ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ନିଖୋଜ ଅପହୃତା ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି। ଉତ୍ତରପ୍ରଦେଶର ଆଲ୍ଲାହାବାଦ ଅଞ୍ଚଳରୁ ଅପହୃତା ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରିବାରେ ବାଣପୁର ପୋଲିସ ସକ୍ଷମ ହୋଇଛି। ଏ ନେଇ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ତଳେ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ବାଣପୁର ଥାନା ସବ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ ଏବଂ ଖୋର୍ଦ୍ଧା ସାଇବର ସେଲର କର୍ମଚାରୀମାନେ ଉତ୍ତର ପ୍ରଦେଶ ଗସ୍ତ କରିଥିଲେ। ଅତି ଚତୁରତାର ସହ ସେମାନେ ଆଲ୍ଲାହାବାଦରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଗିରଫ କରି ବାଣପୁର ଥାନାରେ ହାଜର କରିଥିଲେ। ଗିରଫ ଯୁବକଙ୍କ ନାମ ଅବିନାଶ ସିଂ ବୋଲି ଜଣାପଡିଛି। ସେ ଜନୈକା ଯୁବତୀଙ୍କୁ ଫେସବୁକ ଜରିଆରେ ହିମାଚଳ ପ୍ରଦେଶରେ ଚାକିରୀ…
Author: Samikhsya Bureau
ଚାନ୍ଦପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କୋଭିଡ଼ ନିୟମକୁ କଡାକଡି କରିଛନ୍ତି। ସେଥିପାଇଁ ଧର୍ମାନୁଷ୍ଠାନ ଉପରେ ରାଜ୍ୟସରକାର କଟକଣା ଲଗାଇଛନ୍ତି। ଚୈତ୍ର ମାସରେ ହେଉଥିବା ଦଣ୍ଡ ଯାତ୍ରାରେ ମଧ୍ୟ ସରକାର କଟକଣା ଲଗାଇଛନ୍ତି। କେବଳ ସୀମିତ ଲୋକଙ୍କୁ ନେଇ ଦଣ୍ଡ ପୂଜା କରିବାକୁ ଅନୁମତି ରହିଥିବା ବେଳେ ଯାତ୍ରା ଉପରେ କଟକଣା ଲାଗିଛି। ହେଲେ ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧ ନୟାଗଡ ଗ୍ରାମରେ ଯାତ୍ରା କରିବା ପାଇଁ ପ୍ରସ୍ତୁତି ଚାଲିଥିଲା। ଖବର ପାଇ ଚାନ୍ଦପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚିଥିଲା। ଏବଂ ଗାଡି ସହ ଚିତ୍ରାଳୟ ସାମଗ୍ରୀ ପୋଲିସ ଜବତ କରିଛି। ଏହି ଘଟଣାରେ ଗାଡି ଚାଳକ ସହ ୨ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଆୟୋଜକଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ସୂଚନା ରହିଛି। ସୂଚନା ଥାଉ କି, ଗତ କିଛି ଦିନ…
କଲିକତା: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହା ଭିତରେ ବିଜେପି ଆଇଟି ସେଲର ମୁଖ୍ୟ ଅମୀତ ମାଲବୀୟ କ୍ଲବ ହାଉସ ଆପରେ ଅଡ଼ିଓ ଜାରି କରିଛନ୍ତି। ଏହି ଅଡ଼ିଓରେ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପଛିମବଙ୍ଗରେ ବିଜେପି ଜିତୁଛି ବୋଲି କହୁଥିବାର ଶୁଣିବାକୁ ମିଳିଛି। ହେଲେ ପ୍ରଶାନ୍ତ କିଶୋର ଏହାକୁ ଖାରିଜ କରିଛନ୍ତି। ଚିହ୍ନଟ କିଛି ଅଂଶ ବଦଳରେ ବିଜେପି ସଂପୂର୍ଣ୍ଣ ଅଡ଼ିଓ ଜାରି କଲେ, ଏହାର ସତ୍ୟତା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ପ୍ରଶାନ୍ତ କିଶୋରଙ୍କ ଭାଇରାଲ ଅଡ଼ିଓରେ ଶୁଣିବାକୁ ମିଳିଛି କି, ମୋଦୀ ନାମରେ ଭୋଟ ହେଉଛି, ହିନ୍ଦୁ ନାମରେ ଭୋଟ ହେଉଛି, ଧୃବିକରଣ, ହିନ୍ଦୀ ଭାଷା ଆଧାରରେ ଭୋଟ ହେଉଛି। ଅଧିକ ସଂଖ୍ୟକ ମତୁଆ ସମ୍ପ୍ରଦାୟର ଲୋକ ବିଜେପିକୁ ଭୋଟ କରୁଛନ୍ତି। ଏହାସହିତ ଟିଏମସି ସରକାର ବିରୋଧରେ ଲୋକଙ୍କ ଅସନ୍ତୋଷ ଯୋଗୁଁ ବିଜେପିକୁ ଭୋଟ ମିଳୁଛି ବୋଲି ଅଡ଼ିଓରେ ପ୍ରଶାନ୍ତ…
