Categories
ଆଜିର ଖବର ଖେଳ ରାଜ୍ୟ ଖବର

ନମିତା ଟୋପ୍ପୋ ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର

ଭୁବନେଶ୍ବର : 2020 ବର୍ଷ ପାଇଁ 28ତମ ଏକଲବ୍ୟ ପୁରସ୍କାର ପାଇବେ ନମିତା ଟୋପ୍ପୋ । ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ଏହି ପୁରସ୍କର ପାଇଁ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟୋପ୍ପୋ । ପୁରସ୍କାର ବାବଦରେ 5 ଲକ୍ଷ ଟଙ୍କା ଓ ମାନପତ୍ର ପାଇବେ ନମିତା । ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଦୁହେଁ ଉପବିଜେତା ହୋଇଛନ୍ତି । ଦୁହେଁ ପୁରସ୍କାର ବାବଦକୁ 50 ହଜାର ଲେଖାଏଁ ପାଇବେ ।  ସୂଚନାଯୋଗ୍ୟ, ‘ଇମ୍ପାକ୍ଟ’ ପକ୍ଷରୁ 1993 ମସିହାରୁ ଏହି ପୁରସ୍କାର ଦିଆଯାଇଆସୁଛି।

ଜଣେ ଭାରତୀୟ ମହିଳା ଫିଲ୍ଡ୍ ହକି ଖେଳାଳି ଭାବେ ନମିତା ନିଜ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସେ 97ଟି ଆନ୍ତର୍ଜାତୀୟ ପ୍ରତିଯୋଗିତା ଖେଳି 4ଟି ଗୋଲ୍ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ବିବାହ ପରେ ନାମ ବଦଳାଇଲେ କାଜଲ୍‌

ମୁମ୍ବାଇ: ଅଭିନେତ୍ରୀ କାଜଲ୍‌ ଅଗ୍ରଓ୍ବାଲ୍‌ ବିବାହ ପରେ ନିଜର ନାମ ବଦଳାଇଛନ୍ତି। କାଜଲ୍‌ ଶନିବାର ଦିନ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏ ସମ୍ପର୍କରେ ଫଟୋ ପୋଷ୍ଟ କରି ଅପଡେଟ୍‌ ଦେଇଛନ୍ତି।

ଅଭିନେତ୍ରୀ କାଜଲ୍‌ ବିବାହ ପରେ ଗୌତମଙ୍କ ସହ ହନିମୁନ୍‌ରେ ବାହାରିଛନ୍ତି। ଅଭିନେତ୍ରୀ କାଜଲ୍‌ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରି ଏହା ସମ୍ପର୍କରେ ସୂଚନା ଦେବା ସହ ନିଜ ନାମ ପରିବର୍ତ୍ତନ କରିଥିବାର ସୂଚନା ଦେଇଛନ୍ତି। କାଜଲ୍‌ ସେୟାର କରିଥିବା  ଏହି ଫଟୋର ତାଙ୍କ କଷ୍ଟମ୍‌ ମେଡ କଭର ଲଗେଜ୍‌ ବ୍ୟାଗ୍‌ ଦେଖାଇଛନ୍ତି। ଅନ୍ୟ ଏକ ଫଟୋରେ କଷ୍ଟମ ମେଡ୍‌ କଭର୍‌ ପାସପୋର୍ଟ ନଜର ଆସିଛି। ଏଥିରେ ଦୁଇଜଣ ନିଜ ନିଜ ବ୍ୟାଗ୍‌ ଓ ପାସ ପୋର୍ଟରେ ନାମ ଲେଖିଛନ୍ତି। ଏହି ଫଟୋରେ କାଜଲଙ୍କ ନାମ କାଜଲ୍‌ ଅଗ୍ରଓ୍ବାଲ ବଦଳରେ କାଜଲ୍‌ କିଚଲୁ ଲେଖାହୋଇଛି। କାଜଲ୍‌ ସେୟାର କରିଥିବା ଗୋଟିଏ ଫଟୋରେ ରେଡି ଟୁ ଗୋ ଲେଖା ହୋଇଥିବାବେଳେ ସେଥିରେ ଦୁଇଟି ପାସ୍‌ପୋର୍ଟ ରହିଛି। ଅନ୍ୟ ଫଟୋରେ ବ୍ୟାଗ୍‌ସ୍‌ ଆର୍‌ ପ୍ୟାକ୍‌ଡ୍‌ ଲେଖା ହୋଇଛି।

ସୂଚନାଯୋଗ୍ୟ, ଅକ୍ଟୋବର 30 ତାରିଖରେ କାଜଲ୍‌ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ଆଡମ୍ବରପୂର୍ଣ୍ଣ ଏହି ବିବାହଟି ବେଶ୍‌ ଚର୍ଚ୍ଚାର ବିଷୟ ରହିଥିଲା। ନିକଟରେ ଇନ୍‌ଷ୍ଟାଗ୍ରାମରେ କାଜଲ୍‌ ତାଙ୍କର ପ୍ରଥମ କରଓ୍ବାଚୌଥ୍‌ ଉତ୍ସବର ଫଟୋ ସେୟାର କରିଥିଲେ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର: ତିନି ଯବାନ ଶହୀଦ

ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଚାଲିଛି । ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର କିରନ୍‌ ସେକ୍ଟରରେ ଏଲଓସି ନିକଟରେ ହୋଇଥିବା ଅପରେସନରେ ତିନି ଆତଙ୍କୀ ନିହତ ହୋଇଛନ୍ତି । ଗୁଳି ବିନିମୟ ବେଳେ ଜଣେ ସେନା ଅଧିକାରୀ ଓ 2 ଯବାନ ଶହୀଦ୍‌ ହୋଇଛନ୍ତି । ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିବା ପାଇଁ ଅପରେସନ ଜାରି ରଖିଛି ସେନା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଇନ୍‌ଫେକ୍ସନ୍‌‌ ପାଇଁ ତିନି ତଲାକ୍‌

