Author: Samikhsya Bureau

ଭୁବନେଶ୍ବର, ଆଜି ଭୁବନେଶ୍ବରର ରାଜରାସ୍ତାରେ ଦେଖାଦେଇଛି ଏକ ଭିନ୍ନ ଘଟଣା। କିଛିଦିନ ତଳେ ବିଜେଡି ବିଧାୟକମାନେ ଏକ ଶୋଭାଯାତ୍ରାରେ ବିଧାନସଭାରୁ ରାଜଭବନ ଯାଇଥିଲେ। ତାଙ୍କର ଦାବୀ ଥିଲା ଯେ ଗୃହରେ ବିଜେପି ବିଧାୟକ ଯେପରି ଆତ୍ମହତ୍ୟା ଉଦ୍ୟମ କଲେ ସେଥିପାଇଁ ସେ କ୍ଷମା ମାଗନ୍ତୁ। ବିଜେପି ଏହା ଉପରେ ସ୍ପଷ୍ଟିକରଣ ଦେଉ। ଏହାର ଗୋଟିଏ ଦିନ ପରେ ଅର୍ଥାତ ଆଜି ବିଜେପି ବିଧାୟକମାନେ ବିଧାନସଭାରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ। ତାଙ୍କର ଦାବୀ ହେଲା ଯେ, ମୁଖ୍ୟମନ୍ତ୍ରୀ କାହିଁକି ଗୃହକୁ ଆସୁ ନାହାଁନ୍ତି। ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛନ୍ତି, ହେଲେ ବିଧାନସଭାକୁ ଆସୁ ନାହାଁନ୍ତି। ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ, ଚାଷୀଙ୍କ ସମସ୍ୟା ବୁଝନ୍ତୁ ବୋଲି ଦାବୀ କରି ବିଜେପି ବିଧାୟକମାନେ ଏହି ରାଲି କରିଥିଲେ। ବିଜେପି ବିଧାୟକମାନେ ବିଧାନସଭାରୁ ବିଭିନ୍ନ ପ୍ଲାକାର୍ଡ ହାତରେ ଧରି ନବୀନ ନିବାସ ଆଡକୁ ମାଡି ଚାଲିଥିଲେ। ହେଲେ ନବୀନ ନିବାସ ଗେଟ ବନ୍ଦ…

