ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ନଗମା ଗତକାଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ପୃଥକବାସରେ ରହୁଛନ୍ତି। ହେଲେ ସେ କରୋନା ଟୀକା ନେବା ପରେ ଆକ୍ରାନ୍ତ ହୋଇଥିବା ଖବର ନିଜେ ସୂଚନା ଦେଇଛନ୍ତି। ନଗମା ଏପ୍ରିଲ ୨ ତାରିଖରେ କରୋନା ଟୀକାର ପ୍ରଥମ ଡୋଜ ନେଇଥିଲେ। ତେଣୁ ଟୀକା ନେବା ପରେ ମଧ୍ୟ ସତର୍କ ରହିବାକୁ ତାଙ୍କ ପ୍ରଶଂସକମାନଙ୍କୁ ସେ ଅନୁରୋଧ କରିଛନ୍ତି। ନଗମା ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି।
Author: Samikhsya Bureau
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କ ରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ମାନଙ୍କରେ ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯଥା ସରକାରୀ କୋଠା, ଦୋକାନ ଘର ଗଡ଼ିଆ ପୋଖରୀ ଇତ୍ୟାଦି।ଏଗୁଡିକୁ ସମ୍ପୃକ୍ତ ଜିଲ୍ଲା ବ୍ଳକ ଓ ପଞ୍ଚାୟତରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଏହାକୁ ସେ ଅଞ୍ଚଳ ର ସାମାଜିକ ଓ ଆର୍ଥିକ ବିକାଶ ରେ ଲଗାଇ ପାରିବେ। ସାଧାରଣ ଲୋକ ଉପକାର ପାଇବେ। ମିଶନ ଶକ୍ତିର ମା ମାନେ ତାକୁ ଆଥିର୍କ କାର୍ଯ୍ୟରେ ଲଗାଇ ପାରିବେ।…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୪୦, ବରଗଡରୁ ୩୪, ଖୋର୍ଦ୍ଧାରୁ ୨୬, ସୁନ୍ଦରଗଡରୁ ୨୬, କଳାହାଣ୍ଡିରୁ ୨୨, କଟକରୁ ୧୬, ଅନୁଗୁଳରୁ ୯, ଗଞ୍ଜାମରୁ ୭, ମୟୂରଭଞ୍ଜରୁ ୭, ବାଲେଶ୍ବରରୁ ୬, ବଲାଙ୍ଗୀରିରୁ ୫, ଯାଜପୁରରୁ ୫, ଢେଙ୍କାନାଳରୁ ୩, କେନ୍ଦୁଝରରୁ ୩, ନବରଙ୍ଗପୁରରୁ ୩, ରାୟଗଡାରୁ ୩, ଝାରସୁଗୁଡାରୁ ୨, ନୟାଗଡରରୁ ୨, ପୁରୀରୁ ୨, ଜଗତସିଂହପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୮ ହଜାର ୮୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୫ ହଜାର ୫୨୬ କୁ ବୃଦ୍ଧି ହୋଇଛି।…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୬୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ଏପ୍ରିଲ୍ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମ୍ୟୁନିଟି ହେଲ୍ଥ ନର୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅରିଶୋଲ୍ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। “ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ” ପ୍ରସଙ୍ଗକୁ ଆଧାର କରି କମ୍ୟୁନିଟି ହେଲ୍ଥ ବିଭାଗର ଫାକଲ୍ଟି ଏବଂ ଏମ୍.ଏ.ସି ନର୍ସିଂର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ମେଳାରେ ୫ଟି ଷ୍ଟଲ୍ର ଆୟୋଜନ କରାଯାଇଥିଲା। ସବୁ ବୟସର ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସଚେତନତା ସମ୍ପର୍କିତ ସୂଚନା ଦିଆଯାଇଥିଲା। ରକ୍ତଚାପ, ମଧୁମେହ ଏବଂ ଓଜନ ଇତ୍ୟାଦି ପରୀକ୍ଷା କରାଯାଇଥିଲା। ସଂକ୍ରମଣ ସମ୍ବନ୍ଧୀୟ ସୂଚନା ଓ ସେବା, ମା ଏବଂ ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା, ସୁଷମ ଖାଦ୍ୟ ଓ ତା’ର ଉପକାରିତା…
