Author: Samikhsya Bureau

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୪୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଗତ ୨୪ ଘଣ୍ଟାରେ ୪୩ ହଜାରରୁ ଉର୍ଦ୍ଧ୍ଵ ଲୋକ କରୋନାରେ ସଂକ୍ରମଣ ହୋଇଛନ୍ତି। ଏହା ଭିତରେ ଲୋକସଭା ବାଚସ୍ପତି ଓମ ବିର୍ଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ରିପୋର୍ଟ ପଜେଟିଭ ଆସିଛି।

Read More

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପ୍ରତିଦ୍ଵନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ପିତା ଶିଶିର ଅଧିକାରୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। ବହୁ ଦିନ ଧରି ଏହି ବିଷୟରେ ଚର୍ଚ୍ଚା ହୋଇଆସୁଥିଲା। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ଶିଶିର ଅଧିକାରୀ ପୂର୍ବ ମେଦିନୀପୁରର ଏକ ରାଲିରେ ଉପସ୍ଥିତ ଥିଲେ। କୁହାଯାଏ କି, ଅଧିକାରୀ ପରିବାରର ବାଙ୍କୁରା ଏବଂ ପୁରୁଲିଆରେ ୩୦ ରୁ ଅଧିକ ଆସନରେ ପ୍ରଭାବ ଅଛି। ଏହି ଆସନଗୁଡିକ ବିଜେପି ପକ୍ଷରେ ଯିବ ବୋଲି ଅନୁମାନ କରାଯାଉଛି।

Read More

ଭୁବନେଶ୍ବର, କ୍ରେଡାଇ ଓଡିଶାର ସାଧାରଣ ପରିଷଦ ବୈଠକ ଗତକାଲି ହୋଟେଲ ସୂର୍ଯ୍ୟୟବଂଶ ଠାରେ ଅନୁଷ୍ଠିତ ହୋଇଯାଇଥିଲା।ଏହି ଶୁଭ ଅବସରରେ କୋଭିଡ-୧୯ ମହାମାରୀ ସମୟରେ ଭୁବନେଶ୍ୱର ରେ ଫସି ରହିଥିବା ଏକ ଲକ୍ଷ କୋଡିଏ ଦିନ ମଜୁରୀଆଙ୍କ ମୁହଁରେ ଦିନକୁ ଦୁଇ ବେଳା ରନ୍ଧା ଖାଦ୍ୟ ପରିବେଷଣ କରିଥିବା ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ର ମୁଖ୍ୟ ତଥା ସମାଜସେବୀ ଏବଂ ଉପସଭାପତି କ୍ରେଡାଇ ଓଡିଶା ଶ୍ରୀ ଉମେଶ ଖଣ୍ଡେଲୱାଲ ଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉମେଶ ଖଣ୍ଡେଲୱାଲ ଏହି କାର‌୍ୟ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ. ଏହା କେଵଳ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମ୍ଭବ ହୋଇପାରିଛି ଖଣ୍ଡେଲୱାଲ ପ୍ରକାଶ କରି ଥିଲେ. ଏହି ସଭାରେ ମହମ୍ମଦ ମୋକିମ ବିଧାୟକ ତଥା ପ୍ରତିଷ୍ଠାତା ସଦସ୍ୟ, ମଧୁ ମହାନ୍ତି ପ୍ରତିଷ୍ଠାତା ସଦସ୍ୟ, ଦେଓ ଶଙ୍କର ତ୍ରିପାଠୀ ଅଧ୍ୟକ୍ଷ , ସ୍ବଦେଶ କୁମାର ରାଉତରାୟ ସଭାପତି, ଅନିଲ ଅଗ୍ରୱାଲ ସମ୍ପାଦକ, ଉମା ଶଙ୍କର ପାଣିଗ୍ରାହୀ ଉପସଭାପତି…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୯୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୫ ଲକ୍ଷ ୯୯ ହଜାର ୧୩୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୭୫୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୧ ଲକ୍ଷ ୩୦ ହଜାର ୨୮୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୯ ହଜାର ୮୭ ଆକ୍ଟିଭ୍‌ କେସ୍ ରହିଛି।

