‘ସାଇଲେଣ୍ଟ କିଲର’ର ରୂପ ନେଉଛି କରୋନା: ମୁମ୍ବାଇରେ ୯୧ ହଜାରରୁ ୭୪ ହଜାରଙ୍କ ମଧ୍ୟରେ ନାହିଁ ଲକ୍ଷଣ

Published: Mar 31, 2021, 2:27 pm IST

ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ହେଲା ଲଗାତାର ୩୦ ହଜାରାରୁ ଉର୍ଦ୍ଧ୍ଵ କରୋନା ମାମଲା ଦେଖିବାକୁ ମିଳୁଛି। ମହାରଷ୍ଟ୍ରରେ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଛି ବୋଲି ବିଏମସି କମିଶନର ଇକବାଲ୍ ସିଂହ ଚହଲ କହିଛନ୍ତି। ମୁମ୍ବାଇରେ କେବଳ ୪୯ ଦିନରେ ୯୧ ହଜାର କେସ୍ ଆସିଛି।

କମିଶନରଙ୍କ ମୁତାବିକ ମୁମ୍ବାଇରେ ୭୪ ହଜାର କେସ୍ ଅଛି, ଯେଉଁଥିରେ କୌଣସି ଲକ୍ଷଣ ଦେଖାଯାଇନି। ତେଣୁ କରୋନା ଏବେ ଏକ ସାଇଲେଣ୍ଟ କିଲର ଭାବେ ଦେଖାଯାଉଛି। ମୋଟ ୯୧ ହଜାର କେସରୁ ମାତ୍ର ୧୭ ହଜାର ମାମଲାରେ ଲକ୍ଷଣ ଦେଖାଯାଇଛି। ଲକ୍ଷଣ ନଥିବା ଆକ୍ରାନ୍ତଙ୍କ ଦେହରେ ଷ୍ଟାମ୍ପ ଲଗାଯାଉଛି। ଯଦି ସର୍ବସାଧାରଣ ସ୍ଥାନ ମଧ୍ୟକୁ ସେମାନେ ଯାଅନ୍ତି, ତେବେ ତାଙ୍କ ନାଁରେ ଏତଲା କରାଯାଇ ଗିରଫ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।

Related posts