ଭୁବନେଶ୍ବର: ଆଜି ରାଜ୍ୟରେ ୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୨୬ ଜଣ ଚିହ୍ନଟ ହୋଇଥିବା ବେଳେ ୮୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୩୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧୫୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୨୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୩, ସୁନ୍ଦରଗଡ ଜିଲ୍ଲାରୁ ୨୭ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨୦ ଜଣ, କଟକ ଜିଲ୍ଲାରୁ ୨୦ ଜଣ, ବରଗଡ…
Author: Samikhsya Bureau
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରର କେନ୍ଦ୍ରୀୟ ବିଦ୍ୟାଳୟରେ ଜଣେ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସହିତ ଏକ ଘରୋଇ ସ୍କୁଲରୁ ତିନିଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ଏବେ ପ୍ରି-ବୋର୍ଡ ପରୀକ୍ଷା ଚାଲିଛି। ଶ୍ରେଣୀଗୃହରେ ଉପସ୍ଥିତ ସମସ୍ତ ଛାତ୍ର ଏବଂ ସେମାନଙ୍କ ପିତାମାତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ କ୍ବାରେଣ୍ଟାଇନରେ ରହିବାକୁ କହିଛନ୍ତି। ସମସ୍ତଙ୍କର କରୋନା ପରୀକ୍ଷା କରାଯିବ ବୋଲି ଜଣାପଡିଛି। ସେପଟେ ଘରୋଇ ବିଦ୍ୟାଳୟର ଆକ୍ରାନ୍ତ ହୋଇଥିବା ତିନିଜଣ ଛାତ୍ର ହଷ୍ଟେଲ ରହୁଥିଲେ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ର ଏକ ଟିମ୍ ବିଦ୍ୟାଳୟ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ନିର୍ଦ୍ଦିଷ୍ଟ ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯିବ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୩ ହଜାର ୪୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୫୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୭ ଲକ୍ଷ ୮୭ ହଜାର ୫୩୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୩୧ ହଜାର ୧୯୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୯୫ ହଜାର ୧୯୨ ଆକ୍ଟିଭ୍ କେସ୍ ରହିଛି।
ମେଷ: – ଚାକିରୀ କରିଥିବା ବ୍ୟକ୍ତିମାନେ ଅଭିବୃଦ୍ଧି ପାଇଁ ସୁଯୋଗ ପାଇବେ ଏବଂ ଆୟ ବୃଦ୍ଧି ପାଇବ । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ଖୁସିରେ ସେମାନଙ୍କ ସହିତ ସମୟ ବିତାଇବେ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ,, ଯାହା ସମାଜରେ ସମ୍ମାନ ବୃଦ୍ଧି କରିବ । ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ବୃଷ: – ବ୍ୟବସାୟର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ । ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ଏବଂ ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ସହିତ ସଫଳ ହେବ, ଅନାବଶ୍ୟକ ଖର୍ଚ୍ଚ ବଢିବା କାରଣରୁ ଚାପରେ ରହିପାରେ । ବିବାହିତ ଜୀବନ ଭଲ ହେବ । ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଆପଣ ପରିବାରର ଗୁରୁଜନମାନଙ୍କ ସ୍ନେହ ଏବଂ ବିଶ୍ୱାସ ପାଇବେ । ମିଥୁନ: – ବ୍ୟବସାୟରେ ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ପରିବାରରେ ଆନନ୍ଦ ଏବଂ…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାନ ଅର୍ଥନୀତିଜ୍ଞ ତଥା ମହାନ ଶିକ୍ଷାବିତ୍ ଭାବରେ ବିବେଚନା କରାଯାଏ । ଚାଣକ୍ୟ ନୀତି ଶାସ୍ତ୍ରୀରେ ଟଙ୍କା ଏବଂ ସଫଳତା ସହ ଜଡିତ ଅନେକ ନୀତି ଉଲ୍ଲେଖ କରଛନ୍ତି, ଯାହାକୁ ଲୋକମାନେ ଅନୁସରଣ କରନ୍ତି । କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର କିନ୍ତୁ ତାଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ଟଙ୍କା ଏବଂ ସଫଳତା ସହିତ ଜଡିତ ଚାଣକ୍ୟ ନୀତି ଜାଣନ୍ତୁ ଏହି ପାଞ୍ଚୋଟି ନୀତି ଆହ୍ବାନ ପାଇଁ ପ୍ରସ୍ତୁତ ରୁହନ୍ତୁ- ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କର ଲକ୍ଷ୍ୟ ସ୍ଥିର କରନ୍ତୁ | ଏହା ଦ୍ବାରା ଆପଣ ଜାଣିପାରିବେ କେଉଁ ଦିଗରେ ଶକ୍ତି ଖର୍ଚ୍ଚ କରିବାକୁ ପଡିବ। ଏହା ସମୟ ନଷ୍ଟ କରେ ନାହିଁ | ସଫଳତା ଏବଂ ଧନ ପାଇବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଲକ୍ଷ୍ୟ ହାସଲ…
ମିଥୁନ: – ବ୍ୟବସାୟରେ ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ପରିବାରରେ ଆନନ୍ଦ ଏବଂ ସୁଖର ପରିବେଶ ରହିବ । ଶ୍ରମିକ ଶ୍ରେଣୀରେ ଉତ୍ସାହ ରହିବ । ଜୀବନସାଥୀ ସହିତ ସମ୍ପର୍କ ଆନ୍ତରିକ ହେବ । କାର୍ଯ୍ୟରେ ଅଳ୍ପ ସମୟ ରହିପାରେ । କର୍କଟ: – ଧାର୍ମିକ ଏବଂ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ପାରିବାରିକ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ ଏବଂ ପରିବାର ସଦସ୍ୟ ମଧ୍ୟ ସମର୍ଥନ ପାଇବେ। ଆପଣ ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ ଏବଂ କାର୍ଯ୍ୟରେ ସଫଳ ହେବେ ।
କନ୍ୟା: – ପାରିବାରିକ ପରିବେଶ ଭଲ ରହିବ । ପୁରୁଣା ବନ୍ଧୁମାନଙ୍କୁ ସାକ୍ଷାତ କରାଯାଇପାରିବ, ଯାହା ଲାଭଦାୟକ ହେବ । ବ୍ୟବସାୟ ଭଲ କରିବ ଏବଂ ଏକ ଲାଭ ପରିସ୍ଥିତି ଆସିବ । ବିଛା : – ଆପଣ ବ୍ୟବସାୟରେ ଆଶା ଏବଂ ସଫଳତା ପାଇବେ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ଦ୍ୱାରା ସମାଜର ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ପରିବାର ସହିତ ସମୟ ବିତାଇବେ। ଦାମ୍ପତ୍ୟ ଜୀବନରେ ସୁଖ ଆସିବ ।
ମକର : – ଯୋଗାଯୋଗ ମାଧ୍ୟମରେ ପ୍ରଗତି ପାଇଁ ନୂତନ ସୁଯୋଗ ମିଳିବ , ଯାହା ଆପଣଙ୍କୁ ଶକ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ ରଖିବ । ପୈତୃକ ସମ୍ପତ୍ତିରୁ ଏକ ଲାଭ ମିଳିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ଯୋଜନା କରାଯିବ । ମୀନ: – ପାରିବାରିକ ସମ୍ପର୍କ ସୁସଂଗତ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ଆପଣଙ୍କ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ବିବାଦ ହୋଇପାରେ । ଅଟକି ରହିଥିବା ଯୋଜନାଗୁଡିକ ସଂପୂର୍ଣ୍ଣ ହୋଇପାରିବ ।
ସିଂହ: – ବ୍ୟବସାୟ ଭଲ କରିବ ଏବଂ ଚାକିରିରେ ଅଭିବୃଦ୍ଧି ହେବାର ସମ୍ଭାବନା ରହିବ । ସମ୍ପତ୍ତିରେ ବିନିଯୋଗ କରିବାକୁ ବିଚାର କରିବେ, ଯାହା ଲାଭଦାୟକ ହେବ । ପରିବାର ସହିତ ଏକ ଖୁସିର ଦିନ ବିତାଇବ । ଧନୁ : – ଆପଣ କଠିନ ପରିଶ୍ରମର ଭଲ ଫଳାଫଳ ପାଇବେ । ବ୍ୟବସାୟରେ ଲାଭଜନକ କାରବାର ହେବ । ନୂତନ ବିନିଯୋଗ ସୁଯୋଗ ମିଳିବ । ପରିବାରର ପରିବେଶ ଖୁସି ହେବ। ଜୀବନ ସାଥୀ ସହିତ ଭଲ ସମନ୍ୱୟ ରହିବ।
କୁମ୍ଭ: – ସାମାଜିକ କାର୍ଯ୍ୟରେ ମନ କରାଯିବ ଏବଂ ସମାଜରେ ସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଦାୟିତ୍ବ ପୂରଣ କରିବେ । ପ୍ରଭାବଶାଳୀ ଲୋକଙ୍କୁ ଭେଟିବେ । ଜୀବନ ସାଥୀ ପୂର୍ଣ୍ଣ ସମର୍ଥନ ପାଇବେ । ମେଷ: – ଚାକିରୀ କରିଥିବା ବ୍ୟକ୍ତିମାନେ ଅଭିବୃଦ୍ଧି ପାଇଁ ସୁଯୋଗ ପାଇବେ ଏବଂ ଆୟ ବୃଦ୍ଧି ପାଇବ । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ଖୁସିରେ ସେମାନଙ୍କ ସହିତ ସମୟ ବିତାଇବେ ।
ବୃଷ: – ବ୍ୟବସାୟର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ । ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ଏବଂ ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ସହିତ ସଫଳ ହେବ, ଅନାବଶ୍ୟକ ଖର୍ଚ୍ଚ ବଢିବା କାରଣରୁ ଚାପରେ ରହିପାରେ । ବିବାହିତ ଜୀବନ ଭଲ ହେବ । ତୂଳା: – ବ୍ୟବସାୟ ଲାଭଦାୟକ ହେବ ଏବଂ ଚାକିରିରେ ଅଗ୍ରଗତି ସହିତ ଅବସ୍ଥାନରେ ପରିବର୍ତ୍ତନ ଆସିବ । ଆୟର ବୃଦ୍ଧି ଆର୍ଥିକ ସ୍ଥିତିକୁ ସୁଦୃଢ କରିବ । ସାଙ୍ଗମାନେ କାର୍ଯ୍ୟରେ ସାହାଯ୍ୟ କରିବେ । ସାମାଜିକ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ । ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ ।
