Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୧୧, ମୟୂରଭଞ୍ଜରୁ ୮, ବାଲେଶ୍ବରରୁ ୭, ସୁନ୍ଦରଗଡରୁ ୭, ଝାରସୁଗୁଡାରୁ ୬, ଅନୁଗୁଳରୁ ୫, ଯାଜପୁରରୁ ୫, ଖୋର୍ଦ୍ଧାରୁ ୪, ସମ୍ବଲପୁରରୁ ୪, ବଲାଙ୍ଗୀରିରୁ ୩, ଦେବଗଡରୁ ୩, ଗଞ୍ଜାମରୁ ୨, କଳାହାଣ୍ଡିରୁ ୨, କୋରାପୁଟରୁ ୨, କେନ୍ଦୁଝରରୁ ୧, ପୁରୀରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୭୧୯ କୁ ବୃଦ୍ଧି ହୋଇଛି। ତେବେ ୬୮୨ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ…

Read More

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଏହା ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ରର ମନ୍ତ୍ରୀ ଆଦିତ୍ୟ ଠାକରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପରୀକ୍ଷା ପରେ ସେ ପଜିଟିଭ ଥିବା ଜଣାପଡିଛି। ଏନେଇ ଆଦିତ୍ୟ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଏହା ସହିତ କୋଭିଡ଼ ନିୟମକୁ ମାନିବା ପାଇଁ ପରାମର୍ଶ ଦେଇଛନ୍ତି।

Read More

ଚଣ୍ଡିଗଡ: ହରିୟଣା ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି। ଜନନାୟକ ଜନତା ପାର୍ଟିର ଉପାଧ୍ୟକ୍ଷ ଏବଂ ବିଧାୟକ ରାମ କୁମାର ଗୌତମ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ରାମ କୁମାର କହିଛନ୍ତି ଯେ, ଦଳୀୟ ବିଧାୟକମାନକ ଯୋଗୁଁ ଦୁଷ୍ୟନ୍ତ ଚୌଟାଲା ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ସହିତ ବିଜେପି ସାଥିରେ ଦୁଷ୍ୟନ୍ତ ମେଣ୍ଟ କରିଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଦଳର ଅଧିକାଂଶ ନେତାଙ୍କ ଅଜ୍ଞାତରେ ଏହି ମେଣ୍ଟ ହୋଇଥିବାର ସେ କହିଥିଲେ। ସମସ୍ତ ଭଲ ବିଭାଗଗୁଡିକୁ ଦୂଷ୍ୟନ୍ତ ନେଇଛନ୍ତି। ହେଲେ ବାକି ବିଧାୟକମାନଙ୍କୁ କଣ ମିଳିଛି। ଅନ୍ୟ ବିଧାୟକମାନଙ୍କୁ କଣ ଜନତା ଭୋଟ ଦେଇନଥିଲେ ବୋଲି ରାମ କୁମାର ପ୍ରଶ୍ନ କରିଛନ୍ତି।

Read More

ଚେନ୍ନାଇ, କରୋନା ଭୟଭୟତା ପୁଣି ମାଡି ଆସିଛି। ଫଳରେ ପୁଣି ଥରେ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତି କରିଛନ୍ତି ତାମିଲନାଡୁ ସରକାର। ଆସନ୍ତା 22 ତାରିଖଠାରୁ ଅନିର୍ଦ୍ଦିଷ୍ଠ କାଳ ପାଇଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଏଥିରେ ନବମ, ଦଶମ ଏବଂ ଏକାଦଶ ଶ୍ରେଣୀ ବନ୍ଦ ହେବ ବୋଲି କୁହାଯାଇଛି। ପୂର୍ବରୁ ଅନ୍ୟ ଶ୍ରେଣୀଗୁଡିକ ବନ୍ଦ ରହିଛି। କେବଳ ବୋର୍ଡ ପରୀକ୍ଷା ପାଇଁ 12ଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଅନୁମତି ଦିଆଯାଇଛି। ତାମିଲନାଡୁରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ରାଜୀବ ରଂଜନ କହିଛନ୍ତି। ତେବେ 12ଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରୀକ୍ଷା ବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାଇ ରଖିବା ପାଇଁ କୁହାଯାଇଛି। ଏଥିସହିତ ହଷ୍ଟେଲଗୁଡିକ ମଧ୍ୟ ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। କରୋନା ପାଇଁ ତାମିଲ ନାଡୁରେ ସ୍କୁଲଗୁଡିକ ଅନିର୍ଦ୍ଧିଷ୍ଠ…

