Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶା ପ୍ରସିଦ୍ଧ ପଞ୍ଚଦୋଳ ଉତ୍ସବ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ସ୍ଥାନୀୟ ଛାୟା ମଣ୍ଡପ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକର ଅଧ୍ୟକ୍ଷତା କରିଥିଲେ ବାଣପୁର ତହସିଲଦାର ମନ୍ମଥ ବେହେରା। ଚଳିତ ବର୍ଷ ପଞ୍ଚଦୋଳ ଉତ୍ସବ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ଅପରାହ୍ନରେ ଶେଷ ହେବ। କରୋନା କଟକଣାକୁ ଦୃଷ୍ଟିରେ ରଖି କିପରି ଉକ୍ତ ଉତ୍ସବ ପାଳନ କରାଯିବ ଏ ନେଇ ପଞ୍ଚୁଦୋଳ କମିଟି ସଭ୍ୟ ଏବଂ ସାମ୍ବାଦିକମାନଙ୍କ ମତାମତ ଲୋଡ଼ିଥିଲେ ତହସିଲଦାର। ତତସହିତ ପଞ୍ଚଦୋଳ ଉତ୍ସବ ସମୟରେ କରୋନା କଟକଣା ଲାଗୁ କରିବା ନେଇ ତହସିଲଦାର ଏବଂ ବାଲୁଗାଁ ଏସଡ଼ିପିଓ ମତାମତ ଲୋଡ଼ିଥିଲେ। ତେବେ ସର୍ବସମ୍ମତି କ୍ରମେ ସରକାରଙ୍କ କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପଞ୍ଚଦୋଳ ପାଳନ କରିବା ପାଇଁ ନିଷ୍ପତି ହୋଇଛି। କେବଳ ଠାକୁରଙ୍କ…

Read More

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ନୂଆ ଆର୍ଥିକ ବର୍ଷର ଆରମ୍ଭ ହେବ। ଆସନ୍ତା ମାସର ୩୦ ଦିନ ମଧ୍ୟରୁ ପାଖାପାଖି ୧୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏହି ୧୫ ଦିନ ମଧ୍ୟରୁ ରବିବାର, ମାସର ଦ୍ଵିତୀୟ ଶନିବାର ଏବଂ ଚତୁର୍ଥ ଶନିବାରକୁ ମିଶାଇ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ତେବେ ବ୍ୟାଙ୍କ ସହିତ ଜଡିତ କିଛି ଜରୁରୀ କାମ ଥିଲେ ଶେଷ କରିବାକୁ ଚେଷ୍ଟା କରନ୍ତୁ। ଜାଣନ୍ତୁ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ: ୧- ଏପ୍ରିଲ ୧ ତାରିଖ- କ୍ଲୋଜିଂ କାରଣରୁ କାମ ହେବ ନାହିଁ ୨- ଏପ୍ରିଲ ୨ ତାରିଖ – ଗୁଡ ଫ୍ରାଇ ଡ଼େ ୩- ଏପ୍ରିଲ ୪ ତାରିଖ- ରବିବାର ୪- ଏପ୍ରିଲ ୫ ତାରିଖ- ବାବୁ ଜଗଜୀବନ ରାମ ଜୟନ୍ତୀ( କେତୋଟି ରାଜ୍ୟରେ ବ୍ୟାଙ୍କ ଖୋଲା ରହିବ) ୫- ଏପ୍ରିଲ ୬ ତାରିଖ- ତାମିଲନାଡୁ ନିର୍ବାଚନ ପାଇଁ ବ୍ୟାଙ୍କ…