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ଥାନ ସହ ଆଲୋଚନା ଲାଗି ଇମ୍ରାନ ଖାନଙ୍କୁ ଏକ ଚିଠି ଲେଖିଛନ୍ତି। ପିଡିପି ଅଧ୍ୟକ୍ଷ ମହବୁବା ମୁଫ୍ତି ଏହାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏକ ଟ୍ବିଟ ମାଧ୍ୟମରେ ମହବୁବା ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା ଏଭଳି ପ୍ରୟାସ ଏକ ଉଚିତ୍ ପଦକ୍ଷେପ ଅଟେ। ଯେମିତି ବାଜପେୟୀ କହୁଥିଲେ କି, ବନ୍ଧୁ ବଦଳି ପାରନ୍ତି, କିନ୍ତୁ ପଡୋଶି ନୁହେଁ। ମୁଁ ଆଶା କରୁଛି କି, ଏହି ଆଲୋଚନା ସମାଧାନ ପ୍ରକ୍ରିୟା ଆଡକୁ ଯିବ। ଏବଂ କାଶ୍ମୀରରେ ଶାନ୍ତି ଫେରିବ ବୋଲି ମୁଫ୍ତି କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ପାକିସ୍ଥାନ ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଚିଠି ଲେଖି ପାକିସ୍ଥାନ ଲୋକଙ୍କୁ ଶୁଭକାମନା ଜଣାଇଥିଲେ। ଗୋଟିଏ ପଡୋଶୀ ଦେଶ ଭାବେ ଭାରତ ସବୁବେଳେ ପାକିସ୍ଥାନ ଲୋକଙ୍କ ସହ ଶୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ରଖିବାକୁ ଇଚ୍ଛା କରିଥାଏ। ଏଥିପାଇଁ ଅବିଶ୍ଵାସ,…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରି ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଖୁବ ଶୀଘ୍ର ଗ୍ରୀଷ୍ମ ଋତୂ ଆସିଥିବାରୁ ଏବଂ ଏବର୍ଷ ପୂର୍ବାପେକ୍ଷା ଅଧିକ ଗରମ ହେବାର ସମ୍ଭାବନା ଥିବାରୁ ଆମକୁ ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଅଧିକ ପ୍ରସ୍ତୁତି କରିବାକୁ ପଡିବ। ନିୟମିତ ପାନୀୟ ଜଳ ସମସ୍ୟା ଥିବା ହଟ୍ସ୍ପଟ୍ ଅଂଚଳ ଗୁଡିକୁ ଚିହ୍ନଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ବରଗଡରୁ ୧୦, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୯, ସୁନ୍ଦରଗଡରୁ ୭, ବାଲେଶ୍ବରରୁ ୫, କଟକରୁ ୫, ଯାଜପୁରରୁ ୫, ନବରଙ୍ଗପୁରରୁ ୪, ରାୟଗଡାରୁ ୪, ଜଗତସିଂହପୁରରୁ ୩, ସମ୍ବଲପୁରରୁ ୩, ଗଞ୍ଜାମରୁ ୨, ନୂଆପଡ଼ାରୁ ୨, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୩୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୪୬ କୁ ବୃଦ୍ଧି ହୋଇଛି। ତେବେ ୯୩୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ଗୋଟିଏ ଗାଁରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକର ଏକ ଗାଁରୁ ୨୯ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୫୬ ଟି ନମୁନା ମଧ୍ୟରୁ ୨୯ ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ସିନାପାଲୀ ବିଡିଓ ଏନେଇ ସୂଚନା ଦେଇଛନ୍ତି। ଏହା ପରେ ସମ୍ପୃକ୍ତ ଗାଁ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ବିଡିଓ କହିଛନ୍ତି। ସେହି ଗାଁରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଗାଁର ସମସ୍ତ ଲୋକଙ୍କ କରୋନା ପରୀକ୍ଷା କରାଯିବ ବୋଲି ବିଡିଓ କହିଛନ୍ତି। ଏହା ସହ ଗାଁରେ ହେବାକୁ ଥିବା ବାହାଘର କାର୍ଯ୍ୟକ୍ରମ ଏବଂ ସାପ୍ତାହିକ ହାଟକୁ ମଧ୍ୟ ସରପଞ୍ଚ ବନ୍ଦ କରିଦେଇଛନ୍ତି। ତେବେ ଏହି ଗାଁଟି ଛତିଶଗଡ ସୀମାକୁ ଲାଗିଥିବାରୁ ଏତେ ମାତ୍ରାରେ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି।