Read More

ଭୁବନେଶ୍ୱର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ଲୋକାର୍ପଣ ସମାରୋହ ତଥା ପ୍ରଥମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ୟୁନିଟ-୪ସ୍ଥିତ ମା’ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମଧ୍ୟବିତ୍ତବର୍ଗଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଗଢି ଉଠିଥିବା ଏହି ଗଣସଂଗଠନ ବିଗତ ଏକବର୍ଷ ହେବ ତାର ସଂଗ୍ରାମ ଜାରି ରଖିଛି। ସରକାରୀସ୍ତରରେ ୧୮୬୦ ଆଇନରେ ପଞ୍ଜିକୃତ ହେବା ପରେ ଏହି ସଂଗଠନର ପ୍ରଥମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୨୦.୩.୨୦୨୧ ରିଖରେ ସଂଗଠନର ରାଷ୍ଟ୍ରୀୟ ସଭାପତି ପ୍ରଦିପ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବେ ସମାଜସେବୀ କୈଳାସ ଚନ୍ଦ୍ର ରଥ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ସ୍ୱାଇଁ, ଦେବାଶିଷ ମିଶ୍ର, ଭକ୍ତଚରଣ ରାୟ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସାଂଗଠନିକ ସମ୍ପାଦକ ଆଶିଷ କୁମାର ବେହେରା ସ୍ୱାଗତ ଭାଷଣ ଦେବା ସହିତ ଆଗାମୀ ଦିନରେ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୩୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ସେଣ୍ଟର ଫର୍ ଏନଭର୍ନମେଣ୍ଟାଲ ଷ୍ଟଡିଜ୍, ଭୁବନେଶ୍ୱର ପକ୍ଷରୁ ଟାଙ୍ଗୀ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସୁସ୍ଥ ଶାକାହାରୀ ଭୋଜନ ଓ ସବୁଜ ପରିବେଶ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳାରେ ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ‍ାରୀ ଡା ଜିତେନ୍ଦ୍ର କୁମାର ସାହୁ, ପରିବେଶ ବୈଜ୍ଞାନିକ ଡା ପ୍ରଦୀପ କୁମାର ନାୟକ, ପରିବେଶବିତ୍ ସନ୍ତୋଶ କର, ସାମ୍ବାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ପ୍ରଵକ୍ତା ସରୋଜ କୁମାର ପାଇକରାୟ, ଉପଦେଷ୍ଟା ପ୍ରଦୋସ କୁମାର ଦାସ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ। ଦିନକୁ ଦିନ ପରିବେଶ ବିଗିଡି ଯାଉଥିବାରୁ ପରିବେଶକୁ ସୁସ୍ଥ ଓ ସ୍ବଚ୍ଛ ରଖିବା ନିହାତି ଜରୁରୀ ହୋଇ ପଡିଛି।  କେତେବେଳେ ଅଦିନିଆ ବର୍ଷା ତ କେତେବେଳେ ହିମସ୍ପଳନ ଘଟି ମନୁଷ୍ୟ ସମାଜର ବ୍ୟାପକ କ୍ଷୟକ୍ଷତି ଘଟୁଛି। ତେଣୁ ପରିବେଶକୁ ସୁସ୍ଥ ରଖିବାକୁ…

