Author: Samikhsya Bureau

ଭୁବନେଶ୍ବର: ନିଜର ଜନ୍ମସ୍ଥାନ ଉପରେ ଗୁରୁତ୍ୱ ଦେବା ଲାଗି ଉପ ରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ ମତ ପୋଷଣ କରିଛନ୍ତି। ଏଥି ସହ ନିଜର ମୂଳ ଜନ୍ମସ୍ଥାନକୁ ସ୍ମରଣ ରଖିବା ସହ ନିଜର ମା’, ମାତୃଭାଷା , ମାତୃଭୂମି ଓ ଜନ୍ମସ୍ଥାନ ପ୍ରତି ମନରେ ସମ୍ମାନବୋଧ ରଖିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରର ରାଜଭବନଠାରେ ‘ନୀଳିମାରାଣୀ- ମୋ ମା’, ମୋ ହୀରୋ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଉଦ୍‍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷା, ବିଚାରାଳୟ ଓ ପ୍ରଶାସନିକ କ୍ଷେତ୍ରରେ ମାତୃଭାଷାର ବହୁଳ ବ୍ୟବହାର କରାଯିବା ଆବଶ୍ୟକ। ଅତି ନିଷ୍ଠା ଓ ମାନସିକତାର ସହିତ ଏହାର ‘ପ୍ରଚାର ଓ ଯତ୍ନ’ ଭାବନା ମନରେ ରଖିବା ଲାଗି ସେ ସମସ୍ତଙ୍କୁ ନିବେଦନ କରିବା ସହିତ କହିଥିଲେ ଯେ ସମାଜର ସଫଳ ବ୍ୟକ୍ତିବିଶେଷ ସେମାନଙ୍କର ନିଜ ନିଜ ପୈତୃକ ଗ୍ରାମର ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ସହିତ ସେମାନଙ୍କର ଉନ୍ନତି…

Read More

ଭୁବନେଶ୍ବର: କରୋନାର ଦ୍ଵିତୀୟ ଲହର ଏବେ ଭୟଙ୍କର ରୂପ ନେଉଛି। ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢିଚାଲିଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଉଥିବା ବେଳେ ଆଜି ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ଏକ ନୂଆ ଗାଇଡ଼ଲାଇନ୍ ଜାରି କରିଛି। ବିବାହ ଏବଂ ଶୁଦ୍ଧ କ୍ରିୟା ପାଇଁ କଟକଣା କଡାକଡି କରିଛି। ବିବାହ ଉତ୍ସବରେ ସର୍ବାଧିକ ୧୦୦ ଜଣ ଲୋକ ଭାଗ ନେବାକୁ ଥିବା ବେଳେ ଶୁଦ୍ଧ କ୍ରିୟାରେ ସର୍ବାଧିକ ୫୦ ଜଣ ପାଇଁ ଅନୁମତି ରହିଛି। ସେହିପରି କୌଣସି ଅନୁଷ୍ଠାନର ରୋପ୍ୟ, ସୁବର୍ଣ୍ଣ କିମ୍ବା ଶତବାର୍ଷିକୀ ଉତ୍ସବ ଉପରେ କଟକଣା ଲାଗିଛି। କୌଣସି ସଂସ୍ଥା କିମ୍ବା ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ପାଇଁ ଅନୁମତି ନାହିଁ। ଏହି ମାର୍ଗଦର୍ଶିକା ଆସନ୍ତା ୬ ତାରିଖରୁ ଲାଗୁ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ଏହି କଟକଣା ବଳବତ୍ତର ରହିବ। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡ଼ାରୁ ୪୮, କଟକରୁ ୨୩। ଖୋର୍ଦ୍ଧାରୁ ୨୩, ସୁନ୍ଦରଗଡରୁ ୨୨, ବଲାଙ୍ଗୀରିରୁ ୨୦, ରାୟଗଡାରୁ ୧୦,  ମୟୂରଭଞ୍ଜରୁ ୯, କଳାହାଣ୍ଡିରୁ ୮, କଳାହାଣ୍ଡିରୁ ୮, ସମ୍ବଲପୁରରୁ ୮, ବାଲେଶ୍ବରରୁ ୭, ଭଦ୍ରକରୁ ୫, ଗଞ୍ଜାମରୁ ୫, ଯାଜପୁରରୁ ୫, ପୁରୀରୁ ୫, ଅନୁଗୁଳରୁ ୨, ବରଗଡରୁ ୨, ଜଗତସିଂହପୁରରୁ ୨, କେନ୍ଦୁଝରରୁ ୨, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୧, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୧, ନବରଙ୍ଗପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୭ ହଜାର ୪୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ…

