Author: Samikhsya Bureau

ମିଥୁନ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାର ସମ୍ଭାବନା ଅଛି । ଖୁସି ଅନୁଭବ କରିବେ। ପାରିବାରିକ ଜୀବନ ସୁଖୀ ହେବ। ଉପହାର ଗ୍ରହଣ କରାଯିବ କିମ୍ବା ସମ୍ମାନ ବୃଦ୍ଧି ପାଇବ। କର୍କଟ- ଆଜି ଆପଣଙ୍କ ପାଇଁ ବହୁତ ଭଲ ହେବ ନାହିଁ । ବିରୋଧୀମାନେ ଆପଣଙ୍କୁ ହଇରାଣ କରିପାରନ୍ତି, ତେଣୁ ଆପଣ ସତର୍କ ରହିଲେ ଭଲ ହେବ । ବିବାହିତ ଜୀବନରେ ମଧ୍ୟ ସୁଖର ଅନୁଭବ ଆସିବ ନାହିଁ ।

Read More

ଭୁବନେଶ୍ବର, ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନିଦିନିଆ ଓଡିଶା ଗସ୍ତ ଶେଷ କରି ଆଜି ଅପରାହ୍ନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦ, ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ମଧ୍ୟ ଆସିଥିଲେ। ଆଜି ରାଷ୍ଟ୍ରପତି ସକାଳୁ ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥ ଦର୍ଶନ କରିଥିଲେ। ତାଙ୍କ ସାଥୀରେ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ଦମ୍ପତି ପ୍ରାୟ 40 ମିନିଟ ଧରି ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ। ସେଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଏହାପରେ ରାଷ୍ଟ୍ରପତି କୋଣାର୍କ ଆସି ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ସପରିବାର କୋଣାର୍କ ମନ୍ଦିର ପରିଦର୍ଶନରେ ଯାଇଥିଲେ। ସମସ୍ତେ ବ୍ୟାଟିର ଚାଳିତ ଗାଡିରେ ମନ୍ଦିର ବୁଲି ଦେଖିଥିଲେ। ଏହାପରେ କୋର୍ଣାର୍କଠାରେ ନିର୍ମିତ କୋଣାର୍କ ବାଖ୍ୟାନ କେନ୍ଦ୍ରକୁ ମଧ୍ୟ ରାଷ୍ଟ୍ରପତି ବୁଲି ଦେଖିଥିଲେ। ଏହାପରେ ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦର ଆସି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ। ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ…

Read More

ନୂଆଦିଲ୍ଲୀ: ଦୁଇଟି ଡ଼ୋଜ କରୋନା ଟୀକା ନେବା ପରେ ମଧ୍ୟ ଜଣେ ନର୍ସ ସଂକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀର ଏକ ସରକାରୀ ହସ୍ପିଟାଲର ନର୍ସ ଜଣଙ୍କ ପ୍ରଥମ ଡ଼ୋଜ ୧୮ ଜାନୁୟାରୀକୁ ନେଇଥିଲେ ଏବଂ ଦ୍ଵିତୀୟ ଡ଼ୋଜ ୧୭ ଫେବୃୟାରୀକୁ ନେଇଥିଲେ। ତେବେ ଆଜି ଯେତେବେଳେ ସେ ହସ୍ପିଟାଲରେ କାମ କରୁଥିଲେ, ସେତେବେଳ ତାଙ୍କ ଶରୀରରେ ପୀଡା ଅନୁଭବ ହୋଇଥିଲା। ତେଣୁ ସେ କରୋନାର ଆଣ୍ଟିଜେନ ଟେଷ୍ଟ କରିଥିଲେ, ଯାହା ତାଙ୍କର ପଜିଟିଭ ଆସିଥିଲା। କେନ୍ଦ୍ର ସରକାର ଗାଇଡ ଲାଇନ ଅନୁସାରେ, ଦ୍ଵିତୀୟ ଡୋଜ ନେବାର ୧୪ ଦିନ ପରେ ଟୀକା ନେଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ମିଳିଥାଏ। କିନ୍ତୁ ସେ ଦ୍ଵିତୀୟ ଡୋଜ ନେବାର ଏକ ମାସ ବିତିଯାଇଥିଲେ ମଧ୍ୟ କରୋନାରେ ସଂକ୍ରମଣ ହୋଇଛନ୍ତି। ବର୍ତ୍ତମାନ ସେ ହୋମ ଆଇସୋଲେସନରେ ଅଛନ୍ତି। ହେଲେ ଆକ୍ରାନ୍ତ ହେବା ପରେ ନର୍ସଜଣଙ୍କ କହିଛନ୍ତି ଯେ, ଏଥିରେ କିଛି ଅସୁବିଧା ନାହିଁ। ଟୀକା ଲୋକଙ୍କୁ ୭୦…

