Author: Samikhsya Bureau

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ରେ ଓଡିଶାର ତିନି ଜଣଙ୍କ କାମକୁ ସେ ପ୍ରଶଂସା କରିଛନ୍ତି। ପ୍ରତିମାସର ଶେଷ ରବିବାରରେ ପ୍ରସାରଣ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ଏଥର ମୋଦି ପରିବେଷ, ସ୍ବାସ୍ଥ୍ୟ ଏବଂ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି। ସେହିପରି 75 ବର୍ଷର ଭାରତ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଅମୃତ ଉତ୍ସବ ଉପରେ ମଧ୍ୟ ସେ ଅବଗତ କରାଇଛନ୍ତି। ତାଙ୍କର ଭାଷଣରେ ମୋଦି ଓଡିଶାର କେନ୍ଦ୍ରାପଡାର ବିଜୟ କୁମାର କବି ଏବଂ ପାରାଦୀପର ଅମେଶ ସାମନ୍ତଙ୍କୁ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି ଯେ, କେନ୍ଦ୍ରାପଡାର ବିଜୟ କୁମାର କବି ସମୁଦ୍ର କୂଳରେ 25 ଏକର ସ୍ଥାନରେ ହେନ୍ତାଳ ବନ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। କେନ୍ଦ୍ରପଡା ଏକ ଉପକୂଳ ଜିଲ୍ଲା ହୋଇଥିବାରୁ ସେଠାରେ ସମୁଦ୍ର କୂଳ ଖାଇବାରେ ଲାଗିଛି। ବିଜୟ ଅନୁଭବ କଲେ ଯେ, ପ୍ରକୃତିର ତାଣ୍ଡବକୁ କେବଳ ପ୍ରକୃତି ହିଁ ରକ୍ଷା…