ଭୁବନେଶ୍ଵର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ସଂକ୍ରମଣ ବଢିବା ଯୋଗୁଁ ପ୍ରଶାସନ ଧୀରେ ଧୀରେ ତତ୍ପରତା ଦେଖାଉଛି। କଟକଣା ଲଗାଇ ସଂକ୍ରମଣକୁ ରୋକିବା ପାଇଁ ପୁଣିଥରେ ପ୍ରଶାସନ ପ୍ରୟାସ ଆରମ୍ଭ କରିଦେଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଏହା ଉପରେ କଡା ନଜର ରଖୁଛି। ପୂର୍ବରୁ ମାଲକାନାଗିରି ଜିଲ୍ଲାରେ ସଂକ୍ରମଣ ବଢିବା ଆଶଙ୍କାରେ ଜିଲ୍ଲାପାଳ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ଆସନ୍ତାକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କଟକଣା ଲାଗିବ। ଏହି ସମୟରେ କୌଣସି ଜରୁରୀ କାମ ନଥିଲେ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ଜିଲ୍ଲାପାଳ ରାତ୍ରୀକାଳୀନ କର୍ଫ୍ୟୁ ସହ ଆଉ କିଛି କଟକଣା ଲଗାଇଛନ୍ତି। ଘରୋଇ କିମ୍ବା ସର୍ବସାଧାରଣ ସ୍ଥାନରେ ୫ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏକାଠି ହେବା ପାଇଁ ମନା…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଯକ୍ଷ୍ମା ହାରିବ ଦେଶ ଜିତିବ, ଆମର ଲକ୍ଷ୍ୟ ଟିବି (ଯକ୍ଷ୍ମା) ମୁକ୍ତ ଭାରତ। ଯେକୌଣସି ଲୋକକୁ ଯକ୍ଷ୍ମା ରୋଗ ହୋଇପାରେ। ଏହାର ଲକ୍ଷଣ ହେଉଛି ଦୁଇ ସପ୍ତାହରୁ ଅଧିକ କାଶ ଲାଗି ରହିବା,ସଂନ୍ଧ୍ୟା ସମୟରେ ଅଳ୍ପ ଜ୍ୱର ହେବା, ଓଜନ କମିଯିବା, ଭୋକ ନ ଲାଗିବା ଏବଂ କଫରେ ରକ୍ତ ପଡିବା, ଛାତିରେ ଯନ୍ତ୍ରଣା ହେବା, ଯକ୍ଷ୍ମା ରୋଗୀ ଏଚ୍.ଆଇ.ଭି ଓ ମଧୁମେହ ପରିକ୍ଷା କରିବା ନିହାତି ଜରୁରି। ଅନିୟମିତ କିମ୍ବା ଅସମ୍ପୂର୍ଣ୍ଣ ଚିକିତ୍ସା ଯୋଗୁଁ ଔଷଧ ପ୍ରତିରୋଧକ ଯକ୍ଷ୍ମା ହୋଇପାରେ। ସମସ୍ତ ସରକାରୀ/ବେସରକାରୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ସେମାନଙ୍କ ଦ୍ବାରା ଚିହ୍ନଟ ଓ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ବନ୍ଧରେ ଜିଲ୍ଲା…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର କାରବାର ହେଉଥିବା ଅନେକ ଅଭିଯୋଗ ହେଉଛି। ଓଡିଶା ମାଇନର ମିନେରାଲ୍ସ ଅଧିନିୟମ ( ଓଏମଏମସି) କୁ ଖୋଦ ତହସିଲ ଅଫିସ ମାନଙ୍କରେ ଉଲ୍ଲଂଘନ କରାଯାଉଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ଜିଲ୍ଲାସାରା ଅଧିକାଂଶ ତହସିଲ ଅଂଚଳରେ ବେଆଇନ ବାଲି ଉଠାଣ ହେଉଥିବା ବେଳେ ସେସବୁର ସଠିକ ତଦାରଖ କରାଯାଉନଥିବା