ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୧ ହଜାର ୭୩୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୬ ଲକ୍ଷ ୮୯ ହଜାର ୪୫୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୧ ହଜାର ୫୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୨ ଲକ୍ଷ ୫୩ ହଜାର ୬୯୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୨ ଲକ୍ଷ ୬୪ ହଜାର ୬୯୮ ଆକ୍ଟିଭ୍ କେସ୍ ରହିଛି।
Author: Samikhsya Bureau
ଭୁବନେଶ୍ବର, ସରକାରୀ ନିର୍ଦ୍ଦେଶ ଅନୁଯାୟୀ କରୋନା ସଂକ୍ରାମଣ ନହେବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପଦକ୍ଷେପ ନିଆଯାଇଅଛି। ଯାତ୍ରୀ ଭିଡ଼ର ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ କେବଳ ଏକ ନମ୍ବର ପ୍ଲାଟଫର୍ମ ମାଧ୍ୟମରେ ଷ୍ଟେସନକୁ ପ୍ରବେଶ ଅନୁମତି ଦିଆଯାଇଛି। ପୂର୍ବରୁ କାର୍ଯ୍ୟକାରୀ କରାଯାଉଥିବା ପ୍ରବେଶ ପଥକୁ ଏବେ ପ୍ରସ୍ଥାନ ପାଇଁ ଏବଂ ପ୍ରସ୍ଥାନ ପାଇଁ ବ୍ୟବହାର କରାଯାଉଥିବା ପଥକୁ ଏବେ ପ୍ରବେଶ ପଥ କରାଯାଇଅଛି। ପ୍ଲାଟଫର୍ମଗୁଡିକୁ କେବଳ ଡାହାଣ ପାର୍ଶ୍ୱରୁ ଅନୁମତି ଦିଆଯିବ, ଯଥା ସରକାରୀ କାର୍ ପାର୍କିଂ ପାର୍ଶ୍ୱ କିମ୍ବା ବସ୍ ଷ୍ଟାଣ୍ଡ ପାର୍ଶ୍ୱ କିମ୍ବା ଆରଏମ୍ଏସ୍ ପାର୍ଶ୍ୱରୁ ପ୍ଲାଟଫର୍ମରୁ ବାହାରକୁ ଯିବାପାଇଁ କେବଳ ବାମ ପାର୍ଶ୍ୱ ରାସ୍ତା ଅନୁମତି ଦିଆଯିବ। ଏଟିଏମ୍ ପାର୍ଶ୍ୱରେ RTPCR ରିପୋର୍ଟ ଏବଂ ଗେଟ୍ ପାସ୍ ଯାଞ୍ଚ କରାଯାଉଥିବାରୁ ଏହା କରାଯାଉଛି। ଯାତ୍ରୀମାନଙ୍କୁ ଏଟିଏମ୍ ପାର୍ଶ୍ୱରୁ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ କାରଣ…
ମେଷ: – ଆଜି ଆପଣଙ୍କର ଯାତ୍ରା ଆନନ୍ଦଦାୟକ ହେବ । ଆଜି ଆପଣ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ହଠାତ୍ ନୂତନ ଉତ୍ସଗୁଡ଼ିକରୁ ଟଙ୍କା ପାଇବେ । ଗୃହରେ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥିବା ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଆଜି ଆପଣ ଏକାକୀ ଅନୁଭବ କରିବେ । ଘର ସମ୍ପର୍କକୁ ନେଇ ଟେନସନ ସୃଷ୍ଟି କରିପାରେ । ଫଳାଫଳ ବିଷୟରେ ଚିନ୍ତା ନକରି କଠିନ ପରିଶ୍ରମ କରନ୍ତୁ, ସଫଳତା ପାଇବେ । ବୃଷ: – ଆଜି କାର୍ଯ୍ୟାଳୟର ପରିବେଶ ଭଲ ରହିବ । ଶୀଘ୍ର ଟଙ୍କା ରୋଜଗାର କରିବାକୁ ପ୍ରବଳ ଇଚ୍ଛା ରହିବ । ବୈବାହିକ ଜୀବନ ଉପରେ ଭୟର ମେଘ ବୁଲୁପାରେ । ଅନେକ ଦିନର ଅସୁସ୍ଥତା ପରେ ଆଜି ଆରାମ ପାଇବେ । ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଏ, କାର୍ଯ୍ୟକ୍ଷେତ୍ରରେ ଲାଭ ହେବ । ଏକାଗ୍ରତା ବଜାୟ ରଖନ୍ତୁ । ଆଜି…