କଟକ: ଏସସିବି ମେଡିକାଲର ନର୍ସିଙ୍ଗ କଲେଜକୁ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଏଭଳି ନିଷ୍ପତ୍ତି ହୋଇଛି। ଅତିରିକ୍ତ ଶାସନ ସଚିବ କଲେଜକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଧ୍ୟା ୫ ଟା ସୁଦ୍ଧା ହଷ୍ଟେଲ ଛାଡିବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନର୍ସିଙ୍ଗ କଲେଜକୁ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। ତେବେ ଏହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟକୁ ଆଉ ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଡ଼ୋଜ ଟୀକା ଆସୁଛି। ଆଉ କିଛି ସମୟ ପରେ ଭୁବନେଶ୍ଵରରେ ଏହି ଟୀକା ପହଞ୍ଚିବ। ଆଜି ସବୁ ଜିଲ୍ଲାକୁ ଟୀକା ବଣ୍ଟାଯିବ ଏବଂ ଆସନ୍ତାକାଲି ରାଜ୍ୟର ସବୁ କେନ୍ଦ୍ରରେ ଟୀକାକରଣ ପ୍ରକ୍ରିୟା ଚାଲିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେଣୁ ଆସନ୍ତାକାଲି ଟୀକା ଉତ୍ସବ ପାଳନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତେବେ ଟୀକାର ଅଭାବ ଯୋଗୁଁ ଅନେକ କେନ୍ଦ୍ରରେ ଟୀକାକରଣ ବନ୍ଦ ହୋଇଥିଲା। ଏଥିପାଇଁ ଗତକାଲି ରାଜ୍ୟ ସରକାର ଚିଠି ଲେଖି ଟୀକା ପଠାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଥିଲା। ଏହି ଉତ୍ସବ ସମୟରେ ଯେପରି ଟୀକାକରଣ ବାଧାପ୍ରାପ୍ତ ନହୁଏ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣର ଟୀକା ପଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲା। ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ଟୀକା…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୪୫ ହଜାର ୩୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୯୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୨ ଲକ୍ଷ ୫ ହଜାର ୯୨୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୮ ହଜାର ୪୩୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୯ ଲକ୍ଷ ୯୦ ହଜାର ୮୫୯ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୦ ଲକ୍ଷ ୪୬ ହଜାର ୬୩୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୮୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୫୬୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୮ ହଜାର ୧୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୯ ହଜାର ୨୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୧୩୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୩୫୫, ଖୋର୍ଦ୍ଧା ଜିଲ୍ଲାରୁ ୧୯୩ ଜଣ, ନୂଆପଡା ଜିଲ୍ଲାରୁ ୧୩୫ ଜଣ, ଅନୁଗୁଳ ୩୩ ଜଣ,…
