ସୀତାରାମ ଅଗ୍ରୱାଲ ଟାଙ୍ଗୀ: ପୁଣି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସ୍ପଷ୍ଟ ଦିବାଲୋକରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ରାମେଶ୍ବର ଛକ ନିକଟରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ରାମେଶ୍ୱର ସ୍ଥିତ ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଏକ ସ୍କୁଟିରେ ଟଙ୍କା ଜମା କରିବା ପାଇଁ ନିକଟସ୍ଥ ପଂଜାବ ନାସନାଲ ବ୍ୟାଙ୍କକୁ ଯାଉଥିଲେ। ପେଟ୍ରୋଲ ଟାଙ୍କି ଠାରୁ ମାତ୍ର ୧.୫୦ କିଲୋମିଟର ରାସ୍ତା ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଲୁଟେରାମାନେ ୨ ଟି ପଲସର ବାଇକ୍ ରେ ୬ ଜଣ ଲୁଟେରା ଆସି ସ୍କୁଟିକୁ ଗୋଇଠା ମାରିଥିଲେ। ଗୋଇଠା ମାରିବା ଫଳରେ ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଖସି ଯାଇଥିଲା। ପରେ ଚାଳକଙ୍କୁ ଲୁଟେରାମାନେ ଭୁଜାଲି ଓ ପିସ୍ତଲ ଦେଖାଇ ସ୍କୁଟି ଚାବି ଛଡାଇ ନେଇଯାଇଥିଲେ। ଏବଂ ସ୍କୁଟି ଡିକିରୁ ୪…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଛତିଶଗଡ ରାଜ୍ୟ ସୀମାକୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲାରେ ସନ୍ଧ୍ୟା ୬ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିବ। ସେହିଭଳି ବାକି ୨୦ ଟି ଜିଲ୍ଲାର ସବୁ ସହରାଞ୍ଚଳରେ ରାତ୍ରି ୯ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଏହା ସହିତ ଛତିଶଗଡ ସୀମାକୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲାରେ ସପ୍ତାହନ୍ତ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ଶନିବାର ଠାରୁ ସପ୍ତାହନ୍ତ ଲକଡାଉନ ଆରମ୍ଭ ହେବ। ଏହିସବୁ କଟକଣା ସମୟରେ ଜରୁରୀକାଳିନ ସେବା ଉପଲବ୍ଧ ହେବ। ଜିନିଷ କିଣିଲା ବେଳେ ଗ୍ରାହକ କିମ୍ବା ଦୋକାନୀଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵକୁ ବାଧ୍ୟତାମୂଳକ କରାଯାଇଛି। ନଚେତ ଦୋକାନ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡ଼ାରୁ ୧୯୪, ଖୋର୍ଦ୍ଧାରୁ ୧୦୪, ସୁନ୍ଦରଗଡରୁ ୮୪, କଳାହାଣ୍ଡିରୁ ୬୪, ଝାରସୁଗୁଡାରୁ ୩୨, କଟକରୁ ୩୦, ସମ୍ବଲପୁରରୁ ୨୮, ଗଞ୍ଜାମରୁ ୨୬, ମୟୂରଭଞ୍ଜରୁ ୨୪, ପୁରୀରୁ ୨୪, ରାୟଗଡାରୁ ୨୪, ନବରଙ୍ଗପୁରରୁ ୨୩, ବରଗଡରୁ ୨୧, ଅନୁଗୁଳରୁ ୧୭, ସୋନପୁରରୁ ୧୭, ଯାଜପୁରରୁ ୧୬, କେନ୍ଦୁଝରରୁ ୧୬, ବାଲେଶ୍ବରରୁ ୧୩, ବଲାଙ୍ଗୀରିରୁ ୧୨, କୋରାପୁଟରୁ ୧୧, ଭଦ୍ରକରୁ ୯, ନୟାଗଡରୁ ୯, ଦେବଗଡରୁ ୬, ଢେଙ୍କାନାଳରୁ ୪, ଜଗତସିଂହପୁରାରୁ ୩, କନ୍ଧମାଳରୁ ୨ ଏବଂ ମାଲକାନାଗିରିରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୨ ହଜାର ୫୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୭୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୫୭୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୫୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୭୯୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଶନି ମନ୍ଦିର ନିକଟସ୍ଥ ଘଣ୍ଟଶିଳା ପାହାଡ଼ରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି। ଯାହାଫଳରେ ଲକ୍ଷାଧିକ ଟଙ୍କାର ଜଙ୍ଗଲ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ଏନଏସି କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଶନି ମନ୍ଦିର ପାଣି ଟାଙ୍କି ନିକଟରେ ବାଣପୁର ଏନଏସି ପକ୍ଷରୁ ନୂଆ କରି ଏକ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ନିର୍ମାଣ ଚାଲିଛି। ସେଥିପାଇଁ ପ୍ରତିଦିନ ଏନଏସି କର୍ମଚାରୀମାନେ ସେଠାରେ ସମସ୍ତ ଅଳିଆ ଆବର୍ଜନା ଜମା କରନ୍ତି। କିନ୍ତୁ ଆଜି ସକାଳୁ କର୍ମଚାରୀମାନେ ଉକ୍ତ ଅଳିଆ ଆବର୍ଜନାରେ ନିଆଁ ଲଗାଇ ଫେରିଯାଇଥିଲେ। ଯାହା ଫଳରେ ଉକ୍ତ ନିଆଁଟି ଘଣ୍ଟଶିଳା ପାହାଡ଼ ପାଦଦେଶରେ ଥିବା ଜଙ୍ଗଲରେ ବ୍ୟାପି ଯାଇ ବର୍ତ୍ତମାନ ସମଗ୍ର ଜଙ୍ଗଲକୁ ବ୍ୟାପିଯାଇଛି। ଏହାଦ୍ବାରା ଲକ୍ଷାଧିକ ଟଙ୍କାର ଜଙ୍ଗଲ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ତେବେ ଏନଏସି କର୍ମଚାରୀଙ୍କ…
ଭୁବନେଶ୍ୱର: ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୮.୫.୨୧ ରିଖ ଠାରୁ ଆରମ୍ଭ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ଜୁନ୍ ୨୦୨୧ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କରାଯିବା ସଂପର୍କରେ ସମୀକ୍ଷା କରିବେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବା ପାଇଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେହିପରି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ୩ ମଇ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଦଶମ ଶ୍ରେଣୀ ପରୀକ୍ଷାକୁ ମଧ୍ୟ…
ଭୁବନେଶ୍ବର: ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ଉପରେ କିଛି ବଡ ଘୋଷଣା ହୋଇପାରେ। ଆଜି ଅପରାହ୍ନ ୫ ଟା ୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ବଡ ଘୋଷଣା କରିପାରନ୍ତି। ମେ’ ୩ ତାରିଖରୁ ମାଟ୍ରିକ ପରୀକ୍ଷା ହେବା ନେଇ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ଗତକାଲି ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ କେନ୍ଦ୍ର ବାତିଲ କରିଥିଲା। ତେଣୁ ରାଜ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ପରୀକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆସନ୍ତା ୧୭ ତାରିଖରୁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ତେଣୁ ଆଗ୍ରହୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀ www. Ojee.nic.in ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ। ତେବେ ଏହି ପରୀକ୍ଷା ଜୁନ ୧୭ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ। ଏହା କମ୍ପ୍ୟୁଟର ଆଧାରିତ ପରୀକ୍ଷା ରହିବ। ଏନେଇ ଓଜେଇଇ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: କରୋନା ବୃଦ୍ଧି ସଙ୍କଟ ଭିତରେ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏହି ଲକଡାଉନ ଶୁକ୍ରବାର