ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର 50ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦୁଇଟି ପରମର୍ଶ ଦେଇଛନ୍ତି। ସେହି ଦୁଇଟି ପରାମର୍ଶକୁ ଉତ୍କଳ ବିଶ୍ବବିଦ୍ୟାଳୟ କାର୍ଯ୍ୟକାରୀ କରୁ ବୋଲି ଉପରାଷ୍ଟ୍ରପତି ଆସା କରିଛନ୍ତି। ତାଙ୍କ ଅଭିଭାଷଣରେ ସେ ଏହି ଦୁଇଟି ପ୍ରସ୍ତାବ ସଂପର୍କରେ ଯାହା କହିଲେ ତାହା ହେଲା.. ” ଓଡ଼ିଶାର ଏକ ବିଶେଷତ୍ୱ ହେଉଛି ଏଠାରେ ଆଦିବାସୀମାନେ ଅଧିକ ସଂଖ୍ୟାରେ ବାସ କରନ୍ତି । ଏଠାରେ ୬୨ ପ୍ରକାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକ ଅଛନ୍ତି । ଓଡ଼ିଶାର ମୋଟ ଜନସଂଖ୍ୟାର ୨୩ ଶତାଂଶ ଆଦିବାସୀ । ଭାରତର ମୋଟ ଆଦିବାସୀ ଜନସଂଖ୍ୟାର ୯.୧୭ ଶତାଂଶ ଲୋକ ଓଡ଼ିଶାରେ ବାସ କରନ୍ତି । ତେଣୁ ଏହି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ଓ କଲ୍ୟାଣ ଆମର ପ୍ରାଥମିକତା ହେବା ଉଚିତ। ଏଠାରେ ମୁଁ ଯୋରଦେଇ ସହ କହିବାକୁ ଚାହେଁ ଯେ ଆଦିବାସୀଙ୍କ ପ୍ରତି ଆମର ଦୃଷ୍ଟିକୋଣରେ…
Author: Samikhsya Bureau
ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର 50 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ତେବେ ପ୍ରଥମ କେତେ ଧାଡି ସେ ଓଡିଆରେ ଅଭିଭାଷଣ ରଖିଥିଲେ। ଏହି ଅବସରରେ ସେ ଯାହା କହିଲେ ତାହା ହେଲା.. ମନୋରମ ମନ୍ଦିର ନଗରୀ ଭୁବନେଶ୍ୱରରେ ଅବସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମୁଁ ବିଶେଷ ଆନନ୍ଦିତ । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ତଥା ଅବିଭକ୍ତ ଭାରତର ସପ୍ତଦଶ ବିଶ୍ୱବିଦ୍ୟାଳୟ ହୋଇଥିବା ଜାଣି ଖୁସି ହେଲି । ମୋଟ ୨୭ଟି ସ୍ନାତକୋତ୍ତର ବିଭାଗ, ୮ଟି ସେଣ୍ଟର ଅଫ ଏକ୍ସଲେନ୍ସ ଓ ଗୋଟିଏ ଇଣ୍ଟର ନ୍ୟାସନାଲ ସେଲ୍ ସହିତ ଏହି ବିଶ୍ୱବିଦ୍ୟାଳୟ ଯଥାର୍ଥରେ ଓଡ଼ିଶାର ଶିକ୍ଷା କ୍ଷେତ୍ରର ଏକ ଆକର୍ଷଣ । ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ ବା ‘ନ୍ୟାକ୍’ ଦ୍ୱାରା ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏ+ ଗ୍ରେଡ୍ ମାନ୍ୟତା ପାଇଥିବାରୁ ମୁଁ ଏହି ଶିକ୍ଷାନୁଷ୍ଠାନକୁ ଅଭିନନ୍ଦନ ଜଣାଉଛି ।…
ମେରଠ: ଉତ୍ତରପ୍ରଦେଶର ମେରଠ ଥାନା ଅନ୍ତର୍ଗତ କୋତବାଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟିୟୁସନରୁ ଫେରୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଚାରି ଜଣ ଯୁବକ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ପୀଡ଼ିତା ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ଶୁଣିବାକୁ ମିଳିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ପୀଡ଼ିତା ଜଣଙ୍କ ଟିୟୁସନରୁ ଫେରୁଥିବା ବେଳେ ସେହି ଗ୍ରାମର ଚାରି ଜଣ ଯୁବକ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। ଆହତ ଅବସ୍ଥାରେ ସେ ଘରକୁ ଫେରି ବିଷ ପାନ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଏବେ ଫେରାର ଅଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କାର ଏକ ସେତୁ ଉଦଘାଟନ କରିଛନ୍ତି। ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ପରିବର୍ତ୍ତନ କରାଯାଇ ଏହାକୁ ନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ବରକୁ ଦୂରତ୍ବ ମଧ୍ୟ କମିବ । ଏହାଦ୍ବାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଯୋଗାଯୋଗରେ ସୁବିଧା ଆସିବ। ଏହି ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଗଞ୍ଜାମ ଜିଲ୍ଲା ଆମ ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା ଓ ବାଣିଜ୍ୟ କେନ୍ଦ୍ର । ଜିଲ୍ଲାର ଜନସାଧାରଣ ସେମାନଙ୍କ ପରିଶ୍ରମ ପାଇଁ ସୁନାମ କରିଛନ୍ତି । ଏହି ସେତୁ ଦ୍ବାରା ଜିଲ୍ଲାର ବାଣିଜ୍ୟ କାରବାର, ପର୍ୟ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ମୁଁ ଆଶା କରୁଛି ।” ବିକାଶ ପାଇଁ ଭିତ୍ତିଭୂମି…
ଲକ୍ଷ୍ନୌ: ବରିଷ୍ଠ ନାଗରିକ ଭରଣପୋଷଣ କଲ୍ୟାଣ ଅଧିନିୟମ-୨୦୧୭ ଆଇନରେ ସଂଶୋଧନ ପାଇଁ ଉତ୍ତରପ୍ରଦେଶ ରାଜ୍ୟ ବିଧି ନିୟମ ଦ୍ଵାରା (ୟୁପିଏସଏଲସି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ମୁଖରେ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ଯେଉଁ ଆଇନ ବଳରେ ଉତ୍ତରାଧିକାରୀଙ୍କ ଦ୍ଵାରା ଦୁର୍ବ୍ୟବହାର କରାଗଲେ ବରିଷ୍ଠ ନାଗରିକମାନେ ତାଙ୍କ ସମ୍ପତ୍ତି ଫେରସ୍ତ ନେଇପାରିବେ। ୟୁପିଏସଏଲସିର ପ୍ରସ୍ତାବ ଅନୁଯାୟୀ, ବରିଷ୍ଠ ବ୍ୟକ୍ତିଙ୍କ ଦ୍ଵାରା ଉପହାର ସ୍ୱରୂପ ଦିଆଯାଇଥିବା ସମ୍ପତ୍ତିଙ୍କୁ ଅଭିଯୋଗ ପରେ ମଧ୍ୟ ବାତିଲ କରାଯିବ। ଏହାସହ ଯଦି ବରିଷ୍ଠ ନାଗରିକଙ୍କୁ ଘରେ ରହୁଥିବା ପିଲାମାନେ କିମ୍ବା ସମ୍ପର୍କୀୟ ଯତ୍ନ ନିଅନ୍ତି ନାହିଁ କିମ୍ବା ଖରାପ ବ୍ୟବହାର କରନ୍ତି, ତେବେ ସେମାନଙ୍କୁ ଘରୁ ବାହାର କରାଯାଇପାରିବ। ଏହି ଅଧିନିୟମ ଅନୁସାରେ ଯେଉଁ ବରିଷ୍ଠ ନାଗରିକମାନେ ରୋଜଗାରକ୍ଷମ ନୁହନ୍ତି କିମ୍ବା ନିଜେ ଚଳିବା ପାଇଁ ଅସମର୍ଥ ଅଟନ୍ତି, ସେହି ସମୟରେ ସନ୍ତାନ ଏବଂ ସମ୍ପର୍କୀୟମାନଙ୍କ ଦ୍ଵାରା କେବଳ ଭରଣପୋଷଣ ପାଇଁ ସମ୍ପତ୍ତି ଉପରେ ଅଧିକାର ରହିବ।
ରାଜଭବନରେ ଦୁଇ ଝିଅଙ୍କ ସହିତ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ସାଂସଦ ଅମର ପଟ୍ଟନାୟକ
ଭୁବନେଶ୍ବର: ଆଜି ରାଜ୍ୟରେ ୪୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୪୩୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୮୨୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୮ ଟି ଜିଲ୍ଲାରୁ ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୫ ଜଣ, ନୂଆପଡା ଜିଲ୍ଲାରୁ ୭୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୯ ଜଣ,…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୮୯ ହଜାର ୧୨୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୩ ଲକ୍ଷ ୯୨ ହଜାର ୨୬୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୧୧୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୬୯ ହଜାର ୨୪୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୫୮ ହଜାର ୯୦୯ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଆଜି ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁଙ୍କ ଓଡିଶା ଗସ୍ତର ଶେଷ ଦିନ। ଆଜି ସେ ଉତ୍କଳ ବିଶ୍ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ନୂଆ ଦିଲ୍ଲୀ ଫେରିଯିବେ। ଆଜି ଏହି ସମାବର୍ତ୍ତନ ଉତ୍ସବରେ ସେ ପାଞ୍ଚ ଜଣଙ୍କୁ ସମ୍ମାନ ଜନକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିବେ। ସେମାନେ ହେଲେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମହାଲେଖାନିୟନ୍ତ୍ରକ ଗିରିଶ ଚନ୍ଦ୍ର ମୁର୍ମୁ, ବିଚାରପତି ସଂଜୁ ପଣ୍ଡା, ଭାବା ଗବେଷଣା କେନ୍ଦ୍ରର ଅଜିତ ମହାନ୍ତି ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଠା ବିଜୟ କୁମାର ସାହୁ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବାଣୀବିହାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ସମସ୍ତଙ୍କର କୋଭିଡ ଟେଷ୍ଟ ମଧ୍ୟ କରାଯାଉଛି।
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମାନବ ସମାଜକୁ ବହୁ ନୀତି ବାଣୀ ପ୍ରଦାନ କରିଛନ୍ତି। ସେହିପରି ଏକ ବାଣୀ ହେଲା ଯେ, ଗୋପନୀୟ କଥାକୁ ବାହାରେ ପ୍ରଘଟ କଲେ ମଣିଷର ଅବସ୍ଥା କଣ ହୁଏ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ କହିବା କଥା ହେଲା ଯେ, ଯଦି ଜଣେ ଗୋପନ କଥା ବାହାରେ ପ୍ରଘଟ କଲା ତେବେ ତାହାର ଅବସ୍ଥା ପରବର୍ତ୍ତି ସମୟରେ ଭଲ ହେବ ନାହିଁ। ଏହାର ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ସାପ ମୁଷା ଗାତରେ ପଶିରେ ଲାଭ ଅଛି। ହେଲେ ସେ ଯଦି ଉଈ ହୁଙ୍କାରେ ପଶିଲା ତେବେ ସାପ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଉଈଙ୍କ ଦ୍ବାରା ତାହାର ମୃତ୍ୟୁ ହୋଇଯାଏ। ସେହପିର ଖଳ ପ୍ରକୃତିର ଲୋକେ ନିଜର ବାହାଦୂରୀ ଦେଖାଇବା ପାଇଁ ଗପନ କଥା ପ୍ରକାଶ କରନ୍ତି। ସେହି ସମୟରେ ସେ ହୁଏତ ଭଲ ହୋଇପାରେ। ହେଲେ ପରବର୍ତ୍ତି ସମୟରେ…
ମେଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ବୃଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ମିଥୁନ: – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ…
ମେଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ତୂଳା : – ବିବାଦକୁ ପ୍ରୋତ୍ସାହନରୁ ଦୂରେଇ ରୁହନ୍ତୁ। ତତ୍ପରତା ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ପ୍ରୟାସ ସଫଳ ହେବ। ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ। କିଛି ବଡ କରିବାର ଇଚ୍ଛା ହେବ।
ବିଛା: – ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଜଣେ ବ୍ୟକ୍ତି ସହିତ ବିନା କାରଣରେ ବିବାଦ ହୋଇପାରେ । ଦୌଡାଦୌଡି ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ବେପରୁଆ ହୁଅନ୍ତୁ ନାହିଁ। କିଛି ଦୁଃଖଦ ଖବର ପାଇବାର ସମ୍ଭାବନା ଅଛି । ମକର : – ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟ ବୃଦ୍ଧି ପାଇବ। ଅଂଶୀଦାରମାନଙ୍କଠାରୁ ଭିନ୍ନତା ପରିସ୍ଥିତିକୁ ଅନୁକୂଳ କରିବ। କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ବଦନାମ ହୋଇପାରନ୍ତି, ସାବଧାନ ରୁହନ୍ତୁ ।
ମୀନ: – ସୁଖ ବୃଦ୍ଧି ପାଇବ। ଏକ ଚିତ୍ତାକର୍ଷକ ମାର୍ଗ ପ୍ରସ୍ତୁତ କରାଯାଇପାରିବ । ଛାତ୍ରମାନେ ସେମାନଙ୍କର କାର୍ଯ୍ୟକୁ ସଫଳତାର ସହିତ କରିବାକୁ ସମର୍ଥ ହେବେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ। ମିଥୁନ: – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଭାଗ୍ୟ ଆପଣଙ୍କ ସହିତ ରହିବ ।
କର୍କଟ : – ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ । ଧନୁ: – ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି । ଯାନ ଏବଂ ଯନ୍ତ୍ରପାତି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ଶାରୀରିକ ଯନ୍ତ୍ରଣା ଦ୍ୱାରା କରାଯାଇଥିବା କାର୍ଯ୍ୟରେ ବ୍ୟାଘାତ ହୋଇପାରେ। ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ।
ସିଂହ : – ଶତ୍ରୁତା ରହିବ । ପୂଜାରେ ନିୟୋଜିତ ହେବେ। ବ୍ୟବସାୟରୁ ଲାଭ ବୃଦ୍ଧି ହେବ। କୋର୍ଟ ଇତ୍ୟାଦିରେ ପରିସ୍ଥିତି ଅନୁକୂଳ ହେବ। ଏକ ବିବାଦରେ ବିଜୟ ହାସଲ କରାଯାଇପାରେ । କୁମ୍ଭ: – ମାନସିକ ଅସ୍ଥିରତା ଦେଖାଯିବ। ବନ୍ଦ କାର୍ଯ୍ୟଗୁଡିକ କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟରେ ଗତି କରିବ। ବିବାଦର ସମାଧାନ ହୋଇପାରିବ । ଜୀବନସାଥୀ ଉପହାର ଦେବାର ସୁଯୋଗ ପାଇବେ।
ବୃଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । କନ୍ୟା: ଦୂରରୁ ଭଲ ଖବର ଗ୍ରହଣ କରାଯିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କୁ ସମର୍ଥନ କରିବେ । ପରିବାରରେ ଯେ କୈଣସି ଚାହିଦା କାମ ସମ୍ଭବ । ଅସ୍ଥିରତା ହୋଇପାରେ ।