Read More

ଭୁବନେଶ୍ୱର: ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ମାନ୍ୟତାର ପ୍ରତୀକ ନ୍ୟାସ୍‌ନାଲ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲ୍‌ଥ କେୟାର ପ୍ରୋଭାଇଡର୍ସ (ଏନଏବିଏଚ୍‌) ସାର୍ଟିଫିକେଟ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି ଦ ୱାନ୍ ଷ୍ଟପ୍‌, ନେକ୍ସ ଜେନେରେସନ୍ ମଲ୍ଟିସ୍ପେଶିଆଲ୍‌ଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍‌ଟିମେଟ୍ ମେଡିକେୟାର (ସମ୍ମମ୍‌)। ଏନ୍‌ଏବିଏଚ୍ ହେଉଛି କ୍ୱାଲିଟି କାଉନ୍‌ସିଲ୍ ଅଫ୍ ଇଣ୍ଡିଆର କ୍ଷମତାପ୍ରାପ୍ତ ବୋର୍ଡ ଯାହାକି ଭାରତର ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିଥାଏ। ଏନ୍‌ଏବିଏଚ୍ ୫ମ ସଂସ୍କରଣରେ ସ୍ୱୀକୃତି ପାଇବା ନେଇ ସମ୍ମମ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍। ଏହାର ସଦ୍ୟତମ ସଂସ୍କରଣ ଗତ ଏପ୍ରିଲ୍ ୨୦୨୦ରେ ପ୍ରକାଶ ପାଇଥିଲା। ଏହାର ୫ମ ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହୋଇ ନଥିବା ଆହୁରି ସମୟ ଥିବା ବେଳେ ସଫଳତାର ସହ ସମ୍ମମ୍ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସ୍ୱୀକୃତି ହାସଲ କରିପାରିଛି ବୋଲି ସୂଚନା…

Read More

ନୂଆଦିଲ୍ଲୀ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଇମ୍ରାନଙ୍କ ସ୍ଵତନ୍ତ୍ର ସହକାରୀ ( ସ୍ୱାସ୍ଥ୍ୟ ସେବା) ଫେଜଲ ସୁଲତାନ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଆଇସୋଲେସନରେ ଅଛନ୍ତି। ହେଲେ ଇମ୍ରାନ ଖାନ ସିନୋଭାକ ଏବଂ ସିନୋଫାର୍ମ ନାମକ ଚାଇନିଜ କରୋନା ଟୀକା ନେଇଥିଲେ। କରୋନା ଟିକା ନେବା ପରେ ମଧ୍ୟ ଇମ୍ରାନ କରୋନାରେ ସଂକ୍ରମଣ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂକ୍ରମଣ ହେଲା ପରେ ତାଙ୍କର ସମସ୍ତ ଅଧିକାରୀ ଏବଂ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଯାଉଛି।

Read More

ଭୁବନେଶ୍ୱର,  ଆଦିବାସୀମାନଙ୍କ ଦ୍ୱାରା ବହୁଳ ବ୍ୟବହାର ହେଉଥିବା ଭାଷା ହୋ ଏବଂ ମୁଣ୍ଡାରୀକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି । ଏହି ଭାଷାଗୁଡିକୁ ସମ୍ବିଧାନରେ ସାମିଲ୍‌ର ବହୁଳ ଆବଶ୍ୟକତା ରହିଥିବା ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେଡି ବିଧାୟିକା ବାସନ୍ତୀ ହେମ୍ବ୍ରମ ଏବଂ ବିଜେଡିର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର । ସାମ୍ବାଦିକ  ସମ୍ମିଳନୀରେ ବିଜେଡିର ଏହି ତିନି ନେତା ଦର୍ଶାଇଛନ୍ତି ଯେ ଗୋଟିଏ ଜାତିର ପରିଚୟ ପାଇଁ ଭାଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଓଡିଶା ଜନସଂଖ୍ୟାର ୨୨.୮୫ ପ୍ରତିଶତ ଅନୁସୂଚିତ ଜନଜାତି ହୋଇଥିବାବେଳେ ୧୩ ପ୍ରକାରର ବିଲୁପ୍ତପ୍ରାୟ ଜନଜାତିଙ୍କ ସହିତ ମୋଟ୍‍ ୬୨ ପ୍ରକାର ଜନଜାତି ଏଠାରେ ବସବାସ କରୁଛନ୍ତି । ହୋ ଏବଂ ମୁଣ୍ଡାରୀ ଭାଷାକୁ ସମ୍ବିଧାନରେ ସାମିଲ ପାଇଁ ଦୀର୍ଘଦିନରୁ ରାଜ୍ୟର ଆଦିବାସୀମାନେ ଦାବିକରି ଆସୁଛନ୍ତି ।…