Read More

କଲିକତା: ପଶ୍ଚିମବଙ୍ଗ ହୁଗୁଳି ସାଂସଦ ତଥା ଚୁଞ୍ଚୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଲକେଟ ଚାଟ୍ଟାର୍ଜୀଙ୍କ ଉପରକୁ କେମିକାଲ ମିଶା ରଙ୍ଗ ଫିଙ୍ଗା ଯାଇଛି। ଯାହାଦ୍ୱାରା ରଙ୍ଗ ତାଙ୍କ ଆଖି ମଧ୍ୟରେ ପସି ଯାଇଥିଲା। ଫଳରେ ସେ ହଠାତ ଅସୁସ୍ଥ ହୋଇପଡିଛନ୍ତି। ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ତେବେ ଟିଏମସି ଏଭଳି କାର୍ଯ୍ୟ କରିଛି ବୋଲି ବିଜେପି ଅଭିଯୋଗ କରିଛି। ଏହା ସହିତ ଚାରି ପାଞ୍ଚ ଜଣ ଟିଏମସି ବ୍ୟାଚ ପିନ୍ଧିଥିବା ଲୋକ ଆସି ତାଙ୍କ ଉପରକୁ ରଙ୍ଗ ଫିଙ୍ଗିଛନ୍ତି ବୋଲି ଲକେଟ ଅଭିଯୋଗ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ବିଜେପି ନେତା ସୌମେନ୍ଦୁ ଅଧିକାରୀଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ମଧ୍ୟ ବିଜେପି ଅଭିଯୋଗ କରିଥିଲା। ଏଥିରେ ସୌମେନ୍ଦୁଙ୍କ ଗାଡି ଚାଳକ ଆହତ ହୋଇଥିବା କୁହାଯାଇଥିଲା।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୨୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୧୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୫୭୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬୫୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୨ ଟି ଜିଲ୍ଲାରୁ ୨୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୧ ଜଣ, ଅନୁଗୁଳ ଜିଲ୍ଲାରୁ ୧୦ ଜଣ, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ ଜିଲ୍ଲାରୁ ୧୫, ଭଦ୍ରକ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଗତକାଲି କାଳ ବୈଶାଖୀ ଯୋଗୁଁ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଥିରେ ଜଣେ ୫୦ ବର୍ଷୀୟ ପୁରୁଷଙ୍କର ପ୍ରାଣହାନୀ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ରାତ୍ରିରେ କାଳ ବୈଶାଖୀ  ଯୋଗୁଁ  ଜୋର୍ ରେ ପବନ  ବହିବା ସହ ବଜ୍ରପାତ ହୋଇଥିଲା। ଫଳରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମର ଦାଣ୍ଡରେ  ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡିରହିଥିଲା। ଏହି ସମୟରେ ସୋରଣ ଗ୍ରାମର ସମୀର ରଣସିଂ ନିଜ ସାଇକେଲରେ ଘରକୁ ଫେରୁଥିବାବେଳେ ହଠାତ୍ ସେହି ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ସମୀର ଚିତ୍କାର କରିବାରୁ ଗାଁଲୋକେ ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ସମୀରଙ୍କୁ  ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ୍ ବିଭାଗର ଚରମ ଅବହେଳା…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ବଜାର ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ନାଟ୍ୟଦିବସ ୨୦୨୧ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେବେଠୁଁ ମଣିଷର ଜନ୍ମ ସେବେଠାରୁ ନାଟକର ଜନ୍ମ ସେକ୍ସପିଅର କହିଥିଲେ ଏ ପୃଥିବୀ ହେଉଛି ଏକ ରଙ୍ଗମଞ୍ଚ, ଆମେ ସମସ୍ତେ ଅଭିନେତା। ଗ୍ରୀସ୍ ରେ ୨୦୦୦ ବର୍ଷ ପୂର୍ବେ ନାଟକ ଆରମ୍ଭ ହୋଇଥିଲା। ବିଶ୍ଵ ନାଟ୍ୟ ଦିବସ ପାଳନ ଏକ ସୁନ୍ଦର ପ୍ରୟାସ, ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ। ଉକ୍ତ ବିଶ୍ୱ ନାଟ୍ୟ ଦିବସରେ ଅଧ୍ୟକ୍ଷତା କରି ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ବିଶ୍ୱ ନାଟ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିଭାବେ ନାଟ୍ୟକାର କୈଳାଶ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲା ଓକିଲ ସଂଘ, ଜଗତସିଂହପୁରର ସାଧାରଣ ନିର୍ବାଚନରେ ଗଗନ ଚନ୍ଦ୍ର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବ୍ରତ ଶତପଥିଙ୍କୁ ୧୯ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ସଂପାଦକ ଭାବେ ନରେଶ ଦାସ ତାଙ୍କର ପ୍ରତିଦ୍ବନ୍ଦ୍ବି ଉମାଶଙ୍କର ସ୍ବାଇଁଙ୍କୁ ୧୫୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଉପସଭାପତି ଭାବରେ ପ୍ରହଲ୍ଲାଦ କୁମାର ନାୟକ ତାଙ୍କ ପ୍ରତିଦ୍ବନ୍ଦ୍ବି ଆଲୋକ ପ୍ରକାଶ ଜେନାଙ୍କୁ ୧୩୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। କୋଷାଧ୍ୟକ୍ଷ ଭାବରେ ଦୁର୍ଯ୍ୟୋଧନ ରାଉତ ଓ ଯୁଗ୍ମ ସମ୍ପାଦକ ଭାବରେ ଜ୍ଞାନ ରଂଜନ ମହାନ୍ତି ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇଥିବା ବେଳେ ପରିଚାଳନା କମିଟି ସଦସ୍ୟ ଭାବରେ ରାଜଶ୍ରୀ ମହାନ୍ତି ମଧ୍ୟ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟୀ ହୋଇଥିଲେ। ଅନ୍ୟ ପରିଚାଳନା କମିଟି ସଦସ୍ୟ ଭାବେ ବିବେକାନନ୍ଦ ନାୟକ, ଅଶ୍ବିନୀ ଅମିତାଭ୍ ଲେଙ୍କା, ଅନିରୁଦ୍ଧ ସାବତ,ବାଟୁ ଭୋଇ, ପ୍ରକାଶ ଚନ୍ଦ୍ର ରାୟ ଓ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସି°ହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧିନ ବୋଧେଇ ପଞ୍ଚାୟତ ଜୋକେଇ ଗ୍ରାମରେ ଗତ ୧୬ ତାରିଖ ରାତିରେ ହୋଇଥିବା ଗଣଦୁଷ୍କର୍ମ ଓ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟମାନେ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି।‌ ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ଓ ଅଭିଯୁକ୍ତଙ୍କ‌ ଗିରଫ ଦାବୀରେ ଶନିବାର ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏମାନେ ମଣିଜଙ୍ଗା-ଏରସମା ରାସ୍ତାର ପୁରୀଜେନା ଛକ ଠାରେ ରାସ୍ତା ଅବରୋଧ ସହ ପ୍ରତିବାଦ କରିଥିଲେ। ସକାଳ ୯ଟା ଠାରୁ ଦିର୍ଘ ୫ଘଣ୍ଟା ଧରି ଶତାଧିକ ମହିଳା ରାସ୍ତା ଉପରେ ବସି ରହିବା ସହ ଘଟଣାରେ ପୋଲିସର ନିସ୍କ୍ରିୟତା ବିରୋଧରେ ସ୍ଳୋଗନ ସହ ଅଭିଯୁକ୍ତଙ୍କ ଗିରଫ ଦାବୀ କରିଥିଲେ। ତିର୍ତ୍ତୋଲ ଆଇଆଇସି ଭାବଗ୍ରାହୀ ରାଉତଙ୍କ ସହ ଅନ୍ୟ ପୋଲିସ ଦିର୍ଘ ୪ଘଣ୍ଟା ପରେ ଘଟଣା ସ୍ଥଳରେ‌ ପହଞ୍ଚି ମହିଳା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଜିଲ୍ଲାପାଳ କିମ୍ବା ଏସପି ନଆସିଲେ ସେମାନେ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୭୧୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୯ ଲକ୍ଷ ୭୧ ହଜାର ୬୨୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୫୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୨୩ ହଜାର ୭୬୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮୬ ହଜାର ୩୧୦ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ସାଧାରଣତଃ ହୋଲି, ରଙ୍ଗର ପର୍ବ  ଭାବେ ଜଣାଶୁଣା । ଏହା ପ୍ରେମ ଏବଂ ଭାଇଚାରାର ପର୍ବ ।  ଏହି ବର୍ଷ ଅନେକ ବର୍ଷ ପରେ ହୋଲିରେ ଏକ ସ୍ୱତନ୍ତ୍ର ଯୋଗ ସୃଷ୍ଟି ହୋଇଛି।  ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଫାଲଗୁନ୍ ମାସର କୃଷ୍ଣ ପକ୍ଷ ପ୍ରତିପଦା ତିଥୀରେ ହୋଲି ପାଳନ କରାଯାଇଥାଏ। ଏହି ବର୍ଷ 29 ମାର୍ଚ୍ଚ 2021 ରେ ହୋଲି ପଡୁଛି । ଏହି ଦିନ ବିରଳ ଧ୍ରୁବ ଯୋଗ ସୃଷ୍ଟି ହେଉଛି। ଏହି ଯୋଗ 77 ବର୍ଷ ପରେ ପୁଣି ଥରେ ପରିଲକ୍ଷିତ ହେଉଛି। ଧ୍ରୁବ ଯୋଗର ଗୁରୁତ୍ୱ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ଏହି ବର୍ଷ ସ୍ୱତନ୍ତ୍ର ଧ୍ରୁବ ଯୋଗ ପଡୁଛି । ଏହି ଦିନ, ଚନ୍ଦ୍ର କନ୍ୟା ରାଶିରେ ଗତି କରୁଛନ୍ତି । ଏଥିସହିତ ଗୁରୁ ଏବଂ ଶନି ମକର ରାଶିରେ ବସିବେ। ଶୁକ୍ର ଏବଂ ସୂର୍ଯ୍ୟ ମୀନ ରାଶିରେ ରହିବେ। ମଙ୍ଗଳ ଏବଂ ରାହୁ…

