Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ବାଲୁଗାଁ ଥାନାର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସକାଳ ୯ ଘଟିକା ସମୟରେ ବାଲୁଗାଁ ଥାନାର ଗୃହରକ୍ଷୀ ଜଗତ ଜୀବନ ସେଠି(୪୩) ବାଲୁଗାଁରୁ ନିଜ ସମ୍ପର୍କୀୟଙ୍କ ଘର କେଶପୁରକୁ ସ୍କୁଟି ଯୋଗେ ଯାଉଥିବା ବେଳେ ଚିଲିକା ରେଳ ଷ୍ଟେସନ ରୋଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ଆମ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି। ଖବର ପାଇ ସଙ୍ଗେସଙ୍ଗେ ବାଲୁଗାଁ ଅଗ୍ନିଶମ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଁଚି ଜଗତଙ୍କ ମୃତ ଶରୀରକୁ ରାସ୍ତାରୁ ଉଦ୍ଧାରକରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ବର୍ତ୍ତମାନ ନାଭାଲ ଫାଣ୍ଡି ଅଧିକାରୀ ଏବଂ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସୂଚନା ଅଧିକାର ଆଇନ-୨୦୦୫ ର ଧାରା ୬(୧) ଅନୁସାରେ ଜୁନାଗଡ ତହସିଲ ଅଫିସରେ ସୂଚନା ମିଳିବା ପାଇଁ ନିର୍ଦ୍ଧାରିତ ଫର୍ମ ଓ ଫିଜ ସହ ଦରଖାସ୍ତ ଦାଖଲ କଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ସୂଚନା ମିଳୁନଥିବା ବେଳେ ପ୍ରଥମ ଅପିଲର ମଧ୍ୟ ଶୁଣାଣି କରାଯାଉନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସୂଚନା ଅଧିକାର ଆଇନ ଅନୁସାରେ ଦରଖାସ୍ତ ଦାଖଲ କରୁଥିବା ଦରଖାସ୍ତକାରୀଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରାଯିବାର ଯୋଜନା କରାଯାଉଥିବା ଜଣାପଡିଛି। ଜୁନାଗଡ ତହସିଲ ଅଫିସରେ ନିଜକୁ ଆରô୍ଥକ ପ୍ରଭାବଶାଳୀ ବୋଲି ଦାବୀ କରୁଥିବା କେତେକ ବ୍ୟକ୍ତି ବିଭିନ୍ନ ଚାପ ପକାଇ ରାଜସ୍ୱ କର୍ମଚାରୀ ମାନଙ୍କୁ ପ୍ରଭାବିତ କରି ବେଆଇନ ଭାବେ ନିଜସ୍ୱ ବ୍ୟକ୍ତିଗତ ଫାଇଦା ଉଠାଇ ନେଉଥିବା ଯୋଜନା କରୁଥିବା ବେଳେ ଅନେକାଂଶରେ ସୂଚନା ଅଧିକାର ଆଇନ ସେମାନଙ୍କୁ ବାଧକ ହେଉଥିବା ମନେକରୁଛନ୍ତି। ଆଇନ ଅନୁସାରେ ସମସ୍ତଙ୍କୁ ଉଚିତ ସମାନ ନ୍ୟାୟ ପ୍ରଦାନ କରିବା…

Read More

ଭୁବନେଶ୍ବର: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଯୁଗ୍ମ ପ୍ରବେଶିକା, ଜେଇଇ (ମେନ୍) କୁ ସ୍ଥଗିତ ରଖାଯାଇଛି। ଚଳିତ ମାସ ୨୭, ୨୮ ଏବଂ ୩୦ ତାରିଖରେ ଏହି ପରୀକ୍ଷା ହେବାର ଥିଲା। ତେବେ ପୁଣି ଏକ ନୂଆ ତାରିଖ ଖୁବ ଶୀଘ୍ର ଘୋଷଣା ହେବ।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୬୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୧୨୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୩୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୨୫୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୪ ହଜାର ୮୨୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୪୩୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୬୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୦୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୪୦ ଜଣ, ଅନୁଗୁଳ ୫୯…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬ ୧ହଜାର ୫୦୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୫୦୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪୭ ଲକ୍ଷ ୮୮ ହଜାର ୧୦୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୮ ଲକ୍ଷ ୯ ହଜାର ୬୪୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୮ ଲକ୍ଷ ୧ ହଜାର ୩୧୬ ଆକ୍ଟିଭ୍‌ କେସ୍ ରହିଛି।

