Author: Samikhsya Bureau

ବାରିପଦା, ମୟୁରଭଂଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଅନ୍ତର୍ଗତ ଠାକୁର ମୁଣ୍ଡା ଜଙ୍ଗଲରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ସେହି ଜଙ୍ଗଲରେ ନିଆଁ ଲାଗିବା ପରେ ତାହାକୁ ଲିଭାଇଭା ପାଇଁ ଜଣେ ବନ କର୍ମଚାରୀ ଏକାକୀ ଚେଷ୍ଠା କରିଥିଲେ। ହେଲେ ନିଆଁ ଲିଭାଇବା ଦୂରେ ଥାଉ ତାଙ୍କ ନିଜ ପୋଷାକରେ ନିଆଁ ଲାଗିଗଲା। ଫଳରେ ସେ ସେହିଠାରେ ଛଟପଟ ହୋଇ ମରିଗଲେ। ପାଖରେ କେହି ନ ଥିବାରୁ ଏପରି ମୃତ୍ୟୁ ହୋଇଗଲା ବୋଲି ଜଣାପଡିଛି। ମୃତ ବନ କର୍ମଚାରୀ ଜଣଙ୍କ ହେଉଛନ୍ତି 60 ବର୍ଷ ବୟସ୍କ ଯଦୁମଣି ମହନ୍ତ। ସେ ହେଉଛନ୍ତି ନିକଟସ୍ଥ ଜଡିବିଲ ଗ୍ରାମର। ତାଙ୍କୁ ଜଙ୍ଗଲରେ ଲଗାଯାଇଥିବା ଗଛକୁ ଦେଖାରଖା କରିବା ପାଇଁ ନିଯୁକ୍ତି କରାଯାଇଥିଲା। ଗତକାଲି ଦିନ 12ଟାରେ ସେ ଜଙ୍ଗଲରେ ଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ସେହି ନିଆଁକୁ ଲିଭାଇଭା ପାଇଁ ସେ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ହଠାତ ତାଙ୍କ ପିନ୍ଧା ଲୁଗାରେ ନିଆଁ…

Read More

ନୂଆଦିଲ୍ଲୀ: ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବିଭିନ୍ନ ଫଟୋ ରଖିଲେ ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଥାଏ। ତେବେ ସେହି ଫଟୋକୁ ଠିକ ଦିଗରେ ନ ରଖିଲେ ହୁଏତ ଏହାର କୁପ୍ରଭାବ ପଡିବାର ସମ୍ଭାବନା ଥାଏ। ଜାଣନ୍ତୁ କେଉଁ ପ୍ରକାରର ଫଟୋ କେଉଁ ଦିଗରେ ରଖିବା ଉଚିତ। 1-ନିଜ ଘରର ଉତ୍ତର ଦିଗରେ ଯଦି ଆମେ ଶୁଆର ଫଟୋ ବା ମୂର୍ତ୍ତି ଲଗାଇବା ତା‘ହେଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି ଫଟୋ ଲଗାଇବା ଦ୍ବାରା ଘରେ ରହୁଥିବା ସନ୍ତାନ ସନ୍ତତିମାନେ ପାଠପଢାରେ ମନୋନିବେଶ କରିବେ। ଏହାସହିତ ପରିବାର ଲୋକଙ୍କ ଆୟୁ ବଢବ। ଘରେ କୌଣସି ରୋଗ ରହିବ ନାହିଁ ସେହିପରି ଅଭାବ ମଧ୍ୟ ଦୂର ହେବ। 2- ଯଦି ଆପଣ ଧାତୁରେ ନିର୍ମିତ କଇଁଚ ଘରକୁ ଆଣିବେ ଏହା ଅତ୍ୟନ୍ତ ଶୁଭ ହେବ। ରୂପା, ପିତ୍ତଳ କିମ୍ବା ତମ୍ବାର କଇଁଚ ଆଣି ଏହାକୁ…