ଗୁଜୁରାଟ : ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ଏନେଇ ଦଣ୍ଡ ବିଧାନ ମଧ୍ୟ ରହିଛି । ତିନି ତଲାକ୍‌ ଆଇନରେ ପରିଣତ ହେବା ପରେ ବି ଭାରତରେ କେଉଁଠି ନା କେଉଁଠି ତିନି ତଲାକ୍‌ର ମାମଲା ଦେଖିବାକୁ ମିଳିଛି । ଗୁଜୁରାଟରୁ ତିନିତଲାକ୍‌ର ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଇନ୍‌ଫେକସନ୍‌ ହେବା କାରଣରୁ ତାଙ୍କ ସ୍ବାମୀ ତାଙ୍କୁ ତିନି ତଲାକ୍‌ ଦେଇଛନ୍ତି । ଏହାପରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ମହିଳାଙ୍କ ସ୍ବାମୀ ତାଙ୍କୁ ବହୁତ ହଇରାଣ କରିବା ସହ ଦୁର୍ବ୍ୟବହାର କରୁଥିଲେ । ଛୋଟ ଛୋଟ ଭୁଲ୍‌ରେ ତାଙ୍କୁ ଛାଡି ଦେବାର ଧମକ ଦେଇଥିଲେ । ମହିଳାଜଣଙ୍କୁ 24 ବର୍ଷ ହୋଇଥିବାବେଳେ ଗତ ବର୍ଷ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କୁ ବିବାହ  କରିଥିଲେ ।

ଜୁଲାଇ ମାସରେ ମହିଳାଜଣଙ୍କ ଗର୍ଭବତୀ ଥିବାର ଜାଣିପାରିଥିଲେ । ଏହି କାରଣ ଯୋଗୁଁ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ଇନ୍‌ଫେକସନ୍‌ ହୋଇଥିଲା । ମହିଳା ଜଣକ ତାଙ୍କସ୍ବାମୀଙ୍କୁ ଡାକ୍ତରଙ୍କ ନିକଟକୁ ନେବା ପାଇଁ କହିଥିଲେ । କିନ୍ତୁ ତାଙ୍କ ସ୍ବାମୀ ଏହି କଥାରେ ଧ୍ୟାନ ଦେଇନଥିଲେ । ନିକଟରେ ମହିଳା ଜଣଙ୍କୁ ପ୍ରବଳ ଜ୍ବର ହେବା ସହ ରକ୍ତ ବାନ୍ତି ହୋଇଥିଲା ।  ଏହାପରେ ମହିଳାଙ୍କ ମାତା-ପିତାତାଙ୍କୁ ହସ୍ପିଟାଲ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ଚିକିତ୍ସା କରିଥିଲେ । ମହିଳାଙ୍କର ପ୍ରାଇଭେଟ୍‌ ପାର୍ଟରେ ଗଭୀର ଇନ୍‌ଫେକ୍ସନ କାରଣରୁ ମହିଳା ଜଣକ ହସ୍ପିଟାଲରେ ଆଡ୍‌ମିଟ୍‌ ହୋଇଥିଲେ ।  ମହିଳାଙ୍କସ୍ବାମୀଙ୍କୁ ଡାକ୍ତର ମହିଳାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ହସ୍ପିଟାଲରୁ ମହିଳା ଜଣକ ତାଙ୍କ ବାପଘରକୁ ଆସିବା ପରେ ମହିଳାଙ୍କ ସ୍ବାମୀ ତାଙ୍କୁ ଗାଳିଗୁଲଜ କରିବା ସହ ନିଜର ଦ୍ବିତୀୟ ବିବାହ କଥା କହିଥିଲେ । ମହିଳାଙ୍କ ବାପା-ମା’ଙ୍କ ସାମ୍ନାରେ ତାଙ୍କୁ ତିନି ଥର ତଲାକ୍‌ କହି ଚାଲିଯାଇଥିଲେ । ଯିବା ପୂର୍ବରୁ ମହିଳାଙ୍କୁ ଟଙ୍କା ମଧ୍ୟ ମାଗିଥିବାର ଅଭିଯୋଗ କରିଛନ୍ତି ମହିଳା । (ଏଜେନ୍ସି)

Categories
ଫଟୋ ଖବର

ମୋଦୀଙ୍କୁ ନିଜ 93 ତମ ଜନ୍ମଦିନରେ କେକ କାଟି ଖୁଆଇ ଦେଉଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 93 ତମ ଜନ୍ମଦିନରେ କେକ କାଟି ନିଜ ହାତରେ ଖୁଆଇ ଦେଉଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ସି/ଏସ୍‌ଟି ଛାତ୍ର ବୃତ୍ତିରେ ପରିବର୍ତ୍ତନ ହେବନାହିଁ

ଭୁବନେଶ୍ବର : ଏସ୍‌ସି/ଏସ୍‌ଟି ପିଲାଙ୍କ ପୋଷ୍ଟ ମାଟ୍ରିକ୍‌ ସ୍କଲାରସିପ୍‌ରେ ପରିବର୍ତ୍ତନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବର୍ତ୍ତମାନର ପ୍ରଚଳିତ ହାରରେ ପିଲାମାନଙ୍କୁ ଛାତ୍ରବୃତ୍ତି ଦିଆଯିବ ବୋଲି କହିଛନ୍ତି ନବୀନ । ଛାତ୍ରବୃତ୍ତି ଅପରିବର୍ତ୍ତିତ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ରହିଛି । ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ଦ୍ବାରା ଏ ସମ୍ପର୍କରେ ପ୍ରକାଶିତ ପ୍ରସ୍ତାବକୁ ସ୍ଥଗିତ ରଖିବା ପାଇଁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏ ସମ୍ପର୍କୀତ ଫାଇଲଟିକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟକୁ ପଠାଇବା ପାଇଁ  ସେ ଆଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପିସ୍ତଲ ସହ ସେଲ୍‌ଫି ନେଇ ମୃତ୍ୟୁବରଣ କଲେ 22ବର୍ଷୀୟ ଯୁବକ