Read More

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଆସାମରେ ଦୁଇ ଦିନିଆ ପ୍ରଚାର ପାଇଁ ପହଞ୍ଚିଛନ୍ତି। ସେ ଜୋରହାଟ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରର ମୋଦୀ ସରକାରକୁ ସମାଲୋଚନା କରିଛନ୍ତି। ଏହାସହିତ ଆସାମ ଲୋକଙ୍କ ପାଇଁ କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି ଥିବା ୫ ଟି  କାମ ଘୋଷଣା କରିଛନ୍ତି। ସେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, କଂଗ୍ରେସ ସରକାର ଆସିଲେ ଆସାମରେ ସିଏଏ ଲାଗୁ କରିବେ ନାହିଁ। ଦ୍ଵିତୀୟରେ ଚା’ ଶ୍ରମିକମାନଙ୍କ ପାଇଁ ୩୬୫ ଟଙ୍କା ମଜୁରୀ କରିବେ, ଯାହା ଏବେ ୧୬୫ ଟଙ୍କା ମିଳୁଛି। ତୃତୀୟରେ ପ୍ରତ୍ୟେକ ପରିବାରକୁ ୨ ଶହ ୟୁନିଟର ବିଦ୍ୟୁତ ମୁକ୍ତରେ ମିଳିବ। ଚତୁର୍ଥରେ ମହିଳାଙ୍କୁ ପ୍ରତ୍ୟେକ ମାସରେ ଦୁଇ ହଜାର ଟଙ୍କା ମିଳିବ। ଏବଂ ପଞ୍ଚମରେ ପାଞ୍ଚ ଲକ୍ଷ ଲୋକଙ୍କୁ କଂଗ୍ରେସ ରୋଜଗାର ଦେବ।

Read More

ପୁରୀ: ଆଜି ପଖାଳ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ବାଲୁକା କଳା। ଏଥିରେ ସେ ବାଲୁକାରେ କଂସା ବେଲାରେ ପଖାଳ, ଶୁଖୁଆ ଭଜା, ବଡି, ବଡିଚୁରା ପ୍ରଭୃତି ଖାଦ୍ୟ ନିର୍ମାଣ କରିଛନ୍ତି। ସେହିପରି ଏକ ବଡ କଦଳୀ ପତ୍ରରେ ପଖାଳ ଦିବସ ଉପଲକ୍ଷେ ଶୁଭେଚ୍ଛା ବୋଲି ଉଲ୍ଲେଖ କରିଛନ୍ତି। ଓଡିଆ ଘରର ଚିତା ଉପରେ ଓଡିଆ ଖାଦ୍ୟକୁ ନେଇ ଏହି ବାଲୁକା କଳା ବେଶ ଆକର୍ଷଣୀୟ ଦେଖା ଯାଉଛି।

Read More

ଭୁବନେଶ୍ବର: ମାହାଙ୍ଗା ବିଜେପି ନେତାଙ୍କ ହତ୍ୟାକାଣ୍ଡ ଘଟଣାରେ ଆଜି ରାଜଧାନୀରେ ରାଜ୍ୟ ବିଜେପି ପ୍ରତିବାଦ କରୁଛି। ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ବିଜେପି ଅଭିଯୋଗ କରିଛି। ଏହାସହ ମନ୍ତ୍ରୀଙ୍କ ଗିରଫ ଦାବିରେ ବିଧାନସଭା ଘେରାଉ କରିବା ପାଇଁ ବିଜେପି ଯୋଜନା କରୁଛି। ସେଥିପାଇଁ ରାଜ୍ୟ କାର୍ଯ୍ଯାଳୟରୁ ବିଧାନସଭା ଅଭିମୁଖେ ବିଜେପି ପଦଯାତ୍ରା କରୁଛି। ତତସହିତ ଏହି ପ୍ରତିବାଦରେ ମାହାଙ୍ଗାରୁ ବାହାରିଥିବା ସଦଭାବନା ଶୋଭାଯାତ୍ରା ମଧ୍ୟ ସାମିଲ ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ବିଜେପିର ଶୋଭାଯାତ୍ରା ଆରମ୍ଭ ହୋଇଛି।

