କଲିକତା: ପ୍ରଥମରୁ କିଛି ଘଣ୍ଟା ଶାନ୍ତି ଶୃଙ୍ଖଳା ମତଦାନ ପରେ ପଶ୍ଚିମବଙ୍ଗର କେତୋଟି ସ୍ଥାନରେ ନିର୍ବାଚନୀ ହଁସା ଦେଖିବାକୁ ମିଳିଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ କାର ଉପରକୁ ଆକ୍ରମଣ ହୋଇଛି। ଯାହାଫଳରେ ସୌମେନ୍ଦୁଙ୍କ କାର କ୍ଷତିଗ୍ରସ୍ତ ହୋଇଛି। ତୃଣମୂଳ କଂଗ୍ରେସ ଏହି ଆକ୍ରମଣ କରିଛି ବୋଲି ସୌମେନ୍ଦୁ ଅଭିଯୋଗ କରିଛନ୍ତି। ସୌମେନ୍ଦୁଙ୍କ ଅଭିଯୋଗ ମୁତାବକ, ଟିଏମସିର ବ୍ଲକ ଅଧ୍ୟକ୍ଷ ଏବଂ ତାଙ୍କ ପତ୍ନୀଙ୍କ ଦ୍ଵାରା ତିନୋଟି ମତଦାନ କେନ୍ଦ୍ରରେ କିଛି ଠକେଇ ହେଉଥିଲା। ଏହା ଶୁଣି ଯେତେବେଳେ ସେଠାରେ ସେ ପହଞ୍ଚିଲେ, ସେତେବେଳେ ତାଙ୍କୁ ମନମାନି କରିବାରେ ଅସୁବିଧା ସୃଷ୍ଟି ହେଲା। ଫଳରେ ସେମାନେ ମୋ କାର ଉପରକୁ ଆକ୍ରମଣ କଲେ ବୋଲି ସୌମେନ୍ଦୁ ଅଭିଯୋଗ କରିଛନ୍ତି। ଏହି ଘଟଣାରେ କାର ଚାଳକ ଆହାତ ହୋଇଥିବା ବେଳେ ପୋଲିସ ନିରୀକ୍ଷକଙ୍କ ନିକଟରେ ସୌମେନ୍ଦୁ ଅଭିଯୋଗ କରିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ବାଦାମବାଡି ଥାନାରେ ସିବିଆଇ ପହଞ୍ଚିଛି। ଥାନା ଆଇଆଇସି ରଶ୍ମି ରଞ୍ଜନ ମହାପାତ୍ରଙ୍କ ସହ ଗଣଦୁଷ୍କର୍ମ ମାମଲା ଉପରେ ସିବିଆଇ ଆଲୋଚନା କରୁଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଗିରଫ କରିବାରେ ସାମିଲ ଥିଲା ବାଦାମବାଡି ପୋଲିସ। ଏହା ପୂର୍ବରୁ ଅଞ୍ଜନା ମିଶ୍ରଙ୍କ ସହ ସିବିଆଇ ଆଲୋଚନା କରିଥିବା ବେଳେ ଅଭିଯୁକ୍ତ ବିବନଙ୍କ ପରିବାର ଲୋକଙ୍କୁ ସିବିଆଇ ପଚରାଉଚରା କରିଥିଲା।
ନୂଆଦିଲ୍ଲୀ, ଆଜି ସକାଳୁ ଆସାମ ଏବଂ ପଶ୍ଚିମବଂଗର ବିଧାନ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆସାମର 47 ଏବଂ ପଶ୍ଚିମବଂଗର 30ଟି ଆସନ ପାଇଁ ଭୋଟିଂ ଚାଲିଛି। କୋଭିଡ19 କଟକଣା ଭିତରେ ଭୋଟରମାନେ ସାମାଜିକ ଦୂରତା ରଖି ଭୋଟ ଗ୍ରହଣ କେନ୍ଦ୍ରକୁ ଭୋଟ ଦେବା ପାଇଁ ଯାଉଛନ୍ତି। ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ସେମାନଙ୍କୁ ଥର୍ମାଲ ଟେଷ୍ଟିଂ ସହିତ ସାନିଟାଇଜିଂ କରି ଛଡାଯାଉଛି। ଆସାମରେ ଦିନ 11 ଟା ସୁଦ୍ଧା 24.48 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ସେହିପରି ପଶ୍ଚିମବଂଗରେ 16.41 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଶ୍ୱ ନାଟ୍ୟ ଦିବସ ଅବସରରେ ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତ ଭବନ ପରିସରରେ ଓଡ଼ିଶା ନାଟକ ସମାରୋହ ସମିତି ଦ୍ୱାରା ପ୍ରସ୍ତୁତ ନାଟକ “ଗାନ୍ଧୀଙ୍କ ଓଡ଼ିଶା” ଆଜି ମଞ୍ଚସ୍ଥ ହେବ। ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶତ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର, ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ଗଂଜାମ ମିଳିତ ଆନୁକୂଲ୍ୟରେ ଏହା ମଞ୍ଚସ୍ଥ ହେବ। ୧୯୨୧ ମାର୍ଚ୍ଚ ୨୩ ତାରିଖ ଦୋଳପୂର୍ଣ୍ଣିମା ଦିନ କଟକ ରେଳଷ୍ଟେସନରେ ପ୍ରଥମେ ଗାନ୍ଧିଜୀ ଓଡ଼ିଶା ଆଗମନ କରି ଓଡ଼ିଶାରେ ଶାନ୍ତି, ମୈତ୍ରୀ ବାର୍ତ୍ତା ପ୍ରଚାର କରିବା ସହିତ ଓଡ଼ିଶାରେ ଅରଟ ଅଭିଯାନର ଆରମ୍ଭ କରିଥିଲେ। ଲବଣ ସତ୍ୟାଗ୍ରହ ଆନ୍ଦୋଳନକୁ ତୀବ୍ରତର କରିଥିଲେ। ଓଡ଼ିଶାର କୁଟୀରଶିଳ୍ପ ବିକାଶ କ୍ଷେତ୍ରରେ ଡ଼ାକରା ଦେଇଥିଲେ। ସେହି ସମସ୍ତ ଘଟଣାବଳୀକୁ ଆଧାର କରି ଏକ ଭିନ୍ନଶୈଳୀରେ ରୂପକ ନାଟକ “ଗାନ୍ଧିଙ୍କ ଓଡ଼ିଶା”କୁ…
ଭୁବନେଶ୍ବର: ଆଜି ରାଜ୍ୟରେ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୮୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୯୦୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୪୮୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪୪୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୧ ଟି ଜିଲ୍ଲାରୁ ୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୧ ଜଣ, ନୂଆପଡା ଜିଲ୍ଲାରୁ ୨୩ ଜଣ, କଟକ ଜିଲ୍ଲାରୁ ୧୯ ଜଣ, ଅନୁଗୁଳ ଜିଲ୍ଲାରୁ ୭ ଜଣ,…
ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୭୬ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି। ଜନଜାତି ଓ ଅପପୁଷ୍ଟି ଦେଖାଯାଉଥିବା ଅଂଚଳରେ ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି। ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ୭ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି। ମନରେଗାର ୫ ଲକ୍ଷ ଟଙ୍କାକୁ ମିଶାଇ ରାଜ୍ୟ ସରକାର ଆଉ ୨ ଲକ୍ଷ ଟଙ୍କା ଦେଉଛନ୍ତି। ସହରାଂଚଳରେ ଜମି ସମସ୍ୟା ଥିଲେ ଜାଗା ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି।