ଧନୁ: – ଆଜି, କର୍ମକ୍ଷେତ୍ରରେ ମାଲିକଙ୍କ ସହ ମତଭେଦ ହୋଇପାରେ । ଗତ କିଛି ସମୟ ଧରି ଚାଲିଥିବା ଭୁଲ ବୁଝାମଣା ଆଜି ଦୂର ହୋଇପାରିବ । ଆପଣଙ୍କର ଡାଏଟକୁ ନିୟନ୍ତ୍ରଣ କର । ଫିଟ୍ ରହିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ । ଆପଣଙ୍କ ସହିତ ସମାନ ଆଗ୍ରହ ଥିବା ଲୋକଙ୍କୁ ଭେଟିବାର ସୁଯୋଗ ପାଇବେ । କୁମ୍ଭ: – ଆଜି ଆପଣ ଅତୀତର କଠିନ ପରିଶ୍ରମର ଫଳ ପାଇବେ । ଦିନ ଆରମ୍ଭରେ କିଛି ବାଧା ହୋଇପାରେ । ସାମାଜିକ ସମନ୍ୱୟ ଆପଣଙ୍କୁ ବ୍ୟସ୍ତ ରଖିବ । ସମ୍ପତ୍ତି ସମ୍ବନ୍ଧୀୟ କାରବାର ସମାପ୍ତ ହେବ ଏବଂ ଲାଭବାନ ହେବେ ।
କନ୍ୟା: – ଆଜି କୈଣସି ଅଜ୍ଞାତ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅ ନାହିଁ । ବ୍ୟବସାୟୀମାନେ ଟଙ୍କା କାରବାର ପ୍ରତି ସତର୍କ ରହିବା ଉଚିତ ଏବଂ ଦୂର ଯାତ୍ରା ଠାରୁ ଦୂରେଇ ରହିବା ଉଚିତ୍ । ସକାରାତ୍ମକ ହୁଅନ୍ତୁ, ସମସ୍ୟା ଶୀଘ୍ର ଦୂର ହୋଇଯିବ । ପିତାମାତାଙ୍କ ସହିତ ଆପଣଙ୍କର ଖୁସି ବାଣ୍ଟନ୍ତୁ । ଆଜି ଆପଣ ଏକାକୀ ଅନୁଭବ କରିବେ । ତୂଳା: – ଆଜି ଆପଣଙ୍କ ଶରୀରର ପ୍ରତିରୋଧ ଶକ୍ତି କମିଯାଇପାରେ । ଆପଣଙ୍କର ଉତ୍ସର୍ଗୀକୃତ ଏବଂ ଆତ୍ମବିଶ୍ୱାସ ସ୍ତର ଅଧିକ ହେବ । ଆଜି ଆପଣ ଆଶା କରିଥିବା ଅପେକ୍ଷା ଭଲ କରିବେ । ବ୍ୟକ୍ତିଗତ ଏବଂ ଗୋପନୀୟ ଥିବା ସୂଚନା ପ୍ରକାଶ କରନ୍ତୁ ନାହିଁ ।
ମେଷ: – ଆଜି ଆପଣଙ୍କର ଯାତ୍ରା ଆନନ୍ଦଦାୟକ ହେବ । ଆଜି ଆପଣ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ହଠାତ୍ ନୂତନ ଉତ୍ସଗୁଡ଼ିକରୁ ଟଙ୍କା ପାଇବେ । ଗୃହରେ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥିବା ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଆଜି ଆପଣ ଏକାକୀ ଅନୁଭବ କରିବେ । ମିଥୁନ: – ଆଜି ଆପଣ ଉପହାର ଏବଂ ସମ୍ମାନ ପାଇବେ । ସ୍ୱାସ୍ଥ୍ୟ ସଚେତନ ହେବାର ଆବଶ୍ୟକତା ଅଛି । ସ୍ୱାସ୍ଥ୍ୟ ଖରାପ କାର୍ଯ୍ୟକୁ ବାଧା ଦେଇପାରେ । ପରିବାର ସଦସ୍ୟମାନେ ଆପଣଙ୍କ ଉପରେ ଖୁସି ହେବେ ଏବଂ ଘରେ ଶାନ୍ତି ରହିବ ।
ମକର : – ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଏକ ନୂଆ ରୂପ ଦେବା ପାଇଁ ଆଜି ଏକ ଭଲ ସୁଯୋଗ । ଭାଗ୍ୟ ଆପଣଙ୍କ ସହିତ ଅଛି । ପ୍ରେମ ଜୀବନରେ ଆଶାର ଏକ ନୂଆ କିରଣ ଆସିବ । ଆପଣଙ୍କ ଅତୀତ ସହିତ ଜଡିତ କେହି ଆଜି ଆପଣଙ୍କ ସହିତ ଯୋଗାଯୋଗ କରିବେ। ମୀନ: – ଆଜି ଆପଣଙ୍କର ବ୍ୟକ୍ତିଗତ ଯୋଜନା ମଜବୁତ ହେବ । ଭାଗ୍ୟ ତୁମ ସହିତ ଅଛି ଏବଂ ସଫଳତା ତୁମର ପଦାଙ୍କ ଚୁମ୍ବନ ଦେବ । ଆଜି, ରୋମାନ୍ସ ଆପଣଙ୍କ ମନ ଏବଂ ହୃଦୟରେ ଛାଇ ହେବ । ଆଜି ନିଜ ଜୀବନସାଥୀ ସହିତ ଝଗଡା ଠାରୁ ଦୂରେଇ ରୁହନ୍ତୁ । ହଠାତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ବନ୍ଦ ହୋଇପାରେ ।