Read More

ଭୁବନେଶ୍ବର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍‌ ଯୋଗ ହୋଇଥାଏ। ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍‌ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ। ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ…

Read More

ନୂଆଦିଲ୍ଲୀ, ଗ୍ରହମାନଙ୍କର ଚିକିତ୍ସା: ଯଦି ଆପଣଙ୍କର କୈଣସି ଗ୍ରହ ଖରାପ କିମ୍ବା କୁପ୍ରଭାବ ରହିଛି ତେବେ ନିମ୍ନଲିଖିତ ପ୍ରତିକାରଗୁଡିକ ଚେଷ୍ଟା କରନ୍ତୁ । ସୂର୍ଯ୍ୟ – ଚାଲୁଥିବା ପାଣିରେ ତମ୍ବା କିମ୍ବା ତମ୍ବାମୁଦ୍ରା ପକାନ୍ତୁ । ଚନ୍ଦ୍ର – ଏକ ପାତ୍ରରେ କ୍ଷୀର କିମ୍ବା ପାଣି ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ। ପରଦିନ ସମସ୍ତ ଜଳକୁ ବାଗୁଲ ଗଛ ମୂଳରେ ରଖ । ବୁଧ – ଝିଅମାନଙ୍କୁ ସବୁଜ ପୋଷାକ ଏବଂ ସବୁଜ ଚୁଡି ଦାନ କରନ୍ତୁ, ଦାନ୍ତକୁ ସଫା ରଖନ୍ତୁ । ଗୁରୁ- କପାଳରେ ଚନ୍ଦନ ତିଳକ ଲଗାନ୍ତୁ, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ, ଡାଲି ଦାନ କରନ୍ତୁ । ଶୁକ୍ର- ଘିଅ, କର୍ପୁର, ଦହି ଦାନ କରନ୍ତୁ ଏବଂ ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ । ଶନି- ବାଗୁଲ ଗଛ ଦାନ୍ତକାଠି ଘଷନ୍ତୁ, ଓସ୍ତ ଗଛ ମୂଳରେ ତେଲ ଢାଳନ୍ତୁ । ରାହୁ- ଗହମକୁ କ୍ଷୀରରେ…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଜଣେ ବ୍ୟକ୍ତି ଜଣେ ମହାନ ବ୍ୟକ୍ତିଙ୍କ ସଂପର୍ଶରେ ସହଜରେ ଆସିପାରେ ନାହିଁ। ସେପରି ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ହେଲେ ନିଜର ସତ ସାହାସ ରହିବା ଆବଶ୍ୟକ। ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ସିଂହ ବାସକରୁଥିବା ସ୍ଥାନକୁ ଯିବାକୁ ହେବେ ସତସାହସର ଆବଶ୍ୟକ। ଯଦି ସେଠାକୁ ଗଲେ ତେବେ ସେ ମାରିଥିବାର ହାତୀ ମସ୍ତକର ମୁକ୍ତା ମିଳିବ। ଯଦି ଜଣେ ଶୃଗାଳର ଗାତକୁ ପଶିବ ତେବେ ସେଠାରେ ତାକୁ ବାଛୁରୀ ଲାଞ୍ଜ କିମ୍ବା ଚମଡା ମିଳିବ। ଜଣେ ଶୃଗାଳ ଗାତକୁ ପଶିବାକୁ ହେଲେ ତାହାର ସତ ସାହାସର ଆବଶ୍ୟକତା ନାହିଁ। ଯେ କେହି ସେହି ଗାତରେ ପଶିବ, ହେଲେ ମିଳିବ ଅନାବଶ୍ୟକ ଜିନିଷ।ତେଣୁ ଖଳ ଲୋକଙ୍କ ସହିତ ଯେ କେହି ମିଶିଯିବ। ହେଲେ ମହାନ ଲୋକଙ୍କ ସହିତ ସମସ୍ତେ ମିଶିପାରିବେ ନାହିଁ। ତାଙ୍କ ସହିତ ମିଶିବାକୁ ହେଲେ ସତ…

