ତୂଳା: – ଆପଣଙ୍କର ନାମ ଏବଂ ଖ୍ୟାତି ବୃଦ୍ଧି ପାଇବ ଏବଂ ଆପଣ ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ପ୍ରଚୁର ଲାଭ ପାଇପାରିବେ । ଆଜି ଆପଣମାନଙ୍କ ମଧ୍ୟରୁ କେତେକ ପଦୋନ୍ନତି ପାଇପାରିବେ । ଆତ୍ମବିଶ୍ୱାସ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ସାମାଜିକ ସର୍କଲରେ ଆପଣଙ୍କର ଲୋକପ୍ରିୟତା ସର୍ବଦା ଉଚ୍ଚରେ ପହଞ୍ଚିପାରେ । ମୀନ: – ସଚ୍ଚୋଟ ଭାବରେ ଆଜି ଆପଣଙ୍କୁ ଲାଭ ଦାୟକ ଫଳ ଦେବ । ବ୍ୟକ୍ତିଗତ ଜୀବନ ଆପଣଙ୍କ ବ୍ୟବସାୟିକ ସ୍ୱାର୍ଥରେ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ । ନୂତନ ବ୍ୟବସାୟ ସୁଯୋଗ ବିନା ବିପଦରେ ରହିବ ନାହିଁ । ଏହା ମଧ୍ୟ କିଛି ଆଇନଗତ କାର୍ଯ୍ୟ ସହିତ ଜଡିତ ହୋଇପାରେ ।
Author: Samikhsya Bureau
ବିଛା : – ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଟିକେ ମଧ୍ୟମତା ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଛି । କିଛି ବ୍ୟକ୍ତି ଏକ ନୂତନ ଯାନ କ୍ରୟ କରିପାରନ୍ତି । ଆଜି ଆପଣଙ୍କ ପରିବାର ସହିତ ଅଧିକ ସମୟ ବିତାଇବା ଆପଣଙ୍କ ପାଇଁ ଶୁଭ ହେବ । ଏହା ପାରସ୍ପରିକ ପାର୍ଥକ୍ୟକୁ ଶେଷ କରିପାରେ । ଆଜି ଆପଣଙ୍କ ମଧ୍ୟରୁ କେତେକଙ୍କୁ ବ୍ୟବସାୟ ପ୍ରସଙ୍ଗରେ ଏକ ଦ୍ୱତ ଭୂମିକା ଗ୍ରହଣ କରିବାକୁ ପଡିପାରେ । ବୃଷ: – ଆଜି ଆପଣ ଯୁକ୍ତିଯୁକ୍ତ ଏବଂ ଜିଦଖୋର ହୋଇପାରନ୍ତି । ଆପଣ କଠିନ ପରିସ୍ଥିତିରେ ନିଜକୁ ପାଇପାରିବେ । ଯଥା ସମ୍ଭବ ଯୁକ୍ତିଠାରୁ ଦୂରରେ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହିତ ତୀର୍ଥଯାତ୍ରା କରିପାରିବେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ । ଅର୍ଥନୈତିକ ଦୃଷ୍ଟିରୁ, ଦିନଟି ସାହାଯ୍ୟକାରୀ ନୁହେଁ, ତେଣୁ କୌଣସି ପ୍ରକାର ବିନିଯୋଗରୁ ଦୂରରେ ରୁହନ୍ତୁ ।
ମିଥୁନ: – ବ୍ୟବସାୟରେ ନୂତନ ଧାରା ଏବଂ ଉପାୟ ପାଇବେ, ଯାହା ନଗଦ ବୃଦ୍ଧି କରିବାରେ ସାହାର୍ଯ୍ୟ କରିବ । ଆଜି ଆର୍ଥିକ ସ୍ଥିତି ବହୁତ ଶକ୍ତିଶାଳୀ ହେବ ଏବଂ ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ସକରାତ୍ମକ ଫଳାଫଳ ପାଇବ । ଆପଣଙ୍କ ସଞ୍ଚୟ ଆପଣଙ୍କ ପରିବାର ପାଇଁ ଲାଭଦାୟକ ପ୍ରମାଣିତ ହେବ । ଆଜି ଆପଣ ପରିବାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । କନ୍ୟା : – ଆଜି ଆପଣଙ୍କ ମଧ୍ୟରୁ କେତେକ ଆପଣଙ୍କ ଦକ୍ଷତା ଅନୁଯାୟୀ ପୁରସ୍କାର କିମ୍ବା ପଦୋନ୍ନତି ପାଇପାରିବେ । ବିବାହ କିମ୍ବା ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ମଧ୍ୟ ଅଛି । ଯଦି ଆପଣ ବିଦେଶ ଭ୍ରମଣ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଶୀଘ୍ର ଏହି ଦିଗରେ ପଦକ୍ଷେପ ନିଅନ୍ତୁ । ବ୍ୟବସାୟ ପ୍ରସଙ୍ଗରେ ଆପଣଙ୍କର ଅନେକ ନୂତନ ସୁଯୋଗ ଥାଇପାରେ ।
