Author: Samikhsya Bureau

ନୂଆଦିଲ୍ଲୀ: ମହାରାଷ୍ଟ୍ର ଲେଟର ବମ୍ ମାମଲାରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ଉଚ୍ଚତମ ନ୍ୟାୟଳୟରେ ଏକ ଯାଚିକା ଦାୟର କରିଥିଲେ। ହେଲେ ଆଜି ଉଚ୍ଚତମ ନ୍ୟାୟଳୟ ଏହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଏହି ଯାଚିକା ଉପରେ ଶୁଣାଣି କରି ବିଚାରପତି ସଞ୍ଜୟ କିଶନ କୌଲ ଏବଂ ବିଚାରପତି ସୁଭାଷ ରେଡ୍ଡୀ କହିଛନ୍ତି ଯେ, ପୂର୍ବତନ କମିଶନରଙ୍କ ଅଭିଯୋଗ ସଙ୍ଗୀନ ଅଟେ, ଏଥିରେ କୌଣସି ସନ୍ଦେହ ନାହିଁ। ହେଲେ ଏହି ମାମଲା ଉଚ୍ଚତମ ନ୍ୟାୟଳୟ ନୁହେଁ, ବରଂ ଉଚ୍ଚ ନ୍ୟାୟାଳୟରେ ଉଠାଇବା ଉଚିତ୍।

Read More

ମୁମ୍ବାଇ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି। ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ତାରକା କରୋନା ସଂକ୍ରମଣ ହୋଇଛନ୍ତି। ଏବେ ଅଭିନେତା ଆମିର ଖାନ କରୋନାରେ ସଂକ୍ରମଣ ହୋଇଛନ୍ତି। ସଂକ୍ରମଣ ହେବା ପରେ ଆମିର ଘରେ କ୍ଵାରେଣ୍ଟିନରେ ଅଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଲକ ଆଙ୍କୁଲା ଗ୍ରାମର ୩୨ ବର୍ଷୀୟ ସନ୍ତୋଷ ବାରିକ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କର ଚିକିତ୍ସାରେ ସହାୟତା ପାଇଁ ପୂର୍ବରୁ ବହୁ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା। ଶେଷରେ ସନ୍ତୋଷଙ୍କୁ ସହାୟ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର, ଚିଲିକାର ପୂର୍ବତନ ବିଧାୟକ ଡ଼ା. ବିଭୁତି ଭୂଷଣ ହରିଚନ୍ଦନ ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଙ୍କୁଲା ଗ୍ରାମରେ ସନ୍ତୋଷଙ୍କ ବାସଭବନକୁ ଆସି ଭୁବନେଶ୍ୱର ଏମ୍ସ ମେଡିକାଲକୁ ନେଇଛନ୍ତି। ଡ଼ା. ପାତ୍ର ନିଜେ ଆମ୍ବୁଲାନ୍ସ ଯୋଗେ ସନ୍ତୋଷଙ୍କୁ ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପ୍ଲାଷ୍ଟିକ ସର୍ଜରୀ  ବିଭାଗର ମୁଖ୍ୟ ଡ଼ା. ସଞ୍ଜୟ ଗିରି, ଡ଼ା. ସଚ୍ଚିଦାନନ୍ଦ ମହାନ୍ତି, ଏମ୍ସ ଭୁବନେଶ୍ୱର…

Read More

ନୂଆଦିଲ୍ଲୀ: ନ୍ୟାୟଧୀଶ ଏନଭି ରମଣା ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରପତି ହେବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଏସ ଅରବିନ୍ଦ ବୋବଡେ କେନ୍ଦ୍ର ଆଇନ ମନ୍ତ୍ରାଳୟଙ୍କୁ ନ୍ୟାୟଧୀଶ ରମଣାଙ୍କ ନାମ ସୁପାରିସ୍ ପାଇଁ ପଠାଇଛନ୍ତି। ବୋବଡେଙ୍କ ପରେ ଏନଭି ରମଣା ଉଚ୍ଚତମ ନ୍ୟାୟାଳୟର ସବୁଠୁ ବରିଷ୍ଠ ବିଚାରପତି। ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରପତି ଭାବେ ନ୍ୟାୟଧୀଶ ରମଣା ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ଆନ୍ଧ୍ର ପ୍ରଦେଶର ଏକ କୃଷକ ପରିବାରରେ ୧୯୫୭ ଅଗଷ୍ଟ ୨୭ରେ ବିଚାରପତି ଜନ୍ମ ଗ୍ରହଣ କରିଥିଲେ। ଏନଭି ରମଣା ୨୦୦୦ ମସିହା ଜୁନ୍‌ ମାସରେ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟଳୟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେ ୨୦୧୪ ଫେବୃୟାରୀରେ ଉଚ୍ଚତମ ନ୍ୟାୟଳୟକୁ ଯିବା ପୂର୍ବରୁ ଦିଲ୍ଲୀ ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୯ ଜଣ ଚିହ୍ନଟ ହୋଇଥିବା ବେଳେ ୭୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୪୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୨୬୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦୦୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୩ ଟି ଜିଲ୍ଲାରୁ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୨୭ ଜଣ, କଟକ ଜିଲ୍ଲାରୁ ୨୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୨ ଜଣ,…

