ନୂଆଦିଲ୍ଲୀ, ଆଜି ଭୋରରୁ ଦିଲ୍ଲୀ ଲକ୍ଷ୍ନୌ ଶତାଦ୍ଧୀ ଏକ୍ସପ୍ରେସର ଜେନେରେଟର ବଗିରେ ନିଆଁ ଲାଗିଯାଇଛି। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଆଜି ସକାଳ 6 ଟା 45 ରେ ଏହି ଟ୍ରେନରେ ନିଆଁ ବାହାରିଥିଲା। ତୁରନ୍ତ ଘଟଣା ସ୍ଥଳରେ ରେଳ ବିଭାଗ ତରଫରୁ ପଦକ୍ଷେପ ନେଇ ନିଆଁକୁ ଆୟତ କରାଯାଇଥିଲା। ପରେ ବଗିକୁ ଟ୍ରେନରୁ ଅଲଗା କରାଯାଇଥିଲା। ଘଟଣାରୁ ଜଣାପଡିଛି ଯେ, ଶତାଦ୍ଧୀ ଏକ୍ସପ୍ରେସ ଗାଜିଆବାଦ ଷ୍ଟେସନରେ ଛିଡା ହୋଇଥିବା ବେଳେ ଏହି ନିଆଁ ପରିଲକ୍ଷିତ ହୋଇଥିଲା। ଫଳରେ ଯାତ୍ରୀମାନେ ଭୟଭିତ ହୋଇ ଟ୍ରେନରୁ ଓହ୍ଲାଇପଡିଥିଲେ। ନିଆଁକୁ ଆୟତ କରି ବଗିକୁ ଅଲଗା କରିବା ପରେ ଟ୍ରେନଟି ସକାଳ 8ଟା 20ରୁ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।
Author: Samikhsya Bureau
ଭୁବନେଶ୍ୱର, ଓଡିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)ରେ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସାମାଜିକ ଅର୍ଥନୈତିକ ଜାତି ଭିତ୍ତିକ ଗଣନା (ଏସ୍ଇସିସି) ତାଲିକାରୁ ପକ୍କାଘର ଦେଇଥାନ୍ତି । ବର୍ତ୍ତମାନ ଏହି ଏସ୍ଇସିସିରେ ଥିବା ପ୍ରତୀକ୍ଷା ତାଲିକା (ୱେଟିଙ୍ଗ ଲିଷ୍ଟ) ସମ୍ପୂର୍ଣ୍ଣ ହୋଇଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ଓଡିଶାକୁ ଦିଆଯାଇଥିବା ୬ଲକ୍ଷ ଘରର ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ବୋଲି ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଚାନ୍ଦବାଲି ବିଧାୟକ ତଥା ମୁଖପାତ୍ର ଓ ବିଜୁ ଯୁବ ଜନତାଦଳ ରାଜ୍ୟ ସଭାପତି ଡଃ.ବ୍ୟୋମକେଶ ରାୟ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଉଭୟ ନେତା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଫନି ଦ୍ୱାରା ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ସେତେବେଳେ ଗୋଟିଏ ମାସ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ୱେବପୋର୍ଟାଲ ଖୋଲା ଥିଲା । ପାଖାପାଖି…
କୋଲକାତା, ପ୍ରାୟତଃ ଅନେକଙ୍କ ଜୀବନରେ ଏହା ହିଁ ଘଟିଥାଏ। କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ଆସେ ନାହିଁ। ଯେଉଁ କାରଣରୁ ଜୀବନରେ ନିରାଶା ଭାବ ଆସେ। ଫଳରେ ଲୋକମାନେ ନିଜ ଭାଗ୍ୟକୁ ଦାୟୀ କରିବା ଆରମ୍ଭ କରନ୍ତି। କଠିନ ପରିଶ୍ରମ କରିବା ପରେ ସଫଳତା ନ ମିଳିଲେ ଭଗବାନଙ୍କୁ ଗାଳି କରିବା ଆରମ୍ଭ କରନ୍ତି। ଯଦି ଏହିପରି ଜୀବନରେ କିଛି ଭୁଲ ହୁଏ, ତେବେ ଏହା ବାସ୍ତୁର ଦୋଷବୋଲି କୁହା ଯାଇପାରେ। ଅଜାଣତରେ ଲୋକମାନେ କିଛି ଭୁଲ କରନ୍ତି ଯାହା ଜୀବନକୁ ସିଧା ପ୍ରଭାବିତ କରିଥାଏ। ଶୁଭଫଳ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ। ଏହି କାରଣରୁ ଆମେ ସବୁବେଳେ ବାସ୍ତୁ ଶାସ୍ତ୍ର ସହିତ ଜଡିତ ଏହି ଜିନିଷଗୁଡ଼ିକୁ ପ୍ରତି ଧ୍ୟାନ ରଖିବା ଉଚିତ। ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ଉପଦେଶଗୁଡିକର ବେଶ୍ ଗୁରୁତ୍ୱ ରହିଛି। ଘର ନିର୍ମାଣ କରିବା ସମୟରେ ବାସ୍ତୁ ଅନୁସାରେ କରିବା ଆବଶ୍ୟକ। ଯେତେବେଳେ ବାସ୍ତୁ ଶାସ୍ତ୍ର…
