ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ ହୁହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟରୁ 3144 ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 1 ହଜାର 823 ଜଣ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ହେଉଛି 1 ହଜାର 321 ଜଣ। ତେବେ ସୁନ୍ଦରଗଡ ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ 523 ଜଣ ନୂଆ ପଜେଟିଭ ମାମଲା ଆସିଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ 497 ଜଣ ଚିହ୍ନଟ ହୋଇ ଦ୍ବିତୀୟରେ ରହିଛି। ନୂଆପଡା ଜିଲ୍ଲାରେ ମଧ୍ୟ 395 ଜଣ ନୂଆ ପଜେଟିଭି ଚିହ୍ନଟ ହୋଇଛନ୍ତି। ଯାହା ରାଜ୍ୟର ତୃତୀୟ ସର୍ବାଧିକ କରୋନା ଜିଲ୍ଲା ହୋଇଛି। ଆଜିର ତଥ୍ୟ ଅନୁସାରେ ବିଭିନ୍ନ ଜିଲ୍ଲାର ନୂଆ କରୋନା ସଂଖ୍ୟା ହେଲା 1. Angul: 49 2. Balasore: 28 3. Bargarh: 156 4. Bhadrak: 51 5. Balangir: 92 6. Boudh: 7…
Author: Samikhsya Bureau
ଭୁବନେଶ୍ବର, ରାଜ୍ୟରେ ବର୍ତ୍ତମାନ ହୁହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରନ୍ତାଙ୍କ ସଂଖ୍ୟା। ଆଜିର ତାଜା ସୂଚନା ଅନୁସାରେ ଗତକାଲି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି 3 ହଜାର 144 ଜଣ ନୂଆ କରୋନା ଆକ୍ରାନ୍ତ।ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 1 ହଜାର 823 ଜଣ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ହେଉଛି 1 ହଜାର 321 ଜଣ। ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ 523 ଜଣ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରାମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସେମାନଙ୍କୁ ଚିହ୍ନଟ କରି ତୁରନ୍ତ କ୍ବାରଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର: କୋଭିଡ ଟିକା ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଖୋଲା ବଜାରରେ ଟିକା ଉପଲବ୍ଧ କରାଯାଉ । କାରଣ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିମାନେ ଟିକା କିଣିବାକୁ ଚାହିଁବେ ସେମାନେ ଖୋଲା ବଜାରରୁ ଟିକା କିଣି ପାରିବେ । ଏହାଦ୍ବାରା ସରକାରୀ ଟିକା ପ୍ରଦାନ କେନ୍ଦ୍ରରେ ଗରିବ ଲୋକମାନେ ଉପକୃତ ହୋଇପାରିବେ। ଏହି ଚିଠିରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ୪ଟି ପ୍ରସ୍ତାବ ଦେଇଛନ୍ତି । ସେଗୁଡିକ ହେଲା 1- ସରକାରୀ ବ୍ୟବସ୍ଥା ବ୍ୟତୀତ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ । ଫଳରେ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତଙ୍କ ଭିଡ ସରକାରୀ ସଂସ୍ଥାରୁ ହଟିଯିବ, ଗରିବ ଲୋକେ ଉପକୃତ ହେବେ। 2-ଏହାସହ ଦେଶରେ ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ପର୍ଯ୍ୟାପ୍ତ ପରିମାଣର ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉ। 