Read More

ରମେଶ ମହାନ୍ତି ଜଗତସିଂହପୁର: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସକାଳ ୭ଟା ସମୟରେ ଜଗତସିଂହପୁର ଥାନା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀଛକ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ମାଲ୍ୟାର୍ପଣ କରିଥିଲେ। ଏ ହି ସମସ୍ତ କାର୍ଯ୍ୟକ୍ରମରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ବିଡିଓ ସାଗର କୁମାର ନନ୍ଦ, ତହସିଲଦାର ମାନସ ରଞ୍ଜନ ଭୋଇ, ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଳ କୁମାର…

Read More

ନୂଆଦିଲ୍ଲୀ/ ଭୁବନେଶ୍ବର: ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଛନ୍ତି। ଭୁବନେଶ୍ବର ଏମ୍ସ ପାଇଁ ସ୍ଵତନ୍ତ୍ର ପାଣ୍ଠି ଦେବାକୁ ଶ୍ରୀ ଷଡଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏମ୍ସର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଏହା ସହ ଏମ୍ସରେ ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ଯୋଗୁଁ ଓପିଡି ବନ୍ଦ ରହୁଥିବା ଅଭିଯୋଗ ମଧ୍ୟ କରିଛନ୍ତି। ବିଭିନ୍ନ ବିଭାଗ ପାଇଁ ସୁପର ସ୍ପେଶିଆଲିଟି ଡାକ୍ତରଙ୍କ ଅଭାବ ମଧ୍ୟ ଦର୍ଶାଇଛନ୍ତି। ତେଣୁ ଲୋକେ ଏମ୍ସ ଠାରୁ ଉପଯୁକ୍ତ ସୁବିଧା ପାଇପାରୁନାହାନ୍ତି। ଯାହାଫଳରେ ଲୋକେ ଖର୍ଚ୍ଚାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏତଦବ୍ୟତିତ ବାଲେଶ୍ଵର ସାଟେଲାଇଟ୍ କେନ୍ଦ୍ରର ଭିତ୍ତିଭୂମି ସୁଦୃଢ କରିବା ପାଇଁ ଅନୁରୋଧ କରିଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୨୬୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୭ ଲକ୍ଷ ୩୪ ହଜାର ୫୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୬୮ ହଜାର ୪୫୭ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ନବଜାତକ ଉପରେ କିଛି ତଥ୍ୟ ରଖିଛନ୍ତି। ତାହା ହେଲା ଯେ, ଯେତେବେଳେ ଛୁଆଟିଏ ଜନ୍ମ ନିଏ ସେତେବେଳେ ସେ ପାଞ୍ଚୋଟି ଜିନିଷ ଧରି ଜନ୍ମ ନେଇଥାଏ। ତାହା ହେଲା ଆୟୁ, କର୍ମ, ଧନ, ବିଦ୍ୟା ଏବଂ ମୃତ୍ୟୁ। ଚାଣକ୍ୟଙ୍କ ମତରେ ଏହି ପାଞ୍ଚୋଟି ପୂର୍ବ ଜନ୍ମର ଫଳ ସହିତ ଜଡିତ ଥାଏ। ଅର୍ଥାତ ପୂର୍ବ ଜନ୍ମରେ ସେ ଯେପରି କର୍ମ କରିଥିବ ସେହିପରି ଭାବେ ଏହି ପାଞ୍ଚୋଟି ଜିନିଷ ନେଇ ଜନ୍ମ ନେବ। ଏହାର ଅର୍ଥ ହେଲା ହେ ମାନବ ସମାଜ ତୁମେ ବର୍ତ୍ତମାନ ସତ କର୍ମ କର, ଯାହାଦ୍ବାରା ଆର ଜନ୍ମରେ ତୁମର ଏହି ପାଞ୍ଚୋଟି ଜିନିଷ ବେଶ ସୁଦୃଢ ହୋଇ ବିକଶିତ ହେବ।

Read More

ଭୁବନେଶ୍ୱର,  ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ଏବଂ ପୁରୀ ଓ ଅନୁଗୁଳ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ନିଷ୍ପତ୍ତି କରାଇବା ସହିତ ବିଶାଖାପାଟନମ୍-ଜଗଦଳପୁର ବିଶେଷ ଟ୍ରେନ ସେବା କିରନ୍ଦୁଲକୁ ସମ୍ପ୍ରସାରିତ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଚଳିତ ମାସ ୩୦ ତାରିଖ ଠାରୁ ୬୮୪୨୬ ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଭୁବନେଶ୍ୱରରୁ ଅପରାହ୍ନ ୪ଘ.୩୫ମି.ରେ ଛାଡି କେନ୍ଦୁଝରଗଡ଼ ଠାରେ ରାତ୍ର ୯ଘ.୩୫ମି.ରେ ପହଞ୍ଚିବ। ଫେରିବା ପଥରେ ୬୮୪୨୫ କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ କେନ୍ଦୁଝରଗଡ଼ ଠାରୁ ସକାଳ ୬ଘ.୩୦ମି.ରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୧୧ଘ.୦୫ମି.ରେ ପହଞ୍ଚିବ। ଏହି ଟ୍ରେନ ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ବାରଙ୍ଗ, ଗୋପାଳପୁର ବାଲିକୁଦା, କାଠଯୋଡ଼ି, କଟକ, କପିଳାସ ରୋଡ଼, ବୈରୀ, ଧାନମଣ୍ଡଳ, ଜେନାପୁର, ଯଖପୁରା, ସୁକିନ୍ଦା ରୋଡ଼, ବାଘୁଆପାଳ, ଟମକା, ଟାଙ୍ଗିରିଆପାଳ, ଶଗଡ଼ପଟା, ଚିଲିକିଦାରା, ହରିଚନ୍ଦନପୁର, ନୀଳକଣ୍ଠେଶ୍ଵର, ସୀତାବିଞ୍ଜ, ବସନ୍ତପୁର ଓ ନରଣପୁର ଷ୍ଟେସନ ମାନଙ୍କରେ ରହଣି କରିବ।…

Read More

ଭୁବନେଶ୍ବର, ସର୍ବଭାରତୀୟ ସ୍ତରରେ ନିଟ୍ ଏବଂ JEE ପରି ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଚଳନ ହେବା ପରେ ରାଜ୍ୟର ସରକାରୀ ସ୍କୁଲ ଓ କଲେଜ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଏହା ଛାତ୍ରଛାତ୍ରୀ ମାନଙ୍କର ମେଧାର ଅଭାବ ଯୋଗୁ ନୁହେଁ; ବରଂ ଏହିସବୁ ପରୀକ୍ଷା ପାଇଁ ଆବଶ୍ୟକ ହେଉଥିବା କୋଚିଂ ସୁବିଧା ପାଇପାରି ନଥିବାରୁ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନେ ଉପରୋକ୍ତ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି । ଏହିସବୁ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଯେଉଁ ସ୍ବତନ୍ତ୍ର ତାଲିମ ଆବଶ୍ୟକ, ତାହା କେବଳ ଏହି କୋଚିଂ ସେଣ୍ଟର ମାନଙ୍କରେ ହିଁ ଉପଲବ୍‌ଧ ହୋଇଥାଏ । ଏହି କୋଚିଂ ସେଣ୍ଟର ଗୁଡିକ ମୁଖ୍ୟତଃ ସହର ଭିତ୍ତିକ ଏବଂ ଏଠାରେ ତାଲିମ ନେବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି । ସରକାରୀ ସ୍କୁଲ ଓ କଲେଜରେ…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ମହାମାରୀର ସମ୍ଭାବ୍ୟ ଦ୍ବିତୀୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି। ଏବେଠାରୁ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ନ ନେଲେ, ଆମ ରାଜ୍ୟ ମଧ୍ୟ ଘୋର ବିପଦର ସମ୍ମୁଖୀନ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ କୋଭିଡ ଯୁଦ୍ଧର ଏକ ବର୍ଷ ପୂରଣ ହୋଇଯାଇଛି । ତେବେ ଆମର ଡାକ୍ତର, ପାରାମେଡିକ୍, ଆଗଧାଡିର ଯୋଦ୍ଧା, ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ପୋଲିସ– ଏ ସମସ୍ତଙ୍କର ନିସ୍ବାର୍ଥପର ସେବା ଓ ତ୍ୟାଗ ଯୋଗୁ ଆମେ ଏପର‌୍ୟ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ । ରାଜ୍ୟ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ…