କଟକରେ ଆୟୋଜିତ ସାରଳା ସାହିତ୍ୟ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ସହିତ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର 11ଟି ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହୋଇପଡିଛି। ଏହି ସ୍ଥିତିର ସମୀକ୍ଷା କରିଥିଲେ କ୍ୟାବିନେଟ ସଚିବ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକର ବିସ୍ତୃତ ସମୀକ୍ଷା ପରେ କ୍ୟାବିନେଟ ସଚିବ ଟୀକାକରଣକୁ ବଢାଇବା ଏବଂ କୋଭିଡ ସଂକ୍ରାନ୍ତୀୟ ଉପଯୁକ୍ତ ଆଚରଣର କଡାକଡି କାର୍ଯ୍ୟାନୁଷ୍ଠାନ ସହିତ କଣ୍ଟେନେମେଣ୍ଟଣ୍ଟ ଏବଂ ତଦାରଖ ଉପରେ କଡା କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ ବୋଲି କହିଛନ୍ତି । ରାଜ୍ୟମାନଙ୍କୁ ବିଶେଷ ଭାବରେ ଏ ସଂକ୍ରାନ୍ତରେ କୁହାଯାଇଥିଲା: ● ନିୟମିତ ଭାବେ ପରୀକ୍ଷା ବୃଦ୍ଧି ସହିତ ସକାରାତ୍ମକତା ୫% କିମ୍ବା ୫% ରୁ କମ୍ ବୋଲି ନିଶ୍ଚିତ କରନ୍ତୁ ● ସମୁଦାୟ ପରୀକ୍ଷଣର ୭୦% RT-PCR ନିଶ୍ଚିତ କରିବାକୁ ଧ୍ୟାନ ଦିଅନ୍ତୁ ● ପରୀକ୍ଷା ଲ୍ୟାବ ସହିତ ନିୟମିତ ସମୀକ୍ଷା ସହିତ ପରୀକ୍ଷା ଫଳାଫଳର ଅପେକ୍ଷା ସମୟ ହ୍ରାସ କରନ୍ତୁ ● ଜନବହୁଳ ଅଞ୍ଚଳରେ ଏବଂ ଯେଉଁଠାରେ ନୂଆ କ୍ଲଷ୍ଟରଗୁଡିକ ଉତ୍ପନ୍ନ ହେଉଛି…
ନୂଆଦିଲ୍ଲୀ, କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ଡିଜି ପୋଲିସ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ଗତ ଦୁଇ ସପ୍ତାହରେ ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ବୃଦ୍ଧି ପାଉଥିବା କୋଭିଡ-୧୯ ସଂକ୍ରମଣ ଓ ମୃତ୍ୟୁ ନେଇ ହୋଇଥିବା ରିପୋର୍ଟ ଉପରେ ଫୋକସ୍ କରିଛନ୍ତି । ପନ୍ଦର ଦିନ ମଧ୍ୟରେ କୋଭିଡ ସ୍ଥିତିର କ୍ରମାଗତ ଅବନତି ହେତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଚିବ ଦର୍ଶାଇଛନ୍ତି ଯେ ମାର୍ଚ୍ଚ ୨୦୨୧ ରେ ବର୍ତ୍ତମାନର କୋଭିଡ ମାମଲା ଅଭିବୃଦ୍ଧି ହାର ୬.୮% ରହିଛି ଯାହାକି ପୂର୍ବବର୍ଷର ରେକର୍ଡ ୫.୫% (ଜୁନ୍ ୨୦୨୦) ରେକର୍ଡକୁ ଅତିକ୍ରମ କରିଛି । ଏହି ସମୟରେ ଦେଶରେ କୋଭିଡ ମୃତ୍ୟ କ୍ଷେତ୍ରରେ ୫.୫% ଅଭିବୃଦ୍ଧି ହାର ମଧ୍ୟ ରିପୋର୍ଟ ହୋଇଛି । ସେପ୍ଟେମ୍ବର ୨୦୨୦ ରେ କୋଭିଡ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ନିକଟରେ ଜଣେ ବ୍ୟକ୍ତିଙ୍କୁ ଲୁଟ ଓ ଆକ୍ରମଣର ଶିକାର ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଆଜି ସଂଧ୍ୟା ପାଖାପାଖି ୭ ଘଟିକା ସମୟରେ ତୁମୁରାପୁଟ ଶାସନ ନିବାସୀ ସୁବ୍ରତ କୁମାର ପଣ୍ଡା(୪୫) ଏକ ବାଇକ ଯୋଗେ ଅରାଙ୍ଗ ନିକଟସ୍ଥ ମା ତାରିଣୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। ତେବେ ଉକ୍ତ ସମୟରେ ସାନ ସିରେଇପୁର ବିଟ ନିକଟରେ ତିନି ଜଣ ଦୁର୍ବୁତ୍ତ ଏକ ନୀଳ ରଙ୍ଗର ସ୍କୁଟିରେ ଆସି ସୁବ୍ରତଙ୍କୁ ମାରଣାସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନିକଟରୁ ଚାରି ହଜାର ଟଙ୍କା ଓ ଏକ ମୋବାଇଲ ଲୁଟିନେଇ ଫେରାର ହୋଇଯାଇଥିଲେ। ସେହି ସମୟରେ ସମ୍ପୃକ୍ତ ବାଟ ଦେଇ ଗାଡ଼ିରେ ଯାଉଥିବା କିଛି ବ୍ୟକ୍ତି ସୁବ୍ରତଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

