Author: Samikhsya Bureau

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୂତ ଭାରତ ବନ୍ଦକୁ ସମର୍ଥନ କରି ଆଜି ଆମ ଅଧିକାର ପକ୍ଷରୁ ନବୀନ ନିବାସ, ରାଜମହଲ ଛକ ଓ ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଳା କୃଷି ନୀତି ବାତିଲ ଦାବିରେ ‘ଆମ ଅଧିକାର’ର କର୍ମକର୍ତ୍ତାମାନେ ଫରେଷ୍ଟ ପାର୍କସ୍ଥିତ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ। ଅଧାବାଟରେ ପୋଲିସ୍ ବାଧା ଦେବାରୁ ପୋଲିସ୍ ସହ ସେଠାରେ ଧସ୍ତାଧସ୍ତି ହୋଇଥିଲା। ପରେ ଶୋଭଯାତ୍ରା ରାଜମହଲ ଛକରେ ପହଞ୍ôଚ ସେଠାରେ ରାସ୍ତାରୋକ କରାଯାଇଥିଲା। ଆମ ଅଧିକାରର ଆନ୍ଦୋଳନକୁ ସମର୍ଥନ ଜଣାଇ ଶ୍ରମିକ ସଂଗଠନ ‘ବିଟୁ’ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ଏଜିଛକ ଅଭିମୁଖେ ଯାତ୍ରା କରିଥିଲା। ସେଠାରୁ ସଚିବାଳୟମାର୍ଗ ଦେଇ ଶୋଭଯାତ୍ରା ଯାଉଥିବା ସମୟରେ ପୋଲିସ୍ ରାସ୍ତା ଅବରୋଧ କରିବାରୁ କର୍ମୀମାନେ ରାସ୍ତାରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ଆବାହକ ଅମିୟ…

Read More

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢିବା ସାଙ୍ଗକୁ ଧୀରେ ଧୀରେ କଟକଣା ମଧ୍ୟ ଆରମ୍ଭ ହୋଇଛି। ଦେଶରେ ସର୍ବାଧିକ ସଂକ୍ରମଣ ସଂଖ୍ୟା ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି। ସେଥିପାଇଁ ମହାରାଷ୍ଟ୍ର ସରକାର ରାତ୍ରୀକାଳୀନ କର୍ଫ୍ୟୁ ସମଗ୍ର ରାଜ୍ୟରେ ଲାଗୁ କରିଛନ୍ତି। ଆସନ୍ତା ୨୮ ତାରିଖରୁ ସମଗ୍ର ରାଜ୍ୟରେ ଏହି କଟକଣା ଜାରି ରହିବ। ରାତି ୮ ଟା ରୁ ସକାଳ ୭ ଟା ଯାଏଁ କଟକଣା ଲାଗିବ। ଏହି ସମୟ ଭିତରେ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି।