ବେଜିଂରେ ମଧ୍ୟ ବେଶ୍ ଧୂମଧାମରେ ପାଳିତ ହୋଇଛି ରଂଗର ପର୍ବ ହୋଲି
ପୁରୀ, ଆଜି ହୋଲି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜା କରାଯାଇଛି। ଏହି ଉପଲକ୍ଷେ ଏକ ବିମାନରେ ଶ୍ରୀ ଦୋଳଗୋବନ୍ଦଙ୍କ ସହିତ ଶ୍ରୀଦେବୀ, ଭୂଦେବୀ ନରେନ୍ଦ୍ର ପୁଷ୍କରଣୀ ଯାଇଥିଲେ। ପ୍ରତି ବର୍ଷ ହୋଲି ରେ ପ୍ରଭୃ ଦୋଳଗୋବିନ୍ଦ ବିମାନରେ ଶ୍ରୀମନ୍ଦିରରୁ ବିମାନରେ ବାହାରି ସହର ପରିକ୍ରମା କରିଥାନ୍ତି। ନରେନ୍ଦ୍ର ପୁଷ୍କରଣୀରେ ପୂଜାବିଧି ପରେ ଠାକୁର ଶ୍ରୀମନ୍ଦିରକୁ ଫେରିଆସନ୍ତି। ଶ୍ରୀମନ୍ଦିରରେ ଏହି ପରଂପରା ପ୍ରାଚୀନ କାଳରୁ ପାଳିତ ହୋଇଆସୁଛି।
ଭୁବନେଶ୍ୱର: ୨୦୨୦ ବର୍ଷ ପାଇଁ ୯ମ ଗୋଟିପୁଅ ଉତ୍ସବରେ ଆରଧନା ଯୁବ ସମ୍ମାନ ପାଇବେ ସିଲ୍ଭର ଗାନ୍ଧୀ। ଚଳିତ ମାର୍ଚ୍ଚ ମାସ ୩୦ ଏବଂ ୩୧ ଦୁଇଦିନ ଧରି ଉତ୍କଳ ରଙ୍ଗମଞ୍ଚ, ଗୁରୁ କେଳୁଚରଣ ରିସର୍ଚ୍ଚ ସେଣ୍ଟରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସିଲ୍ଭର ଗାନ୍ଧୀଙ୍କୁ ଆରଧନା ଯୁବ ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଏଠାରେ ପ୍ରକାଶଥାଉକି, ଓଡ଼ିଶାରେ ସିଲଭର ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶରେ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର। ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଲ୍ଭର ଗାନ୍ଧି’। ପୂର୍ବରୁ ସେ ଦିଲ୍ଲୀ ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଏହାପରେ ସିଲ୍ଭର ଗାନ୍ଧୀ ଚଳଚ୍ଚିତ୍ର ପାଇଁ ସେ ୨୧ଟି ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭ କରିସାରିଛନ୍ତି…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକଜାମ ଓ୍ବାରିଅର୍ସର ସଦ୍ୟତମ ସଂସ୍କରଣ ଘୋଷଣା କରି ଆନନ୍ଦ ବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ ଏକଜାମ ଓ୍ବାରିଅର୍ସର ନୂତନ ସଂସ୍କରଣ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କର ମୂଲ୍ୟବାନ ଯୋଗଦାନକୁ ନେଇ ସମୃଦ୍ଧ ହୋଇଛି। ସେ ମଧ୍ୟ କହିଥିଲେ ଯେ ଏଥିରେ ବହୁ ମହତ୍ତ୍ୱପୂର୍ଣ୍ଣ ନୂଆ ଭାଗ ଯୋଡ଼ା ଯାଇଛି ଯାହା ବିଶେଷ କରି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବ। “ଆସନ୍ତୁ ପରୀକ୍ଷା ଦେବାକୁ ଯାଉଥିବା ଆମର ଯୁବପିଢ଼ିକୁ ସହାୟତା କରିବା” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏକାଧିକ ଟ୍ବିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଥିଲେ, “ପରୀକ୍ଷା ଋତୁ ଆରମ୍ଭ ହେବାକୁ ଯାଉଛି, ମୁଁ ଆନନ୍ଦର ସହିତ ଏହା ଘୋଷଣା କରିବାକୁ ଯାଉଛି ଯେ ଏକଜାମ ଓ୍ବାରିଅର୍ସର ସଦ୍ୟତମ ସଂସ୍କରଣ ବର୍ତ୍ତମାନ ଉପଲବ୍ଧ ରହିଛି। ଏହି ପୁସ୍ତକରେ ଅନେକଗୁଡ଼ିଏ ନୂଆ ମନ୍ତ୍ର ଏବଂ ଏକାଧିକ ଅଭ୍ୟାସ ରହିଛି। ଏହି ପୁସ୍ତକରେ ପରୀକ୍ଷା ପୂର୍ବରୁ…
ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏପ୍ରିଲ ମାସ ପୂର୍ବରୁ ଅସହ୍ୟ ତାତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜି ରାଜ୍ୟରେ ୧୪ ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସର୍ବାଧିକ ଉତ୍ତପ୍ତ ସହର ଭାବେ ଟିଟିଲାଗଡର ତାପମାତ୍ରା ୪୨.୨ ଡିଗ୍ରୀ ଥିବା ବେଳେ ଝାରସୁଗୁଡାରେ ୪୨.୨ ଡିଗ୍ରୀ, ବାରିପଦାରେ ୪୨ ଡିଗ୍ରୀ, ବଲାଙ୍ଗିରରେ ୪୧.୫ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, ଅନୁଗୁଳରେ ୪୧.୧ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୮ ଡିଗ୍ରୀ, ଭୁବନେଶ୍ବରରେ ୪୦.୫ ଡିଗ୍ରୀ, ତାଳଚେରରେ ୪୦.୩ ଡିଗ୍ରୀ, ନୟାଗଡରେ ୪୦.୩ ଡିଗ୍ରୀ, ବାଲେଶ୍ବରରେ ୪୦ ଡିଗ୍ରୀ ଏବଂ କଟକରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୋଲିସ ଏବଂ ସେନାକୁ ବଡ ସଫଳତା ମିଳିଛି। କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟସ୍ଥ ଏକ ଗାଁରୁ ପାଞ୍ଚୋଟି ଏକେ ରାଇଫଲ, ୭ଟି ପିସ୍ତଲ, ଅନେକ ମାଗାଜିନ୍ ଏବଂ ଗୋଳା ବାରୁଦ ଜବତ ହୋଇଛି। ସୂଚନା ପାଇ ପୋଲିସ ଏବଂ ସେନାର ମିଳିତ ଅପରେସନ ପରେ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୨୬, ସୁନ୍ଦରଗଡରୁ ୧୬, ଖୋର୍ଦ୍ଧାରୁ ୧୪, ସମ୍ବଲପୁରରୁ ୧୦, ମୟୂରଭଞ୍ଜରୁ ୮, ନୂଆପଡାରୁ ୬, ଗଞ୍ଜାମରୁ ୫, ବାଲେଶ୍ବରୁ ୪, କୋରାପୁଟରୁ ୪, ଭଦ୍ରକରୁ ୩, ଜଗତସିଂହପୁରରୁ ୩, ଯାଜପୁରରୁ ୩, ପୁରୀରୁ ୩, ବଲାଙ୍ଗୀରିରୁ ୨, ଝାରସୁଗୁଡାରୁ ୨, କେନ୍ଦ୍ରାପଡ଼ାରୁ ୨, ଅନୁଗୁଳରୁ ୧, ବରଗଡରୁ ୧, କଳାହାଣ୍ଡିରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୮୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ କୁ ବୃଦ୍ଧି ହୋଇଛି।…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘାଟିଯାଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ବାଣପୁର ଥାନା ଅଞ୍ଚଳର ଦୁଇ ଜଣ ଯୁବକ ବାଇକ୍ ଯୋଗେ ଟାଙ୍ଗୀରୁ ନାଚୁଣୀ ଅଭିମୁଖେ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର କୟଥ ପଲ୍ଲା ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗ ଏବଂ କୁହୁଡି ଫାଣ୍ଡିର ପୋଲିସ କର୍ମଚାରୀମାନଙ୍କ ଦ୍ଵାରା ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତକ ଯୁବକ ଜଣଙ୍କ ମୋରାମୋରୀ ପଞ୍ଚାୟତ ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମର ସର୍ବେଶ୍ଵର ମଲ୍ଲ(୩୦) ବୋଲି ଜଣା ପଡିଛି। ଗୁରୁତରଙ୍କୁ ଚିକିତ୍ସା…