Read More

ଭୁବନେଶ୍ବର, ଆଜି ହେଉଛି ପଖାଳ ଦିବସ। ଏହି ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେତିକି ନୁହେଁ ସେ ଟୁଇଟ କରି ଏକ ପୁରୁଣା ଫଟୋ ପକାଇଛନ୍ତି। ଯେଉଁଥିରେ ନବୀନଙ୍କ ସହିତ ଭାରତର ପ୍ରମୁଖ 4ଜଣ ନେତା ପଖାଳ ଖାଉଥିବାର ଦେଖାଯାଇଛି। ସେମାନେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବତ୍ତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜି, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା ଏବଂ ସୀତାରମ ୟୁଚୁରୀ। କିଛି ବର୍ଷ ତଳେ ନବୀନ ନିବାସରେ ନବୀନ ପଟ୍ଟନାୟକ ଏହି ଅତିଥିମାନଙ୍କୁ ଖାଇବାକୁ ଡାକିଥିଲେ। ସେମାନଙ୍କୁ ଓଡିଆ ଘରର ବାଇଗଣ ପୋଡା ବଡଚୁରା ପରି ଖାଦ୍ୟ ଦିଆଯାଇଥିଲା। ସେହିପରି କଂସା ବେଲାରେ ସେମାନଙ୍କୁ ପଖାଳ ପରଷା ଯାଇଥିଲା। ଏଥିରେ ନବୀନ କହିଛନ୍ତି ଯେ, ମୋର ପଖାଳ ହେଉଛି ସବୁଠୁ ପ୍ରିୟ ଖାଦ୍ୟ। ଯେଉଁମାନେ ଅତିଥି ଆସନ୍ତି ସେମାନଙ୍କୁ ମଧ୍ୟ ପଖାଳ ପରିଷା ଯାଇଥାଏ।

Read More

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମହାନଗର ଅଞ୍ଚଳରେ ହୋଲି ଏବଂ ଦୋଳ ମେଳଣ ପାଇଁ କରୋନା କଟକଣା ଲାଗିଛି। ସର୍ବସାଧାରଣ ସ୍ଥାନରେ ହୋଲି ପାଳନ କରିବା ପାଇଁ ନିଷେଦ୍ଧ କରାଯାଇଛି। ଗୋଟିଏ ସ୍ଥାନରେ ୬୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ। ୧୦ ଟି ଦୋଳ ବିମାନ ଏକତ୍ରିତ ହୋଇ ଆସିବାକୁ ବାରଣ କରାଯାଇଛି। ପ୍ରତ୍ୟେକ ଠାକୁରଙ୍କ ସାଥିରେ ୪/୫ ଜଣ ଆସିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ହୁବନେଶ୍ବରର କରୋନା ସ୍ଥିତି ଗମ୍ଭୀର ହୋଇନି, ନିୟନ୍ତ୍ରଣରେ ରହିଛି ବୋଲି କମିଶନର କହିଛନ୍ତି। କିନ୍ତୁ ଗାଇଡ଼ଲାଇନ ନମାନିଲେ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ସେ ଲୋକଙ୍କୁ ସତର୍କ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୧ ଜଣ ଚିହ୍ନଟ ହୋଇଥିବା ବେଳେ ୪୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୭୧୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୯୯୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୫୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୨ ଟି ଜିଲ୍ଲାରୁ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୨୬ ଜଣ, ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ଵର ଜିଲ୍ଲାରୁ ୪ ଜଣ, ବରଗଡ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ…