Read More

ମେଷ: – ଏହି ସପ୍ତାହ ଆପଣଙ୍କ ପ୍ରକୃତିରେ କ୍ରୋଧ ବଢିଇପାରେ । ଯାନକୁ ଅତି ଯତ୍ନର ସହିତ ଚଲାନ୍ତୁ ଏବଂ କୌଣସି ବିଷୟରେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । କାରଣ ଏହି ସମୟ ଆପଣଙ୍କ ସପକ୍ଷରେ ନାହିଁ । ଏହି କାରଣରୁ, ଆପଣଙ୍କୁ ନିଜ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡିପାରେ । ପାରିବାରିକ ଜୀବନ ଖୁସି ହେବ ଏବଂ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଯେଉଁଥିପାଇଁ ଆପଣଙ୍କ ପରିବାର ଏବଂ ବୃତ୍ତିଗତ ଜୀବନ ଭଲ ହେବ । ଗୋଟିଏରୁ ଅଧିକ ଉତ୍ସରୁ ଆୟ ହୋଇପାରେ । କିଛି ଖର୍ଚ୍ଚ ହେବ, କିନ୍ତୁ ଚିନ୍ତା କରିବାର କିଛି ନାହିଁ । ପିଲାମାନଙ୍କ ପାଇଁ ସମୟ ଭଲ ହେବ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ସଫଳତା ପାଇବେ। ଆପଣ ଭାଇ ଓ ଭଉଣୀମାନଙ୍କର ସମର୍ଥନ ମଧ୍ୟ ପାଇବ । ବୃଷ: – ଏହି ସପ୍ତାହ ସାଙ୍ଗ…

Read More

ଭୁବନେଶ୍ବର, ଆଜି ଉଭୟ କଟକ ଓ ଭୁବନେଶ୍ବରରେ ନାଇଟ କର୍ଫୁ ଜାରି କରାଯାଇଛି। ରାତି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଏହି କର୍ଫୁ ବଳବତ୍ତର ରହିବ। ସେଥିପାଇଁ ପୋଲିସ କମିଶନରେଟ ତରଫରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି। ଖୋଦ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ରାଜଧାନୀର ବିଭିନ୍ନ ସ୍ଥାନକୁ ଯାଇ କଟକଣାକୁ ତଦାରଖ କରିଛନ୍ତି। ଲୋକମାନଙ୍କୁ କୋଭିଡ ନିୟମ ମାନି ଚଳିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଦୁଇ ମହାନଗରରେ ଏହି ଆଇନକୁ କଡାକଡି କରିବା ପାଇଁ 10 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିସହିତ 60ରୁ ଅଧିକ ଅଫିସର ଏହାର ତଦାରଖ କରୁଛନ୍ତି। ଲୋକଙ୍କୁ ଯାଞ୍ଚ କରିବା ପାଇଁ ବିଭିନ୍ନ ସ୍ଥାନରେ 25ଟି ଚେକିଂ ପଏଣ୍ଟ କରାଯାଇଛି।

Read More

ଭୁବନେଶ୍ବର, ଛତିଶଗଡରେ ବର୍ତ୍ତମାନ କରୋନା ପରିସ୍ଥିତି ସଂଗୀନ ହୋଇ ଉଠିଛି। ଏପରି ପରିସ୍ଥିତିରେ ଛତିଶଗଡ ଓଡିଶା ମଧ୍ୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନକୁ ବନ୍ଦ କରାଯାଉ। ଏପରି ଏକ ଚିଠି ରାଜ୍ୟ ସରକାର କେନ୍ଦ୍ର ଗୃହ ବିଭାଗକୁ ଲେଖିଛନ୍ତି। ଅନ୍ତତଃ 15 ଦିନ ପାଇଁ ଟ୍ରେନ ଚଳାଚଳକୁ ବନ୍ଦ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଚିଠି ଲେଖିଛନ୍ତି। କେନ୍ଦ୍ର ଗୃହ ସଚିବଙ୍କୁ ଲେଖିଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଛତିଶଗଡ ସହିତ ଲୋକମାନେ ଯିବାଆସିବା କରିବା ଦ୍ବାରା ଓଡିଶାରେ ସଂକ୍ରାମିତ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷ କରି ପଡୋଶୀ ଜିଲ୍ଲାଗୁଡିକରେ ଏହି ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଇଛି। ସେଥିପାଇଁ ଓଡିଶା ମଧ୍ୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନକୁ ବନ୍ଦ କରାଯାଉ ବୋଲି ମୁଖ୍ୟ ସଚିବ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଛତିଶଗଡ ଓଡିଶା ମଧ୍ୟରେ 18ଟି ସ୍ବତନ୍ତ୍ର ଟ୍ରେନ ଯାତାୟତ କରୁଛି।

Read More

ଭୁବନେଶ୍ବର, କୋଭିଡ୍ -୧୯ ମହାମାରୀ ସମୟରେ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି। ସାଧାରଣ ଜନତା ବିଶେଷକରି ଟ୍ରେନ୍ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀମାନେ ଷ୍ଟେସନ୍ ପରିସରରେ ଏବଂ ଟ୍ରେନ୍ ଯାତ୍ରା ସମୟରେ ବାଧ୍ୟତାମୂଳକ ଭାବରେ ଫେସ୍ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି। କୋଭିଡ ନିୟମାବଳୀ ଅନୁସରଣ କରିବାକୁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଅଛି। ରେଳ ପରିସର ପ୍ରବେଶ କରିବା ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ବ୍ୟକ୍ତି କିମ୍ବା ରେଳ ବ୍ୟବହାରକାରୀ କିମ୍ବା ରେଳ ଯାତ୍ରୀ ମାସ୍କ ନ ପିନ୍ଧନ୍ତି କିମ୍ବା ସଠିକ ଭାବେ ମାସ୍କ ବ୍ୟବହାର କରୁ ନ ଥାନ୍ତି ତାହେଲେ ସେମାନେ ଛେପ ପକାଇବା ଏବଂ ସମାନ ପ୍ରକୃତିର କାର‌୍ୟ୍ୟ ଯାହାକି ଅପରିଷ୍କାର କରିବା କିମ୍ବା ଅପରିଷ୍କାର ପରିସ୍ଥିତି ସୃଷ୍ଟି କରି ସାଧାରଣ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ନିୟମ ଆଧାରରେ ପରିଗଣିତ…

Read More

ଭୁବନେଶ୍ବର, କୋଭିଡ କଟକଣା ଭିତରେ ଆଜି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ 24 ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଦଳର କର୍ମକର୍ତ୍ତା ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଏହାପରେ ଦଳର ଉପସଭାପତି ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଯୋଜନାବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ଟୁକୁନି ସାହୁ ଏବଂ ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ।

Read More

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୧୭ ତାରିଖରେ ଏହି ନିର୍ବାଚନ ହେବାର ଥିଲା। କିନ୍ତୁ ଏବେ ଏହି ଉପନିର୍ବାଚନ ମେ’ ୧୩ ତାରିଖରେ ହେବ ବୋଲି ସୂଚନା ରହିଛି। ଏବଂ ମେ’ ୧୬ ତାରିଖ ଏହାର ଭୋଟ ଗଣତି ହେବ। ଏନେଇ ସିଇଓଙ୍କ କାର୍ଯ୍ଯାଳୟରୁ ସୂଚନା ମିଳିଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡ଼ାରୁ ୨୩୩, ଖୋର୍ଦ୍ଧାରୁ ୧୪୯, ସୁନ୍ଦରଗଡରୁ ୧୩୧, ଅନୁଗୁଳରୁ ୭୩, କେନ୍ଦୁଝରରୁ ୬୪, ବରଗଡରୁ ୫୪, ଗଞ୍ଜାମରୁ ୫୨, ମୟୂରଭଞ୍ଜରୁ ୫୨, କଟକରୁ ୫୦, ସମ୍ବଲପୁରରୁ ୫୦, ପୁରୀରୁ ୪୫, ବଲାଙ୍ଗିରୀରୁ ୪୪, ରାୟଗଡ଼ାରୁ ୪୪, କଳାହାଣ୍ଡିରୁ ୪୩, ଝାରସୁଗୁଡାରୁ ୩୨, ନବରଙ୍ଗପୁରରୁ ୨୭, ଯାଜପୁରରୁ ୨୬, ବାଲେଶ୍ବରରୁ ୨୨, ଭଦ୍ରକରୁ ୧୭, ଗଜପତିରୁ ୧୪, ନୟାଗଡରୁ ୧୦, କନ୍ଧମାଳରୁ ୯, କେନ୍ଦ୍ରାପଡାରୁ ୯, ଜଗତସିଂହପୁରରୁ ୭, ଦେବଗଡରୁ ୬, କୋରାପୁଟରୁ ୪, ସୋନପୁରରୁ ୪, ମାଳାକନାଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୪ ହଜାର ୮୨୫ ଜଣ ସୁସ୍ଥ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୬୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୩୪୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୭୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୩୧୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର, ବର୍ତ୍ତମାନ କରୋନା ସ୍ଥିତି ଯାହା ସେଥିରେ କଟକଣା ମାନିବାକୁ ପଡିବ। ଯଦି କେହି ଏହାର ଖିଲାପ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହିପରି ଚରମ ବାଣୀ ଶୁଣାଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ଦୁଇ ମହାନଗରରେ ଆଇନକୁ କଡାକଡି କରିବା ପାଇଁ 10 ପ୍ଲାଟୁନ ପୋଲିସ ମୁତୟନ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କମିଶନର କହିଛନ୍ତି। 60ରୁ ଅଧିକ ଅଫିସର ଏହାର ତଦାରଖ କରିବେ। ବିଭିନ୍ନ ସ୍ଥାନରେ 25ଟି ଚେକିଂ ପଏଣ୍ଟ ରହିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି।