ନୂଆଦିଲ୍ଲୀ, ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ। କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ…
ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ। ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି । ଏକ…
ବୃଷ: – ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି । ଏକ ଦୀର୍ଘ ରୋଗରୁ ମୁକ୍ତି ପାଇବାର ସମ୍ଭାବନା ରହିଛି । ଗ୍ରୀଷ୍ମ ଋତୁରେ ଯଥାସମ୍ଭବ ତରଳ ପଦାର୍ଥ ଖାଆନ୍ତୁ । ଦିନସାରା ଧାଁ ଧପଡରେ ସମୟ ଯିବ । ମକର : – ଆପଣ କର୍ମକ୍ଷେତ୍ରରେ ଏକ ନୂତନ ଯୋଜନା ଆରମ୍ଭ କରିପାରିବେ, ଯାହା ସମସ୍ତେ ଆଲୋଚନା କରିବେ । ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ ଏବଂ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଭ୍ରମଣରୁ ଦୂରେଇ ରୁହନ୍ତୁ ।
ମୀନ: – ପାରିବାରିକ ସୁଖ ଏବଂ ଧନ ବୃଦ୍ଧି ପାଇବ । ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ଚାକିରିରେ ପଦୋନ୍ନତି ହୋଇପାରେ । ଯେ କୌଣସି କ୍ରନିକ ରୋଗରୁ ମୁକ୍ତି ମିଳିପାରେ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଧାର୍ମିକ ଯାତ୍ରାକୁ ଯାଇପାରନ୍ତି । ବିଛା: – ମୁଣ୍ଡବିନ୍ଧା ସମସ୍ୟା ବିରକ୍ତିକର ହୋଇପାରେ । କୌଣସି କାରଣ ବିନା ମନ ଅସ୍ଥିର ରହିବ, ଯେଉଁ କାରଣରୁ, କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ । ଶାନ୍ତି ପାଇଁ ଯୋଗ ଏବଂ ଧ୍ୟାନ କରିବାକୁ ଚେଷ୍ଟା କରନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ କରିବା ଠାରୁ ଦୂରେଇ ରୁହନ୍ତୁ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ଯୋଗୁଁ ମନ ବିଚଳିତ ହେବ।
କନ୍ୟା: – ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଯୋଜନା ଅନୁଯାୟୀ କାର୍ଯ୍ୟ କରିବା ସଫଳତା ଦେବ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ଏକ ଦୁର୍ଘଟଣା ମଧ୍ୟ ହୋଇପାରେ, ତେଣୁ ଯାନକୁ ଯତ୍ନର ସହିତ ଚଲାନ୍ତୁ । ଭ୍ରମଣରୁ ଦୂରେଇ ରୁହନ୍ତୁ । ପରିବାରରେ ଖୁସିର ପରିବେଶ ରହିବ । କୁମ୍ଭ: – ଚାକିରିକୁ ପଦୋନ୍ନତି ମିଳିପାରେ । ସେଠାରେ ଅଧିକ କାର୍ଯ୍ୟ ଭାର ରହିବ । ସାଙ୍ଗ ଏବଂ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ପରିବାର ସହିତ ସମୟ ଭଲ ବ୍ୟବହାର ହେବ । ବିତର୍କ ଏବଂ ଝଗଡା ଯୋଗୁଁ ମାନସିକ ଦୁଃଖ ବୃଦ୍ଧି ପାଇବ। ପତି-ପତ୍ନୀ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟ ପାଇଁ ବିଶେଷ ଯତ୍ନ ନେବାକୁ ପଡିବ ।
ସିଂହ – ସମାଜରେ ଖ୍ୟାତି ଏବଂ ସମ୍ମାନ ବୃଦ୍ଧି ପାଇବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ, କିନ୍ତୁ ଲୋକଙ୍କ ଆଚରଣ ଆପଣଙ୍କ ପାଇଁ ନିରାଶାଜନକ ହେବ । ଖାଦ୍ୟ ଏବଂ ପାନୀୟର ଯତ୍ନ ନେବାକୁ ପଡ଼ିବ, ନଚେତ୍ ହଜମ ପ୍ରକ୍ରିୟା ଖରାପ ହୋଇପାରେ, ଯେଉଁଥିପାଇଁ ଦିନସାରା ମନ ଖରାପ ରହିବ । ମେଷ: – ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ। ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ ।
