Author: Samikhsya Bureau

ମେଷ- ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟରୁ ଅନୁକୂଳ ଲାଭ ଦେବ। ବୈବାହିକ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଦିନ ସାରା ଅଳସୁଆ ହେବେ। ଘରେ ଶାନ୍ତି ଏବଂ ସୁଖ ରହିବ। ଉପକୃତ ହେବ । ବୃଷ- ଜମି ଏବଂ ଅଟ୍ଟାଳିକା ବିକ୍ରୟ ଏବଂ କ୍ରୟ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ। ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଚାନ୍ଦଗଡ଼ ମଜୁରାଇ ଠାରେ ଥିବା ‘ଚେଷ୍ଟା’ ନିଶାମୁକ୍ତି କେନ୍ଦ୍ରରେ ଜଣେ ନିଶାଡୀ ଅନ୍ତେବାସୀର ମୃତ୍ୟୁ। ସୂଚନାନୁଯାୟୀ ନିଶାମୁକ୍ତି କେନ୍ଦ୍ରର ମାଲିକ ରାଜକିଶୋର ଦାସଙ୍କ ମାଡରେ ନିଶାଡୀ ସେକ ଜବାର ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଛି। ମୃତ ନିଶାଡୀ ଜଣକ ସ୍ଥାନୀୟ ମଙ୍ଗଳପୁର ଚାଟରା ଗଣ୍ଡିତ ଗାଁର ବୋଲି ଜଣାପଡିଛି। ଏହି ନିଶାମୁକ୍ତି କେନ୍ଦ୍ରଟି ବର୍ଷକ ପୂର୍ବରୁ ଆରମ୍ଭ କରାଯାଇଥିଲା। ଏହି କେନ୍ଦ୍ରରେ ୧୫ ରୁ ଉର୍ଦ୍ଧ୍ବ ନିଶାସକ୍ତ ବ୍ୟକ୍ତି ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ତିନି ମାସରେ ନିଶାରୁ ମୁକ୍ତି ମିଳିବ ବୋଲି କେନ୍ଦ୍ରର ମାଲିକ ନିଶାସକ୍ତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେବା ସହ ମାସିକ ୧୦ ହଜାର ଟଙ୍କା ଲେଖାଏଁ ତିନି ମାସକୁ ୩୦ ହଜାର ଟଙ୍କା ଚିକିତ୍ସା ଖର୍ଚ୍ଚ ନେଉଥିଲେ ବୋଲି କୁହାଯାଉଛି। ଗତକାଲି ରାତିରେ ଉକ୍ତ ନିଶାମୁକ୍ତି କେନ୍ଦ୍ରରେ ରହୁଥିବା ନିଶାଗ୍ରସ୍ତ ବ୍ୟକ୍ତି…

Read More

ମେଷ- ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟରୁ ଅନୁକୂଳ ଲାଭ ଦେବ । ବୈବାହିକ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । କୁମ୍ଭ- ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ । କୈଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ। ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ ।

Read More

ମକର- ଯୋଜନା ଫଳପ୍ରଦ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ । ସେୟାର ବଜାରରେ ଶୀଘ୍ର ଏଡ଼ାନ୍ତୁ । ସିଂହ: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ଗ୍ରହଣ ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ ।

Read More

ତୂଳା- ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଏହି ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ ।  ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ । ମୀନ- ଅଜ୍ଞାତ ଭୟ ରହିବ । ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ । ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୈଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଲାଭବାନ ହେବେ ।

Read More

ମିଥୁନ- ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୈଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ । ଭାଇମାନଙ୍କଠାରୁ ସମର୍ଥନ ପାଇବ । ଧନୁ – ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ । ଯାତ୍ରା ଅନୁକୂଳ ହେବ। ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ସୁଯୋଗ ନିଅ । ଅଧସ୍ତନମାନଙ୍କ ସହଯୋଗ ମିଳିବ ।