Read More

ଭୁବନେଶ୍ବର, ଆଜିଠାରୁ  ଟ୍ୱିନସିଟରେ ୧୪୪ ଧାରା ଲାଗୁ କରାଯାଇଛି । ଏହା ରାତି ୯ ଟାରୁ ସକାଳ ୫ ଟା ଯାଏଁ ବଳବତ୍ତର ରହିବ । ତେବେ ଆଜି ଶନିବାରରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ମଧ୍ୟ ଏହି ସମୟରେ ବି ୧୪୪ ଧାରା ଲାଗୁ ହେବ । ବର୍ତ୍ତମାନ କଟକ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଭୁବନେଶ୍ବର ଏହାର ସଂକ୍ରାମଣ ବ୍ୟାପକ ହେବାରେ ଲାଗିଛି। ସେଥିପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

Read More

ଭୁବନେଶ୍ବର, ଆଜି ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ PMGDISHA ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ପାଇଁ ଭ୍ରାମ୍ୟମାଣ ସାଧାରଣ ସେବା କେନ୍ଦ୍ର ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି। ଯାହା ଆଗାମୀ ଦିନରେ ଜନସାଧାରଣଙ୍କୁ ସମସ୍ତ ସାଧାରଣ ସେବା ଯୋଗାଇବାରେ ସହାୟକ ହେବ। ଏହି ଅବସରରେ ସାଂସଦ ୱେବିନାର ମାଧ୍ୟମରେ ସମ୍ବୋଧନ କରିବା ସହ, ସମସ୍ତ ସହଯୋଗୀ ଅନୁଷ୍ଠାନର ପ୍ରତିନିଧିମାନେ ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ। ଏହି ଭ୍ୟାନ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ସେଠାକାର ଲୋକଙ୍କୁ ଡିଜିଟାଲ ସହିତ ଅର୍ଥିକ ସାକ୍ଷରତା ସଂପର୍କରେ ସଚେତନତା କରାଯିବ। ଏହି ଭ୍ୟାନରେ ବିଭିନ୍ନ ଡିଜିଟାଲ ସଂରଜାମ ରଖାଯାଇଛି। ଫଳରେ ଯୁବକମାନେ ଏହାର ଫାଇଦା ନେଇପାରିବେ। ଜିଲ୍ଲାରେ ପ୍ରାୟ 30 ହଜାର ଲୋକଙ୍କୁ ଏହି ସଚେତନତାରେ ସାମିଲ କରାଯିବାର ଲକ୍ଷ ରଖାଯାଇଛି।

Read More

ସୀତାରାମ ଅଗ୍ରୱାଲ  ବାଣପୁର, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଷ୍ଟେଟ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ କୋଭିଡ ପଜିଟିଭ ବାହାରିବାରୁ ବ୍ୟାଙ୍କକୁ ଆଜି ବନ୍ଦ ରଖାଯାଇଅଛି। ସୂଚନା ମୁତାବକ ଗତ ଦୁଇ ଦିନ ତଳେ ସମ୍ପୃକ୍ତ କର୍ମଚାରୀ ଅସୁସ୍ଥତା ଅନୁଭବ କରିବାରୁ କୋଭିଡ଼ ଆଣ୍ଟିଜେନ ଟେଷ୍ଟ କରାଇଥିଲେ। ତେବେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଏ ବିଷୟ ନେଇ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଭୁବନେଶ୍ୱରସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର‌୍ୟ୍ୟାଳୟକୁ ଜଣାଇଥିଲେ। ସେମାନଙ୍କ ପରାମର୍ଶ ଅନୁଯାୟୀ ଆଜି ବ୍ୟାଙ୍କକୁ ସର୍ବସାଧାରଣ ନିମନ୍ତେ ବନ୍ଦ ରଖାଯାଇଛି। ଏନଏସି ଦ୍ୱାରା ଆଜି ବ୍ୟାଙ୍କକୁ ସାନିଟାଇଜ କରାଯାଇଛି। ତେବେ ଆଜି ବାଣପୁର ଷ୍ଟେଟ ବ୍ୟାଙ୍କର ପ୍ରବନ୍ଧକଙ୍କ ସହ ସମୁଦାୟ ୧୨ ଜଣ କର୍ମଚାରୀ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ ଦେଇଥିବାର ସୂଚନା ଦେଇଛନ୍ତି ବ୍ୟାଙ୍କ ପ୍ରବନ୍ଧକ ବିନୋଦ ବିଷୋୟୀ। ତେବେ ବ୍ୟାଙ୍କ ଆସନ୍ତା ସୋମବାର ଦିନ ଖୋଲିବ…