Read More

ମିଥୁନ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା ଚିତ୍ତାକର୍ଷକ ହେବ। ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି। ରୋଜଗାର ବୃଦ୍ଧି ପାଇବ। ଚାକିରିର ପଦୋନ୍ନତି ସମ୍ଭବ। ମକର- ଖରାପ ଖବର ଗ୍ରହଣ କରାଯାଇପାରେ। ଉତ୍ସାହର ଅଭାବ ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ଦୈଡ଼ ଅଧିକ ହେବ। ଘର-ପାରିବାରିକ ଚିନ୍ତାଧାରା ରହିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ ।

Read More

ମୀନ- ବାଣିଜ୍ୟର ଲାଭ ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ତୂଳା- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ପାର୍ଟି ଏବଂ ପିକନିକ୍ ଆୟୋଜନ କରାଯାଇ ପାରିବ। ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ଜୀବନ ଖୁସି ହେବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ବକ୍ତବ୍ୟରେ ନିୟନ୍ତ୍ରଣ ଆବଶ୍ୟକ।

Read More

କନ୍ୟା- ଅନାବଶ୍ୟକ ଖର୍ଚ୍ଚ ହେବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ରହିବ। ନୂତନ ବନ୍ଧୁ ସୃଷ୍ଟି ହେବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ବିପଦ ଆସିପାରେ। ମେଷ-  ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ।

Read More

ଧନୁ- ଲାଭ ସୁଯୋଗ ଆସିବ। ଅଫିସରେ ଚାକିରିର ସୁଖ ଦେଖାଇବ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଇତ୍ୟାଦି ଅନୁକୂଳ ଲାଭ ଦେବ । ପରିବାରର ସହାୟତା ପାଇବାରେ ସୁଖ, ଉତ୍ସାହ ଏବଂ ସନ୍ତୁଷ୍ଟତା ରହିବ। କର୍କଟ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଅଧସ୍ତନମାନଙ୍କ ସହାୟତା ପାଇବେ। ଟଙ୍କା ପାଇବା ସହଜ ହେବ।

Read More

ବିଛା- ଆଘାତ ଏବଂ ଦୁର୍ଘଟଣା କ୍ଷତି ହୋଇପାରେ, ଯନ୍ତ୍ରଣା ଦେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ବିବାଦକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ, ଦୁଃଖ ଆସିପାରେ। ଅଂଶୀଦାରମାନଙ୍କ ସହିତ ମତ ପାର୍ଥକ୍ୟ ହୋଇପାରେ। କୁମ୍ଭ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ।

Read More

ବୃଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ସିଂହ- ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ଆଶା। ଅଂଶୀଦାରମାନଙ୍କ ସହଯୋଗ ମିଳିବ। ବ୍ୟବସାୟ ପାଇଁ ଏକ ବଡ ଡିଲ୍ କରିପାରିବେ। ପ୍ରଗତିର ରାସ୍ତା ପକ୍କା ହେବ। ରୋଜଗାର ବୃଦ୍ଧି ପାଇବ। ବାଣିଜ୍ୟ-ବ୍ୟବସାୟରେ ଅନୁକୂଳ ଆଗ୍ରହ ରହିବ।

Read More

ମେଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ବୃଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ମିଥୁନ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ…