ନୋଏଡା: ପୁଣି ଥରେ ସେଲ୍‌ଫି କାଳ ହୋଇଛି । ସେଲ୍‌ଫି ନେବା ପାଇଁ ଆଜିକାଲିର ଯୁବପିଢି ମାନେ ବିପଦକୁ ବରଣ କରୁଛନ୍ତି। ପ୍ରାୟ ସବୁଦିନେ ସେଲ୍‌ଫି ନେଇ ଜୀବନ ଯାଉଥିବାର ଖବର ଶୁଣିବାକୁ ମିଳିଛି । ନୋଏଡାର ଜଣେ 22 ବର୍ଷୀୟ ଯୁବକ ଗୁଳି ଭର୍ତ୍ତି ପିସ୍ତଲ ସହ ସେଲ୍‌ଫି ନେଇ ମୃତ୍ୟୁବରଣ କରିଛନ୍ତି । ସେଲ୍‌ଫି ନେବା ସମୟରେ ପିସ୍ତଲରୁ ଗୁଳି ଯୁବକଙ୍କୁ ବାଜି ଥିଲା । ତାଙ୍କୁ ତତ୍‌କ୍ଷଣାତ୍‌ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଯୁବକ ଜଣକ ବଞ୍ଚିନଥିଲେ । ତେବେ ଯୁବକ ଜଣ ସେଲ୍‌ଫି ନେବାବେଳେ ତାଙ୍କ ସାଙ୍ଗରେ ତାଙ୍କର ଜଣେ ବନ୍ଧୁ ରହିଥିଲେ । ପୋଲିସ୍‌ ଯୁବକଙ୍କ ମୃତଦେହକୁ ଜବତ କରିବା ସହ ତାଙ୍କ ବନ୍ଧୁଙ୍କୁ ପଚରାଉଚୁରା କରୁଛି । ଉକ୍ତ ପିସ୍ତଲର ମଧ୍ୟ ଫରେନସିକ୍‌ ଯାଞ୍ଚ ହେଉଛି ।

ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଗ୍ରେଟର ନୋଏଡା ବାଦଲପୁରର 22 ବର୍ଷୀୟ ସୌରଭ । ସେ ତାଙ୍କ ବନ୍ଧୁ ନକୁଲଙ୍କ ସହ ଅନ୍ୟ ଜଣେ ବନ୍ଧୁଙ୍କ ସାକ୍ଷାତ କରିବାକୁ ଯାଉଥିଲେ । ଦୁହେଁ କାର୍‌ରେ ଯାଉଥିବାବେଳେ ସୌରଭ ପିସ୍ତଲ ବାହାର କରି ମୋବାଇଲ୍‌ରେ ସେଲ୍‌ଫି ନେଉଥିଲେ । ପିସ୍ତଲ୍‌ରେ ଗୁଳି ଭର୍ତ୍ତି ଥିବାବେଳେ ସେ ଏହା ଜାଣିନଥିଲେ । ପିସ୍ତଲ୍‌ର ଟ୍ରିଗର୍‌ ଚାପି ସେଲ୍‌ଫି ନେବା ସମୟରେ ଗୁଳିଟି ତାଙ୍କ ଦେହରେ ବାଜି ଯାଇଥିଲା । ସୌରଭଙ୍କ ବନ୍ଧୁ ତାଙ୍କୁ ତତକ୍ଷଣାତ୍‌ ହସ୍ପିଟାଲ ନେଇଥିଲେ।  ତେବେ ଡାକ୍ତରଖାନାରେ ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜୀବନ ଶୈଳୀ

ଧନତେରାସ ଦିନ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସହ ବର୍ଷ ସାରା ଘରେ ରହିବ ସୁଖ-ସମୃଦ୍ଧି

ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳିତ ହୋଇଥାଏ । ଏହି ଦିନଟିକୁ ଧନ୍ବନ୍ତରୀ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ ।  ଧନତେରାସ୍‍ ଦିନ ଲୋକେ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନ୍ବନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରିଥାଆନ୍ତି। ଏହି ଦିନ ମା’ଙ୍କୁ ଭକ୍ତି ଭାବନା ସହ ପୂଜାର୍ଚ୍ଚନା କଲେ ମା’ଙ୍କର ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ। ସଭିଏଁ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଆନ୍ତି।

What is Gold Vermeil Jewelry and Should I Buy It? – Jewelry Guide

ଏହି କାରଣରୁ ଧନତେରାସ ଦିନ ସୁନା-ଚାନ୍ଦି, ବହୁ ଧାତୁ ଓ ଅନ୍ୟାନ୍ୟ ଜିନିଷ କିଣିଥାଆନ୍ତି। ତେବେ ସୁନା ରୂପାର ଅହେତୁକ ମୂଲ୍ୟ ଯୋଗୁଁ ସୁନା ରୂପା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହେଉନାହିଁ । ତେବେ ଧନତେରାସ ଦିନ ସୁନା ରୂପା ନ କିଣି ମଧ୍ୟ ଆପଣ ଅନ୍ୟ କିଛି କିଣି ଲାଭ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଧନତେରାସ ଅବସରରେ କେଉଁ କେଉଁ ସାମଗ୍ରୀ ଆଣିଲେ  ଶୁଭ ଓ ସମୃଦ୍ଧି ହୋଇଥାଏ ।

धन एवं सौभाग्य दिलाएंगे पीतल के बर्तन, पढ़ें 6 टिप्स | Webdunia Hindi

ପିତଳ : ଧନତେରାସ ଦିନ ପିତଳ ବସ୍ତୁ କିଣିବା ଦ୍ବାରା ସେତିକି ଶୁଭ ହୋଇଥାଏ, ଯେତିକି ସୁନା ଓ ରୂପା କିଣିବା ଦ୍ବାରା ହୋଇଥାଏ। ସୁନା-ରୂପା ପରେ ପିତଳ ଅତ୍ୟନ୍ତ ଶୁଭଧାତୁ ବୋଲି ବିବେଚନା କରାଯାଇଥାଏ । ଧନତେରାସ ଦିନ ପିତଳ ବସ୍ତୁ କିଣି ମା’ ଲକ୍ଷ୍ମୀଙ୍କର ପୂଜା କରିପାରିବେ ।