ଧନୁ : – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । କଣ୍ଟିଜେନ୍ସି ସୁବିଧା ମଧ୍ୟ ମିଳିବ, କିନ୍ତୁ ଅନାବଶ୍ୟକ ଏବଂ ଅପଚୟ ଖର୍ଚ୍ଚ ମଧ୍ୟ ଅଧିକ ହେବ, ଯାହା ପରିବାରରେ ଅସନ୍ତୋଷ ସୃଷ୍ଟି କରିପାରେ । କଥାବାର୍ତ୍ତାକୁ ନିୟନ୍ତ୍ରଣ କରିବାକୁ ପଡିବ । ହଠାତ୍ ଏକ ନିର୍ଦ୍ଦିଷ୍ଟ ବନ୍ଧୁଙ୍କ ଖରାପ ଖବର ଶୁଣି ମନ ଦୁଃଖଦାୟକ ହେବ । କର୍କଟ: – ସମୟ ଅନୁସାରେ ଖାଦ୍ୟ ଗ୍ରହଣ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ, କିନ୍ତୁ ଆପଣ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କର କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଘର ସାଜସଜ୍ଜା ବହୁ ପରିମାଣରେ ଖର୍ଚ୍ଚ ହୋଇପାରେ । ଏକ ଭ୍ରମଣରେ ଯାଇପାରିବେ ।
ମିଥୁନ: – ଆଜି ମିଶ୍ରିତ ଦିନ ହେବ । ଏକ ନିର୍ଦ୍ଧିଷ୍ଠ ପରିମାଣର ଅର୍ଥ ପ୍ରାପ୍ତ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ମଧ୍ୟ ହେବ । ସ୍ବାସ୍ଥ୍ୟ ଖରାପ ହେତୁ, ଆପଣ ଜରୁରୀ କାର୍ଯ୍ୟ କରିବାକୁ ସକ୍ଷମ ହେବେ ନାହିଁ । ତେଣୁ ଶରୀରକୁ ବିଶ୍ରାମ ଦିଅନ୍ତୁ। ଯାହାଫଳରେ ତୁମେ ସତେଜ ଅନୁଭବ କରିପାରିବ। ତୂଳା: – ପରିବାରରେ ଖୁସିର ବାତାବରଣ ରହିବ । ସ୍ୱାସ୍ଥ୍ୟଗତ ଅଭିଯୋଗ ଥାଇପାରେ, ତେଣୁ ଡାକ୍ତରଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ବିବାଦ ଭିତରକୁ ଆସିପାରନ୍ତି । କୈଣସି ଧାର୍ମିକ ଯାତ୍ରାକୁ ଯାଇପାରନ୍ତି ।
ଭୁବନେଶ୍ବର: କରୋନା ସଂକ୍ରମଣକୁ ଦେଖି ଚଳିତ ବର୍ଷ ହୋଲି ଓ ଦୋଳ ପୂର୍ଣ୍ଣିମା ପାଇଁ କଟକଣା ଲାଗିଛି। ସାରା ରାଜ୍ୟରେ କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ରିଲିଫ କମିଶନର କଟକଣା ଜାରି କରିଛନ୍ତି। କୈଣସି ସାଧାରଣ ସ୍ଥାନରେ ହୋଲି ଓ ଦୋଳ ମିଳନ ପାଇଁ ବାରାଁ କରାଯାଇଛି। କେବଳ ପରମ୍ପରା ରକ୍ଷା ପାଇଁ ଯାତ୍ରା ହେବ। ଏକାଠି ରଙ୍ଗ ଖେଳିବାକୁ ମନା କରାଯାଇଛି। ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ତେବେ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଅଧିକ କଟକଣା କରିପାରିବେ ବୋଲି ଏସଆରସି ଉଲ୍ଲେଖ କରିଛନ୍ତି।
ଭୁବନେଶ୍ଵର: ଦେଶରେ ପୁଣିଥରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ଅନେକ ରାଜ୍ୟରେ ମଧ୍ୟ ଲକ ଡ଼ାଉନ, ରାତ୍ରୀକାଳୀନ କର୍ଫ୍ଯୁ ଆରମ୍ଭ ହୋଇଯାଇଛି। କରୋନା ସ୍ଥିତିକୁ ନେଇ ସରକାରୀ ଅଫିସରେ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ, କାର୍ଯ୍ୟାଳୟରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରିବାକୁ ପ୍ରାଥମିକତା ଦିଆଯାଇଛି। କାର୍ଯ୍ୟାଳୟ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। କାର୍ଯ୍ୟାଳୟ ଭିତରେ କର୍ମଚାରୀଙ୍କ ମଧ୍ୟରେ ୨ ମିଟର ଦୂରତା ରହିବ ବୋଲି କୁହାଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ମୟୂରଭଞ୍ଜରୁ ଏବଂ ସୁନ୍ଦରଗଡରୁ ୧୪, କଟକରୁ ୧୧, ବାଲେଶ୍ବରରୁ ୬, ଖୋର୍ଦ୍ଧାରୁ ୫, ଦେବଗଡ଼ରୁ ୪, ଗଜପତିରୁ ୪, ଅନୁଗୁଳରୁ ୩, ଗଞ୍ଜାମରୁ ୩, ସମ୍ବଲପୁରରୁ ୩, ବଲାଙ୍ଗୀରିରୁ ୨, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୯୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୯୯ କୁ ବୃଦ୍ଧି ହୋଇଛି। ତେବେ ୬୩୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ଗୋଆ ମୁକ୍ତି ସଂଗ୍ରାମର ପ୍ରମୁଖ ବିନ୍ଧାଣୀ ଡ. ରାମ ମନୋହର ଲୋହିଆଙ୍କ ସ୍ମୃତିରେ ଗଠିତ ହୋଇଥିବା ସର୍ବଭାରତୀୟ ସଂଗଠନ ଲୋହିଆ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଗୋଆ ମୁକ୍ତି ସଂଗ୍ରାମର ୭୫ତମ ବାର୍ଷିକୀ ଉପଲକ୍ଷେ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହେଉଛି। ଗୋଆର ମାଡ଼ଗାଓଁଠାରେ ଆସନ୍ତା ଜୁନ୍ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଭାରତ ସମେତ ନେପାଳ ଓ ବାଲାଂଦେଶର ବହୁ ବରିଷ୍ଠ ସମାଜବାଦୀ ନେତା ଯୋଗଦେବେ ଏବଂ ଗୋଆ ମୁକ୍ତି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଯେଉଁ ସଂଗ୍ରାମୀମାନେ ପରଲୋକ ଗମନ କରିଛନ୍ତି ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ମହାସମାରୋହରେ ଓଡ଼ିଶାର ପୂର୍ବତନ ସମାଜବାଦୀ ନେତା ଓ ବିଧାୟକ ସ୍ୱର୍ଗତ ନାରଣ ସାହୁଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ ବୋଲି ନୂଆଦିଲ୍ଲୀସ୍ଥିତ ଲୋହିଆ ରିସର୍ଚ୍ଚ ଫାଉଣ୍ଡେସନର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୧୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଏଣିକି ଗୋଟିଏ ନମ୍ବରକୁ ଡାଏଲ କଲେ ମିଳିବ ତିନୋଟି ପ୍ରମୁଖ ସେବା। ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ସେବା ପାଇଁ ଏଣିକି ୧୧୨ କୁ ଡାଏଲ କରିବାକୁ ପଡ଼ିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ଏହି ସେବାଗୁଡିକ ପାଇଁ ଭିନ୍ନ ଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡୁଥିଲା। ଲୋକଙ୍କ ସୁବିଧା ପାଇଁ ଏବେ ଗୋଟିଏ ନମ୍ବରକୁ ପରିବର୍ତ୍ତନ କରାଯାଇଛି। ଯାହା ଦ୍ଵାରା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ। ତେବେ ଏହି ସେବା ପାଇଁ ୧୦୯୮ ପଦବୀକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଏଥିରେ ୪ ଡିଏସ୍ପି, ୧୫୧ ଏସଆଇ, ୨୦୩ ଏଏସଆଇ ଓ ୭୪୦ କନଷ୍ଟେବଳ ନିୟୋଜିତ ହେବେ।
