଶ ଚୈାଧୂରୀ, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ଜୋର୍‌ଦାର ବିରୋଧ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚଳିତବର୍ଷ ଗଂଜାମ ଜିଲ୍ଲାରେ ୪୩୩ରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ନିର୍ଦ୍ଦେଶରେ ବନ୍ଦ ହେବାକୁ ଯାଉଛି। ଏହାକୁ ଗଂଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଜୋର୍‌ଦାର ବିରୋଧ କରାଯିବା ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଏବଂ ଅନ୍ୟାନ୍ୟ ଦାବି ନେଇ ଜୋର୍‌ଦାର ବିରୋଧ କରିବା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟ ସରକାର ପିଲା ସଂଖ୍ୟାର କମ୍ ଆଳ ଦେଖାଇ ସ୍କୁଲ ବନ୍ଦ କରୁଛନ୍ତି। କିନ୍ତୁ ଏହା ହାସ୍ୟାସ୍ପଦ। ରାଜ୍ୟ ସରକାରଙ୍କ ପରୋକ୍ଷ ପ୍ରୋତ୍ସାହନରେ ଛତୁ ଫୁଟିଲା ଭଳି ବେସରକାରୀ ସ୍କୁଲ ଖୋଲାଯାଉଛି। ଶିକ୍ଷାର ବଜାର ବୃଦ୍ଧି ପାଉଛି ତେଣୁ ସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯିବା ଏକ ରାଜନୈତିକ ଚକ୍ରାନ୍ତ ସୃଷ୍ଟି କରୁଛି ବୋଲି ଆମ୍‌ଆଦମୀ ପାର୍ଟି ଅଭିଯୋଗ କରିଛି। ବିଦ୍ୟାଳୟରେ ଉପସ୍ଥାପନ ହ୍ରାସ ହେବା, ଶିକ୍ଷାର ମାନ ନିମ୍ନଗାମୀ ହେବା, ଶିକ୍ଷକ ମରୁଡ଼ି, ଗୁଣାତ୍ମକ ଶିକ୍ଷାର ଅଭାବ ସଂପର୍କରେ ଆଲୋଚନା ନ କରି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବା ସରକାରଙ୍କ ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି।

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ଶିକ୍ଷାବଜେଟ୍ ୨୫ପ୍ରତିଶତରୁ ଅଧିକ କରିଛି। ଶିକ୍ଷକ ନିଯୁକ୍ତି, ଉଚ୍ଚମାନର ପ୍ରଶିକ୍ଷଣ, ନୂଆ ଭିତ୍ତିଭୂମି ପ୍ରଭୃତି ଯୋଗାଇ ଦେବା ଦ୍ୱାରା ଶିକ୍ଷାର ମାନ ବୃଦ୍ଧି ପାଉଛି। ଛାତ୍ରଛାତ୍ରୀମାନେ ବେସରକାରୀ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ଯୋଗ ଦେଉଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ୨୧ ବର୍ଷ ଧରି ଶାସନ କରିଥିଲେ ହେଁ ଓଡ଼ିଶା ଶିକ୍ଷା ପାତାଳମୁଖୀ ହେଉଛି। ତେଣୁ ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର, ଓଡ଼ିଶା ଶିକ୍ଷା ବଜେଟ୍ ୧୫ ପ୍ରତିଶତ କରିବା, ଶିକ୍ଷକଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ଅନୁଭବ ଆହରଣ, ଉପଯୁକ୍ତ ସମ୍ବଳର ବ୍ୟବହାର, ବିଷୟ ଭିତ୍ତିକ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି, ଭିତ୍ତିଭୂମିର ବିକାଶ, ଶିକ୍ଷକଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ସମୟ ପ୍ରଦାନ, ସରକାରୀ ସ୍କୁଲ ପରିଚାଳନା କମିଟିକୁ ଅଧିକ କ୍ରୀୟାଶିଳ କରିବା ପ୍ରଭୃତି ଦାବି ରହିଛି।

ଓଡ଼ିଶା ପରି ଏକ ପଛୁଆ ଅଂଚଳ ବିକାଶ ପାଇଁ ସାର୍ବଜନୀନ ଏବଂ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି। ତେଣୁ ସରକାର ଅନ୍ଧ ଭାବେ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତିରୁ କ୍ଷାନ୍ତ ରହି ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନେବାକୁ ଆମ୍‌ଆଦ୍‌ମି ପାର୍ଟି ଦୃଢ଼ ଦାବି ଉପସ୍ଥାପନ କରିଥିବା ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ରାଉତ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚର୍ଚ୍ଚାରେ କୁକୁଡ଼ାଖଣ୍ଡି ତହସିଲ୍‌ଦାର: ବଦଳି ପାଇଁ ଲକ୍ଷ ଲକ୍ଷ ଟଙ୍କାର ସୁପାରୀ…!