Coriander Seeds 100gms | | NamasteKisan

ଧନିଆ : ଧନତେରାସ ଦିନ ଆପଣ ଧନିଆ ମଧ୍ୟ କିଣିପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଧନିଆ ଧନ ବୃଦ୍ଧି କରିଥାଏ । ଧନତେରାସ ଦିନ ଆପଣ ଧନିଆ କିଣି ମାତା ଲକ୍ଷ୍ମୀଙ୍କ ନିକଟରେ ପୂଜା କରିପାରିବେ । ଏହାପରେ ଏହି ଧନିଆରୁ କିଛି ନେଇ ଏକ କୁଣ୍ଡରେ ପୋତିଦେବେ । ଯଦି ଏହି ଧନିଆରୁ ଗଛ ବାହାରିବେ ତେବେ ଆପଣଙ୍କ ଘରେ ସର୍ବଦା ସୁଖ ଓ ସମୃଦ୍ଧି ରାଜ କରିବ।

घर में इस जगह रखें झाड़ू, हो जाएंगे मालामाल, बनी रहेगी मां लक्ष्मी की कृपा  - always-the-broom-will-kept-in-this-place-at-home-and-other-place

ଝାଡୁ :  ଝାଡୁ ହେଉଛି ମାତା ଲକ୍ଷ୍ମୀଙ୍କର ଅନ୍ୟତମ ରୂପ । ଧନତେରାସ ଦିନ ଝାଡୁ କିଣିବା ଦ୍ବାରା ମାତା ଲକ୍ଷ୍ମୀ ଗୃହପ୍ରବେଶ କରିଥା’ନ୍ତି । ଝାଡୁ ଦ୍ବାରା ଘରର ମଇଲାସଫଳା ହୋଇଥାଏ । ସେହିପରି ଏହି ଦିନ ଘରକୁ ଝାଡୁ ଆଣିବା ଦ୍ବାରା ଘରେ ନକାରାତ୍କ ଶକ୍ତି ଦୂର ହୋଇଥାଏ ।

Paddy Tree Stock Photo, Picture And Royalty Free Image. Image 19497820.

ଅକ୍ଷତ : ଧନତେରାସ ଦିନ ଅକ୍ଷତ ଅର୍ଥାତ୍‌ ଧାନ ବା ଚାଉଳ ଆଣିବା ଉଚିତ୍‌ । ଶାସ୍ତ୍ରରେ କୁହାଯାଇଛି ଯେ, ଅନ୍ନ ରେ ଧାନ କିମ୍ବା ଚାଉଳକୁ ସବୁଠୁ ଅଧିକ ଶୁଭ ହୋଇଥାଏ । ଏହା ଦ୍ବାରା ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ । ଯିଏ ଧନତେରାସ ଦିନ ଧନ କିମ୍ବା ଚାଉଳ କିଣି ଘରକୁ ଆଣିଥା’ନ୍ତି । ତା’ର ବୈଭବ ଓ ଐଶ୍ବର୍ଯ୍ୟରେ ଅନନ୍ତ ବୃଦ୍ଧି ହୋଇଥାଏ ।ଧାନ ବା ଚାଉଳ ସୁନା ପରି ଲାଭ ହୋଇଥାଏ ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

ହଠାତ ଲାଲକୃଷ୍ଣ ଆଡଭାନୀଙ୍କ ଘରେ ପହଁଞ୍ଚିଲେ ମୋଦୀ, ସାହା ଏବଂ ନଡ୍ଡା , କାହିଁକି ଜାଣନ୍ତି

ନୂଆଦିଲ୍ଲୀ, ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଘରେ ଆଜି ସକାଳେ ବିଜେପିର ତୁଙ୍ଗ ନେତାମାନେ ପହଁଚିଗଲେ। ସେମାନଙ୍କ ମଧ୍ୟରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଆହୁରି ଅନେକ। ସମସ୍ତଙ୍କ ହାତରେ ଫୁଲ ତୋଡା। କାରଣ କଣ ଜାଣିବା ପରେ ଜଣାପଡିଲା ଯେ, ଆଜି ହେଉଛି ଆଡଭାନୀଙ୍କ ଜନ୍ମଦିନ।

ଭାରତ ରାଜନୈତିକ ଇତିହାସରେ ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ଜଣେ ନମସ୍ୟ ବ୍ୟକ୍ତିତ୍ବ। ଆଜି ସେ 93 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେଥାପଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଜେପିର ବରିଷ୍ଠ ନେତାଗଣ ତାଙ୍କ ଘରେ ଭିଡ କରିଥିଲେ। ଆଡଭାନୀଙ୍କ ଏହି ଜନ୍ମଦିନରେ କେକ କଟା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଦୀଙ୍କ ସହିତ ଅମିତ ସାହା, ଜେପି ନଡ୍ଡା ଏବଂ ତାଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ। ଆଡଭାନୀଙ୍କ ହାତ ଧରି ମୋଦୀ ଏହି କେକ କାଟିଥିଲେ। ଆଉ ଆଡଭାନୀଙ୍କୁ ଖାଇବାକୁ ମଧ୍ୟ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1425 ଟପିଲା

ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିର, ବରଗଡ ଜିଲ୍ଲାରୁ 2 ଜଣ  ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କଟକ ସୁନ୍ଦରଗଡ, ଝାରସୁଗୁଡା, ଗଞ୍ଜାମ, ଦେବଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1425 ବୃଦ୍ଧି ହୋଇଛି।