Read More

ଭୁବନେଶ୍ବର, ପିସିଆର ଭ୍ୟାନ ଭଡାରେ ଲାଗିଥିଲା। ହେଲେ ପୋଲିସକୁ ଜଣା ନ ଥିଲା ଏହି ଗାଡିର ମାଲିକ ଋଣ ଦେଇ ନାହିଁ। ଫଳରେ ରାସ୍ତାରେ ଫାଇନାନସ କଂପାନୀର କର୍ମଚାରୀ ଗାଡିକୁ ଅଟକାଇଲେ। ଗାଡିକୁ ନିକଟସ୍ଥ ଥାନାକୁ ନେଇ ଜବତ କଲେ। ଫଳରେ ପିସିଆର ଭ୍ୟାନରେ ଥିବା ପୋଲିସ ଆଉ ଏକ ଗାଡି ଭଡା କରି ନିଜ ଥାନାକୁ ଫେରିଲେ। ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବରର ଖଣ୍ଡଗିରି ଅଞ୍ଚଳରେ। ବାଲେଶ୍ବରର ଖୁଣ୍ଟା ଥାନାର ପୋଲିସ ପିସିଆର ଭ୍ୟାନରେ ପାତ୍ରପଡାରେ ଲୁଚିଥିବା ଜଣେ ଅଭିଯୁକ୍ତକୁ ଧରିବାକୁ ଆସିଥିଲେ। ଗାଡିକୁ ଫାଇନାନସ କରିଥିବା କଂପାନୀ ଭୁବନେଶ୍ବର ଗାଡି ଆସିଛି ବୋଲି ଜାଣିବାକୁ ପାଇବା ପରେ ସେମାନେ ଘଟଣା ସ୍ଥଳକୁ ଯାଇ ଗାଡିକୁ ଧରିଲେ। ଏସବୁ କଥା ପୋଲିସକୁ ଜଣା ନ ଥିଲା। କିଛି ଉପାୟ ନ ପାଇ ସେ ଗାଡିକୁ ଫାଇନାନସ କଂପାନୀ ଓ ଖୁଣ୍ଟା ପୋଲିସ ଖଣ୍ଡଗିରି ଥାନାକୁ ଆସିଲେ। ସେଠାରେ…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନର ଅନେକ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି । ଅର୍ଥ, ପଦୋନ୍ନତି, ବିବାହ, ପରିବାର ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନକୁ ଚାଣକ୍ୟ ଅତି ସହଜ କରିଛନ୍ତି। କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର, କିନ୍ତୁ ଯିଏ ଗ୍ରହଣ କରିଛି, ସେ ବେଶ୍ ସଫଳ ହୋଇଛି। ଚାଣକ୍ୟ ନୀତି ଶାସ୍ତ୍ରୀରେ କହିଛନ୍ତି ଯେ କେଉଁ ଲୋକଙ୍କ ପାଖରେ  ପାଖରେ ଟଙ୍କା ରହେ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ପାଞ୍ଚଟି ପରାମର୍ଶ ଦେଇଛନ୍ତି। 1-ଚାଣକ୍ୟ କହିଛନ୍ତି ଯେ ତିକ୍ତ କଥା କହୁଥିବା ବ୍ୟକ୍ତିଙ୍କ ସହ ଟଙ୍କା ରଖାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତି ସତ୍ୟ ଏବଂ ମଧୁର କଥା କହନ୍ତି, ଲକ୍ଷ୍ମୀଙ୍କର ଅନୁଗ୍ରହ ଅଛି । ଚାଣକ୍ୟ କହିଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଜଣେ ସର୍ବଦା ମିଠା କଥା କହିବା ଉଚିତ୍ । 2-ଜଣେ ବ୍ୟକ୍ତି ଯଦି…

Read More

ନୂଆଦିଲ୍ଲୀ, ଆମ ହିନ୍ଦୁ ସମାଜରେ ପୂଜାଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୂଜା ସମୟରେ, ମିଠା, ଫଳମୂଳ, ନଡିଆ ପ୍ରଭୃତି ଠାକୁରଙ୍କ ସମ୍ମୁଖରେ ରଖାଯାଏ। ପୂଜାପାଠ ସମୟରେ ସମସ୍ତ ସାମଗ୍ରୀ ଠାକୁରଙ୍କୁ ଅର୍ପଣ କରାଯାଏ। ଯାହା ପରେ ଭୋଗକୁ ଅମୃତ ତୂଲ୍ୟ ବୋଲି ବିବେଚନା କରି ସମସ୍ତେ ଗ୍ରହଣ କରିଥାନ୍ତି। ଭଗବାନଙ୍କୁ ଭୋଗ ଉତ୍ସର୍ଗ କରିବାର ମହତ୍ତ୍ବ କ’ଣ: ଶ୍ରୀମଦ୍ ଭଗବଦ୍ ଗୀତାଙ୍କ ତୃତୀୟ ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି ଯେ ଯିଏ ଭଗବାନଙ୍କୁ ଖାଦ୍ୟ ନ ଦେଇ ନିଜେ ଖାଦ୍ୟ ଗ୍ରହଣ କରେ,  ସେ ଖାଦ୍ୟ ଚୋରି କରିବାର ପାପ ବହନ କରିବାକୁ ପଡେ। ଏପରି ବ୍ୟକ୍ତି କାହାର ବସ୍ତୁ ଚୋରି କରିବା ସହିତ ସମାନ ଭାବରେ ଦଣ୍ଡ ଭୋଗନ୍ତି। ଶାସ୍ତ୍ରରେ କୁହାଯାଇଛି ଯେ ଯିଏ ଇଶ୍ବରଙ୍କୁ ଖାଦ୍ୟ ଅର୍ପଣ କରେ ନାହିଁ କିମ୍ବା ଭଗବାନଙ୍କ ନୈବେଦ୍ୟକୁ ଅସମ୍ମାନ କରେ ସେ ଭଗବାନଙ୍କ ଆର୍ଶିବାଦରୁ ବଞ୍ଚିତ ହୁଏ। ଯେଉଁମାନେ ଇଶ୍ବରଙ୍କୁ ଖାଦ୍ୟ…