Read More

ଅହମ୍ମଦାବାଦ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଟି-୨୦ର ଅନ୍ତିମ ମ୍ୟାଚ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚଟି ଫାଇନାଲ ଭଳି ଖେଳାଯିବ। ଯେଉଁ ଦଳ ଏହି ମ୍ୟାଚରେ ବିଜୟ ଲାଭ କରିବ, ସେହି ଦଳ ସିରିଜ କବ୍ଜା କରିବ। ବର୍ତ୍ତମାନ ଉଭୟ ଦଳ ୪ ଟି ମ୍ୟାଚରୁ ୨ ଟି ଲେଖାଏଁ ମ୍ୟାଚରେ ଜିତି ସିରିଜ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି। ଆଜିର ମ୍ୟାଚ ସନ୍ଧ୍ୟା ୭ ଟାରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬:୩୦ ରେ ଟସ୍ ପଡ଼ିବ। ତେବେ ସିରିଜର ଏହି ଅନ୍ତିମ ମ୍ୟାଚରେ ଭାରତୀୟ ଦଳରେ ବଡ ଧରଣର ପରିବର୍ତ୍ତନ ହେବା ଦେଖା ଯାଉନାହିଁ। ଖରାପ ଫର୍ମରେ ଗତି କରୁଥିବା କେ ଏଲ ରାହୁଲଙ୍କୁ ବାହାର କରିବାକୁ ଅଧିନାୟକ ବିରାଟ କୋହଲୀ ବାଧ୍ୟ ହୋଇପାରନ୍ତି। ରାହୁଲ ଚାରୋଟି ମ୍ୟାଚରେ ମାତ୍ର ୧୪ ରନ ସଂଗ୍ରହ କରିପାରିଛନ୍ତି। ଯେଉଁଥିରେ ସେ ପ୍ରଥମ ତିନୋଟି ମ୍ୟାଚରେ…

Read More

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁସାରେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କୁ କେନ୍ଦ୍ର ସରକାର ଚିଠି ଲେଖି ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଛି। ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଉଚ୍ଚତମ ନ୍ୟାୟଳୟର ମୁଖ୍ୟ ବିଚାରପତି ଏସ ଏ ବୋବଡେଙ୍କୁ ଚିଠି ଲେଖି ତାଙ୍କ ପରେ କିଏ ୪୮ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବେ ବୋଲି ପଚାରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ନ୍ୟାୟାଧୀଶ ଏସ ଏ ବୋବଡେ ଆସନ୍ତା ଏପ୍ରିଲ ୨୩ ତାରିଖରେ ଅବସର ଗ୍ରହଣ କରୁଛନ୍ତି। ନ୍ୟାୟାଧୀଶ ଏନ ବି ରମନା ଉଚ୍ଚତମ ନ୍ୟାୟଳୟରେ ବରିଷ୍ଠ ବିଚାରପତି ଅଟନ୍ତି। ସେ ପରବର୍ତ୍ତୀ ମୁଖ୍ୟ ବିଚାରପତି ଧାଡ଼ିର ଆଗରେ ଅଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୦ ହଜାର ୯୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୮୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୫ ଲକ୍ଷ ୫୫ ହଜାର ୨୮୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୫୫୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୧ ଲକ୍ଷ ୭ ହଜାର ୩୩୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୮୮ ହଜାର ୩୯୪ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଆଜି ସଂଧ୍ୟା 6ଟାରେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟଶାସନ ସଚିବ. ପୋଲିସ ମହାନିର୍ଦ୍ଦେଶକ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭଭନ ଯାଇ ସେଠାରେ ରାତ୍ରୀଯାପନ କରିବେ। ରବିବାର ସକାଳୁ ରାଷ୍ଟ୍ରପତି ସ୍ବତନ୍ତ୍ର ହେଲିକାପ୍ଟରରେ ଝାରସୁଗୁଡା ଯାଇ ରାଉରକେଲା ଯିବେ। ସେଠାରେ ଏନଆଇଟିର ସମାବର୍ତ୍ତି ଉତ୍ସବରେ ଯୋଗଦେବେ। ଅପରାହ୍ନରେ ରାଉରକେଲା ସୁପର ସ୍ପେସାଲିଟ ହସପିଟାଲର ଉଦଘାଟନ କରିବେ। ଏହାପରେ ସେ ରାଜଭବନ ଫେରିଆସିବେ। ସୋମବାର ସକାଳୁ ରାଷ୍ଟ୍ରପତି ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବେ। ଏହାପରେ କୋଣାର୍କ ଆସି ସେଠାରେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନରେ କୋଣାର୍କ ମନ୍ଦିର ଦେଖିବେ। ସେଠାରୁ ଭୁବନେଶ୍ବର ବିମାନବନ୍ଦର ଆସି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦେଖି ବିଭିନ୍ନ ସ୍ଥାନରେ ସୁରକ୍ଷା…

Read More