Author: Samikhsya Bureau

କୋରେଇ: ସମାଜିକ ଗଣ ମାଧ୍ୟମରେ ହିନ୍ଦୁ ଧର୍ମ, ହିନ୍ଦୁ ପୁରାଣ ଶାସ୍ତ୍ର ଓ ହିନ୍ଦୁ ଦେବାଦେବୀଙ୍କୁ କଦର୍ଥ କରି ଲେଖା ଓ ଟିପ୍ପଣୀ ପ୍ରଦାନ କରୁଥିବା ମନୋରଂଜନ ଯେନାଙ୍କୁ ଗିରଫ କରି କଠୋର ଦଣ୍ଡ ବିଧାନ ନିମନ୍ତେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ମୁତାବକ ବଡଚଣା ଥାନା ଅନ୍ତର୍ଗତ ମନୋରଂଜନ ଯେନା ଦୀର୍ଘ ଦିନ ହେବ ସାମାଜିକ ଗଣମାଧ୍ୟମ ଓ ଫେସବୁକ୍ ମାଧ୍ୟମରେ ହିନ୍ଦୁ ଧର୍ମ ସର୍ମ୍ପକରେ କଦର୍ଥ ଟିପ୍ପଣୀ ମାନ ପୋଷ୍ଟ କରି ସମାଜରେ ହିଂସା ଓ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି। ଏହିଭଳି ନକାରାତ୍ମକ ଲେଖା ସମାଜରେ ପ୍ରତ୍ୟେକ ଦିନ ଅଶାନ୍ତର ବିଷ ମଂଜି ବୁଣି ଚାଲିଛି। ଏଭଳି କାର୍ଯ୍ୟକଳାପକୁ ରୋକା ନଗଲେ ନିଆଁ ଭଳି କୁହୁଳୁଥିବା ଅସନ୍ତୋଷ ସମଗ୍ର ରାଜ୍ୟକୁ ବ୍ୟାପିବ। ତେଣୁ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି…

Read More

ଭୁବନେଶ୍ବର, ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡା ଏବଂ କୋରାପୁଟ ପାଇଁ ଏକ ନୂଆ ଘୋଷଣା କରିବେ। ତାହା ହେଲା କୋରାପୁଟର ଜୟପୁରରେ ଏକ ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଜିଲ୍ଲା ବିଜ୍ଞାନ କେନ୍ଦ୍ର ଭାବେ ସେଠାରେ କାର୍ଯ୍ୟ କରିବ। ସେହିପରି ରାୟଗଡାରେ ଏକ ପ୍ଲାନେଟୋରିୟମର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଦୁଇ ପ୍ରକଳ୍ପ ପାଇଁ ଡିଜାଇନିଂ ପ୍ରସ୍ତୁତ ହୋଇସାରିଛି। ଏହି ଦୁଇ ପ୍ରକଳ୍ପକୁ ନବୀନ ଭିଡିଓ କଂନପ୍ରେସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

Read More

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କୋରୋଡ଼ା ପଚାଂୟତ ଚାଚଂଡ଼ାପଲ୍ଲୀ ଗ୍ରାମର ମୋହିନୀ ନାୟକ ନାମକ ଜଣେ ବିବାହିତ ମହିଳା ଘରୁ ୨ ଲକ୍ଷ ଟଙ୍କା ଓ ତିନି ପିଲାଙ୍କୁ ନେଇ ଫେରାର୍ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ସ୍ୱାମୀ ବାବୁଲା ନାୟକ ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୋହିନୀ ଦୁଇ ପୁଅ ଓ ଝିଅ ସହ ଚାଂଚଡ଼ାପଲ୍ଲୀ ସ୍ଥିତ ଭଉଣୀ ଘରୁ ପୋଡ଼ାମାରୀ ଯାଇଥିଲେ। ସେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବାବୁଲା ଦିଗପହଣ୍ଡି ଥାନାରେ ଏତଲା କରିଛନ୍ତି।

Read More

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଦାସପୁର ଛକ ନିକଟରେ ଗତକାଲି ସକାଳେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରାକ୍ଟର ଓ ବାଇକ୍ କୁ ଜବତ କରିବା ସହ ଘଟଣାରେ ଟ୍ରାକ୍ଟର ଡ଼୍ରାଇଭରକୁ ଗିରଫ କରିଛି। ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି।