Read More

ରାଉରକେଲା, ଆଜି ରାଉରକେଲାସ୍ଥି ଏନଆଇଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯାହା କହିଲେ ତାହାର ସଂକ୍ଷିପ୍ତ ବିବରଣୀ ହେଲା.. ୧. ଏନ୍‍ଆଇଟି ରାଉରକେଲାର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଥିବାରୁ ମୁଁ ବିଶେଷ ଆନନ୍ଦିତ । ରାଉରକେଲା ଏନଆଇଟି ଚଳିତ ବର୍ଷଏହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ଜାଣି ମୁଁ ଅତ୍ୟନ୍ତ ଖୁସି । ୨. ଆଜିର ଓଡ଼ିଶା, ଇତିହାସ ଓ ସଂସ୍କୃତି ଦୃଷ୍ଟିରୁ ବେଶ୍‍ ସମୃଦ୍ଧ । ବହୁ ପୁରୁଣାକାଳରୁ ଏହା ବିଜ୍ଞାନ ଭିତ୍ତିକ ଆଭିମୁଖ୍ୟର ଭୂମି ଥିଲା । ୮୦୦ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା କୋଣାର୍କର ସୂର୍ଯ୍ୟମନ୍ଦିର କଳା ଓ ବିଜ୍ଞାନର ଏକ ଅନୁପମ ସମନ୍ୱୟ । ଆସନ୍ତାକାଲି ମୁଁ ଏହି ମନ୍ଦିର ପରିଦର୍ଶନରେ ଯିବି। ଏହା ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ତାଲିକାରେ ସ୍ଥାନିତ ହୋଇଛି । ୩. ସ୍ୱାଧୀନତା ପରେ ଓଡ଼ିଶା ଆମ ରାଷ୍ଟ୍ରର ପୁନଃ ନିର୍ମାଣ କାର୍ଯ୍ୟରେ ସଂପୃକ୍ତ…

Read More

ଭୁବନେଶ୍ବର, ଆଜି ରାଜ୍ୟରୁ 98 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 58 ହୋଇଥିବା ବେଳେ ସ୍ଥାନୀୟ ସଂସ୍ପର୍ଶରେ 40 ଜଣ ଆକ୍ରାନ୍ତ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 1. Angul: 4 2. Balasore: 4 3. Bargarh: 5 4. Bhadrak: 6 5. Balangir: 7 6. Cuttack: 9 7. Deogarh: 2 8. Jajpur: 3 9. Jharsuguda: 3 10. Kandhamal: 1 11. Kendrapada: 1 12. Khurda: 15 13. Koraput: 3 14. Mayurbhanj: 8 15. Nawarangpur: 2 16. Nuapada: 3 17. Puri: 5 18. Rayagada: 3 19. Sambalpur: 2 20. Sonepur: 2 21. Sundargarh: 7 22. State Pool: 3

Read More

ଭୁବନେଶ୍ବର, ବର୍ଷିୟାନ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶୀ ନୃତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କର ଅବଦାନ ଅତୂଳନୀୟ। ତାଙ୍କର ଅମର ଆତ୍ମାର ସଦଗତି ସହିତ ଶୋକସନ୍ତପ୍ତ ପରିବାରକୁ ସମମେଦନା ଜଣାଇଛନ୍ତି। ଗତକାଲି ଲକ୍ଷ୍ମୀପ୍ରିୟାଙ୍କର ଭୁବନେଶ୍ବର ବାସଭବନରେ 86 ବର୍ଷ ବୟସରେ ପରଲୋକ ହୋଇଛି। ସେ ଓଡିଶୀ ନୃତ୍ୟର ଆଦିଗୁରୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ। ତାଙ୍କ ବିୟୋଗରେ ସାରା ଓଡିଶୀ ନୃତ୍ୟ ଓ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ଲକ୍ଷ୍ମୀପ୍ରିୟାଙ୍କ ଶେଷକୃତ ପୁରୀ ସ୍ବର୍ଗଦ୍ବାରରେ କରାଯିବ।