Read More

ଭୁବନେଶ୍ୱର: କାଞ୍ଚନ ଫାଉଣ୍ଡେସନ ତରଫରୁ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସିଲେନ୍ସିଠାରେ ଦ୍ୱିତୀୟ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୧ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ କର୍ପୋରେଟ କ୍ଷେତ୍ରରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଓଡ଼ିଶା ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ଅନୁଷ୍ଠାନର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଆବାହକ ଶୁଭୋଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ କର୍ପୋରେଟ ଜଗତର ୨୩…

Read More

ଭୁବନେଶ୍ୱର: ଆଜିକାଲି ଉପଭୋକ୍ତାମାନେ ପ୍ରତି ଜାଗାରେ, ପ୍ରତି ମୁହୂର୍ତ୍ତରେ ଠକେଇର ଶିକାର ହେବାରେ ଲାଗିଛନ୍ତି। ସରକାରଙ୍କର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଉପଭୋକ୍ତାମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ ସଚେତନତା ପାଇଁ କାମ କରୁଥିବା ଅନେକ ସାମାଜିକ ସଂଗଠନ ଏଥିପାଇଁ କାମ କରୁଥିବା ସତ୍ତ୍ୱେ ସଠିକ ଭାବରେ ଲୋକ ସଚେତନତା ହୋଇପାରୁ ନଥିବାରୁ ସାଧାରଣ ଜନତା ଠକେଇର ଶିକାର ହେଉଥିବା ପ୍ରତିଦିନର ଖବରକାଗଜ ଓ ମିଡ଼ିଆରେ ଶୀର୍ଷ ମଣ୍ଡନ କରୁଛି। ଏଭଳି ପରିସ୍ଥିତିରୁ ସୁଧାର ଆଣିବା ଲକ୍ଷ୍ୟରେ ଅଖିଳ ଭାରତୀୟ ଗ୍ରାହକ କଳ୍ୟାଣ ପରିଷଦ, ଓଡ଼ିଶା ଶାଖା ଦୃଢ ପଦକ୍ଷେପ ନେବାର ଶପଥ ନେଇ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ କେଦାର ଲେନରେ ଥିବା ଉତ୍କଳ ଖଦୀ ମଣ୍ଡଳ (ମହାତ୍ମା ଗାନ୍ଧୀ ଭବନ) ପରିସରରେ ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛି। ଉକ୍ତ କାର୍ଯ୍ୟାଳୟକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜଗତସିଂହପୁର ଲୋକସଭା ସାଂସଦ…