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ହେଲେ କ’ଣ କ’ଣ ନ ସହିବାକୁ ପଡ଼େ କୁକୁଡ଼ାଖଣ୍ଡି ତହସିଲ୍‌ଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଜୀବନର ଚଳିତ ଦିନଗୁଡ଼ିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ିବ। କୁକୁଡ଼ାଖଣ୍ଡି ବ୍ଲକ୍ ଦିନେ ଦୁର୍ନୀତିର ଗନ୍ତାଘରରେ ନମ୍ବର ୱାନ୍। ବ୍ଲକ୍ ତରଫରୁ କାର୍ଯ୍ୟ ହେଉ କିମ୍ବା ପ୍ରତି ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ହେଉ ସବୁ କାର୍ଯ୍ୟରେ ପିସିର ଗନ୍ଧ। ତେବେ ଏଭଳି ଏକ ସ୍ପର୍ଶକାତର ତଥା କୁଜିନେତା, ଚାଟୁକାର, ଦଲାଲ, ମାଫିଆ, ଗୁଟ୍‌ଖା ବ୍ୟବସାୟୀ, ଚୋରାମଦ ବ୍ୟବସାୟୀ, ଚୋରା ଚାଲାଣ ଅଂଚଳକୁ ବଦଳି ହୋଇ ଆସିଥିଲେ ଦବଙ୍ଗ ତହସିଲ୍‌ଦାର ଡ. ପ୍ରିୟଦର୍ଶିନୀ ମିଶ୍ର। ସମସ୍ତଙ୍କ ଧାରଣା ଥିଲା ଯେ ବାହୁବଳ ଏବଂ ନେତାଙ୍କ ଛତ୍ରଛାୟା ତଳେ ରହି ନିଜର ସବୁ ବେଆଇନ କାର୍ଯ୍ୟ ପୂର୍ବବତ୍ ଚାଲୁରହିବ। କିନ୍ତୁ ତହସିଲ୍‌ଦାର କାର୍ଯ୍ୟରେ ଯୋଗଦେବା ଦିନଠାରୁ କୁକୁଡ଼ାଖଣ୍ଡି ବ୍ଲକ୍‌ର ସବୁ ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ଉପରେ ଚଡ଼କ ପଡ଼ିଛି।

ତହସିଲ୍‌ଦାର କାର୍ଯ୍ୟରେ ଯୋଗଦେବା ପରେ ପରେ ବେଆଇନ ଚାଲାଣ ହେଉଥିବା ଲଘୁ ଖଣିଜ ଦ୍ରବ୍ୟକୁ ରୋକିବାରେ ସଫଳ ହେବା ସହ ସରକାରଙ୍କ ନିକଟରୁ ପୂର୍ବରୁ ପହଞ୍ଚୁନଥିବା କୋଟି କୋଟି ଟଙ୍କାର ରାଜସ୍ୱ ପ୍ରଦାନ କଲେ। ତଳ ଦିନେ କୋଭିଡ଼୍ ନିୟମ ଉଲ୍ଲଂଘନ କରି ଭୋଜିଭାତ ହେଉ, କୋଟି କୋଟି ଟଙ୍କା ଗୁଟ୍‌ଖା, ନକଲି ମଦ ଚଢ଼ାଉ ହେଉ କିମ୍ବା ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହେଉ ସେ ସବୁକୁ ଚଢ଼ାଉ କରି ରୋକିବାରେ ସଫଳ ହୋଇ ରାତାରାତି ପ୍ରଶଂସାର ପାତ୍ର ପାଲଟିଥିଲେ।

ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରିଣୀ ଭାବେ କୌଣସି ନେତା, ଚାଟୁକାର, କୁଜିନେତା, ବାହୁବଳୀ ତାଙ୍କୁ ଭୟଭୀତ କିମ୍ବା ହାତଗୁଂଜା ଦେବାର ସାହାସ କରିପାରିନଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ବିରୋଧୀ ଗୋଷ୍ଠୀ ଏକତ୍ରିତ ହୋଇ ଭୁବନେଶ୍ୱରରେ ଡ଼େରା ପକାଇ ବଦଳି ପାଇଁ ଲକ୍ଷ ଲକ୍ଷ ଟଙ୍କାର ସୁପାରୀ ଦେଇ ମଧ୍ୟ ନିରାଶ ହେବାକୁ ପଡ଼ିଛି। କାରଣ ଲୋକଙ୍କ ସହାନୁଭୂତି ତହସିଲ୍‌ଦାର ଡ. ମିଶ୍ରଙ୍କ ନିକଟରେ ଅଛି। କୁକୁଡ଼ାଖଣ୍ଡି ବ୍ଲକ୍‌ରୁ କିଛିଟା ଦୁର୍ନୀତି ହଟାଇବାରେ ସେ ସଫଳ ହୋଇଥିବାବେଳେ ଆଗାମୀ ଦିନରେ କୁକୁଡାଖଣ୍ଡି ବ୍ଲକ୍‌କୁ ଏକ ସୁନାର ବ୍ଲକ୍ ତଥା ବିପୁଳ ରାଜସ୍ୱ ପ୍ରଦାନକାରୀ ବ୍ଲକ୍ ରୂପେ ପରିଗଣିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଲୋକେ ବି ଜମାରୁ ଚାହୁଁନଥାହାନ୍ତି ତହସିଲ୍‌ଦାରଙ୍କ ବଦଳି। ଏପରିକି କିଛି ବୁଦ୍ଧିଜୀବୀ, ଜନସାଧାରଣ ଏବଂ ସପକ୍ଷ ଗୋଷ୍ଠୀ ତଳେ ଦିନେ ତହସିଲ୍‌ଦାରଙ୍କ ବଦଳି ନ କରିବା ୨୦୦୦ ଦସ୍ତକ୍ଷତ ସମ୍ବଳିତ ଏକ ଦାବିପତ୍ରକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

ଲୋକଙ୍କ ସହାନୁଭୂତି ମିଳିବା ପରେ ବର୍ତ୍ତମାନ ଅଂଚଳର କୁଜି ନେତା ତଥା ସ୍ଥାନୀୟ ବିଧାୟକ ମଧ୍ୟ କିଂକର୍ତ୍ତବ୍ୟବିଭୂଢ଼। ଅଂଚଳର କୁଜି ନେତାମାନେ ଅସାଧୁ ବ୍ୟବସାୟଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ବଦଳି କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାହା ଫସର ଫାଟିଯିବା ସମ୍ଭାବନା ଦେଖାଦେଇଛି। ତହସିଲ୍‌ଦାରଙ୍କ ଗୋଟିଏ ଭିଡ଼ିଓ ଭାଇରାଲ୍ ହୋଇଛି। ଯେଉଁଥିରେ କି ଜଣେ ବେଆଇନ ମୋରମ ମାଫିଆଙ୍କୁ ଉଚିତ ଜବାବ ଦେଇଛନ୍ତି। ଏଥିରେ ଅଂଚଳର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟ ନାମ ଆସିଛି।

ସୂଚନାଯୋଗ୍ୟ ଉକ୍ତ ବେଆଇନ ଟ୍ରାକ୍ଟର ମାଲିକ ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଭାବେ ଚାଲାଣ କରୁଥିବାରୁ ତହସିଲ୍‌ଦାର ତାଙ୍କୁ ୨ ଲକ୍ଷ ଟଙ୍କା ଜୋରିମାନା ପକାଇଥିଲେ। କିନ୍ତୁ ବ୍ୟକ୍ତିଜଣକ ବିଧାୟକ ଡ. ପାଣିଗ୍ରାହୀଙ୍କୁ ସାଙ୍ଗରେ ଆଣି କେବଳ ୫୦ ହଜାର ଟଙ୍କା ଜୋରିମାନା ରଖନ୍ତୁ ବୋଲି କହିଥିଲେ। ତେବେ ଜଣେ ବିଧାୟକ ହୋଇ ଜଣେ ଅସାଧୁ ବ୍ୟବସାୟୀଙ୍କ ଜୋରିମାନାକୁ ହ୍ରାସ କରିବା ନେଇ ବିଧାୟକଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଏଠାରେ ସଂଦେହ ହୋଇଥିବା ଉକ୍ତ ଭାଇରଲ୍ ଭିଡ଼ଓକୁ ଦେଖିଲେ ଜଣାପଡ଼ୁଛି। ଏହି ଭିଡ଼ିଓର ସତ୍ୟତା ମଧ୍ୟ ତହସିଲ୍‌ଦାର ସ୍ୱୀକାର କରିଛନ୍ତି। ଭାଇରାଲ୍ ଭିଡ଼ିଓରେ ୫୦ହଜାର ଜୋରିମାନା ଦେଇଥିବା ବ୍ୟକ୍ତିଜଣକ ତହସିଲ୍‌ଦାର ମିଶ୍ରଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ନେଇ ତହସିଲ୍‌ଦାର ନିଜ ପତ୍ରିକ୍ରିୟାରେ କହିଥିଲେ।