Read More

କଲିକତା: ପଶ୍ଚିମବଙ୍ଗର ଦ୍ଵିତୀୟ ପର୍ଯ୍ୟାୟର ମତଦାନ ପାଇଁ ଆଜି ନିର୍ବାଚନ ପ୍ରଚାର ବନ୍ଦ ହୋଇଛି। କିନ୍ତୁ ଏହା ଭିତରେ କ୍ରିକେଟ ଖେଳାଳିରୁ ନେତା ହୋଇଥିବା ଅଶୋକ ଦିଣ୍ଡାଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଶୋକ ଦିଣ୍ଡା ବିଜେପି ଟିକେଟରୁ ନିର୍ବାଚନ ଲଢୁଛନ୍ତି। ତାଙ୍କର ଅଭିଯୋଗ ଅନୁଯାୟୀ, ଯେତେବେଳେ ସେ ପ୍ରଚାର କରୁଥିଲେ, ସେତେବେଳ ତାଙ୍କ କାର ଉପରକୁ ଆକ୍ରମଣ ହୋଇଥିଲା। ଯେଉଁଥିରେ ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଆଜି ସନ୍ଧ୍ୟା ୪ ଟା ସମୟରେ ତୃଣମୂଳ କଂଗ୍ରେସର କର୍ମୀମାନେ ବିଡିଓ କାର୍ଯ୍ଯାଳୟ ନିକଟରେ ଆକ୍ରମଣ କରିଥିବା ସେ ଟ୍ବିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି

Read More

ନୂଆଦିଲ୍ଲୀ, ନିକଟରେ ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତା ନେଇ ସଂସଦରେ ଏକ ବିଲ ପାରିତ ହୋଇଛି। ଯେଉଁଥିରେ ଦିଲ୍ଲୀ ସରକାରଙ୍କ କ୍ଷମତାକୁ ଗୌଣ କରାଯାଇ ଉପରାଜ୍ୟପାଳଙ୍କ କ୍ଷମତାକୁ ଅଧିକ କରାଯାଇଛି। ଫଳରେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ନିଷ୍ପତି ଏବଂ ବିଧାନସଭା ନିଷ୍ପତି ଉପ ରାଜ୍ୟପାଳଙ୍କ ବିନା ପାଶ ହୋଇପାରିବ ନାହିଁ। ଏପରି ନିୟମକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। କାରଣ ହେଲା ଦିଲ୍ଲୀରେ ଏକ ନିର୍ବାଚିତ ସରକାର ଅଛି। ହେଲେ ସେହି ନିର୍ବାଚିତ ସରକାରଙ୍କୁ ସ୍ବାଧୀନଭାବେ ନିଷ୍ପତି ନେବା ଅଧିକାରରୁ ବଞ୍ଚିତ କରାଗଲା। ବିଭିନ୍ନ ସମୟରେ କ୍ଷମତାକୁ ନେଇ ଦିଲ୍ଲୀ ସରକାର ଏବଂ ଉପ ରାଜ୍ୟପାଳଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିଲା। ଫଳରେ ଏହା ଉପରେ ସୁପ୍ରିମ କୋର୍ଟରେ ମାମାଲ ଦାୟର କରାଯାଇଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଦିଲ୍ଲୀରେ ଜମି, ପୋଲିସ କିମ୍ବା ଆଇନି ଶୃଙ୍ଖଳା ସହ ଜଡିତ ନିଷ୍ପତ୍ତି ବ୍ୟତୀତ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅନୁମୋଦନ ଆବଶ୍ୟକ ନାହିଁ।…