Read More

ହାଇଦ୍ରାବାଦ: କରୋନା ସମୟରେ କୋଟି କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କେତେକ ଘରୋଇ ସଂସ୍ଥାରେ ଅନେକ କର୍ମଚାରୀଙ୍କ ରୋଜଗାର ଚାଲିଯାଇଥିବା ବେଳେ ଅନେକ କର୍ମଚାରୀଙ୍କ ଦରମାରେ ହ୍ରାସ କରାଯାଇଥିବା ଦେଖିବାକୁ ମିଳିଛି। ହେଲେ ଏଭଳି ସମୟରେ ସରକାରୀ କର୍ମଚାରୀଙ୍କ ପାଇଁ ତେଲେଙ୍ଗନା ସରକାର ଦରମାରେ ବୃଦ୍ଧି କରିଛି। ସରକାରୀଙ୍କ ଦରମାରେ ୩୦ ପ୍ରତିଶତ ବୃଦ୍ଧି କରିବା ସହ ଅବସର ସମୟକୁ ମଧ୍ୟ ୩ ବର୍ଷ ବୃଦ୍ଧି କରି ୫୮ ବର୍ଷ ପରିବର୍ତ୍ତେ ୬୧ ବର୍ଷ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ତେଲେଙ୍ଗନା ବିଧାନସଭାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟର ୯.୧୭ ଲକ୍ଷ କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗ୍ୟାଷ୍ଟ୍ରୋଏଣ୍ଟରଲୋଜି ବିଭାଗ ଖୋଲିବାକୁ ଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ ସର୍ଜିକାଲ ଓ ମେଡ଼ିକାଲ ଗ୍ୟାଷ୍ଟ୍ରୋଏଣ୍ଟରଲୋଜି ପାଇଁ ୧୯ଟି ଶୈକ୍ଷିକ ଓ ଅଣଶୈକ୍ଷିକ ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏମକେସିଜି ମେଡିକାଲ କଲେଜରେ ଉପରୋକ୍ତ ଦୁଇ ସୁପର ସ୍ପେଷିଆଲିଟି ବିଭାଗ ଖୋଲିବା ଫଳରେ ସମଗ୍ର ଦକ୍ଷିଣ ଓଡିଶାର ଜନସାଧାରଣ ବିଶେଷ ଭାବରେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ବ୍ରହ୍ମପୁରରେ ଏହି ଅତ୍ୟାଧୁନିକ ସୁପର ସ୍ପେଷିଆଲିଟି ଚିକିତ୍ସା ସୁବିଧା ଉପଲବ୍‌ଧ ହେବା ଦ୍ବାରା ଦକ୍ଷିଣ ଓଡିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଏମକେସିଜି ମେଡିକାଲ କଲେଜ, ବ୍ରହ୍ମପୁର ରାଜ୍ୟର ବିଶେଷକରି ଦକ୍ଷିଣ ଓଡିଶାର ଅଗ୍ରଣୀ ଚିକିତ୍ସା ପ୍ରତିଷ୍ଠାନ ଭାବରେ ସୁପରିଚିତ। ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ.ଏ.ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଯୁବ ଓମାସ୍ ଅଧିକାରୀ ଅବିନାଶ ମହାନ୍ତି। ନିକଟରେ ବାଣପୁର ଏନ.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲଙ୍କ ନିଜ ମୂଳ ବିଭାଗକୁ ବଦଳି ହୋଇଯାଇଥିବା ସ୍ଥଳେ ଉକ୍ତ ପଦବୀଟି ଖାଲି ପଡିଥିଲା। ଶ୍ରୀ ମହାନ୍ତି ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ମ୍ୟୁନିସିପାଲ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଗତ ବର୍ଷ ଜୁନ ମାସରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପ୍ରଥମଥର ପାଇଁ ଅବସ୍ଥାପିତ ହୋଇଥିଲେ। ନୂଆକରି ଯୋଗଦାନ ଦେବାପରେ ଜୁନାଗଡ଼ ସହରରେ କୋଭିଡ ନିୟନ୍ତ୍ରଣକୁ ସଫଳ ଭାବେ ପରିଚାଳନା କରିପାରିଥିଲେ ଶ୍ରୀ ମହାନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ କରୋନାର ଦ୍ଵିତୀୟ ଲହର ଧୀରେ ଧୀରେ ବଢୁଥିବାବେଳେ ବାଣପୁର ଏନଏସି ଅଞ୍ଚଳରେ ଆସନ୍ତାକାଲିଠାରୁ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ଏବଂ ସୁନ୍ଦରଗଡରୁ ୧୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨, ଯାଜପୁରରୁ ୭, ଗଞ୍ଜାମରୁ ୬, ମୟୂରଭଞ୍ଜରୁ ୬, ଅନୁଗୁଳରୁ ୫, ବଲାଙ୍ଗୀରିରୁ ୩, କଳାହାଣ୍ଡିରୁ ୩, ସମ୍ବଲପୁରରୁ ୩, ବାଲେଶ୍ବରରୁ ୨, ବରଗଡରୁ ୨, ଢେଙ୍କାନାଳରୁ ୧, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୧, କୋରାପୁଟରୁ ୧, ନୂଆପଡ଼ାରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୨୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୯୬୩ କୁ ବୃଦ୍ଧି ହୋଇଛି। ତେବେ…