Read More

ରାଉରକେଲା, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଉରକେଲାସ୍ଥିତ NIT ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଛନ୍ତି। ଏହି ଉତ୍ସବରେ ରାଷ୍ଟ୍ରପତି 6 ଜଣଙ୍କୁ ସ୍ବର୍ଣ୍ଣପଦକ ଏବଂ 70 ଜଣଙ୍କୁ ରୌପ୍ୟ ପଦକ ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ବିନା କୌଣସି ଚାପରେ ନିଷ୍ପତି ନେବାର ଶିକ୍ଷାଲାଭ କରିବା ଉଚିତ। ନିଟରେ ଛାତ୍ରୀମାନଙ୍କର ସଫଳତା ନେଇ ରାଷ୍ଟ୍ରପତି ଖୁସି ପ୍ରକଟ କରିଥିଲେ। ସେହିପରି ସେ ଓଡିଶାର ସଂସ୍କୃତି ଐତିହ୍ୟକୁ ନେଇ ଉଚ୍ଚ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀମାନଙ୍କର ସ୍ନାତକ ହେଉଛି ଗୁରୁତ୍ବପୂର୍ଣ୍ଣ ସମୟ। ଏହାର ସଦଉପଯୋଗ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି ରାଉରକେଲାରେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନରେ ଏକ ହସପିଟାଲର ଉଦଘାଟନ କରିବେ। ଏହାପରେ ଭୁବନେଶ୍ବର ଫେରି ଆସିବେ।

Read More

ଭୁବନେଶ୍ବର, ଓଡିଶୀର ଆଦିଗୁରୁ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ ଘଟିଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘମାସ ଧରି ବାର୍ଦ୍ଧାକ୍ୟ ରୋଗରେ ପିଡିତ ଥିଲେ। ଶନିବାର ରାତି ୧୧ଟାରେ ଭୀମଟାଙ୍ଗିସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁତ୍ର ତଥା ଗୁରୁ ରତିକାନ୍ତ ମହାପାତ୍ର ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଲକ୍ଷ୍ମୀପ୍ରିୟା ଜଣେ ମହିଳା ଭାବରେ ସେ ମଞ୍ଚରେ ପ୍ରଥମ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେ ଏକାଧାରରେ ଜଣେ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଥିଲେ । ଅନ୍ନପୂର୍ଣ୍ଣ ଏ ଥିଏଟରରେ ଜଣେ ଅଭିନେତ୍ରୀ ଭାବେ ସେ ଅନେକ ନାଟକରେ ଅଭିନୟ ପ୍ରଦର୍ଶନ କରିଛନ୍ତି। ଏହାପରେ ଅନ୍ନପୂଣ୍ଣା ବି ଗ୍ରୁପରେ ସେ କେଳୁଚରଣଙ୍କ ମୃଦଙ୍ଗର ତାଳେ ତାଳେ ନୃତ୍ୟ ପରିବେଷଣ କରୁଥିଲେ। ସେହି ଅନ୍ନପୂର୍ଣା ଥିଏଟରରେ ଲକ୍ଷ୍ମୀପ୍ରିୟା କେଳୁଚରଣଙ୍କ ସହିତ ପରିଚିତ…

