Author: Samikhsya Bureau

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୯ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୪୫୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୯୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୭୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ/ୱାଶିଂଟନ: ଗତ ଏକ ବର୍ଷ ତୁଳନାରେ ଭାରତ ବହୁତ ଆଗକୁ ଚାଲିଯାଇଛି। ଏହା ଏକ ଆଶ୍ଚର୍ଯ୍ୟଜନକ କଥା ବୋଲି ଦକ୍ଷିଣ ଏସିଆ ଅଞ୍ଚଳ ପାଇଁ ନିୟୋଜିତ ବିଶ୍ଵ ବ୍ୟାଙ୍କ ମୁଖ୍ୟ ଅର୍ଥଶାସ୍ତ୍ରୀ ହଂସ ଟିମର କହିଛନ୍ତି। ଯଦି ଏକ ବର୍ଷର ପୂର୍ବ କଥା ଚିନ୍ତା କରାଯାଏ, ତେବେ ଭାରତର ଆର୍ଥିକ ସ୍ଥିତିରେ ଅଭୁତପୂର୍ବ ହ୍ରାସ ଘଟିଥିଲା। କରୋନା ଟିକାକୁ ନେଇ କୌଣସି ସ୍ପଷ୍ଟତା ନଥିଲା। ମହାମାରୀ ବିଷୟରେ ଅନିଶ୍ଚିତତା ଲାଗିରହିଥିଲା। ଯଦି ଏବେ ଏହାର ତୁଳନା କରାଯାଏ, ତେବେ ଭାରତର ଅର୍ଥ ବ୍ୟବସ୍ଥା ପୁଣିଥରେ ବୃଦ୍ଧି ହେବାର ଦେଖିବାକୁ ମିଳୁଛି। ଭାରତ ଟୀକାକରଣ ଆରମ୍ଭ କରିବା ସାଙ୍ଗକୁ ଟୀକା ପ୍ରସ୍ତୁତିରେ ଭାରତ ଅଗ୍ରଣୀ ଭୂମିକା ତୁଲାଉଛି ବୋଲି ହଂସ ତିମର କହିଛନ୍ତି।

Read More

ଭୁବନେଶ୍ବର, ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହେବା ପରେ ବର୍ତ୍ତମାନ ରାଜନୀତି ସରଗରମ ହୋଇ ଉଠିଛି। ଆଜି ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଦଳ ଅଭିଯୋଗ କରିଛି ଯେ, ପିପିଲି ସ୍ବାସ୍ଥ୍ୟ କେନ୍ଦ୍ରର ସରକାରୀ ଡାକ୍ତର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହି ଡାକ୍ତର ଜଣଙ୍କ ନିଜ ସାମାଜିକ ଗଣମାଧ୍ୟମ ଜରିଆରେ ବିଜେଡିକୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ଡାକ୍ତରଙ୍କୁ ତୁରନ୍ତ ବଦଳି କରାଯିବା ସହିତ ସରକାରୀ କର୍ମଚାରୀଙ୍କୁ ଦଳୀୟ ପ୍ରଚାରରୁ ନିବୃତ ରହିବା ପାଇଁ ବିଜେପି ଅନୁରୋଧ କରିଛି। ଏହି ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହାର ପ୍ରମାଣ ପ୍ରଦାନ କରିଛନ୍ତି। ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବୀ କରିଛନ୍ତି।

Read More

ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ହେଲା ଲଗାତାର ୩୦ ହଜାରାରୁ ଉର୍ଦ୍ଧ୍ଵ କରୋନା ମାମଲା ଦେଖିବାକୁ ମିଳୁଛି। ମହାରଷ୍ଟ୍ରରେ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଛି ବୋଲି ବିଏମସି କମିଶନର ଇକବାଲ୍ ସିଂହ ଚହଲ କହିଛନ୍ତି। ମୁମ୍ବାଇରେ କେବଳ ୪୯ ଦିନରେ ୯୧ ହଜାର କେସ୍ ଆସିଛି। କମିଶନରଙ୍କ ମୁତାବିକ ମୁମ୍ବାଇରେ ୭୪ ହଜାର କେସ୍ ଅଛି, ଯେଉଁଥିରେ କୌଣସି ଲକ୍ଷଣ ଦେଖାଯାଇନି। ତେଣୁ କରୋନା ଏବେ ଏକ ସାଇଲେଣ୍ଟ କିଲର ଭାବେ ଦେଖାଯାଉଛି। ମୋଟ ୯୧ ହଜାର କେସରୁ ମାତ୍ର ୧୭ ହଜାର ମାମଲାରେ ଲକ୍ଷଣ ଦେଖାଯାଇଛି। ଲକ୍ଷଣ ନଥିବା ଆକ୍ରାନ୍ତଙ୍କ ଦେହରେ ଷ୍ଟାମ୍ପ ଲଗାଯାଉଛି। ଯଦି ସର୍ବସାଧାରଣ ସ୍ଥାନ ମଧ୍ୟକୁ ସେମାନେ ଯାଅନ୍ତି, ତେବେ ତାଙ୍କ ନାଁରେ ଏତଲା କରାଯାଇ ଗିରଫ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।