Read More

ଭୁବନେଶ୍ୱର: ଦୀର୍ଘ ମାସ ପରେ ରାଜ୍ୟକୁ ରାତ୍ରୀକାଳୀନ କର୍ଫ୍ୟୁ ଫେରିଛି। ମାଲକାନଗିରିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ରାତ୍ରୀକାଳୀନ କର୍ଫ୍ୟୁ ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ପ୍ରତ୍ୟେକ ଦିନ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ୩୧ ତାରିଖ ରାତି ୧୧ ଟା ୫୯ ମିନିଟ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁରହିବ। ତେବେ ଦୋଳ ମେଳଣ ଏବଂ ହୋଲି ପର୍ବ ପାଇଁ ମଧ୍ୟ ଜିଲ୍ଲାପାଳ କଟକଣା ଲଗାଇଛନ୍ତି। ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରିଛନ୍ତି। କୋଭିଡ଼ ଗାଇଡଲାଇନ ମାନି ୫୦ ଜଣରେ ଦୋଳ ମେଳଣ ହେବ। ସେହିଭଳି ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨୦୦ ଲୋକ ସାମାଜିକ ଦୂରତ୍ଵ ଏବଂ ମାସ୍କ ପରିଧାନ କରି ବଡ଼ଯାତ୍ରା ପାଳନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

Read More

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ ସାହାଯ୍ୟ କରିଥିବା କେତେକ ବରିଷ୍ଠ ନାଗରିକଙ୍କୁ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବରିଷ୍ଠ ନାଗରିକ ସଂଘ, ଓଡ଼ିଶା ଶାଖାର ସଦସ୍ୟାମାନେ ମହାମାରୀ ସମୟରେ ଲୋକମାନଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିଥିଲେ। ସେମାନଙ୍କର ଏହି ମହତ କାର୍ଯ୍ୟକୁ ସମ୍ମାନ ଜଣାଇ ସମ୍ମମ୍ ପକ୍ଷରୁ ୮ ଜଣ ବରିଷ୍ଠ ନାଗରିକଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶନିବାର ହସ୍ପିଟାଲ୍‌ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର୍ ଡଃ ବିରାଜ ମୋହନ ମିଶ୍ର ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁଙ୍କ ସମେତ ବରିଷ୍ଠ ନାଗରିକ ବିଜୟ କୁମାର ଦାସ, ଚଟ କିଶୋର ଭୋଳ, ସୁରେନ୍ଦ୍ର କୁମାର ମିଶ୍ର, ନୃସିଂହ ଚରଣ ସାହୁ, ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର ଏବଂ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୮୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ/ଭୁବନେଶ୍ବର: ଆଜି ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷଣା ହୋଇଛି। ‘ଛିଛୋର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ‘ଛିଛୋର’ ମୁଖ୍ୟ ନାୟକ ଥିଲେ। ମନୋଜ ବାଜପେୟୀ ଓ ଧନୁଷ ଯୁଗ୍ମ ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଛନ୍ତି। ଭୋସଲେ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିବା ବେଳେ ଅସୁରନ ପାଇଁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଛି। ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି। ସେହିପରି ‘ଶଲାବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଉଭୟ ଓଡିଆ ଚଳଚ୍ଚିତ୍ର ଯୁଗ୍ମ ଭାବେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ତେବେ ନନ୍ ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ମନୋନୀତ ହୋଇଛି।

