ଭୁବନେଶ୍ବର: ହସ୍ପିଟାଲ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ ଜାରି କରିଛି। ଆବଶ୍ୟକ ନଥିବା ରୋଗୀଙ୍କୁ ଆଡ୍ମିଶନ ମିଳିବ ନାହିଁ। ଗୁରୁତର ରୋଗୀଙ୍କ ପାଖରେ ମାତ୍ର ଜଣେ ଆଟେଣ୍ଡାଣ୍ଟକୁ ମିଳିବ ଅନୁମତି। ହସ୍ପିଟାଲରେ ଜରୁରୀ ଅସ୍ତ୍ରୋପଚାର ବ୍ୟତୀତ ସାଧାରଣ ଅସ୍ତ୍ରୋପଚାର ପାଇଁ ରୋକ ଲଗାଯାଇଛି। ଓପିଡି ପାଇଁ ସେଣ୍ଟ୍ରାଲ ରେଜିଷ୍ଟ୍ରେସନକୁ ବନ୍ଦ କରାଯାଇଥିବା ବେଳେ ଭିଡ ରୋକିବା ପାଇଁ ମାନୁଆଲ ରେଜିଷ୍ଟ୍ରେସନକୁ ଅନୁମତି ମିଳିଛି। ଓପିଡି ଏବଂ ଆଇପିଡିକୁ ପ୍ରବେଶ ପାଇଁ ମିଡ଼ିଆ ଉପରେ କଟକଣା ଲାଗିଛି।
Author: Samikhsya Bureau
ଭୁବନେଶ୍ବର: ନିର୍ବାଚନୀ ହିଂସା ପରେ ପୋଲିସ ଡିଜିପି ଅଭୟଙ୍କ ସମେତ ବହୁ ପୋଲିସ ଅଧିକାରୀ ଆଜି ପିପିଲିରେ ପହଞ୍ଚିଛନ୍ତି। ପିପିଲିରେ ବଢୁଥିବା ନିର୍ବାଚନୀ ହିଂସାକୁ ନେଇ ସମୀକ୍ଷା କରୁଛନ୍ତି। ପିପିଲି ଥାନାରେ ଡିଜିପି ଏବଂ ବହୁ ବରିଷ୍ଠ ଅଧିକାରୀ ସ୍ଥିତି ସମୀକ୍ଷା କରୁଛନ୍ତି। ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଏବଂ ଇଡ଼ିଆଇଜି ଆଇନ ଶ୍ରୁଙ୍ଖଳା ଏଥିରେ ମଧ୍ୟ ସାମିଲ ଅଛନ୍ତି। ସେପଟେ ଏହି ହିଂସା ଲାଗି ପୋଲିସକୁ ଦାୟୀ କରିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ପୋଲିସ ଉପରେ ଅଭିଯୋଗ ଆଣିଛନ୍ତି। ମୁକ୍ତ ଓ ଅବଧ ନିର୍ବାଚନରେ ପୋଲିସ ବାଧକ ସାଜିଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡ଼ି ସହାୟତାରେ ପୋଲିସ ଅବଧ ନିର୍ବାଚନକୁ ଅଟକାଇବା ପାଇଁ ଚେଷ୍ଟା କରୁଛି ବୋଲି ସମ୍ବିତ କହିଛନ୍ତି। ପିପିଲିରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ପାଇଁ ପୋଲିସ ଚେଷ୍ଟା କରୁଛି ବୋଲି ଡ଼ା. ପାତ୍ର ଅଭିଯୋଗ…
ନୂଆଦିଲ୍ଲୀ: ଋଷ ଟୀକା ସ୍ପୁଟନିକ ୫ ର ଭାରତରେ ବ୍ୟବହାର ପାଇଁ ଆଜି ବିଶେଷଜ୍ଞଏକ କମିଟି ଆଲୋଚନ କରିବ। ହାଇଦ୍ରାବାଦର ଡ଼ା.ରେଡି ଲ୍ୟାବ ଦ୍ଵାରା ନିର୍ମିତ ଏହି ଟୀକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଉଛି। ଜରୁରୀକାଳୀନ ବ୍ୟବହାରର ଅନୁମତି ଉପରେ ବିଚାର ପାଇଁ ଆଜି ଏସଇସି ଏହି ବୈଠକ କରିବ। ଉଲ୍ଲେଖ ଯୋଗ୍ୟ ଯେ, ସ୍ପୁଟନିକ-୫ ର ଜରୁରୀକାଳୀନ ବ୍ୟବହାର ପାଇଁ ଡ଼ା.ରେଡ଼ି ଫେବୃୟାରି ୧୯ ତାରିଖରେ ଆବେଦନ କରିଥିଲା। ବର୍ତ୍ତମାନ ଭାରତ, ବେନେଜୁଏଲା ଏବଂ ବେଲାରୁଷରେ ଏହି ଟୀକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଛି। ଭାରତରେ ଏହାର କ୍ଲିନିକାଲ ଟ୍ରାଏଲ ୧୮ ରୁ ୯୯ ବର୍ଷର ପ୍ରାୟ ୧ ହଜାର ୬୦୦ ଲୋକଙ୍କ ଉପରେ କରାଯାଉଛି। ଏହାର ଦାମ ୧୦ ଡଲାର ଠାରୁ କମ ରହିଛି। ଏହାକୁ ୨ ରୁ ୮ ଡିଗ୍ରୀ ତାପମାତ୍ରାରେ ଏହାକୁ ରଖାଯାଇପାରିବ।
