ଭୁବନେଶ୍ବର, ଭାରତ ବିଦେଶକୁ ଚାଉଳ ରପ୍ତାନୀ କ୍ଷେତ୍ରରେ ଆଉ ଏକ ବିରାଟ ସଫଳତା ହାସଲ କରିଛି । ଦେଶର ପୂର୍ବାଞ୍ଚଳ କ୍ଷେତ୍ରରୁ ପ୍ରଥମ ଥର ପାଇଁ ବିଦେଶକୁ ଅଣ ବାସମତୀ କିଷମର ଚାଉଳ ରପ୍ତାନୀ ଆରମ୍ଭ କରାଯାଇଛି । ଆଜି ଓଡ଼ିଶାର ପାରାଦୀପ ବନ୍ଦରର ଅନ୍ତରାଷ୍ଟ୍ରୀୟ କାର୍ଗୋ ଟର୍ମିନାଲ ବା ପିଆସିଟି ଠାରୁ ସରକାରୀ ଭାବେ ପତାକା ଦେଖାଇ ଭିଏତନାମକୁ ପଠାଯିବା ନିମନ୍ତେ ଏକ ଜାହାଜରେ ବୋଝେଇ କରାଯାଇଛି । ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ଏଠାରୁ ଅଣ ବାସମତୀ କିଷମର ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି । ସାରଳା ଫୁଡ଼ସ୍ ଗ୍ରୁପ ପକ୍ଷରୁ ୨୦ଟି କଣ୍ଟେନରରେ ମଙ୍ଗଳବାର ଦିନ ଏହି ଚାଉଳ ବୋଝେଇ କରାଯାଇଛି ଏବଂ ଆଗାମୀ ତିନି ମାସ ମଧ୍ୟରେ ଆଉ ୫୦୦ଟି କଣ୍ଟେନରରେ ଏଭଳି କିଷମର ଚାଉଳ ବୋଝେଇ ହୋଇ ପିଆସିଟିରୁ ଭିଏତନାମ ପଠାଯିବାର ଯୋଜନା ରହିଛି । ଏହି ଚାଉଳ ରପ୍ତାନୀ କୃଷି…
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ତହସିଲ୍ ଅନ୍ତର୍ଗତ କିଲିପାଳ ଘାଟ ବାଲିମାଫିଆଙ୍କ ମନମାନି ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁଯାୟୀ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ବଜାର ସ୍ଥିତ ତାଳଦଣ୍ଡା କେନାଲ ଉପରେ ଥିବା ଏକ ଗ୍ରାମୀଣ ପାଦଚଲା ପୋଲ କୁହାଯାଉଥିବା ଛୋଟ ପୋଲ ଉପର ବାଟଦେଇ ଆଖପାଖ ଗ୍ରାମର ଲୋକେ ମହାନଦୀ ପାଖ କଣ୍ଡିଆରେ ଚାଷବାସ କରିବାକୁ ଓ ମହାନଦୀ ପଠା ଅଞ୍ଚଳରେ ଗାଈଗୋରୁ ଚରାଇବାକୁ ଯିବା ପାଇଁ ଏହି ପୋଲ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏହି ପୋଲ ଉପରେ ଦୈନିକ ଶତାଧିକ ଟ୍ରିପ୍ ବାଲିବୋଝେଇ ହାଇୱା କିଲିପାଳ ଘାଟରୁ ବାଲି ଉଠାଇ ଯାତାୟତ କରୁଥିବାରୁ ଏହି ପୋଲର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଲିପାଳ (ଦକ୍ଷିଣପାର୍ଶ୍ଵ) ବାଲିଘାଟକୁ ନିଲାମ ନେଇଥିବା ନିଲାମଧାରୀ ବ୍ୟକ୍ତି ଉକ୍ତ ଘାଟରୁ ବିନା ୱାଇ ଫର୍ମରେ ବେଆଇନ୍ ଭାବେ ଦୈନିକ ଶତାଧିକ ଟ୍ରିପ୍ ବାଲି ହାଇୱାରେ ନିଧଡକ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬୭୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୧୪୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୮ ହଜାର ୩୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୪୯୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୬୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୪୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୮୫, ସୁନ୍ଦରଗଡରୁ ୭୮୬, ନୂଆପଡାରୁ ୫୧୪, କଳାହାଣ୍ଡିରୁ ୩୫୮, କଟକରୁ ୩୩୬, ଯାଜପୁରରୁ ୩୨୦, ନବରଙ୍ଗପୁରରୁ ୨୯୪, ଝାରସୁଗୁଡାରୁ ୨୮୩, ପୁରୀରୁ ୧୭୯, ବରଗଡରୁ ୨୮୨, ବଲାଙ୍ଗୀରିରୁ ୧୮୯, ପୁରୀରୁ ୧୭୯, ଗଞ୍ଜାମରୁ ୧୭୬, ସମ୍ବଲପୁରରୁ ୧୭୪, ମୟୂରଭଞ୍ଜରୁ ୧୫୮, କେନ୍ଦୁଝରରୁ ୧୫୦, ରାୟଗଡ଼ାରୁ ୧୦୯, ଗଜପତିରୁ ୯୩, ନୟାଗଡରୁ ୯୩, ଜଗତସିଂହପୁରରୁ ୮୧, ସୋନପୁରରୁ ୭୫, କୋରାପୁଟରୁ ୬୦, ବାଲେଶ୍ବରରୁ ୫୩, ଅନୁଗୁଳରୁ ୫୨, କେନ୍ଦ୍ରାପଡାରୁ ୪୬, ଭଦ୍ରକରୁ ୪୧, ଢେଙ୍କାନାଳରୁ ୩୪, ଦେବଗଡରୁ ୨୭, କନ୍ଧମାଳରୁ ୨୬, ମାଲକାନାଗିରିରୁ ୨୬, ବୌଦ୍ଧରୁ ୨୪ ଏବଂ ଷ୍ଟେଟ ପୁଲରୁ ୨୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…
ଭୁବନେଶ୍ଵର: ପୁଣିଥରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣକୁ ଦେଖି ନିର୍ବାଚନ କମିଶନ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୬ ତାରିଖରେ ଏହି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ବୋଲି ଘୋଷଣା ହୋଇଥିଲା। ଏହି ଉପନିର୍ବାଚନ ଘୁଞ୍ଚିବା ଲାଗି ପୂର୍ବରୁ ହାଇକୋର୍ଟରେ ମଧ୍ୟ ଏକ ଜନ ସ୍ଵାର୍ଥ ମାମଲା ଦାୟର କରାଯାଇଥିଲା। ତେବେ ପିପିଲି ଭଳି ପଶ୍ଚିମବଙ୍ଗର ଦୁଇଟ ଆସନ ପାଇଁ ଥିବା ଉପନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ହେଲେ ଏହା କେଉଁ ତାରିଖରେ ହେବ ତାହା ଏବେ ସ୍ପଷ୍ଟ ସୂଚନା ମିଳିନି।
ସୀତାରାମ ଅଗ୍ରୱାଲ ଚିଲିକା: ସମସ୍ତଙ୍କୁ କୋଭିଡ଼ ସଂକ୍ରମଣର ଭୟ। ସେଥିପାଇଁ ଟୀକା ନେବାକୁ ସମସ୍ତେ ଚାହାଁନ୍ତି। ଏଥି ନିମନ୍ତେ ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ନେବାପାଇଁ ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ସ୍ଥଳେ କେତେକ ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ଏହାକୁ ଗୁରୁତର ସହ ନେଇଛି ସ୍ଥାନୀୟ ପ୍ରଶାସନ। କିଛି ଦିନ ହେବ ଟୀକାର ଅଭାବ ଲାଗି ଟୀକାକାରଣ ବନ୍ଦ ଥିବାବେଳେ ଆଜି ପୁନଶ୍ଚ ଉଭୟ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ନିମନ୍ତେ ଟୀକାକାରଣ ପ୍ରକ୍ରିୟା ସ୍ୱାଭାବିକ ହୋଇଛି। ତେବେ ବାଣପୁର ମେଡିକାଲରେ ଭିଡ଼ ଏଡାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମେଡିକାଲ ନିକଟରେ ଥିବା ବାଣପୁର ଉଚ୍ଚ ପ୍ରାଥମିକ(ମଧ୍ୟ ଇଂରାଜୀ) ବିଦ୍ୟାଳୟ ପରିସରରେ ଟୀକାକରଣ କେନ୍ଦ୍ର ଖୋଲାଯାଇଛି। ବାଣପୁର ଆଇଆଇସି ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରୟାସରେ ଉକ୍ତ କେନ୍ଦ୍ରରେ ଟୀକାକାରଣ ପାଇଁ ସୁନ୍ଦର…