Read More

ପାଟଣା: ବିହାରର ନବାଦା ଜିଲ୍ଲା ଅନ୍ତର୍ଗତ ଭଦୌନୀ ପଞ୍ଚାୟତରେ ଗତ ୪୮ ଘଣ୍ଟା ମଧ୍ୟରେ ୬ ରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ହୋଇଛି। ଯାହାକି ୭ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଗୁରୁତର ଅବସ୍ଥାରେ ପାଟଣା ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଅଧିକାରୀଙ୍କ ଦ୍ଵାରା ମୃତ୍ୟୁର କାରଣ ଏଯାଏଁ ଔପଚାରିକ ଘୋଷଣା ହୋଇନି। କିନ୍ତୁ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଛି ବୋଲି ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

Read More

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଯାହା ତିନି ଜଣ ଲୋକ ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳା ଜଣଙ୍କ ଏତ୍ମାଦପୁର ଥାନାରେ ତିନିଜନଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ବିଷୟରେ ଆରକ୍ଷୀ ଅଧିକ୍ଷକ ଆରଏ ସତ୍ୟଜିତ ଗୁପ୍ତା କହିଛନ୍ତି ଯେ, ଅଭିଯୁକ୍ତଙ୍କ ନାମରେ ଗଣଦୁଷ୍କର୍ମ, ଲୁଟ ଏବଂ ଜୀବନରୁ ମାରିଦେବା ଧମକର ଧାରାରେ କେସ ରୁଜ୍ଜୁ କରାଯାଇଛି। ପୀଡ଼ିତାଙ୍କୁ ଡାକ୍ତରଖାନା ପଠାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଟିମ ଗଠନ କରାଯାଇଛି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି।

Read More

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଚଡିଦେବଗୌଡାଙ୍କ ବ୍ୟତୀତ ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ ସଂକ୍ରମଣ ହୋଇଛନ୍ତି। ଆଜି ଦେବଗୌଡା ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ସବୁ ଲୋକଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ସେ ଅନୁରୋଧ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଏଚଡି ଦେବଗୌଡାଙ୍କ ବୟସ ଏବେ ୮୭ ବର୍ଷ। ସେ ଜୁନ ୧ ତାରିଖ ୧୯୯୬ ଠାରୁ ଏପ୍ରିଲ ୨୧ ତାରିଖ ୧୯୯୭ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହାସହିତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ। ବର୍ତ୍ତମାନ ସେ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୯୧୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୯୩୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୨୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଳାହାଣ୍ଡି ଜିଲ୍ଲାରୁ ୫୭ ଜଣ, ଅନୁଗୁଳ ଜିଲ୍ଲାରୁ ୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ ଜିଲ୍ଲାରୁ ୧୮ ଜଣ,…

