ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ମହାମାରୀର ସମ୍ଭାବ୍ୟ ଦ୍ବିତୀୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି। ଏବେଠାରୁ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ନ ନେଲେ, ଆମ ରାଜ୍ୟ ମଧ୍ୟ ଘୋର ବିପଦର ସମ୍ମୁଖୀନ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ କୋଭିଡ ଯୁଦ୍ଧର ଏକ ବର୍ଷ ପୂରଣ ହୋଇଯାଇଛି । ତେବେ ଆମର ଡାକ୍ତର, ପାରାମେଡିକ୍, ଆଗଧାଡିର ଯୋଦ୍ଧା, ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ପୋଲିସ– ଏ ସମସ୍ତଙ୍କର ନିସ୍ବାର୍ଥପର ସେବା ଓ ତ୍ୟାଗ ଯୋଗୁ ଆମେ ଏପର୍ୟ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ । ରାଜ୍ୟ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ…
Author: Samikhsya Bureau
ମେଷ- ବିବାହ କରିବାକୁ ଯୋଗ ଫିଟିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଲାଭ ହେବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ହୁଏତ କିଛି ସୁନ୍ଦର ସ୍ଥାନରେ ରହିବାକୁ ପଡିପାରେ । ସାଙ୍ଗମାନେ ମଧ୍ୟ ଉପକୃତ ହେବେ । ମଧ୍ୟାହ୍ନ ଭୋଜନ ପରେ, ଆପଣ କୈଣସି କାରଣରୁ ମାନସିକ ସ୍ତରରେ ଚିନ୍ତିତ ହେବେ । ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ଅଧିକ ରହିବ। ଖର୍ଚ୍ଚ ପରିମାଣ ଆୟଠାରୁ ଅଧିକ ହେବ । ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ବୃଷ- କୋର୍ଟ କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ। ଭଗବାନଙ୍କୁ ଉପାସନା କରିବା ଆପଣଙ୍କ ମନରେ ଶାନ୍ତି ଆଣିବ । ମଧ୍ୟାହ୍ନ ପରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ ହେବ । ପାରିବାରିକ ଜୀବନରେ ସମନ୍ୱୟ ରହିବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ…
ଧନୁ- ଆପଣଙ୍କର ଅଧ୍ୟକ୍ଷତାରେ ବୃତ୍ତିଗତ ଲୋକମାନେ ବୃତ୍ତିଗତ ଭାବରେ ଉପକୃତ ହେବେ। ଧନ ପାଇବା ପାଇଁ ଦୃଢ ସମ୍ଭାବନା ଅଛି । ଆୟ ହେତୁ ଆର୍ଥିକ ଦୃଷ୍ଟିରୁ ସୁଧ ପେରସ୍ତ ହେବ। ସେୟାର ଇତ୍ୟାଦି ମାଧ୍ୟମରେ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଆର୍ଥିକ ସଙ୍କଟ ଦୂର ହେବ । ମୀନ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ।
କର୍କଟ- ମନ ଆନନ୍ଦ ଏବଂ ମଜା ସହିତ ଆନନ୍ଦିତ ହେବେ। ଏହି ଧାରାରେ, ସାଙ୍ଗମାନଙ୍କ ମନୋରଂଜନର ଉପଭୋଗକୁ ଦ୍ୱିଗୁଣିତ କରିବ। ମଧ୍ୟାହ୍ନ ଭୋଜନ ପରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । କନ୍ୟା- ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ । ପ୍ରକୃତ ସମ୍ପତ୍ତି ଦଲିଲଗୁଡ଼ିକର ଯତ୍ନ ନିଅନ୍ତୁ । ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ଧ୍ୟାନ ଦିଅନ୍ତୁ ଯେ ପରିବାରରେ କୈଣସି ବିବାଦ ହେବ ନାହିଁ । କିନ୍ତୁ ମଧ୍ୟାହ୍ନ ପରେ ସୁସ୍ଥ ଅନୁଭବ କରିବେ।
