କର୍କଟ: – ଅଧ୍ୟୟନ ପ୍ରତି କମ୍ ଧ୍ୟାନ ଦେବା କିମ୍ବା ଘର ବଦଳରେ ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତାଇବା କାରଣରୁ ପିଲାମାନେ ଅସନ୍ତୁଷ୍ଟ ହୋଇପାରନ୍ତି । କିଛି ଲୋକଙ୍କ ପାଇଁ, ନୂଆ ରୋମାନ୍ସ ସତେଜତା ଆଣିବ ଏବଂ ଆପଣଙ୍କୁ ଖୁସି ରଖିବ । ଏପରି ପରିସ୍ଥିତିକୁ ଦୂର କରିବା ପାଇଁ ଯଦି ଆପଣଙ୍କର ଦୃଢ ଇଚ୍ଛାଶକ୍ତି ଅଛି, ତେବେ କିଛି ଅସମ୍ଭବ ହେବ ନାହିଁ। ବିଛା : – ଆଜି, ଯଦି ଆପଣ ଅନ୍ୟମାନଙ୍କ କଥା ଶୁଣି ବିନିଯୋଗ କରନ୍ତି, ତେବେ ଆର୍ଥିକ କ୍ଷତି ପ୍ରାୟ ନିଶ୍ଚିତ ଅଟେ । ଘରେ କିଛି ପରିବର୍ତ୍ତନ ଆପଣଙ୍କୁ ବହୁତ ଭାବପ୍ରବଣ କରିପାରେ, କିନ୍ତୁ ଯେଉଁମାନେ ଆପଣଙ୍କ ପାଇଁ ସ୍ୱତନ୍ତ୍ର, ସେମାନଙ୍କ ଭାବନାକୁ ଆପଣ ପ୍ରକାଶ କରିବାକୁ ସମର୍ଥ ହେବେ ।
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ଓଡିଶା ପ୍ରସିଦ୍ଧ ପଞ୍ଚଦୋଳ ଯାତ୍ରା ଆଜି ଅପରାହ୍ନରେ ସମାପନ ହୋଇଯାଇଛି। ଗତକାଲି ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଉକ୍ତ ଉତ୍ସବ ଆଜି ମେଳଣ ଉତ୍ସବ ପରେ ଅନୁଷ୍ଠାନିକ ଭାବେ ସମାପ୍ତ ହୋଇଛି। ବଢୁଥିବା କୋଭିଡ ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଉକ୍ତ ଯାତ୍ରାରେ ଭକ୍ତଙ୍କ ଆଗମନ ଉପରେ ରୋକ ଲଗାଇଥିବାବେଳେ ସେବକ ମାନକ ସଂଖ୍ୟା ମଧ୍ୟ କାଣ୍ଟଛାଣ୍ଟ କରିଥିଲା। ଯାହାଫଳରେ ଚଳିତ ବର୍ଷ ପଞ୍ଚଦୋଳ ଯାତ୍ରା ବିନା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ବାଣପୁର, ବାଲୁଗାଁ ତଥା ଚିଲିକା ଅଞ୍ଚଳର ହଜାର ହଜାର ଜନସାଧାରଣ ମାନେ ମୁଣ୍ଡପୋତି ପ୍ରଶାସନର ଉକ୍ତ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଘରେ ରହିଥିଲେ। ଶୁକ୍ରବାର ସଂଧ୍ୟାରୁ ଶନିବାର ସଂଧ୍ୟା ପର୍ଯ୍ୟନ୍ତ ଗାଲୁଆ ଛକଠାରୁ ପଞ୍ଚଦୋଳ ପଡ଼ିଆ ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର ବନ୍ଦ ରହିଥିଲା। ଏବଂ ଜନସାଧାରଣ ମାନେ ସ୍ୱତଃପ୍ରବୃତ ଭାବେ ବହୁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୨, ସୁନ୍ଦରଗଡରୁ ୨୭, ନୂଆପଡ଼ାରୁ ୨୩, କଟକରୁ ୧୯, ବଲାଙ୍ଗୀରିରୁ ୧୫, ବାଲେଶ୍ବରରୁ ୧୧, ଢେଙ୍କାନାଳରୁ ୧୦, ସମ୍ବଲପୁରରୁ ୧୦, ଗଞ୍ଜାମରୁ ୭, ଅନୁଗୁଳରୁ ୬, ମୟୂରଭଞ୍ଜରୁ ୫, ପୁରୀରୁ ୫, ଯାଜପୁରରୁ ୪, କଳାହାଣ୍ଡିରୁ ୨, କୋରାପୁଟରୁ ୨, ନୟାଗଡରୁ ୨, ଜଗତସିଂହପୁରରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧, ରାୟଗଡ଼ାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୭ ହଜାର ୬୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪ କୁ…
ରମେଶ ମହାନ୍ତି ଜଗତସିଂହପୁର: ଦିର୍ଘଦିନ ପରେ ତିର୍ତ୍ତୋଲ ବ୍ଳକ୍ ଛକରେ ଜଳିଲା ଆଲୁଅ। କଟକ-ପାରାଦ୍ବୀପ ରାସ୍ତା କଡରେ ଅବସ୍ଥିତ ତିର୍ତ୍ତୋଲ ବ୍ଳକ ଛକ ମୁଖ୍ୟ ଗେଟ୍ ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ଲକ୍ ପ୍ରଶାସନ ପକ୍ଷରୁ ରାତିରେ କୌଣସି ଆଲୋକ ବ୍ୟବସ୍ଥା ନଥିବାରୁ ସଂନ୍ଧ୍ୟା ହେବା ପରେ ଅନ୍ଧାରର ସୁଯୋଗ ନେଇ ସେଠାରେ ଦେହଜିବୀ ମାନଙ୍କ ସହିତ ଅସାମାଜିକ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲା। ଏହି ଅସାମାଜିକ ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏକ ଖରାପ ବାତାବରଣ ସୃଷ୍ଟି ହେବା ସହ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଉଥିଲା। ଏନେଇ କିଛିଦିନ ପୂର୍ବେ ସମୀକ୍ଷା ନ୍ୟୁଜ୍ ରେ ଏକ ଖବର ପ୍ରକାଶ ପାଇଥିଲା। ନ୍ୟୁଜ୍ ପ୍ରକାଶ ପାଇବା ପରେ ସକ୍ରିୟ ହୋଇ ଉଠିଥିଲା ବ୍ଲକ୍ ପ୍ରଶାସନ। ଦୁଇଦିନ ପୁର୍ବେ ବ୍ଲକ୍ ପ୍ରଶାସନ ପକ୍ଷରୁ (ଜି.ଜି.ୱାଇ) ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବ୍ଲକଛକ ମୁଖ୍ୟ ଗେଟ୍ କଡରେ ଗୋଟିଏ ହାଇମାକ୍ସ ଲାଇଟ୍ ଓ ସିଡିପିଓ ଙ୍କ କାର୍ଯ୍ୟାଳୟ…
ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ ଠାକୁରଙ୍କ ଦର୍ଶନ ଲାଗି ମନ୍ଦିର ପ୍ରଶାସନ ନୂଆ ଏସଓପି ଜାରି କରିଛି। ସକାଳ ୬ ଟା ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। କିନ୍ତୁ ଆସନ୍ତାକାଲିଠାରୁ ସବୁ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପ୍ରତ୍ୟେକ ରବିବାର ଦିନ ଶ୍ରୀମନ୍ଦିର ପରିସରକୁ ବିଶୋଧନ କରାଯିବ। ରବିବାର ଦିନକୁ ଛାଡି ଅନ୍ୟ ଦିନଗୁଡିକରେ ଭକ୍ତମାନେ ସକାଳ ୬ ଟାରୁ ଦର୍ଶନ ଆରମ୍ଭ କରିବେ। ଶ୍ରୀମନ୍ଦିର ବନ୍ଦ ପରେ ସପ୍ତାହକୁ ଦୁଇଥର ବିଶୋଧନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ରାୟପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଆଉ କେତେ ଜଣ ଯବାନ ଆହତ ହୋଇଛନ୍ତି। ଏଥିରେ କେତେ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ଛତିଶଗଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସିଆରପିଏଫର କୋବ୍ରା କମାଣ୍ଡୋ ଟିମ୍, ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଟିମ୍ ମାଓବାଦୀ ବିରୋଧରେ ସର୍ଚ୍ଚ ଅଭିଯାନ ଚଲାଉଥିବା ବେଳେ ହଠାତ୍ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ବସ୍ତର ରେଞ୍ଜର ବିଜାପୁର ଜିଲ୍ଲା ଅନ୍ତର୍ଗତ ତାରେମ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୬୧୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୯୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୦୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ବାଚସ୍ପତିଙ୍କ ପୋଡ଼ିୟମକୁ ଚପଲ ଫିଙ୍ଗା ଘଟଣାରେ ୩ ଜଣ ବିଜେପି ବିଧାୟକ ନିଲମ୍ବିତ ହୋଇଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧିଦଳର ମୁଖ୍ୟ ସଚେତକ ମୋହନ ମାଝୀ, ଜୟନାରାୟଣ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। ଚଳିତ ଅଧିବେଶନରୁ ଏହି ତିନି ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ଭିଡ଼ିଓ ଫୁଟେଜ ଦେଖିବା ପରେ ବାଚସ୍ପତି ଏହି ତିନିଜଣ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତେବେ ଏହି ନିଲମ୍ବନକୁ ବିରୋଧ କରି ବିଜେପି ବିଧାୟକମାନେ ଗନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।
ଭୁବନେଶ୍ୱର: ଭାରତରେ ମୁଖ ଗହ୍ୱର କର୍କଟ ରୋଗ ତିନୋଟି ପ୍ରମୁଖ କର୍କଟ ପ୍ରକାରରୁ ଅନ୍ୟତମ ଯେଉଁଥିରେ କି ପ୍ରତି ଏକ ଘଂଟାରେ ୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଯଦି ଏହି ରୋଗର ଆଗୁଆ ଚିହ୍ନଟ ଏବଂ ଚିକିତ୍ସା କରାଯାଏ ତେବେ ଏହାଦ୍ୱାରା ରୋଗୀଟି ଯଥେଷ୍ଟ ଅଧିକ ଦିନ ବଂଚି ରହିବାର ସୁଯୋଗ ପାଇଥାଏ ଏବଂ ଏହାର ଚିକିତ୍ସା ମଧ୍ୟ ଖୁବ୍ ସୁଲଭ ହୋଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସେସ୍ , ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି। ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗ୍ରେ ସାରା ଦେଶର ଦନ୍ତ ବିଜ୍ଞାନ ଅନୁଷ୍ଠାନ ମଧ୍ୟରେ ୧୨ ତମ ସ୍ଥାନରେ ରହିଥିବା ଆଇଡିଏସ୍ ପକ୍ଷରୁ ଆସନ୍ତ ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଦିନ ମାଗଣା…
ଭୁବନେଶ୍ବର, ପୁଣିଥରେ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ କଟକଣା। ଆଜି ରାଜ୍ୟ ସରକାର ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁକରିଛନ୍ତି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି। ଯେଉଁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ । ତେବେ ଏହି ନାଇଟ କର୍ଫ୍ୟୁ ଆସନ୍ତା ୫ ତାରିଖ ଅର୍ଥାତ ସୋମବାର ଠାରୁ ଲାଗୁ ହେବ। ଏହି କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ।
ଭୁବନେଶ୍ବର, ଆଜି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ତୈଳ୍ୟଚିତ୍ର ପ୍ରଦାନ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ଏହି ଚିତ୍ରକୁ ପ୍ରଦାନ କରିଛନ୍ତି ମୁଖ୍ୟ ପ୍ରଶାସକ କିଶନ କୁମାର। ସେ ରାଜଭବନ ଆସି ଓଡିଶା ଗସ୍ତର ସ୍ମୃତି ହିସାବରେ ରଖିବା ପାଇଁ ଏହି ଉପହାର ପ୍ରଦାନ କରାଯାଇଛି। ଏହାକୁ ଗ୍ରହଣ କରି ଉପରାଷ୍ଟ୍ରପତି ମନ୍ଦିର ପ୍ରଶାସକଙ୍କୁ ଧନ୍ୟବାଦ ମଧ୍ୟ ପ୍ରଦାନ କରିଛନ୍ତି। ସେ ଓଡିଆରେ ଟୁଇଟ କରି କହିଛନ୍ତି ଯେ, “ପ୍ରଭୁ ଜଗନ୍ନାଥଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ବିବେଚନା କରାଯାଇଥାଏ ଏବଂ ସେ ସାରା ଦେଶରେ ପୂଜିତ। ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଆମର ପ୍ରାଚୀନ ମନ୍ଦିର ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ ନୁହେଁ ବରଂ ଏହା ଭାରତୀୟ ସଂସ୍କୃତିର ଜୀବନ୍ତ ଐତିହ୍ୟ।”