Read More

ଭୁବନେଶ୍ବର, ଆସନ୍ତା 2 ତାରିଖ ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ। ସେ ଶୁକ୍ରବାର ଦିନ ପୂର୍ବାହ୍ନ 11 ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ। ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ସେଠାରୁ ଉପରାଷ୍ଟ୍ରପତି ଅପରାହ୍ନ 4 ଟା 45ରୁ ରାଜଭବନରୁ ବାହାରି କାରକେଡରେ କଟକ ଯିବେ। ସେଠାରେ ସାରଳ ଭବନରେ ଆୟୋଜିତ ଆଦିକବି ସାରାଳ ଦାସଙ୍କ 6ଶହତମ ଜନ୍ମ ବାର୍ଷିକୀରେ ଯୋଗଦେବେ। ଏଥିସହିତ ସେଠାରେ ସାରଳା ସାହିତ୍ୟ ସଂସଦର 30ତମ ବାର୍ଷିକ ଉତ୍ସବରେ ମଧ୍ୟ ଅଭିଭାଷଣ ରଖିବେ। ଏହାପରେ ଉପରାଷ୍ଟ୍ରପତି କଟକରୁ ସଂଧ୍ୟା 6ଟା 30 ମିନଟରେ ବାହାରି ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ପରଦିନ ଅର୍ଥାତ ଶନିବାର ଦିନ ଉପରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସେ ରାଜଭବନରୁ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୩ ହଜାର ୪୮୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୫୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୧ ଲକ୍ଷ ୪୯ ହଜାର ୩୩୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୪୬୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୪ ହଜାର ୩୦୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୫୨ ହଜାର ୫୬୬ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ଦକ୍ଷିଣ ପୂର୍ବାଞ୍ଚଳ ସର୍କଲ କୋଲକାତାସ୍ଥିତ ରେଳ ସୁରକ୍ଷା ଆୟୁକ୍ତ ପୂର୍ବ ତଟ ରେଳପଥର ପ୍ରମୁଖ ବୈଦ୍ୟୁତିକ ଇଞ୍ଜିନିୟର ବି. ପି. ପଣ୍ଡା, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏସ.କେ ସିଂ ଏବଂ ରେଳ ବିଦ୍ୟୁତିକରଣର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ସିପିଡି) ଶ୍ରୀ କେ ନାଗେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ଖୋର୍ଦ୍ଧା ରୋଡ଼ ଓ ନୟାଗଡ଼ ଟାଉନ ମଧ୍ୟରେ ୬୬ କିଲୋମିଟର ଦୈର୍ଘ୍ୟ ରେଳ ଲାଇନରେ ବିଦ୍ୟୁତିକରଣ କାର‌୍ୟ୍ୟ ଯାଞ୍ଚ କରିଛନ୍ତି। ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ପରିଚାଳିତ ଯାଞ୍ଚ ସମୟରେ ସ୍ୱତନ୍ତ୍ର ଟ୍ରେନ କୁ ଇଲେକ୍ଟ୍ରିକ ଲୋକୋମୋଟିଭ ଦ୍ୱାରା ନୟାଗଡ଼ ଟାଉନ୍ ଠାରୁ ଖୋର୍ଦ୍ଧା ରୋଡ୍ ପର‌୍ୟ୍ୟନ୍ତ ୮୦ କିଲୋମିଟର ବେଗରେ ଚଳାଚଳ କରାଯାଇ ନୀରିକ୍ଷଣ କାର‌୍ୟ୍ୟ ସମ୍ପାଦନ କରାଯାଇଥିଲା। ଏହି ବିଦ୍ୟୁତିକରଣ ପ୍ରକଳ୍ପ ପାଇଁ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ନୟାଗଡ଼ ଟାଉନରୁ ମହିପୁର…

Read More

April Fool Day : ଏପ୍ରିଲ୍ ଫୁଲ ଦିବସ ପ୍ରତିବର୍ଷ ଏପ୍ରିଲ 1 ତାରିଖରେ ପାଳନ କରାଯାଇଥାଏ। ଏହି ଦିନଟି ସରକାରୀ ଛୁଟି ନୁହେଁ। ଏହା ଏକ ଏପରି ଏକ ଦିନ ଭାବରେ ପାଳନ କରାଯାଏ ଯେତେବେଳେ ପରସ୍ପର ସହିତ ହସନ୍ତି ଏବଂ ଥଟ୍ଟା କରନ୍ତି । ଏହି ଦିନ ବନ୍ଧୁ, ସମ୍ପର୍କୀୟ, ପଡ଼ୋଶୀ ଏବଂ ସହକର୍ମୀମାନଙ୍କ ସହିତ ଥଟ୍ଟା ପରିହାସ କରାଯାଏ। ଯାହାର ଉଦ୍ଦେଶ୍ୟ କେବଳ କୌଣସି କ୍ଷତି ନକରି ଥଟ୍ଟା କରିବା। ବିଭିନ୍ନ ଦେଶରେ ଏପ୍ରିଲ୍ ଫୁଲ ଦିବସ ବିଭିନ୍ନ ଉପାୟରେ ପାଳନ କରାଯାଏ। ନ୍ୟୁଜିଲ୍ୟାଣ୍ଡ, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ଏପ୍ରିଲ୍ ଫୁଲ୍ ମଧ୍ୟାହ୍ନ ପର୍ଯ୍ୟନ୍ତ ପାଳନ କରାଯାଏ। ଫ୍ରାନ୍ସ, ଆୟର୍ଲାଣ୍ଡ, ଇଟାଲୀ, ଦକ୍ଷିଣ କୋରିଆ, ଜାପାନ, ଋଷ, ନେଦରଲ୍ୟାଣ୍ଡ, ଜର୍ମାନୀ, ବ୍ରାଜିଲ, କାନାଡା ଏବଂ ଆମେରିକାରେ ଏହି ଦିବସ ଦିନସାରା ପାଳନ କରାଯାଏ। ଏପ୍ରିଲ୍ ଫୁଲ ଦିବସର କଣ ରହିଛି ଇତିହାସ କେତେକ ବିଶ୍ବାସ…