Read More

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢି ଚାଲିଛି। ତେଣୁ ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ଦିନର ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ପାଇବ। ଏହି ଗ୍ରୀଷ୍ମ ପ୍ରବାହକୁ ନେଇ ଆସନ୍ତା ୨ ତାରିଖ ଯାଏଁ ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ବାଲେଶ୍ଵର, ବରଗଡ଼, ବଲାଙ୍ଗୀରି, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ସୋନପୁର ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି। ତେବେ ଏହି ସବୁ ପ୍ରଭାବିତ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୧୭, ବଲାଙ୍ଗୀରିରୁ ୧୬, ମୟୂରଭଞ୍ଜରୁ ୧୩, ଝାରସୁଗୁଡାରୁ ୧୦, କଟକରୁ ୯, ସୁନ୍ଦରଗଡରୁ ୭, ଭଦ୍ରକରୁ ୬, ପୁରୀରୁ ୫, ଅନୁଗୁଳରୁ ୪, ବାଲେଶ୍ବରରୁ ୪, ଯାଜପୁରରୁ ୪, ନୂଆପଡ଼ାରୁ ୪, ଗଞ୍ଜାମରୁ ୩, ନବରଙ୍ଗପୁରରୁ ୩, ଢେଙ୍କାନାଳରୁ ୨, କେନ୍ଦୁଝରରୁ ୨, ସମ୍ବଲପୁରରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୯୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦ କୁ ବୃଦ୍ଧି ହୋଇଛି। ତେବେ ୧୭୧୬…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୪୨୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଏହି ଷ୍ଟାର ପ୍ରଚାରକମାନେ ପ୍ରଚାର କରିବେ। ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ଜୁଏଲ ଓରାମ, ସାଂସଦ ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ବିଜୟ ପାଲ୍ ସିଂହ ତୋମାର, ବିଶେଶ୍ୱର ଟୁଡୁ, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ, କେ ଭି ସିଂହ ଦେଓ, ବିଜେପି ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବିଜୟ ମହାପାତ୍ର, ବିଷ୍ଣୁ ଚରଣ ସେଠୀ, ଜୟନାରାୟଣ ମିଶ୍ର, ସୁରମା ପାଢୀ, ଖାରବେଳ ସ୍ୱାଇଁ, ଅଶ୍ୱିନୀ ବୈଷ୍ଣବ, ପ୍ରକାଶ ମିଶ୍ର, ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର,…

Read More

ନୂଆଦିଲ୍ଲୀ: ଯଦି ଆପଣଙ୍କର ପ୍ୟାନ ସହ ଆଧାର ଲିଙ୍କ କରି ନାହାନ୍ତି, ତେବେ ଶୀଘ୍ର କରିନିଅନ୍ତୁ। ଏଥିପାଇଁ ଆପଣଙ୍କ ପାଖରେ ଆଉ ଦୁଇ ଦିନର ସମୟ ବାକି ରହିଛି। ଆସନ୍ତାକାଲି ଏହାର ଶେଷ ତାରିଖ ରହିଛି। ନଚେତ୍ ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଏହା ପୂର୍ବରୁ କେନ୍ଦ୍ର ସରକାର ବହୁତ ଥର ଆଧାର ସହ ପ୍ୟାନ ଲିଙ୍କ କରିବା ପାଇଁ ଅବଧି ବଢାଇଛି। କିନ୍ତୁ ଏବେ ଲିଙ୍କ କରି ନପାରିଲେ କେନ୍ଦ୍ର ସରକାର ଜରିମାନାର ପ୍ରାବଧାନ ଆଣିଛି। ଏହାସହିତ କାର୍ଡ ଧାରକଙ୍କ ପ୍ୟାନକୁ ମଧ୍ୟ ଅବୈଧ ଘୋଷିତ କରାଯିବ। ଉଲ୍ଲେଖ ଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଆର୍ଥିକ ବିଲ-୨୦୨୧ ପାରିତ କରାଯାଇଛି। ଯେଉଁଥିରେ ଆୟକର ଧାରା, ୧୯୬୧ରେ ନୂଆ ଧାରା ୨୩୪ଏଚ ଅନୁଯାୟୀ, ପ୍ୟାନ ସହ ଆଧାର ଲିଙ୍କ କରାନଗଲେ ଏବେ ଲୋକଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଏତଦବ୍ୟତିତ ସେହି ଲୋକଙ୍କ ପ୍ୟାନକୁ ଅବୈଧ…