Read More

ମେଷ- ପରିଶ୍ରମର ଫଳ ଭଲ ଭାବରେ ଗ୍ରହଣ କରାଯିବ।  ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ବିନିଯୋଗ , ଭ୍ରମଣ ଏବଂ ଚାକିରୀକୁ ଅଧିକ ପସନ୍ଦ କରାଯିବ । ବନ୍ଧୁ ଏବଂ ସମ୍ପର୍କୀୟମାନେ ସହଯୋଗ କରିବେ । ବିରୋଧୀମାନେ ସକ୍ରିୟ ରହିବେ । ଟଙ୍କା ମିଳିବା ସହଜ ହେବ । ରିସ୍କ ନେବାକୁ ସାହସ କରିବେ । ସୁଖ ବୃଦ୍ଧି ପାଇବ । ଲଜ୍ଜିତ ହୁଅନ୍ତୁ ନାହିଁ । ବୃକ୍ଷ- ଅତିଥିମାନଙ୍କର ଆଗମନ ହେବ। ଆପଣ ଉତ୍ସାହଜନକ ସୂଚନା ପାଇବେ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଆତ୍ମ ସମ୍ମାନ ବୃଦ୍ଧି ପାଇବ ।  ରିସ୍କ ନେବାକୁ ସାହସ କରିବେ।  ବିନିଯୋଗ ଶୁଭ ହେବ ।  ଚାକିରିରେ କିଛି ଅସୁବିଧା ହୋଇପାରେ । ବ୍ୟବସାୟ ଭଲ କରିବ ।  ଘର ବାହାରେ ସୁଖ ମିଳିବ । ମିଥୁନ- ବ୍ୟବସାୟ ଯାତ୍ରା ସମ୍ପୂର୍ଣ୍ଣ ସଫଳ ହେବ…

Read More

ମିଥୁନ- ବ୍ୟବସାୟ ଯାତ୍ରା ସମ୍ପୂର୍ଣ୍ଣ ସଫଳ ହେବ । ରୋଜଗାର ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯାଇପାରେ । ବିନିଯୋଗ ଶୁଭ ହେବ । ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ । ବିଛା- ଯାନ ଏବଂ ଯନ୍ତ୍ରପାତି,  ବିଶେଷ କରି ମହିଳାମାନେ ବ୍ୟବହାରରେ ଧ୍ୟାନ ଦିଅନ୍ତୁ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ। ଅନ୍ୟମାନଙ୍କଠାରୁ ଆଶା କର ନାହିଁ । ଶୀଘ୍ର ବ୍ୟାଘାତ ସମ୍ଭବ।  ଚିନ୍ତା ଏବଂ ଟେନସନ ରହିବ।

Read More

କର୍କଟ- ଖର୍ଚ୍ଚ ବୃଦ୍ଧି ହେତୁ ଟେନସନ ବୃଦ୍ଧି ପାଇବ । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ । ଆବଶ୍ୟକ ଆଇଟମ୍ ନିଖୋଜ ହୋଇପାରେ। ଅପରିଚିତ ଲୋକଙ୍କୁ ବିଶ୍ୱାସ କର ନାହିଁ । କୁମ୍ଭ- ସୃଜନଶୀଳ କାର୍ଯ୍ୟ ସଫଳ ହେବେ । ପରୀକ୍ଷା ଏବଂ ପ୍ରତିଯୋଗିତାରେ ଲାଭର ପରିସ୍ଥିତି ସୃଷ୍ଟି ହେବ ।  ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ । ବିବେକ ସହିତ କାମ କରନ୍ତୁ । ଉପକୃତ ହେବ ।