Read More

ଭୁବନେଶ୍ବର, ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ। ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ କପାଳକୁ…

Read More

ମେଷ: – ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ । ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟରେ ବ୍ୟସ୍ତ ରହିବେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ପରିବାରର ଚିନ୍ତା ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ପ୍ରଭାବଶାଳୀ ଲୋକଙ୍କୁ ପରିଚିତ କରାଇବା । ଲଜ୍ଜିତ ହୁଅନ୍ତୁ ନାହିଁ । ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ । ବୃଷ: – ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଶୋକ ଖବର ମିଳିପାରେ ।ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ । ଆୟ ରହିବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । କଠିନ ପରିଶ୍ରମ ଅଧିକ ହେବ । ମିଥୁନ: -…

Read More

କନ୍ୟା : – ଚାକିରିରେ ପ୍ରଭାବ ବୃଦ୍ଧି ପାଇବ । ଅଧିକାରୀଙ୍କ ସୁଖ ପାଇବେ । ପାରିବାରିକ ଚିନ୍ତା ବୃଦ୍ଧି ପାଇବ । ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ବିନିଯୋଗ ଶୁଭ ହେବ । କଠିନ ପରିଶ୍ରମର ଫଳ ଗ୍ରହଣ କରାଯିବ । ମୀନ: – ଭଲ ଖବର ପାଇବେ । ଅତିଥିମାନେ ଆସିବେ । ସୁଖ ବୃଦ୍ଧି ପାଇବ । କିଛି ବଡ କାମ କରିବାକୁ ଇଚ୍ଛୁକ ହେବେ । ତତ୍ପରତା ନାହିଁ । ବ୍ୟବସାୟ ଲାଭଦାୟକ ହେବ । ନୂତନ ବନ୍ଧୁ ସୃଷ୍ଟି ହେବ ।

Read More

ମେଷ: – ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ । ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟରେ ବ୍ୟସ୍ତ ରହିବେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ପରିବାରର ଚିନ୍ତା ହେବ । ମକର ରାଶି: -ବ୍ୟବସାୟ ଲାଭଦାୟକ ହେବ । ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । ଚାକିରିର ପ୍ରଭାବ ବୃଦ୍ଧି ପାଇବ । ସମସ୍ତ କାର୍ଯ୍ୟ ଠିକ୍ ସମୟରେ ହେବ । ବିନିଯୋଗ ଶୁଭ ହେବ । ଆୟ ବୃଦ୍ଧି ପାଇବ ।

Read More

କୁମ୍ଭ: – ସ୍ଥାୟୀ ଧନ ବୃଦ୍ଧି ପାଇବ । କୌଣସି ବଡ ଡିଲ୍ ହୋଇପାରେ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ବୃଦ୍ଧି ପାଇବ । ଘର ବାହାରେ ସବୁ ଦିଗରୁ ସହାୟତା ଗ୍ରହଣ କରାଯିବ । ମିଥୁନ: – ଆପଣ ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥ ହେବେ । କୌଣସି ବଡ଼ କାର୍ଯ୍ୟ ହେତୁ ସୁଖ ବୃଦ୍ଧି ପାଇବ । ଉପହାର ଗ୍ରହଣ କରାଯିବ । ବେକାରୀ ଦୂର ହେବ । ବ୍ୟବସାୟ ବୃଦ୍ଧି ପାଇବ ।

Read More

ସିଂହ : – ସ୍ଥିର ଟଙ୍କା ପାଇବାର ସମ୍ଭାବନା ଅଛି, ଚେଷ୍ଟା ଜାରି ରଖ । ଭ୍ରମଣ ଲାଭଦାୟକ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ରୋଜଗାର ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ତୂଳା : – ଏକ ନୂତନ ଯୋଜନା ପ୍ରସ୍ତୁତ ହେବ । କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ରୋଜଗାର ବୃଦ୍ଧି ପାଇବ । ସାମାଜିକ କାର୍ଯ୍ୟ କରିବାର ସୁଯୋଗ ଥାଇପାରେ । ଘର ବାହାରେ ପଚରାଉଚରା କରାଯିବ। ନୂତନ ଚାକିରି ମିଳିପାରିବ ।