ସିଂହ : – ଆଜି ଆପଣ ସାମାଜିକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ପୁରାତନ ପ୍ରକଳ୍ପର ସଫଳତା ଆତ୍ମବିଶ୍ୱାସ ବୃଦ୍ଧି କରିବ । ସମ୍ପତ୍ତି ଉପରେ ବିବାଦ ହୋଇପାରେ । କାହାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । କ୍ୟାରିୟର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ବିଛା : – ଆଜି ଆପଣ ଆର୍ଥିକ ଯୋଜନାରେ ଲାଭ ପାଇବେ । ପଡୋଶୀଙ୍କଠାରୁ ଟେନସନ ଆସିପାରେ । ପ୍ରୟାସରେ ଆପଣ ସଫଳତା ପାଇପାରିବେ । ସାଂସ୍କୃତିକ ପ୍ରକଳ୍ପ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ।
ବୃଷ: – ଆଜିର ଦିନଟି କାର୍ଯ୍ୟାଳୟର ପରିବେଶ ଭଲ ରହିବ । ଶୀଘ୍ର ଟଙ୍କା ରୋଜଗାର କରିବାକୁ ପ୍ରବଳ ଇଚ୍ଛା ରହିବ । ବୈବାହିକ ଜୀବନ ଉପରେ ଭୟର ମେଘ ବୁଲୁପାରେ । ଅନେକ ଦିନର ଅସୁସ୍ଥତା ପରେ ଆଜି ଆରାମ ପାଇବେ । ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଏ, କାର୍ଯ୍ୟକ୍ଷେତ୍ରରେ ଲାଭ ହେବ । କର୍କଟ: – ଆଜି, ଆପଣଙ୍କର ସମ୍ପର୍କ ନିକଟତର ହେବ । ପାରିବାରିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଟଙ୍କା କାରବାରରେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଆପଣଙ୍କର ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ସାଥୀ ଏବଂ ସାଙ୍ଗମାନଙ୍କ ସହିତ କିଛି ସମୟ ବିତାନ୍ତୁ ।
ଭୁବନେଶ୍ୱର: ଭାରତ ବର୍ଷରେ ଗଣତନ୍ତ୍ର ଯେଉଁ ବିପନ୍ନ ଅବସ୍ଥାକୁ ଆସିଛି ତାହାର ଜ୍ୱଳନ୍ତ ପ୍ରମାଣ ଆଜି ନିର୍ବାଚନ କମିଶନଙ୍କ ଏକପାଖିଆ ନିଷ୍ପତ୍ତିରୁ ପ୍ରମାଣିତ ହୋଇଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ସମାଜସେବୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ କମିଶନଙ୍କ ନିଷ୍ପତ୍ତିକୁ ଦୃଢ ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗରେ ଯେଉଁଭଳି ଭାବରେ ନର୍ବାଚନୀ ହିଂସା ଚାଲିଛି ସେଥିପାଇଁ ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ପୂର୍ଣ୍ଣ ଭାବରେ ଦାୟୀ। ଅନ୍ୟ ରାଜ୍ୟମାନଙ୍କରେ ଦୁଇଦିନରେ ନିର୍ବାଚନ ସରୁଥିବା ବେଳେ ୮ଦିନ ନିର୍ବାଚନ କରି