ଭୁବନେଶ୍ବର: ଟୀକାକରଣକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ବିନା ପଞ୍ଜୀକରଣରେ ଟୀକା କେନ୍ଦ୍ରକୁ ନଯିବା ପାଇଁ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଫଳରେ ଟୀକା କେନ୍ଦ୍ରରେ ଅଯଥାରେ ଗହଳି ହେଉଛି। ଯଦ୍ୱାରା ଲୋକ ମାନଙ୍କ ମଧ୍ୟରେ ସାମାଜିକ ଦୁରତ୍ଵ ରହୁନି। ବର୍ତ୍ତମାନ ୨୬ ଟି କେନ୍ଦ୍ରରେ ଟୀକାକରଣ ପାଇଁ ବ୍ୟବସ୍ଥା ହୋଇଛି। ଭିଡ କମାଇବା ପାଇଁ ଆଗକୁ ଟୀକା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ଉଦ୍ୟମ ଜାରି ରହିଛି। ତେଣୁ ଯେଉଁମାନେ ପଞ୍ଜୀକରଣ କରି ନାହାନ୍ତି ସେମାନେ ପଞ୍ଜୀକରଣ କରିବାକୁ କମିଶନର ପରାମର୍ଶ ଦେଇଛନ୍ତି।
ଭୁବନେଶ୍ବର: ରାଜ୍ୟରେ ମେ’ ୫ ତାରିଖ ଠାରୁ ଲକଡାଉନ କଟକଣା ଆରମ୍ଭ ହେଉଛି। ସେଥିପାଇଁ ଲୋକଙ୍କ ମଧ୍ୟରେ ଅନେକ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ଏହି ସମୟରେ ଘରର ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାରେ ଲୋକଙ୍କୁ ଅସୁବିଧା ହେବ ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ଲୋକେ ଭୟଭୀତ ହୋଇ ଆଜିଠାରୁ ବିଭିନ୍ନ ଦୋକାନ ବଜାରରେ ସାମଗ୍ରୀ କିଣିବା ପାଇଁ ଭିଡ କରୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ଆଜି ସାମ୍ବାଦିକ ସମ୍ମିଳନୀରେ ଲୋକେ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ କୌଣସି ଅସୁବିଧା ହେବନାହିଁ ବୋଲି ଏସଆରସି କହିଛନ୍ତି। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ ଟା ରୁ ଦିନ ୧୨ ଟା ଯାଏଁ ଦୋକାନ ଖୋଲା ରହିବ। ଗ୍ରୋସେରୀ, ମାଛ, କ୍ଷୀର ଓ ଜରୁରୀ ସାମଗ୍ରୀ ଦୋକାନ ଏହି ସମୟରେ ଖୋଲା ରହିବ। କିନ୍ତୁ ପୂର୍ବପରି…
ଭୁବନେଶ୍ବର, ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଇସ୍ପାତ କାରଖାନାରୁ ମହାରାଷ୍ଟ୍ର, ତେଲେଙ୍ଗାନା, ହରିୟାଣା ଏବଂ ଦିଲ୍ଲୀ ପରି ରାଜ୍ୟ ମାନଙ୍କୁ ପ୍ରାୟ ୩୨୯ ଟନ୍ ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିପାରିଛି। ବର୍ତ୍ତମାନର କୋଭିଡ ମହାମାରୀ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଶୀଘ୍ର ଅମ୍ଳଜାନ ଯୋଗାଇବା ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛି। ଅନୁଗୁଳ ସ୍ଥିତ ଟାଟା ଭୂଷଣ ସାଇଡିଂରୁ ସମୁଦାୟ ୧୮୭ ଟନ୍ LMO ପରିବହନ ହୋଇସାରିଛି। ସେହିଭଳି ୧୦୫ ଟନ୍ LMO ରାଷ୍ଟ୍ରୀୟ ଇସ୍ପାତ ନିଗମ୍ ଲିମିଟେଡ୍, ବିଶାଖାପାଟନମ୍ ଏବଂ ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରୁ ୩୧ ଟନ୍ LMO ପରିବହନ କରାଯାଇଛି। ବିଭିନ୍ନ ରାଜ୍ୟର ଡାକ୍ତରଖାନାଗୁଡ଼ିକୁ ଶୀଘ୍ର ଅମ୍ଳଜାନ ଆବଶ୍ୟକତା ରହିଥିବାବେଳେ ରାଜ୍ୟଗୁଡିକ ଅଗ୍ରାଧିକାର ଭିତ୍ତିରେ ଅମ୍ଳଜାନର ଆବଶ୍ୟକତା କରୁଛନ୍ତି। ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ଅନୁରୋଧ ଗ୍ରହଣ କରି ଭାରତୀୟ ରେଳ ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ…