Read More

ଭୁବନେଶ୍ୱର: ଆଜି ଓଡିଶା ଉଚ୍ଚନ୍ୟାୟଳୟ ସ୍କୁଲ ମିଶ୍ରଣ ମାମଲାର ଶୁଣାଣି କରିଛନ୍ତି। ୨୦ରୁ କମ ପିଲା ଥିବା ସ୍କୁଲକୁ ମିଶ୍ରଣ ମାମଲାରେ ଉଚ୍ଚନ୍ୟାୟଳୟ ରାଜ୍ୟ ସରକାରଙ୍କୁ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୫ ଦିନ ଭିତରେ ଅଭିଭାବକ ସଂଘର ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଉଚ୍ଚନ୍ୟାୟଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ମିଶ୍ରଣକୁ ବିରୋଧ କରି ଅଭିଭାବକ ସଂଘ ଉଚ୍ଚ ନ୍ୟାୟଳୟ ଯାଇଥିଲା। ତେବେ ଅଭିଭାବକ ସଂଘର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇ ଉଚ୍ଚ ନ୍ୟାୟଳୟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯଦି ଅବିଭାକ ସଂଘ ସରକାରୀ ନିଷ୍ପତ୍ତିରେ ସନ୍ତୁଷ୍ଟ ନହୁଅନ୍ତି, ତେବେ ପୁନର୍ବାର ଉଚ୍ଚନ୍ୟାୟଳୟ ଆସିବା ପାଇଁ କହିଛନ୍ତି।

Read More

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲାକୁ ପଡୋଶୀ ଛତିଶଗଡକୁ ଚାଲିଥିବା ବସ ସେବା ବନ୍ଦ ହୋଇପାରେ। ଛତିଶଗଡରୁ କରୋନା ସଂକ୍ରମଣ ବଢୁଥିବାରୁ ବସ ସେବା ବନ୍ଦ କରାଯିବ ବୋଲି ଆଲୋଚନା ହେଉଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ନୂଆପଡ଼ା ଜିଲ୍ଲାର ଲୋକେ ପଡୋଶୀ ରାଜ୍ୟକୁ ବ୍ୟବସାୟ କିମ୍ବା ସାମନା କିଣିବା ପାଇଁ ଯାଇଥାନ୍ତି। ଏବେ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ଏହାସହିତ ବସ ବନ୍ଦ କରିବାପାଇଁ ପଦକ୍ଷେପ ନିଆଯାଉଛି ବୋଲି ନିର୍ଦ୍ଦେଶକ ଡା. ମିଶ୍ର କହିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପାଖରେ ଏବେ ୧୭ ଲକ୍ଷ ଟୀକା ମହଜୁଦ ଅଛି। ମୋଟ ୪୦ ଲକ୍ଷ ଟୀକା ଆସିଥିଲା। ସେଥିରୁ ୨୩ ଲକ୍ଷ ଟୀକା ଲୋକଙ୍କୁ ଦିଆଯାଇଛି। ଆସନ୍ତା ୧ ତାରିଖରୁ ଦୈନିକ ୧ ଲକ୍ଷ ଟୀକା ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ ୨ ତାରିଖରେ ରାଜ୍ୟକୁ ଆଉ ୯ ଲକ୍ଷ ୮୮ ହଜାର ୨୫୦ ଟୀକା ମିଳିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। କିନ୍ତୁ ରାଜ୍ୟରେ ଏବେ ଟୀକାଦାନ ପ୍ରକ୍ରିୟାରେ ୯ ଟି ଜିଲ୍ଲା ପଛରେ ଅଛି। ଅନୁଗୁଳ, ବରଗଡ, ବଲାଙ୍ଗୀରି, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ସୁନ୍ଦରଗଡ ଏବଂ ସୋନପୁର ଟୀକାଦାନ ପ୍ରକ୍ରିୟାରେ ପଛରେ ଅଛି ବୋଲି ନିର୍ଦ୍ଦେଶକ କହିଛନ୍ତି। ହେଲେ ଆମ ରାଜ୍ୟର  କରୋନା ଟୀକାକରଣ ପ୍ରକ୍ରିୟା ଭଲ ସ୍ଥିତିରେ ଅଛି। ଅନ୍ୟ ରାଜ୍ୟ ଅପେକ୍ଷା ଟୀକା ନଷ୍ଟ ହେବା ହାରରେ ଓଡିଶା ପଛରେ ଅଛି। ଅନ୍ୟ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୯ ଜଣ ଚିହ୍ନଟ ହୋଇଥିବା ବେଳେ ୮୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୮୦୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୮୩୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ବରଗଡ ଜିଲ୍ଲାରୁ ୩୪ ଜଣ, ନୂଆପଡା ଜିଲ୍ଲାରୁ ୨୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୫ ଜଣ,…