Read More

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୫ ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ସେଥିପାଇଁ , ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କନ୍ଧମାଳ ଏବଂ ନୟାଗଡ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆଜି ରାଜଧାନୀର ତାପମାତ୍ରାରେ ହ୍ରାସ ପାଇ ୩୮.୨ ଡିଗ୍ରୀରେ ପହଞ୍ଚିଥିବା ବେଳେ ଆଗାମୀ ୩ ଦିନରେ ଅସହ୍ୟ ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିବ ବୋଲି ଅନୁମାନ କରାଯାଉଛି।

Read More

କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ଅପରାହ୍ନ ୪ ଟାରେ ମା, ଝିଅର ମୃତ ଦେହକୁ କିସିଣ୍ଡା ପୋଲିସ୍ ଜବତ କରିଛି। ଘଟଣାଟି କିସିଣ୍ଡା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, କିସିଣ୍ଡା ଥାନା କିସିଣ୍ଡା ଗ୍ରାମର କିଶୋର ପଟେଲ ତାଙ୍କ ବଡ ଝିଅଙ୍କ ସହ ଗତ ୨୭ ତାରିଖ ଦିନ କୌଣସି କାମରେ ଭୋଜିଖାଇବାକୁ ଯାଇଥିଲେ। ଗତକାଲି ଅପରାହ୍ନ ୪ ଟାରେ ଘରକୁ ଫେରି ଦେଖନ୍ତି ତ ଘର ଭିତରେ ତାଙ୍କର ସ୍ତ୍ରୀ ସୁଜାତା ପଟେଲ ଏବଂ ଝିଅ ଉକ୍ତଳିକା ପଟେଲ ଶୋଇବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ସେ ସଙ୍ଗେ ସଙ୍ଗେ କିସିଣ୍ଡା ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଆସି ଏହାର ତଦନ୍ତ କରିବା ସହ ସମ୍ବଲପୁରରୁ ସାଇଂଟିଫିକ୍ ଟିମ୍ ଆସି ତଦନ୍ତ କରୁଥିବା ପୋଲିସ୍ କହିଛି। ଏହା ହତ୍ୟା ନା ଆତ୍ମ ହତ୍ୟା ଜଣା ପଡି ନ ଥିଲେ ମଧ୍ୟ ପାରିପାଶ୍ୱିକ ସ୍ଥିତିରୁ ଯାହା ଜଣା…