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଯାଏଁ ୧୭ ଟି ଜିଲ୍ଲାରେ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେଣୁ ବଜ୍ରପାତର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକରେ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ, ଭଦ୍ରକ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କେନ୍ଦ୍ରାପଡା, ମୟୁରଭଂଜ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଇବିଏମରୁ ଦଳୀୟ ଚିହ୍ନକୁ ହଟାଯାଇ ସେହି ସ୍ଥାନରେ ପ୍ରାର୍ଥୀଙ୍କ ନାମ, ବୟସ, ଯୋଗ୍ୟତା ଏବଂ ଫଟୋ ରଖିବା ଲାଗି ଉଚ୍ଚତମ ନ୍ୟାୟଳୟରେ ଏକ ଯାଚିକା ଦାୟର କରାଯାଇଛି। ଶାସକ ଦଳର ଜଣେ ନେତା ଉଚ୍ଚତମ ନ୍ୟାୟଳୟରେ ଏହି ମାମଲା ରୁଜ୍ଜୁ କରିଛନ୍ତି। ବିଜେପି ନେତା ତଥା ଓକିଲ ଅଶ୍ଵିନୀ କୁମାର ଉପାଧ୍ୟାୟ ଏହି ଯାଚିକା ଦାୟର କରିଛନ୍ତି। ଏହି ଯାଚିକା ଉପରେ କୋଣସି ନୋଟିସ ହୋଇପାରିବେ ନାହିଁ ବୋଲି ଉଚ୍ଚତମ ନ୍ୟାୟଳୟ କହିଛନ୍ତି। ଅଟର୍ଣ୍ଣି ଜେନେରାଲ କିମ୍ବା ସଲିସିଟର ଜେନେରାଲଙ୍କୁ ଏହାର ଏକ ନକଲ କପି ଦେବା ପାଇଁ ଯାଚିକାକର୍ତ୍ତାଙ୍କୁ କୁହାଯାଇଛି। ଏହା ପରେ ଉଚ୍ଚତମ ନ୍ୟାୟଳୟ ଏହି ମାମଲାର ଶୁଣାଣି କରିବ।
ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଜି ବିସିସିଆଇ ଟ୍ବିଟ କରି ୧୮ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି। ଚତୁର୍ଥ ଟି-୨୦ରେ ଇଂଲଣ୍ଡ ବିରୋଧରେ ଅର୍ଦ୍ଧଶତକ ପାଳି ଖେଳିଥିବା ସୂର୍ଯ୍ୟ କୁମାରଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ଏହା ସହିତ ସ୍ପିନ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ଦିନିକିଆ ଦଳରେ ସାମିଲ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ୧୪ ୱିକେଟ ନେଇଥିବା କର୍ଣ୍ଣାଟକ ଦ୍ରୁତ ବୋଲର ଭାରତୀୟ ଦଳରେ ପଦାର୍ପଣ କରିପାରନ୍ତି। ସେହିପରି ବିଜୟ ହଜାରେ ଟ୍ରଫି ୨୦୨୦-୨୧ରେ ବଡୋଦ୍ରାର ଅଧିନାୟକ କୃଣାଳ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଥିଲେ। ସେ ୫ ଟି ମ୍ୟାଚ ଖେଳି ୧୨୯.୩୩ ରନ ରେଟ ହାରରେ ୩୮୮ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ ଥିଲା। ତେବେ ସୂର୍ଯ୍ୟ କୁମାର…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ୨୦୧୧ ଜନଗଣନା କାର୍ଯ୍ୟରେ ନିର୍ଭୁଲ ଓ ସଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିବା ସହିତ ପଦକ ପ୍ରଦାନ କରିଛନ୍ତି। ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୯ଜଣ ପରିଗଣନାକାରୀ (ଏନ୍ୟୁମରଟର) ଏବଂ ୨ଜଣ ପର୍ଯ୍ୟବେକ୍ଷଣକାରୀ (ସୁପରଭାଇଜର) ମାନଙ୍କୁ ଭାରତୀୟ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦତ୍ତ ପ୍ରମାଣପତ୍ର, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯିବା ପରେ ସେମାନଙ୍କର କାର୍ଯ୍ୟଦକ୍ଷତା କର୍ମନିଷ୍ଠତା ପାଇଁ ତାଙ୍କୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିରିଡ଼ିର ତତ୍କାଳୀନ ତହସିଲଦାର ସୁରରାଜ ସଦସ୍ୟ, ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା (ଜଗତସିଂହପୁର), ସଂଜୀବ କୁମାର ମହାପାତ୍ର (ସହକାରୀ ଶିକ୍ଷକ ବି ବି ହାଇସ୍କୁଲ କୁଜଙ୍ଗ), ଜ୍ୟୋତି ରଞ୍ଜନ ସାହୁ…