କେନ୍ଦ୍ର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ନିର୍ବାଚନକୁ ଏକ ଭିନ୍ନ ରଙ୍ଗ ଦେଇଛନ୍ତି। ଏହାର କଡ଼ା ମୁକାବିଲା ଆଗାମୀ ଦିନରେ ପଶ୍ଚିମବଙ୍ଗର ଜନସାଧାରଣ ବିଜେପି ଦଳକୁ ଶିକ୍ଷା ଦେବେ। ସୁଶ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ଦିନ ନିର୍ବାଚନ ବନ୍ଦ କରି ଗଣମାଧ୍ୟମରେ ଜୋରଦାର ପ୍ରଚାର କରିବା ପାଇଁ ଅନ୍ୟ ପକ୍ଷରେ ନିର୍ବାଚନ କମିଶନ ସୁଯୋଗ ଦେଇଛନ୍ତି।…
ଭୁବନେଶ୍ବର: ପୁଣି କେନ୍ଦ୍ର ସରକାରକୁ ଚିଠି ଲେଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଟୀକା ମାଗିଛନ୍ତି। ୧୦ ଦିନ ପାଇଁ ପ୍ରାୟ ୨୫ ଲକ୍ଷ ଟୀକା ମାଗିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଟୀକା ଅଭାବ ଯୋଗୁଁ ଟୀକାକରଣ ବାଧାପ୍ରାପ୍ତ ହେଉଛି। ତେଣୁ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଟୀକା ଦେବା ପାଇଁ କେନ୍ଦ୍ରକୁ ସ୍ବାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି। ଏବେ ରାଜ୍ୟରେ ଯେତିକି ଟୀକା ଅଛି ତାହା ଗୋଟିଏ ଦିନରେ ସରିଯିବ। ରାଜ୍ୟର କୌଣସି ଉପକେନ୍ଦ୍ରରେ ଟୀକା ଉପଲବ୍ଧ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ୭୦୦ ଟିକାକେନ୍ଦ୍ରରେ ଟୀକାକରଣ ବନ୍ଦ ରହିଛି। ଟୀକା ଦେବାରେ ଅନିୟମିତତା ଯୋଗୁଁ ରାଜ୍ୟରେ ଟୀକାକରଣ ବାଧାପ୍ରାପ୍ତ ହେଉଛି ବୋଲି ନବ ଦାସ କହିଛନ୍ତି। କିନ୍ତୁ ସେପଟେ ନବ ଦାସଙ୍କ ଚିଠିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଦେଶରେ ଟୀକାର ଅଭାବ ନାହିଁ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଟୀକା ଉପଲବ୍ଧ ଅଛି। ଟୀକା ପାଇଁ ସମସ୍ତେ ନିଶ୍ଚିତ ରୁହନ୍ତୁ ବୋଲି…
ରମେଶ ମହାନ୍ତି ଜଗତସିଂହପୁର: ସରକାରଙ୍କ ଦ୍ବାରା ପ୍ରଣିତ ସ୍ୱୀକୃତ ଯୋଜନାରେ ଜଗତସିଂହପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ୫୭ଜଣ କିନ୍ନର ମାନଙ୍କୁ ଭତ୍ତା ଯୋଜନାରେ ସାମିଲ୍ କରାଯିବାର ସମସ୍ତ ବ୍ୟବସ୍ଥା ସରିଯାଇଛି। ଆଜି ପ୍ରଥମଥର ପାଇଁ ସେମାନଙ୍କ ମଧ୍ୟରୁ ୯ଜଣ କିନ୍ନରଙ୍କୁ ଜଗତସିଂହପୁର ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶମ୍ଭୁନାଥ ରାଉତ ପରିଚୟପତ୍ର ସହ ସମସ୍ତ ହିତାଧିକାରୀମାନଙ୍କୁ ୫ଶହ ଟଙ୍କା ଲେଖାଏଁ ପ୍ରଦାନ କରି ସ୍ୱୀକୃତି ଯୋଜନାକୁ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ କରିଥିଲେ। ପ୍ରକାଶ ଥାଉକି ଚଳିତ ମାସରେ ରାଜ୍ୟ କିନ୍ନର ସମାଜର ଆଗୁଆ ନେତ୍ରୀ ମୀରା ପରିଡାଙ୍କ ଦ୍ୱାରା ସ୍ଥାପିତ ସ୍ୱେଚ୍ଛାସେବୀ ସଂଗଠନ ସଖା ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତ୍ରୀ କରଣ ବିଭାଗ ଓଡିଶା ସରକାରଙ୍କ ଦିଆଯାଇଥିବା ୫ଲକ୍ଷ ୭୯ହଜାର ଟଙ୍କାରୁ ଜିଲ୍ଲାପାଳ କିନ୍ନର ଆତ୍ମନିର୍ଭରଶୀଳ ଓ ସାମାଜିକ ନ୍ୟାୟ ବାବଦକୁ ଅଗ୍ରୀମ ୨ଲକ୍ଷ ୫୦ ହଜାର ଟଙ୍କା…
