ଯେତେ ସୁନା କିଣିବା କଥା କିଣନ୍ତୁ, ଆଜି ସର୍ବାଧିକ ହ୍ରାସ ପାଇଲା ସୁନା ଦର

Published: Mar 23, 2021, 11:40 am IST

ଭୁବନେଶ୍ବର, ଆଜି ସୁନାଦର ସର୍ବାଧିକ ହ୍ରାସ ଘଟିଛି। ଗତ ମାସେ ଧରି ଏପରି ଏହାର ଦର ଏପରି ହ୍ରାସ ପାଇ ନ ଥିଲା। ଆଜି 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି ରହିଛି 41900 ଟଙ୍କା। ଗତକାଲି ଏହା ଥିଲା 42050 ଟଙ୍କା। ଅର୍ଥାତ ଗତକାଲିଠାରୁ ଏହା 150 ଟଙ୍କା ହ୍ରାସ ପାଇଁ ସର୍ବାଧିକ ତଳକୁ ଖସିଛି। ସେହିପରି 24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 45700 ଟଙ୍କା ଅଛି। ଗତକାଲି ଏହାର ମୂଲ୍ୟ 45880 ଟଙ୍କା ଥିଲା।

ଗତ ମାର୍ଚ୍ଚ 16 ତାରିଖରେ ସୁନାଦର ସର୍ବାଧିକ ହ୍ରାସ ପାଇଥିଲା। ସେଦିନ 22 କ୍ୟାରେଟ ସୁନା 10 ଗ୍ରାମକୁ 42010 ଟଙ୍କା ଥିଲା। ଗତକାଲି ଏହା 42050 ଟଙ୍କା ଥିଲା। ହେଲେ ଆଜି ଏହା ସର୍ବାଧିକ ତଳକୁ ଖସି 41900 ଟଙ୍କାକୁ ଚାଲିଆସିଛି। ଅର୍ଥନୈତିକ ବିଶେେଷଜ୍ଞଙ୍କ ଅନୁସାରେ ଏହି ଦର ଆହୁରି କମିବାର ସମ୍ଭାବନା ରହିଛି।

Related posts