ଦେଖାଯାଉଛି। ଫଳତଃ ବାଲି ମାଫିଆ ମାନେ ବିଶେଷ କରି ତେଲ ନଦୀ, ହାତୀ ନଦୀ ଭଲି ବଡ ବଡ ନଦୀ ପଠାରୁ ମନଇଚ୍ଛା ବାଲି ଉଠାଣ କରୁଥିବା ଦେଖାଯାଉଛି। ଅନ୍ୟ ପକ୍ଷରେ ତୃଟିପୂର୍ଣ୍ଣ ଭାବେ ବାଲିଘାଟ ନିଲାମ କରାଯାଉଥିବା ହେତୁ ସେଥିପାଇଁ ଏଗ୍ରିମେଂଟ ହୋଇପାରୁନଥିବା ଜଣାପଡିଛି। ଏହାରି ସୁଯୋଗରେ ସଂପୃକ୍ତ ନିଲାମ ପାଇବାକୁଥିବା ବ୍ୟବସାୟୀ ଦୀର୍ଘ ଏକ ବର୍ଷ ହେବ ସଂପୃକ୍ତ ବାଲିଘାଟରୁ ବାଲି ଉଠାଣ ଜାରି ରଖିଥିବା ଅଭିଯୋଗ ହେଉଛି। ଏସଂପର୍କରେ ସଂପୃକ୍ତ ଆରଆଇ ମାନେ ସଠିକ ତଥ୍ୟ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୨୧୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ଟି ୟୁକେ ଷ୍ଟ୍ରେନ ଚିହ୍ନଟ କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୧୮ ଟି ରାଜ୍ୟରୁ ମୋଟ ୭୭୧ ଟି ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ଏହି ନୂଆ ୭୭୧ ଟି ନୂଆ ଷ୍ଟ୍ରେନ ମଧ୍ୟରୁ ୭୩୬ ଟି ୟୁକେ ଷ୍ଟ୍ରେନ ଚିହ୍ନଟ ହୋଇଥିବା ବେଳେ ୩୪ ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି। ମୋଟ ୭୩୬ ଟି ୟୁକେ ଷ୍ଟ୍ରେନ ମଧ୍ୟରୁ ସର୍ବାଧିକ ୩୩୬ ଟି ପଞ୍ଜାବରୁ ଚିହ୍ନଟ ହୋଇଥିବା ବେଳେ ଓଡିଶାରୁ ୩ଟି ରହିଛନ୍ତି। ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ.କେ ସିଂହ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗ ହେଉଛି ଏକ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ। ଦୈନନ୍ଦିନ ଶହ ଶହ ପଥଚାରୀ ଏହି ବାଟ ଦେଇ ଯିବାଆସିବା କରୁଥିବା ବେଳେ ଓଡ଼ିଶାର କୋଣ ଅନୁକୋଣରୁ ପ୍ରତ୍ୟେକ ଦିନ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ ନିଜର ଦାବି ହାସଲ ପାଇଁ ଗାନ୍ଧୀମାର୍ଗରେ ଜନ ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥାନ୍ତି। କିନ୍ତୁ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଓଡ଼ିଶାରେ ପ୍ରବେଶ କରିବା ପରେ ରାଜଧାନୀ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଭାବେ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ତେବେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଗାନ୍ଧୀମାର୍ଗ ପ୍ରତି ବିପଦ ରହିଥିବାରୁ ସମାଜସେବୀ ପ୍ରତାପ ସାହୁ ଏକ ନିଆରା ଢଙ୍ଗରେ ଗାନ୍ଧୀମାର୍ଗକୁ ସମ୍ପୂର୍ଣ୍ଣ ଭାବରେ ସାନିଟାଇଜି କରିଛନ୍ତି। ପ୍ରତାପଙ୍କ ଏଭଳି ଉଦ୍ୟମକୁ ରାଜଧାନୀ ବାସୀ ପ୍ରଶଂସା କରିଥିବା ବେଳେ ଏ ବାବଦରେ ପ୍ରତାପ କୁହନ୍ତି ଯେ, ଗାନ୍ଧୀମାର୍ଗ ହେଉଛି ଏକ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ।…