ନୂଆଦିଲ୍ଲୀ: ସୁଶୀଲ ଚନ୍ଦ୍ରା ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ସେ ଆସନ୍ତାକାଲି ଦାୟିତ୍ଵ ଗ୍ରହଣ କରିବେ। ସୁନିଲ ଆରୋରାଙ୍କ ସ୍ଥାନରେ ସୁଶୀଲ ଚନ୍ଦ୍ରା ନିଯୁକ୍ତ ହୋଇଛନ୍ତି। ସୁଶୀଲ ଆସନ୍ତା ମେ’ ୧୪ ତାରିଖ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ।
କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ନିର୍ବାଚନ କମିଶନର କଡା ପଦକ୍ଷେପ ନେଇଛନ୍ତି। ମମତାଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ ଲଗାଇଛନ୍ତି ନିର୍ବାଚନ କମିଶନର। ଫଳରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ଯନ୍ତ ମମତା ପ୍ରଚାର କରିପାରିବେ ନାହିଁ। କେନ୍ଦ୍ରୀୟ ସୁରକ୍ଷାବଳର ଯବାନଙ୍କ ଉପରେ ଲୋକଙ୍କୁ ବିଦ୍ରୋହ କରିବା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା। ଗତ ସପ୍ତାହରେ ଏନେଇ କମିଶନର ଦୁଇଥର ମମତାଙ୍କୁ ନୋଟିସ କରିଥିଲେ। ଫଳରେ ଏହି ଅଭିଯୋଗ ଅନୁଯାୟୀ ଆଜି ନିର୍ବାଚନ କମିଶନର ତାଙ୍କୁ ୨୪ ଘଣ୍ଟିଆ ବ୍ୟାନ ଘୋଷଣା କରିଛନ୍ତି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଚଣ୍ଡେଶ୍ଵର ଓଭରବ୍ରିଜ ଉପରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକ ଗୁରୁତର ହୋଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ଏକ ମାରୁତି ସୁଇଫ୍ଟ ଡିଜାୟର (ଓଡ଼ି ୦୨ଏକେ୧୧୬୦) କାରଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ହେଲେ କାରଟି ଭାରସାମ୍ୟ ହରାଇ ଚଣ୍ଡେଶ୍ଵର ଓଭର ବ୍ରିଜ ଉପରେ ଥିବା ସ୍ଲାପକୁ ଧକ୍କା ଦେଇଥିଲା। ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗାଡିଟି ଏତେ ଜୋରରେ ସ୍ଲାବକୁ ଧକ୍କା ଦେଇଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। କାରଟି ଧକ୍କାରେ ଓଭରବ୍ରିଜର ଏକ ସ୍ଲାବ ଉପରୁ ତଳକୁ ଖସିପଡିଥିଲା। ସୌଗ୍ୟବଶତଃ ତଳେ କୌଣସି ଜନସାଧାରଣ ନଥିବାରୁ ଏକ ନିଶ୍ଚିତ ବିପଦରୁ ରକ୍ଷା ମିଳିଛି। ଏନେଇ ଘଟଣା ସ୍ଥଳରେ ଟାଙ୍ଗୀ…