Read More

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଅନ୍ତିମ ଟି-୨୦ ମ୍ୟାଚ ଜିତି ଭାରତ ୩-୨ରେ ସିରିଜକୁ ହାତେଇ ନେଇଛି। ହେଲେ ଭାରତୀୟ ଦଳକୁ ଏହି ମ୍ୟାଚ ପାଇଁ ଜରିମାନା ଲାଗିଛି। ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ମ୍ୟାଚ ଫି’ ର ୪୦ ପ୍ରତିଶତ କାଟି ଦିଆଯାଇଛି। ସ୍ଲୋ ଓଭର ବୋଲିଂ ପାଇଁ ଆଇସିସି ପକ୍ଷରୁ ଖେଳାଳିଙ୍କୁ ଏହି ଜରିମାନା ଲାଗିଛି। ଏହି ସିରିଜରେ ବିରାଟ କୋହଲୀଙ୍କ ନେତୃତ୍ବରେ ଦୁଇଥର ଭାରତୀୟ ଦଳକୁ ଜରିମାନା ଲାଗିଛି। ଏହା ପୂର୍ବରୁ ଦ୍ଵିତୀୟ ଟି-୨୦ରେ ମଧ୍ୟ ଭାରତ ନିର୍ଦ୍ଧାରିତ ସମୟ ଠାରୁ ୨ ଓଭର କମ ବୋଲିଂ କରିଥିଲା। ମ୍ୟାଚ ରେଫରୀ ତଥା ଭାରତୀୟ ଦଳର ପୂର୍ବ ଦ୍ରୁତ ବୋଲର ଜବାଗଲ ଶ୍ରୀନାଥ ଭାରତୀୟ ଦଳକୁ ଏହି ଜରିମାନା ଲଗାଇଛନ୍ତି।

Read More

ଭୁବନେଶ୍ବର: କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସମୀକ୍ଷା କରିବେ। ବିଭିନ୍ନ ସଚିବ, ଜିଲ୍ଲାପାଳ ଏବଂ ଏସପିଙ୍କ ସହ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ଏହାସହିତ ଗାଁର କରୋନା ପରିଚାଳନା କମିଟିକୁ ସକ୍ରିୟ କରାଯିବ। ସବୁ ସରପଞ୍ଚ, ଅଙ୍ଗନବାଡି କର୍ମୀ, ଆଶାକର୍ମୀମାନଙ୍କୁ ଦାୟିତ୍ଵ ଦିଆଯିବ। ସେମାନେ ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବେ। ସ୍ଥିତି ଦେଖି ଲକଡାଉନ ନିଷ୍ପତ୍ତି ନିଆଯିବ। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଆଜି ଭୁବନେଶ୍ଵରର ଏକ ଘରୋଇ ଶିକ୍ଷାନୁଷ୍ଠାନ (ଏକ୍ସଆଇଏମବି)ରେ ୪୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିଛି। ଦୋଳ ବିମାନ ଯାତ୍ରା ସମୟରେ ଶୋଭାଯାତ୍ରା, ସାଉଣ୍ଡ ସିଷ୍ଟମ ଉପରେ ବାରଣ କରାଯାଇଛି। ବିମାନ କାନ୍ଧେଇଥିବା ଲୋକ ଠିକ ଭାବେ ମାସ୍କ ପିନ୍ଧିବା ଜରୁରୀ। ଦୋଳ ମେଳଣରେ ସର୍ବାଧିକ ୫୦/୬୦ ଲୋକ ରହିପାରିବ। ସେଥିପାଇଁ ଆୟୋଜକ ନିଶ୍ଚିତ କରିବ। ସମସ୍ତେ ସାମାଜିକ ଦୂରତ୍ଵ ବଜାୟ ରଖିବା ସହ ମାସ୍କ ପିନ୍ଧିବ ଜରୁରୀ ଅଟେ। ମେଳଣରେ ଯାତ୍ରା, ମେଲୋଡି, ମୀନାବଜାର ସଂପୂର୍ଣ୍ଣ ବାରଣ କରାଯାଇଛି। ମେଳଣ ପାଇଁ ଆୟୋଜକଙ୍କୁ ବିଏମସି ଠାରୁ ଅନୁମତି ନେବାକୁ ପଡ଼ିବ। ଦୋଳ ନୀତି ମନ୍ଦିର ଭିତରେ ହେବ। କୌଣସି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ୫୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୯୬୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୧୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୬୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୯ ଟି ଜିଲ୍ଲାରୁ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୫ ଜଣ, କଟକ ଜିଲ୍ଲାରୁ ୨୫ ଜଣ, ଅନୁଗୁଳ ଜିଲ୍ଲାରୁ ୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୪ ଜଣ,…