Read More

ଧନୁ: – ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କଠାରୁ କିଛି ଶୁଣିବାକୁ ମିଳିବ । କାରବାରରେ ସାବଧାନ ରୁହନ୍ତୁ । ବିଲଡିଂ କାମ ବାଧା ଆସିପାରେ । ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ନକାରାତ୍ମକତା ବୃଦ୍ଧି ପାଇବ । ବ୍ୟବସାୟ ଭଲ କରିବ । ବୃଷ: – ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଶୋକ ଖବର ମିଳିପାରେ ।ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ । ଆୟ ରହିବ ।

Read More

କର୍କଟ : – ଅପଚୟ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ଆଜି ଆପଣଙ୍କର ଜୀବନ ସାଥୀଙ୍କଠାରୁ ଅସହଯୋଗ ପାଇବେ । ଚିନ୍ତା ଏବଂ ଟେନସନ ରହିବ । କାରବାରରେ ଶୀଘ୍ର ଏବଂ ବେପରୁଆ ହୁଅନ୍ତୁ ନାହିଁ । ଟଙ୍କା ନଷ୍ଟ ହୋଇପାରେ । ବିବାଦରୁ ଦୂରେଇ ରୁହନ୍ତୁ। ବିଛା: – ବ୍ୟବସାୟ ବୃଦ୍ଧି ପାଇବ । ରାଜ୍ୟ ସହାୟତା ମିଳିବ । ଲାଭ ସୁଯୋଗ ଆସିବ । ସବୁ ଦିଗରୁ ସଫଳତା ଆସିବ । ସୁଖ ବୃଦ୍ଧି ପାଇବ । ବ୍ୟସ୍ତତା ହେତୁ ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ । କ୍ଳାନ୍ତ ହୋଇଯିବ ।

Read More

ଭୁବନେଶ୍ବର, ମାତ୍ର 30 ମିନିଟ ଭିତରେ କଟକ ଭୁବନେଶ୍ବରୁ କରିଦେଲା ଛାରଖାର। ଆଜି ସଂଧ୍ୟାରେ ଦୁଇ ମହାନଗରରେ ହଠାତ ଆସିଥିଲା କାଳବୈଶାଖୀ। ଫଳରେ ଏହାର ପ୍ରଭାବରେ କଟକ ଓ ଭୁବନେଶ୍ବରରେ ପ୍ରବଳ ପବନ ସହିତ ବର୍ଷା ହୋଇଥିଲା। ପବନର ବେଗ ଏପରି ଥିଲା ଯେ, ଉଠା ଦୋକାନୀ ଏବଂ ବସ୍ତିର ଚାଳ ଛପର କୁଆଡେ ଉଡି ଯାଇଥିଲା। ପଲିଥିନ ତଳେ ବେପାର କରୁଥିବା ବ୍ୟବସାୟୀ ନିଜ ଜିନଷ ଭିତରକୁ ନେବା ଭିତରେ ପବନରେ ଅନେକ କିଛି କ୍ଷୟକ୍ଷତି କରିଦେଇଥିଲା। ଆଜି ରାଜଧାନୀରେ ଅପରାହ୍ନ ପ୍ରାୟ ସାଢେ ପାଞ୍ଚଟା ପାଖାପାଖି ଆକାଶରେ କଳାହାଣ୍ଡିଆ ମେଘ ଢାଙ୍କି ଦେଇଥିଲା। ଚାରିଆଡେ ଅନ୍ଧାର ଘୋଟି ଆସିଥିଲା। ଚାହୁଁଚାହୁଁ ନିମିଷକ ମଧ୍ୟରେ ପବନ ପ୍ରବାହିତ ହେବାକୁ ଲାଗିଲା। ଧିରେଧିରେ ପବନ ବେଗ ବଢିବାରେ ଲାଗିଲେ। ଧୂଳିରେ ପରିପୂର୍ଣ୍ଣ ହୋଇଗଲା ରାସ୍ତାଘାଟ। ଗାଡି ଚଳେଇ ଯାଉଥିବା ଯାତ୍ରୀମାନେ ଆଗକୁ ଗାଡି ନେବାର ମଧ୍ୟ ଅସମ୍ଭବ ହୋଇ ପଡିଥିଲା। ପବନର…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୨୫, ବରଗଡରୁ ୯, ମୟୂରଭଞ୍ଜରୁ ୯, ସୁନ୍ଦରଗଡରୁ ୯, ଯାଜପୁରରୁ ୫, ଝାରସୁଗୁଡାରୁ ୫, ଖୋର୍ଦ୍ଧାରୁ ୫, ଅନୁଗୁଳରୁ ୪, ସମ୍ବଲପୁରରୁ ୪, ଗଞ୍ଜାମରୁ ୩, କଳାହାଣ୍ଡିରୁ ୩, ପୁରିଏଉ ୩, ଦେବଗଡରୁ ୨, ବାଲେଶ୍ବରୁ ୧, ନୂଆପଡାରୁ ୧, ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୫୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୯୦୪ କୁ ବୃଦ୍ଧି ହୋଇଛି। ତେବେ ୧୩୬୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୯ ଜଣ କରୋନାରେ ମୃତ୍ୟୁବରଣ…