Read More

ବୃକ୍ଷ- ଅତିଥିମାନଙ୍କର ଆଗମନ ହେବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଆତ୍ମ ସମ୍ମାନ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କରିବେ। ଧନୁ- ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହଯୋଗରୁ ଲାଭ ଆସିବ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ରାଜ୍ୟ କାର୍ଯ୍ୟ କରାଯିବ। ଖୁସି ହେବେ। ବିନିଯୋଗ ଶୁଭ ହେବ । ଯାତ୍ରା ଚିତ୍ତାକର୍ଷକ ହେବ। ଚାକିରିରେ ଅଧିକାର ବଢିପାରେ।

Read More

ମେଷ- ପରିଶ୍ରମର ଫଳ ଭଲ ଭାବରେ ଗ୍ରହଣ କରାଯିବ।  ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ବିନିଯୋଗ , ଭ୍ରମଣ ଏବଂ ଚାକିରୀକୁ ଅଧିକ ପସନ୍ଦ କରାଯିବ । ବନ୍ଧୁ ଏବଂ ସମ୍ପର୍କୀୟମାନେ ସହଯୋଗ କରିବେ । ତୂଳା- ଭ୍ରମଣ ଯୋଜନା କରାଯିବ।  ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ ।  କୋର୍ଟ କାର୍ଯ୍ୟ ପରିଚାଳନା କରିବେ ।  ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ରିସ୍କ ନେବାକୁ ସାହସ ନେବାକୁ ସମର୍ଥ ହେବେ।

Read More

ମୀନ- ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଖରାପ ଖବର ମିଳିପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ । ଅନ୍ୟମାନଙ୍କଠାରୁ ଆଶା ଦୁଃଖ ସୃଷ୍ଟି କରିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ସିଂହ- ବକେୟା ପୁନରୁଦ୍ଧାର ଉଦ୍ୟମ ସଫଳ ହେବ । ଭ୍ରମଣ ଲାଭଦାୟକ ହେବ ।  ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ପ୍ରଗତିର ରାସ୍ତା ପକ୍କା ହେବ। ବିନିଯୋଗ ଶୁଭ ହେବ । ଅସୁବିଧାରେ ପଡ଼ନ୍ତୁ ନାହିଁ ।

Read More

କନ୍ୟା- ଅର୍ଥନୈତିକ ନୀତିରେ ପରିବର୍ତ୍ତନ ସଫଳ ହେବ, ଯାହା ଭବିଷ୍ୟତରେ ଲାଭବାନ ହେବ। ଘର ବାହାରେ ପଚରାଉଚରା କରାଯିବ। ମିଳିଥିବା ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। କାମ ଆପଣଙ୍କ ମନକୁ ନେଇଯିବ। ମକର- ସମ୍ପତ୍ତି କାର୍ଯ୍ୟ ନେଇ ଉପକୃତ ହେବେ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ଭ୍ରମଣ ଲାଭଦାୟକ ହେବ । ଚାକିରିରେ ସ୍ଥିର ରୁହ । ବିନିଯୋଗ ଶୁଭ ହେବ । ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ।

