Author: Samikhsya Bureau

ଭୁବନେଶ୍ବର: ଆଜି ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭବାନୀପାଟଣା ସ୍ଥିତ ପ୍ରଗତି କଲେଜରେ ୩୨ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସମ୍ପୃକ୍ତ କଲେଜର ଛାତ୍ରଛାତ୍ରୀମାନଙ୍କର ଆଣ୍ଟିଜେନ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ ଆକ୍ରାନ୍ତ ଛାତ୍ରଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ। ଏନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୩୯୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

କଲିକତା: ପଶ୍ଚିମବଙ୍ଗ ନିର୍ବାଚନରେ ବଙ୍ଗଳା ଝିଅକୁ ନେଇ ଯେଉଁ ପୋଷ୍ଟର ଯୁଦ୍ଧ ଲାଗିଥିଲା, ଏବେ ତାଙ୍କର ମୃତ୍ୟୁ ହୋଇଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଟୁଇଟରେ ଦୁଃଖ ପ୍ରକାଶ କରି ତୃଣମୂଳ କଂଗ୍ରେସକୁ ସେମାନେ ଘେରିଛନ୍ତି। ଟୁଇଟରେ ଅମିତ ଶାହ ଲେଖିଛନ୍ତି ଯେ, ବଙ୍ଗଳାର ଝିଅ ଶୋଭା ମଜୁମଦାରଙ୍କ ନିଧନରେ ଆତ୍ମାକୁ ବହୁତ କଷ୍ଟ ହୋଇଛି। ଟିଏମସିର ଗୁଣ୍ଡାମାନେ ଏତେ ଅମାନବୀୟ ଭାବେ ପିଟିଲେ ଯେ, ତାଙ୍କର ଜୀବନ ଚାଲିଗଲା। ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଃଖ ବ୍ୟକ୍ତ କରି କହିଛନ୍ତି ଯେ, ବୃଦ୍ଧା ମା’ ଶୋଭା ମଜୁମଦାରଙ୍କ ଆତ୍ମାକୁ ଇଶ୍ଵର ଶାନ୍ତି ପ୍ରଦାନ କରନ୍ତୁ। ପୁଅ ଗୋପାଳ ମଜୁମଦାର ବିଜେପିର ସଦସ୍ୟ ହୋଇଥିବାରୁ ତାଙ୍କୁ ହତ୍ୟା କରାଗଲା। ତାଙ୍କ ବଳିଦାନ ସର୍ବଦା ମନେ ରହିବ। ସେ ମଧ୍ୟ ବଙ୍ଗଳାର…

Read More

ନୂଆଦିଲ୍ଲୀ: ହୋଲି ଉପଲକ୍ଷେ ବାହୁବଳୀ ଅଭିନେତା ପ୍ରଭାସଙ୍କ କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁତ ଭାଇରାଲ ହେବାରେ ଲାଗିଛି। https://twitter.com/i/status/1376166362041569280 ଖବର ମିଳୁଛି କି, ପ୍ରଭାସ ଏକ ଲେମ୍ବୋର୍ଗିନୀ ଏବେନଟେଡ଼ର ରୋଡ଼ଷ୍ଟାର କାର କିଣିଛନ୍ତି। ଏହି ବିଳାସପୂର୍ଣ୍ଣ କାରର ଦାମକୁ ନେଇ ସାମାଜିକ ଗଣମାଧ୍ୟମରେ ବହୁତ ଭାଇରାଲ ହେଉଛି। ଏହି କାରର ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ବିଳାସପୂର୍ଣ୍ଣ କାରଟିକୁ ପ୍ରଭାସ ରାସ୍ତାରେ ଦୌଡାଉଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ମଧ୍ୟ ହେଉଛି।

Read More

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ କରୋନାରେ ସଂକ୍ରମଣ ହୋଇ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଉପରେ କଟକଣା ପ୍ରଶାସନ ପକ୍ଷରୁ କଟକଣା ଲାଗିଛି। ହେଲେ ସରକାରୀ ବିଦ୍ୟାଳୟରେ ସ୍ଥିତି ଭଲ ଅଛି। ତେଣୁ ସରକାରୀ ସ୍କୁଲରେ ପାଠ ପଢା ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଛନ୍ତି। ଏସଓପି ମାନି ସରକାରୀ ବିଦ୍ୟାଳୟରେ ନବମ ଏବଂ ଏକାଦଶ ଶ୍ରେଣୀ ପାଠ ପଢା ଚାଲିବ ବୋଲି ଶ୍ରୀ ଦାଶ କହିଛନ୍ତି।