ଭୁବନେଶ୍ବର: ୧୧ ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବର୍ଷା ସହ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ଭିଭାଗ ଅନୁମାନ କରିଛି। ତେଣୁ ୧୧ ଟି ଜିଲ୍ଲାକୁ ଆଗୁଆ ସତର୍କ କରିଛି ପାଣିପାଗ ବିଭାଗ। କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା, ବଲାଙ୍ଗୀରି, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ଦେବଗଡ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ୩ ଘଣ୍ଟା ପାଇଁ ବର୍ଷା ସହ ବଜ୍ରପାତ ହେବ ବୋଲି ଆଞ୍ଚଳିକ ପାଣିପାଗ ଭିଭାଗ ସତର୍କ କରାଇଛି।
ନୂଆଦିଲ୍ଲୀ/ଭୁବନେଶ୍ବର: ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସରକୁ ଅନୁମୋଦନ ମିଳିଛି। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଆଧାରରେ ଅଭୟଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟସରକାର ସୁପାରିଶ କରିଥିଲେ। ରାଜ୍ୟସରକାରଙ୍କ ଏହି ସୁପାରିଶକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି। ସେ ୧୯୮୭ ବ୍ୟାଚର ଆଇଏଫଏସ ଥିଲେ।
ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଅଧିନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସିବିଏସଇ ଭଳି ବିଏସଇ ମଧ୍ୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲା। କରୋନା ଯୋଗୁଁ ବିଏସଇ ବୋର୍ଡ ପରିକ୍ଷାକୁ ବିଏସଇ ବାତିଲ କରିଦେଇଥିଲା। ହେଲେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ନେଇ ବିଏସଇ ପ୍ରକ୍ରିୟା ଆରମ୍ଭ କରିଦେଇଛି। ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଠାରୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଏସଇ ନିର୍ଦ୍ଦେଶ ଦେଇଛି। ବୋର୍ଡ଼ ଦ୍ଵାରା ନିର୍ଦ୍ଧାରିତ ଫର୍ମାଟରେ ଛାତ୍ରଛାତ୍ରୀଙ୍କ ବିବରଣୀ ପ୍ରସ୍ତୁତ ଲାଗି ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି। ସେହି ଫର୍ମାଟରେ ସ୍କୁଲର ନାମ, ନମ୍ବର ଓ ରୋଲ ନମ୍ବର ଆଦି ରହିଛି। ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ମାଧ୍ୟମରେ ନିର୍ଦ୍ଧେଶ ଦେଇଛି।। ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ଦଶମ ଟେଷ୍ଟ ଏବଂ ନବମ ବାର୍ଷିକ…