Read More

ସୀତାରାମ ଅଗ୍ରୱାଲ କାଳୁପଡ଼ା ଘାଟ: ପୂର୍ବତଟ ରେଳବାଇ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନ ଠାରେ ବ୍ରହ୍ମପୁର ଭୁବନେଶ୍ୱର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ଚଳନ୍ତା ଗାଡ଼ି ରୁ ଖସି ପଡ଼ିଥିଲେ ଜଣେ ଛାତ୍ରୀ।ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳର ଗୋବିନ୍ଦପୁର ସାହି ଅନ୍ତର୍ଗତ ନିରଞ୍ଜନ ପ୍ରଧାନ ଙ୍କର ଝିଅ ସୁପ୍ରିୟା ପ୍ରଧାନ ବ୍ରହ୍ମପୁର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ହଠାତ କାଳୁପଡ଼ା ଘାଟ ରେଳଷ୍ଟେସନ ରେ ଖସି ପଡ଼ିଥିଲେ। ସୂଚନାଯୋଗ୍ୟ ଯେ ଷ୍ଟେସନ ପରିସର ରେ ଏକ ନମ୍ବର ପ୍ଲାଟଫର୍ମରେ ଦୀର୍ଘ ସାତ ଦିନ ହେବ ଏକ ଯାତ୍ରୀବାହୀ ଟ୍ରେନ ଅଟକି ରହିଛି।ଯାହା ଫଳରେ ଯାତ୍ରୀମାନେ ଷ୍ଟେସନ ବୋର୍ଡ଼ ଦେଖିପାରୁନାହାନ୍ତି। ଅପରପକ୍ଷରେ ଚାରି ନମ୍ବର ପ୍ଲାଟଫୋର୍ମ ଟି ଖାଲି ଥିଲେବି ସେଠାରେ ଗାଡି କୁ ନରଖି ଏକ ନମ୍ବର ପ୍ଲାଟଫୋର୍ମ ରେ ରଖିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ବୟସ୍କ…

Read More

ଭୁବନେଶ୍ବର, ନାଟ୍ୟକାର, ଅଭିନେତା ବଟରାଜ ଦେବ ଗୋସ୍ବାମୀଙ୍କ ଆଜି କୋଭିଡରେ ପରଲୋକ ହୋଇଯାଇଛି। କୋଲକତାରେ ଥିବା ତାଙ୍କ ଝିଅ ପାଖକୁ ଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇପଡିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଲକାତାର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସବୁ ଚେଷ୍ଠା ସତ୍ବେ ସେ ଆଜି ସକାଳେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ 72 ବର୍ଷ ବୟସ ହୋଇଥିଲା। ତାଙ୍କ ଧର୍ମପତ୍ନୀ ମଧ୍ୟ କରୋନା ଆକ୍ରାନ୍ତରେ ଗୁରୁତର ହୋଇ ହସପିଟାଲରେ ଚିକିତ୍ସିତ ହେଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ସହାୟତାର ହାତ ବଢାଇଥିଲେ। ତାଙ୍କ ପାଇଁ ଆବଶ୍ୟକ ପଡୁଥିବା ଏକ ଇଂଜେକ୍ସନ ନ ମିଳିବାରୁ ସୁଦର୍ଶନ ତାଙ୍କ ଟୁଇଟରେ ସାହାର୍ଯ୍ୟ ପାଇଁ ଲେଖିଥିଲେ। ଏହା ଜାଣିବା ପରେ ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁର ତାହା ଯୋଗାଡ କରି ସାହାର୍ଯ୍ୟ କରିଥିଲେ। ହେଲେ ଏତେସବୁ ଚେଷ୍ଠା ସତ୍ବେ ତାଙ୍କର…

Read More