Read More

ଭୁବନେଶ୍ୱର: ଜିଓର ଜବରଦସ୍ତ ରଣନୀତି, ନୂଆ ଜିଓଫୋନ ଅଫର ଓ ଆଗାମୀ ଦିନରେ ଉନ୍ମୋଚନ ହେବାକୁଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ କଂପାନିକୁ ଗ୍ରାହକ ସଂଖ୍ୟାରେ ବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ଜେଏମ୍ ଫାଇନାନ୍ସିଆଲ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସଦ୍ୟତମ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଟାରିଫ୍ ମୂଲ୍ୟରେ ସ୍ୱଳ୍ପ ମିଆଦୀ ବିଳମ୍ବ ଗ୍ରାହକ ପିଛା ହାରାହାରି ରାଜସ୍ୱ (ଏଆର୍‌ପିୟୁ)ରେ ହୋଇଥିବା ବୃଦ୍ଧିର ଧାରାକୁ ପଥଚ୍ୟୁତ କରିପାରିବ ନାହିଁ ଏବଂ ଟେଲିକମ୍ କ୍ଷେତ୍ରରେ କୌଣସି ପ୍ରକାର ମିଶ୍ରଣ ବା ସୁଧାର ହେଲେ ତାହା ଜିଓର ଗ୍ରାହକ ସଂଖ୍ୟାକୁ ଆହୁରି ସୁଦୃଢ଼ କରିବ ବୋଲି ରିପୋର୍ଟରେ କୁହାଯାଇଛି। ଜେଏମ୍ ଫାଇନାନ୍ସିଆଲ୍ ଏହାର ରିପୋର୍ଟରେ ଜଣାଇଛି ଯେ ଦକ୍ଷତାରେ ବୃଦ୍ଧି ପାଇଁ ଉଚ୍ଚ ଫ୍ରିକ୍ୱେନ୍ସି ବ୍ୟାଣ୍ଡ୍‌ରେ ଅଧିକ ପରିମାଣର ସ୍ପେକ୍ଟ୍ରମ୍ ହାସଲ କରିବା ଲାଗି ଜିଓର ଜବରଦସ୍ତ ରଣନୀତି ରହିଛି। ପୁନଶ୍ଚ, ନୂଆ ଫିଓଫୋନ ‌ଅଫର ସହିତ ଆଗାମୀ ଦିନରେ ଆସିବାକୁଥିବା କମ୍ପାନୀର ସୁଲଭ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ଖବର ମୁତାବକ ଟାଙ୍ଗୀ ଥାନା କାଳୁପଡ଼ା ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମର ଲିପିକାନ୍ତ ନାଥ (୫୦) ନିଜ ବାଇକ୍ ଯୋଗେ ବାଲୁଗାଁରୁ ଘରକୁ ଫେରୁଥିଲେ। ହଠାତ୍ ବ୍ରାହ୍ମଣ ଡିହ ଗ୍ରାମ ନିକଟରେ ଏକ ଷଣ୍ଢ ତାଙ୍କ ବାଇକ୍ ସମ୍ମୁଖକୁ ପଳିଆସିଥିଲା। ଯାହାଫଳରେ ସେ ବ୍ରେକ ଦେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍ ରୁ ଛିଟିକି ପଡିବାରୁ ଲିପିକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲିପିକାନ୍ତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଟାଙ୍ଗୀ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୫୪୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୯୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୪୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକାରୁ ଚୋରା ଦେଶୀ ମଦ ବିକ୍ରି ଅଭିଯୋଗରେ ଦୁଇ ଜଣ ମହିଳାଙ୍କ ସମେତ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ନାଚୁଣୀ ଫାଣ୍ଡି ପୋଲିସ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଦ୍ଵାରା ଚିଲିକା ବ୍ଲକର ନଇରୀ ଏବଂ ବଉଳାବନ୍ଧ ଗ୍ରାମର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଛି। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସକାଳ ୭ ଘଟିକାରୁ ପାଖାପାଖି ୨ ଘଣ୍ଟା ଯାଏଁ ଚଢ଼ାଉ ଜାରି ରହିଥିଲା। ଉକ୍ତ ଧରପଗଡ଼ ଅଭିଯାନରେ ୨ ଜଣ ମହିଳାଙ୍କୁ ମିଶାଇ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତ ମାନେ ହେଲେ ଶିବୁ ସ୍ୱାଇଁ, ସୁକାନ୍ତି ବେହେରା, ବିନତି ବେହେରା ଏବଂ ପ୍ରମୋଦ ସାହୁ।…

Read More

ରାୟପୁର: ଛତିଶଗଡରେ ଦୁର୍ଗ ଜିଲ୍ଲାକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏଭଳି ନିଷ୍ପତ୍ତି ହୋଇଛି। ଏପ୍ରିଲ ୬ ତାରିଖରୁ ୧୪ ତାରିଖ ଯାଏଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା ହୋଇଛି। ଦୁର୍ଗ ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି। କେବଳ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Read More

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ବିରୋଧ ପରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଚିନି ଏବଂ କପା ରପ୍ତାନି ପ୍ରସ୍ତାବକୁ ରଦ୍ଦ କରିଛି। ପୂର୍ବରୁ ପାକିସ୍ତାନର ଇକୋନୋମିକ କୋର୍ଡିନେସନ କମିଟି ଏବଂ ଭାରତ ମଧ୍ୟରେ ପୁଣି ଥରେ ବାଣିଜ୍ୟ ସମ୍ପର୍କ ପାଇଁ ପ୍ରସ୍ତାବ ହୋଇଥିଲା। ହେଲେ ଏଥିରେ ବିରୋଧୀ ଦଳର ବିରୋଧ ପରେ ଇମ୍ରାନ ଖାନ ଏହାକୁ ବାତିଲ କରିଦେଇଛନ୍ତି। ଯେପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଲାଗୁ କରାଯାଇନି, ସେପର୍ଯ୍ୟନ୍ତ ଭାରତ ସହ ସମ୍ପର୍କରେ ସାମାନ୍ୟ ହେବା ଅସମ୍ଭବ ବୋଲି ପାକିସ୍ତାନ କହିଛି। ବିରୋଧୀଙ୍କ ଚାପରେ ଯଦିବା ପାକିସ୍ଥାନ ଏଭଳି ନିଷ୍ପତ୍ତି ନେଇଛି, ହେଲେ ବର୍ତ୍ତମାନ ପାକିସ୍ଥାନର ଶିଲ୍ପପତି ଏବଂ ଦର ବୃଦ୍ଧିରେ ଅସ୍ତବ୍ୟସ୍ତ ହେଉଥିବା ସାଧାରଣ ଜନତା ସରକାର ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Read More