Read More

କଟକ, ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରି ଏହି ଶିଳ୍ପକୁ ଅଧିକ ସମୃଦ୍ଧ ଓ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ବେଳେ ପର୍ଯ୍ୟଟକଙ୍କୁ ମହାନଦୀରେ ଆଡ଼ଭେଂଚର ୱାଟର ସ୍ପୋଟର୍ସ (ଦୁଃସାହାସିକ ଜଳକ୍ରୀଡ଼ା) ସହ ମନୋରଞ୍ଜନର ସୁବିଧା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା କଟକର ମାତା ମଠ ଠାରେ ସିଲିଭର ସିଟି ବୋଟିଂ କ୍ଲବ କମ୍ପେ୍ଲକ୍ସ ପରିସରରେ ଏକ ୱାଟର ସ୍ପୋଟର୍ସ ପାର୍କ ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହା ଖୁବ ଶୀଘ୍ର ପର‌୍ୟ୍ୟଟକଙ୍କ ନିମନ୍ତେ ଲୋକାର୍ପିତ ହେବ। ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ମଙ୍ଗଳବାର ଅପରାହ୍ନରେ ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କ ସହ କଟକ ଗସ୍ତରେ ଯାଇ ମାତାମଠ ଠାରେ ଥିବା ଏହି ୱାଟର ସ୍ପୋଟର୍ସର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାର‌୍ୟ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଓଟିଡିସି ଅଧ୍ୟକ୍ଷା ସମସ୍ତ କାର୍ଯ୍ୟ ବୁଲି ଦେଖିବା ପରେ ତାଙ୍କ ସହ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର, ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜିକୁ ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍ ଷ୍ଟିନ୍‌ଞ୍ଜଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡ(ଆଇଓପି)ର ଉଦଘାଟନ ହୋଇଛି। ଏହି ଯୌଥ ଉଦ୍ୟୋଗ ମାଧ୍ୟମରେ ଦେଶରେ ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ଏବଂ ବ୍ୟବହାର ଯୁକ୍ତ ଆଲୁମିନିୟମର ପୁନଃବ୍ୟବହାର କରିବା ପାଇଁ ଆଗାମୀ ଦିନରେ ଯୋଜନା ରଖାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ,ଆଇସି ଫିନର୍ଜି ପ୍ରାଇଭେଟ୍‌ ଲିମିଟେଡ ହେଉଛି ଇଣ୍ଡିଆନ ଅଏଲ ଏବଂ ଇସ୍ରାଏଲର ଫିନର୍ଜି କମ୍ପାନୀର ଯୋଥ ଉଦ୍ୟୋଗ । ଏହି କମ୍ପାନୀ ଭାରତୀୟ ଅଟୋମୋଟିଭ୍ ଉତ୍ପାଦନକାରୀ କମ୍ପାନୀକୁ ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜି ଯୋଗାଇବା ଇଣ୍ଡିଆନ ଅଏଲ ଏବଂ ଫିନର୍ଜି କମ୍ପାନୀ ସ୍ୱଚ୍ଛ, ସ୍ଥାୟୀ, ସୁଲଭ ଏବଂ ସୁରକ୍ଷିତ ଉର୍ଜାକୁ ଗୁରୁତ୍ୱ ଦେଇ ଏହାକୁ ଉପଲବ୍ଧ କରିବା ସହ ନୂଆ ଯାତ୍ରା ଆରମ୍ଭ କରିଥିବାରୁ ଏହି…

