ବନ୍ଧୁକ ଲଗାଇ ମହିଳାଙ୍କୁ ହତ୍ୟା ଧମକ: ବନ୍ଧୁକ ସହ ଜଣେ ଅଭିଯୁକ୍ତ ଗିରଫ

Published: Mar 26, 2021, 10:42 am IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତର କାଠିଆପଡା ଗ୍ରାମର ଏକ ପରିବାରରେ ଦିର୍ଘଦିନରୁ ଲାଗିରହିଥିବା ଜମିବାଡ଼ି କଳିରୁ ଏଭଳି ଭୟାନକ ଘଟଣା ଘଟିଥିବା ଜଣାପଡିଛି।

ସୂଚନାନୁଯାୟୀ ସ୍ଵାମି ନାରାୟଣ ମହାପାତ୍ର ଘରେ ନ ଥିବା ସମୟରେ ସ୍ତ୍ରୀ ସସ୍ମିତା ମହାପାତ୍ରଙ୍କ ପାଟିରେ ବନ୍ଧୁକ ପୁରାଇ ମାରିଦେବାକୁ ଉଦ୍ୟମ କରାଯିବା ସହିତ ସଂପୃକ୍ତ ଯୁବକ ବିଭିନ୍ନ ସମୟରେ ଗ୍ରାମରେ ଆତଙ୍କରାଜ କରି ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହେଉଛି। ଏନେଇ ସସ୍ମିତା ମହାପାତ୍ରଙ୍କ ଶାଶୁ ରୁକ୍ମିଣୀ ମହାପାତ୍ର ଘଟଣା ସମ୍ପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଆଧାରରୁ ଜାଣିବାକୁ ମିଳିଛି ସସ୍ମିତାଙ୍କ ବଡ ଜା ସୁମିତ୍ରା ମହାପାତ୍ର ଗୁଣ୍ଡା ପଠାଇ ଏ ସବୁ କାଣ୍ଡ ଭିଆଇଥିଲେ। ଘଟଣା ଘଟାଇବା ପରେ ଅଭିଯୁକ୍ତ ଢିଅସାହି ବଜାରକୁ ଯାଇ ଦାଦାବଟି ଆଦାୟ କରୁଥିବା ବେଳେ ଜଗତସିଂହପୁର ଥାନାର ପୋଲିସ୍ ଏସ୍.ଆଇ ବିଶ୍ଵଜିତ ଗଡ଼ନାଏକ ସିବିଲ ଡ୍ରେସ୍ ରେ ନିଜ ଜୀବନ କୁ ବାଜିଲଗାଇ ଅଭିଯୁକ୍ତଙ୍କ ସହିତ ଧସ୍ତାଧସ୍ତି ହୋଇ ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଥିବା ବେଳେ ଏପର୍ଯ୍ୟନ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ୍ ହୋଇ ନଥିବା ଜଣାପଡିଛି। ଏମିତିକି ଅପରପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଛି।

ଅନ୍ୟପକ୍ଷରେ ଯେଉଁ ପୋଲିସ୍ ଅଫିସର୍ ଏଭଳି ଅଭିଯୁକ୍ତଙ୍କୁ ଧରିବା ପାଇଁ ଦିନରେ ନିଜ ଜିବନକୁ ବାଜି ଲଗାଉଛି ରାତିରେ ସେହି ପୋଲିସ୍ ଅଫିସର୍ ୫୦ହଜାର ଲାଞ୍ଚ ନେଉଥିବା ବେଳେ ଆରେଷ୍ଟ ହେବା ଭଳି ଘଟଣା ସାଧାରଣରେ ଲୋକଙ୍କୁ ଚକିତ କରିଛି। ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Related posts