Read More

କୁମ୍ଭ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ । ଦିନଟି ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଅଟେ। ଆଧ୍ୟାତ୍ମିକତା ଏବଂ ଚିନ୍ତାଧାରା ଭଲ ରହିବ। ସାଙ୍ଗ ଏବଂ ସମ୍ପର୍କୀୟଙ୍କଠାରୁ ଉପହାର ପାଇବାର ସମ୍ଭାବନା ଅଛି। ମୀନ: – ଆଜି ଆପଣଙ୍କର ଏକାଗ୍ରତା ଅଭାବ ହେବ। ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ । ପୁଞ୍ଜି ବିନିଯୋଗ ନିର୍ଦ୍ଦିଷ୍ଟ ଧ୍ୟାନ ଆବଶ୍ୟକ କରେ। ସମ୍ପର୍କୀୟଙ୍କଠାରୁ ଦୂରରେ ରୁହନ୍ତୁ କାରଣ ସେମାନେ ଅଲଗା ହୋଇପାରନ୍ତି । କୋର୍ଟ କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ ।

Read More

ଧନୁ : – ଯଦି ଆପଣ ଆଜି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ। ଏହା ସାଙ୍ଗ ଏବଂ ପ୍ରିୟଜନଙ୍କ ମିଶ୍ରଣ । ଆପଣ କାର୍ଯ୍ୟରେ ସଫଳତା ପାଇବେ ଏବଂ ପ୍ରତିଯୋଗୀମାନଙ୍କ ଉପରେ ବିଜୟ ପାଇବେ । ଶୁଭଫଳ ମିଳିବ ଏବଂ ସାମାଜିକ ସମ୍ମାନ ମଧ୍ୟ ଉପଲବ୍ଧ ହେବ। ମକର :- ଆଜି ଆପଣଙ୍କର କଣ୍ଟିଜେନ୍ସି ଟଙ୍କା ମିଳିପାରେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି ଯାହା ଘରକୁ ବିଶୃଙ୍ଖଳିତ କରିପାରେ । ଛାତ୍ରମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । ନକାରାତ୍ମକ ଚିନ୍ତାଧାରାକୁ ରୋକନ୍ତୁ । ଦୁଃସାହସିକ ଧାରା ପାଇଁ ଦିନଟି ଉପଯୁକ୍ତ ଅଟେ।

Read More

ତୂଳା: – ଆଜି ଆପଣ ଦିନଟି ଖୁସିରେ ବିତାଇବେ । ବୈଦ୍ଧିକ ଧାରା ଏବଂ ଆଲୋଚନା ପାଇଁ ଦିନଟି ଭଲ । ଆଜି, ଆପଣ କଳ୍ପନାର ସର୍ବୋତ୍ତମ ଉପଯୋଗ କରିବେ । ପିଲାମାନଙ୍କଠାରୁ ଭଲ ଖବର ପାଇ ହୃଦୟ ଖୁସି ହେବ । ବିଛା: – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ । ମନ ଚିନ୍ତିତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ଅଛି, ତଥାପି କୈଣସି କ୍ଷତି ହେବ ନାହିଁ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ, ଟଙ୍କା କ୍ଷତି ହୋଇପାରେ ।