ଖୋର୍ଦ୍ଧାରୁ ଆଜି 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳ ଖୋର୍ଦ୍ଧା ଜିଲ୍ଲାରୁ 65 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଭୁବନେଶ୍ବରର 59 ବର୍ଷ ଓ 45 ବର୍ଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁରରୁ 63 ବର୍ଷୀୟ ପୁରୁଷ, 72 ବର୍ଷୀୟ ପୁରୁଷ, 65 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବରଗଡରୁ 70- ବର୍ଷ ଓ 34 ବର୍ଷ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିରରୁ 39 ବର୍ଷୀୟ ବ୍ୟକ୍ତି ଓ 45 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେହିପରି କଟକରୁ 86 ବର୍ଷୀୟ ବ୍ୟକ୍ତି, ଗଞ୍ଜାମରୁ 62 ବର୍ଷୀୟ ବ୍ୟକ୍ତି, ଦେବଗଡରୁ 68 ବର୍ଷୀୟ ବ୍ୟକ୍ତି, ଝାରସୁଗୁଡାରୁ 77 ବର୍ଷୀୟ ପୁରୁଷ ଓ ସୁନ୍ଦରଗଡରୁ 50 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୧ ହଜାର ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୩୩ ଜଣ ଚିହ୍ନଟ ହୋଇଥିବାବେଳେ ୬୦୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧ହଜାର ୫୭୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୬ ହଜାର ୮୫୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର 239 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୧୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୪୩୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୯୦, ବାଲେଶ୍ବରରୁ ୯୯, ବରଗଡରୁ ୬୫, ଭଦ୍ରକରୁ ୩୧, ବଲାଙ୍ଗିରରୁ ୬୬, ବୌଦ୍ଧରୁ୬, କଟକରୁ ୧୪୧,  ଦେବଗଡରୁ ୫,  ଢେଙ୍କାନାଳରୁ ୨୧, ଗଜପତିରୁ ୬, ଗଞ୍ଜାମରୁ ୧୭, ଜଗତସିଂହପୁରରୁ  ୬୮, ଯାଜପୁରରୁ ୩୩, ଝାରସୁଗୁଡାରୁ ୩୧, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୧୨, କେନ୍ଦ୍ରାପଡାରୁ ୫୪, କେଉଁଝରରୁ ୫୦, କୋରାପୁଟରୁ ୨୫, ମାଲକାନଗିରିରୁ ୧୪,  ମୟୂରଭଞ୍ଜରୁ ୮୦, ନବରଙ୍ଗପୁରରୁ ୨୭, ନୟାଗଡରୁ ୧୭, ନୂଆପଡାରୁ ୩୫, ପୁରୀରୁ ୭୭, ରାୟଗଡାରୁ ୯,  ସମ୍ବଲପୁରରୁ ୩୮, ସୋନପୁରରୁ ୧୨,  ସୁନ୍ଦରଗଡରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୨୮ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବଢୁଛି ଥଣ୍ଡା : ରାଜ୍ୟର 11ଟି ସହରର ତାପମାତ୍ରା 15 ଡିଗ୍ରୀ ତଳେ

ଭୁବନେଶ୍ୱର: ରାଜ୍ୟରେ ଥଣ୍ଡା ବଢୁଛି । ଆଜି 15 ଡିଗ୍ରୀ ତଳେ 11ଟି ସହରର ତାପମାତ୍ରା ରହିଛି ।  ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, 9.6 ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା 10.5 ଡିଗ୍ରୀ ରହିଛି। ସେହିପରି ଅନୁଗୁଳରେ 11 ଡିଗ୍ରୀ, କୋରାପୁଟରେ 11.6 ଡିଗ୍ରୀ, ଭବାନୀପାଟଣାରେ 12.2 ଡିଗ୍ରୀ, ଝାରସୁଗୁଡ଼ାରେ 13 ଡିଗ୍ରୀ, କେନ୍ଦୁଝରରେ 13.8 ଡିଗ୍ରୀ ଓ ବାରିପଦାରେ 14.2 ଡିଗ୍ରୀ ରହିଛି। ବଲାଙ୍ଗିର 14.6 ଡିଗ୍ରୀ ଓ ସମ୍ବଲପୁରରେ 14,7 ଡିଗ୍ରୀ ତାପମାତ୍ରା ରହିଛି । ସେହିପରି  ଭୁବନେଶ୍ବର ତାପମାତ୍ରା 18 ଡିଗ୍ରୀ ଓ କଟକରେ 16.8 ଡିଗ୍ରୀ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ ପଛରେ ପିଟି ହେଲା ସ୍କୁଟି: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଯାଜପୁର:  ଯାଜପୁର ଜିଲ୍ଲା ଦେଇ ଯାଇଥିବା 16 ନମ୍ୱର ଜାତୀୟ ରାଜପଥର ରଥିଆ ଛକ ଧର୍ମଶାଳା ରଥିଆ ଛକ ନିକଟର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଦୁଇ ଭଉଣୀ ସ୍କୁଟି ଯୋଗେ ଟିଉସନ୍‌ ଯାଉଥିବା ସମୟରେ ରାସ୍ତାକଡରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା ସ୍କୁଟି । ଟ୍ରକ୍‌ ପଛରେ ସ୍କୁଟି ପିଟି ହେବା ଫଳରେ ଜଣକଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ନେଉଳପୁର ଗାଁର ଶ୍ୱେତା ବେହେରା । ଦୁର୍ଘଟଣା ପରେ ଉଭୟ ମୃତାହତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟା ମଧ୍ୟରେ 45 ହଜାର 674ଜଣ ଆକ୍ରାନ୍ତ ଚିହ୍ନଟ, 559ଜଣ ମୃତ

ନୂଆଦିଲ୍ଳୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ ନୂଆ 45ହଜାର 674ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 559ଜଣଙ୍କର ମୃତ୍ୟୁ ହୋଇଛି ।  ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ 85 ଲକ୍ଷ 7ହଜାର 754 ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ସେହିପରି ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 16ହଜାର 121ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ସୁଦ୍ଧା କରୋନାରୁ ସମୁଦାୟ 79ଲକ୍ଷ 68ହଜାର 968ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 49 ହଜାର 082ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସକ୍ରିୟ ଅଛନ୍ତି 5 ଲକ୍ଷ 12ହଜାର 665ଜଣ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ବର୍ତ୍ତମାନ ସାରା ପୃଥିବୀରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ସେହିପରି ଭାରତର ତରଫରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଅଭିନନ୍ଦନ ଦେବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଅଭିନନ୍ଦନ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଆଶା କରୁଛି ଯେ ଦୁଇ ଦେଶ ଏକାଠି ହୋଇ କାର୍ଯ୍ୟ କରିବେ, ଭାରତ ଓ ଆମେରିକା ସଂପର୍କ ବୃଦ୍ଧି ପାଇବ।

ସେହିଭଳି ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଲା ହାରିସଙ୍କୁ ମଧ୍ୟ ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେ କମଲା ହ୍ୟାରିସଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, ତୁମର ସଫଳତା ଏକ ନୂଆ ରାସ୍ତା ଦେଖାଇବାକୁ ଯାଉଛି ଏବଂ ସମସ୍ତ ଭାରତୀୟ-ଆମେରିକୀୟ ନାଗରିକ ଏଥିପାଇଁ ଗର୍ବ ଅନୁଭବ କରିବେ।

Categories
ଆଜିର ଖବର ସ୍ବାସ୍ଥ୍ୟ

ଘରର କେଉଁ ସ୍ଥାନରେ କେଉଁ ରଂଗର ପରଦା ଲଗାଇଲେ ସୁଖଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ ଜାଣିଛନ୍ତି କି ?