3- ଭାରତ ବର୍ତ୍ତମାନ ଟିକା ଉତ୍ପାଦନରେ ପ୍ରମୁଖ ଦେଶ ହୋଇଛି। ସେଥିପାଇଁ ବିଭିନ୍ନ ରାଜ୍ୟରେ ମଧ୍ୟ…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ କାମ କେତେ ଲୋକଙ୍କୁ ନେଇ କରିବା ଉଚିତ ତାହା ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ତେବେ ଏକାକୀ କରନ୍ତୁ। ଆପଣ ଯଦି ବିଦ୍ୟା ଅଧ୍ୟୟନ କରିବାକୁ ଚାହୁଁଛନ୍ତି ତେବେ ଦୁଇ ଜଣ ମିଶି କରନ୍ତୁ।କାରଣ କାହାର ଅବୁଝା ରହିଲେ ଅନ୍ୟକୁ ପଚାରି ପାରିବ। ହେଲେ ଯଦି ଆପଣ ସଂଗୀତ ସାଧାନ କରିବାକୁ ଚାହୁଁଛନ୍ତି ତେବେ ତିନିଜଣ ଭଲ। କାରଣ ଜଣେ ଗାୟକ, ଜଣେ ବାୟକ ଆଉ ଜଣେ ପାଳିଆର ଆବଶ୍ୟକତା ଥାଏ। ସେହିପରି ଯଦି ଆପଣ ବିଦେଶ ଭ୍ରମଣ କରିବାକୁ ଚାହୃୁଁଛନ୍ତି ତେବେ ଚାରି ଜଣିଆ ହୋଇ ଯାଆନ୍ତୁ। କିନ୍ତୁ କୃଷି କର୍ମରେ ପାଞ୍ଚଜଣଙ୍କର ଆବଶ୍ୟକତା ରହିଛି। ହେଲେ ଯୁଦ୍ଧ ପାଇଁ ଅସଂଖ୍ୟ ଲୋକଙ୍କର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି
ନୂଆଦିଲ୍ଲୀ, କୋଭିଡ-୧୯ ସଂକ୍ରମଣ ତଥା ତଦଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଗତ କିଛି ସପ୍ତାହ ମଧ୍ୟରେ ଦେଶର ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପରିଲକ୍ଷିତ ହୋଇଛି । ରାଜ୍ୟଗୁଡିକ ସହ ସହଯୋଗ ରକ୍ଷା କରି କେନ୍ଦ୍ର ସରକାର କୋଭିଡ-୧୯ର ମୁକାବିଲା କରୁଛନ୍ତି । ଏଥିରେ ସମର୍ଥନ ପୂର୍ବକ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟ, କ୍ଷମତାପ୍ରାପ୍ତ ସଂସ୍ଥା ଓ କେନ୍ଦ୍ରୀୟ ସଚିବମାନେ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଶ୍ୟକ ସହାୟତା ଯୋଗାଇବା ନେଇ ଲାଗିପଡ଼ିଛନ୍ତି । ଦେଶବ୍ୟାପୀ ଗୁରୁତର କୋଭିଡ-୧୯ ରୋଗୀମାନଙ୍କ ଆନୁଷ୍ଠାନିକ ଚିକିତ୍ସା ନିମନ୍ତେ ହସ୍ପିଟାଲ ଭିତ୍ତିଭୂମି ବୃଦ୍ଧି ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ୟାନ୍ୟ ମନ୍ତ୍ରଣାଳୟ ଗୁଡିକୁ ସେମାନଙ୍କ ଅଧୀନ ତଥା ନିୟନ୍ତ୍ରଣରେ ଥିବା ହସ୍ପିଟାଲ ଓ ବ୍ଲକ ଗୁଡିକୁ ଚିକିତ୍ସା ପାଇଁ ମହଜୁଦ ରଖିବାକୁ…
ନୂଆଦିଲ୍ଲୀ, ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର କାଣୀନାଳି ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ପ୍ୟାକ୍ସ (ରୋଲ-ଅନ୍ ଏବଂ ରୋଲ୍ ଅଫ ଯାତ୍ରୀବାହୀ) ଜେଟି ଏବଂ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିପାଇଁ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୫୦.୩୦ କୋଟି ଟଙ୍କା ବ୍ୟୟ କରାଯିବା ଲାଗି ପ୍ରଶାସନିକ ଅନୁମୋଦନ ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୫୦ ପ୍ରତିଶତ ଅର୍ଥ ଓଡ଼ିଶା ସରକାର ଖର୍ଚ୍ଚ କରିବେ। ଏହି ପ୍ରକଳ୍ପ ପାଇଁ ମୋଟ ୧୧୦.୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। କାଣୀନାଳି ଏବଂ ତାଳଚୁଆ ଠାରେ ଆରଓ-ପ୍ୟାକ୍ସ ପୋତାଶ୍ରୟ, ପାର୍କିଂ ଅଞ୍ଚଳ ବିକାଶ, ନୌବହନ ସହାୟତା ଓ ଖନନ ଭଳି ଉପଯୋଗିତା ଭିତ୍ତିଭୂମି ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ଏହି ଜଳ ମାର୍ଗ ହେବା ଫଳରେ ପୂର୍ବରୁ ଯେଉଁ ଦୂରତା ଅତିକ୍ରମ କରିବା ଲାଗି ୬ ଘଣ୍ଟା ଲାଗୁଥିଲା…
ମେଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ବୃଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ମିଥୁନ: – ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ…