ନୂଆଦିଲ୍ଲୀ: ମହାନ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର କରୋନାରେ ସଂକ୍ରମିତ ହୋଇଛନ୍ତି। ଆଜି ସଚିନ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସଂକ୍ରମିତ ହେବା ପରେ ତେନ୍ଦୁଲକର ନିଜ ଘରେ କ୍ଵାରେଣ୍ଟିନରେ ରହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଇଣ୍ଡିଆ ଲିଜେଣ୍ଡସ୍ ତରଫରୁ ସଚିନ ୱାର୍ଲ୍ଡ ରୋଡ ସେଫ୍ଟି ଟୁର୍ଣ୍ଣାମେଣ୍ଟରେ ଖେଳୁଥିଲେ। ସଚିନଙ୍କ ନେତୃତ୍ଵରେ ଇଣ୍ଡିଆ ଲିଜେଣ୍ଡସ୍ ଶ୍ରୀଲଙ୍କା ଲିଜେଣ୍ଡସ୍ କୁ ହରାଇ ଚମ୍ପିୟାନ ହୋଇଥିଲା।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୨୫୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୯୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୯ ଲକ୍ଷ ୮ ହଜାର ୯୧୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୨୪୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫୨ ହଜାର ୬୪୭ ଆକ୍ଟିଭ୍ କେସ୍ ରହିଛି।
ମେଷ: – ଧାର୍ମିକ ଭାବନା ହେତୁ ଆପଣ ଯେ କୌଣସି ତୀର୍ଥସ୍ଥାନ ପରିଦର୍ଶନ କରିପାରିବେ ଏବଂ ଜଣେ ସାଧୁଙ୍କଠାରୁ କିଛି ଈଶ୍ୱରୀୟ ଜ୍ଞାନ ଗ୍ରହଣ କରିବେ । କ୍ୟାରିୟର ପାଇଁ ଯୋଜନା ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କର ଆଶା ଅନୁଯାୟୀ ଫଳାଫଳ ଆସେ ନାହିଁ ତେବେ ନିରାଶ ହୁଅନ୍ତୁ ନାହିଁ । ଆପଣଙ୍କର ପରିଚିତ ଭିତରେ ଉଚ୍ଚ ସ୍ଥାନରେ ଥିବା ଲୋକଙ୍କୁ ଭେଟିବା ଆବଶ୍ୟକ । କାହାର ପ୍ରଭାବରେ , ଆପଣଙ୍କ ସାଥୀ ଆପଣଙ୍କ ସହ ଝଗଡା କରିପାରନ୍ତି । କିନ୍ତୁ ପ୍ରେମ ଏବଂ ସମନ୍ୱୟ ସହିତ ଏହି ସମସ୍ୟାର ସମାଧାନ ହେବ । ବୃଷ: – ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆଜି ଖୋଲା ହାତରେ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଆପଣଙ୍କର କାମ ପ୍ରତି ଧ୍ୟାନ ଦିଅନ୍ତି, ତେବେ ସଫଳତା ଏବଂ ପ୍ରତିଷ୍ଠା ପାଇବେ। ଆଜି ଆପଣ ନୂତନ ଚିନ୍ତାଧାରାରେ ପରିପୂର୍ଣ୍ଣ ହେବେ ଏବଂ…