ଭୁବନେଶ୍ବର, ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ, ଯେଉଁମାନେ ୧୦ ଏପ୍ରିଲ, ୨୦୧୧ ଠାରୁ ଯାତ୍ରା ଆରମ୍ଭ କରୁଥିବେ ସେମାନେ ଯାତ୍ରା କରିବା ପୂର୍ବରୁ ସର୍ବାଧିକ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡି ଟୀକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ। ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ସାତ ଦିନ ବାଧ୍ୟତାମୂଳକ ଘର କିମ୍ବା ଅନୁଷ୍ଠାନିକ କ୍ଵାରେଣ୍ଟାଇନରେ ରହିବାକୁ ପଡିବ । ଏ ନେଇ ରେଳ ପୂର୍ବତଟ ରେଳବାଇ ନିଷ୍ପତି ଗ୍ରହଣ କରିଛି। ବର୍ତ୍ତମାନ ବିଭିନ୍ନ ରାଜ୍ୟମାନଙ୍କରେ କରୋନା ଆକ୍ରାନ୍ତ ବଢିବାରେ ଲାଗିଛି। ଫଳରେ ସେଠାରେ ଥିବା ଓଡିଆମାନେ ବର୍ତ୍ତମାନ ଘର ବାହୁଡା ହେବାରେ ଲାଗିଛନ୍ତି।ସେମାନଙ୍କ ଦ୍ବାରା ଓଡିଶାରେ ସଂକ୍ରାମଣ ବଢିବାର ଆଶଙ୍କା ଥିବାରୁ ରେଳବାଇ ଏପରି ନିଷ୍ପତି ଗ୍ରହଣ କରିଛି।
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମଣିଷ ଯାହା ବି କରୁ ତାହା ସୀମା ଭିତରେ ରହି କରିବା ଉଚିତ। ଯଦି ଅତି ଭଲ କରୁଛି ବୋଲି ଦେଖାଇ ହେବେ ତେବେ ତାହା ବହୁ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। ଅତି ସବୁବେଳେ ଖରାପ ବୋଲି ସେ ବିଭିନ୍ନ ଉଦାହରଣ ଦେଇ କହିଛନ୍ତି। ଚାଣକ୍ୟଙ୍କ ମତରେ ରାବଣ ଅତି ଗର୍ବ କରିବାରୁ ସ୍ବର୍ଣ୍ଣ ଲଙ୍କା ଧ୍ବଂସ ପାଇଗଲା, ଦୁର୍ଯୋଧନ ଅତି ମାନ କରିବାରୁ କୌରବ ଶତ ଭ୍ରାତା ନିହତ ହେଲେ। ବଳି ରାଜା ଅତି ଦାନୀ ହେବାରୁ ପାତାଳଗାମୀ ହେଲେ। ସେଥିପାଇଁ ଅତି ମାତ୍ରାର କାର୍ଯ୍ୟ ସବୁ ବେଳେ ବର୍ଜନୀୟ। ସେଥିପାଇଁ କୁହାଯାଇଛି ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ ଅତିଦାନାଦ୍ ବଳିର୍ବଧଃ, ଅତି ସର୍ବତ୍ର ବର୍ଜୟତେ
ମେଷ: ଆପଣ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ସମର୍ଥନ ପାଇବେ। ମନ ପୂଜାରେ ନିୟୋଜିତ ହେବ। ତୀର୍ଥଯାତ୍ରା ହୋଇପାରେ । ବିବେକକୁ ବ୍ୟବହାର କରନ୍ତୁ, ସେଠାରେ ଲାଭ ହେବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ । ବିରୋଧ ହୋଇପାରେ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ । ଚିନ୍ତା ଏବଂ ଟେନସନ ରହିବ। ଅସୁବିଧାରେ ପଡ଼ିପାରନ୍ତି।ଆଜି ଅଳସୁଆ ପ୍ରକୃତିର ହେବେ। ବୃଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ । ଆଘାତ ଏବଂ ଦୁର୍ଘଟଣା ହେତୁ କ୍ଷତି ସମ୍ଭବ । କାମ କରିବା ସମୟରେ ବେପରୁଆ ହୁଅନ୍ତୁ ନାହିଁ । କରାଯାଉଥିବା କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ବିବାଦରୁ ଦୂରେଇ ରୁହନ୍ତୁ । କାର୍ଯ୍ୟରେ ମନ ଦେବେ ନାହିଁ । ଜଣେ ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ। ନିଜ ବିବେକ ବ୍ୟବହାର କରନ୍ତୁ । ଆୟ ରହିବ । ପରିବାର ସହାୟତା ଉପଲବ୍ଧ ହେବ। ବ୍ୟବସାୟ ଭଲ କରିବ । ମିଥୁନ…