Read More

ଭୁବନେଶ୍ଵର:ଆଜି ବିଧାନସଭାରେ ଟ୍ଵିନ୍ ସିଟିରେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା। ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଗୃହରେ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରଶ୍ନ ରଖିଥିଲେ। ଏହି ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ମଧ୍ୟ ରଖିଥିଲେ। ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବର-କଟକରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ପ୍ରସ୍ତାବ ନାହିଁ। ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସର୍ଭେ ହୋଇଥିଲା। ଟେଣ୍ଡର ହୋଇଥିଲା। ଏଥିରେ ୫ଟି କମ୍ପାନୀ ଭାଗ ନେଇଥିଲେ। ଏଥିରେ ଵାଲାଜି କମ୍ପାନୀକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା। ଜନସଂଖ୍ୟା ଆଧାରରେ ଫିଜିବିଲିଟି ନଥିବାରୁ ମେଟ୍ରୋ ଟ୍ରେନ୍ ଚଳାଚଳ ହେବ ନାହିଁ। ମେଟ୍ରୋ ଟ୍ରେନ୍ ଚଳାଚଳ ୨୦୪୧ ଯାଏଁ ହୋଇପାରିବ ନାହିଁ ବୋଲି ସର୍ଭେରୁ ଜଣାପଡିଛି। କମ୍ପାନୀକୁ ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ଲକ୍ଷ ୬୧ ହଜାର ଦେଇଥିବା ବେଳେ ରାଜ୍ୟ ସରକାର…