Read More

ପୁରୀ, ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଭ୍ରମଣରେ ଯିବେ। ସେ ସକାଳରୁ ରାଜଭବନରୁ ବାହାରି ସ୍ବତନ୍ତ୍ର ହେଲିକାପ୍ଟରରେ ପୁରୀରେ ଓହ୍ଲାଇବେ। ସେଠାରେ ସେ ଶ୍ରୀମନ୍ଦିର ଯାଇ ସେଠାରେ ଜଗନ୍ନାଥ ଦର୍ଶନ କରିବେ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଠାରୁ ରାଷ୍ଟ୍ରପତି କୋଣାର୍କ ଫେରିବେ। ସେଠାରେ ମଧ୍ୟାହ୍ନ ଭୋଜନ କରି କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ଏହାପରେ ଅପରାହ୍ନରେ ସେ ସିଧା ଭୁବନେଶ୍ବର ବିମାନ ବନ୍ଦରରୁ ନୂଆଦିଲ୍ଲୀ ଫେରିଯିବେ। ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜଗନ୍ନାଥ ଧାମ ଗସ୍ତ ପୂର୍ବରୁ ପୁରୀ ବେଳାଭୂମିରେ ତାଙ୍କର ବାଲୁକା କଳା କରାଯାଇ ସ୍ବାଗତ କରାଯାଇଛି। ଏହି ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଭାରତର ପ୍ରଥମ ମହିଳା ସବିତା କୋବିନ୍ଦଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି।

Read More

ରାଉରକେଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Read More

ରାଉରକେଲା, ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଂଚାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି । ରାଉରକେଲା ଇସ୍ପାତ କାରଖାନାରେ ଆଜି ଏକ ଅତ୍ୟାଧୁନିକ ହସ୍‌ପିଟାଲର ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି । ଏହି ଅଂଚଳ ଆଜି ପର୍ଯ୍ୟନ୍ତ ଏକ ଅତ୍ୟାଧୁନିକ ହସ୍‌ପିଟାଲ ସୁବିଧାରୁ ବଂଚିତ ଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି । ୬ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ପାତ ଜେନେରାଲ ହସ୍‌ପିଟାଲକୁ ଏକ ସୁପର ସ୍ପେସିଆଲିଟି ହସ୍‌ପିଟାଲ ରୂପରେ ବିକଶିତ କରିବା ନିମନ୍ତେ ଆଧାର ଶିଳା ରଖିଥିଲେ ଏବଂ ଆଜି ଏହା ସ୍ଥାନୀୟ ଲୋକଙ୍କ ସେବା ନିମନ୍ତେ ପ୍ରସ୍ତୁତ ହୋଇଯାଇଛି । ଏହି ହସ୍‌ପିଟାଲ କେବଳ ଓଡିଶା ନୁହେଁ, ବରଂ ପଡୋଶୀ ଝାଡଖଣ୍ଡ ଓ ଛତିଶଗଡର ଲୋକମାନଙ୍କ ଅତ୍ୟାଧୁନିକ ଚିକିତ୍ସା ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟସେବା…

Read More

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କିଛି ଦିନ ତଳେ ଫଟା ଜିନ୍ସ ଉପରେ ବୟାନ ରଖି ସମଗ୍ର ଦେଶରେ ସମାଲୋଚନାର ଶିକାର ହୋଇଥିଲେ। ହେଲେ ପୁଣି ଥରେ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି। ଆଜି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଆମେରିକା ଆମ ଉପରେ ୨୦୦ ବର୍ଷ ଶାସନ କରିଥିବା କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ରାୱତ ଭାରତରେ କରୋନା ସ୍ଥିତିକୁ ନେଇ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରୁଥିଲେ। ଏହି ଅବସରରେ ଭାରତ କରୋନା ଲଢାଇରେ ଅନ୍ୟ ଦେଶ ଅପେକ୍ଷା ଆଗରେ ରହିଛି ବୋଲି ରାୱତ କହିଥିଲେ। ଏହା ସହିତ ଆମେରିକା ଯିଏ କି ଆମକୁ ୨୦୦ ବର୍ଷ ଶାସନ କରିଥିଲା। ସେହି ଦେଶ ଏବେ କରୋନା ପାଇଁ ସଂଘର୍ଷ କରୁଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଥିଲେ ଯେ, କରୋନା ମହାମାରୀରୁ ପ୍ରଧାନମନ୍ତ୍ରୀ ଆମକୁ ବଞ୍ଚାଇବାର କାମ…