ତେବେ ଉକ୍ତ ବ୍ୟକ୍ତିଜଣକ ୫୦ହଜାର ଜୋରିମାନା ପ୍ରଦାନ କରିବା ସହ ଆଉ ଟଙ୍କା ପରେ ଡ଼ିପୋଜିଟ୍ କରିବେ କହି ଚାଲିଆସିଥିଲେ। କିନ୍ତୁ ତହସିଲ୍‌ଦାର ଜୋରିମାନା ପୈଠ କରିବାକୁ କହିବା ପରେ ଉକ୍ତ ଭିଡ଼ିଓ ଭାଇରାଲ୍ ହେବା ଦିନ ଯୁକ୍ତିତର୍କ ହେବା ସହ ଅଶ୍ଳୀଳ ଗାଳିଗୁଲଜ କରିଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ ତହସିଲ୍‌ଦାରଙ୍କ ଯଦି ଏହିମାନେ ଏଭଳି ଭାବରେ ଗାଳି କରିବେ ତେବେ ଏମାନଙ୍କ ଉପରେ ବଡ଼ ବଡ଼ ନେତା ଏବଂ ବିଧାୟକଙ୍କ ହାତ ଥିବା ଉକ୍ତ ଭିଡ଼ିଓକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି। ଏନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଭିଡ଼ିଓ ଭାଇରାଲ୍ ପରେ ଦବଙ୍ଗ ତହସିଲ୍‌ଦାରଙ୍କ ପ୍ରକୃତ ଦବଙ୍ଗଗିରି ଲୋକଲୋଚନକୁ ଆସିପାରିଛି। ଏଭଳି ଘଟଣା ପରେ ବର୍ତ୍ତମାନ ତାଙ୍କ ସପକ୍ଷବାଦୀ ତଥା ଦୁର୍ନୀତିମୁକ୍ତ ଚାହୁଁଥିବା ଗୋଷ୍ଠୀଙ୍କ ମଧ୍ୟରେ ତାଙ୍କୁ ବଦଳି ନ କରିବାକୁ ଆହୁରି ମନୋବଳ ଦୃଢ଼ ହୋଇଛି। ତେବେ ସେ ଯାହା ହେଉ ସେମାନେ ଏଭଳି ଜଣେ କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟ ଅଧିକାରିଣୀଙ୍କୁ ପାଇ ନିଜକୁ ଗର୍ବିତ ଅନୁଭବ କରିଛନ୍ତି।

ସୂଚନାଥାଉକି ଶୁଣିବାକୁ ମିଳୁଛି ତହସିଲ୍‌ଦାରଙ୍କ ବର୍ତ୍ତମାନ ପଦୋନ୍ନତି ହେବାକୁ ଯାଉଛି। କିଛି ବିରୋଧୀ ଏବଂ ମାଫିଆମାନେ ଗଂଜାମ ଜିଲ୍ଲାରୁ ବାହାର ଜିଲ୍ଲାକୁ ବଦଳି କରିବା ପାଇଁ ମୋଟା ଅଙ୍କର ଟଙ୍କା ନେଣଦେଣ କରିଥିବା ଶୁଣିବାକୁ ମିଳିଛି। କିନ୍ତୁ ଏହିଭଳି ଜଣେ ସଚ୍ଚୋଟ ଏବଂ ଦକ୍ଷ ଅଫିସର ଗଂଜାମ ଜିଲ୍ଲାକୁ ନିହାତି ଆବଶ୍ୟକ ବୋଲି କେବଳ କୁକୁଡ଼ାଖଣ୍ଡି ନୁହେଁ ସମଗ୍ର ଜିଲ୍ଲାବାସୀ ଚାହିଁ ରହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସାମ୍ବାଦିକମାନେ ହେଉଛନ୍ତି ମୁକ୍ତ ଆକାଶର ଵିହଙ୍ଗ ସଦୃଶ: ଖୋର୍ଦ୍ଧା ଉପଜିଲ୍ଲାପାଳ

ଖୋର୍ଦ୍ଧା: ଉତ୍କଳ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜିଲ୍ଲା ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ୨୦୨୦ ସଙ୍ଘର ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୂର୍ତ୍ତ ଵିଭାଗ ଡାକ ବଙ୍ଗଳା ସମୀଳ୍କନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ମୂଖ୍ୟ ଅତିଥି ଭାବେ ସମ୍ମାନିତ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ଯୋଗଦେଇ କହିଥିଲେ, ସାମ୍ବାଦିକ ମାନେ ହେଉଛନ୍ତି ମୁକ୍ତ ଆକାଶର ଵିହଙ୍ଗ ସଦୃଶ। ସମାଜରେ ଘଟୁଥିବା ଵିଭିନ୍ନ ଘଟଣାର ଅନୁଧ୍ୟାନ କରି ପ୍ରଶାସନର ଦୄଷ୍ଟି ଗୋଚର କରାଇବା ସହ ଏହା ଉପରେ କାର୍ଯ୍ୟ ପନ୍ଥା ଗ୍ରହଣ କରିବା ପାଇଁ ଚାପ ପ୍ରୟୋଗ କରିଥାନ୍ତି। ଆଜିର ଦିଵସରେ ପ୍ରତ୍ୟେକ ସାମ୍ବାଦିକ ଏକତ୍ରିତ ହୋଇ ନିଜର କଲମକୁ ସକରାତ୍ମକ ଭାବରେ ଚାଳନା କଲେ ସମାଜର ମଙ୍ଗଳ ହେବ।

ସ୍ତମ୍ବକାର ତଥା ସାମ୍ବାଦିକ ଉମାଶଙ୍କର ପ୍ରସାଦ ମୂଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ସମ୍ବାଦପତ୍ର ହେଉଛି ଵିଶ୍ୱ ଗବାକ୍ଷ। ଏହି ଗବାକ୍ଷ ଦେଇ ଅଧିକ ଞାନ ର ପଵନ ଵହିଲେ ସମାଜର ଉନ୍ନତି ସାଧିତ ହୋଇଥାଏ। ଏ ଉନ୍ନତି ର ସମସ୍ତ ଶ୍ରେୟ ସାମ୍ବାଦିକ ମାନଙ୍କୁ ଯାଇଥାଏ। ପ୍ରତ୍ୟେକ ସାମ୍ବାଦିକ ଲୋକାଭିମୁଖୀ ସମ୍ବାଦ ଓ ଅଭିମତ ପ୍ରକାଶରେ ବ୍ରତୀ ହୋଇ ଆଜିର କରୋନା କାଳରେ ନିଜର ବୃତ୍ତିରେ ବିପତ୍ତିର ସମ୍ମୁଖୀନ ହୋଇସୁଦ୍ଧା ନିଜର କର୍ତ୍ତବ୍ୟରୁ ବିଚ୍ୟୁତ ହୋଇ ନାହାନ୍ତି। ତେଣୁ ସରକାର ତଥା ମିଡ଼ିଆ ହାଉସର ଅଧିକାରୀମାନେ ସାମ୍ବାଦିକ ମାନଙ୍କ ଵିଷୟରେ ଚିନ୍ତା କରିବାର ସମୟ ଆସିଛି।

ସମ୍ମାନିତ ଅତିଥି ଭାବେ ସୂଚନା ଲୋକସଂପର୍କ ଅଧିକାରୀ ମାନସ ବିଶ୍ବାଳ ଯୋଗଦେଇ କହିଥିଲେ ପ୍ରଶାସନ, ପ୍ରଶାସକ ତଥା ଜନସାଧାରଣଙ୍କ ଭିତରେ ସେତୁ ପ୍ରତିଷ୍ଠା କରି ସାମ୍ବାଦିକ ମାନେ ସମାଜର ଅହେତୁକ ମଙ୍ଗଳ କରିଥାନ୍ତି।