ନୂଆଦିଲ୍ଲୀ: ଦେଶରେ କରୋନା ଟିକାରେ ତୃତୀୟ ଡୋଜର ପ୍ରସ୍ତୁତି ଜାରି ରହିଛି। ବିଶେଷଜ୍ଞଙ୍କ ଏକ ପ୍ୟାନେଲରେ ଭାରତ ବାୟୋଟେକ ଟିକାର ତୃତୀୟ ଡୋଜ ପାଇଁ ଅନୁମତି ଦିଆଯାଇଛି। ଏହି ତୃତୀୟ ବୁଷ୍ଟର ଡୋଜଟି ଦ୍ଵିତୀୟ ଡୋଜର ୬ ମାସ ପରେ ଦିଆଯିବ। ଏଥିରେ କରୋନାର ନୂଆ ବ୍ୟାରିଏଣ୍ଟରୁ ରକ୍ଷା ମିଳିବା ସହ ମ୍ୟୁଟେସନ କରି ନୂଆ ଷ୍ଟ୍ରେନ ସୃଷ୍ଟି ହୋଇପାରିବ ନାହିଁ। ଏହା ଦ୍ଵାରା ଶରୀରରେ ଇମ୍ୟୁନିଟି କିଛି ବର୍ଷ ପର୍ଯ୍ୟନ୍ତ ବଢିଯିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି।

Read More

ଭୁବନେଶ୍ବର, ଆଜି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାଜଭବନରେ ପହଞ୍ଚିବା ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜଭବନ ଅଭିଷେକ ହଲରେ ଆୟୋଜିତ ଏହି ଉତ୍ସବରେ ସାଂସଦ ଡ ଅଚ୍ୟୁତ ସାମନ୍ତଙ୍କ ଲିଖିତ ପୁସ୍ତକକୁ ସେ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକର ନାମ ରହିଛି ନୀଳିମାରାଣୀ- ମାଇଁ ମଦର, ମାଇଁ ହିରୋ। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଯୋଗ ଦେଇଥିବା ବେଳେ କାଦମ୍ବିନୀ ପତ୍ରିକାର ସଂପାଦିକା ଇତିରାଣୀ ସାମନ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Read More

ଭୁବନେଶ୍ବର, ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆଜି ମଧ୍ୟାହ୍ନରେ ଉପରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭୁବନେଶ୍ବରର ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉନ୍ନୟନ କମିଶନର ଏବଂ ପୋଲିସ ଡିଜି ସ୍ବାଗତ କରିଥିଲେ। ବିମାନ ବନ୍ଦରରୁ ଉପରାଷ୍ଟ୍ରପତି ସିଧା ରାଜଭବନ ଆସିଛନ୍ତି। ସେଠାରେ ସେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନରେ କଟକ ଯିବେ। ସେ କାର କେଡରେ କଟକ ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଉପରାଷ୍ଟ୍ରପତି କଟକ ସାରଳ ଭବନରେ ଆୟୋଜିତ ଆଦିକବି ସାରାଳ ଦାସଙ୍କ 6 ଶହତମ ଜନ୍ମ ବାର୍ଷିକୀରେ ଯୋଗଦେବେ। ଏଥିସହିତ ସେଠାରେ ସାରଳା ସାହିତ୍ୟ ସଂସଦର 30ତମ ବାର୍ଷିକ ଉତ୍ସବରେ ମଧ୍ୟ ଅଭିଭାଷଣ ରଖିବେ। ଏହାପରେ ଉପରାଷ୍ଟ୍ରପତି କଟକରୁ ସଂଧ୍ୟା 6ଟା 30 ମିନଟରେ ବାହାରି ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସେ ରାଜଭବନରୁ ଦିନ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୭୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୨୧୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୪୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୮୬ ଜଣ,  ଖୋର୍ଦ୍ଧା ଜିଲ୍ଲାରୁ ୬୯ ଜଣ, ଅନୁଗୁଳ ଜିଲ୍ଲାରୁ ୨୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୬ ଜଣ,…