ମକର : – ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି । ଯାନ ଏବଂ ଯନ୍ତ୍ରପାତି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ଶାରୀରିକ ଯନ୍ତ୍ରଣା ଦ୍ୱାରା କରାଯାଇଥିବା କାର୍ଯ୍ୟରେ ବ୍ୟାଘାତ ହୋଇପାରେ। ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। ବ୍ୟବସାୟ ଭଲ କରିବ । ଆୟରେ ନିଶ୍ଚିତତା ରହିବ । ଚିନ୍ତିତ ହେବେ । କୁମ୍ଭ: – ସୁଖ ବୃଦ୍ଧି ପାଇବ। ଏକ ଚିତ୍ତାକର୍ଷକ ମାର୍ଗ ପ୍ରସ୍ତୁତ କରାଯାଇପାରିବ । ଛାତ୍ରମାନେ ସେମାନଙ୍କର କାର୍ଯ୍ୟକୁ ସଫଳତାର ସହିତ କରିବାକୁ ସମର୍ଥ ହେବେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ। ଆପଣ ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ । ପ୍ରେମ ସମ୍ପର୍କ ପାଇଁ ଏକ ପ୍ରସ୍ତାବ ମିଳିପାରିବ ।
ସିଂହ : – ଦୂରରୁ ଭଲ ଖବର ଗ୍ରହଣ କରାଯିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କୁ ସମର୍ଥନ କରିବେ । ପରିବାରରେ ଯେ କୈଣସି ଚାହିଦା କାମ ସମ୍ଭବ । ଅସ୍ଥିରତା ହୋଇପାରେ । ବକ୍ତବ୍ୟରେ କଠିନ ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ତୂଳା : – ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଜଣେ ବ୍ୟକ୍ତି ସହିତ ବିନା କାରଣରେ ବିବାଦ ହୋଇପାରେ । ଦୌଡାଦୌଡି ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ବେପରୁଆ ହୁଅନ୍ତୁ ନାହିଁ। କିଛି ଦୁଃଖଦ ଖବର ପାଇବାର ସମ୍ଭାବନା ଅଛି । ଚିନ୍ତା ଏବଂ ଟେନସନ ରହିବ । ବ୍ୟବସାୟ ଭଲ କରିବ ।
ମେଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। କର୍କଟ : – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଭାଗ୍ୟ ଆପଣଙ୍କ ସହିତ ରହିବ । ବିରୋଧୀମାନେ ସକ୍ରିୟ ରହିବେ । ଉପହାର ଗ୍ରହଣ କରିବା ସମ୍ଭବ ଅଟେ । ଖୁସି ହେବ।
ଧନୁ: – କାରବାରରେ ସାବଧାନ ରୁହ। ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ସମ୍ଭାବନା ହେଉଛି । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟ ବୃଦ୍ଧି ପାଇବ। ଅଂଶୀଦାରମାନଙ୍କଠାରୁ ଭିନ୍ନତା ପରିସ୍ଥିତିକୁ ଅନୁକୂଳ କରିବ। କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ବଦନାମ ହୋଇପାରନ୍ତି, ସାବଧାନ ରୁହନ୍ତୁ । ମୀନ: – ମାନସିକ ଅସ୍ଥିରତା ଦେଖାଯିବ। ବନ୍ଦ କାର୍ଯ୍ୟଗୁଡିକ କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟରେ ଗତି କରିବ। ବିବାଦର ସମାଧାନ ହୋଇପାରିବ । ଜୀବନସାଥୀ ଉପହାର ଦେବାର ସୁଯୋଗ ପାଇବେ। ଖୁସି ହେବେ। ପାରିବାରିକ ସହାୟତା ଜାରି ରହିବ। ଆୟ ବୃଦ୍ଧି ପାଇବ ।
ମିଥୁନ: – ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ । ଚିନ୍ତା ଏବଂ ଟେନସନ ରହିବ । ଚାକିରିରେ ମିଳିବ। ବ୍ୟବସାୟ ଭଲ କରିବ। ବିଛା: – ବିବାଦକୁ ପ୍ରୋତ୍ସାହନରୁ ଦୂରେଇ ରୁହନ୍ତୁ। ତତ୍ପରତା ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ପ୍ରୟାସ ସଫଳ ହେବ। ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ। କିଛି ବଡ କରିବାର ଇଚ୍ଛା ହେବ। ବ୍ୟବସାୟ ଭଲ କରିବ। ଟଙ୍କା ମିଳିବା ସହଜ ହେବ।
ବୃଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। କନ୍ୟା: – ଶତ୍ରୁତା ରହିବ । ପୂଜାରେ ନିୟୋଜିତ ହେବେ। ବ୍ୟବସାୟରୁ ଲାଭ ବୃଦ୍ଧି ହେବ। କୋର୍ଟ ଇତ୍ୟାଦିରେ ପରିସ୍ଥିତି ଅନୁକୂଳ ହେବ। ଏକ ବିବାଦରେ ବିଜୟ ହାସଲ କରାଯାଇପାରେ । ବ୍ୟବସାୟରେ ନୂତନ ସୁଯୋଗ ମିଳିପାରିବ । ଚିନ୍ତିତ ହେବେ । ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ ।
ଭୁବନେଶ୍ୱର, ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱ ରେ ଅବହେଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି । ତଦନୁଯାୟୀ ଘଟଣା ର ଆଜି ତଦନ୍ତ କରାଯାଇ PHEO ର Executive Engineer ତଥା WATCO GM ସୁଶାନ୍ତ ଘଡେଇ, SDO and GM WATCO ସୁବାସ ରାଉତ ଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର ପ୍ରଦ୍ୟୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏଥି ସହିତ ଜୁନିୟର ଇଞ୍ଜିନିୟର ସାହୁ ଏବଂ service provider ଦୀପକ ନାୟକଙ୍କ ବିରୁଦ୍ଧରେ ସିଏମସି ପଷରୁ ଥାନାରେ ମାମଲା ଋଜୁ କରାଯାଇଛି। ଏହି ଦୁର୍ଘଟଣା ରେ ମୃତକଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ସେମାନଙ୍କ ନିକଟତମ ଆଡ୍ମୀୟଙ୍କ ପାଇଁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡ଼ାରୁ ୧୭୬, ସୁନ୍ଦରଗଡରୁ ୧୪୭, ଖୋର୍ଦ୍ଧାରୁ ୧୨୦, ବରଗଡରୁ ୪୮, କଟକରୁ ୪୬, ପୁରୀରୁ ୪୬, ସମ୍ବଲପୁରରୁ ୪୪, କଳାହାଣ୍ଡିରୁ ୩୮, ଅନୁଗୁଳରୁ ୩୦, ମୟୂରଭଞ୍ଜରୁ ୨୯, ଝାରସୁଗୁଡାରୁ ୨୮, ବଲାଙ୍ଗିରୀରୁ ୨୭, କେନ୍ଦୁଝରରୁ ୨୩, ନବରଙ୍ଗପୁରରୁ ୨୦, ଗଞ୍ଜାମରୁ ୧୫, ଯାଜପୁରରୁ ୧୫, ରାୟଗଡ଼ାରୁ ୧୫, ଭଦ୍ରକରୁ ୧୦, କୋରାପୁଟରୁ ୮, ନୟାଗଡରୁ ୮, ସୋନପୁରରୁ ୮, ବାଲେଶ୍ବରରୁ ୬, ଢେଙ୍କାନାଳରୁ ୪, କନ୍ଧମାଳରୁ ୪, ବୌଦ୍ଧରୁ ୩, ଦେବଗଡରୁ ୩, ଜଗତସିଂହପୁରାରୁ ୨ ଏବଂ କେନ୍ଦ୍ରାପଡାରୁ ୨ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୩ ହଜାର ୫୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଚାନକ ଭାବେ ବାଣପୁର ଗସ୍ତ କରିଥିଲେ। ଜିଲ୍ଲାପାଳ ସ୍ୱଳ୍ପ ସମୟ ରହଣି ମଧ୍ୟରେ ବାଣପୁରର ବିଭିନ୍ନ ପ୍ରଶାସନିକ ବିଭାଗଗୁଡିକ ପରିଦର୍ଶନ କରିଥିଲେ। ପ୍ରଥମେ ଜିଲ୍ଲାପାଳ ସବ ଜେଲ ଗସ୍ତ କରି କୋଭିଡ ଗାଇଡଲାଇନ ଅନୁଧ୍ୟାନ କରିବା ସହ କଏଦୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହାପରେ ଜିଲ୍ଲାପାଳ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ନୂଆକରି ମେଡିକାଲ ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା ଅଂଶୁଘାତ ପ୍ରକୋଷ୍ଠ କେନ୍ଦ୍ରକୁ ବୁଲି ଦେଖିବା ସହ ଏହାର ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକଟ କରିଥିଲେ। ମେଡିକାଲରେ ନିରାମୟ ଯୋଜନା ଅନ୍ତର୍ଗତ ଔଷଧ ସବୁ ଠିକ ଭାବେ ରୋଗୀଙ୍କୁ ମିଳୁଛି କି ନାହିଁ ତଦାରଖ କରିବା ସହ କିଛି ରୋଗୀଙ୍କ ସହ ସିଧାସଳଖ ଭାବେ କଥା ହୋଇଥିଲେ ଜିଲ୍ଲାପାଳ। ପରିଶେଷରେ ଜିଲ୍ଲପାଳ ବାଣପୁର ଏନଏସି କାର୍ଯ୍ୟାଳୟ ପରିଦର୍ଶନକୁ ଯାଇ ଏକ ଛୋଟ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୮୯୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୬୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୯୮୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ଏକତା ସ୍ପୋର୍ଟିଂ କ୍ଳବ କାର୍ଯ୍ୟାଳୟ, ଚାରିଛକ ତିରୁଣା ଠାରେ ଏକ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହେଇଯାଇଛି। ତିରୁଣା ପଞ୍ଚାୟତର ନାଏବ ସରପଞ୍ଚ ଦିଜବର ପରିଡା ଏବଂ ବିଜୁ ଜନତା ଦଳ ନାଉଗାଁର ଯୁବ ସଭାପତି ପ୍ରତ୍ୟୁଷ ପରିଡାଙ୍କ ଦ୍ୱାରା ଏହି ଶିବିରର ଉଦଘାଟନ ହୋଇଥିଲା। ଏହି ଶିବିରରେ ୩୫ ଜଣ ରୋଗୀ ପହଞ୍ଚି ଚକ୍ଷୁ ବିଶେଷଜ୍ଞ ଡ଼. ବି.କେ ମହାନ୍ତି ଏବଂ ତାଙ୍କ ସହଯୋଗୀ ମାନଙ୍କ ଉପସ୍ଥିତିରେ ନିଜ ନିଜର ଚକ୍ଷୁର ଚିକତ୍ସା ନିମନ୍ତେ ଉପଚାର ଜଣାଇଥିଲେ। ସେଥି ମଧ୍ୟରୁ ୬ ଜଣଙ୍କୁ ଭୂମିକା ଚକ୍ଷୁ ଚିକତ୍ସାଳୟ, ଜାରକା ଠାରେ ସେମାନଙ୍କ ଚକ୍ଷୁର ଅସ୍ତ୍ରୋପଚାର ପାଇଁ ନିଆଯାଇଥିଲା। ଏହି ଶିବିରକୁ କ୍ଳବର ବରିଷ୍ଠ ଉପଦେଷ୍ଟା ଆଦିତ୍ୟ ପରିଡା ଏବଂ ଭରତ ସାହାଣୀ ଆୟୋଜନ କରିବା ସହିତ କ୍ଳବର ସଭାପତି ଜ୍ଞାନରଞ୍ଜନ ପରିଡା ଏବଂ ବିଶ୍ୱରଂଜନ ପରିଡା, ନାରାୟଣ ପରିଡା, ଲଲାଟ କୁମାର ପରିଡା,…
ଭୁବନେଶ୍ବର, ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇଜଣ ଦଳୀୟ ନେତାଙ୍କୁ ନିଲମ୍ବିତ କରିଛନ୍ତି। ସେହି ଦୁଇଜଣ ହେଲେ ସୁନ୍ଦରଗଡ ଜିଲ୍ଲା ବିଜେଡିର କର୍ମକର୍ତ୍ତା। ଏହି ଦୁଇଜଣ ହେଲେ ଅମରେଶ ପଣ୍ଡା ଏବଂ ବିନୟ ପଣ୍ଡା। ଏହି ଦୁଇଜଣ ଦଳ ବିରୋଧୀ କାର୍ଯ୍ୟ କରୁଥିବାର ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି।
ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ନୂଆ କଟକଣା ଲାଗୁ କରାଯାଇଛି। ଏବେ ଶନିବାର ଏବଂ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର କେବଳ ରବିବାର ଦିନ ବନ୍ଦ ରହୁଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ କରାଯିବ। ଏହାସହିତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରର ବାହାର କାଠ ନିକଟରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି। ଛତିଶା ନିଯୋଗ କମିଟି ଦ୍ଵାରା ଏଭଳି ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ “ମୋ ସ୍କୁଲ୍” ଯୋଜନା ଅଧିନରେ ପୁରାତନ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟକୁ ଦାନ କରିଥିବା ପୁରାତନ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ବଣ୍ଟନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ଉଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଯେଉଁମାନେ ଅର୍ଥଦାନ କରି ବିଦ୍ୟାଳୟ ରୂପରେଖ ବଦଳାଇବାକୁ ପ୍ରଚେଷ୍ଟା କରିଛନ୍ତି ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ମୁଖ୍ୟ ବକ୍ତାଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସଂଯୋଜକ ସରୋଜକାନ୍ତ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ସମଗ୍ରଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ…