Read More

କଲିକତା: ପଶ୍ଚିମବଙ୍ଗ ପାଇଁ ଆଜି ଭାରତୀୟ ଜନତା ପାର୍ଟି ନିଜର ସଂକଳ୍ପ ପତ୍ର ଜାରି କରିଛି। ସଂକଳ୍ପ ପତ୍ର ଜାରି କରିବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୁନାର ବଙ୍ଗଳା ଗଢିବା ଲକ୍ଷ୍ୟ ବୋଲି କହିଛନ୍ତି। ଜାଣନ୍ତୁ ବିଜେପିର ସଙ୍କଳ୍ପ ପତ୍ର ବିଷୟରେ: ୧- ମହିଳାଙ୍କ ପାଇଁ ସରକାରୀ ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ ରଖାଯିବ। ୨- ରାଜ୍ୟବାସୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଇପାରିବେ। ମମତା ବାନାର୍ଜୀ ସମୟରେ ବକେୟା ୩ ବର୍ଷର ୭୫ ଲକ୍ଷ କୃଷକଙ୍କୁ ୧୮ ହଜାର ଟଙ୍କା ସିଧା ଆକାଉଣ୍ଟରେ ଜମା ହେବ। ପ୍ରତ୍ୟେକ ବର୍ଷ କୃଷକଙ୍କ ପାଇଁ ୧୦ ହଜାର ଟଙ୍କା। ଯେଉଁଥିରେ କେନ୍ଦ୍ର ସରକାରର ୬ ହଜାର ସହିତ ରାଜ୍ୟ ସରକାର ପକ୍ଷରୁ ୪ ହଜାର ପ୍ରତ୍ୟେକ ବର୍ଷ ସିଧା କୃଷକଙ୍କ ଆକାଉଣ୍ଟରେ ଜମା ହେବ। ମତ୍ସ୍ୟ ପାଳକଙ୍କୁ ପ୍ରତ୍ୟେକ ବର୍ଷ ୬ ହଜାର ଟଙ୍କା ମିଳିବ। ୩-…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୦, କଟକରୁ ୭, ଖୋର୍ଦ୍ଧାରୁ ୭, ମୟୂରଭଞ୍ଜରୁ ୭, ଅନୁଗୁଳରୁ ୫, ବରଗଡରୁ ୪, ଯାଜପୁରରୁ ୪, ଗଞ୍ଜାମରୁ ୩, ନୟାଗଡରୁ ୨, ସମ୍ବଲପୁରରୁ ୨, ବାଲେଶ୍ବରରୁ ୧, ଝାରସୁଗୁଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୮୧୭ କୁ ବୃଦ୍ଧି ହୋଇଛି। ତେବେ ୭୨୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଧୁଆଁଳ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ୨୬ ବର୍ଷୀୟ ଯୁବକଙ୍କ ପ୍ରାଣହାନୀ ଘଟିଛି। ସୂଚନା ମୁତାବକ ଚିଲିକା ବ୍ଲକ ସୋରଣ ଗ୍ରାମର ସାଗର ସାହୁ ଆଜି ଅପରାହ୍ନରେ ବାଣପୁରରୁ ଏକ କାର୍ଯ୍ୟ ସାରି ବନ୍ଧୁଙ୍କ ସହ ଏକ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ତେବେ ପାଖାପାଖି ୫ ଘଟିକା ସମୟରେ ଧୂଆଁଳ ଛକ ନିକଟରେ ଏକ ଅଜଣା ସ୍କୋର୍ପିଓ ଗାଡି ସାଗରଙ୍କ ବାଇକର ପଛପଟୁ ଧକ୍କା ଦେଇଥିଲା। ଯଦ୍ୱାରା ସାଗର ବାଇକରୁ ଛିଟିକି ରୋଡ଼ରେ ପଡ଼ିଥିଲେ ଏବଂ ଏକ ସିମେଣ୍ଟ ଖୁଣ୍ଟିରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଅନୁରୂପ ଭାବେ ବାଇକ ପଛରେ ବସିଥିବା ତାଙ୍କ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ…