Read More

କନ୍ୟା- ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ। ଭଲ ଖବର ଗ୍ରହଣ କରାଯିବ। ମୂଲ୍ୟ ବୃଦ୍ଧି ହେବ। ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ। ଦୀର୍ଘ ଯାତ୍ରା ଇଚ୍ଛା ହେବ। ବ୍ୟବସାୟ ଲାଭଦାୟକ ହେବ। ବୃଷ- ଜମି ଏବଂ ଅଟ୍ଟାଳିକା ବିକ୍ରୟ ଏବଂ କ୍ରୟ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଶୁଭ ହେବ। ରୋଜଗାର ବୃଦ୍ଧି ପାଇବ। ଲାଭ ସୁଯୋଗ ଆସିବ।

Read More

କର୍କଟ- ଖରାପ ଖବର ଗ୍ରହଣ କରାଯାଇପାରେ । କଠିନ ପରିଶ୍ରମ ଅଧିକ ହେବ । ଲାଭ ସୁଯୋଗକୁ ସ୍ଥଗିତ ରଖାଯିବ। ଠିକ୍ ସମୟରେ ବାହାରୁ ଟଙ୍କା ନ ପାଇବାରୁ ନିରାଶ ହେବେ। ଥଟ୍ଟା ପରିହାସଠାରୁ ଦୂରେଇ ରୁହନ୍ତୁ । ବିଛା- ଅପଚୟ ଖର୍ଚ୍ଚ ହେବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟର ନିୟନ୍ତ୍ରଣ ନିଅ । କାର୍ଯ୍ୟରେ ମନ ଦେବ ନାହିଁ । ବ୍ୟବସାୟ ଲାଭଦାୟକ ହେବ।

Read More

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବିଜେପି ପୁଣିଥରେ ରାଜ୍ୟରେ ସରକାର ଗଠନ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଆସାମର ମୋଟ ୧୨୬ ଟି ଆସନ ମଧ୍ୟରୁ ବିଜେପି ୭୮ ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ୪୬ ଟି ଆସନ ଏବଂ ଅନ୍ୟ ଦଳ ୨ ଟି ଆସନରେ ଆଗୁଆ ଅଛି। ହେଲେ କିଛି ଆସନରେ ଭୋଟ ଗଣତି ଏବେ ବି ଚାଲିଥିବା ବେଳେ କିଛି ଆସନର ଫଳାଫଳ ମଧ୍ୟ ଘୋଷଣା ହୋଇସାରିଛି। ତେବେ ଏହା ଭିତରେ ରାୟଜୋର ଦଳର ମୁଖ୍ୟ ତଥା ଆରଟିଆଇ କାର୍ଯ୍ୟକର୍ତ୍ତା ଅଖିଳ ଗୋଗୋଇ ଶିବସାଗର ଆସନରୁ ବିଜୟ ଲାଭ କରିଛନ୍ତି। ନାଗରିକତା ଆଇନ ବିରୋଧ ବେଳେ ହିଂସା କରିଥିବା ଅଭିଯୋଗରେ ଗୋଗୋଇଙ୍କୁ ଡ଼ିସେମ୍ବର ୨୦୧୯ ଠାରୁ ଗିରଫ କରାଯାଇଛି। ବର୍ତ୍ତମାନ ସେ ଜେଲରେ ଅଛନ୍ତି। ତାଙ୍କୁ ୟୁଏପିଏ ମାମଲା ଅନୁଯାୟୀ ଗିରଫ କରାଯାଇଛି। ହେଲେ ସେ…