ତୂଳା: – ରିଏଲ୍ ଇଷ୍ଟେଟ୍ ସମ୍ବନ୍ଧୀୟ ବିନିଯୋଗ ଆପଣଙ୍କୁ ମହତ୍ବ ପୂର୍ଣ୍ଣ ଲାଭ ଦେବ । ପିଲାମାନେ ଘର କାମ ପରିଚାଳନା କରିବାରେ ସାହାଯ୍ୟ କରିବେ । ଖାଲି ସମୟରେ ଏପରି କାର୍ଯ୍ୟ କରିବାକୁ ସେମାନଙ୍କୁ ଉତ୍ସାହିତ କର । ଆପଣଙ୍କର ପ୍ରେମ ସମ୍ପର୍କ ବିଷୟରେ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ । କୁମ୍ଭ: – ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣଙ୍କ ନିକଟକୁ ଆସୁଥିବା ନୂତନ ବିନିଯୋଗ ସୁଯୋଗ ବିଷୟରେ ବିଚାର କରନ୍ତୁ । କିନ୍ତୁ ଯଦି ଆପଣ ସେହି ଯୋଜନାଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରି ତେବେ ଟଙ୍କା ବିନିଯୋଗ କରନ୍ତୁ । ଚତୁର କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ ।
ମିଥୁନ: – ଯଦି ଆପଣ ଆପଣଙ୍କର ଘରୋଇ ଦାୟିତ୍ବକୁ ଅଣଦେଖା କରନ୍ତି, ତେବେ ଆପଣଙ୍କ ସହିତ ରହୁଥିବା କିଛି ଲୋକ କ୍ରୋଧିତ ହୋଇପାରନ୍ତି। ଆଜି ସାମାଜିକ ଏବଂ ଧାର୍ମିକ ଉତ୍ସବ ପାଇଁ ଉତ୍ତମ ଦିନ । ହସ ଏବଂ ମଜା ମଧ୍ୟରେ ଆପଣ ଏବଂ ଆପଣଙ୍କର ଜୀବନସାଥୀ ମଧ୍ୟରେ ଏକ ପୁରୁଣା ପ୍ରସଙ୍ଗ ଉପୁଜିପାରେ, ଯାହା ବିତର୍କର ରୂପ ନେଇପାରେ । ମକର : – ରିଅଲ ଇଷ୍ଟେଟରେ ଅତିରିକ୍ତ ଟଙ୍କା ବିନିଯୋଗ କରାଯାଇପାରିବ । ଅନ୍ୟମାନଙ୍କୁ ଆପଣଙ୍କର କିଛି ସମୟ ଦେବା ଏକ ଭଲ ଦିନ । ଆଜିର ଏହି ସୁନ୍ଦର ଦିନରେ , ପ୍ରେମ ସମ୍ପର୍କ ବିଷୟରେ ଆପଣଙ୍କର ସମସ୍ତ ଅଭିଯୋଗ ଉଭେଇ ଯିବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରର ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଭେଟି ପାରିବେ ।
ବୃଷ: – ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆଜି ଖୋଲା ହାତରେ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଆପଣଙ୍କର କାମ ପ୍ରତି ଧ୍ୟାନ ଦିଅନ୍ତି, ତେବେ ସଫଳତା ଏବଂ ପ୍ରତିଷ୍ଠା ପାଇବେ। ଆଜି ଆପଣ ନୂତନ ଚିନ୍ତାଧାରାରେ ପରିପୂର୍ଣ୍ଣ ହେବେ ଏବଂ ଆପଣ କରିବାକୁ ଚାହୁଁଥିବା କାର୍ଯ୍ୟଗୁଡ଼ିକ ଆଶା କରାଯାଉଥିବା ଠାରୁ ଅଧିକ ଲାଭଦାୟକ ହେବ। ମୀନ: – ଆପଣଙ୍କର ଦାନକାରୀ ଆଚରଣ ପାଇଁ ଏକ ଲୁକ୍କାୟିତ ଆଶୀର୍ବାଦ ମିଳିବ, ଯେତେବେଳେ ବିନିଯୋଗର ପ୍ରଶ୍ନ ତୁମ ସାମ୍ନାରେ ରହିବ। , ତା’ପରେ ସ୍ବାଧୀନ ହୋଇ ନିଜେ ନିଷ୍ପତ୍ତି ନିଅନ୍ତୁ । ଆପଣଙ୍କ ମନ କାର୍ଯ୍ୟ ସମ୍ବନ୍ଧୀୟ ସମସ୍ୟାରେ ଅଟକି ରହିବ,ଯେଉଁ କାରଣରୁ ଆପଣ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ସମୟ ଦେଇ ପାରିବେ ନାହିଁ ।