ନୂଆଦିଲ୍ଲୀ: ଆଇପିଏଲ-୧୪ ସଂସ୍କରଣରେ ଆଜିର ମ୍ୟାଚକୁ ବାତିଲ କରାଯାଇଛି। କୋଲକୋତା ନାଇଟ ରାଇଡ଼ର୍ସ ସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗୁଲୁରୁ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବାତିଲ ହୋଇଛି। କେକେଆର ଟିମର ଦୁଇ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଆଜିର ଖେଳକୁ ବାତିଲ କରି ଦିଆଯାଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୮ ହଜାର ୧୪୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୪୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯୯ ଲକ୍ଷ ୨୫ ହଜାର ୬୦୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୮ ହଜାର ୯୫୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୯୩ ହଜାର ୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୪ ଲକ୍ଷ ୧୩ ହଜାର ୬୪୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୭୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସୁନ୍ଦରଗଡ ଜିଲ୍ଲାର ମୃତକ ୩ ଜଣଙ୍କ ମଧ୍ୟରୁ ଜଣେ ୫୪ ବର୍ଷିୟା ମହିଳା, ଜଣେ ୫୨ ବର୍ଷିୟା ମହିଳା ଏବଂ ଆଉ ଜଣେ ୩୭ ବର୍ଷିୟା ମହିଳା ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରରୁ ୨ ମୃତକକଙ୍କ ମଧ୍ୟରୁ ଜଣେ ୭୩ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୨ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୧ ହଜାର ୫୩୬ କୁ…
ଭୁବନେଶ୍ବର, ଆଜି ସକାଳୁ ନବୀନ ପଟ୍ଟନାୟକ ପଶ୍ଚିମବଂଗର ନୂଆ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ କରିଥିଲେ। ଗତକାଲି ତାଙ୍କ ଦଳ ବିପୁଳ ସଂଖ୍ୟାରେ ଆସନ ଜିତି ଆସିଥିବାରୁ ଟୁଇଟ କରି ମମତାଙ୍କୁ ଅଭିନନ୍ଦନ କରିଥିଲେ। ହେଲେ ଆଜି ପୁଣି ଥରେ ସେ ଫୋନ କରି ଏହି ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟତଃ ମମତା ଏତେ ପ୍ରତିବନ୍ଧକ ସତ୍ବେ ସେ ବିପୁଳ ଆସନରେ ଜିତିବା ନିଶ୍ଚିତ ଭାବେ ଏହା ତାଙ୍କ ପାଇଁ ଏକ ବଡ ବିଜୟ। ସେଥିପାଇଁ ନବୀନ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ସେଥିପାଇଁ ସକାଳୁ ବିଭିନ୍ନ ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଲମ୍ବା ଲାଇନରେ ଟିକା ଦେବା ପାଇଁ ଯୁବକମାନେ ଅପେକ୍ଷା କରିଥିବାର ପରିଲକ୍ଷିତ ହୋଇଛି। ଏହି ଟିକା କରଣ ପାଇଁ ସମସ୍ତେ ପୂର୍ବରୁ ଅନ ଲାଇନରେ ଫର୍ମ ପୁରଣ କରାଯାଇଛି। ଯେଉଁମାନେ ଅନ ଲାଇନରେ ନାମ ପଂଜିକରଣ କରିନାହାଁନ୍ତି ସେମାନଙ୍କୁ ଟିକା ଦିଆଯିବ ନାହିଁ। ଟିକା ନେବା ପାଇଁ ଅନ ଲାଇନରେ ନାମ ପଂଜିକରଣ ବାଧ୍ୟତା ମୂଳକ କରାଯାଇଛି। ସକାଳ ୮ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ହେବ। ଏବଂ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ତେବେ…