ଓ ଟି ଭି ର ବରିଷ୍ଠ ସାମ୍ବାଦିକ ବଳରାମ ଲେଙ୍କା ସମସ୍ତ ସାମ୍ବାଦିକ ସଙ୍ଘ ଏକତ୍ରିତ ହୋଇ କାର୍ଯ୍ୟ କଲେ ସରକାର ସାମ୍ବାଦିକ ମାନଙ୍କର ଦାଵୀକୁ ଗ୍ରହଣ କରିବା ପାଇଁ ବାଧ୍ୟ ହେଵେ ଵୋଲି କହିଥିଲେ।

ସମାଜର ସାମ୍ବାଦିକ ରାମ ନାରାୟଣ ଦାସ ନିଜର ମତ ଉପସ୍ଥାପନ କରି କହିଥିଲେ ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ। ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ଵିଚ୍ୟୁତ ହୁଏ ତେଵେ ତେବେ ସମାଜର ଵିନାଶ ହୋଇଥାଏ।

ଧରିତ୍ରୀର ଜିଲ୍ଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀ ନିଜ ଵକ୍ତବ୍ୟରେ କହିଥିଲେ ସାମ୍ବାଦିକ ମାନେ ପ୍ରଶାସନ ତଥା ନେତୄଵର୍ଗଙ୍କ ଉତ୍ତମ କାର୍ଯ୍ୟକୁ ସମାଜ ସମ୍ମୁଖରେ ଉପସ୍ଥାପିତ କରିବା ସହ ସେମାନଙ୍କ ଅନୈତିକ କାର୍ଯ୍ୟକୁ ମଧ୍ୟ ସମାଜ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ଭୄକ୍ଷେପ କରିନଥାନ୍ତି।

ଵିଭିନ୍ନ ବ୍ଲକରୁ ତିରିଶ ଜଣ ସାମ୍ବାଦିକ ଯୋଗଦେଇ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ରାନ୍ତୀଧାରାର ଜିଲ୍ଲା ପ୍ରତିନିଧି ପ୍ରଦୀପ ବେହେରା ସଂଯୋଜନା କରିଥିଲା ବେଳେ ଟାଙ୍ଗିର ଆଇନଜୀବୀ ତଥା ସାମ୍ବାଦିକ ନିରଂଜନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୨୯୭ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୨୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୩୩, କଟକରୁ ୧୧୧, ବାଲେଶ୍ବରରୁ ୧୦୦, ଅନୁଗୁଳରୁ ୭୬, ସୁନ୍ଦରଗଡରୁ ୭୪, ଜଗତସିଂହପୁରରୁ ୬୭, କେନ୍ଦ୍ରାପଡାରୁ ୬୨, ପୁରୀରୁ ୫୨, ବଲାଙ୍ଗିରିରୁ ୪୦, ବରଗଡରୁ ୪୦, କଳାହାଣ୍ଡିରୁ ୩୭, ସମ୍ବଲପୁରରୁ ୩୬, କେନ୍ଦୁଝରରୁ ୩୪, ଭଦ୍ରକରୁ ୩୨, ନୂଆପଡ଼ାରୁ ୩୨, ଯାଜପୁରରୁ ୩୦, ନବରଙ୍ଗପୁରରୁ ୩୦, ଢେଙ୍କାନାଳରୁ ୨୦, କନ୍ଧମାଳରୁ ୧୮, କୋରାପୁଟରୁ ୧୮, ନୟାଗଡରୁ ୧୫, ଗଞ୍ଜାମରୁ ୧୪, ଝାରସୁଗୁଡ଼ାରୁ ୧୪, ମାଲକାନଗିରିରୁ ୧୦, ବୌଦ୍ଧରୁ ୭, ଗଜପତିରୁ ୭, ସୋନପୁରରୁ ୫, ଦେବଗଡରୁ ୪, ରାୟଗଡାରୁ ୪ ଏବଂ ଷ୍ଟେଟ ପୁଲରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୯୯ ହଜାର ୧୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୪୦୮ ମଧ୍ୟରୁ ୮ ହଜାର ୬୫୩ ଜଣ ଚିକିତ୍ସିଧୀନ ଥିବା ବେଳେ ୧୫୪୩ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାରମାଳରେ ଚୋରି ମୋବାଇଲ ବିକ୍ରି ହେଲା କାଳ: ୨ ଡକାୟତ ସହ ୩ ଜଣ ନାବାଳକ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଚାରମାଳ ପୋଲିସ୍ ମୋବାଇଲ ବିକ୍ରି କରୁଥିବା ଜଣେ ଡକାୟତକୁ ଗିରଫ କରିବାରେ ସଫଳ ହେବା ସହ ଏହି ଗ୍ୟାଙ୍ଗର ଆଉ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି।