Read More

ମେଷ- ବିବାହ କରିବାକୁ ଯୋଗ ଫିଟିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଲାଭ ହେବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ହୁଏତ କିଛି ସୁନ୍ଦର ସ୍ଥାନରେ ରହିବାକୁ ପଡିପାରେ । ସାଙ୍ଗମାନେ ମଧ୍ୟ ଉପକୃତ ହେବେ । ମଧ୍ୟାହ୍ନ ଭୋଜନ ପରେ, ଆପଣ କୈଣସି କାରଣରୁ ମାନସିକ ସ୍ତରରେ ଚିନ୍ତିତ ହେବେ । ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ଅଧିକ ରହିବ। ଖର୍ଚ୍ଚ ପରିମାଣ ଆୟଠାରୁ ଅଧିକ ହେବ । ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ବୃଷ- କୋର୍ଟ କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ। ଭଗବାନଙ୍କୁ ଉପାସନା କରିବା ଆପଣଙ୍କ ମନରେ ଶାନ୍ତି ଆଣିବ । ମଧ୍ୟାହ୍ନ ପରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ ହେବ । ପାରିବାରିକ ଜୀବନରେ ସମନ୍ୱୟ ରହିବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ…

Read More

ଧନୁ- ଆପଣଙ୍କର ଅଧ୍ୟକ୍ଷତାରେ ବୃତ୍ତିଗତ ଲୋକମାନେ ବୃତ୍ତିଗତ ଭାବରେ ଉପକୃତ ହେବେ। ଧନ ପାଇବା ପାଇଁ ଦୃଢ ସମ୍ଭାବନା ଅଛି । ଆୟ ହେତୁ ଆର୍ଥିକ ଦୃଷ୍ଟିରୁ ସୁଧ ପେରସ୍ତ ହେବ। ସେୟାର ଇତ୍ୟାଦି ମାଧ୍ୟମରେ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଆର୍ଥିକ ସଙ୍କଟ ଦୂର ହେବ । ମୀନ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ।

Read More

କର୍କଟ- ମନ ଆନନ୍ଦ ଏବଂ ମଜା ସହିତ ଆନନ୍ଦିତ ହେବେ। ଏହି ଧାରାରେ, ସାଙ୍ଗମାନଙ୍କ  ମନୋରଂଜନର ଉପଭୋଗକୁ ଦ୍ୱିଗୁଣିତ କରିବ। ମଧ୍ୟାହ୍ନ ଭୋଜନ ପରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । କନ୍ୟା- ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ । ପ୍ରକୃତ ସମ୍ପତ୍ତି ଦଲିଲଗୁଡ଼ିକର ଯତ୍ନ ନିଅନ୍ତୁ । ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ଧ୍ୟାନ ଦିଅନ୍ତୁ ଯେ ପରିବାରରେ କୈଣସି ବିବାଦ ହେବ ନାହିଁ । କିନ୍ତୁ ମଧ୍ୟାହ୍ନ ପରେ ସୁସ୍ଥ ଅନୁଭବ କରିବେ।

Read More

ମେଷ- ବିବାହ କରିବାକୁ ଯୋଗ ଫିଟିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଲାଭ ହେବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ହୁଏତ କିଛି ସୁନ୍ଦର ସ୍ଥାନରେ ରହିବାକୁ ପଡିପାରେ । ସାଙ୍ଗମାନେ ମଧ୍ୟ ଉପକୃତ ହେବେ । ମଧ୍ୟାହ୍ନ ଭୋଜନ ପରେ, ଆପଣ କୈଣସି କାରଣରୁ ମାନସିକ ସ୍ତରରେ ଚିନ୍ତିତ ହେବେ । ମିଥୁନ- ଆଜି ପ୍ରତ୍ୟେକ କାର୍ଯ୍ୟ ବିନା ବାଧାରେ ସଂପୂର୍ଣ୍ଣ ହେବ । ଘରୋଇ ଜୀବନରେ ଅତ୍ୟଧିକ ସୁସ୍ଥ୍ୟ ପରିବେଶ ରହିବ । ଆପଣ ଆଧ୍ୟାତ୍ମିକ ପ୍ରବୃତ୍ତି ପାଇଁ ଆଗ୍ରହୀ ହେବେ। ମଧ୍ୟାହ୍ନ ପରେ, ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରାର ଆକ୍ରମଣ ହେତୁ, ନିରାଶାର ମେଘ ଦେଖାଯିବ ।