Read More

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାର ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ଶରଦ ଅସୁସ୍ଥ ହୋଇଥିବା ଖବର ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶରଦଙ୍କ ଗାଲ ବ୍ଳାଡରରେ କିଛି ସମସ୍ୟା ଦେଖାଯାଇଛି। ୩୧ ମାର୍ଚ୍ଚରେ ତାଙ୍କର ଇଣ୍ଡୋଷ୍କୋପି ଏବଂ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୨ ଜଣ ଚିହ୍ନଟ ହୋଇଥିବା ବେଳେ ୮୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୬୯୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭୩୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୯ ଟି ଜିଲ୍ଲାରୁ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୩୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୩ ଜଣ, ଅନୁଗୁଳ ଜିଲ୍ଲାରୁ ୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୮ ଜଣ,…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୮ ହଜାର ୨୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୯୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୦ ଲକ୍ଷ ୩୯ ହଜାର ୬୪୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୫ ହଜାର ୯୯୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୨୧ ହଜାର ୮୦୮ ଆକ୍ଟିଭ୍‌ କେସ୍ ରହିଛି।

Read More

ପୁରୀ, ଆଜି ହୋଲି ଉପଲକ୍ଷେ ପୁରୀ ବେଳାଭୂମିରେ ଶୋଭା ପାଉଛି ଆକର୍ଷଣୀୟ ହୋଲି ଶୁଭେଚ୍ଛାର ବାଲୁକା କଳା। ଏହାକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତେବେ ଏଥର କରୋନା ଭାଇରସରୁ ଦୂରେଇ ରହିବା ପାଇଁ ଏକ ସୁନ୍ଦର ବାର୍ତ୍ତା ସହିତ ଏହି ବାଲୁକା ସ୍ଥାପତ୍ୟ କରିଛନ୍ତି। ସୁଦର୍ଶନ ଏହି ବାଲୁକା କଳାରେ ଦୁଇଜଣ ମାସ୍କ ପିନ୍ଧି ହୋଲି ଖେଳୁଥିବାର ଦୃଶ୍ୟକୁ ଉପସ୍ଥାପିତ କରିଛନ୍ତି। ସେ ଏକ ସ୍ଲୋଗାନ ମଧ୍ୟ ଲେଖିଛନ୍ତି ଯାହାର ଓଡିଆରେ ହେଲେ ସୁରକ୍ଷିତ ରୁହନ୍ତୁ, ସୁରକ୍ଷିତ ଭାବେ ଖେଳନ୍ତୁ। ଏହି ବାଲୁକା ସ୍ଥାପତ୍ୟ ଆଗରେ ଥାଳିରେ ବାଲିର ରଂଗ ବେଶ୍ ଆକର୍ଷଣୀୟ ହୋଇଛି।

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀ।  ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଚାକର କେତେ ବିଶ୍ବସ୍ଥ ତାହା ଜାଣିବା ପାଇଁ ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରି ନିରକ୍ଷଣ କରନ୍ତୁ। ଦେଖିବେ ସେ ଯଦି ଠିକ ଭାବେ ମନ ଲଗାଇ କାମ କରେ ତେବେ ଜାଣିବେ ଯେ, ସେ ଜଣେ ସଚ୍ଚୋଟ ବ୍ୟକ୍ତି। ସେହିପରି ଆପଣଙ୍କର ସଂପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ ଚିହ୍ନିବା ପାଇଁ ଉପାୟ ମଧ୍ୟ ଚାଣକ୍ୟ କହିଛନ୍ତି। ତାହା ହେଲା ଯଦି ଦୁଃଖ ସମୟରେ ଆପଣଙ୍କର ସଂପର୍କୀୟମାନେ ପାଖରେ ନ ରୁହନ୍ତି ତେବେ ସେମାନେ ଠିକ୍ ନୁହଁନ୍ତି ବୋଲି ଧରିବାକୁ ପଡିବ। ଆପଣଙ୍କର ମିତ୍ରକୁ ମଧ୍ୟ…