Read More

ଭୁବନେଶ୍ବର, ସାଧାରଣତଃ ହୋଲି, ରଙ୍ଗର ପର୍ବ  ଭାବେ ଜଣାଶୁଣା । ଏହା ପ୍ରେମ ଏବଂ ଭାଇଚାରାର ପର୍ବ ।  ଏହି ବର୍ଷ ଅନେକ ବର୍ଷ ପରେ ହୋଲିରେ ଏକ ସ୍ୱତନ୍ତ୍ର ଯୋଗ ସୃଷ୍ଟି ହୋଇଛି।  ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଫାଲଗୁନ୍ ମାସର କୃଷ୍ଣ ପକ୍ଷ ପ୍ରତିପଦା ତିଥୀରେ ହୋଲି ପାଳନ କରାଯାଇଥାଏ। ଏହି ବର୍ଷ 29 ମାର୍ଚ୍ଚ 2021 ରେ ହୋଲି ପଡୁଛି । ଏହି ଦିନ ବିରଳ ଧ୍ରୁବ ଯୋଗ ସୃଷ୍ଟି ହେଉଛି। ଏହି ଯୋଗ 77 ବର୍ଷ ପରେ ପୁଣି ଥରେ ପରିଲକ୍ଷିତ ହେଉଛି। ଧ୍ରୁବ ଯୋଗର ଗୁରୁତ୍ୱ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ଏହି ବର୍ଷ ସ୍ୱତନ୍ତ୍ର ଧ୍ରୁବ ଯୋଗ ପଡୁଛି । ଏହି ଦିନ, ଚନ୍ଦ୍ର କନ୍ୟା ରାଶିରେ ଗତି କରୁଛନ୍ତି । ଏଥିସହିତ ଗୁରୁ ଏବଂ ଶନି ମକର ରାଶିରେ ବସିବେ। ଶୁକ୍ର ଏବଂ ସୂର୍ଯ୍ୟ ମୀନ ରାଶିରେ ରହିବେ। ମଙ୍ଗଳ ଏବଂ ରାହୁ…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବିଭିନ୍ନ ପଶୁପକ୍ଷୀମାନଙ୍କ ଠାରୁ ମଧ୍ୟ କିଛି ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ସେଥିରେ ସେ କୁକୁଡାଠାରୁ କିପରି ଚାରୋଟି ଗୁଣ ମଣିଷମାନେ ଶିକ୍ଷା କରିବା ଦରକାର ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୁକୁଡାଠାରୁ ସକାଳୁ ଉଠିବା ମଣିଷମାନେ ଶିଖିବା ଉଚିତ। ଏଥିସହିତ ବିପଦର କିପରି ମୁକାବିଲା କରାଯାଏ ତାହା କୁକୁଡାକୁ ଭଲ ଭାବରେ ଜଣା। ତାହା ମଧ୍ୟ ଶିକ୍ଷା କରିବା ଉଚିତ। ସେହିପରି ଆଉ ଦୁଇଟି ଗୁଣ ହେଲା ଖାଦ୍ୟକୁ ଭାଗ କରି ଖାଇବା ଏବଂ ନିଜ ଖାଦ୍ୟ ସଂଗ୍ରହ କରିବା। କୁକୁଡାମାନେ ଖାଦ୍ୟ ଖାଇବା ବେଳେ ଅନ୍ୟ କୁକୁଡା ସହିତ ଭାଗ କରି ଖାଆନ୍ତି। କଜିଆ କରନ୍ତି ନାହିଁ। ସେହିପରି କୁକୁଡାମାନେ ସାଧାରଣତଃ ନିଜ ଖାଦ୍ୟ ନିଜେ ଖୋଜିବାକୁ ଭଲ ପାଆନ୍ତି। ଏହି ଗୁଣଗୁଡିକ ସାଧାରଣ ମଣିଷ ମଧ୍ୟ ଶିଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ…

Read More

ସିଂହ ରାଶିଫଳ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ । ଶାରୀରିକ ସମସ୍ୟା ମନରେ ଚିନ୍ତା ଆଣିବ। ଏକ ନକାରାତ୍ମକ ମାନସିକତା ରଖନ୍ତୁ ନାହିଁ । କୁମ୍ଭ ରାଶିଫଳ- ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ । ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ ।

Read More

ମେଷ ରାଶିଫଳ- ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବିଛା ରାଶିଫଳ- ଧନ ଲାଭର ସମ୍ଭାବନା । ବିଦେଶରୁ ଭଲ ଖବର ଆସିବ । ବ୍ୟବହାରିକ ପ୍ରସଙ୍ଗ ହେତୁ ଯାତ୍ରା କରିପାରିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ । ପୁଞ୍ଜି ନିବେଶକାରୀଙ୍କ ପାଇଁ ଏହା ଏକ ଭଲ ଦିନ ।

Read More

ତୂଳା ରାଶିଫଳ- ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ। ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ । ଛାତ୍ରମାନେ ଅଭ୍ୟାସ କରିବା ପାଇଁ ଏହା ଏକ ଭଲ ସମୟ । ସାଙ୍ଗମାନଙ୍କ ସହିତ ମିଳନ ହେବ, ମହିଳା ବନ୍ଧୁମାନେ ଉପକୃତ ହେବେ । ଆଜି ଆପଣ ଦାନ କାର୍ଯ୍ୟ କରିପାରିବେ। ମକର ରାଶିଫଳ- ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପାର୍ଥକ୍ୟ ହୋଇପାରେ ।

Read More

ମୀନ ରାଶିଫଳ-  ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ ହେବ। ବୃଷ ରାଶିଫଳ-  ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ ।

Read More

ମିଥୁନ ରାଶିଫଳ- ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ । ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ । ଆଜି ପ୍ରଣୟଙ୍କ ପାଇଁ ଏକ ଭଲ ଦିନ । ମିଠା ଖାଦ୍ୟ ମିଳିପାରିବ । ସ୍ୱାସ୍ଥ୍ୟ ଭଲ ହେବ, ଆପଣ ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବେ । ଆପଣ ସର୍ବୋତ୍ତମ ବିବାହିତ ସୁଖ ପାଇବ। ଧନୁ ରାଶିଫଳ- ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ।