ମେଷ- ବିବାହ କରିବାକୁ ଯୋଗ ଫିଟିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଲାଭ ହେବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ହୁଏତ କିଛି ସୁନ୍ଦର ସ୍ଥାନରେ ରହିବାକୁ ପଡିପାରେ । ସାଙ୍ଗମାନେ ମଧ୍ୟ ଉପକୃତ ହେବେ । ମଧ୍ୟାହ୍ନ ଭୋଜନ ପରେ, ଆପଣ କୈଣସି କାରଣରୁ ମାନସିକ ସ୍ତରରେ ଚିନ୍ତିତ ହେବେ । ମିଥୁନ- ଆଜି ପ୍ରତ୍ୟେକ କାର୍ଯ୍ୟ ବିନା ବାଧାରେ ସଂପୂର୍ଣ୍ଣ ହେବ । ଘରୋଇ ଜୀବନରେ ଅତ୍ୟଧିକ ସୁସ୍ଥ୍ୟ ପରିବେଶ ରହିବ । ଆପଣ ଆଧ୍ୟାତ୍ମିକ ପ୍ରବୃତ୍ତି ପାଇଁ ଆଗ୍ରହୀ ହେବେ। ମଧ୍ୟାହ୍ନ ପରେ, ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରାର ଆକ୍ରମଣ ହେତୁ, ନିରାଶାର ମେଘ ଦେଖାଯିବ ।
ସିଂହ- ଘରୋଇ ଜୀବନରେ ଜଟିଳ ପ୍ରଶ୍ନର ସମାଧାନ ହେବ । ଏହା ସହିତ, ଆପଣ ପ୍ରକୃତ ସମ୍ପତ୍ତି ସହିତ ଜଡିତ କାର୍ଯ୍ୟ ସହିତ ମୁକାବିଲା କରିବାକୁ ପାଇବେ । ଭାଇଭଉଣୀଙ୍କ ସହିତ ସମ୍ପର୍କରେ ରହିବ । ମଧ୍ୟାହ୍ନ ଭୋଜନ ପରେ କାର୍ଯ୍ୟରେ ଅସୁବିଧା ବୃଦ୍ଧି ପାଇବ । ତୂଳା- ପୋଷାକ ସପିଂ ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ଉପଭୋଗ୍ୟ ହେବ । କଳା ପ୍ରତି ତୁମର ଆଗ୍ରହ ବିଶେଷ ହେବ। ବ୍ୟବସାୟରେ ବିକାଶ ହେତୁ, ମନରେ ସୁଖ ରହିବ । ବ୍ୟବସାୟରେ ସମୟ ଅନୁକୂଳ ହେବ।
କୁମ୍ଭ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ। ବୃଷ- କୋର୍ଟ କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ। ଭଗବାନଙ୍କୁ ଉପାସନା କରିବା ଆପଣଙ୍କ ମନରେ ଶାନ୍ତି ଆଣିବ । ମଧ୍ୟାହ୍ନ ପରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ ହେବ ।
ମକର- ମନରୁ ନକାରାତ୍ମକ ଚିନ୍ତାଧାରାକୁ ହଟାଇ ଆପଣ ନିରାଶାରୁ ବାହାରି ଆସିବେ। ଅନୈତିକ କାର୍ଯ୍ୟଗୁଡ଼ିକ ଚିନ୍ତାର କାରଣ ହୋଇପାରେ । ତେଣୁ ଯଦି ସମ୍ଭବ ସେସବୁରୁ ଦୂରରେ ରୁହନ୍ତୁ । କୌଣସି ସ୍ଥାନାନ୍ତରଣର ହେବାର ଅଛି ହେଲେ ଭଲ । ବିଛା- ଆଜି, ମନ ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ପ୍ରବୃତ୍ତିରେ ନିୟୋଜିତ ହେବ । ତଥାପି, ଛାତ୍ରମାନେ ପଢିବା ଏବଂ ଲେଖିବାରେ ଏକାଗ୍ରତା ବଜାୟ ରଖିବା ଆବଶ୍ୟକ । ମଧ୍ୟାହ୍ନ ଭୋଜନ ପରେ, ଚିନ୍ତା କମାଇବା ପାଇଁ ସମାଧାନ ଖୋଜି ମାନସିକ ଶାନ୍ତି ଅନୁଭବ କରିବେ।
ଭୁବନେଶ୍ବର, ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ସହ ନିଜର ବକ୍ତବ୍ୟ ରଖିଛନ୍ତି। ସେ ବିଧାନସଭାରେ ଯାହା କହିଛନ୍ତି ତାହା ହେଲା… ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ମହାତ୍ମା ଓଡିଶାକୁ ୮ ଥର ପରିଦର୍ଶନ କରିଥିଲେ ଏବଂ ମୁଁ ବହୁତ ଖୁସି ଯେ ଏହି ପବିତ୍ର ଗୃହ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କର ପ୍ରଥମ ଓଡିଶା ଆଗମନର ଶତବାର୍ଷିକୀ ପାଳନ କରୁଛି । ଗାନ୍ଧୀଜୀ ତାଙ୍କର ଓଡିଶା ପରିଦର୍ଶନ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବହୁବାର ଯାତ୍ରା କରିଥିଲେ ଏବଂ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ସହିତ ଭାବ ବିନିମୟ କରିଥିଲେ। ରାଜ୍ୟରେ ଅନେକ ପଦଯାତ୍ରା କରି ସେ ଓଡିଶାର ଲୋକଙ୍କର ନିକଟତର ହୋଇପାରିଥିଲେ। ତାଙ୍କର ପରିଦର୍ଶନ ସ୍ବାଧିନତା ସଂଗ୍ରାମକୁ ଶକ୍ତିଶାଳୀ କରିବା ସହିତ ରାଜ୍ୟର ବିଭିନ୍ନ ସାମାଜିକ ସମସ୍ୟା…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୯୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ରାୟପୁର: ଛତିଶଗଡର ନାରାୟଣପୁରରେ ଏକ ବଡ ନକ୍ସଲ ଆକ୍ରମଣର ଖବର ମିଳିଛି। ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ ଉପରକୁ ନକ୍ସଲ ଦ୍ଵାରା ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ୨୪ ଜଣ ସୁରକ୍ଷାକର୍ମୀ ଅପରେସନରୁ ବସ ଯୋଗେ ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଛତିଶଗଡର ଧୌଡାଇ ଏବଂ ପଳ୍ଳେନାରର ଘଞ୍ଚ ଜଙ୍ଗଲର ମଧ୍ୟରେ ଏହି ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୮ ଜଣ ଯବାନ ଆହତ ହୋଇଥିବା ଶୁଣିବାକୁ ମିଳିଛି।
ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ସହ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି। ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନର ବୃଦ୍ଧି ହୋଇଛି ଏବଂ ଏଥିପାଇଁ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଗ୍ରାମ ଲୋପ ପାଇବାକୁ ବସିଲାଣି। ସେହିପରି ପାଣିର ଅପବ୍ୟବହାର ମଧ୍ୟ ଭବିଷ୍ୟତରେ ପରିସ୍ଥିତିକୁ ଜଟିଳ କରିବାକୁ ଯାଉଛି ବୋଲି କହିଛନ୍ତି କମ୍ବାଟ୍ କ୍ଲାଇମେଟ୍ ଚେଞ୍ଜ ନେଟୱାର୍କ ଭାରତ ଶାଖାର ଆବାହକ ରଞ୍ଜନ ପଣ୍ଡା। ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଉପକୂଳରେ ଥିବା ସାତଭାୟା ଅଂଚଳର ୭ ଟି ଗ୍ରାମ ସମୁଦ୍ର ପତନ ବୃଦ୍ଧି ଯୋଗୁଁ ଲୋପ ପାଇଯାଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ର ବହୁ ଗ୍ରାମ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି ବୋଲି ଓଡ଼ିଶାର ଜଳମାନବ ଭାବେ ପରିଚିତ ଶ୍ରୀ ପଣ୍ଡା କହିଛନ୍ତି। ସୋମବାର ବିଶ୍ୱ…
ଭୁବନେଶର: ଆଜି ସନ୍ଧ୍ୟାରୁ ଭୁବନେଶ୍ବର ମାର୍କେଟ ଓ ଜନଗହଳି ଅଞ୍ଚଳରେ ଚଢାଉ ଆରମ୍ଭ କରାଯିବ। ମହାନଗରରେ କୋଭିଡ଼ କଟକଣାକୁ କଡାକଡି କରାଯିବ। ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଏସବୁ ଉପରେ ନଜର ରଖାଯିବ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି। ତେବେ ଭୁବନେଶର ସ୍ଥିତ ଏକ୍ସଆଇଏମବିରୁ ୨୦୪ ଟି ନମୁନା ସଂଗ୍ରହ କରାଯାଇଛି। ତନ୍ମଧ୍ୟରୁ ୨୦୧ ଟି ନେଗେଟିଭ ଆସିଛି। ଶିକ୍ଷାନୁଷ୍ଠାନ ଉପରେ ବିଶେଷ ନଜର ରଖାଯାଇଛି। ଟେଷ୍ଟିଂ ଉପରେ ଅଧିକ ଧ୍ୟାନ ଦିଆଯାଉଛି, ଅବିରତ ଟେଷ୍ଟିଂ କରାଯାଉଛି ବୋଲି କମିଶନର କହିଛନ୍ତି।
ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସବୁ ବୟସ୍କ ବ୍ୟକ୍ତିମାନେ କରୋନା ଟୀକା ନେଇପାରିବେ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି। ଏଥିପାଇଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସବୁ ବୟସ୍କଙ୍କୁ ପଞ୍ଜୀକରଣ କରିବା ପାଇଁ ସେ ନିବେଦନ କରିଛନ୍ତି। ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସେ କହିଛନ୍ତି ଯେ, ଯେଉଁ ରାଜ୍ୟରେ କରୋନା ମାମଲା ଅଧିକ ଆସୁଛି, ସେହି ରାଜ୍ୟ ଉପରେ କେନ୍ଦ୍ର ସମ୍ପର୍କରେ ଅଛି। ଖୁବଶୀଘ୍ର ଏହାର ସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ଜାଭେଦକର କହିଛନ୍ତି।
ନୂଆଦିଲ୍ଲୀ: ଲୋକସଭାରେ ଜଣେ ମହିଳା ସାଂସଦଙ୍କୁ ଶିବସେନା ସାଂସଦ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅମରାବତୀର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣା ଶିବସେନା ସାଂସଦ ଅରବିନ୍ଦ ସାବନ୍ତଙ୍କ ଉପରେ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ଲୋକସଭାରେ ମହାରାଷ୍ଟ୍ର ସରକାର ବିରୋଧରେ ନବନୀତ ମାମଲା ଉଠାଇଥିଲା। ଏହା ପରେ ଶିବସେନା ସାଂସଦ ଅରବିନ୍ଦ ସାବନ୍ତ ତାଙ୍କୁ ଫୋନ କରିଥିଲେ। ଏବଂ ଅରବିନ୍ଦ ତାଙ୍କୁ ଜେଲ ପଠାଇବା ପାଇଁ ଧମକ ଦେଇଥିଲେ। ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଅବନୀତ ଅଭିଯୋଗ କରିଛନ୍ତି। ଏହା ସହିତ ଶିବସେନା ଲେଟର ହେଡରେ ତାଙ୍କୁ ଏସିଡ ଆକ୍ରମଣ କରିବା ଭଳି ଧମକ ମଧ୍ୟ ଦିଆଯାଉଛି ସେ ଅଭିଯୋଗ କରିଛନ୍ତି। ସେ ଏକ ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁଭଳି ଭାବେ ଶିବସେନା ସାଂସଦ ଅରବିନ୍ଦ ସାବନ୍ତ ମୋତେ ଧମକ ଦେଉଛନ୍ତି, ଏହା ମୋ ପାଇଁ ନୁହେଁ ସମଗ୍ର ଦେଶର ମହିଳାମାନଙ୍କ ପ୍ରତି ଅପମାନ…
ଭୁବନେଶ୍ବର: ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାରେ ସଂରକ୍ଷଣ ନେଇ ସଂକଳ୍ପ ଆଗତ ହୋଇଛି। ହାଇ ପାୱାର କମିଟିର ସୁପାରିସ କ୍ରମେ ଏହି ସଂକଳ୍ପ ଆଗତ ହୋଇଛି। ଉଚ୍ଚ ଶିକ୍ଷାରେ୧୫ ପ୍ରତିଶତ ସଂରକ୍ଷଣ ନେଇ ସଂକଳ୍ପ ଆଗତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି। ମେଡିକାଲ ଏବଂ ଇଞ୍ଜିନିୟରିଙ୍ଗ ପଢିବା ପାଇଁ ୧୫ ପ୍ରତିଶତ ସଂରକ୍ଷଣ ନେଇ ସଂକଳ୍ପ ଆଗତ ହୋଇଛି।
ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ଘୋଷଣା ପତ୍ର ଜାରି କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସଂକଳ୍ପ ପତ୍ର ଜାରି କରି ୧୦ ଟି ବଡ ପ୍ରତିଶୃତି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି। ଜାଣନ୍ତୁ ବିଜେପିର ୧୦ ଟି ବଡ ପ୍ରତିଶୃତି: ୧- ମିଶନ ବ୍ରହ୍ମପୁତ୍ର- ବନ୍ୟା ସମସ୍ୟାକୁ ରୋକିବା ପାଇଁ ପ୍ରୟାସ କରିବ। ୨- ୩୦ ଲକ୍ଷ ପରିବାରଙ୍କୁ ଅରୁଣୋଦୟ ଯୋଜନା ଅନୁଯାୟୀ ପ୍ରତ୍ୟେକ ମାସରେ ତିନି ହଜାର ଟଙ୍କା ସହାୟତା। ୩- ଉପାସନା ଗୃହ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା, ବେଆଇନ ନିର୍ମାଣକୁ ହଟାଇ ଦିଆଯିବ। ୪- ସରକାରୀ ବିଦ୍ୟାଳୟର ସମସ୍ତଙ୍କୁ ମୁକ୍ତର ଶିକ୍ଷା, ଅଷ୍ଟମ ଶ୍ରେଣୀ ପାସ୍ ଛାତ୍ରୀଙ୍କୁ ସାଇକେଲ ମିଳିବ। ୫- ଏନଆରସି ଲାଗୁ କରାଯିବ, ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପାଳନ କରିବେ, ଅବୈଧରେ ପ୍ରବେଶ କରୁଥିବା ଲୋକଙ୍କୁ ଚିହ୍ନଟ…