Read More

ନୂଆଦିଲ୍ଲୀ: ଭାରତ ଠାରୁ ଦିନିକିଆ ସିରିଜ ୨-୧ରେ ପରାଜିତ ହେଲା ପରେ ମଧ୍ୟ ଇଂଲଣ୍ଡ ଦଳ ୱାର୍ଲ୍ଡ ସୁପର ଲିଗ ତାଲିକାରେ ଶ୍ରେଷ୍ଠରେ ରହିଛି। ଯାହାକି ଭାରତୀୟ ଦଳ ଏହି ତାଲିକାରେ ଆଫଗାନିସ୍ଥାନ ଏବଂ ବାଂଲାଦେଶ ପଛରେ ରହିଛି। ଇଂଲଣ୍ଡ ଦଳ ୪୦ ଅଙ୍କ ପାଇ ୧ ନମ୍ବରରେ ରହିଥିବା ବେଳେ ଭାରତ ୨୯ ଅଙ୍କ ସହ ସପ୍ତମ ସ୍ଥାନରେ ରହିଛି। ୱାର୍ଲ୍ଡ ସୁପର ଲିଗରେ ଅଷ୍ଟ୍ରେଲିଆ ୪୦ ଅଙ୍କ ପାଇ ଇଂଲଣ୍ଡ ସହ ସମକ୍ଷକ ଅଛି। ହେଲେ ଭଲ ରନରେଟ ଯୋଗୁଁ ତାଲିକାରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ଦ୍ଵିତୀୟ ସ୍ଥାନରେ ରହିଛି। ସୂଚନା ଯୋଗ୍ୟ ଯେ, ଏହି ଲିଗର ଜିତିବା ଟିମକୁ ୧୦ ଅଙ୍କ ମିଳୁଥିବା ବେଳେ ମ୍ୟାଚ ଟାଇ କିମ୍ବା ରଦ୍ଦ ହେଲେ ୫ ଅଙ୍କ ଏବଂ ହାରିବା ଟିମକୁ କୌଣସି ଅଙ୍କ ମିଳିନଥାଏ। ତାଲିକାରେ ଭାରତ ଉପରକୁ ନ୍ୟୁଜିଲାଣ୍ଡ, ବାଂଲାଦେଶ, ଆଫଗାନିସ୍ଥାନ ଏବଂ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୬ ହଜାର ୨୧୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୭୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୦ ଲକ୍ଷ ୯୫ ହଜାର ୮୫୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୪୦ ହଜାର ୭୨୦ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ସାଂସାରିକ ସମସ୍ୟାର ସମାଧାନ ପାଇଁ ବାହାରେ ରହୁଥିବା ଗୃହସ୍ଥଙ୍କ ବିଶ୍ରାମ ସ୍ଥାନ ତିନୋଟି। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଯେଉଁମାନେ ସାଂସାରିକ ବା କର୍ମ ପାଇଁ ବାହାରେ ବହୁ ସମୟ ରହନ୍ତି ସେମାନେ ତିନୋଟି ସ୍ଥାନରେ ଖୁସି ଅନୁଭବ କରନ୍ତି। ସେହି ତିନୋଟି ସ୍ଥାନ ହେଲା ପତ୍ନୀ, ସନ୍ତାନ ଏବଂ ସଂପର୍କୀୟଙ୍କ ସଂଗତି। ସେ ଯେତେ ପରିଶ୍ରମ କରିଥିଲେ ମଧ୍ୟ ଏହି ତିନୋଟି ସ୍ଥାନରେ ସେ ଆନନ୍ଦ ଅନୁଭବ କରେ। ସେଥିପାଇଁ କାମଦାମ ସାରି ସମସ୍ତେ ଘର ମୁହାଁ ଏଇଥି ପାଇଁ ହୋଇଥାନ୍ତି। ସାଧାରଣତଃ ଯେଉଁମାନେ ବାହାରେ ଚାକିରୀ କରିଥାନ୍ତି, ସେମାନେ ଶନିବାର ଦିନ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଥାନ୍ତି। କାରଣ ହେଲା ଏହି ତିନୋଟି ସ୍ଥାନରେ ତାଙ୍କୁ ଶାନ୍ତି ମିଳିଥାଏ। ସବୁ ଦୁଃଖ ଏବି ସବୁ ମାନସିକ ଅଶାନ୍ତି ଏହି ତିନୋଟି ସ୍ଥାନରେ କୁଆଡେ ମିଳାଇ ଯାଇଥାଏ।

Read More

ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ କିଛି ନୂତନ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ କିଛି ପରିମାଣରେ ପ୍ରଭାବିତ କରିପାରେ । ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି ହୋଇପାରେ ଯାହା ଆପଣଙ୍କୁ ଚାପରେ ରଖିପାରେ । ଅବିବାହିତ ଯୁବକଙ୍କ ଜୀବନରେ ପ୍ରେମ ପ୍ରବେଶ କରିପାରେ । ଆଜି ଆପଣ ପିଲାମାନଙ୍କ ପ୍ରସଙ୍ଗରେ କିଛି ଭଲ ଖବର ପାଇପାରିବେ । ବୃଷ: – ଆଜି ଆପଣ ଯୁକ୍ତିଯୁକ୍ତ ଏବଂ ଜିଦଖୋର ହୋଇପାରନ୍ତି । ଆପଣ କଠିନ ପରିସ୍ଥିତିରେ ନିଜକୁ ପାଇପାରିବେ । ଯଥା ସମ୍ଭବ ଯୁକ୍ତିଠାରୁ ଦୂରରେ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହିତ ତୀର୍ଥଯାତ୍ରା କରିପାରିବେ। ଜୀବନ ସାଥୀଙ୍କ…