ମେଷ: – ଧାର୍ମିକ ଭାବନା ହେତୁ ଆପଣ ଯେ କୌଣସି ତୀର୍ଥସ୍ଥାନ ପରିଦର୍ଶନ କରିପାରିବେ ଏବଂ ଜଣେ ସାଧୁଙ୍କଠାରୁ କିଛି ଈଶ୍ୱରୀୟ ଜ୍ଞାନ ଗ୍ରହଣ କରିବେ । କ୍ୟାରିୟର ପାଇଁ ଯୋଜନା ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କର ଆଶା ଅନୁଯାୟୀ ଫଳାଫଳ ଆସେ ନାହିଁ ତେବେ ନିରାଶ ହୁଅନ୍ତୁ ନାହିଁ । ଆପଣଙ୍କର ପରିଚିତ ଭିତରେ ଉଚ୍ଚ ସ୍ଥାନରେ ଥିବା ଲୋକଙ୍କୁ ଭେଟିବା ଆବଶ୍ୟକ । ଧନୁ : – ଆଜି ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ, ଯେଉଁ କାରଣରୁ ଆପଣଙ୍କୁ ଚାପ ଏବଂ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ । ମନୋରଞ୍ଜନ ଏବଂ ସୌନ୍ଦର୍ଯ୍ୟ ପାଇଁ ଆବଶ୍ୟକତାଠାରୁ ଅଧିକ ସମୟ ବିତାନ୍ତୁ ନାହିଁ । ଆପଣ ବେପରୁଆ ମନୋଭାବ ଆପଣଙ୍କ ପିତାମାତାଙ୍କୁ ଦୁଃଖ ଦେଇପାରେ । କୌଣସି ନୂତନ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ, ସେମାନଙ୍କର ମତାମତ ମଧ୍ୟ ଜାଣନ୍ତୁ ।
କନ୍ୟା : – ପରିବାରର ଆଶା ପୂରଣ କରିବାକୁ ହେଲେ ଆପଣଙ୍କୁ କିଛି ଟ୍ୟାକ୍ସ ଦେଖାଇବାକୁ ପଡିବ । ଆପଣ କିଛି ଭଲ ଖବର ପାଇପାରିବେ, ଯାହା କେବଳ ଆପଣଙ୍କୁ ନୁହେଁ ଆପଣଙ୍କ ପରିବାରକୁ ମଧ୍ୟ ଖୁସି କରିବ । କାହାର ହସ୍ତକ୍ଷେପ ଯୋଗୁ, ଆପଣ ଏବଂ ଆପଣଙ୍କ ପ୍ରିୟଜନଙ୍କ ମଧ୍ୟରେ ଥିବା ଦୂରତା ହୋଇପାରେ । ବିଛା: – କୌଣସି ପଦକ୍ଷେପ ନେବା ପୂର୍ବରୁ, ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଯୁବକମାନେ ବିଦ୍ୟାଳୟ ପ୍ରକଳ୍ପ ବିଷୟରେ କିଛି ମତାମତ ପାଇବା ଆବଶ୍ୟକ କରିପାରନ୍ତି । ସହକର୍ମୀ ଏବଂ ବୟସ୍କମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ହେତୁ ଅଫିସରେ କାର୍ଯ୍ୟର ଲାଭ ଉଠାଇବ।