ମକର : ଅନାବଶ୍ୟକ ବିପଦକୁ ଡାକନ୍ତୁ ନାହିଁ । କୌଣସି ବ୍ୟକ୍ତିର ଝଗଡାରେ ପ୍ରବେଶ କରନ୍ତୁ ନାହିଁ । ଅଯଥା ବିବାଦ ହେବ । କ୍ରନିକ ରୋଗ ଦେଖାଦେଇପାରେ । ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଅନ୍ତୁ । କାରବାର ଶୀଘ୍ର କ୍ଷତି ଘଟାଇବ । ମୀନ: ପରିବାର ସହିତ ବିଶ୍ରାମ ଏବଂ ମନୋରଞ୍ଜନ ସହିତ ସମୟ ଅତିବାହିତ ହେବ। ସମ୍ମାନ ପାଇବେ । ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ। ଯୋଜନା ସଫଳ ହେବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ ।
ସିଂହ: ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ଗ୍ରହଣ କରିବେ। ଯାତ୍ରା ଚିତ୍ତାକର୍ଷକ ହେବ । ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ । ପ୍ରିୟ ଖାଦ୍ୟ ପାଇବା ସମ୍ଭବ ହେବ । ବିଛା : ଆପଣ ଉତ୍ସାହଜନକ ସୂଚନା ପାଇବେ । ଭୁଲିଯାଇଥିବା ବନ୍ଧୁମାନେ ଭେଟିବେ । କିଛି ନୂଆ ବଡ କାମ କରିବାକୁ ଯୋଜନା ହେବ । ଭାଇମାନଙ୍କ ସମର୍ଥନ ପାଇବେ । ବ୍ୟବସାୟ ଆପଣଙ୍କ ଇଚ୍ଛା ଅନୁଯାୟୀ ଚାଲିବ ।
ମେଷ: ଆପଣ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ସମର୍ଥନ ପାଇବେ। ମନ ପୂଜାରେ ନିୟୋଜିତ ହେବ। ତୀର୍ଥଯାତ୍ରା ହୋଇପାରେ । ବିବେକକୁ ବ୍ୟବହାର କରନ୍ତୁ, ସେଠାରେ ଲାଭ ହେବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ। ବିରୋଧ ହୋଇପାରେ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ । କର୍କଟ : କାରବାରରେ ତତ୍ପର ହୁଅନ୍ତୁ ନାହିଁ । ଆବଶ୍ୟକ ଜିନିଷ ଠିକ୍ ସମୟରେ ପାଇବାରେ ବିଫଳତା କ୍ରୋଧର କାରଣ ହେବ । ବଡ଼ ଜମି ଏବଂ ନିର୍ମାଣ କାରବାର ବହୁତ ଲାଭ ଦେଇପାରେ । ପ୍ରଗତିର ରାସ୍ତା ପକ୍କା ହେବ। ବ୍ୟବସାୟ ଅନୁକୂଳ ହେବ ।
ଧନୁ : ଯାତ୍ରା ଚିତ୍ତାକର୍ଷକ ହେବ । ଉପହାର ଗ୍ରହଣ କରିବା ସମ୍ଭବ ଅଟେ । କୌଣସି ପ୍ରମୁଖ ସମସ୍ୟାର ସମାଧାନ ମିଳିବ । ବ୍ୟବସାୟ ସହଭାଗୀମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ପ୍ରସ୍ତୁତ ହେବେ । କୁମ୍ଭ : ଏକ ଚିତ୍ତାକର୍ଷକ ଯାତ୍ରା ଯୋଜନା କରାଯିବ । ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ । ଆୟ ବୃଦ୍ଧି ପାଇବ । ଖରାପ ଘଟଣା ଘଟିପାରେ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ ।
ବୃଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ । ଆଘାତ ଏବଂ ଦୁର୍ଘଟଣା ହେତୁ କ୍ଷତି ସମ୍ଭବ । କାମ କରିବା ସମୟରେ ବେପରୁଆ ହୁଅନ୍ତୁ ନାହିଁ । କରାଯାଉଥିବା କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ବିବାଦରୁ ଦୂରେଇ ରୁହନ୍ତୁ । କାର୍ଯ୍ୟରେ ମନ ଦେବେ ନାହିଁ । କନ୍ୟା: ଖରାପ ସୂଚନା ମିଳିପାରେ । କଠିନ ପରିଶ୍ରମ ଅଧିକ ହେବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ଆୟରେ ହ୍ରାସ ଘଟିବ । ନକାରାତ୍ମକତା ବୃଦ୍ଧି ପାଇବ । ବିବାଦ ଅସୁବିଧା ସୃଷ୍ଟି କରିବ । ଶୀଘ୍ର କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ।
