ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ।ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ମକର – ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ସମର୍ଥନ ପାଇବାର ସମ୍ଭାବନା ଅଛି। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। କୈଣସି କୂଟନୀତିଜ୍ଞଙ୍କ ସମର୍ଥନ ମିଳିପାରିବ। ଲାଭର ଦ୍ୱାର ଖୋଲିବ। ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ଦିନତମାମ ବ୍ୟସ୍ତ ରହିବେ ।
Author: Samikhsya Bureau
ଧନୁ- ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ। କାର୍ଯ୍ୟ ପଦ୍ଧତିରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ ସଫଳ ହେବ। ସମ୍ମାନ ପାଇବେ। ଚାକିରୀରେ ସଫଳତା ହେବ। ଲାଭ ସୁଯୋଗ ଆସିବ। ଘର ବାହାରେ ଖୁସିର ପରିବେଶ ରହିବ। ପରିବାର ସହାୟତା ଗ୍ରହଣ କରାଯିବ। କର୍କଟ – ଭୁଲିଯାଇଥିବା ସାଥୀ ଏବଂ ପରିଦର୍ଶକଙ୍କ ଦେଖାମିଳିବ। ସମ୍ମାନ ପାଇଁ ଖର୍ଚ୍ଚ ହେବ। ଆତ୍ମ ସମ୍ମାନ ରହିବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବଡ କାମ କରିବାକୁ ଇଚ୍ଛା କରିବେ। ପରିବାର ସଦସ୍ୟଙ୍କ ଅଗ୍ରଗତିର ଖବର ଆସିବ।
ମୀନ- ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଜଣେ ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଯ୍ୟ ପ୍ରତିବନ୍ଧକ ହଟାଯିବ ଏବଂ ଲାଭର ପରିସ୍ଥିତି ସୃଷ୍ଟି ହେବ। ପରିବାର ସଦସ୍ୟମାନେ ଭଲ ବ୍ୟବହାର କରିବେ। ବ୍ୟବସାୟ ଭଲ କରିବ। ସିଂହ- ଘର ବାହାରେ ଏକ ମନୋରମ ପରିବେଶ ରହିବ। ଆପଣ ଚାକିରିରେ ଆରାମ ଅନୁଭବ କରିବେ। ବ୍ୟବସାୟରୁ ସନ୍ତୁଷ୍ଟ ହେବ। ପିଲାମାନଙ୍କ ବିଷୟରେ ଚିନ୍ତା କରିବେ। ବିରୋଧୀ ଏବଂ ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି।
କନ୍ୟା- ଯାତ୍ରା ଆକର୍ଷଣୀୟ ଏବଂ ଲାଭଦାୟକ ହେବ। ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି। ବ୍ୟବସାୟରୁ ବ୍ୟବସାୟ ଲାଭଦାୟକ ହେବ। ଘର ବାହାରେ ସଫଳତା ମିଳିବ । ପରିବାରରେ ଶାନ୍ତି ରହିବ। କୁମ୍ଭ – ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ଆୟ ହ୍ରାସ ହୋଇପାରେ । ଘର ବାହାରେ ସହଯୋଗ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଲୋକମାନେ ସେମାନଙ୍କର ମତ ବ୍ୟାଖ୍ୟା କରିବାକୁ ସମର୍ଥ ହେବେ ନାହିଁ ।
ବିଛା- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ଚିତ୍ତାକର୍ଷକ ହେବ। ଲାଭ ସୁଯୋଗ ଆସିବ । ଚାକିରିରେ ଆରାମ ମିଳିବ। ଯେ କୌଣସି ଜରୁରୀ ଜିନିଷ ଶୀଘ୍ର ନଷ୍ଟ ହୋଇପାରେ । ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ । ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନ ଅନୁସାରେ ହେବ।
ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ ଦୂରରେ ରୁହନ୍ତୁ। ଆପଣଙ୍କର କାମ ଅଧିକ ଧ୍ୟାନ ଆବଶ୍ୟକ କରେ। ତୂଳା- ସ୍ୱାସ୍ଥ୍ୟ ଦୁର୍ବଳ ହେବ। କରାଯାଉଥିବା କାର୍ଯ୍ୟରେ ବାଧା ଉପୁଜିବ । ଚିନ୍ତା ଏବଂ ଟେନସନ ରହିବ। ନିଜ ସାଥୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଧର୍ଯ୍ୟ ଧରନ୍ତୁ । ବେକାର କାମରୁ ଦୂରେଇ ରୁହନ୍ତୁ । ଅନାବଶ୍ୟକ ଲୋକମାନେ ଅସୁବିଧା ସୃଷ୍ଟି କରିପାରନ୍ତି। ଅନ୍ୟର ବିବାଦ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ।
ଆସାମ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପାଖରେ ପ୍ରଭାରୀ ବୈଜୟନ୍ତ ପଣ୍ଡା
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୦, କଟକରୁ ୧୮, ଖୋର୍ଦ୍ଧାରୁ ୧୫, ମୟୂରଭଞ୍ଜରୁ ୮, କଳାହାଣ୍ଡିରୁ ୭, ଝାରସୁଗୁଡାରୁ ୬, ଅନୁଗୁଳରୁ ୫, ଯାଜପୁରରୁ ୫, ବଲାଙ୍ଗୀରିରୁ ୪, ଜଗତସିଂହପୁରରୁ ୪, ସମ୍ବଲପୁରରୁ ୪, କେନ୍ଦ୍ରାପଡାରୁ ୩, ବାଲେଶ୍ବରରୁ ୨, ଗଞ୍ଜାମରୁ ୨, ନୂଆପଡାରୁ ୨, ରାୟଗଡାରୁ ୨, ବରଗଡରୁ ୧, ଗଜପତିରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୭ ହଜାର ୨୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୩୧୧ କୁ ବୃଦ୍ଧି ହୋଇଛି। ତେବେ ୨୧୨୫ ଆକ୍ରାନ୍ତ ବର୍ତ୍ତମାନ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ମିଳିଛି ଏକ ବଡ ସଫଳତା। ଦୀର୍ଘ ୨୦ରୁ ଉର୍ଦ୍ଧ୍ଵ ବର୍ଷ ଧରି ଫେରାର ଥିବା ୨ ଜଣ ଏବଂ ୩୦ରୁ ଊର୍ଦ୍ଧ୍ଵ ବର୍ଷ ଧରି ଫେରାର ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବାଣପୁର ପୋଲିସ। ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଦୀର୍ଘ ଦିନ ହେବ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିଥିଲେ। ତେବେ ଗତ ତିନି ଦିନ ମଧ୍ୟରେ ସମସ୍ତ ପାଞ୍ଚ ଜଣ ଏନବିଡବ୍ଲୁ ୱାରେଣ୍ଟ କୁ ଧରିବାରେ ସଫଳ ହୋଇଛନ୍ତି ବାଣପୁର ଆଇଆଇସି ଏବଂ ଟିମ। ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ୨୩ ବର୍ଷ ହେଲା ଫେରାର ଥିବାବେଳେ ଜଣେ ୨୭ ବର୍ଷ, ଜଣେ ୩୦ ବର୍ଷ…
ଭୁବନେଶ୍ବର, ଆଜିଠାରୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ। ଏହି ଆର୍ଥିକ ବର୍ଷର ଆରମ୍ଭ ଦିନରେ ମୁଖ୍ୟମନ୍ତ୍ରୀ ସେହି କାଳିଆ ଯୋଜନାରୁ ତାଙ୍କର ଜନହିତ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କାଲିଆ ଯୋଜନାରେ ପ୍ରାୟ 34 ଲକ୍ଷ ଚାଷୀଙ୍କୁ 693.94 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିଛନ୍ତି। ତେବେ ପିପିଲି ନିର୍ବାଚନ ଚାଲିଥିବାରୁ ପୁରୀ ଜିଲ୍ଲାର ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଇ ନାହିଁ। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ 700କୋଟି ଟଙ୍କା ଜମା କରାଗଲା। Its heartening to note that kalia is having an impact in the lives of 37 lakh farmers in the state as well as…