ପିପିଲି, ଆଜି ପିପିଲି ବ୍ଲକର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ ହେଲେ ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଈଶ୍ୱର ପ୍ରସାଦ ଦାଶ ମହତାବ, ପୂର୍ବତନ ବ୍ଲକ ମହିଳା ମୋର୍ଚ୍ଚା ସଭାପତି ଓ ପୂର୍ବତନ ଜିଲ୍ଲା ପରିଷଦ ପାର୍ଥିନୀ ମମତା ମଞ୍ଜରୀ ମହାନ୍ତି। ସେହିପରି ଶଙ୍କର୍ଷଣ ସ୍ୱାଇଁ, ଧୀରେନ୍ଦ୍ରନାଥ ଦଳେଇ, ଅଭିରାମ ବେହେରା, ବୈକୁଣ୍ଠନାଥ ପାତ୍ରଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ଉପସ୍ଥିତି ଥିଲେ। ପିପିଲି ଉପ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଏପରି ମିଶ୍ରଣ ପର୍ବ ବିଜେଡିକୁ ଶକ୍ତିଶାଳି କରିଛି।
ଭୁବନେଶ୍ବର, ଆଜି ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଉତ୍କଳ ବିଶ୍ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପାଞ୍ଚ ଜଣଙ୍କୁ ସମ୍ମାନ ଜନକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିଛନ୍ତି। ସେମାନେ ହେଲେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମହାଲେଖାନିୟନ୍ତ୍ରକ ଗିରିଶ ଚନ୍ଦ୍ର ମୁର୍ମୁ, ବିଚାରପତି ସଂଜୁ ପଣ୍ଡା, ଭାବା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଅଜିତ ମହାନ୍ତି ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଠା ବିଜୟ କୁମାର ସାହୁ। ଏହି ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଭୁବନେଶ୍ବର, ଆଜି ବିଧାନସଭାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ବିରୋଧୀ ବିଜେପି ବିଧାୟକ ଚପଲ ଫିଙ୍ଗିଛନ୍ତି। ଏହି ଚପଲ ବିଧାୟକ ଜୟ ନାରାୟଣ ମିଶ୍ର ଫିଙ୍ଗିଛନ୍ତି ବୋଲି ଜଣାପଡିଛି। ତେବେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ମଧ୍ୟ ଚପଲ ଫିଙ୍ଗିଛନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ବିଷ୍ଣୁ ଚପଲ ନୁହେଁ ପେନ ଏବଂ ହେଡଫୋନ ଫିଙ୍ଗିଛନ୍ତି ବୋଲି ନିଜେ ସ୍ବୀକାର କରିଛନ୍ତି। ସଂଶୋଧିତ ଲୋକାୟୁକ୍ତ ବିଲ ପାଶ ବେଳେ ଜୟନାରାୟଣ ମିଶ୍ର ଏହି ଚପଲ ଫିଙ୍ଗିଛନ୍ତି ବୋଲି ଜଣାପଡିଛି। ଚପଲ ଫିଙ୍ଗିବା ନେଇ ଖୋଦ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ବାଚସ୍ପତି ଯାହା କରୁଛନ୍ତି ତାଙ୍କ ପାଇଁ ଏହା ଯୋଗ୍ୟ। ବିନା ଆଲୋଚନାରେ ବିଲ ପାଶ କରିବା କାମ ବାଚସ୍ପତି କରୁଛନ୍ତି। ମୁଲତବି ପ୍ରସ୍ତାବକୁ ଗ୍ରହଣ କରାଯାଉ ନାହିଁ। ମଣିଷକୁ ବାଧାଲାଗିଲେେ ଯାହା ଇଚ୍ଛା ତାହା କରିବ। ସେଥିପାଇଁ କୌଣସି ଅନୁଶୋଚନା…
ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର 50ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦୁଇଟି ପରମର୍ଶ ଦେଇଛନ୍ତି। ସେହି ଦୁଇଟି ପରାମର୍ଶକୁ ଉତ୍କଳ ବିଶ୍ବବିଦ୍ୟାଳୟ କାର୍ଯ୍ୟକାରୀ କରୁ ବୋଲି ଉପରାଷ୍ଟ୍ରପତି ଆସା କରିଛନ୍ତି। ତାଙ୍କ ଅଭିଭାଷଣରେ ସେ ଏହି ଦୁଇଟି ପ୍ରସ୍ତାବ ସଂପର୍କରେ ଯାହା କହିଲେ ତାହା ହେଲା.. ” ଓଡ଼ିଶାର ଏକ ବିଶେଷତ୍ୱ ହେଉଛି ଏଠାରେ ଆଦିବାସୀମାନେ ଅଧିକ ସଂଖ୍ୟାରେ ବାସ କରନ୍ତି । ଏଠାରେ ୬୨ ପ୍ରକାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକ ଅଛନ୍ତି । ଓଡ଼ିଶାର ମୋଟ ଜନସଂଖ୍ୟାର ୨୩ ଶତାଂଶ ଆଦିବାସୀ । ଭାରତର ମୋଟ ଆଦିବାସୀ ଜନସଂଖ୍ୟାର ୯.୧୭ ଶତାଂଶ ଲୋକ ଓଡ଼ିଶାରେ ବାସ କରନ୍ତି । ତେଣୁ ଏହି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ଓ କଲ୍ୟାଣ ଆମର ପ୍ରାଥମିକତା ହେବା ଉଚିତ। ଏଠାରେ ମୁଁ ଯୋରଦେଇ ସହ କହିବାକୁ ଚାହେଁ ଯେ ଆଦିବାସୀଙ୍କ ପ୍ରତି ଆମର ଦୃଷ୍ଟିକୋଣରେ…
ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର 50 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ତେବେ ପ୍ରଥମ କେତେ ଧାଡି ସେ ଓଡିଆରେ ଅଭିଭାଷଣ ରଖିଥିଲେ। ଏହି ଅବସରରେ ସେ ଯାହା କହିଲେ ତାହା ହେଲା.. ମନୋରମ ମନ୍ଦିର ନଗରୀ ଭୁବନେଶ୍ୱରରେ ଅବସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମୁଁ ବିଶେଷ ଆନନ୍ଦିତ । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ତଥା ଅବିଭକ୍ତ ଭାରତର ସପ୍ତଦଶ ବିଶ୍ୱବିଦ୍ୟାଳୟ ହୋଇଥିବା ଜାଣି ଖୁସି ହେଲି । ମୋଟ ୨୭ଟି ସ୍ନାତକୋତ୍ତର ବିଭାଗ, ୮ଟି ସେଣ୍ଟର ଅଫ ଏକ୍ସଲେନ୍ସ ଓ ଗୋଟିଏ ଇଣ୍ଟର ନ୍ୟାସନାଲ ସେଲ୍ ସହିତ ଏହି ବିଶ୍ୱବିଦ୍ୟାଳୟ ଯଥାର୍ଥରେ ଓଡ଼ିଶାର ଶିକ୍ଷା କ୍ଷେତ୍ରର ଏକ ଆକର୍ଷଣ । ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ ବା ‘ନ୍ୟାକ୍’ ଦ୍ୱାରା ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏ+ ଗ୍ରେଡ୍ ମାନ୍ୟତା ପାଇଥିବାରୁ ମୁଁ ଏହି ଶିକ୍ଷାନୁଷ୍ଠାନକୁ ଅଭିନନ୍ଦନ ଜଣାଉଛି ।…
ମେରଠ: ଉତ୍ତରପ୍ରଦେଶର ମେରଠ ଥାନା ଅନ୍ତର୍ଗତ କୋତବାଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟିୟୁସନରୁ ଫେରୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଚାରି ଜଣ ଯୁବକ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ପୀଡ଼ିତା ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ଶୁଣିବାକୁ ମିଳିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ପୀଡ଼ିତା ଜଣଙ୍କ ଟିୟୁସନରୁ ଫେରୁଥିବା ବେଳେ ସେହି ଗ୍ରାମର ଚାରି ଜଣ ଯୁବକ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। ଆହତ ଅବସ୍ଥାରେ ସେ ଘରକୁ ଫେରି ବିଷ ପାନ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଏବେ ଫେରାର ଅଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କାର ଏକ ସେତୁ ଉଦଘାଟନ କରିଛନ୍ତି। ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ପରିବର୍ତ୍ତନ କରାଯାଇ ଏହାକୁ ନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ବରକୁ ଦୂରତ୍ବ ମଧ୍ୟ କମିବ । ଏହାଦ୍ବାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଯୋଗାଯୋଗରେ ସୁବିଧା ଆସିବ। ଏହି ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଗଞ୍ଜାମ ଜିଲ୍ଲା ଆମ ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା ଓ ବାଣିଜ୍ୟ କେନ୍ଦ୍ର । ଜିଲ୍ଲାର ଜନସାଧାରଣ ସେମାନଙ୍କ ପରିଶ୍ରମ ପାଇଁ ସୁନାମ କରିଛନ୍ତି । ଏହି ସେତୁ ଦ୍ବାରା ଜିଲ୍ଲାର ବାଣିଜ୍ୟ କାରବାର, ପର୍ୟ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ମୁଁ ଆଶା କରୁଛି ।” ବିକାଶ ପାଇଁ ଭିତ୍ତିଭୂମି…
ଲକ୍ଷ୍ନୌ: ବରିଷ୍ଠ ନାଗରିକ ଭରଣପୋଷଣ କଲ୍ୟାଣ ଅଧିନିୟମ-୨୦୧୭ ଆଇନରେ ସଂଶୋଧନ ପାଇଁ ଉତ୍ତରପ୍ରଦେଶ ରାଜ୍ୟ ବିଧି ନିୟମ ଦ୍ଵାରା (ୟୁପିଏସଏଲସି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ମୁଖରେ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ଯେଉଁ ଆଇନ ବଳରେ ଉତ୍ତରାଧିକାରୀଙ୍କ ଦ୍ଵାରା ଦୁର୍ବ୍ୟବହାର କରାଗଲେ ବରିଷ୍ଠ ନାଗରିକମାନେ ତାଙ୍କ ସମ୍ପତ୍ତି ଫେରସ୍ତ ନେଇପାରିବେ। ୟୁପିଏସଏଲସିର ପ୍ରସ୍ତାବ ଅନୁଯାୟୀ, ବରିଷ୍ଠ ବ୍ୟକ୍ତିଙ୍କ ଦ୍ଵାରା ଉପହାର ସ୍ୱରୂପ ଦିଆଯାଇଥିବା ସମ୍ପତ୍ତିଙ୍କୁ ଅଭିଯୋଗ ପରେ ମଧ୍ୟ ବାତିଲ କରାଯିବ। ଏହାସହ ଯଦି ବରିଷ୍ଠ ନାଗରିକଙ୍କୁ ଘରେ ରହୁଥିବା ପିଲାମାନେ କିମ୍ବା ସମ୍ପର୍କୀୟ ଯତ୍ନ ନିଅନ୍ତି ନାହିଁ କିମ୍ବା ଖରାପ ବ୍ୟବହାର କରନ୍ତି, ତେବେ ସେମାନଙ୍କୁ ଘରୁ ବାହାର କରାଯାଇପାରିବ। ଏହି ଅଧିନିୟମ ଅନୁସାରେ ଯେଉଁ ବରିଷ୍ଠ ନାଗରିକମାନେ ରୋଜଗାରକ୍ଷମ ନୁହନ୍ତି କିମ୍ବା ନିଜେ ଚଳିବା ପାଇଁ ଅସମର୍ଥ ଅଟନ୍ତି, ସେହି ସମୟରେ ସନ୍ତାନ ଏବଂ ସମ୍ପର୍କୀୟମାନଙ୍କ ଦ୍ଵାରା କେବଳ ଭରଣପୋଷଣ ପାଇଁ ସମ୍ପତ୍ତି ଉପରେ ଅଧିକାର ରହିବ।
ରାଜଭବନରେ ଦୁଇ ଝିଅଙ୍କ ସହିତ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ସାଂସଦ ଅମର ପଟ୍ଟନାୟକ
ଭୁବନେଶ୍ବର: ଆଜି ରାଜ୍ୟରେ ୪୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୪୩୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୮୨୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୮ ଟି ଜିଲ୍ଲାରୁ ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୫ ଜଣ, ନୂଆପଡା ଜିଲ୍ଲାରୁ ୭୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୯ ଜଣ,…