ସୀତାରାମ ଅଗ୍ରୱାଲ ବାଣପୁର: ସୋମବାର ଦିନ ଟୀକା ଉତ୍ସବର ଦ୍ଵିତୀୟ ଦିବସ ଥିଲା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧୀନରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଟୀକା ନେବା ପାଇଁ ନାଗରିକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ୪୫ ବର୍ଷରୁ ଉର୍ଦ୍ଧ ବହୁ ନାଗରିକମାନେ ଉତ୍ଫୁଲିତ ହୋଇ ଟୀକା ନେଉଥିବାର ଲକ୍ଷ୍ୟ କରାଯାଇଥିଲା। ଦ୍ଵିତୀୟ ଦିବସରେ ସୁନାଖେଳାରେ ୨୧୨ ଜଣ, ଗମ୍ଭାରୀମୁଣ୍ଡାରେ ୨୫୩ ଜଣ, ନୀଳାଦ୍ରିପ୍ରସାଦରେ ୧୮୭ ଜଣ ଏବଂ ବାଣପୁରରେ ୩୯୦ ଜଣ ନାଗରିକ ଟୀକା ନେଇଥିବାର ସୂଚନା ଦେଇଛନ୍ତି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପାତ୍ର। ତେବେ ଉକ୍ତ ଟୀକା ଉତ୍ସବ କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ପରିଚାଳନା କରିଥିବା ବେଳେ ବାଣପୁର ମେଡିକାଲର କର୍ମଚାରୀମାନେ ଯଥା ହୃଦାନନ୍ଦ ବିଷୋୟୀ,…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୫, ସୁନ୍ଦରଗଡରୁ ୭୩, କଳାହାଣ୍ଡିରୁ ୬୪, ନୂଆପଡାରୁ ୬୨, ବଲାଙ୍ଗୀରିରୁ ୩୫, କଟକରୁ ୨୬, ଝାରସୁଗୁଡାରୁ ୨୫, କେନ୍ଦୁଝରରୁ ୨୦, ବରଗଡରୁ ୧୯, ମୟୂରଭଞ୍ଜରୁ ୧୫, ନବରଙ୍ଗପୁରରୁ ୧୫, ରାୟଗଡାରୁ ୧୪, ଅନୁଗୁଳରୁ ୧୨, ଯାଜପୁରରୁ ୧୧, ନୟାଗଡରୁ ୧୧, ପୁରୀରୁ ୧୧, ସମ୍ବଲପୁରରୁ ୧୦, ଗଞ୍ଜାମରୁ ୮, ବାଲେଶ୍ବରରୁ ୫, ଭଦ୍ରକରୁ ୪, କନ୍ଧମାଳରୁ ୩, ମାଲକାନାଗିରିରୁ ୩, ଜଗତସିଂହପୁରରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟ ପୁଲରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୦ ହଜାର ୬୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି। ଆଜି ରାଜ୍ୟରେ ୧୭୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୧୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ବିଭିନ୍ନ ରାଜ୍ୟରୁ କିମ୍ବା ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିଏମସି ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି। ସବୁ ଯାତ୍ରୀଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା ଦ୍ଵିତୀୟ ଡୋଜ ଟୀକା ନେଇଥିବା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ହୋଇଛି। ଯେଉଁ ଯାତ୍ରୀଙ୍କ ପାଖରେ ଏସବୁ ପ୍ରମାଣପତ୍ର ନଥାଏ, ସେମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ହୋଇଛି। ସେଥିପାଇଁ ଭୁବନେଶ୍ବରରେ ୩ ଟି ଓୟୋ ହୋଟେଲକୁ ଦେୟଯୁକ୍ତ ସଙ୍ଗରୋଧ ଭାବେ ଘୋଷଣା କରାଯାଇଛି। ପଟିଆ, ଘାଟକିଆ ଓ ଗଜପତି ନଗରରେ ତିନୋଟି ହୋଟେଲକୁ ଦେୟଯୁକ୍ତ ସଙ୍ଗରୋଧ କେନ୍ଦ୍ର ଭାବେ ବିଏମସି ଘୋଷଣା କରିଛି। ପଟିଆର କିମ୍ସ ହସ୍ପିଟାଲ ନିକଟସ୍ଥ ମା’ ଗେଷ୍ଟ ହାଉସ, ଘାଟିକିଆର ମା’ ସମ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୫୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୭୦୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୩୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୧୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ 10 ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟର ୯ ଟି ପ୍ରାସ୍ତାବ ମଧ୍ୟରୁ ସ୍ୱାସ୍ଥ୍ୟସେବା ଉପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଭୁବନେଶ୍ବରରେ ବାଗଚୀ- ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ ନିର୍ମିତ ହେବ। ଏହି ହସ୍ପିଟାଲ ପାଇଁ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ଦେବେ। ସୁବ୍ରତ ବାଗଚୀ ଏବଂ ସୁସ୍ମିତା ବାଗଚୀ ଏଥିପାଇଁ ୨୧୦ କୋଟି ଟଙ୍କା ଦେବେ। ୨୦୨୪ ମସିହା ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଇନଫୋସିଟି ଭ୍ୟାଲି-୨ରେ ୨୦ ଏକର ଜମି ଯୋଗାଇଦେବ। ୨୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ। ଏତଦବ୍ୟତୀତ ଭୁବନେଶ୍ବରରେ ବାଗଚୀ ପଲିଆଟିଭ କେୟାର ସେଣ୍ଟର ଖୋଲିବ। ସେଥିପାଇଁ ବାଗଚୀ ଦମ୍ପତି ମଧ୍ୟ ୧୩୦ କୋଟି ଟଙ୍କା ଦେବେ।…
ନୂଆଦିଲ୍ଲୀ: ଋଷ ଟୀକା ସ୍ପୁଟନିକ-୫ ର ଭାରତରେ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି। ଆଜି ବିଶେଷଜ୍ଞଙ୍କ ଏକ କମିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ଭାରତରେ ତୃତୀୟ ଟୀକା ଭାବେ ଏହାକୁ ମଞ୍ଜୁରୀ ମିଳିଛି। ପୂର୍ବରୁ କୋଭାକ୍ସିନ ଏବଂ କୋଭାସିଲ୍ଡ ଟୀକାକୁ ମଞ୍ଜୁରୀ ମିଳିଥିଲା। ତେବେ ହାଇଦ୍ରାବାଦର ଡ଼ା.ରେଡି ଲ୍ୟାବ ଦ୍ଵାରା ନିର୍ମିତ ଏହି ଟୀକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଉଛି। ଉଲ୍ଲେଖ ଯୋଗ୍ୟ ଯେ, ସ୍ପୁଟନିକ-୫ ର ଜରୁରୀକାଳୀନ ବ୍ୟବହାର ପାଇଁ ଡ଼ା.ରେଡ଼ି ଫେବୃୟାରି ୧୯ ତାରିଖରେ ଆବେଦନ କରିଥିଲା। ବର୍ତ୍ତମାନ ଭାରତ, ବେନେଜୁଏଲା ଏବଂ ବେଲାରୁଷରେ ଏହି ଟୀକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଛି। ଭାରତରେ ଏହାର କ୍ଲିନିକାଲ ଟ୍ରାଏଲ ୧୮ ରୁ ୯୯ ବର୍ଷର ପ୍ରାୟ ୧ ହଜାର ୬୦୦ ଲୋକଙ୍କ ଉପରେ କରାଯାଉଛି। ଏହାର ଦାମ ୧୦ ଡଲାର ଠାରୁ କମ ରହିଛି। ଏହାକୁ ୨ ରୁ ୮ ଡିଗ୍ରୀ…