କର୍କଟ: – ଖର୍ଚ୍ଚରେ ବୃଦ୍ଧି ଘଟିବ,, କିନ୍ତୁ ସେହି ସମୟରେ ଆୟର ବୃଦ୍ଧି ଏହାକୁ ସନ୍ତୁଳିତ କରିବ। ଯେଉଁମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କୁ ମନକୁ ଶାନ୍ତ ରଖିବା ଆବଶ୍ୟକ । ଆପଣଙ୍କର ପ୍ରୟାସ ନିଶ୍ଚିତ ଭାବରେ ସକରାତ୍ମକ ଫଳାଫଳ ଦେବ । ସିଂହ: – ଆର୍ଥିକ ଉନ୍ନତି ହେତୁ, ଆପଣ ଆବଶ୍ୟକ କରୁଥିବା ଜିନିଷ କିଣିବା ଆପଣଙ୍କ ପାଇଁ ସହଜ ହେବ । ସମ୍ପର୍କୀୟ କିମ୍ବା ବନ୍ଧୁମାନେ ଏକ ସୁନ୍ଦର ସନ୍ଧ୍ୟା ପାଇଁ ଘରକୁ ଆସିପାରନ୍ତି । ଦିନଟି ବହୁତ ଭଲ ନୁହେଁ ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଦୋକାନକୁ ଲୁଟେରା କରିଛନ୍ତି ଟାର୍ଗେଟ୍। ରାତ୍ରି ସମୟରେ ସଟର ଭାଙ୍ଗି ଲୁଟି ନେଇଛନ୍ତି ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ। କୋର୍ଟପେଟା ଛକ ରୋହିଣୀ ଡ଼ାଇଗ୍ନୋଷ୍ଟିକ୍ ଓ ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନ ପାଖରେ ଥିବା ଦୋକାନରୁ ଗତକାଲି ରାତିରେ କିଛି ଦୁବୃର୍ତ୍ତ ସଟର ତାଲା ଭାଙ୍ଗି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏତେ ଉଚ୍ଚ ସୁରକ୍ଷା ସଂପନ୍ନ ଅଂଚଳରେ ମଧ୍ୟ ଚୋରମାନେ ନିର୍ଭୟରେ କିଭଳି ଏହି ଦୋକାନର ସଟର ଭାଙ୍ଗି ଲୁଟ୍ କଲେ ତାହା ଆଶ୍ଚର୍ଯ୍ୟ ଲାଗୁଛି। ଯଦି ପୋଲିସର ନାକନିଶ ତଳେ ଏଭଳି ଲୁଟ୍ ହେବ ତେବେ ସାହି ସାହି ମଧ୍ୟର ଅବସ୍ଥା କ’ଣ ହେବ ଲୋକେ ଭୟଭୀତ ହେଉଛନ୍ତି। ସୂଚନାଯୋଗ୍ୟ ଏହି ଦୋକାନକୁ ଲାଗି ରାଜାରାଣୀ କମ୍ପେ୍ଲକ୍ସ ଓ ଆଇସିଆଇସିଆଇ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ମେଡ଼ିକାଲ୍ ଏମ୍କେସିଜିକୁ ଯିବା ପାଇଁ ଦୁଇଟି ଗେଟ୍ ରହିଛି। ଗୋଟିଏ ମୁଖ୍ୟଦ୍ୱାର ଏବଂ ଅନ୍ୟଟି ନୂଆବସ୍ଷ୍ଟାଣ୍ଡ ନିକଟସ୍ଥ ଅନ୍ୟ ଗୋଟିଏ ଗେଟ୍। ନୂଆବସ୍ଷ୍ଟାଣ୍ଡ ପାଖ ଗେଟ୍ଟିରେ ଦୀର୍ଘଦିନ ହେବ କେଉଁ ସ୍ୱାର୍ଥ ନେଇ ତାଲା ମାରି ବନ୍ଦ କରାଯାଇଛି ତାହା ଜଣାପଡ଼ୁନି। ଏହି ଗେଟ୍ ବନ୍ଦ ରହିବା ଯୋଗୁଁ ଆସିକା ରୋଡ଼୍ ଦେଇ ଯେଉଁ ରୋଗୀ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆମ୍ବୁଲାନସରେ ଆସୁଥାନ୍ତି ସେମାନଙ୍କୁ ଆଉ ଦୁଇକିଲୋମିଟର ରାସ୍ତା ବୁଲି ଯିବାକୁ ପଡ଼ିଥାଏ। ଫଳରେ କିଛି ଲୋକଙ୍କ ରାସ୍ତାରେ ହିଁ ଜୀବନ ଚାଲିଯାଇଥାଏ। ଏହା ସହ ନୂଆଁବସ୍ଷ୍ଟାଣ୍ଡ ରାସ୍ତାଟି ପ୍ରବଳ ଜନଗହଳି ହେଉଥିବାରୁ ବହୁ ସମୟ ଧରି ଟ୍ରାଫିକ୍ ଜାମ ରହୁଛି। ତେଣୁ ଆମ୍ବୁଲାନସଟି ଏହି ରାସ୍ତାରେ ମେଡ଼ିକାଲ୍ ଯିବାବେଳେ ବହୁତ ବିଳମ୍ବ ହେବା ସହ ଲୋକଙ୍କ ଜୀବନହାନି ମଧ୍ୟ ହେଉଛି। ଏହି ଦ୍ୱିତୀୟ ଗେଟ୍ ଖୋଲିବା ପାଇଁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୧ର ଆୟୋଜନ ଆଜି ମହାମାରୀ ଆଇନ ଓ ନୀତିନିୟମ ଅନୁଶାସନ ଭିତରେ ପାଳନ କରାଯିବା ପାଇଁ ପ୍ରଶାସନ ଯେତେ ପ୍ରକାର କଠୋର ହେଲେ ମଧ୍ୟ ସାଂପ୍ରତିକ ସମୟରେ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ସମାଗମ ସୀମିତ ରହିବା ନିହାତି ଜୁରରୀ। ମାଆ ଠାକୁରାଣୀ ସାଆନ୍ତାଣୀ ତାଙ୍କ ବାପଘରକୁ ଆସିବା ପାଇଁ ବିଧି ରହିଛି। ତେଣୁ ଦେଶୀବେହେରା ସାହିରେ ମାଆଙ୍କ ଅସ୍ଥାୟୀ ପୂଜା ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼ ହୁଏ। ଅତି ନିଷ୍ଠା ଓ ସମର୍ପଣ ଭାବଦେଇ ପୂଜାର୍ଚ୍ଚନା ପରମ୍ପରାକୁ ମହାମାରୀ ଅଟକାଇ ଦେଇପାରିନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଚାପରେ ରହିଲେ ମଧ୍ୟ ମାଆ ଆସିବେ ଅସ୍ଥାୟୀ ମଣ୍ଡପକୁ; ପ୍ରାୟତଃ ପ୍ରସ୍ତୁତି ଚୂଡ଼ାନ୍ତ। ଏଭଳି ପରିସ୍ଥିତିରେ ଦୈନିକ ରାଜ୍ୟର ମହାମାରୀ ସମ୍ବନ୍ଧରେ ଆସୁଥିବା ସାଂଘାତିକ ଖବର ଚିନ୍ତା ମଧ୍ୟ ବଢ଼ାଇ ଚାଲିଛି। ନୀତିନିୟମ ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରା…
ଭୁବନେଶ୍ବର: ଓଡିଶାର ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଉଦ୍ୟୋଗଗୁଡିକର ପ୍ରୋତ୍ସାହନ ଯୋଗାଇ ଦେବାରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ରାଜ୍ୟର ଅଣୁ , କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ଗୁଡିକ ଦ୍ଵାରା ଉତ୍ପାଦିତ ହେଉଥିବା ଅଫିସ୍ ତଥା ଘରୋଇ ଫର୍ଣ୍ଣିଚର ଗୁଡିକର କମନ ବ୍ରାଣ୍ଡିଂ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଭଳି କାର୍ଯ୍ଯକ୍ରମ ଏକ ସରକାରୀ ଉଦ୍ୟୋଗଦ୍ବାରା ନିଆଯିବାରେ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷଙ୍କ ଅତ୍ୟାଧୁନିକ ଚିନ୍ତାଧାରା ଦ୍ବାରା ରାଜ୍ୟର ଉଦ୍ୟୋଗଗୁଡିକର ବଜାର ଚାହିଦା ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଏହି ବୈଠକରେ ଉଦ୍ୟୋଗମାନଙ୍କଦ୍ଵାରା ଉତ୍ପାଦିତ ଅଫିସ୍ ଫର୍ଣ୍ଣିଚର ମଧ୍ୟରୁ ପ୍ରଥମ ସୋପାନରେ ଡୁଆଲ ଡେସ୍କ, ଆଲମିରା, କମ୍ପୁଟର ଟେବଲ, ହଷ୍ଟେଲ ଡାଇନିଂ ଟେବଲ ଓ ହଷ୍ଟେଲ…