Read More

କଲିକତା: ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଟିଏମସି କାର୍ଯ୍ଯାଳୟରେ ବିସ୍ଫୋରଣ ହୋଇଛି। ବାଙ୍କୁରାର ଜୟପୁରରେ ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ତିନି ଜଣ ଆହତ ହୋଇଛନ୍ତି। ଟିଏମସି ଏନେଇ ବାମ ଦଳ-କଂଗ୍ରେସ ମେଣ୍ଟ ଉପରେ ଅଭିଯୋଗ ଆଣିଛି। ହେଲେ ବୋମା ତିଆରି କରୁଥିବା ବେଳେ ଟିଏମସି କାର୍ଯ୍ଯାଳୟରେ ବିସ୍ଫୋରଣ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ତେବେ ଏହି ଘଟଣା ଉପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଦୁଃଖ ପ୍ରକାଶ କରିଛନ୍ତି। ବଙ୍ଗଳା ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଏହି ଘଟଣା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ ନିର୍ଦ୍ଦେଶ ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୧୫, ବରଗଡରୁ ୭, ଖୋର୍ଦ୍ଧାରୁ ୭, ସୁନ୍ଦରଗଡରୁ ୭, ବାଲେଶ୍ବରରୁ ୬, କଟକରୁ ୫, ଯାଜପୁରରୁ ୫, ଢେଙ୍କାନାଳରୁ ୩, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୩, ଅନୁଗୁଳରୁ ୨, ଦେବଗଡରୁ ୨, ଜଗତସିଂହପୁରରୁ ୨, କେନ୍ଦ୍ରାପଡାରୁ ୨, ଝାରସୁଗୁଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୪୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ କୁ ବୃଦ୍ଧି ହୋଇଛି। ତେବେ ୧୨୪୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୨୬୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: କୋଭିଡ୍-୧୯ ର ଦୃତ ସଂକ୍ରମଣ (ଦ୍ୱିତୀୟ ଲହରୀ)କୁ ଦୃଷ୍ଟିରେ ରଖି ଚଳିତବର୍ଷ ଜିଲ୍ଲା ସଦର ମହକୁମା ଠାରେ ଏପ୍ରିଲ ୧ରୁ ୩ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୧କୁ ଜିଲ୍ଲାପାଳ ସ୍ଥଗିତ ରଖିଛନ୍ତି। ପ୍ରକାଶ ଥାଉକି ଚଳିତ ମାର୍ଚ୍ଚ ମାସ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୧ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜନସମାବେଶ ଉପରେ କଟକଣା ଜାରି କରିଥିବାରୁ ଏବଂ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ନିମନ୍ତେ ଚଳିତ ବର୍ଷ ଜିଲ୍ଲା ମହୋତ୍ସବକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତିଲ୍ କରାଯାଇଛି।

Read More

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ଉପ-ନିର୍ବାଚନ ପାଇଁ  ରୁଦ୍ର ପ୍ରତାପ ମହାରଥୀଙ୍କ ନାମ ଘୋଷଣା କରିଛନ୍ତି। ରୁଦ୍ରପ୍ରତାପ ହେଉଛନ୍ତି ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ। ଏହା ପୂର୍ବରୁ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ପିପିଲି ଉପ-ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସେ ଆଜି ନିଜର ନାମାଙ୍କନ ପତ୍ର ଦାଖଲ ମଧ୍ୟ କରିସାରିଛନ୍ତି। ଏପ୍ରିଲ ୧୭ ତାରିଖରେ ଉପ-ନିର୍ବାଚନ ପାଇଁ ଭୋଟିଂ ହେବ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ନୂତନ ସାମାଜିକ ସଂଗଠନ ଗଠିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦ ସେବା ସଂଘ ନାମରେ ଉକ୍ତ ସଂଗଠନ ଗଠିତ ହୋଇଛି। ଚିଲିକାର ସାମାଜିକ କାର୍ଯ୍ୟରେ ସ୍ପୃହା ରଖୁଥିବା ଯୁବକ ମାନଙ୍କୁ ନେଇ ଏହି  ସଂଗଠନ କାମ କରିବ। ସଂଗଠନ ପ୍ରତିଷ୍ଠା ଦିବସରେ ବାଣପୁରରେ ଏକ କାର୍ଯ୍ଯାଳୟର ମଧ୍ୟ ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭାବେ ଓଡିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାଣପୁରର ଝିଅ କୃଷ୍ଣା ସୁବୁଦ୍ଧିଙ୍କୁ ସମ୍ମାନିତ କରାଯାଇଛି। ସଂଗଠନର ପ୍ରତିଷ୍ଠା ଦିବସରେ ସଦସ୍ୟମାନେ ଏକ ଶପଥ ପାଠ କରିଥିଲେ। ପ୍ରାୟ ୭୦ ଜଣ ଯୁବକ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ସଂଗଠନର ସଦସ୍ୟତା ଗ୍ରହଣ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ରାଜନୀତିରୁ ଉର୍ଦ୍ଧ୍ଵରେ ରହି ସଂଗଠନର ସର୍ବୋପରି ଉନ୍ନତି, ବିସ୍ତାର ତଥା ପ୍ରଚାର ପ୍ରସାର ନିମନ୍ତେ ନିଜର…