Read More

ନୂଆଦିଲ୍ଲୀ, ରାଜ୍ୟସଭାରେ ମାର୍ଚ୍ଚ ୧୬ ତାରିଖରେ ଡାକ୍ତରୀ ଆବଶ୍ୟକତା ସଂକ୍ରାନ୍ତ ଗର୍ଭପାତ ବିଲ୍‍ (ମେଡିକାଲ ଟର୍ମିନେସନ ଅଫ୍‍ ପ୍ରେଗେନ୍ସି) ୨୦୨୧ ଗୃହୀତ ହୋଇଛି । ଏହି ବିଲ୍‍ଟି ୧୯୭୧ ଗର୍ଭପାତ ଆଇନରେ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ । ୨୦୨୦ ମାର୍ଚ୍ଚ ୧୭ ତାରିଖରେ ଏହି ବିଲ୍‍ଟି ଲୋକସଭାରେ ଗୃହୀତ ହୋଇଥିଲା । ସଂଶୋଧନର ମୁଖ୍ୟାଂଶ ଏହି ବିଲ୍‍ ଅନୁସାରେ କେତେକ ସ୍ୱତନ୍ତ୍ର ଶ୍ରେଣୀ ମହିଳାଙ୍କ ପାଇଁ ଚିକିତ୍ସାଗତ ଆବଶ୍ୟକତା କାରଣରୁ ଗର୍ଭଧାରଣର ୨୪ ସପ୍ତାହ ଯାଏଁ ଭ୍ରୁଣର ଗର୍ଭପାତ କରାଯାଇପାରିବ । ଆଗରୁ ଏହି ସମୟସୀମା ୨୦ ସପ୍ତାହ ଥିଲା । ବିଶେଷକରି ବଳାତ୍କାର, ଭିନ୍ନକ୍ଷମ ମହିଳା, ବଳାତ୍କୃତା ନାବାଳିକା ତଥା କୌଟୁମ୍ବିକ ବଳାତ୍କାର ଦ୍ୱାରା ଗର୍ଭବତୀ ହୋଇଥିବା ମହିଳାଙ୍କ ପାଇଁ ଏହି ଗର୍ଭପାତ ସୁବିଧା ମିଳିବ । ଏହି ଗର୍ଭପାତ ପାଇଁ ଚିକିତ୍ସକ ଓ ଆଇନ ବିଶାରଦଙ୍କ ମତାମତ ନେବାକୁ ପଡିବ । ଭ୍ରୁଣର ଅନିୟମିତତା ପାଇଁ ଏହି ପରିବର୍ଦ୍ଧିତ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିପଯ୍ୟୟ ପ୍ରଶମନ ଭିତ୍ତିଭୂମି ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟନୀ ସମାରୋହକୁ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଫିଜି, ଇଟାଲୀ, ବ୍ରିଟେନର ପ୍ରଧାନମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାଛଡ଼ା ବିଭିନ୍ନ ରାଷ୍ଟ୍ରର ସରକାରୀ ପ୍ରତିନିଧି, ଅନ୍ତର୍ଜାତୀୟ ସଂଗଠନ, ଶିକ୍ଷାନୁଷ୍ଠାନ ଓ ଘରୋଇ କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନର ପରିସ୍ଥିତିକୁ ଅଭୂତପୂର୍ବ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ବର୍ତ୍ତମାନ ଏପରି ଏକ ଘଟଣାକ୍ରମର ସମ୍ମୁଖୀନ ହେଉଛୁ ଯାହାକୁ ଗୋଟିଏ ଶତାବ୍ଦୀରେ ଥରେ ଦେଖାଦେଉଥିବା ଏକ ବିପର‌୍ୟ୍ୟୟ ଭାବେ ଆଖ୍ୟା ଦିଆଯାଇଛି। କୋଭିଡ-୧୯ ମହାମାରୀ ଆମକୁ ଏହି ଶିକ୍ଷା ଦେଇଛି ଯେ ଆନ୍ତଃନିର୍ଭରଶୀଳ ଓ ଆନ୍ତଃସଂଯୁକ୍ତ ବିଶ୍ୱରେ ସବୁ ଦେଶ ପ୍ରତି ବୈଶ୍ୱିକ ବିପର୍ଯ୍ୟୟର ଭୟ ରହିଛି। ଧନୀ ହେଉ କିମ୍ବା ଗରିବ, ପ୍ରାଚ୍ୟ କିମ୍ବା ପାଶ୍ଚାତ୍ୟ, ଉତ୍ତର କିମ୍ବା ଦକ୍ଷିଣ କୌଣସି ରାଷ୍ଟ୍ର ଏଥିରୁ…

Read More

ନୂଆଦିଲ୍ଲୀ, ବଙ୍ଗବନ୍ଧୁ ଶଖ୍ ମୁଜିବୁର ରହେମାନଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରନେ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ମାନବାଧିକାର ଏବଂ ସ୍ଵାଧୀନତାର ର୍ସବଜୟୀ ବଙ୍ଗବନ୍ଧୁ ଶଖେ ମୁଜିବୁର ରହେମାନଙ୍କ ଜନ୍ମ ବାର୍ଷିକୀରେ ମୋର ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି । ସେ ସମସ୍ତ ଭାରତୀୟଙ୍କ ପାଇଁ ମଧ୍ୟ ଜଣେ ନାୟକ । ଐତିହାସିକ ମୁଜିବ ବୋରଶୋ ଉତ୍ସବ ଲାଗି ଏହି ମାସ ଶେଷ ଆଡକୁ ବାଂଲାଦଶେ ଗସ୍ତ ମୋ ପାଇଁ ଏକ ର୍ଗବର ବିଷୟ” ।

Read More

ନୂଆଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ଦୈନିକ ନୂଆ କୋଭିଡ ମାମଲା ବୃଦ୍ଧି ପାଇବାରେ ଲାଗିଛି ।ଏହି ରାଜ୍ୟଗୁଡିକ ବର୍ତ୍ତମାନ ଦେଶର ଚିନ୍ତାର କାରଣ ପାଲଟିଛି। ତେବେ ଭାରତରେ ବର୍ତ୍ତମାନ କରୋନା ସ୍ଥିତି ଯାହା ରହିଛି ତାହା ହେଲା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮, ୯୦୩ କୋଭିଡ ମାମଲା ଆସିଥିବା ବେଳେ ଏଥିରୁ ୭୧% ଆସିଛି ଉପରୋକ୍ତ ପାଞ୍ଚ ରାଜ୍ୟରୁ । ନୂଆ ମାମଲାରୁ ୮୩.୯୧% ଆସିଛି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁ ଓ କେରଳରୁ । ନୂଆ ମାମଲାରୁ ୬୧.୮% ଅର୍ଥାତ ୧୭,୮୬୪ ମାମଲା ଚିହ୍ନଟ ହୋଇଛି ମହାରାଷ୍ଟ୍ରରୁ । ଏହା ପଛକୁ କେରଳରେ ୧,୯୭୦ ଏବଂ ପଞ୍ଜାବରେ ୧,୪୬୩ ମାମଲା ଚିହ୍ନଟ ହୋଇଛି। ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ୨.୩୪ ଲକ୍ଷ (୨,୩୪,୪୦୬) ରହିଛି, ଯାହାକି ମୋଟ ପଜିଟିଭ୍ ମାମଲାର ୨.୦୫% । ମୋଟ ସକ୍ରିୟ ମାମଲାର ୭୬.୪%…

Read More

ଭୋପାଳ, ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟର ଦୁଇଟି ସହରରେ ରାତ୍ରୀକାଳିନ କର୍ଫୁ ଲାଗୁ କରିଛନ୍ତି। ସେହି ଦୁଇଟି ସହର ହେଲା ଭୋପାଳ ଏବଂ ଇନ୍ଦୋର। ଏହି ଦୁଇଟି ସହରରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ରାତିରେ ଲୋକମାନଙ୍କର ଚଳପ୍ରଚଳ ବେଶୀ ରହୁଥିବାରୁ ସରକାର ଏପରି ନିଷ୍ପତି ଗ୍ରହଣ କରିଛନ୍ତି। ସେହିପରି ସ୍ଥାନୀୟ ପ୍ରଶାସନ 8 ଟି ସହରରେ ରାତି ଦଶଟା ପରେ ଦୋକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସହରଗୁଡିକ ହେଲା ଜବଲପୁର, ଗୌୱାଲିୟର, ଉଜ୍ଜାନ, ରତ୍ଲାମ, ଛିଣ୍ଡୱାଦା,ବୁରହନପୁର,ବେତୁଲ ଏବଂ ଖାରଗାଁ। ଏହା ଆଜି ରାତ୍ରୀରୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଠଟି ଜିଲ୍ଲାରେ ଯେଉଁମାନେ ମହାରାଷ୍ଟ୍ରରୁ ଆସିବେ ସେମାନେ ଗୋଟିଏ ସପ୍ତାହ କ୍ବାରଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Read More