ଭୁବନେଶ୍ବର: ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ପୁରୀ-କଟକ-ପୁରୀ ମେମୁ ଟ୍ରେନ୍ ସେବା: ୧- ୬୮୪୧୬ ପୁରୀ-କଟକ ମେମୁ- ୧୨ ଏପ୍ରିଲ ଠାରୁ ପୁରୀରୁ ପୂର୍ବାହ୍ନ ୮ ଘଟିକାରେ ଛାଡି କଟକ ଠାରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ। ୨- ୬୮୪୧୫ କଟକ-ପୁରୀ ମେମୁ- କଟକରୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୪ଘ.୫୫ମି.ରେ ଛାଡି ପୁରୀ ଠାରେ ସନ୍ଧ୍ୟା ୭ଘ.୪୫ମି.ରେ ପହଞ୍ଚିବ। କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା: ୧- ୬୮୪୨୪ କଟକ-ଭଦ୍ରକ ମେମୁ ୧୩ ଏପ୍ରିଲ ଠାରୁ କଟକରୁ ପୂର୍ବାହ୍ନ ୮ଘ.୪୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୧୨ଘ.୧୦ମି.ରେ ପହଞ୍ଚିବ ୨- ୬୮୪୨୩ ଭଦ୍ରକ-କଟକ ମେମୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୧୨ଘ.୫୦ମି.ରେ ଛାଡି କଟକ ଠାରେ ଅପରାହ୍ନ ୪ଘ.୧୫ମି.ରେ ପହଞ୍ଚିବ। ସେହିପରି ଅନ୍ୟ ଏକ ମେମୁ ଟ୍ରେନ…
ଭୁବନେଶ୍ୱର: ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଆନୁକୂଲ୍ୟରେ ୱାର୍ଡ଼ ନମ୍ବର ୨୮ସ୍ଥିତ ଆଚାର୍ଯ୍ୟ ବିହାର ପରିଷଦ ସଭାଗୃହରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୧ ସେବା ସପ୍ତାହ ଉପଲକ୍ଷେ ‘ତୁଷାରଶ୍ରୀ ପ୍ରତିଭା ସମ୍ମାନ’ ଉତ୍ସବ ଅନୁଷ୍ଠିତ ହୋଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ତୁଷାର ଚାରିଟେବୁଲ ଟ୍ରଷ୍ଟର ଏଭଳି ଅଭିନବ ପ୍ରୟାସ ନାରୀମାନଙ୍କୁ ଦୁଇପାଦ ଆଗକୁ ନେବାରେ ସହାୟକ ହୋଇପାରିବ। ଫଳରେ ନାରୀମାନେ ସମାଜସେବା ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରିବେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସଦସ୍ୟା ମୀରା ଦାସ ଯୋଗଦେଇ କହିଲେ ଯେ, ଆଜିର ଦୁନିଆରେ ନାରୀମାନେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନରହି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଉଦ୍ୟମ ଜାରି ରଖିବା ସହ ସବୁବେଳେ ସମାଜର ମଙ୍ଗଳ ପାଇଁ ଚିନ୍ତା କରିବା ଦରକାର। ଏହି ଅବସରରେ…