ମିଥୁନ : ପରିବାରର ଚିନ୍ତା ହେବ। ଜଣେ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ଏବଂ ସମର୍ଥନ ମିଳିବ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ପରିବାରରେ ସୁଖ ରହିବ ବାହାରକୁ ଯିବା ପରି ଅନୁଭବ କରିବେ । ଭାଇମାନଙ୍କଠାରୁ ଭିନ୍ନତା ଦୂର ହେବ । ତୂଳା: ସାମାଜିକ କାର୍ଯ୍ୟ ମନେ ରଖିବ । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ସମ୍ମାନ ପାଇବେ । ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ । ପରିବାର ସହାୟତା ଉପଲବ୍ଧ ହେବ । ବ୍ୟବସାୟ ଭଲ କରିବ । ଭ୍ରମଣ ଚିତ୍ତାକର୍ଷକ ହୋଇପାରେ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ ।
ଭୁବନେଶ୍ବର, କୋଭିଡ୍ ପରିସ୍ଥିତି ସତ୍ବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବିଭାଗର ନୋଡାଲ୍ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସେମାନେ କ୍ଷେତ୍ରକୁ ଯାଇ ପ୍ରତ୍ୟକ୍ଷ ଭାବେ ରହିଥିବା ସମସ୍ୟା ସଂପର୍କରେ ଅବଗତ ହେବା ସହ ତା’ର ସମାଧାନ ଦିଗରେ ପ୍ରଚେଷ୍ଟା କଲେ ଅନେକ ସୁଫଳ ମିଳି ପାରିବ ବୋଲି ଆଜି ସମସ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କୁ ନେଇ ଆୟୋଜିତ ଏକ ଭିଡ଼ିଓ କନ୍ଫରେନ୍ସରେ ଏହା କୁହାଯାଇଛି । ପ୍ରାରମ୍ଭରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ବିଭାଗର କାର୍ଯ୍ୟଧାରାକୁ ଆହୁରି ଲୋକାଭିମୁଖୀ କରିବାକୁ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲ। ଅଧିକ ନିଯୁକ୍ତି ଆତ୍ମନିଯୁକ୍ତିର ସୁଯୋଗ ଥିବା ଏହି ବିଭାଗ ରାଜ୍ୟ ତଥା ଦେଶର ଅର୍ଥନୀତିରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେଇ ପାରିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଭାଗ ପ୍ରତି ଅଧିକ ଆସ୍ଥା ପ୍ରକଟ…
ଭୁବନେଶ୍ୱର: ରାଜ୍ୟରେ ଜମିର ଦର ନିର୍ଦ୍ଧାରଣ ପାଇଁ ଦୁଇ ବର୍ଷରେ ଥରେ ଗଠିତ ହୋଇଥିବା କମିଟି ନିଷ୍ପତ୍ତି ନେବାର ନିୟମ ରହିଛି। ସେହି ଅନୁସାରେ ଗତ ୨୦୨୦ ମସିହା ଏପ୍ରିଲ ମାସରେ ରାଜ୍ୟ ସରକାର ଜମିର ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି ନେଇ ନିଷ୍ପତ୍ତି ନେଇଥିଲେ। ହେଲେ କରୋନା ମହାମାରୀ କାରଣରୁ ଲୋକଙ୍କ ଆର୍ଥିକ ଅସୁବିଧା ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବେଞ୍ଚମାର୍କ ମୂଲ୍ୟ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ପୁରୁଣା ଦର ଅନୁସାରେ ଜମିର କିଣାବିକା ଚାଲିଥିଲା। ହେଲେ ହଠାତ ପୁଣି ଥରେ ରାଜସ୍ୱ ବିଭାଗ ଗତ ମାର୍ଚ୍ଚ ୩୧ ତାରିଖରେ ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଯାହାକୁ ନେଇ ସବୁ ମହଲରେ ଅସନ୍ତୋଷ ଦେଖାଦେଇଛି। ଭୁବନେଶ୍ୱର ଲୟର୍ସ ଗୃପ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବା ସହ ନିଷ୍ପତ୍ତି ପ୍ରତ୍ୟାହାର ନେଇ ଭୁବନେଶ୍ୱର ସବରେଜିଷ୍ଟ୍ରାରଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି।