ରାତ୍ରି ୧୦ ଟା ରୁ ଆରମ୍ଭ ହେବ ଏବଂ ସୋମବାର ସକାଳ ୬ ଟା ରେ ଶେଷ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି। ସପ୍ତାହନ୍ତ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ଜାରି ରହିବ। କିନ୍ତୁ ଯାହାର ବିବାହ ତାରିଖ ଠିକ ହୋଇଥିବ, ସେମାନଙ୍କୁ ପାସ ଦିଆଯିବ। ମଲ, ଜିମ, ସ୍ପା, ବଜାର ଆଦି ବନ୍ଦ ରହିବ। ସିନେମା ହଲରେ ୩୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ। ତେବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ପାଞ୍ଚ ଦିନ କାମ କରନ୍ତୁ, କିନ୍ତୁ କଟକଣା ସମୟରେ ଘରୁ ବାହାରନ୍ତୁ ନାହିଁ। ଯଦି କାହାକୁ ହସ୍ପିଟାଲ, ଏୟାରପୋର୍ଟ, ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଯିବା ଆବଶ୍ୟକ ଅଛି, ତେବେ ସେମାନେ ପାସ ନେଇ ଯାଇପାରିବେ। ଉଲ୍ଲେଖ ଯୋଗ୍ୟ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୫ ରେ ପହଞ୍ଚିଛି। କେନ୍ଦୁଝର ଜିଲ୍ଲାରୁ ଜଣେ ୭୦ ବର୍ଷୀୟ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ଜଣେ ୬୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୧ ହଜାର ୭୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୬୨୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୫ କୁ ବୃଦ୍ଧି ହୋଇଛି।
ଭୁବନେଶ୍ବର: ଓୟୁଏଟି କଲେଜର ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଛନ୍ତି। ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଛନ୍ତି। ହଷ୍ଟେଲରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବାରୁ ଏବେ ଅଫଲାଇନ ପରୀକ୍ଷା ନକରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ପ୍ଲାକାର୍ଡ ଧରି ଭିସି କାର୍ଯ୍ଯାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ପ୍ରତିବାଦ କରୁଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପରୀକ୍ଷାକୁ କିଛି ଦିନ ସ୍ଥଗିତ କରିବା କିମ୍ବା ଅନଲାଇନରେ ପରୀକ୍ଷା ପାଇଁ ସେମାନଙ୍କର ଦାବି ହେଉଛି। ଏହାସହ ଚିହ୍ନଟ ବାହାରିଥିବା ହଷ୍ଟେଲକୁ ବିଶୋଧନ କରାଯାଉନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା ପାଇଁ ଦାବି କରାଯାଉଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ପ୍ରବାସୀ ଆହତ ହୋଇଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଆଜି ସକାଳେ କେରଳରୁ ଏକ ବସ୍ ଯୋଗେ ଓଡିଆ ପ୍ରବାସୀ ନିଜ ଗାଁକୁ ଫେରୁଥିଲେ। ହେଲେ ଟାଙ୍ଗୀ ବାଇପାସ୍ ନିକଟରେ ରାସ୍ତା କାମ ଚାଲୁଥିବାରୁ ରାସ୍ତାର ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ଚାଲୁଥିଲା। ସେହି ସମୟରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବସ୍ ଟି ଡିଭାଇଡର ଡେଇଁ ୪୦ ଫୁଟ ପଛକୁ ଚାଲିଯାଇଥିଲା। କିନ୍ତୁ ଟ୍ରକ ଚାଳକଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ବସ୍ ରେ ଥିବା କିଛି ପ୍ରବାସୀ ଆହତ…