Read More

ଭୁବନେଶ୍ବର: ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ବିଏମସି ସିଲ୍ କରିଛି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନରୁ ବହୁ ସଂଖ୍ୟାରେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି। କେବଳ ଶିକ୍ଷାନୁଷ୍ଠାନ ପରିସରକୁ ବିଏମସି କର୍ମଚାରୀମାନେ ଯିବା ପାଇଁ ଅନୁମତି ରହିଛି। ସେହିଭଳି ଭିତରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ଆସିବା ବାରଣ କରାଯାଇଛି। ସେଥିପାଇଁ ଶିକ୍ଷାନୁଷ୍ଠାନ ଭିତରେ ଥିବା ଲୋକଙ୍କ ପାଇଁ ବିଏମସି ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଯୋଗାଇବ। ଶିକ୍ଷାନୁଷ୍ଠାନର ସବୁ ଛାତ୍ର ଏବଂ ଶିକ୍ଷକମାନଙ୍କୁ ଆଜି କରୋନା ପରୀକ୍ଷା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। ସମସ୍ତ ଆକ୍ରାନ୍ତମାନଙ୍କୁ ଗୋଟିଏ ସ୍ଥାନରେ ଆଇସୋଲେସନରେ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି।

Read More

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଅବସ୍ଥିତ ସର୍ବପୁରାତନ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏହି କଲେଜରୁ ପାଠପଢା ସାରି ବର୍ତ୍ତମାନ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କୁ ଏକଠା କରି ସେହି ପୁରୁଣା ସ୍ମୃତିକୁ ଉଦଜୀବିତ କରିବା ପାଇଁ କରାଯାଇଥିଲା ଏହି ପ୍ରୟାସ। କଲେଜର ପୁରାତନ ଛାତ୍ର ଲକ୍ଷ୍ମୀଧର ପ୍ରଧାନଙ୍କ ଏହି ପ୍ରୟାସରେ ଭୁବନେଶ୍ବରରେ ପ୍ରାୟ 50 ଜଣ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। ଏହି ଉପଲକ୍ଷେ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ବର୍ତ୍ତମାନ ରାଜ୍ୟ ସରକାର ଆରମ୍ଭ କରିଥିବା ମୋ କଲେଜ ଅଭିଯାନରେ ସମସ୍ତେ ସାମିଲ ହେବା ପାଇଁ ନିଷ୍ପତି କରିଥିଲେ।

Read More

ଭୁବନେଶ୍ବର: ବିଧାନସଭାରେ ଆଜି ପୁଣି ବିରୋଧୀ ଦଳର ହୋହଲ୍ଲା ଦେଖିବାକୁ ମିଳିଛି। ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ବିଧାନସଭାର ପ୍ରଶ୍ନ କାଳରେ ବିଜେପି ପୋଷ୍ଟର ଧରି ଗୃହ ମଧ୍ୟକୁ ଆସି ହୋହାଲ୍ଲ କରିଛି। ଯାହାଫଳରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୦ ତାରିଖରେ ବିଜେପି ମାହାଙ୍ଗା ହତ୍ୟାକାଣ୍ଡ ଘୋଷଣାରେ ବିଧାନସଭା ଘେରାଉ କରିଥିଲା। ମାହାଙ୍ଗାରୁ ଏକ ଶୋଭାଯାତ୍ରା ବାହାରି ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ପ୍ରତିବାଦ କରାଯାଇଥିଲା।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬ ହଜାର ୯୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୬ ଲକ୍ଷ ୪୬ ହଜାର ୮୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୯୬୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୧ ଲକ୍ଷ ୫୧ ହଜାର ୪୬୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୩୪ ହଜାର ୬୪୬ ଆକ୍ଟିଭ୍‌ କେସ୍ ରହିଛି।

Read More