ନୂଆଦିଲ୍ଲୀ, ଯଦି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଘର କାମ ହୋଇଛି, ତେବେ ସବୁକିଛି ଭଲ ହୋଇପାରେ। କେବଳ ବାସ୍ତୁ ଅନୁସାରେ ଘର କରିଦେଲେ ହେବ ନାହିଁ। ଯଦି ଆପଣ ଘରେ ସବୁକିଛି ସକାରାତ୍ମକ ଚାହୁଁଛନ୍ତି, ତେବେ ଆପଣ ଏହି ଘରକୁ ଏହି ରଙ୍ଗର ପରଦାରେ ମଧ୍ୟ ସଜାଇ ପାରିବେ। କାରଣ ରଙ୍ଗ ମଧ୍ୟ ଆପଣଙ୍କ ଘରକୁ ସକରାତ୍ମକ ଶକ୍ତିରେ ଭରି ଦେଇଥାଏ।  ଆସନ୍ତୁ ଜାଣିବା କେଉଁ ରଙ୍ଗର ପରଦା କେଉଁଠି ଲଗାଇଲେ ଭଲ ଫଳ ଦେଇଥାଏ।

ଏହି ବିସ୍ତୃତ ଟିପ୍ସ ଗୁଡିକ ଅନୁସରଣ କରନ୍ତୁ:

1-ଯଦି ଘରର ଦକ୍ଷିଣ କୋଣରେ ଆପଣଙ୍କର ଗୋଟିଏ କୋଠରୀ ଅଛି, ତେବେ ସେଥିରେ ନାଲି ରଂଗର ପରଦା ଲଗାନ୍ତୁ। କାରଣ ଏହା ଘର ଭିତରେ ଭଲ ପାଇବା ବୃଦ୍ଧି କରାଇବ ଏବଂ ଘରେ ଆତ୍ମୀୟତା ସୃଷ୍ଟି କରିବ।

2-ପଶ୍ଚିମ ଦିଗରେ ନିର୍ମିତ କୋଠରୀଗୁଡ଼ିକ ପାଇଁ ଧଳା ପରଦା ଲଗାଇବା ଲାଭ ଦାୟକ ହେବ, ଏହି ଘରର ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହୋଇଥାନ୍ତି।

3-ଲାଲ ଏବଂ କମଳା ରଙ୍ଗ ରୋଷେଇ ଘର ପାଇଁ ଶୁଭ ଅଟେ। ରୋଷେଇ ଘରେ ଏହି ରଙ୍ଗର ପରଦା ଲଗାଇଲେ ଘରର ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରୁହେ।

4-ଧଳା କିମ୍ବା ହାଲୁକା ନୀଳ ରଙ୍ଗ ବାଥରୁମ ପାଇଁ ଅଧିକ ଶୁଭ ଅଟେ ଏବଂ ଏହା ଦୁର୍ଭାଗ୍ୟକୁ ଦୂର କରିଥାଏ।

 

Categories
ଜାତୀୟ ଖବର ବିଶେଷ ଖବର

ଆସିଲା ମଧ୍ୟପ୍ରଦେଶ ଉପନିର୍ବାଚନର ଏକଜିଟ ପୁଲ୍ ଫଳାଫଳ, ବିଜେପି ସରକାରଙ୍କୁ ମିଳିବ ଅସ୍ବସ୍ଥି

ନୂଆଦିଲ୍ଲୀ, ବିହାର ନିର୍ବାଚନ ସହିତ ମଧ୍ୟପ୍ରଦେଶ ଉପନିର୍ବାଚନ ଏକଜିଟ ପୋଲ ଫଳାଫଳ ମଧ୍ୟ ଆସିଛି। ବିହାରରେ ବିଜେପିକୁ ନିରାଶ କରିଥିବା ବେଳେ ମଧ୍ୟପ୍ରଦେଶରେ ମିଳୁଛି ଅସ୍ବସ୍ଥି। ବିଭିନ୍ନ ଏକଜିଟ ପୋଲି ଆକଳନ ଅନୁସାରେ ମଧ୍ୟପ୍ରଦେଶରେ ବିଜେପି ସରକାରଙ୍କୁ ବହୁମତ ମିଳିବାରେ କୌଣସି ଅସୁବିଧା ହେବ ନାହିଁ।

ମଧ୍ୟପ୍ରଦେଶରେ ମୋଟ 28ଟି ଆସନରେ ଉପନିର୍ବାଚନ ହେଉଥିଲା। ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ଏଥିରେ ବିଜେପିକୁ 16 ରୁ 18 ଆସନ ଏବଂ କଂଗ୍ରେସକୁ 10 ରୁ 12 ଆସନ ମିଳିବ। ତେବେ ଏହି ସର୍ଭେ ମଧ୍ୟ କହୁଛି ଯେ ଏହି ଉପନିର୍ବାଚନରେ ଗୋଟିଏ ଆସନ ବିଏସପିକୁ ମିଳିବାର ସମ୍ଭାବନା ରହିଛି।

ମଧ୍ୟ ପ୍ରଦେଶର ବିଧାନସଭାରୁ 25 ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ସେଠାରେ ଉପନିର୍ବାଚନ ହେଉଛି। ସେହି 25ଟି ଆସନ ସହିତ ଆଉ ତିନିଜଣ ବିଧାୟକ ମୃତ୍ୟୁବରଣ କରିଥିଲେ। ଫଳରେ ମୋଟ 28ଟି ଆସନରେ ଏହି ଉପନିର୍ବାଚନ ହୋଇଛି। କଂଗ୍ରେସ ବିଧାୟକମାନେ ଇସ୍ତଫା ଦେବା ପରେ ସେଠାକାର ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ହୋଇ, କମଳନାଥଙ୍କ ମୁଖ୍ୟମନ୍ତ୍ରୀତ୍ବ ପଦବୀ ଚାଲିଗଲା। ଶିବରାଜ ସିଂ ଚୌହାନଙ୍କ ମୁଖ୍ୟମନ୍ତ୍ରୀତ୍ବରେ ବର୍ତ୍ତମାନ ସେଠାରେ ବିଜେପି ଶାସନ ଚାଲିଛି।