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଆଠ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ନାଭାଲ ଗ୍ରୀଡ଼ର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୯ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍ର କେବଳ ସୋରଣ, କଳକଳେଶ୍ୱର ଏବଂ ଜରିପଡ଼ା ପଞ୍ଚାୟତକୁ ବାଦ୍ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ…
ଭୁବନେଶ୍ବର, ଗତକାଲି କେନ୍ଦ୍ର ସରକାର ସିବିଏସଇ ବୋର୍ଡର ଦଶମ ପରୀକ୍ଷା ବାତିଲ କରିବା ପରେ ବର୍ତ୍ତିମାନ ବିଭିନ୍ନ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି। ଦେଶରେ ଯେପରି କରୋନା ପରିସ୍ଥିତି ସୃଷ୍ଟି ହେଲାଣି ସେଥିରେ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇବାକୁ କେହି ଚାହୁଁ ନାହାଁନ୍ତି। ସେଥିପାଇଁ ବିଭିନ୍ନ ରାଜ୍ୟ ସରକାର ରାଜ୍ୟ ବୋର୍ଡ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ ପାଇଁ ବିଚାରବିମର୍ଶ ଆରମ୍ଭ କଲେଣି। ଇତିମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସରକାର ରାଜ୍ୟ ବୋର୍ଡ ପରୀକ୍ଷା ସ୍ଥଗିତ କରିସାରିଲେଣି। କାରଣ ସେହି ରାଜ୍ୟରେ ଯେପରି କରୋନା ସ୍ଥିତି ଭୟଙ୍କର ହୋଇପଡିଛି ତାହାକୁ ଦେଖି ସରକାର ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ଓଡିଶା ସେହିପରି ପରିସ୍ଥିତି ଆଡକୁ ମୁହାଁଇବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ହୁହୁ ହୋଇ ବଢିବାରେ ଲାଗିଛି, ଆଉ କେତୋଟା ଦିନ ପରେ ଓଡିଶାର ସ୍ଥିତି ମଧ୍ୟ ଭୟଙ୍କର ହୋଇପଡିବ। ସେଥିପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ…
ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୭୩୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୫୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୧ ହଜାର ୭୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୬୨୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୯୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୬୩୧, ଖୋର୍ଦ୍ଧା ଜିଲ୍ଲାରୁ ୪୩୮ ଜଣ, ଅନୁଗୁଳ ୬୫ ଜଣ,…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩୯ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪୦ ଲକ୍ଷ ୭୪ ହଜାର ୫୬୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୩ ହଜାର ୧୨୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୨୯ ହଜାର ୫୬୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୪ ଲକ୍ଷ ୭୧ ହଜାର ୮୭୭ ଆକ୍ଟିଭ୍ କେସ୍ ରହିଛି।