Read More

ନୂଆଦିଲ୍ଲୀ, ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ସେଠାରେ ବର୍ତ୍ତମାନ ତାଙ୍କର ଧାରାବାହିକ ସ୍ବାସ୍ଥ୍ୟ ଚେକଅପ ସହିତ କିଛି ସମୟ ପାଇଁ ଡାକ୍ତରଙ୍କ ତତ୍ବାବଧାନରେ ରହିଥିବା ଜଣାପଡିଛି।

Read More

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଓଡିଶାର 5 ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ ଜନକ ଡକ୍ଟରେଟ ଉପାଧୀ। ସେମାନେ ହେଲେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ ଗିରିଶ ଚନ୍ଦ୍ର ମୁର୍ମୁ, ହାଇକୋର୍ଟ ବିଚାରପତି ସଂଜୁ ପଣ୍ଡା, ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଏବଂ  ଓଡିଶା ଆଦର୍ଶ ବିଦ୍ୟାଳୟର ସଂଗଠନର ଉପଦେଷ୍ଠା ବିଜୟ ସାହୁ। ଆସନ୍ତା ଏପ୍ରିଲ ତିନି ତାରିଖରେ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଯୋଗଦେବେ। ଏଥିରେ 40 ଜଣଙ୍କୁ ପିଏଚଡି ଏବଂ 90 ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଉପସ୍ଥିତିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ କରକମଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଯଥା ୬୦ ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ ଚାଟ୍ରା ଠାରୁ କାଳିଆବରା କଂକ୍ରିଟ ରାସ୍ତା ଏବଂ ୨୦ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ କଲେଜ ଛକ ଠାରୁ ମାର୍କଣ୍ଡେଶ୍ୱର ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରରେ ଜଗତସିଂହପୁର ପୌରପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଏବଂ ମୁଖ୍ୟ ବକ୍ତାଭାବେ ଜିଲ୍ଲାପାଳ ଯୋଗଦେଇ ୨୮ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୮ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ଏକ ମିନି ସେସପୋଲର ଲୋକାର୍ପଣ କରିଛନ୍ତି। ଏଥିସହିତ ଜଗତସିଂହପୁର ପୌରାଞ୍ଚଳରେ ଜନସାଧାରଣଙ୍କ ହିତ ନିମନ୍ତେ ଏକ…

Read More

ଭୁବନେଶ୍ବର: ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି କରୋନା ଟୀକା ନେବେ। ସେଥିପାଇଁ ନିଜ ନାମକୁ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ। ଆସନ୍ତା ୧ ତାରିଖ ଠାରୁ ଟୀକା ନେବା ପାଇଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ପଞ୍ଜୀକରଣ କରିପାରିବେ। ଜାନୁୟାରୀ ୧ ତାରିଖ ୧୯୭୭ ପୂର୍ବରୁ ଜନ୍ମ ହୋଇଥିବା ବ୍ୟକ୍ତି ପଞ୍ଜୀକରଣ କରିବା ପାଇଁ ସୂଚନା ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି।