Read More

କର୍କଟ ରାଶିଫଳ-  ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ । ଚାକିରିରେ ଲୋକଙ୍କୁ ଉପକୃତ କରିବେ । ଆପଣଙ୍କଠାରୁ ସହକର୍ମୀମାନେ ଲାଭବାନ ହେବେ । ମହିଳା ସାଙ୍ଗମାନଙ୍କ ସହିତ ସାକ୍ଷାତ କରି ମନ ଖୁସି ହେବ । ଶତ୍ରୁମାନେ ଜିତିବେ । କନ୍ୟା ରାଶିଫଳ- ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ । ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ । ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ । ମହିଳା ଏବଂ ଜଳରୁ କ୍ଷତି ହେବାର ଭୟ ରହିବ । ଲୋକଙ୍କୁ ଅପମାନ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ ।

Read More

ଅହମଦାବାଦ, ଶେଷରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡକୁ ୩୬ ରନରେ ଭାରତ ହରାଇବା ସହିତ ଦଳ ସିରିଜକୁ ୩-୨ରେ ଆଗୁଆ ରହି କବଜା କରିଛି । ଏଥିସହ ଟେଷ୍ଟ ସିରିଜ ପରେ ଦଳ ଲଗାତାର ଟି-୨୦ ସିରିଜ ମଧ୍ୟ ଜିତିଛି ।  ଇଂଲଣ୍ଡ ଅଧିନାୟକ ମୋର୍ଗାନ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିଥିଲା। ରୋହିତ- କୋହଲିଙ୍କ ଯୋଡି ପ୍ରଥମରୁ ହିଁ ଇଂଲଣ୍ଡ ଉପରେ ଆକ୍ରମଣ କରିଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ଓ ପାଣ୍ଡ୍ୟା ବି କିଛି ବିସ୍ଫୋରକ ଇଂନିସ ଖେଳି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ଏହାସହ ଦଳର ସ୍କୋର ୨୦ ଓଭରରେ ୨୨୪ ରନ୍ ହୋଇଥିଲା । ଇଂଲଣ୍ଡ ବ୍ୟାଟିଂ କରିବାକୁ ଆସି ପ୍ରଥମରୁ ଜସନ ରୟ ବିନା କୌଣସି ରନରେ ଆଉଟ୍ ହୋଇଯାଇଥିଲେ । ଏହାପରେ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଜଣେ ପକ୍ଷାଘାତ ରୋଗୀଙ୍କୁ ପୁଣି ଥରେ ସାହାଯ୍ୟର ହାତ ବଢାଇଲା ମିଶନ ଜୟ ଜଗନ୍ନାଥ ସେବା ସଂଗଠନ। ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ସୁକାନ୍ତ ଗୁରୁ (୪୫) ଜନ୍ମରୁ ଦିବ୍ୟାଙ୍ଗ ଥିଲେ। କିଛି ଦିନ ପରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାପରେ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ସଜ୍ଜାରେ ପଡିରହିଥିଲେ। ସୁକାନ୍ତ ଯନ୍ତ୍ରଣାରେ ଛଟପଟ ହେବା ସହ ନିଜ ସମ୍ପର୍କୀୟଙ୍କୁ ଚିହ୍ନିବାରେ ଅସମର୍ଥ ଅଟନ୍ତି। ଖବର ପାଇ ମିଶନ ଜୟ ଜଗନ୍ନାଥ ସେବା ସଂଗଠନ ତାଙ୍କ ଘରେ ପହଞ୍ଚିଥିଲା। ସୁକାନ୍ତଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ବଡ ଝିଅର ବୟସ ୧୭ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୧୨ ବର୍ଷ ଏବଂ ପୁଅର ବୟସ ୮ ବର୍ଷ ଅଟେ। ଏସବୁ ଦେଖି ସୁକାନ୍ତଙ୍କ ଚିକିତ୍ସା ପାଇଁ ସଂଗଠନ ପକ୍ଷରୁ ସରପଞ୍ଚଙ୍କ ସହ ଯୋଗାଯୋଗ କରଯାଇଥିଲା। ଏହାସହ ସେମାନେ…

Read More