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହୁଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବିଏମସି ଅଞ୍ଚଳରୁ କ୍ରମାଗତ ଭାବେ ୧୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଏନ୍ଫୋର୍ସମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଏବେ ରାତ୍ରୀକାଳୀନ କର୍ଫ୍ୟୁ କିମ୍ବା ଲକଡାଉନ କଟକଣା ଉପରେ ଚିନ୍ତା କରାଯାଉନାହିଁ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନ ଆକ୍ରାନ୍ତ ହେଉଥିବାରୁ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କାର୍ଯ୍ଯାଳୟରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସଂକ୍ରମଣକୁ ରୋକିବା ଦିଗରେ ବିଏମସି କାର୍ଯ୍ୟ କରିବା ସହ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରୁଛି। ସେଥିପାଇଁ ଭୁବନେଶ୍ଵରସ୍ଥିତ ସମ ହସ୍ପିଟାଲର ଶଯ୍ୟା ସଂଖ୍ୟାରେ ବୃଦ୍ଧି କରାଯାଇଛି। ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।
ଏପ୍ରିଲ 8 ତାରିଖ 1962 ମସିହାରେ ପଣ୍ଡିତ ଜବାହାରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଭାବେ ନେଉଛନ୍ତି ଶପଥ। ତାଙ୍କୁ ରାଷ୍ଟ୍ରପତି ଡ ରାଜେନ୍ଦ୍ର ପ୍ରସାଦ କରାଉଛନ୍ତି ଶପଥ। April 8, 1962: President Dr Rajendra Prasad administering the oath of office and secrecy to Prime Minister Shri Jawaharlal Nehru at a ceremony at Rashtrapati Bhavan.
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ଦେଶରେ ଧୀରେ ଧୀରେ କଟକଣାକୁ କଡାକଡି କରାଯାଉଛି। ମଧ୍ୟପ୍ରଦେଶ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡ଼ାଉନ ଘୋଷଣା କରିଛି। ଏହି ଲକଡାଉନ ୬୦ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସମସ୍ତ ସହରାଞ୍ଚଳ ପାଇଁ ଏହି ୬୦ ଘଣ୍ଟିଆ ଲକଡାଉନ ରାଜ୍ୟ ସରକାର ଘୋଷଣା କରିଛି। ଆସନ୍ତାକାଲି ସନ୍ଧ୍ୟା ୬ ଘଟିକା ଠାରୁ ସୋମବାର ସକାଳ ୬ ଘଟିକା ଯାଏଁ ଲକଡାଉନ କଟକଣା ଜାରି ରହିବ। ତେବେ ଏହି ସମୟରେ ଜରୁରୀକାଳିନ ସେବାକୁ ଛାଡିଦେଲେ ଅନ୍ୟସେବା ବନ୍ଦ ରହିବ ବୋଲି ନିର୍ଦ୍ଦେଶ ହୋଇଛି। ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ପକ୍ଷରୁ ନିର୍ଦ୍ଦେଶ ହୋଇଛି।
ଭୁବନେଶ୍ବର, ଓଡିଶାରେ ପୁଣି ଥରେ କୋଭିଡ ହସପିଟାଲ ଖୋଲିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ବିଚାରବିମର୍ଶ ଆରମ୍ଭ କରିଛି। ବର୍ତ୍ତମାନ ରାଜ୍ୟରେ ଯେପରି କରୋନାର ଦ୍ବିତୀୟ ଲହର ସୃଷ୍ଟି ହୋଇଛି ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବେ। ପୂର୍ବରୁ ଯେଉଁଠି ଏହି ହସପିଟାଲ ଖୋଲାଯାଇଥିଲା ସେହିଠାରେ ପୁଣି ଖୋଲିବାକୁ ଆଲୋଚନା ଚାଲିଛି। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ଆସିବା ପରେ ରାଜ୍ୟ ସରକାର କୋଭିଡ ହସପିଟାଲକୁ ବନ୍ଦ କରିଦେଇଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଅଳ୍ପ କେତୋଟି ହସପିଟାଲ ବର୍ତ୍ତମାନ ସୁଦ୍ଧା ଚାଲୁ ରହିଛି। ହେଲେ ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ ହସପିଟାଲକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାର ପରିସ୍ଥିତିକୁ ନଜରରେ ରଖି ସେଗୁଡିକ ପୁନଃଚାଲୁ କରାଯିବ ବୋଲି ଜଣାପଡିଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେଉଛନ୍ତି କରୋନା ଟିକା
ଭୁବନେଶ୍ବର: ରାଜ୍ୟରେ ୭୦୦ ଟୀକା କେନ୍ଦ୍ର ବନ୍ଦ ହୋଇଛି। ଟୀକା ଅଭାବରୁ ରାଜ୍ୟରେ ଟୀକାକରଣ ବାଧାପ୍ରାପ୍ତ ହୋଇଛି। ଦୈନିକ ୨ ଲକ୍ଷ ୫୦ ହଜାର ଟୀକା ଆବଶ୍ୟକ ଥିବା ବେଳେ କେବଳ ୧ଲକ୍ଷ ୧୧ ହଜାର ଟୀକା ଦିଆଯାଇଛି। ଆଗାମୀ ୧୦ ଦିନ ପାଇଁ ପ୍ରାୟ ୨୫ ଲକ୍ଷ ଟୀକା ଆବଶ୍ୟକ। ଟୀକା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ପଞ୍ଚାୟତ ରାଉତରାପଲ୍ଲୀ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରାପ୍ତ ସୂଚନା ମୁତାବକ ଖୋର୍ଦ୍ଧା, ଗଞ୍ଜାମ, ପୁରୀ, ବାଲେଶ୍ୱର ସମେତ ଭୁବନେଶ୍ୱରରୁ ମାତ୍ରାଧିକ ମହିଳା ରାଉତରାପଲ୍ଲୀ ଗ୍ରାମରେ ତୁମୁୂଳକାଣ୍ଡ ଘଟାଇଛନ୍ତି। ଅଭିଯୋଗକ୍ରମେ ରାଉତରାପଲ୍ଲୀ ଗ୍ରାମର ଜନୈକ ମହିଳା ଦୀର୍ଘଦିନ ଧରି ବିବାହିତ ପୁରୁଷମାନଙ୍କୁ ମୋହରା କରି ଅନୈତିକ କାର୍ଯ୍ୟ କରିବା ସହ ବିବାହ ବନ୍ଧନରେ ବାନ୍ଧିହୋଇ ଟଙ୍କା ପଇସା ଲୁଟୁଥିଲା। କିଛି ସମୟର ଦେଖା ସାକ୍ଷାତ ହେଉ ଅଥବା ମୋବାଇଲ ବାର୍ତ୍ତାଳାପରେ ପୁରୁଷମାନଙ୍କୁ ଆକୃଷ୍ଟ କରି ଅନୈତିକ ସମ୍ପର୍କ ରଖିବା ସହ ଗୋପନରେ ଭିଡ଼ିଓ ରେକଡିଂ, ଅଶ୍ଲିଳ ଫଟୋ ଉଠାଇ ବ୍ଲାକ୍ମେଲିଂ କରି ବିବାହର ନାଟକ କରି ଟଙ୍କାପଇସା ଲୁଟୁଥିଲା। ଯାହାଫଳରେ ବିବାହିତ ମହିଳାମାନେ ନିଜର ବୈବାହିକ ସମ୍ପର୍କ ହରାଇବା ସହ ଅଦ୍ୟାବଧି ଛାଡ଼ପତ୍ର ମାମଲା ମଧ୍ୟ ଲାଗି ରହିଛି। ଏ ସଂକ୍ରାନ୍ତରେ ମହିଳାମାନେ ନିଜ ନିଜ ଅଞ୍ଚଳରେ…
ଭୁବନେଶ୍ବର: ଆଜି ରାଜ୍ୟରେ ୮୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୫ ହଜାର ୫୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୮ ହଜାର ୬୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୮୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୮ ଟି ଜିଲ୍ଲାରୁ ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୩୧ ଜଣ, ଅନୁଗୁଳ ୨୦ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୨…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ବିତୀୟ ଡୋଜ କରୋନା ଟିକା ଗ୍ରହଣ କରିଛନ୍ତି। ଆଜି ସକାଳୁ ପ୍ରଧାନମନ୍ତ୍ରୀ ଏମସ୍ ହସପିଟାଲରେ ପହଁଚି ଏହି ଟିକା ଗ୍ରହଣ କଲେ ବୋଲି ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, କରୋନାକୁ ହରାଇବାକୁ ହେଲେ ଏହି ଟିକା ସମସ୍ତେ ଗ୍ରହଣ କରନ୍ତୁ। ଯଦି ଆପଣଙ୍କ ପାଳି ଆସିଛି ତେବେ ତୁରନ୍ତ ଟିକା ନିଅନ୍ତୁ। ନଚେତ ଆପଣ ପାଳିକୁ ଅପେକ୍ଷା କରନ୍ତୁ। ଏଥିସହିତ ସମସ୍ତେ ଟିକା ନେବା ପାଇଁ ଥିବା ୱେବ ସାଇଟ CoWin.gov.in ରେ ରେଜିଷ୍ଟ୍ରେସନ କରନ୍ତୁ ବୋଲି ମୋଦି ଆହ୍ବାନ ଦେଇଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୬ ହଜାର ୭୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬୮୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୯ ଲକ୍ଷ ୨୮ ହଜାର ୫୭୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬ ହଜାର ୮୬୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ୫୧ ହଜାର ୩୯୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯ ଲକ୍ଷ ୧୦ ହଜାର ୩୧୯ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର ସାକାର କରିବା ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶ୍ବେତ ବସ୍ତୁ (ଏୟାର କଣ୍ଡିସନର ଓ ଏଲଇଡି ଲାଇଟ୍) ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର ଦେଇଛନ୍ତି। ଏହି ଯୋଜନା ପାଇଁ ୬୨୩୮ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ପିଏଲଆଇ ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି କ୍ଷେତ୍ର ଆଧାରିତ ଅକ୍ଷମତାକୁ ଦୂର କରି, ବ୍ୟାପକ ମାତ୍ରାରେ ଅର୍ଥବ୍ୟବସ୍ଥାର ନିର୍ମାଣ ଓ ଦକ୍ଷତା ସୁନିଶ୍ଚିତ କରିବା ତଥା ଭାରତରେ ଉତ୍ପାଦନକୁ ବିଶ୍ବସ୍ତରୀୟ ପ୍ରତିଦ୍ବନ୍ଦ୍ବିତାମୂଳକ କରିବା। ଏହାର ରୂପରେଖ ଭାରତରେ ଉପକରଣ ଏବଂ ଯନ୍ତ୍ରାଂଶ ନିର୍ମାଣର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଯାହାଫଳରେ ଭାରତକୁ ବିଶ୍ବ ଯୋଗାଣ-ଶୃଙ୍ଖଳର ମହତ୍ବପୂର୍ଣ୍ଣ ଅଂଶବିଶେଷ କରାଯାଇପାରିବ। ଏହି ଯୋଜନା କାର୍ୟ୍ୟକାରୀ ଫଳରେ ବୈଶ୍ବିକ ନିବେଶ ଆକୃଷ୍ଟ କରିବା, ବ୍ୟାପକ ମାତ୍ରାରେ…
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ। ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ। ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ।…
ନୂଆଦିଲ୍ଲୀ, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସହଯୋଗ ତଥା ବିଶେଷଜ୍ଞ ବିନିମୟ ପାଇଁ ଭାରତ-ଜାପାନ ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ କରିଛି । ୨୦୨୦ ନଭେମ୍ବରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ଆଲୋଚନା ଓ ସମୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ଏହି ଚୁକ୍ତି ବାବଦରେ ଭଲଭାବେ ଅବଗତ ହେବା ପରେ ଏହାକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏହି ବୁଝାମଣାପତ୍ର ଅନୁସାରେ ଭାରତ ସରକାରଙ୍କ ମହାକାଶ ଗବେଷଣା ବିଭାଗ ଅଧୀନସ୍ଥ ଜାତୀୟ ବାୟୁମଣ୍ଡଳୀୟ ଗବେଷଣା ପ୍ରତିଷ୍ଠାନ(ନାର୍ଲ) ଏବଂ ଜାପାନର କ୍ୟୋଟ ବିଶ୍ୱବିଦ୍ୟାଳୟ ଅଧୀନ ସସ୍ଷ୍ଟେନେବୁଲ ହ୍ୟୁମାନସ୍ପିୟର ପ୍ରତିଷ୍ଠାନ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶରେ ଅତି ଉଚ୍ଚମାନର ସୋଲାର ପିଭି ନିର୍ମାଣ ପାଇଁ ଉଦ୍ଧିଷ୍ଟ ଜାତୀୟ କାର୍ୟ୍ୟକ୍ରମ ନିମନ୍ତେ ଉତ୍ପାଦନଭିତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାରେ ଯେଉଁ ସବୁ ଉଦ୍ୟୋଗ ଉଚ୍ଚମାନର ସୋଲାର ପି.