ଭୁବନେଶ୍ବର: ଆସନ୍ତା ୧୧ ତାରିଖରୁ ଟିକା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହି ଟୀକା ଉତ୍ସବ ୧୧ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ହେଲେ ଏହା ଭିତରେ ଦେଶରେ କରୋନା ଟୀକା ଅଭାବ ଦେଖାଦେଇଛି। ବର୍ତ୍ତମାନ ଓଡିଶାରେ ମଧ୍ୟ ସମାନ ପରିସ୍ଥିତି। ରାଜ୍ୟରେ ଦିନକୁ ୨ ଲକ୍ଷ ୫୦ ହଜାର ଟୀକା ଆବଶ୍ୟକତା ହେଉଥିବା ବେଳେ ବର୍ତ୍ତମାନ ତାହା ଶେଷ। ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ ହେଲେ ପର୍ଯ୍ୟାପ୍ତ ପରିମାଣରେ ଟୀକା ଆବଶ୍ୟକ ବୋଲି ରାଜ୍ୟ ସରକାର ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜଣାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏସିଏସ ପିକେ ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ଚିଠିରେ ତୁରନ୍ତ ରାଜ୍ୟ ସରକାରଙ୍କୁ ୨୫ ଲକ୍ଷ ଟୀକା ପଠାଇବାକୁ ଅନୁରୋଧ କରିଛନ୍ତି। ଆଗକୁ ଦୈନିକ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ କମ ଟିକା…
ଭୁବନେଶ୍ବର: ମାସ୍କ ନପିନ୍ଧିଲେ ଏଣିକି ୨ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଜରିମାନା। ଜରିମାନା ପରିମାଣ ରାଜ୍ୟ ସରକାର ବଢାଇଛନ୍ତି। ପ୍ରଥମ ଦୁଇଥର ପାଇଁ ୨ ହଜାର ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ଥିବା ବେଳେ ତୃତୀୟ ଥର ଧରାପଡିଲେ ୫ ହଜାର ଜରିମାନା ଦେବାକୁ ପଡିବ। କିନ୍ତୁ ପୂର୍ବରୁ ପ୍ରଥମ ଓ ଦ୍ଵିତୀୟ ଥର ପାଇଁ ଜରିମାନା ୧ ହଜାର ଥିଲା। ଆଜି ଜରିମାନା ଦୁଇଗୁଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତେବେ ନୂଆ ଗାଇଡଲାଇନ ଅନୁସାରେ ଟ୍ଵିନ ସିଟିରେ ବିବାହ ଏବଂ ଶୁଦ୍ଧିକ୍ରିୟା ପାଇଁ କଟକଣା ଲାଗିଛି। ବିବାହ ଉତ୍ସବରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ରହିଥିବା ବେଳେ ଶୁଦ୍ଧାକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିଛି।
ଭୁବନେଶ୍ୱର/ମୁମ୍ବାଇ: ବର୍ଷର ପୁଣି ସେହି ସମୟ ଉପନୀତ ହୋଇଛି। ବିଶ୍ୱର ସବୁଠାରୁ ଲୋକପ୍ରିୟ ଟ୍ୱେଣ୍ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ରେ ସେମାନଙ୍କର ପ୍ରିୟ ଦଳ ଓ ଖେଳାଳି ଆକ୍ସନକୁ ଓହ୍ଲାଇବା ପରେ ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକମାନେ ଗଗନ ପବନରେ ଏକ ରୋମାଂଚ ଅନୁଭବ କରିବେ। ଟୁର୍ଣ୍ଣାମେଣ୍ଟର ଚଳିତ ସଂସ୍କରଣ ଆଜି (ଏପ୍ରିଲ ୯ ତାରିଖ, ଶୁକ୍ରବାର) ଠାରୁ ଚେନ୍ନଇସ୍ଥିତ ଏମଏ ଚିଦମ୍ବରମ୍ ଷ୍ଟାଡିୟମରେ ଆରମ୍ଭ ହେଉଛି। କର୍ମଚଂଚଳ ସମୁଦାୟ, ବିଶେଷକରି ଏହିଭଳି ଆହ୍ୱାନମୂଳକ ସମୟରେ ଆନନ୍ଦ, ଆଶ୍ୱସ୍ତି ଏବଂ ଏକତ୍ର ହେବାର ସୁଯୋଗ ଆଣିଦେବା କ୍ଷେତ୍ରରେ କ୍ରିକେଟର ଅତୁଳନୀୟ ସ୍ପର୍ଦ୍ଧା ନିଶ୍ଚିତରେ ପାଳନ କରିବାଭଳି। ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ଟେଲିକମ୍ ଅପରେଟର ଏବଂ ଡିଜିଟାଲାଇଜେସନ ଚମ୍ପିଆନ, ଜିଓ, ଏକ ସ୍ଥାୟୀ ସ୍ମୃତି ଜାଗ୍ରତ କରିବା ଏବଂ ଦେଶର ପ୍ରତ୍ୟେକ ନାଗରିକ ଏହି ଉତ୍ସବ ପାଳନର ଯେଭଳି ଅଂଶବିଶେଷ ହେବେ ତାହା ସୁନିଶ୍ଚିତ କରିବାକୁ ଚାହୁଁଛି। କ୍ରୀଡା ପ୍ରତି ଜିଓର ପ୍ରତିବଦ୍ଧତାର ଅଂଶବିଶେଷ ଭାବରେ…