ତାମିଲୁନାଡୁର କାଞ୍ଚିପୁରମ ଜିଲ୍ଲାରେ ଥିବା ଭାଲ୍ଲାକୋଟ୍ଟାଇ ସୁବ୍ରମାନ୍ୟ ସ୍ବାମୀ ମନ୍ଦିର
ଭୁବନେଶ୍ବର, ରାଜ୍ୟ ସବଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ କରୋନା ରିପୋର୍ଟ ପ୍ରଦାନ କରାଯାଇଛି। ସେହି ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରେ 12 ଶହ 58 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହା ପଛକୁ ରହିଛି ସୁନ୍ଦରଗଡ ଜିଲ୍ଲା। ଏହି ଜିଲ୍ଲାରୁ 5ଶହ 92 ଜଣ ଚିହ୍ନଟ ହୋଇଛନ୍ତି। 1. Angul: 331 2. Balasore: 179 3. Bargarh: 452 4. Bhadrak: 351 5. Balangir: 291 6. Boudh: 175 7. Cuttack: 587 8. Deogarh: 103 9. Dhenkanal: 149 10. Gajapati: 165 11. Ganjam: 262 12. Jagatsinghpur: 109 13. Jajpur: 232 14. Jharsuguda: 304 15. Kalahandi: 236 16. Kandhamal: 62 17. Kendrapada: 132 18. Keonjhar: 104 19. Khurda:…
ଭୁବନେଶ୍ବର, ଆଜି କରୋନା ରିପୋର୍ଟ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରକାଶିତ କରାଯାଇଛି। ସେହି ହିସାବରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା 8 ହଜାର 9 ଶହ 14 ଜଣ। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 5 ହଜାର 81 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂସ୍ପର୍ସରୁ 3 ହଜାର 8ଶହ 33 ଜଣ ଅଛନ୍ତି। ଗତକାଲି ଏହି ସଂଖ୍ୟା 8 ହଜାର 15 ଥିଲା।
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ନନ୍ଦ ରାଜବଂଶକୁ ନିପାତ କରି ତାଙ୍କ ନୀତି ଆଧାରରେ ମୌର୍ଯ୍ୟ ରାଜବଂଶ ପ୍ରତିଷ୍ଠା କରିଥିଲେ। ନନ୍ଦ ରାଜବଂଶର ରାଜା, ଆଚାର୍ଯ୍ୟ ଚାଣକ୍ୟଙ୍କୁ ଅପମାନିତ କରିଥିଲେ କିନ୍ତୁ ସେ ତାଙ୍କ କ୍ରୋଧକୁ ପ୍ରକାଶ କରିବାକୁ ଦେଇ ନ ଥିଲେ। ପରେ ସେ ଏହି କ୍ରୋଧକୁ ଅସ୍ତ୍ର କରି ନିଜର ଶତ୍ରୁମାନଙ୍କୁ ବିନାଶ କରିଥିଲେ। ତେବେ କେଉଁ ଶକ୍ତି ଉପରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଶତ୍ରୁମାନଙ୍କୁ ପରାସ୍ତ କରିଥିଲେ ତାହା ଜାଣିବା ଆବଶ୍ୟକ। 1-ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଶତ୍ରୁଙ୍କର ସବୁଠାରୁ ବଡ ଅସ୍ତ୍ର ହେଉଛି ଆପଣଙ୍କୁ ଉତ୍ତେଜିତ କରାଇବା। ତେଣୁ, ଶତ୍ରୁ ସର୍ବଦା ଆପଣଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରେ ଯାହା ଦ୍ବାରା ଆପଣ କ୍ରୋଧିତ ହେବେ। କାରଣ କ୍ରୋଧ କଲେ ଉଭୟ ଶକ୍ତି ଏବଂ ବିବେକ ହ୍ରାସ ପାଇ ଅଧା ହୋଇଯାଏ। ଯେତେବେଳେ ଏହା ହ୍ରାସ ଘଟେ ସେତେବେଳେ ଶତ୍ରୁ ତୁମର ଲାଭ ଉଠାଇ ପାରିବେ। ତେଣୁ ଯେତେବେଳେ…