ଭୁବନେଶ୍ବର, ଆଜି ସୁନାଦର ସର୍ବାଧିକ ହ୍ରାସ ଘଟିଛି। ଗତ ମାସେ ଧରି ଏପରି ଏହାର ଦର ଏପରି ହ୍ରାସ ପାଇ ନ ଥିଲା। ଆଜି 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି ରହିଛି 41900 ଟଙ୍କା। ଗତକାଲି ଏହା ଥିଲା 42050 ଟଙ୍କା। ଅର୍ଥାତ ଗତକାଲିଠାରୁ ଏହା 150 ଟଙ୍କା ହ୍ରାସ ପାଇଁ ସର୍ବାଧିକ ତଳକୁ ଖସିଛି। ସେହିପରି 24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 45700 ଟଙ୍କା ଅଛି। ଗତକାଲି ଏହାର ମୂଲ୍ୟ 45880 ଟଙ୍କା ଥିଲା। ଗତ ମାର୍ଚ୍ଚ 16 ତାରିଖରେ ସୁନାଦର ସର୍ବାଧିକ ହ୍ରାସ ପାଇଥିଲା। ସେଦିନ 22 କ୍ୟାରେଟ ସୁନା 10 ଗ୍ରାମକୁ 42010 ଟଙ୍କା ଥିଲା। ଗତକାଲି ଏହା 42050 ଟଙ୍କା ଥିଲା। ହେଲେ ଆଜି ଏହା ସର୍ବାଧିକ ତଳକୁ ଖସି 41900 ଟଙ୍କାକୁ ଚାଲିଆସିଛି। ଅର୍ଥନୈତିକ ବିଶେେଷଜ୍ଞଙ୍କ ଅନୁସାରେ ଏହି ଦର ଆହୁରି କମିବାର ସମ୍ଭାବନା ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୭୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୨୦୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୯୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୧ ଟି ଜିଲ୍ଲାରୁ ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୦ ଜଣ, କଟକ ଜିଲ୍ଲାରୁ ୧୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ,…
ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀ ପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରହିଛି। ଏପ୍ରିଲ ୩ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି। ଏପ୍ରିଲ ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ। ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ମେ ୨ ତାରିଖରେ ଭୋଟ ଗଣତି କରାଯିବ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
ନୂଆଦିଲ୍ଲୀ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ତିନି ମ୍ୟାଚ ବିଶିଷ୍ଟ ଏହି ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ପୁଣେ ଠାରେ ଖେଳାଯିବ। ଏହା ଦିବାରାତ୍ର ମ୍ୟାଚ ହୋଇଥିବା ବେଳେ ଅପରାହ୍ନ ୧ ଟା ୩୦ ମିନିଟରେ ଖେଳର ସିଧା ପ୍ରସାରଣ କରାଯିବ। ଭାରତ ପ୍ରଥମ ଦୁଇଟି ସିରିଜ ଯଥା ଟେଷ୍ଟ ସିରିଜ ଏବଂ ଟି-୨୦ ଜିତି ସାରିଥିବା ବେଳେ ଏକଦିବସୀୟ ସିରିଜ ଜିତି କ୍ଳିନ ସୁଇପ କରିବା ଲକ୍ଷ୍ୟରେ ଅଛି। ସେପଟେ ଇଂଲଣ୍ଡ ଦଳ ଟେଷ୍ଟ ଏବଂ ଟି-୨୦ ସିରିଜକୁ ହାରିଥିଲେ ମଧ୍ୟ ଭାରତକୁ ସହଜ କଡା ଟକ୍କର ଦେଇଛି। ପ୍ରାରମ୍ଭରୁ ଭ୍ରମଣକାରୀ ଦଳ ଭଲ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ସିରିଜ ହାତେଇବାରେ ବିଫଳ ହୋଇଛି। ତେଣୁ ଭାରତ ବିରୋଧରେ ଏହି ଅନ୍ତିମ ସିରିଜକୁ ଜିତି ସମ୍ମାନ ବଞ୍ଚାଇବାକୁ ନିଶ୍ଚିତ ପ୍ରୟାସ କରିବ। ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି…