Read More

ନୂଆଦିଲ୍ଲୀ, ହୋଲି ହେଉଛି ରଙ୍ଗର ପର୍ବ। ସମସ୍ତେ ବିଭିନ୍ନ ରଂଗ ଧରି ଖେଳିଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ହୋଲି ଦିନ ମଧ୍ୟ ବିଭିନ୍ନ ଦୋଷ ଦୂର ପାଇଁ ଭିନ୍ନ ଉପାଚାର କରାଯାଇଥାଏ। ଏହା ଏପରି ଏକ ପର୍ବ ଯାହାକି ସବୁଠୁ ବଡ ସମସ୍ୟାକୁ ଦୂର କରିପାରିବ, ଖରାପ ସମୟକୁ ଭଲରେ ପରିଣତ କରିପାରିବ ଏବଂ ଆପଣଙ୍କ ଦୁର୍ଭାଗ୍ୟକୁ ମଧ୍ୟ ସୌଭାଗ୍ୟ କରିପାରିବ। ଜାଣନ୍ତୁ ହୋଲି ଦିନ କଣ ଉପାଚାର କଲେ ଭାଗ୍ୟ ରଂଗୀନ ହେବ। 1-ଯଦି ଆପଣ ମାନସିକ ଚାପର ଶିକାର ହେଉଛନ୍ତି ଏବଂ ଆପଣଙ୍କର ଅର୍ଥନୈତିକ ଏବଂ ପାରିବାରିକ ପରିସ୍ଥିତି ଭଲ ନୁହେଁ, ତେବେ ହୋଲି ରାତିରେ ଚନ୍ଦ୍ରକୁ କ୍ଷୀର ଦେଇ କିଛି ଧଳା ମିଠା ଦିଅନ୍ତୁ । ଏହା କରିବା ଦ୍ବାରା ଆର୍ଥିକ ଏବଂ ପାରିବାରିକ ସମସ୍ୟା ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୁଏ । 2- ପରିବାରରେ ଯଦି…

Read More

ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି…

Read More

କୁମ୍ଭ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ମୀନ – ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ।

Read More

ଧନୁ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆୟ ବୃଦ୍ଧି ପାଇବ। ମକର- କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ ।

Read More

ତୂଳା- ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ବିଛା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ।

Read More

ସିଂହ- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ। କନ୍ୟା- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ । ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ।

Read More

ମିଥୁନ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । କର୍କଟ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ ।

Read More

ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ।

Read More

ପୁଣେ: ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ବିରାଟ ବାହିନୀ ବିଜୟ ହାସଲ କରିଛି। ୩ ମ୍ୟାଚ ବିଶିଷ୍ଟ ଏହି ଏକଦିବସୀୟ ସିରିଜକୁ ଭାରତ ୨-୧ରେ କବ୍ଜା କରିନେଇଛି। ଏହା ସହିତ ଭାରତ ଇଂଲଣ୍ଡ ବିରୋଧରେ ଭାରତ ଟେଷ୍ଟ, ଟି-୨୦ ଏବଂ ଏକଦିବସୀୟ ସିରିଜକୁ ପୋଛିନେଇଛି। ଅନ୍ତିମ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୪୮.୨ ଓଭରରେ ସମସ୍ତ ୱିକେଟ ହରାଇ ୩୨୯ ରନ ସଂଗ୍ରହ କରିଥିଲା। ହେଲେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୩୨୨ ରନ ସଂଗ୍ରହ କରିପାରିଥିଲା। ଏହା ସହ ଭାରତ ୭ ରନରେ ବିଜୟ ହାସଲ କରି ସିରିଜକୁ ନିଜ ନାମରେ କରିଛି। ଭାରତ ବ୍ୟାଟିଂ: ୧- ରୋହିତ ଶର୍ମା- ୩୭ ୨- ଶିଖର ଧବନ- ୬୭ ୩- ବିରାଟ କୋହଲୀ- ୦୭ ୪- ରିଷଭ ପନ୍ତ- ୭୮ ୫- ଲୋକେଶ ରାହୁଲ-…

Read More

ଭୁବନେଶ୍ୱର: ୨୭.୩.୨୦୨୧ ରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସ୍ୟାଟ ବାର୍‌, ଭୁବନେଶ୍ୱର ସଭାପତି ଭାବେ ସୁଧୀର ଚରଣ ମହାନ୍ତି ନିର୍ବାଚିତ ହୋଇଛନ୍ତି। ରଣଜିତ ମହାନ୍ତି, ସୁଧାଂଶୁ ଶେଖର ପ୍ରତାପ ଓ ଗୋବିନ୍ଦ ଚନ୍ଦ୍ର ପାଇକରାୟ ଯଥାକ୍ରମେ ସମ୍ପାଦକ, ଉପସଭାପତି ଓ ସହ ସମ୍ପାଦକ ଭାବେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନକୁ ଶୃଙ୍ଖଳା ରୂପେ ସମ୍ପାଦନା କରିଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅନନ୍ତ କୁମାର ଆଚାର୍ଯ୍ୟ ଏବଂ ସହ-ନିର୍ବାଚନ ଅଧିକାରୀ କବିତା ମହାନ୍ତି, ରଶ୍ମିତା ରାଉତରାୟ ଓ ଜ୍ଞାନରଞ୍ଜନ ତ୍ରିପାଠୀଙ୍କୁ ସ୍ୟାଟ ବାର୍ ତରଫରୁ ଅଶେଷ ସାଧୁବାଦ ଅର୍ପଣ କରାଯାଇଛି।

Read More