Read More

ଭୁବନେଶ୍ବର: ରାଜ୍ୟର କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ଦୁଇ ଦିନରେ ୪୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଧାର୍ମିକ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସରକାର କଟକଣା ଲଗାଇଥିବା ବେଳେ ଏପ୍ରିଲ୧ ତାରିଖରେ ଉତ୍କଳ ଦିବସ ପାଇଁ କଟକଣା ଲାଗିଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି। ୧- ଉତ୍କଳ ଦିବସ ପାଇଁ ଜନସମାବେଶ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ୨- ଉତ୍କଳ ଦିବସ ଉପଲକ୍ଷେ ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି। କୋଭିଡ଼ ନିୟମ ଅନୁଯାୟୀ ସାମାଜିକ ଦୁରତ୍ଵ, ମାସ୍କ ପରିଧାନ, ସାନିଟାଇଜର ବ୍ୟବାହାର କରିବା ନିତ୍ୟାନ୍ତ ଜରୁରୀ। ଏହାସହିତ ଅନ୍ୟ କୌଣସି କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗିଛି। ୩- ଉତ୍କଳ ଦିବସ ପାଳନ ଲାଗି ଯଦି କୌଣସି ସଂଗଠନ କିମ୍ବା ଘରୋଇ ସଂସ୍ଥା ଇଚ୍ଛା ପ୍ରକାଶ କରନ୍ତି, ତେବେ ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ ଏବଂ…

Read More

ଭୁବନେଶ୍ବର: କରୋନା ସଂକ୍ରମଣର ଦ୍ଵିତୀୟ ଲହରକୁ ଦେଖି ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି। ଦଣ୍ଡ ଯାତ୍ରା, ଝାମୁ ଯାତ୍ରା, ପଣା ସଂକ୍ରାନ୍ତି,ରାମ ନବମୀ, ଗୁଡ ଫ୍ରାଇଡେ, ଇଷ୍ଟର ଭଳି ଧାର୍ମିକ କାର୍ଯ୍ୟକ୍ରମରେ କଟକଣା ଲାଗିଛି। ସ୍ଵତନ୍ତ୍ର ରିଲିଫ କମିଶନର ଏହି ସବୁ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛନ୍ତି। ୧- ସର୍ବସାଧାରଣ ସ୍ଥାନରେ ଏସବୁ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକରେ ଜନଗହଳି କରିବାକୁ ବାରଣ କରାଯାଇଛି। ୨- କୋଭିଡ ନିୟମକୁ ପାଳନ କରି ଧାର୍ମିକ ସ୍ଥାନ ଯଥା ମନ୍ଦିର, ଚର୍ଚ୍ଚରେ ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ନୀତି ପାଳନ କରାଯାଇପାରିବ। ୩- ସ୍ଥାନୀୟ ଅଞ୍ଚଳରେ ପର୍ବ ପର୍ବାଣୀ ପାଇଁ ସ୍ଥିତିକୁ ଦେଖି ଜିଲ୍ଲାପାଳ ଏବଂ କମିଶନର କଟକଣା ଲଗାଇପାରିବେ। ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ଆଜି ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୯୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୪୦୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୩ ଟି ଜିଲ୍ଲାରୁ ୨୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୩୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୨ଜଣ, କଟକ ଜିଲ୍ଲାରୁ ୨୯ ଜଣ, ବରଗଡ ଜିଲ୍ଲାରୁ ୨୪ ଜଣ, କଳାହାଣ୍ଡି…

Read More

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଆଜି ଭାରତ ବନ୍ଦ ଡାକରା ଦେଇଛି। ଦିଲ୍ଲୀର ସୀମାରେ ଲଗାତର ୪ ମାସ ହେଲା ଚାଷୀ ଆନ୍ଦୋଳନ କରିଆସୁଛନ୍ତି। ଆଜିର ଭାରତ ବନ୍ଦ ଡାକରାରେ ରେଳ ଯାତ୍ରା ପ୍ରଭାବିତ ହୋଇଛି। କିଛି ଅଞ୍ଚଳରେ ସଡକ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏହି ବନ୍ଦ ଡକରାରେ ସଂଯୁକ୍ତ କୃଷକ ସଂଗଠନର ନେତା ଦର୍ଶନ ପାଲ ଏକ ଭିଡ଼ିଓ ଜାରି କରି କହିଥିଲେ କି, ଆନ୍ଦୋଳନରତ ଚାଷୀ ଦିଲ୍ଲୀକୁ ପରିବା ଏବଂ ଦୁଗ୍ଧ ପଠାଇବା ବନ୍ଦ କରିଦେବେ। ଉଲ୍ଲେଖ ଯୋଗ୍ୟ ଯେ, ଆଜି କୃଷକମାନଙ୍କ ଦ୍ଵାରା ଏହି ବନ୍ଦ ଡାକରା ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରି ରହିବ।