Read More

ନୂଆଦିଲ୍ଲୀ, କୋଭିଡ ମହାମାରୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜିଏସ୍ଟି ଆଇନ ପରିସର ମଧ୍ୟରେ କରଦାତାଙ୍କ ପାଇଁ ବିଭିନ୍ନ ରିହାତି ସୁବିଧା ଯୋଗାଇ ଦେଇଛନ୍ତି । କରଦାତାମାନେ ଜିଏସ୍ଟି ପୈଠ କ୍ଷେତ୍ରରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । କରୋନାର ଦ୍ୱିତୀୟ ସଂକ୍ରମଣ ପରିପ୍ରେକ୍ଷୀରେ ୨୦୨୧ ମେ ୧ତାରିଖରେ ସରକାର ଏହି ମର୍ମରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏଥିରେ ସରକାର ଟିକସଦାତାଙ୍କ ପାଇଁ ଗ୍ରହଣ କରିଥିବା ପଦକ୍ଷେପଗୁଡିକ ନିମ୍ନମତେ ପ୍ରଦାନ କରାଯାଇଛି । ୧-ସୁଧହାର ହ୍ରାସ: ଟିକସ ପୈଠ କ୍ଷେତ୍ରରେ ବିଳମ୍ବ ପାଇଁ ବାର୍ଷିକ ଯେଉଁ ୧୮ଶତାଂଶ ହାରରେ ସ୍ୱାଭାବିକ ସୁଧ ଆଦାୟ କରାଯାଉଥିଲା ତାହାକୁ କୋହଳ କରାଯାଇ ବିଭିନ୍ନ ବର୍ଗର କରଦାତାଙ୍କ ପାଇଁ ନିମ୍ନଲିଖିତ ସୁବିଧା ପ୍ରଦାନ କରାଯାଇଛି । (କ) ବର୍ଷକୁ ମୋଟ ୫କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ପଞ୍ଜୀକୃତ ବ୍ୟକ୍ତିବିଶେଷଙ୍କ ପାଇଁ ଟିକସ ପୈଠର ଧାର‌୍ୟ୍ୟ ତାରିଖଠାରୁ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ବଡି ଭୋରରୁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେସନରେ କୋଭିଡ଼ ନିୟମ ଉଲ୍ଲଂଘନ, ନିଶାଦ୍ରବ୍ୟ ଚୋରା ଚାଲାଣ ଏବଂ ଅସାମାଜିକ କାର୍ଯକଳାପ ବିରୁଦ୍ଧରେ ଏକ ଦିନିକିଆ ସ୍ଵତନ୍ତ୍ର ସତର୍କ ଯାଞ୍ଚ କରଯାଇଥିଲା। ଏହି ପରିପ୍ରେକ୍ଷୀରେ ବାଲୁଗାଁ ରେଳ ଷ୍ଟେସନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନ ତଲାସି କରାଯାଇଥିଲା। ଯାଞ୍ଚ ସମୟରେ ଆରପିଏଫ ଟିମ ବାଲୁଗାଁ ଷ୍ଟେସନର ଦକ୍ଷିଣ ଭାଗରେ ଦୁଇଜଣ ଯୁବକଙ୍କୁ ଦୁଇ ଗୋଟି ବ୍ୟାଗ ସହ ସନ୍ଦେହଜନକ ଅବସ୍ଥାରେ ଧରି ପଚରାଉଚରା କରିଥିଲେ। ତେବେ ହଠାତ ଯୁବକ ଦ୍ୱୟ ଉକ୍ତ ସ୍ଥାନରୁ ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଆରପିଏଫ ଟିମ ସେମାନଙ୍କୁ କାବୁ କରିନେଇଥିଲେ। ଯୁବକ ଦ୍ଵୟ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ଏବଂ ସେମାନେ କୋଦଳା ଅଞ୍ଚଳରୁ ସୁରାଟକୁ ରେଳ ଯୋଗେ ନିଶାଦ୍ରବ୍ୟ ଚୋରାଚାଳାଣ କରୁଥିବାର ଆରପିଏଫ ଆଗରେ ପ୍ରକାଶ…

Read More

ନୂଆଦିଲ୍ଲୀ, ଦେଶରେ ଅକ୍ସିଜେନ ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବା ଲାଗି ଅଭିନବ ମାର୍ଗ ସନ୍ଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଇସ୍ପାତ କାରଖାନା, ବିଶୋଧନ ସୁବିଧା ଥିବା ପେଟ୍ରୋକେମିକାଲ ୟୁନିଟ୍, ରିଚ୍ କମ୍ବସନ ପ୍ରକ୍ରିୟା ଉପଯୋଗ କରୁଥିବା ଉଦ୍ୟୋଗ, ବିଦ୍ୟୁତ ଶକ୍ତି ପ୍ଲାଣ୍ଟ ଆଦି ବହୁ ଉଦ୍ୟୋଗରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକରେ ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରାଯାଇଥାଏ ଯାହାକି ଏହି ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ। ଏହି ଅକ୍ସିଜେନକୁ ଚିକିତ୍ସା ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ। ଆବଶ୍ୟକ ଶୁଦ୍ଧତା ଥିବା ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରୁଥିବା ଔଦ୍ୟୋଗିକ ୟୁନିଟଗୁଡ଼ିକୁ ଚିହ୍ନଟ କରିବା ନିମନ୍ତେ ରଣନୀତିର ଉପଯୋଗ କରାଯାଉଛି। ସହର ବା ଜନବହୁଳ ଅଞ୍ଚଳର ଚାହିଦା ଥିବା କେନ୍ଦ୍ର ଓ ଅକ୍ସିଜେନ ଶଯ୍ୟା ଥିବା ଅସ୍ଥାୟୀ କୋଭିଡ ଚିକିତ୍ସା…

Read More

ନୂଆଦିଲ୍ଲୀ, କୋଭିଡ-୧୯ ମହାମାରୀ ପରିସ୍ଥିତି କାରଣରୁ ମେଡ଼ିକାଲ ଅକ୍ସିଜେନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟରେ ପରିବର୍ତ୍ତିତ କରିବାର ବ୍ୟବହାର‌୍ୟ୍ୟତା ଉପରେ ବିଚାର କରିଛନ୍ତି। ଏପରି ବିଭିନ୍ନ ସମ୍ଭାବ୍ୟ ଉଦ୍ୟୋଗଗୁଡ଼ିକୁ ଚିହ୍ନଟ କରାଯାଇଛି ଯେଉଁଥିରେ ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ କରାଯାଇପାରିବ। ବର୍ତ୍ତମାନର ପ୍ରେସ ସ୍ବିଙ୍ଗ ଆଡସର୍ପସନ (ପିଏସଏ) ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ କରିବାର ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଛି। ନାଇଟ୍ରୋଜେନ ପ୍ଲାଣ୍ଟରେ କାର୍ବନ ମଲିକୁଲାର ସିଭ (ସିଏମଏସ)ର ଉପଯୋଗ କରାଯାଇଥାଏ। ଅନ୍ୟପଟେ ଅକ୍ସିଜେନ ଉତ୍ପାଦନ ଲାଗି ଜିୟୋ ଲାଇଟ ମଲିକୁଲାର ସିଭ (ଜେଡଏମଏସ)ର ଆବଶ୍ୟକତା ହୋଇଥାଏ। ସେଥିପାଇଁ ସିଏମଏସକୁ ଜେଡ୍ଏମଏସ ସହିତ ବଦଳାଇ ଏବଂ ଆହୁରି କେତେକ ପରିବର୍ତ୍ତନ ଯେପରିକି ଅକ୍ସିଜେନ ଆନାଲାଇଜର, କଣ୍ଟ୍ରୋଲ ପ୍ୟାନେଲ ପ୍ରଣାଳୀ, ପ୍ରବାହ ଭାଲଭ୍ ଆଦି ସହିତ ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟରେ ଅକ୍ସିଜେନ ଉତ୍ପାଦନ ଲାଗି ଆବଶ୍ୟକ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କ୍ଷିପ୍ର ଗତିରେ ବଢିଚାଲିଛି। ଦୈନିକ ସଂକ୍ରମଣ ଏବେ ୪ ଲକ୍ଷରେ ପହଞ୍ଚିଛି। ଏହାସହିତ ରାଜ୍ୟର ସ୍ଥିତି ସଙ୍ଗୀନ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା, ନୌସେନା ଅଧିକାରୀ ଇନ୍‌ଚାର୍ଜ ଓଡ଼ିଶାଙ୍କ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସହ ସମନ୍ୱୟ ରକ୍ଷା କରି ଆଇଏନ୍‌ଏସ୍ ଚିଲିକାରେ ଏକ କୋଭିଡ୍ କେୟାର ସେଣ୍ଟର କରାଯାଇଛି। କୋଭିଡ୍ କ୍ଷେତ୍ରରେ ବୃଦ୍ଧି ପାଉଥିବା ସଂକ୍ରମଣର ମୁକାବିଲା କରିବା ପାଇଁ ନୌସେନା ଷ୍ଟେସନ ଓ ଚିଲିକା ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ଆବାସ ଗୃହରେ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଏକ କେନ୍ଦ୍ର କରାଯାଇଛି। ଏହା ସହିତ ଅମ୍ଳଜାନ ଆବଶ୍ୟକ ଥିବା ରୋଗୀଙ୍କ ପାଇଁ ଆଇଏନ୍‌ଏସ୍ ଚିଲିକାର ଡାକ୍ତରଖାନା