ବାଲେଶ୍ଵର: ଆଜି ବାଲେଶ୍ବରରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ କେବଳ ଇମାମୀ ପେପର ମିଲରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହି ପେପର ମିଲରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୧ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହି ମିଲର ୩ ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ପ୍ରଶାସନ ବନ୍ଦ କରିଛି। ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଦୁଲାଲସେନ ଜଗଦ୍ଦେବ ଏନେଇ ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆଜି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରର ମୁଖ୍ୟ ସହଯୋଗୀ ୟାକୁବ ଆତ୍ମସମର୍ପଣ କରିଛି। ଆଜି ସେ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି। ହାଇଦର କଟକର ଏସସିବିରୁ ଫେରାର ହେବା ପୂର୍ବରୁ ୟାକୁବ ତାକୁ ସାକ୍ଷାତ କରିଥିଲା। ଏସସିବିରେ ଗ୍ୟାଙ୍ଗଷ୍ଟାର ହାଇଦରକୁ ଖାଇବା ପାଇଁ ସେ ବିରିୟାନୀ ଦେଇଥିଲା। ପରେ ହାଇଦର ସେଠାରୁ ଫେରାର ହୋଇଥିଲା। ହାଇଦରକୁ ଧରିବା ପାଇଁ ଓଡିଶା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ତାହାର ମୁଖ୍ୟ ସହଯୋଗୀ ୟାକୁବ ଆଜି ଚାଉଳିଆଗଞ୍ଜ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି।
ଭୁବନେଶ୍ଵର: ଆଜି ଓଡ଼ିଶାକୁ ୨ ଲକ୍ଷ ୭୧ ହଜାର କୋଭାସିଲ୍ଡ ଟୀକା ଡ଼ୋଜ ଆସୁଛି। ଆଜି ୭୦୦ ଟୀକାକରଣ କେନ୍ଦ୍ର ବନ୍ଦ ରହିଥିବା ବେଳେ ୭୫୫ ଟି ଟୀକା କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ ହଜାର ୯୧୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୫ ଲକ୍ଷ ୨୭ ହଜାର ୭୧୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୭୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୫୬ ହଜାର ୫୨୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୨ ଲକ୍ଷ ୧ ହଜାର ୯ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧୭୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୭୨୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୦ ହଜାର ୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୨୫୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୭୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୬୮, ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ଜଣ, ଅନୁଗୁଳ ୪୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୫୮ ଜଣ,…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯ, ଜୀବନ କାଳ ମଧ୍ୟରେ ଯେତେବେଳେ ଭାଗ୍ୟ ଖରାପ ପଡେ ସେବେବେଳେ ସେହି ଅନାନ୍ତି ନାହିଁ। ସେମାନଙ୍କର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ହୋଇଯାଏ। ସେ ମାତ୍ର ଚାରୋଟି ଉଦାହରଣ ଦେଇ ଏହାର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। 1- ଧନହୀନ ପୁରୁଷକୁ ବେଶ୍ୟା- ଚାଣକ୍ୟ କହିଛନ୍ତି ଯେ, ଯେତେେବଳେ ପୁରୁଷଙ୍କଠାରୁ ପଇସା ସରିଯାଏ ସେତେବେଳେ ବେଶ୍ୟା ତାଙ୍କୁ ତ୍ୟାଗ କରିଥାଏ। ପଇସା ଥିବା ବେଳେ ସେ ପୁରା ନିଜର ହୋଇ ବାନ୍ଧି ରଖିବାକୁ ଚେଷ୍ଠା କରେ। ଉଦ୍ଦେଶ୍ୟ ହେଉଛି ସବୁ ପଇସା ମାରି ନେବା। 2-ଶକ୍ତିହୀନ ରାଜାକୁ ପ୍ରଜା- ସେହିପରି ଯେ ପର୍ଯ୍ୟନ୍ତ ରାଜା ଶକ୍ତିଶାଳୀ ଥିବେ ସେ ପର୍ଯ୍ୟନ୍ତ ପ୍ରଜା ତାଙ୍କୁ ଖାତିର କରି ରହିବେ। ହେଲେ ଯେତେବେଳ ରାଜା ଶକ୍ତିହୀନ ହେବେ ସେତେବେଳେ ସେହି ପ୍ରଜାମାନେ ଦୂରେଇ ଯିବେ। ଏପରିକି ହଇରାଣ କରିବାକୁ ମଧ୍ୟ ପଛେଇବେ ନାହିଁ। 3-ଫଳହୀନ…
ମେଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। ବୃଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ…
ମେଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ବୃଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ ।
ମିଥୁନ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ । କର୍କଟ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ ।
କନ୍ୟା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ। ବିଛା- ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ।
ତୂଳା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ସିଂହ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ।
ମକର- ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆୟ ବୃଦ୍ଧି ପାଇବ। ମୀନ – ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ ।
କୁମ୍ଭ- ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ଧନୁ- କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ ।
ଭୁବନେଶ୍ବର: ଆସନ୍ତାକାଲିଠୁ ଭୁବନେଶ୍ଵର ରେଲୱେ ଷ୍ଟେସନରେ ଯାଞ୍ଚକୁ କଡାକଡି କରାଯିବ। ରାଜ୍ୟ ବାହାରୁ ଆସୁଥିବା ଟ୍ରେନ ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରାଯିବ। କିନ୍ତୁ ଲୋକାଲ ଟ୍ରେନ ପାଇଁ କୌଣସି ଯାଞ୍ଚ ବ୍ୟବସ୍ଥା ନାହିଁ। ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ। ନଚେତ ଦୁଇଟି ଡୋଜ ଟୀକା ନେଇଥିବା ପ୍ରମାଣପତ୍ର ଦେଖାଇବା ଜରୁରୀ ହେବ। ଏହା ମଧ୍ୟରୁ କୌଣସି ପ୍ରମାଣପତ୍ର ନଥିଲେ ସମ୍ପୃକ୍ତ ଯାତ୍ରୀଙ୍କ ନାମକୁ ପଞ୍ଜୀକରଣ କରାଯିବ। ତେବେ ଯାତ୍ରୀମାନଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ପରିବର୍ତ୍ତନ କରାଯାଇଛି। ପ୍ରବେଶ ପାଇଁ ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡ ପଟେ ବ୍ୟବସ୍ଥା ହୋଇଥିବା ବେଳେ ପ୍ରସ୍ଥାନ ପାଇଁ ଷ୍ଟେସନ ସମ୍ମୁଖର ଡାହାଣ ପଟେ ବ୍ୟବସ୍ଥା ହୋଇଛି। ଏନେଇ ଭୁବନେଶ୍ବର ରେଳ ଷ୍ଟେସନ ନିର୍ଦ୍ଦେଶକ ଓ ବିଏମସି ଡେପୁଟି କମିଶନର ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ଆଇପିଏଲର ପ୍ରଥମ ମ୍ୟାଚକୁ ସୁନ୍ଦର ଢଙ୍ଗରେ ଆରମ୍ଭ କରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗସ୍ ବିରୋଧରେ ଧୂଆଁଧାର ପାଳି ଖେଳି ଅର୍ଦ୍ଧଶତକ ଯୋଡିଥିଲେ। ଏଡିଲେଡ ଟେଷ୍ଟରେ ଖରାପ ପ୍ରଦର୍ଶନ କାରଣରୁ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କୁ ବାକି ମ୍ୟାଚ ଖେଳିବାକୁ ସୁଯୋଗ ମିଳିନଥିଲା। ଏହାପରେ ଇଂଲଣ୍ଡ ସିରିଜରେ ତାଙ୍କୁ ଦଳରେ ସାମିଲ ମଧ୍ୟ କରାଯାଇନଥିଲା। ପୃଥ୍ବୀ ଶ’ ଏସବୁକୁ ଭୁଲି ନିଜ ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ ପାଇଁ ପରିଶ୍ରମ କରଥିଲେ। ଯାହାର ଫଳାଫଳ ଚଳିତ ବିଜୟ ହଜାରେ ଟ୍ରଫିରେ ଦେଖିବାକୁ ମିଳିଥିଲା। ସେ ଏହି ଟୁର୍ଣ୍ଣାମେଟରେ ୮୨୭ ରନ ସଂଗ୍ରହ କରିଥିଲେ। ଏହାପରେ ଆଇପିଏଲ-୧୪ ସଂସ୍କରଣର ଚେନ୍ନାଇ ବିରୋଧରେ ୭୨ ରନର ପାଳି ଖେଳିଥିଲେ। ପୃଥ୍ବୀଙ୍କ ଏହି ପ୍ରଦର୍ଶନରେ ଗାର୍ଲଫ୍ରେଣ୍ଡ ପ୍ରାଚୀ ସିଂହ ଖୁସି ବ୍ୟକ୍ତ କରିଛନ୍ତି। ପ୍ରାଚୀ ଏନେଇ ପ୍ରାତ୍ରିକ୍ରିୟା ରଖିଛନ୍ତି। ସେ ନିଜ ଇଂଷ୍ଟାଗ୍ରାମ…
ଚେନ୍ନାଇ: ଆଇପିଏଲରେ କୋଲକୋତା ନାଇଟ ରାଇଡ଼ର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢେଇ ହେବ। ଏହି ମ୍ୟାଚ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ। ସନରାଇଜର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ କେକେଆର ଦଳର ଭଲ ରେକର୍ଡ ନାହିଁ। କେକେଆର ମୋଟ ୯ ଟି ମ୍ୟାଚ ଏହି ଷ୍ଟାଡିୟମରେ ଖେଳି ମାତ୍ର ୭ ଟି ମ୍ୟାଚରେ ବିଜୟୀ ହୋଇଛି। ୨୦୧୨ରେ ଫାଇନାଲକୁ ମିଶାଇ କେକେଆର କେବଳ ଦୁଇଟି ମ୍ୟାଚ ଜିତିବାରେ ସଫଳ ହୋଇଛି। ସେହିପରି ସନରାଇଜର୍ସ ହାଇଦ୍ରାବାଦର ମଧ୍ୟ ସେହି ଷ୍ଟାଡିୟମରେ ବିଫଳ ହୋଇଛି। ଦଳ ମୋଟ ୩ ଟି ମ୍ୟାଚ ଖେଳିଥିବା ବେଳେ ସବୁ ମ୍ୟାଚରେ ପରାଜୟର ସାମ୍ନା କରିଛି।
ସୀତାରାମ ଅଗ୍ରୱାଲ ଚିଲିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଆଜିଠାରୁ ସାରା ଦେଶରେ ଟୀକା ଉତ୍ସବ ପାଳନ କରାଯାଉଛି। ଏହା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ଆଜିଠାରୁ ଟୀକା ଉତ୍ସବ ଆରମ୍ଭ ହୋଇଯାଇଅଛି। ବାଣପୁର ଓ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧୀନରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଉକ୍ତ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଉଭୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଆଜିଏହି ଉତ୍ସବକୁ ଉଦଘାଟିତ କରି ଟୀକାକରଣ ପ୍ରକ୍ରିୟାକୁ ଆରମ୍ଭ କରିଛନ୍ତି। ତେବେ ଆଜି ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକମାନେ ବହୁ ସଂଖ୍ୟାରେ କରୋନା ଟୀକା ନେଇଛନ୍ତି। ପ୍ରଥମ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀରେ ୧୩୩୦ ଜଣ ବ୍ୟକ୍ତି ଟୀକା ନେଇଥିବା ଉଭୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ରଙ୍କ ପ୍ରତ୍ୟେକ୍ଷ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୯, ସୁନ୍ଦରଗଡରୁ ୬୨, କଳାହାଣ୍ଡିରୁ ୪୩, ନୂଆପଡାରୁ ୩୮, ବରଗଡରୁ ୩୨, ଝାରସୁଗୁଡାରୁ ୨୯, ଅନୁଗୁଳରୁ ୨୪, କଟକରୁ ୨୨, ସମ୍ବଲପୁରରୁ ୧୬, ବଲାଙ୍ଗୀରିରୁ ୧୫, ଗଞ୍ଜାମରୁ ୧୨, ମୟୂରଭଞ୍ଜରୁ ୧୦, ପୁରୀରୁ ୯, ରାୟଗଡ଼ାରୁ ୯, ଯାଜପୁରରୁ ୮, ଭଦ୍ରକରୁ ୫, ଦେବଗଡରୁ ୫, ଗଜପତିରୁ ୫, ନବରଙ୍ଗପୁରରୁ ୫, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୨, କୋରାପୁଟରୁ ୨, ସୋନପୁରରୁ ୨ ଏବଂ ଷ୍ଟେଟ ପୁଲରୁ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୦ ହଜାର ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…

