କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଏବଂ ତାଙ୍କ ପତ୍ନୀ

Published: Mar 31, 2021, 1:00 pm IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଚଡିଦେବଗୌଡାଙ୍କ ବ୍ୟତୀତ ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ ସଂକ୍ରମଣ ହୋଇଛନ୍ତି। ଆଜି ଦେବଗୌଡା ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ସବୁ ଲୋକଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ସେ ଅନୁରୋଧ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏଚଡି ଦେବଗୌଡାଙ୍କ ବୟସ ଏବେ ୮୭ ବର୍ଷ। ସେ ଜୁନ ୧ ତାରିଖ ୧୯୯୬ ଠାରୁ ଏପ୍ରିଲ ୨୧ ତାରିଖ ୧୯୯୭ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହାସହିତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ। ବର୍ତ୍ତମାନ ସେ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି।

Related posts