Read More

ନୂଆଦିଲ୍ଲୀ: ଅନ୍ତିମ ଟି-୨୦ରେ ଇଂଲଣ୍ଡର ଜୋଶ୍ ବଟଲର ଆଉଟ ହେବା ପରେ ଭାରତୀୟ ଅଧିନାୟକ ଆକ୍ରମଣାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯେଉଁଥିରେ ଗଣମାଧ୍ୟମ ଏବଂ ଖେଳାପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାଫଳରେ ଏହି ଖବର ମ୍ୟାଚ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ପହଞ୍ଚିସାରିଛି। ସେଥିପାଇଁ ବିରାଟଙ୍କ ଉପରେ ପ୍ରତିବନ୍ଧକ ଲାଗିପରେ। କିନ୍ତୁ ଏହି ପ୍ରତିବନ୍ଧକ କେଉଁ ପ୍ରକାର ହେବ, ତାହା ଦେଖିବା ବାକି ରହିଛି। ଉଲ୍ଲେଖ ଯୋଗ୍ୟ ଯେ, ଅନ୍ତିମ ମ୍ୟାଚରେ ଇଂଲଣ୍ଡର ପ୍ରାରମ୍ଭିକ ପାଳି ଖରାପ ଥିଲା। ଜେସନ ରୟ କୌଣସି ରନ କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ। ହେଲେ ଏହାପରେ ଯଶ ବଟଲର ଏବଂ ଡ଼େବିଡ଼ ମଲାନ ଧୂଆଁଧାର ବ୍ୟାଟିଂ କରି ୧୩୦ ରନର ପାର୍ଟନରଶିପ କରିଥିଲେ। ବଟଲର ୫୨ ରନ କରିଥିବା ବେଳେ ଭୁବନେଶ୍ଵର କୁମାରଙ୍କ ଶିକାର ହୋଇଥିଲେ। ତେବେ ବଟଲର ଆଉଟ ହେବା ପରେ ଭାରତୀୟ ଅଧିନାୟକଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ କ୍ୟାମେରାରେ ଦେଖିବାକୁ ମିଳିଥିଲା। ଯାହାଦ୍ବାରା…

Read More

ନୂଆଦିଲ୍ଲୀ: ଟେଷ୍ଟ ସିରିଜ ଏବଂ ଟି-୨୦ ସିରିଜ ପରେ ଆସନ୍ତା ୨୩ ତାରିଖ ଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଏଥିପାଇଁ ଇଂଲଣ୍ଡ ଦଳ ଖେଳାଳିଙ୍କ ନାମ ଘୋଷଣା କରିଛି। ଟି-୨୦ ସିରିଜର ସଫଳ ଦ୍ରୁତ‌ ବୋଲର ଜୋଫ୍ରା ଆର୍ଚର ଏବଂ କ୍ରିସ୍‌ ଜୋର୍ଡାନ ଟିମରୁ ବାଦ ପଡ଼ିଛନ୍ତି। ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ୍‌ଙ୍କୁ ଦଳରେ ସ୍ଥାନ ମିଳିନଥିବା ବେଳେ ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ପ୍ରଥମ ଥର ଦଳରେ ସୁଯୋଗ ମିଳିଛି। ଘୋଷିତ ଇଂଲଣ୍ଡ ଦଳ: ଇଅନ ମୋର୍ଗନ (ଅଧିନାୟକ), ମୋଇନ ଅଲି, ଜନି ବୈରଷ୍ଟୋ, ସାମ ବିଲ୍ଲିଂସ, ଯଶ ବଟଲର, ସାମ କୁରାନ, ଟମ କୁରାନ, ଲିୟାମ ଲିଭିଙ୍ଗଷ୍ଟୋନ, ମାଟ୍ ପାର୍କିନସନ,  ଆଦିଲ ରଶିଦ, ଜେସନ ରୟ, ବେନ ଷ୍ଟ୍ରୋକ୍ସ, ରିସି ଟୋପ୍ଲେ ଏବଂ ମାର୍କ ଉଡ଼।

Read More