Read More

ସିଂହ- ଘରୋଇ ଜୀବନରେ ଜଟିଳ ପ୍ରଶ୍ନର ସମାଧାନ ହେବ । ଏହା ସହିତ, ଆପଣ ପ୍ରକୃତ ସମ୍ପତ୍ତି ସହିତ ଜଡିତ କାର୍ଯ୍ୟ ସହିତ ମୁକାବିଲା କରିବାକୁ ପାଇବେ । ଭାଇଭଉଣୀଙ୍କ ସହିତ ସମ୍ପର୍କରେ ରହିବ । ମଧ୍ୟାହ୍ନ ଭୋଜନ ପରେ କାର୍ଯ୍ୟରେ ଅସୁବିଧା ବୃଦ୍ଧି ପାଇବ । ତୂଳା- ପୋଷାକ ସପିଂ ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ଉପଭୋଗ୍ୟ ହେବ । କଳା ପ୍ରତି ତୁମର ଆଗ୍ରହ ବିଶେଷ ହେବ। ବ୍ୟବସାୟରେ ବିକାଶ ହେତୁ, ମନରେ ସୁଖ ରହିବ । ବ୍ୟବସାୟରେ ସମୟ ଅନୁକୂଳ ହେବ।

Read More

କୁମ୍ଭ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ। ବୃଷ- କୋର୍ଟ କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ। ଭଗବାନଙ୍କୁ ଉପାସନା କରିବା ଆପଣଙ୍କ ମନରେ ଶାନ୍ତି ଆଣିବ । ମଧ୍ୟାହ୍ନ ପରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ ହେବ ।

Read More

ମକର- ମନରୁ ନକାରାତ୍ମକ ଚିନ୍ତାଧାରାକୁ ହଟାଇ ଆପଣ ନିରାଶାରୁ ବାହାରି ଆସିବେ। ଅନୈତିକ କାର୍ଯ୍ୟଗୁଡ଼ିକ ଚିନ୍ତାର କାରଣ ହୋଇପାରେ । ତେଣୁ ଯଦି ସମ୍ଭବ ସେସବୁରୁ ଦୂରରେ ରୁହନ୍ତୁ । କୌଣସି ସ୍ଥାନାନ୍ତରଣର ହେବାର ଅଛି ହେଲେ ଭଲ । ବିଛା- ଆଜି, ମନ ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ପ୍ରବୃତ୍ତିରେ ନିୟୋଜିତ ହେବ । ତଥାପି, ଛାତ୍ରମାନେ ପଢିବା ଏବଂ ଲେଖିବାରେ ଏକାଗ୍ରତା ବଜାୟ ରଖିବା ଆବଶ୍ୟକ । ମଧ୍ୟାହ୍ନ ଭୋଜନ ପରେ, ଚିନ୍ତା କମାଇବା ପାଇଁ ସମାଧାନ ଖୋଜି ମାନସିକ ଶାନ୍ତି ଅନୁଭବ କରିବେ।

Read More

ଭୁବନେଶ୍ବର, ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ସହ ନିଜର ବକ୍ତବ୍ୟ ରଖିଛନ୍ତି। ସେ ବିଧାନସଭାରେ ଯାହା କହିଛନ୍ତି ତାହା ହେଲା… ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ମହାତ୍ମା ଓଡିଶାକୁ ୮ ଥର ପରିଦର୍ଶନ କରିଥିଲେ ଏବଂ ମୁଁ ବହୁତ ଖୁସି ଯେ ଏହି ପବିତ୍ର ଗୃହ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କର ପ୍ରଥମ ଓଡିଶା ଆଗମନର ଶତବାର୍ଷିକୀ ପାଳନ କରୁଛି । ଗାନ୍ଧୀଜୀ ତାଙ୍କର ଓଡିଶା ପରିଦର୍ଶନ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବହୁବାର ଯାତ୍ରା କରିଥିଲେ ଏବଂ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ସହିତ ଭାବ ବିନିମୟ କରିଥିଲେ। ରାଜ୍ୟରେ ଅନେକ ପଦଯାତ୍ରା କରି ସେ ଓଡିଶାର ଲୋକଙ୍କର ନିକଟତର ହୋଇପାରିଥିଲେ। ତାଙ୍କର ପରିଦର୍ଶନ ସ୍ବାଧିନତା ସଂଗ୍ରାମକୁ ଶକ୍ତିଶାଳୀ କରିବା ସହିତ ରାଜ୍ୟର ବିଭିନ୍ନ ସାମାଜିକ ସମସ୍ୟା…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୯୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More