ବିଧାନସଭା ଆସନ ଗଣିତ ହିସାବରେ ସେଠାରେ ମୋଟ 230 ଆସନ ମଧ୍ୟରୁ ବର୍ତ୍ତମାନ ବିଜେପି ହାତରେ 107 ଅଛି। ମ୍ୟାଜିକ ନମ୍ବର ହାସଲ କରିବାକୁ ବିଜେପିକୁ ଆଉ 8ଟି ଆସନର ଆବଶ୍ୟକତା ରହିଛି। ବର୍ତ୍ତମାନର ଆକଳନ ହିସାବରେ ବିଜେପି ଏହି ମ୍ୟାଜିକ ନମ୍ବର ପାର କରିବ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ଆରୋଗ୍ୟ ଲାଭ ଆଉ ୧ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।  ଖୋର୍ଦ୍ଧାରୁ ସର୍ବାଧିକ ୨୧୭ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୧୩, କଟକରୁ ୧୦୪, ବୌଦ୍ଧରୁ ୯୧, କଳାହାଣ୍ଡିରୁ ୮୩, ମୟୂରଭଞ୍ଜରୁ ୮୦, ବାଲେଶ୍ବରରୁ ୭୮, ନୂଆପଡ଼ାରୁ ୭୬, ପୁରୀରୁ ୭୬, ଅନୁଗୁଳରୁ ୬୪, କୋରାପୁଟରୁ ୬୧, କେନ୍ଦୁଝରରୁ ୫୯, ଜଗତସିଂହପୁରରୁ ୫୫, ଢେଙ୍କାନାଳରୁ ୫୨, କେନ୍ଦ୍ରାପଡାରୁ ୫୨, ବଲାଙ୍ଗିରିରୁ ୪୬, ଭଦ୍ରକରୁ ୪୦, ଯାଜପୁରରୁ ୩୪, ନୟାଗଡରୁ ୩୪, ମାଲକାନଗିରୁ ୩୩, ବରଗଡରୁ ୩୨, ନବରଙ୍ଗପୁରରୁ ୩୨, ଝାରସୁଗୁଡାରୁ ୨୭, ଗଞ୍ଜାମରୁ ୨୬, ସୋନପୁରରୁ ୨୩, ସମ୍ବଲପୁରରୁ ୨୦, କନ୍ଧମାଳରୁ ୧୨, ରାୟଗଡ଼ାରୁ ୧୪, ଦେବଗଡ଼ରୁ ୭, ଗଜପତିରୁ ୭, ଏବଂ ଷ୍ଟେଟ ପୁଲରୁ ୩୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୮୬ ହଜାର ୮୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪୦ ମଧ୍ୟରୁ ୧୧ ହଜାର ୮୨୦ ଜଣ ଚିକିତ୍ସିଧୀନ ଥିବା ବେଳେ ୧୪୧୦ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ବିହାର ନିର୍ବାଚନରେ ଏକକ ଦଳ ହିସାବରେ ଆରଜେଡି ପ୍ରଥମ, 2ୟରେ ବିଜେପି, 3ୟରେ ନୀତିଶଙ୍କ ଜେଡିୟୁ

ନୂଆଦିଲ୍ଲୀ, ଯଦି ଏକଜିଟ ପୁଲ୍ ରେଜଲଟକୁ ସମୀକ୍ଷା କରାଯାଏ ତେବେ ବିହାରରେ ନୀତିଶଙ୍କ ଦଳ ଜେଡୟୁକୁ ବଡ ଧକ୍କା ମିଳିବ ବୋଲି କୁହାଯାଇପାରେ। କାରଣ ଏହି ଆକଳନ ଅନୁସାରେ ବିହାରରେ ଏକକ ଦଳ ହିସାବରେ ଆରଜେଡି ଆଗରେ ରହିଛି। ଏହାପରେ ବିଜେପି ଦ୍ବୀତିୟ ଦଳ ଭାବେ ଉଭା ହୋଇଛି। ଏହି ନିର୍ବାଚନରେ ନୀତିଶଙ୍କ ଜେଡୟୁ ତୃତୀୟ ସ୍ଥାନରେ ରହିଛି। ସେହିପରି କଂଗ୍ରେସ ଏକକ ଦଳ ହିସାବରେ ଚତୁର୍ଥ ସ୍ଥାନରେ ରହିଛି।

ଯଦି ଟାଇମସ ନାୱୋ ସି ଭୋଟରର ସର୍ଭେ ଅନୁସାରେ ମେଣ୍ଟ ବାଦ, ଏକକ ଭାବେ କେଉଁ ଦଳ କେତେ ଆସନ ହାସଲ କରିବ ତାହା ହେଲା..

ଆରଜେଡି- 81 ରୁ 89

ବିଜେପି- 66 ରୁ 74

ଜେଡିୟୁ-38 ରୁ 46

କଂଗ୍ରେସ- 21 ରୁ 29

ବାମ ଦଳ- 6 ରୁ 13 ଟି ଆସନ ହାସଲ କରିବ ବୋଲି କୁହାଯାଉଛି।

ସେହିପରି ମୁଖ୍ୟମନ୍ତ୍ରୀ ଭାବେ ବିହାରବାସୀ ନୀତିଶଙ୍କ ଅପେକ୍ଷା ତେଜସ୍ବୀଙ୍କୁ ଅଧିକ ପସନ୍ଦ କରିଛନ୍ତି। ଇଣ୍ଡିଆ ଟୁଡେ ମାଇଁ ଆକ୍ସିସ ସର୍ଭେ ଅନୁସାରେ