Read More

ଭୁବନେଶ୍ୱର: ଭାରତରେ ଅବସ୍ଥାପିତ ରିପବ୍ଲିକ୍ ଅଫ୍ ବୁରୁଣ୍ଡିର ରାଷ୍ଟ୍ରଦୂତ ଷ୍ଟେଲା ବୁଡିରିଗାନ୍ୟା ଭାରତ ଏବଂ ତାଙ୍କ ଦେଶ ମଧ୍ୟରେ ଖଣି, କୃଷି ଓ ଖାଦ୍ୟ ପ୍ରକ୍ରିୟା ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଶନିବାର ଅନୁରୋଧ କରିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀମତି ବୁଡିରିଗାନ୍ୟା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନ ଆସିଥିବା ବେଳେ କହିଛନ୍ତି ଯେ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକର ଗବେଷଣା ପ୍ରତି ଖୁବ୍ ଆଗ୍ରହ ରହିଛି ଏବଂ ଆମ ଦେଶ ଖଣି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟା ସମେତ ଶିକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଭାଗିତା କରିବା ନେଇ ଆଗ୍ରହୀ ରହିଛୁ। ବୁରୁଣ୍ଡି ରାଷ୍ଟ୍ରଦୂତ ସୋଆ ପରିଦର୍ଶନ ସମୟରେ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ପ୍ରୋ ଭାଇସ୍‌ ଚାନ୍‌ସେଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ବିଭିନ୍ନ ଅନୁଷ୍ଠାନର ଡିନ୍ ଓ କର୍ମକର୍ତା ମାନେ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ସେ ସୋଆର ଗବେଷଣା କ୍ଷେତ୍ର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକକାଳୀନ ଭାବେ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓକିଲ ସଂଘର ମଧ୍ୟ ଶାନ୍ତିପୂର୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ବିନୋଦ ବିହାରୀ ସ୍ୱାଇଁ ଉକ୍ତ ନିର୍ବାଚନକୁ ପରିଚାଳନା କରିଥିଲେ। ସକାଳ ୮ ରୁ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକା ଯାଏଁ ଉକ୍ତ ନିର୍ବାଚନର ମତଦାନ ପ୍ରକ୍ରିୟା ସମଗ୍ର ରାଜ୍ୟରେ ଜାରି ରହିଥିଲା। ଅପରାହ୍ନ ୪ ଟାରୁ ଗଣତି ଜାରି ରହିଥିବା ସ୍ଥଳେ ସଂଧ୍ୟା ସୁଦ୍ଧା କେତେଗୋଟି ବାର ଆସୋସିଏସନର ଫଳାଫଳ ପ୍ରକାଶ ପାଇଛି। ତେବେ ବାଣପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ହସ୍ତଗତ ହୋଇଛି। ସଭାପତି ଭାବେ ପ୍ରଭାତ କୁମାର ପାଟଯୋଶୀ, ଉପସଭାପତି ଭାବେ ପଦ୍ମଜ ପଟ୍ଟନାୟକ, ସମ୍ପାଦକ ଭାବେ ଜଗନ୍ନାଥ ଭୋଳ, ସହ ସମ୍ପାଦକ ଭାବେ ନରେନ୍ଦ୍ର କୁମାର ନାୟକ…

Read More