Read More

ସିଂହ: – ଆଜି ଆପଣଙ୍କ ଦିନ ମଧ୍ୟମ ଫଳପ୍ରଦ। ଘର ବ୍ୟବସାୟରେ ସାବଧାନ ରୁହନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଆପଣଙ୍କ ସାଥୀଙ୍କ ମନ ଚିନ୍ତିତ ହେବ। ବରିଷ୍ଠ ଏବଂ ପ୍ରିୟଜନଙ୍କ ପାରସ୍ପରିକ କ୍ରିୟା ବୃଦ୍ଧି ପାଇବ। ଏକ ସୁନ୍ଦର ସ୍ଥାନକୁ ଯାତ୍ରା ସମ୍ଭବ। କନ୍ୟା: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ। ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ । ଏକ ସୁଖଦ ବ୍ୟାପାର ହେବ ।  ରୋଗରେ ପୀଡିତଙ୍କ ଅବସ୍ଥା ସୁଧୁରିବା ସହିତ ସନ୍ତୁଷ୍ଟ ହେବାର ଭାବନା ରହିବ।

Read More

ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ପ୍ରତିଯୋଗୀମାନଙ୍କ ସହିତ କୈଣସି ପ୍ରକାର ଆଲୋଚନାରୁ ଦୂରେଇ ରୁହନ୍ତୁ । କର୍କଟ: – ଆଜି, ଆପଣଙ୍କର ଦିନ ପ୍ରତିକୂଳ ପରିସ୍ଥିତିରେ ପରିପୂର୍ଣ୍ଣ । ପରାମର୍ଶ ଦିଆଯାଇଛି ଯେ ଆପଣ କୈଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ଆଜି ଚିକିତ୍ସା ଏବଂ ଅସ୍ତ୍ରୋପଚାରରୁ ମଧ୍ୟ ଦୂରେଇ ରୁହନ୍ତୁ । କ୍ରୋଧରୁ ଦୂରରେ ରୁହନ୍ତୁ । ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେବ।

Read More

ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ ।

Read More

ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ…

Read More

ନୂଆଦିଲ୍ଲୀ: ଆଜି ଦିଲ୍ଲୀସ୍ଥିତ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଫଳତାର ସହ ବାଇପାସ ସର୍ଜରୀ ହୋଇଯାଇଛି। ରାଷ୍ଟ୍ରପତି ଭବନର ପ୍ରବକ୍ତା ଏହି ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ଦିନ ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଚିକିତ୍ସା ପାଇଁ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାପରେ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ରାଷ୍ଟ୍ରପତିଙ୍କ ହୃଦୟରେ ବାଇପାସ ଅସ୍ତ୍ରୋପଚାର  ହୋଇଛି। ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ପ୍ରବକ୍ତା ସୂଚନା ଦେଇଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ଅଞ୍ଚଳରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଥିବା ବେଳେ ଟାର୍ଗେଟ ପୁରଣ କରିବା ପାଇଁ ଚୋରା ମଦ ଦୋକାନିଙ୍କ ଉପରେ କାଁ ଭାଁ ନାମକୁ ମାତ୍ର ଚଢାଉ କରି ତିର୍ତ୍ତୋଲ ଅବକାରୀ ବିଭାଗ ବାଃ ବାଃ ନେଉଥିବା କୁହାଯାଉଛି। ସୂଚନାନୁଯାୟୀ ତିର୍ତ୍ତୋଲ ଅଞ୍ଚଳର ଏମିତି କୌଣସି ଗାଁ ଗହଳି, ଛକ ବଜାର ନାହିଁ ଯେଉଁଠି ଚୋରା ମଦ ଗଞ୍ଜେଇ ବିକ୍ରି ନହେଉଛି। ଏମିତିକି ହୋଲିରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ସରକାରଙ୍କ ପକ୍ଷରୁ ମଦବିକ୍ରି ଉପରେ କଟକଣା ଲଗାଯାଇଥିଲା। ସରକାରୀ ସ୍ୱୀକୃତିପ୍ରାପ୍ତ ମଦଦୋକାନ ଗୁଡିକ ସରକାରଙ୍କ ନିର୍ଦ୍ଦେଶାନୂଯାୟୀ ବନ୍ଦ ରହିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ଗାଁ ଗହଳି ଛକ ବଜାର ଓ ଢାବା ଗୁଡିକରେ ଚୋରାମଦ ବେପାରୀ ମାନେ ଖୋଲାଖୋଲି ଯୋରଦାର୍ ବେପାର ଚଳାଇଥିବା ଦେଖିବାକୁ ମିଳିଥିଲା। ସୂଚନାନୁଯାୟୀ ଏମିତିକି ତିର୍ତ୍ତୋଲ ଅବକାରୀ ଅଫିସ୍ ନିକଟସ୍ଥ ତିର୍ତ୍ତୋଲ ବଜାରରେ ହୋଲି…

Read More