ଆଇଏନ୍‌ଏଚ୍‌ଏସ୍ ନିଭାରିଣୀ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୫୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୯୬୧, ସୁନ୍ଦରଗଡରୁ ୬୮୨, କଳାହାଣ୍ଡିରୁ ୬୮୦, ଝାରସୁଗୁଡାରୁ ୪୪୯, ପୁରୀରୁ ୩୯୪, କଟକରୁ ୩୮୦, ନୂଆପଡାରୁ ୩୪୨, ବରଗଡରୁ ୩୧୨, ସମ୍ବଲପୁରରୁ ୨୬୪, ନବରଙ୍ଗପୁରରୁ ୨୪୬, ବଲାଙ୍ଗୀରିରୁ ୨୩୧, କେନ୍ଦୁଝରରୁ ୧୫୦, ଗଞ୍ଜାମରୁ ୧୫୦, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୨୨, ରାୟଗଡ଼ାରୁ ୯୮, ନୟାଗଡରୁ ୮୮, ଭଦ୍ରକରୁ ୮୫, ବାଲେଶ୍ବରରୁ ୭୯, ଗଜପତିରୁ ୭୬, ଜଗତସିଂହପୁରରୁ ୭୧, ଅନୁଗୁଳରୁ ୪୯, ଦେବଗଡରୁ ୪୭, କେନ୍ଦ୍ରାପଡାରୁ ୪୭, କୋରାପୁଟରୁ ୪୨, କନ୍ଧମାଳରୁ ୩୫, ବୌଦ୍ଧରୁ ୨୯, ମାଲକାନାଗିରିରୁ ୨୨, ଢେଙ୍କାନାଳରୁ ୧୬, ସୋନପୁରରୁ ୧୦ ଏବଂ ଷ୍ଟେଟ ପୁଲରୁ ୧୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୦୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୩୧୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୭ ହଜାର ୬୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୩୭୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୬୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଭୋଟ ଗଣତିରେ ୨୦୦ ରୁ ଉର୍ଦ୍ଧ୍ଵ ଆସନରେ ଟିଏମସି ଆଗୁଆ ଚାଲିଛି। ଟିଏମସିର ଏହି ଫଳାଫଳକୁ ଦେଖି ମମତା ବାନାର୍ଜୀ ବିଜେପି ଉପରେ ବଡ ଅଭିଯୋଗ ଆଣିଛନ୍ତି। ମମତା କହିଛନ୍ତି ଯେ, କେନ୍ଦ୍ରର ଅନେକ ପ୍ରୟାସ ପରେ ମଧ୍ୟ ଆମେ ବଡ ବିଜୟ ହାସଲ କରିବାକୁ ଯାଉଛୁ। ଏହା ବଙ୍ଗଳା ଏବଂ ବଙ୍ଗଳା ଲୋକଙ୍କର ବିଜୟ ଅଟେ। ବଙ୍ଗଳା ଲୋକ ଦେଶକୁ ବଞ୍ଚେଇ ଦେଇଛନ୍ତି। ଆମେ ଦ୍ଵିଶତକ ହାସଲ କରିବୁ ବୋଲି ଆଶା ରଖିଥିଲୁ। ଆମେ କହିଥିଲୁ ‘ଖେଲା ହୋବେ’, ଶେଷରେ ଏହା ହେଲା ଏବଂ ଆମେ ବିଜୟ ଲାଭ କଲୁ। ଏଥିପାଇଁ ବଙ୍ଗଳାର ସମସ୍ତ ଜନତାଙ୍କୁ ଧନ୍ୟବାଦ ଦେଉଛି। ବର୍ତ୍ତମାନ କୋଭିଡ ରୋକିବା ଦିଗରେ କାମ ଆରମ୍ଭ କରିବି। କରୋନା ସଂକ୍ରମଣ ଯୋଗୁଁ ଶପଥ ସମାରୋହକୁ ଛୋଟ କରାଯିବ। ଅପରପକ୍ଷେ ନନ୍ଦିଗ୍ରାମ ବିଧାନସଭା ଆସନର…