କୋଲକାତା, ଆଜି ଶେଷ ହେଲା ପଶ୍ଚିମ ବଂଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଆଉ ଛଅଟି ପର୍ଯ୍ୟାୟ ମତଦାନ ପରେ ଶେଷ ହେବ ଭୋଟିଂ ପକ୍ରିୟା। ତେବେ ଏହି ଦ୍ବିତୀୟ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ସ୍ଥାନରେ ଛୋଟବଡ ବିଭିନ୍ନ ଘଟଣା ସୃଷ୍ଟି ହୋଇଛି। ମମତା ବାନାର୍ଜିଙ୍କର ବିଜୟ ପଥକୁ ଯେନତେନ ପ୍ରକାରରେ ରୋକିବା ପାଇଁ ବିଜେପି ଆପ୍ରାଣ ଉଦ୍ୟମ ଜାରୀ ରଖିଛି। ଯାହାକୁ ନେଇ ମମତା ପୁରା ଅସ୍ତବ୍ୟସ୍ତ ହୋଇପଡିଲେଣି। ନିଜର ତଥା ଦଳ ପାଇଁ ପ୍ରଚାର କରିବେ କଣ ବିଜେପି ଆକ୍ରମଣକୁ ରୋକିବାରେ ତାଙ୍କର ସମୟ ଅପଚୟ ହେବାରେ ଲାଗିଛି। ଆଜିର ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିରେ ଭୋଟିଂ ହେଉଥିଲା। ସାରା ଭାରତର ରାଜନୀତି ବର୍ତ୍ତମାନ କେବଳ ନନ୍ଦିଗ୍ରାମ ବିଧାନସଭା ଆସନ ଉପରେ ନଜର ରହିଛି। କାରଣ ସେଠାରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହ କଡ଼ା ମୁକାବିଲା…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଏବଂ ବଉଳାବନ୍ଧ ଏଗାରଦୋଳ ଉତ୍ସବ ପାଳନ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ଅଧ୍ୟକ୍ଷତାରେ ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ନଈରୀ ଗ୍ରାମର ବାଇଶି ମୌଜା କମିଟି ଏବଂ ବଉଳାବନ୍ଧ ଗ୍ରାମର ଏଗାର ଦୋଳ କମିଟିର ସଭ୍ୟମାନେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଏପ୍ରିଲ ୭, ୮, ୯ ତାରିଖ ମଧ୍ୟରେ ଏହି ଉତ୍ସବ ଦୁଇଟି ପାଳନ ହେବ। କେବଳ ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଉକ୍ତ ଦୁଇ ଉତ୍ସବ ପାଳନ କରିବା ନିମନ୍ତେ ସର୍ବସହମତି ହୋଇଛି। ବିମାନକୁ ସିମୀତ ସଂଖ୍ୟକ ସେବାୟତ (କମିଟି ଦ୍ୱାରା ନିର୍ଦ୍ଧାରିତ) ନେଇ ପଡ଼ିଆକୁ ଯିବେ। ଆତସବାଜି ପ୍ରଦର୍ଶନ ହେବ ନାହିଁ। ସାମାଜିକ ଦୂରତ୍ୱ, ମାସ୍କ ଏବଂ ସାନିଟାଇଜେସନ ବ୍ୟବହାର ବାଧ୍ୟତାମୂଳକ।…
ଭୁବନେଶ୍ବର: ଓଡିଶାରେ ଅସହ୍ୟ ତାତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେବ। ପାଣି ପାଗ ବିଭାଗ ପକ୍ଷରୁ ୧୬ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଅନୁଗୋଳ, ବାଲେଶ୍ବର, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, କନ୍ଧମାଳ , କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ନୂଆପଡା, ସମ୍ବଲପୁର, ସୋନପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେବେ ଶୁକ୍ରବାରଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହିତ ୨ ତାରିଖରୁ ୫ ତାରିଖ ମଧ୍ୟରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହା ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ଥି ମିଳିବ ବୋଲି ଆଶଙ୍କା କରାଯାଉଛି।
ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଓଡିଶା ଦିବସ ୨୦୨୧ ପାଳିତ। ମୁଖ୍ୟ ଅତିଥି-ପ୍ରତାପ ଜେନା, ପଞ୍ଚାୟତିରାଜ ଓ ପାନୀୟଜଳ,ଆଇନ, ଗ୍ରହ ଓ ନଗର ଉନ୍ନୟନ ମନ୍ତ୍ରୀ ଓଡିଶା ଯୋଗଦାନ
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୫୦୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୯୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
କଟକ, ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର କ୍ୟାଣ୍ଟନମେଣ୍ଟ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଏହାକୁ ମାନବତାର ପ୍ରତିମୂର୍ତ୍ତୀ ବା Statue of Humanity ନାମରେ ନାମିତ କରାଯାଇଛି । ଓଡିଶାରେ ମାନବତାର କଥା ଆସିଲେ, ପ୍ରଥମେ ଗୋପବନ୍ଧୁ ହିଁ ମନେ ପଡନ୍ତି । ଦୀନ, ଦରିଦ୍ର ଓ ଦୁଃଖି ଲୋକଙ୍କୁ ସହାୟତା କରିବାର ମହତ କାର୍ୟ୍ୟରେ ଗୋପବନ୍ଧୁ ହିଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି। ତେଣୁ ସେ ଥିଲେ ମାନବତାର ମହାନ ଉଦ୍ଗାତା । ଗୋପବନ୍ଧୁଙ୍କ ମୂର୍ତ୍ତୀ ମାନବତାର ପ୍ରତୀକ ଭାବରେ ଯୁଗ ଯୁଗ ଧରି ଜନମାନସକୁ ଦରିଦ୍ର ନାରାୟଣ ସେବା ପାଇଁ ପ୍ରେରିତ କରିବ…
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପାଳୁଛି ୫୦ ତମ ସମାବର୍ତ୍ତନ ଉତ୍ସବ। ଏହି ଅବସରରେ ଆଜି ପ୍ରଥମ ଦିନରେ ପାଳିତ ହୋଇଛି ଉପାଧି ବିତରଣ ଉତ୍ସବ। ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସହ ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ ମଲ୍ଲିକ, ପ୍ରଫେସର ସୁଧାକର ପଣ୍ଡା (ଏନ.ଆଇ.ଏସ.ଇ.ଆର ଅଧ୍ୟକ୍ଷ), ଅଭୟ କୁମାର ନାୟକ (ରେଜିଷ୍ଟାର,ଉତ୍କଳ ବିଶ୍ୱବିଦ୍ୟାଳୟ), ସରତ କୁମାର ମାଝି (ପରୀକ୍ଷା ନିୟନ୍ତ୍ରକ,ଉତ୍କଳ ବିଶ୍ୱବିଦ୍ୟାଳୟ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପରୀକ୍ଷାରେ ଉତ୍ତମ ମାର୍କ ରଖି ଉତ୍ତୀର୍ଣ ହୋଇଥିବା ୨୦୧୭-୨୦୧୯ ବର୍ଷର ପ୍ରତିଟି ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ ସହ ପି.ଏଚ.ଡି ଏବଂ ଡି.ଲିଟ ଉପାଧି ପ୍ରଦାନ କରାଯାଇଥିଲା। ଚାନ୍ଦବାଲି ବିଧାୟକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼.ବ୍ୟମୋକେଶ ରାୟଙ୍କୁ ରାଜନୀତି ବିଜ୍ଞାନ ବିଷୟରେ ଡ଼କ୍ଟର ଅଫ ଫିଲୋସୋଫି ଡିଗ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା। ଶେଷରେ ଏହି…