ତେଜଶ୍ବୀ ଯାଦବ- 44 %

ନୀତିଶ କୁମାର- 35 %

ଚିରାଗ ପାଶୱାନ- 7 %

ବିହାରର ଭୋଟ ପ୍ରତିଶତ ଯଦି ହିସାବକୁ ନିଆଯାଏ ତେବେ ମହାମେଣ୍ଟ ମଧ୍ୟ ସବୁଠାରୁ ଆଗରେ ରହିଛି। ଇଣ୍ଡିଆ ଟୁଡେ ଚାଣକ୍ୟ ସର୍ଭେ ଅନୁସାରେ

ମହାମେଣ୍ଟ- 44 %  ( ଗତ ନିର୍ବାଚନରେ 29 ପ୍ରତିଶତ ମିଳିଥିଲା)

ଏନଡିଏ-34 % ( ଗତ ନିର୍ବାଚନରେ 44 ପ୍ରତିଶତ ମିଳିଥିଲା)

ଅନ୍ୟାନ୍ୟ- 22 %  ( ଗତ ନିର୍ବାଚନରେ 27 ପ୍ରତିଶତ ଭୋଟ ମିଳିଥିଲା)

Categories
ଜାତୀୟ ଖବର ବିଶେଷ ଖବର

ଏକଜିଟ ପୁଲ: ବିହାର ନିର୍ବାଚନରେ ତେଜସ୍ବୀଙ୍କ ତେଜ, ମଉଳିଲା ନୀତିଶଙ୍କ ନୀତି, ଜାଣନ୍ତୁ କାହାକୁ ମିଳିବ କେତେ

ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ବିହାରର ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହା ପରେ ପରେ ଆସିଛି ବିହାରର ଏକଜିଟ ପୁଲ ରେଜଲଟ। ଏହା ବର୍ତ୍ତମାନ ସମସ୍ତଙ୍କୁ ଚମକାଇ ଦେଇଛି। କାରଣ ସବୁ ଏକଜିଟ ପୁଲ ଫଳାଫଳରେ ବର୍ତ୍ତମାନ ଆରଜେଡି ବା ମହାମେଣ୍ଟର ସର୍ବାଧିକ ଆସନରେ ବିଜୟ ଲାଭ କରୁଛି। ଦ୍ବିତୀୟରେ ରହିଛି ନୀତିଶଙ୍କ ଏନଡିଏ ମେଣ୍ଟ। ବିଭିନ୍ନ ଏକଜିଟ ପୁଲର ଫଳାଫଳ ଅନୁସାରେ ବିହାରରେ କେଉଁ ଦଳ କେତେ ଆସନ ପାଇବ ତାହା ଆକଳନ କରାଯାଇଛି। ସେହି ଅନୁସାରେ

ଟାଇମସ ନାୱ ସି ଭୋଟର

ଏନଡିଏ-116, ମହାମେଣ୍ଟ-120, ଏଲଜେପି-1, ଅନ୍ୟାନ୍ୟ-6

ଜନ୍ କି ବାତ୍

ଏନଡିଏ-104, ମହାମେଣ୍ଟ-120, ଏଲଜେପି-7, ଅନ୍ୟାନ୍ୟ-4

ଟିଭି-9 ଭାରତବର୍ଷ

ଏନଡିଏ-115, ମହାମେଣ୍ଟ-120, ଏଲଜେପି-4 , ଅନ୍ୟାନ୍ୟ-4

ଇଟିଜି

ଏନଡିଏ-114, ମହାମେଣ୍ଟ-120, ଏଲଜେପି-3, ଅନ୍ୟାନ୍ୟ-6

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜୀବନ ଶୈଳୀ

ଏଠାରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାକୁ କରାଯାଇଥାଏ ବାଧ୍ୟ, ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ :  ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୀତିନୀତି ରହିଛି । ଆଫ୍ରିକା ମହାଦେଶର ଇରୀଟ୍ରିଆରେ ଜଣ ପୁରୁଷଙ୍କ ଦୁଇଜଣ ସ୍ତ୍ରୀ ରଖିବା ନେଇ ଏକ କଡା ନିୟମ ରହିଛି । ଏଠାକାର ପୁରୁଷ ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କରନ୍ତି ।  ଏହି ଦେଶରେ ପୁରୁଷଙ୍କୁ  ବିବାହ କରିବାକୁ ବାଧ୍ୟ କରାଯିବା ସହ ଜଣେ ପୁରୁଷ ଦୁଇଜଣ ସ୍ତ୍ରୀ ରଖିବାକୁ ନିୟମ ରହିଛି । ଆଫ୍ରିକା ମହାଦ୍ବୀପର ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ କରିବା ନେଇ ଏକ ଅଜବ ଆଇନ ରହିଛି । ଆଫ୍ରିକାର ଇରିଟ୍ରିଆରେ ପ୍ରତ୍ୟେକ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ବାଧ୍ୟ କରାଯାଇଥାଏ । ଯଦି କୌଣସି ପୁରୁଷ ଦୁଇଜଣ ସ୍ତ୍ରୀ ନରଖନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ଦଣ୍ଡ ସ୍ବରୂପ ସେହି ବ୍ୟକ୍ତିଙ୍କୁ ଜେଲ୍‌ଦଣ୍ଡାଦେଶ ହୋଇଥାଏ ।

ତେବେ ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାର କାରଣ ରହିଛି । ଇରୋଟ୍ରିଆରେ ମହିଳାଙ୍କ ସଂଖ୍ୟା ତୁଳନାରେ ପୁରୁଷ ସଂଖ୍ୟା ବହୁତ କମ୍‌ ରହିଛି । ଏହି କାରଣ ଯୋଗୁଁ ଇଥୋପିଆ ସହ ଗୃହ ଯୁଦ୍ଧ ମଧ୍ୟ ରହିଛି । ଏପରି ସ୍ଥିତିରେ ଏଠାକାର ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବା ନେଇ ଶକ୍ତ ଆଇନ୍‌ ରହିଛି ।

ଏହି ଆଇନ୍‌ ଅନୁସାରେ ସେଠାରେ ମହିଳାମାନେ ମଧ୍ୟ ନିଜ ସ୍ବାମୀଙ୍କର ଦ୍ବିତୀୟ ବିବାହରେ କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ । ଯଦି ସେମାନେ ଏପରି କିଛି କରନ୍ତି,ତେବେ ସମ୍ପୃକ୍ତ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥାଏ । (ଏଜେନ୍ସି)