Read More

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରୁ ପରାଜିତ ହୋଇଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୩ ଭୋଟ ବ୍ୟବଧାନରେ ମମତା ପରାସ୍ତ ହୋଇଛନ୍ତି। କିନ୍ତୁ ପୂର୍ବରୁ ମମତା ନନ୍ଦୀଗ୍ରାମ ଆସନରୁ ୧୨୦୦ ଭୋଟ ବ୍ୟବଧାନରେ ଜିତିଥିବା କୁହାଯାଉଥିଲା।

Read More

କୋଲକାତା, ଶେଷରେ ବହୁକଷ୍ଟରେ ନନ୍ଦିଗ୍ରାମ ଉପରେ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ । କାରଣ ସେହି ଆସନରୁ ଦିଦି ହାରିଯିବେ ବୋଲି ଭୟ ଥିଲା। ହେଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ୍ର ୧୨ଶହ ଭୋଟରେ ପରାସ୍ତ କରିଛନ୍ତି ମମତା । ତେବେ ଆଶ୍ଚର୍ଯ୍ୟ ଭାବେ ଗଣତି ଆରମ୍ଭରୁ ଶୁଭେନ୍ଦୁ ଆଗରେ ଥିଲେ । ହେଲେ ପରବର୍ତ୍ତି ସମୟରେ ମମତା ଆଗେଇ ଗଲେ। ଏଥର ନିର୍ବାଚନରେ ନନ୍ଦି ଗ୍ରାମ ରାଜନୀତି ଭିନ୍ନ ପ୍ରକାରର ଥିଲା। ନନ୍ଦିଗ୍ରାମରେ ରାଜନୈତିକ ପ୍ରଭାବ ରଖୁଥିବା ଅଧିକାରୀ ପରିବାର ଏଠାରେ ମମତାଙ୍କ ନିକଟତର ଥିଲେ । କିନ୍ତୁ ରାଜନୈତିକ ମତଭେଦ କାରଣରୁ ଶୁଭେନ୍ଦୁ ଟିଏମସି ଛାଡି ଦେଇଥିଲେ । ନିର୍ବାଚନର କେଇଦିନ ଆଗରୁ ସେ ବିଜେପିରେ ଯୋଗ ଦେଇ ଟିକେଟ ହାସଲ କରିଥିଲେ।

Read More

ନୂଆଦିଲ୍ଲୀ: ଆଜି ଦେଶର ୪ ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ଆସନ ପାଇଁ ଭୋଟ ଗଣନା ଜାରି ରହିଛି। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରି ବିଧାନସଭା ଆସନ ପାଇଁ ଭୋଟ ଗଣନା ଜାରି ରହିଛି। ଅପରାହ୍ନ ୨ ଟା ସୁଦ୍ଧା ପଶ୍ଚିମବଙ୍ଗର ୨୯୪ ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୨୦୫ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୮୪ ଟି ଆସନ, କଂଗ୍ରେସ ମେଣ୍ଟ ୧ ଟି ଆସନ ଏବଂ ଅନ୍ୟ ୨ ଟି ଆସନରେ ଆଗୁଆ ଅଛି। ତାମିଲନାଡୁର ୨୩୪ ଆସନ ମଧ୍ୟରୁ ଡିଏମକେ ମେଣ୍ଟ ୧୩୫ ଟି ଆସନରେ ଆଗୁଆ ଥିବାବେଳେ ଏଡିଏମକେ ୯୫ ଟି ଆସନ ଏବଂ ଅନ୍ୟ ୪ ଟି ଆସନରେ ଆଗୁଆ ଅଛି। କେରଳର ୧୪୦ ଟି ଆସନ ମଧ୍ୟରୁ ଏଲଡିଏଫ(ବାମ ଦଳ) ୮୯ ଟି ଆସନରେ ଆଗୁଆ ଥିବା ବେଳେ ୟୁଡିଏଫ( କଂଗ୍ରେସ…

Read More