ସୀତାରାମ ଅଗ୍ରୱାଲ ଚିଲିକା: ସରଂକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିବା ବେଳେ ଚାରି ଜଣ ଦୁର୍ବୃତ୍ତ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ଅରାଙ୍ଗ ସରଂକ୍ଷିତ ଜଙ୍ଗଲରେ ଚାରି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିଲେ। ଖବର ପାଇ ତୁରନ୍ତ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସଦଳବଳେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ କାବୁ କରି ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ କୃଷ୍ଣ ପ୍ରଧାନ(୨୪), ଆଲୋକ ସାହୁ(୩୫), ମିଥୁନ ନାୟକ(୨୪) ଏବଂ ଟୁଲୁ ବେହେରା(୪୨)। ସେମାନଙ୍କ ନିକଟରୁ ଦୁଇ ଗୋଟି ଦେଶୀ ବନ୍ଧୁକ ଏବଂ ୫୦ ଗୋଟି ଜୀବନ୍ତ ଗୁଳି ମଧ୍ୟ ବନ ବିଭାଗ ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବନାଞ୍ଚଳ ଆଇନ ଅନୁଯାୟୀ କେସ ନମ୍ବର ୩୩(ଖ) ୨୦/୨୧ ରେ ମାମଲା…
ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ଆରମ୍ଭ ହେବାଠାରୁ ଏହି ଖେଳ ଦର୍ଶକଙ୍କୁ ରୋମାଞ୍ଚିତ କରୁଛି। ଏହି ଛୋଟ ଫର୍ମାଟରେ ବ୍ୟାଟ୍ସମ୍ୟାନ ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ପ୍ରୟାସ କରିଥାନ୍ତି। ଯାହାଦ୍ୱାରା ଏହି ଖେଳରେ ପ୍ରଚୁର ଚୌକା ଏବଂ ଛକା ଦେଖିବାକୁ ମିଳିଥାଏ। ତାହେଲେ ଆସନ୍ତୁ ଜାଣିବା ଆଇପିଏଲରେ ସର୍ବାଧିକ ଛକା ମାରିଥିବା ଶ୍ରେଷ୍ଠ-୫ ଖେଳାଳିଙ୍କ ନାମ: ୧- କ୍ରିସ ଗେଲ- ୧୨୫ ଟି ମ୍ୟାଚ ଖେଳି ୩୨୬ ଟି ଛକା ଏବଂ ୬ ଟି ଶତକ ୨- ଏବି ଡିବିଲିୟର୍ସ- ୧୫୪ ଟି ମ୍ୟାଚରେ ୨୧୨ ଟି ଛକା ୩- ଏମଏସ ଧୋନୀ- ୧୯୦ ମ୍ୟାଚରେ ୨୦୯ ଛକା ୪- ରୋହିତ ଶର୍ମା- ୧୯୪ ଟି ଛକା ୫- ସୁରେଶ ରାଇନା- ୧୯୩ ମ୍ୟାଚରେ ୧୯୪ ଛକା
ନୟାଗଡ: ନୟାଗଡ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ ସଭ୍ୟ ଉପ-ଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ଲାଗି ଦାବି ପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତରେ ୧୫ ଜଣ ୱାର୍ଡଙ୍କ ମଧ୍ୟରୁ ୧୩ ଜଣ ୱାର୍ଡ ଦସ୍ତଖତ କରିଥିବା ସୂଚନା ମିଳିଛି। ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ହେବ। ଏନେଇ ଉପ-ଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ପରି ମୃତ୍ୟୁ ଘଟଣାରେ ସୌମ୍ୟରଞ୍ଜନ ଚର୍ଚ୍ଚାକୁ ଆସିଥିଲେ। ସୌମ୍ୟରଞ୍ଜନଙ୍କୁ ପରୀ ମାମଲାରେ କୃଷିମନ୍ତ୍ରୀ ଅରୁଣ ସାହୁ ଧମକ ଦେଇଥିବା ଏକ ଅଡ଼ିଓ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଥିଲା।
ଭୁବନେଶ୍ବର: ଆଜି ରାଜ୍ୟରେ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୩୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୬୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୩୧୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୯୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୫ ଟି ଜିଲ୍ଲାରୁ ୩୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧାଜିଲ୍ଲାରୁ ୭୦ ଜଣ, ଅନୁଗୁଳ ଜିଲ୍ଲାରୁ ୨୪ ଜଣ, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୩୪ ଜଣ, ଭଦ୍ରକ…