ନୂଆଦିଲ୍ଲୀ, କୋରନା କାୟା ମେଲାଇବା ପରେ ସାରା ଦେଶ କାହିଁକି ପୃଥିବୀରେ ସମସ୍ତେ ଏକ ଆତଙ୍କିତ ଅବସ୍ଥାରେ ଥିଲେ। ଟିକା କେବେ ଆସିବା ବୋଲି ସମସ୍ତେ ଅପେକ୍ଷା କରି ରହିଥିଲେ। କେଉଁ ଦେଶ ଆଗ ଟିକା ଆଣିବ ସେ ନେଇ ଚାଲିଥିଲା ପ୍ରତିଯୋଗୀତା। ବର୍ତ୍ତମାନ ଟିକା ଆସିଲାଣି। ଲୋକଙ୍କୁ ମଧ୍ୟ ଟିକା ଦିଆଗଲାଣି। ହେଲେ ଏବେ ଏକ ଚକିତ କରିବା ପରି ଖବର ଆସିଛି। ତାହା ହେଉଛି ଦେଶରେ ବର୍ତ୍ତମାନ 49 ଲକ୍ଷ ଟିକା ନଷ୍ଟ ହୋଇଛି। ତେବେ ଏହି ତଥ୍ୟ ଆଉ କେହି ଦେଇ ନାହାଁନ୍ତି, ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ଟିକାକରଣ କେତେଦୂର ଗଲା ବୋଲି ଆଲୋଚନା କରୁଥିଲେ। ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ 49 ଲକ୍ଷ ଟିକା ନଷ୍ଟ ହୋଇଗଲାଣି। ଗୋଟିଏ ଟିକା ନଷ୍ଟ ହେବା…

Read More

ଭୁବନେଶ୍ବର, ପିପିଲି ଉପନିର୍ବାଚନ ଆସନ୍ତା ଏପ୍ରିଲ 17 ତାରିଖରେ ହେବ ବୋଲି ଘୋଷଣା ହେବା ପରେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ବିସ୍ତୁତ ରୂପରେଖ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବ। ସେଥିପାଇଁ ପ୍ରାର୍ଥୀଙ୍କ ସହିତ ମାତ୍ର ପାଞ୍ଚଜଣ କର୍ମି ପ୍ରଚାରରେ ଯାଇପାରିବେ। ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନଙ୍କୁ ମାତ୍ର ଦୁଇଟି ଗାଡି ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯିବ। ସେହିପରି 80 ବର୍ଷରୁ ଉର୍ଦ୍ଧ, ଦିବ୍ୟାଙ୍ଗ, କରୋନା ସଂକ୍ରାମିତମାନେ ପୋଷ୍ଟାଲ ଭୋଟ ଦେବା ପାଇଁ ଆବେଦନ କରିପାରିବେ। ସେମାନେ ବୁଥକୁ ନ ଆସି ଘରେ ରହି ଏହି ଭୋଟ ଦେଇପାରିବେ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ଯେଉଁମାନେ ଭୋଟ ଗ୍ରହଣ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କର ଅଗ୍ରାଧୀକାର ଭାବେ କରୋନା ଟୀକା ପ୍ରଦାନ…

Read More

ଭୁବନେଶ୍ବର, ରାଜ୍ୟରୁ ପୁଣି 82 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ କ୍ବାରଣ୍ଟାଇନରୁ 48 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 34। ମୟୁରଭଂଜରୁ ସର୍ବାଧିକ 11 ଜଣ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ପଜେଟିଭ ସଂଖ୍ୟା ହେଲା 1. Angul: 2 2. Balasore: 6 3. Bargarh: 7 4. Balangir: 4 5. Cuttack: 5 6. Deogarh: 1 7. Dhenkanal: 3 8. Ganjam: 3 9. Jagatsinghpur: 2 10. Jajpur: 4 11. Jharsuguda: 2 12. Kendrapada: 2 13. Keonjhar: 2 14. Khurda: 9 15. Mayurbhanj: 11 16. Nawarangpur: 4 17. Nuapada: 2 18. Rayagada: 2 19. Sambalpur: 2 20. Sundargarh: 7 21.…

Read More