ଚାରମାଳ ଥାନାଧିକାରୀ ବସନ୍ତ ଦଳାଇଙ୍କ ଠାରୁ ପ୍ରକାଶ ଯେ, ୫ ଜଣ ଡକାୟତି ଦଳ ଚାରମାଳ ଅଂଚଳରୁ ବିଭିନ୍ନ ସମୟରେ ଡକାୟତି କରୁଥିଲେ। ଆଜି ଚାରମାଳ ବଜାରରେ ଜଣେ ଡକାୟତି ମୋବାଇଲ ଫୋନ୍ ବିକ୍ରି କରିବା ପାଇଁ ଏକ ଦୋକାନକୁ ଯାଇଥିବା ବେଳେ କୌଣସି ସୂତ୍ରରୁ ଚାରମାଳ ଥାନାଧିକାରୀ ସୂଚନା ପାଇ ଡକାୟତିକୁ ଧରିବାରେ ସଫଳ ହୋଇଥିଲେ। ତାକୁ ପଚରାଉଚୁରା ପରେ ସେ ପୋଲିସ୍ ଆଗରେ ଅନ୍ୟ ସାଥି ଡକାୟତ ମାନଙ୍କ ସଂପର୍କରେ ସତକଥା କହିଦେଇଥିଲା।

ସେ ଆଧାରରେ ଚାରମାଳ ପୋଲିସ ରେଢାଖୋଲ ଓ ଚାରମାଳ ଅଂଚଳରୁ ଅନ୍ୟ ସାଥି ୪ ଜଣ ଡକାୟତକୁ ଧରିବାରେ ସଫଳ ହୋଇଛି। ତିନି ଦିନ ତଳେ ଏହି ୫ ଜଣିଆ ଡକାୟତି ଚାରମାଳ ଅଂଚଳରୁ ଡକାୟତ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଚାରମାଳ ପୋଲିସ୍ ପହଂଚି ଯିବାରୁ ଡକାୟତ ଦଳ ୨ ଟା ମୋବାଇଲ ଓ ଶାବଳ ଛାଡି ପଳାଇଯିବାରେ ସକ୍ଷମ ହୋଇଥିଲେ। ପୋଲିସ୍ ଏମାନଙ୍କୁ ଧରିବାରେ ସେ ଦିନ ବିଫଳ ହୋଇଥିଲା। ଏମାନଙ୍କ ସହ ୩ ଜଣ ନାବାଳକ ମଧ୍ୟ ଡକାୟତ କାମରେ ଲିପ୍ତ ଥିବା ଜଣାପଡିଥିଲା।

ପୂର୍ବରୁ ୩ ଜଣ ଡକାୟତଙ୍କ ନାମରେ ୨ଟା ଲେଖାଏଁ କେସ୍ ଥିବା ବେଳେ ୨ ଜଣ ଡକାୟତି ନାମରେ ଗୋଟିଏ ଲେଖାଏଁ କେସ୍ ଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ପେବୃଆରି ଓ ସେପ୍ଟେମ୍ବର ମାସରେ ଏମାନଙ୍କ ନାମରେ ଚାରମାଳ ଥାନାରେ କେସ୍ ହୋଇଥିଲା। ଚାରମାଳ ପୋଲିସ ଆଜି ଏମାନଙ୍କ ପାଖରୁ ୧୪ ଟି ମୋବାଇଲ ଫୋନ୍, ୨ ଟି ସାଉଣ୍ଡ ବକ୍ସ, ୧ ଟି ପାଓାରବେଙ୍କ, ଏବଂ ୧୫ ଟି ଚାର୍ଜର ଜବତ କରିଛି। ୫ ଜଣ ଡକାୟତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ଜାମିନ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।