ଭି ଉତ୍ପାଦନ କରିବେ ସେମାନଙ୍କୁ ପିଏଲଆଇର ଅନ୍ତର୍ଭୁକ୍ତ କରିବା ପାଇଁ ନୂଆ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପ୍ରସ୍ତାବ ଉପସ୍ଥାପନ କରିଥିଲା । ଏହାକୁ ଅନୁଧ୍ୟାନ କରିବା ପରେ କ୍ୟାବିନେଟ ଅନୁମୋଦନ କରିଛି । ଏଥିପାଇଁ ୪,୫୦୦ କୋଟି ଟଙ୍କାର ଯେଉଁ ଜାତୀୟ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ସେଥିରେ ଜିଗାୱାଟ ସ୍ତରର ଅତି ଉଚ୍ଚମାନର ସୌର ପିଭି ମଡ୍ୟୁଲ ଦେଶରେ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ଭାରତରେ ଯେଉଁ ସୌରଶକ୍ତି ଉତ୍ପାଦନ କରାଯାଉଛି ସେଥିରେ ବ୍ୟବହୃତ ପିଭି ସେଲ ପାଇଁ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି…
ନୂଆଦିଲ୍ଲୀ, ୮ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ତାମିଲନାଡୁ ଓ କେରଳରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ଦେଖାଦେଇଥିବା ମୋଟ ନୂଆ ମାମଲା ମଧ୍ୟରୁ ୮୦.୭୦% ଏହି ୮ଟି ରାଜ୍ୟରୁ ଆସିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୫,୪୬୯ ନୂଆ ମାମଲା ରେକର୍ଡ କରାଯାଇଛି । ଏହା ପଛକୁ ଥିବା ଛତିଶଗଡ଼ରେ ୯,୯୨୧ ନୂଆ ମାମଲା ଦେଖାଦେଇଥିବା ବେଳେ କର୍ଣ୍ଣାଟକରେ ୬,୧୫୦ ମାମଲା ସାମ୍ନାକୁ ଆସିଛି । ଭାରତର ମୋଟ ସକ୍ରିୟ କରୋନା ମାମଲା ୮,୪୩,୪୭୩ରେ ପହଞ୍ଚିଛି । ଭାରତର ମୋଟ କରୋନା ମାମଲାର ଏହା ଏବେ ୬.୫୯% ରହିଛି । ଗତ ୨୪ ଘଣ୍ଟାରେ ଦେଶର ମୋଟ ସକ୍ରିୟ ମାମଲାରେ ଆଉ ୫୫,୨୫୦ ଯୋଡ଼ି ହୋଇଯାଇଛି । ଭାରତର ମୋଟ କରୋନା ସକ୍ରିୟ ମାମଲା ମଧ୍ୟରୁ ୭୪.୫%…
ନୂଆଦିଲ୍ଲୀ, ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଦେଶରେ ୧୩,୩୨,୧୩୦ ସେସନ ଜରିଆରେ ମୋଟ ୮,୭୦,୭୭,୪୭୪ ଟିକା ଡୋଜ ପରିଚାଳନା କରାଯାଇ ସାରିଲାଣି । ଏଥିରେ ୮୯,୬୩,୭୨୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ନେଇଥିବା ବେଳେ ୫୩,୯୪,୯୧୩ ସ୍ୱାସ୍ଥ୍ୟ କର୍ମୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି । ସେହିଭଳି ୯୭,୩୬,୬୨୯ ଫ୍ରଣ୍ଟଲାଇନ କର୍ମଚାରୀ ପ୍ରଥମ ଡୋଜ ନେଇଥିବା ବେଳେ ୪୩,୧୨,୮୨୬ ଫ୍ରଣ୍ଟଲାଇନ କର୍ମଚାରୀ ଦ୍ୱିତୀୟ ଡୋଜ ନେଇସାରିଲେଣି । ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ୩,୫୩,୭୫,୯୫୩ ହିତାଧିକାରୀ ପ୍ରଥମ ଡୋଜ ଏବଂ ୧୦,୦୦,୭୮୭ ହିତାଧିକାରୀ ଦ୍ୱିତୀୟ ଡୋଜ ନେଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସର ୨,୧୮,୬୦,୭୦୯ ହିତାଧିକାରୀ ପ୍ରଥମ ଓ ୪,୩୧,୯୩୩ ହିତାଧିକାରୀ ଦ୍ୱିତୀୟ ଡୋଜ ଗ୍ରହଣ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ଲକ୍ଷରୁ ଅଧିକ ଟିକା ଡୋଜ ପରିଚାଳନା କରାଯାଇଛି । ଟିକାକରଣ ଅଭିଯାନର ୮୧ତମ ଦିନ ଅର୍ଥାତ ୨୦୨୧ ଏପ୍ରିଲ ୬…