ଭୁବନେଶ୍ବର: ଆଜି ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭବାନୀପାଟଣା ସ୍ଥିତ ପ୍ରଗତି କଲେଜରେ ୩୨ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସମ୍ପୃକ୍ତ କଲେଜର ଛାତ୍ରଛାତ୍ରୀମାନଙ୍କର ଆଣ୍ଟିଜେନ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ ଆକ୍ରାନ୍ତ ଛାତ୍ରଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ। ଏନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୩୯୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
କଲିକତା: ପଶ୍ଚିମବଙ୍ଗ ନିର୍ବାଚନରେ ବଙ୍ଗଳା ଝିଅକୁ ନେଇ ଯେଉଁ ପୋଷ୍ଟର ଯୁଦ୍ଧ ଲାଗିଥିଲା, ଏବେ ତାଙ୍କର ମୃତ୍ୟୁ ହୋଇଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଟୁଇଟରେ ଦୁଃଖ ପ୍ରକାଶ କରି ତୃଣମୂଳ କଂଗ୍ରେସକୁ ସେମାନେ ଘେରିଛନ୍ତି। ଟୁଇଟରେ ଅମିତ ଶାହ ଲେଖିଛନ୍ତି ଯେ, ବଙ୍ଗଳାର ଝିଅ ଶୋଭା ମଜୁମଦାରଙ୍କ ନିଧନରେ ଆତ୍ମାକୁ ବହୁତ କଷ୍ଟ ହୋଇଛି। ଟିଏମସିର ଗୁଣ୍ଡାମାନେ ଏତେ ଅମାନବୀୟ ଭାବେ ପିଟିଲେ ଯେ, ତାଙ୍କର ଜୀବନ ଚାଲିଗଲା। ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଃଖ ବ୍ୟକ୍ତ କରି କହିଛନ୍ତି ଯେ, ବୃଦ୍ଧା ମା’ ଶୋଭା ମଜୁମଦାରଙ୍କ ଆତ୍ମାକୁ ଇଶ୍ଵର ଶାନ୍ତି ପ୍ରଦାନ କରନ୍ତୁ। ପୁଅ ଗୋପାଳ ମଜୁମଦାର ବିଜେପିର ସଦସ୍ୟ ହୋଇଥିବାରୁ ତାଙ୍କୁ ହତ୍ୟା କରାଗଲା। ତାଙ୍କ ବଳିଦାନ ସର୍ବଦା ମନେ ରହିବ। ସେ ମଧ୍ୟ ବଙ୍ଗଳାର…
ନୂଆଦିଲ୍ଲୀ: ହୋଲି ଉପଲକ୍ଷେ ବାହୁବଳୀ ଅଭିନେତା ପ୍ରଭାସଙ୍କ କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁତ ଭାଇରାଲ ହେବାରେ ଲାଗିଛି। https://twitter.com/i/status/1376166362041569280 ଖବର ମିଳୁଛି କି, ପ୍ରଭାସ ଏକ ଲେମ୍ବୋର୍ଗିନୀ ଏବେନଟେଡ଼ର ରୋଡ଼ଷ୍ଟାର କାର କିଣିଛନ୍ତି। ଏହି ବିଳାସପୂର୍ଣ୍ଣ କାରର ଦାମକୁ ନେଇ ସାମାଜିକ ଗଣମାଧ୍ୟମରେ ବହୁତ ଭାଇରାଲ ହେଉଛି। ଏହି କାରର ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ବିଳାସପୂର୍ଣ୍ଣ କାରଟିକୁ ପ୍ରଭାସ ରାସ୍ତାରେ ଦୌଡାଉଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ମଧ୍ୟ ହେଉଛି।
ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ କରୋନାରେ ସଂକ୍ରମଣ ହୋଇ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଉପରେ କଟକଣା ପ୍ରଶାସନ ପକ୍ଷରୁ କଟକଣା ଲାଗିଛି। ହେଲେ ସରକାରୀ ବିଦ୍ୟାଳୟରେ ସ୍ଥିତି ଭଲ ଅଛି। ତେଣୁ ସରକାରୀ ସ୍କୁଲରେ ପାଠ ପଢା ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଛନ୍ତି। ଏସଓପି ମାନି ସରକାରୀ ବିଦ୍ୟାଳୟରେ ନବମ ଏବଂ ଏକାଦଶ ଶ୍ରେଣୀ ପାଠ ପଢା ଚାଲିବ ବୋଲି ଶ୍ରୀ ଦାଶ କହିଛନ୍ତି।
ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାର ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ଶରଦ ଅସୁସ୍ଥ ହୋଇଥିବା ଖବର ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶରଦଙ୍କ ଗାଲ ବ୍ଳାଡରରେ କିଛି ସମସ୍ୟା ଦେଖାଯାଇଛି। ୩୧ ମାର୍ଚ୍ଚରେ ତାଙ୍କର ଇଣ୍ଡୋଷ୍କୋପି ଏବଂ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୨୨ ଜଣ ଚିହ୍ନଟ ହୋଇଥିବା ବେଳେ ୮୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୬୯୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭୩୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୯ ଟି ଜିଲ୍ଲାରୁ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୩୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୩ ଜଣ, ଅନୁଗୁଳ ଜିଲ୍ଲାରୁ ୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୮ ଜଣ,…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୮ ହଜାର ୨୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୯୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୦ ଲକ୍ଷ ୩୯ ହଜାର ୬୪୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୫ ହଜାର ୯୯୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୨୧ ହଜାର ୮୦୮ ଆକ୍ଟିଭ୍ କେସ୍ ରହିଛି।
ପୁରୀ, ଆଜି ହୋଲି ଉପଲକ୍ଷେ ପୁରୀ ବେଳାଭୂମିରେ ଶୋଭା ପାଉଛି ଆକର୍ଷଣୀୟ ହୋଲି ଶୁଭେଚ୍ଛାର ବାଲୁକା କଳା। ଏହାକୁ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତେବେ ଏଥର କରୋନା ଭାଇରସରୁ ଦୂରେଇ ରହିବା ପାଇଁ ଏକ ସୁନ୍ଦର ବାର୍ତ୍ତା ସହିତ ଏହି ବାଲୁକା ସ୍ଥାପତ୍ୟ କରିଛନ୍ତି। ସୁଦର୍ଶନ ଏହି ବାଲୁକା କଳାରେ ଦୁଇଜଣ ମାସ୍କ ପିନ୍ଧି ହୋଲି ଖେଳୁଥିବାର ଦୃଶ୍ୟକୁ ଉପସ୍ଥାପିତ କରିଛନ୍ତି। ସେ ଏକ ସ୍ଲୋଗାନ ମଧ୍ୟ ଲେଖିଛନ୍ତି ଯାହାର ଓଡିଆରେ ହେଲେ ସୁରକ୍ଷିତ ରୁହନ୍ତୁ, ସୁରକ୍ଷିତ ଭାବେ ଖେଳନ୍ତୁ। ଏହି ବାଲୁକା ସ୍ଥାପତ୍ୟ ଆଗରେ ଥାଳିରେ ବାଲିର ରଂଗ ବେଶ୍ ଆକର୍ଷଣୀୟ ହୋଇଛି।
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଚାକର କେତେ ବିଶ୍ବସ୍ଥ ତାହା ଜାଣିବା ପାଇଁ ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରି ନିରକ୍ଷଣ କରନ୍ତୁ। ଦେଖିବେ ସେ ଯଦି ଠିକ ଭାବେ ମନ ଲଗାଇ କାମ କରେ ତେବେ ଜାଣିବେ ଯେ, ସେ ଜଣେ ସଚ୍ଚୋଟ ବ୍ୟକ୍ତି। ସେହିପରି ଆପଣଙ୍କର ସଂପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ ଚିହ୍ନିବା ପାଇଁ ଉପାୟ ମଧ୍ୟ ଚାଣକ୍ୟ କହିଛନ୍ତି। ତାହା ହେଲା ଯଦି ଦୁଃଖ ସମୟରେ ଆପଣଙ୍କର ସଂପର୍କୀୟମାନେ ପାଖରେ ନ ରୁହନ୍ତି ତେବେ ସେମାନେ ଠିକ୍ ନୁହଁନ୍ତି ବୋଲି ଧରିବାକୁ ପଡିବ। ଆପଣଙ୍କର ମିତ୍ରକୁ ମଧ୍ୟ…