Read More

କର୍କଟ: – ବ୍ୟବସାୟ ପ୍ରସଙ୍ଗରେ, ଆଜି ଏକ ନୂତନ ଉଦ୍ୟୋଗରୁ ଆରମ୍ଭ ହୋଇପାରେ କିମ୍ବା ଆପଣ ଏକ ନୂତନ ଚୁକ୍ତି ଚୂଡାନ୍ତ କରିପାରିବେ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ବହୁତ ଭଲ ହେବ । ଲାଭଦାୟକ ପ୍ରମାଣିତ ହେବ । ବୃତ୍ତିଗତ ଏବଂ ସାମାଜିକ ସର୍କଲରେ ସମ୍ମାନ ପାଇବା ପାଇଁ ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ । ଧନୁ : – କର୍ମକ୍ଷେତ୍ରରେ ସକରାତ୍ମକ ଏବଂ ସହାୟକ ବିକାଶ ହେବ । ଆପଣ ଏହାର ଲାଭକୁ ଅପେକ୍ଷା କରିଛନ୍ତି । ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହୋଇପାରିବ । ଯଦି ଆପଣ ବିଦେଶ ଯିବାକୁ ଇଚ୍ଛୁକ, ତେବେ ଆପଣ ଆପଣଙ୍କର ଉଦ୍ୟମକୁ ବୃଦ୍ଧି କରିବେ । ପରୀକ୍ଷାର ଫଳାଫଳ ଆପଣଙ୍କ ସପକ୍ଷରେ ରହିବ ।

Read More

ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ କିଛି ନୂତନ ପରିବର୍ତ୍ତନ ହୋଇପାରେ । ମକର : – ଆର୍ଥିକ ଦୃଷ୍ଟିରୁ ଆଜି ଭଲ ଲାଭ ସମ୍ଭବ । ଏହି ପର୍ଯ୍ୟାୟରେ ଆପଣ ଅନେକ କାର୍ଯ୍ୟକଳାପରେ ଜଡିତ ହେବେ । ମାର୍କେଟିଂ, ମିଡିଆ ଇତ୍ୟାଦି ସହିତ ଜଡିତ ଲୋକଙ୍କୁ ଭ୍ରମଣ କରିବାକୁ ପଡିପାରେ । ଆପଣ ନୂତନ ଯୋଗାଯୋଗରୁ ମଧ୍ୟ ଉପକୃତ ହେବେ ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ ।

Read More

କୁମ୍ଭ: – ଆପଣ ବ୍ୟବସାୟ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିବେ ଏବଂ ଏକ ଉଚ୍ଚ ସାମାଜିକ ସ୍ଥିତି ହାସଲ କରିବେ । ଆପଣ ଏକ ନୂତନ ଉଦ୍ୟମ ଆରମ୍ଭ କରିପାରିବେ ଏବଂ ଏକ ବଡ ଡିଲ୍ ଚୂଡାନ୍ତ କରିପାରିବେ । ଆପଣ ସମସ୍ତ ପ୍ରତିପକ୍ଷ ଉପରେ ଜିତିବେ । ଆପଣଙ୍କର ନାମ ଏବଂ ଖ୍ୟାତି ବ୍ୟାପକ ହେବ । ସିଂହ: -ଆପଣଙ୍କ ବୁଦ୍ଧି ହେତୁ ସବୁକିଛି ଭଲ କରିବ । ଏକ ପ୍ରଭାବଶାଳୀ ସ୍ୱର ପାଇ ଆପଣ ଲୋକମାନଙ୍କୁ ଆପଣଙ୍କ କଥା ଶୁଣିବାକୁ ପାଇପାରିବେ । ଏହି କାରଣଗୁଡିକ ହେତୁ, ବ୍ୟବସାୟରେ ଭଲ କରିବ ଏବଂ ପ୍ରଚୁର ଲାଭ ପାଇବାକୁ ସକ୍ଷମ ହେବେ । ଭ୍ରମଣ ମଧ୍ୟ ଲାଭଦାୟକ ହେବ ।

Read More