Read More

ମୁମ୍ବାଇ: ମହାନ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ମାର୍ଚ୍ଚ ୨୭ ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ। ସଚିନ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବଂ ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଟୁଇଟରରେ ଉଲ୍ଲେଖ କରିଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୮୧ ହଜାର ୪୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୩ ଲକ୍ଷ ୩ ହଜାର ୧୩୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୨୫ ହଜାର ୩୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୧୪ ହଜାର ୬୯୬ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ। ସେ ପୂର୍ବାହ୍ନ 11 ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ। ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ସେଠାରୁ ଉପରାଷ୍ଟ୍ରପତି ଅପରାହ୍ନ 4 ଟା 45ରୁ ରାଜଭବନରୁ ବାହାରି କାରକେଡରେ କଟକ ଯିବେ। ସେଠାରେ ସାରଳ ଭବନରେ ଆୟୋଜିତ ଆଦିକବି ସାରାଳ ଦାସଙ୍କ 6ଶହତମ ଜନ୍ମ ବାର୍ଷିକୀରେ ଯୋଗଦେବେ। ଏଥିସହିତ ସେଠାରେ ସାରଳା ସାହିତ୍ୟ ସଂସଦର 30ତମ ବାର୍ଷିକ ଉତ୍ସବରେ ମଧ୍ୟ ଅଭିଭାଷଣ ରଖିବେ। ଏହାପରେ ଉପରାଷ୍ଟ୍ରପତି କଟକରୁ ସଂଧ୍ୟା 6ଟା 30 ମିନଟରେ ବାହାରି ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ପରଦିନ ଅର୍ଥାତ ଶନିବାର ଦିନ ଉପରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସେ ରାଜଭବନରୁ ଦିନ 10ଟା 10 ରେ ରାଜଭବନ…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଅନେକ କଥା କହିଛନ୍ତି ଯାହା ସାଧାରଣ ଜୀବନରେ ବେଶ୍ ଉପଦେୟ ଅଟେ। ସେ ନାରୀମାନଙ୍କ ଉପରେ ବିଭିନ୍ନ ସମୟରେ ଅନେକ କଥା କହିଛନ୍ତି, ଯାହା ସେମାନଙ୍କ ପାଇଁ ବେଶ ଉପାଦେୟ। ସେହିପରି ଚାଣକ୍ୟ ନାରୀରର ଋତୁଶ୍ରାବକୁ ନେଇ ସୁନ୍ଦର କଥା କହିଛନ୍ତି। ଅନେକ ନାରୀ ଋତୁ ଶ୍ରାବ ବେଳେ ଛୁଆଁ, ଏକାକୀ ରହିବା ପ୍ରଭୃତି କାର୍ଯ୍ୟ କରି ଥାନ୍ତି। ହେଲେ ଚାଣକ୍ୟ କହିଛନ୍ତି ଯେ, ନାରୀରର ମାସିକା ଋତୁ ଶ୍ରାବ ହେଲେ ତାହାର ଶରୀର ଶୁଦ୍ଧ ହୁଏ। ଏଥିସହିତ ସ୍ବାସ୍ଥ୍ୟଗତ ସମସ୍ୟା କିଛି ରହେ ନାହିଁ। ଯଦି ଏହା ଠିକରେ ନ ହୁଏ ତେବେ ନାନାଦି ସମସ୍ୟା ସୃଷ୍ଟି ହେବ। ଏହାକୁ କେତେକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ପାଉଁଶରେ କଂସା ମାଜିଲେ ତାହା ପରିଷ୍କାର ହୁଏ, ପିତ୍ତଳ ଜିନିଷକୁ ଖଟାରେ ମାଜିଲେ ତାହା ପରିଷ୍କାର ହୁଏ, ନଦୀର ଜଳ ପ୍ରବାହିତ…

Read More

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ।  ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ ।  ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ।  କାମ ଆପଣଙ୍କ ମନ ଅନୁସାରେ ହେବ।  ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ।  ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ।  ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…

Read More