Read More

ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଏକ ସମ୍ମିଳନୀ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ଉଦଘାଟନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟା ପଣ୍ଡା ସ୍ୱାଗତ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ସ୍ତରରେ ସବୁଠାରୁ ଉତ୍ତମ କାର୍ଯ୍ୟ କରିଥିବା ୩ଜଣ ଆଶା କର୍ମୀଙ୍କୁ ୧ମ, ୨ୟ ଓ ୩ୟ ହାସଲ କରିଥିବାରୁ ୧୨ହଜାର ଟଙ୍କା, ୧୦ହଜାର ଟଙ୍କା ଏବଂ ୮ହଜାର ଟଙ୍କା ଇ-ଟ୍ରାନ୍ସଫର୍ କରାଯାଇଥିଲା। ସେହିପରି ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ ତରଫରୁ ପ୍ରତ୍ୟେକ ବ୍ଲକରୁ ଗୋଟିଏ ଗାଁକୁ ସୁସ୍ଥ ଗାଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଇ-ଟ୍ରାନ୍ସଫର୍ କରାଯାଇଥିଲା। ସହରାଞ୍ଚଳ ସ୍ୱାସ୍ଥ୍ୟସେବା ଅନ୍ତର୍ଗତ ୬ଟି ମହିଳା ଆରୋଗ୍ୟ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତର କାଠିଆପଡା ଗ୍ରାମର ଏକ ପରିବାରରେ ଦିର୍ଘଦିନରୁ ଲାଗିରହିଥିବା ଜମିବାଡ଼ି କଳିରୁ ଏଭଳି ଭୟାନକ ଘଟଣା ଘଟିଥିବା ଜଣାପଡିଛି। ସୂଚନାନୁଯାୟୀ ସ୍ଵାମି ନାରାୟଣ ମହାପାତ୍ର ଘରେ ନ ଥିବା ସମୟରେ ସ୍ତ୍ରୀ ସସ୍ମିତା ମହାପାତ୍ରଙ୍କ ପାଟିରେ ବନ୍ଧୁକ ପୁରାଇ ମାରିଦେବାକୁ ଉଦ୍ୟମ କରାଯିବା ସହିତ ସଂପୃକ୍ତ ଯୁବକ ବିଭିନ୍ନ ସମୟରେ ଗ୍ରାମରେ ଆତଙ୍କରାଜ କରି ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହେଉଛି। ଏନେଇ ସସ୍ମିତା ମହାପାତ୍ରଙ୍କ ଶାଶୁ ରୁକ୍ମିଣୀ ମହାପାତ୍ର ଘଟଣା ସମ୍ପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରୁ ଜାଣିବାକୁ ମିଳିଛି ସସ୍ମିତାଙ୍କ ବଡ ଜା ସୁମିତ୍ରା ମହାପାତ୍ର ଗୁଣ୍ଡା ପଠାଇ ଏ ସବୁ କାଣ୍ଡ ଭିଆଇଥିଲେ। ଘଟଣା ଘଟାଇବା ପରେ ଅଭିଯୁକ୍ତ ଢିଅସାହି ବଜାରକୁ ଯାଇ ଦାଦାବଟି ଆଦାୟ କରୁଥିବା ବେଳେ ଜଗତସିଂହପୁର ଥାନାର ପୋଲିସ୍ ଏସ୍.ଆଇ ବିଶ୍ଵଜିତ ଗଡ଼ନାଏକ ସିବିଲ ଡ୍ରେସ୍ ରେ ନିଜ ଜୀବନ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୯ ହଜାର ୧୧୮ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୫୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୮ ଲକ୍ଷ ୪୬ ହଜାର ୬୫୨ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୪୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୬୪ ହଜାର ୬୩୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୨୧ ହଜାର ୬୬ ଆକ୍ଟିଭ୍‌ କେସ୍ ରହିଛି।