ମେଷ: – ଜଟିଳ ସମସ୍ୟାର ସମାଧାନ ପାଇଁ ଜୀବନସାଥୀଙ୍କ ସହଯୋଗ ସହାୟକ ହେବ । ଯତ୍ନର ସହ ଗାଡି ଚଲାନ୍ତୁ । କୋର୍ଟରେ ସୁସଙ୍ଗତତା ରହିବ । ମନ ପୂଜାରେ ନିୟୋଜିତ ହେବ। ବ୍ୟବସାୟ ଭଲ କରିବ । ଅସୁବିଧାରେ ପଡ଼ିପାରନ୍ତି। ଋଣ ଦିଆଯାଇଥିବା ଟଙ୍କା ଫେରି ପାଇବା ସମ୍ଭାବନା ରହିଛି। ବୃଷ: – ନିଜର ବ୍ୟବସାୟ କାର୍ଯ୍ୟ ଜାରି ରଖ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ। ଚିନ୍ତା କରିଥିବା କାର୍ଯ୍ୟଗୁଡିକ ଠିକ୍ ସମୟରେ ହୋଇପାରିବ ନାହିଁ । ଆଘାତ, ଚୋରି ଏବଂ ବିବାଦ ଦ୍ୱାରା କ୍ଷତି ସମ୍ଭାବନା। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗତି ଯୋଗୁଁ କ୍ଷତି ହେବ । ମିଥୁନ: – ପାରିବାରିକ ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ନୂତନ ଯୋଜନା କରାଯିବ। ବ୍ୟବସାୟ ଭଲ କରିବ । ଠିକ୍…
କନ୍ୟା:- ବ୍ୟବସାୟିକ ଚିନ୍ତା ହେବ । ପିଲାମାନଙ୍କର ଆଚରଣ ଅସୁବିଧା ସୃଷ୍ଟି କରିବ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ । ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ । ଗାଡି ଚଳାଇବା ସମୟରେ ସତର୍କତା ବ୍ୟବହାର କରନ୍ତୁ । ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ଧନୁ : – ଆର୍ଥିକ ପରିସ୍ଥିତି ଦୃଢ ହେବ। ବେକାରୀ ଦୂର ହେବ । ବ୍ୟବସାୟ ଯାତ୍ରା ସଫଳ ହେବ । ଉପହାର ଗ୍ରହଣ କରାଯିବ । ରିସ୍କ ନିଅନ୍ତୁ ନାହିଁ । କ୍ରୋଧ ଏବଂ ଉତ୍ତେଜନା ଉପରେ ସଂଯମ ରଖନ୍ତୁ । ଆତିଥ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ବିଦ୍ର- ଆସନ୍ତାକାଲି ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ
ମୀନ: – ଏକ ନୂତନ ଯୋଜନା ପ୍ରସ୍ତୁତ ହେବ । ପଦ୍ଧତିରେ ଉନ୍ନତି ହେବ । ଆପଣ ସମ୍ମାନ ପାଇବେ । ବ୍ୟବସାୟ ଭଲ କରିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ଦକ୍ଷତା ବୃଦ୍ଧି ପାଇବ । ତୂଳା:- ଆପଣ କଠିନ ପରିଶ୍ରମର ଫଳ ପାଇବେ । ଏହି ସଫଳତାରେ ଖୁସି ହେବେ। ବ୍ୟବସାୟ ଭଲ କରିବ । ପ୍ରତିଷ୍ଠା ବୃଦ୍ଧି ପାଇବ । ପରିବାରରେ ଖୁସିର ବାତାବରଣ ରହିବ । ବିଦ୍ର- ଆସନ୍ତା ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ
ମକର : – ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇବ । ଟେନସନ ରହିବେ । ଅପରିଚିତ ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ । ପ୍ରୟାସରେ ଅଳସୁଆ ଏବଂ ବିଳମ୍ବ ହେବା ଉଚିତ୍ ନୁହେଁ । ବିରାମ କାର୍ଯ୍ୟ ଠିକ୍ ସମୟରେ ହେବାର ସମ୍ଭାବନା ଅଛି । ମିଥୁନ: – ପାରିବାରିକ ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ନୂତନ ଯୋଜନା କରାଯିବ। ବ୍ୟବସାୟ ଭଲ କରିବ । ଠିକ୍ ସମୟରେ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସରକାରୀ ବାଧାବିଘ୍ନ ଦୂର କରି ଲାଭ ହେବ। ବିଦ୍ର- ଆସନ୍ତାକାଲି ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ
କୁମ୍ଭ: – ପ୍ରିୟଜନଙ୍କଠାରୁ ସମ୍ପୂର୍ଣ୍ଣ ସାହାଯ୍ୟ ମିଳିବ । ଧନ ହେଉଛି ପ୍ରାପ୍ତିର ସମଷ୍ଟି । ଭାଗ୍ୟର ସୁଯୋଗ କେବଳ ନିଜ ସାମର୍ଥ୍ୟ ଦ୍ୱାରା ଆସିବ । ପିଲାମାନଙ୍କ କାର୍ଯ୍ୟରେ ପ୍ରଗତିର ସମ୍ଭାବନା ଅଛି । ମେଷ: – ଜଟିଳ ସମସ୍ୟାର ସମାଧାନ ପାଇଁ ଜୀବନସାଥୀଙ୍କ ସହଯୋଗ ସହାୟକ ହେବ । ଯତ୍ନର ସହ ଗାଡି ଚଲାନ୍ତୁ । କୋର୍ଟରେ ସୁସଙ୍ଗତତା ରହିବ । ମନ ପୂଜାରେ ନିୟୋଜିତ ହେବ। ବ୍ୟବସାୟ ଭଲ କରିବ । ବିଦ୍ର- ଆସନ୍ତା ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