Read More

କୋଲକାତା, ତମ୍ବା ପାତ୍ରରେ ରଖାଯାଇଥିବା ଜଳ ଆମ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ପ୍ରଚୁର ଜଳ ପିଇବା ଦ୍ୱାରା ଆମ ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଯାହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରେ। ତେବେ ସାଧାରଣ ଗ୍ଲାସ ଅପେକ୍ଷା ତମ୍ବା ପାତ୍ରର ପାଣି ସ୍ବାସ୍ଥ୍ୟ ପାଇଁ ବେଶ ଉପକାର କରିଥାଏ। ତେବେ ଏହା ପ୍ରାଚୀନ ଯୁଗରୁ ପ୍ରମାଣିତ ହୋଇ ଆସିଛି ଯେ, ତମ୍ବା ପାତ୍ରରେ କିଛି ସମୟ ପାଣି ରଖି ପିଇଲେ ତାହା ଶରୀର ପାଇଁ ଅନେକ ଉପକାର ଦେଇଥାଏ। ଯଦି ରାତିରେ ତମ୍ବାପାତ୍ରରେ ପାଣି ରଖି ସକାଳୁ ପିଇଲେ ତାହା ଆହୁରି ଅଧିକ କାମ ଦିଏ। ତେବେ ଜାଣନ୍ତୁ ତମ୍ବାପାତ୍ରରେ ଥିବା ପାଣି ପିଇଲେ ଶରୀର ପ୍ରତି କିପରି ଉପକାରୀ ହୋଇଥାଏ। 1-ବେଳେବେଳେ କିଛି ଭୁଲ ଖାଇବା କାରଣରୁ ଆମର ହଜମ ପ୍ରକ୍ରିୟା ଅତ୍ୟନ୍ତ ଖରାପ ହୋଇପଡେ। ଏ…

Read More

ନୂଆଦିଲ୍ଲୀ, ଆମ ଜୀବନରେ ଜଳର ବହୁତ ଗୁରୁତ୍ୱ ରହିଛି। ଭାରତରେ ଜଳ ଉପାସନା ଏକ ବିଶେଷ ସ୍ଥାନ ରହିଛି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ କିମ୍ବା ଶିବଲିଙ୍ଗରେ ଜଳ ପ୍ରଦାନ କରନ୍ତୁ କିମ୍ବା ଅନ୍ୟ କୌଣସି ଧାର୍ମିକ ରୀତିନୀତିରେ ଜଳର ଆବଶ୍ୟକତା ରହିଛି। ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ଘରର ଦ୍ୱାର ନିକଟରେ ପାଣି ରହିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଉତ୍ତର ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ଥିବା ଦ୍ୱାରଗୁଡ଼ିକ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ କରେ । ଜଳ ପାତ୍ରକୁ କେବଳ କବାଟ ପାଖରେ ରଖିବା ଉଚିତ୍, ଏହାକୁ ଡାହାଣ ପାଖରେ ରଖନ୍ତୁ ନାହିଁ । ଯଦି ଆପଣ ତାହା କରନ୍ତି, ଫଳାଫଳ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ହେବ। ବିସ୍ତୁତ ଭାବେ କହିବାକୁ ଗଲେ ଯେତେବେଳେ ଆପଣ ଘରେ ଠିଆ ହୋଇ ବାହାରକୁ ଚାହିଁବେ, ତେବେ ପାଣି ପାତ୍ରଟି ଆପଣଙ୍କ ବାମ ପାର୍ଶ୍ୱରେ ରହିବା…

Read More