Read More

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ଜନୈକା ନାବାଳିକାକୁ ପ୍ରେମ ଓ ବିବାହର ପ୍ରତିଶୃତି ଦେଇ ଅପହରଣ ଓ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗରେ ଆସିକା ପୋଲିସ ଅଭିଯୁକ୍ତ ଅନିଲ୍ କୁମାର ସାହୁ (୨୦)ଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଅନିଲ ନାବାଳିକାକୁ ଘରୁ ଅପହରଣ କରି ନେଇ ବାହାର ସ୍ଥାନରେ ରଖି ନିୟମିତ ବଳପୂର୍ବକ ଶାରିରୀକ ସମ୍ପର୍କ ରଖୁଥିଲା। କିଛି ମାସ ପରେ ନାବାଳିକା ଜଣକ ଅନ୍ତଃସତ୍ୱା ଥିବା ଜାଣିବା ପରେ ଅଭିଯୁକ୍ତ ଓ ତାର ଭିଣୋଇ ଏକ କାର୍ ଯୋଗେ ନାବାଳିକାକୁ ଆଣି ଏକ ନିର୍ଜ୍ଜନ ସ୍ଥାନରେ ଛାଡି ଫେରାର୍ ହୋଇଯାଇଥିଲେ। ଏ ସମ୍ପର୍କରେ ନାବାଳିକାର ପରିବାର ଲୋକେ ଆସିକା ଥାନାରେ ଅଭିଯୋଗ କରିଥିଲେ। ଆସିକା ପୋଲିସ କେସ୍ ନଂ ୧୦୩/୨୧ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ ବ୍ରହ୍ମପୁର ପୋକସୋ…

Read More

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅନେକ ଯୁଗରୁ ଆଦିବାସୀ ପରମ୍ପରା ଅନୁସାରେ ଚାଲି ଆସିଛି ବଳି ପ୍ରଥା। ଜିଲ୍ଲାରେ ଆଦିବାସୀ ମାନଙ୍କ ଧରଣୀ ପେନୁ ଯାତ୍ରାବେଳେ ମାଟି ମାଆକୁ ପୂଜା କରାଯିବା ପାଇଁ ଏବଂ ଏହା ଦ୍ୱାରା ମାଟି ମାଆ ଖୁସି ହେବା ଦ୍ୱାରା ଭଲ ଫସଲ ହୁଏ ବୋଲି ଲୋକଙ୍କର ଏହି ବିଶ୍ୱାସ ପୂର୍ବରୁ ରହିଥିବାବେଳେ କାଳକ୍ରମେ ସରକାର ଏହାକୁ ଅନ୍ଧ ବିଶ୍ୱାସ ଦର୍ଶାଇବା ସହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ଏହି ପୂଜା ବେଳେ ଲୋକଙ୍କ ଚାଷ ଜମିରେ ପଶୁ ବଳି ଦେଲେ ଜମିରେ ଭଲ ଚାଷ ହେଉଥିବା ଏହି ବିଶ୍ୱାସ ଯୋଗୁଁ ଗ୍ରାମାଂଚଳର ଲୋକେ ପଶୁ ବଳି ପ୍ରଥାକୁ ଜାରୀ ରଖିଛନ୍ତି। ଏପରିକି ପୂର୍ବରୁ ମଣିଷ ବଳି (ମେରିଆ) ପ୍ରଥା ମଧ୍ୟ ଜିଲ୍ଲାରେ ଚାଲି ଆସିଛି। ହେଲେ କାଳକ୍ରମେ ଏହି ପ୍ରଥା ସବୁକୁ ଅନ୍ଧ ବିଶ୍ୱାସ ଭାବରେ ପରିଗଣିତ କରି ସରକାର ବଳି ପ୍ରଥାକୁ ବନ୍ଦ କରିଛନ୍ତି।…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୯୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୧ ଲକ୍ଷ ୩୯ ହଜାର ୫୧୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୩୪୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୧୨ ହଜାର ୪୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୭୦ ହଜାର ୧୨୬ ଆକ୍ଟିଭ୍‌ କେସ୍ ରହିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ହର୍ବାଲ ମେଳାର ଭାଗ୍ୟ ଓ ଭବିଷ୍ୟତ ଲେଖିବାରେ ଓଡ଼ିଶା ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ତତ୍ପରତା, ଆଗ୍ରହ, ଉତ୍ସାହ ସବୁ କିଛିକୁ ଧୂଳିସାତ୍ କରି ନିଜ ଇଚ୍ଛାରେ ନିଜେ ସବୁକିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଚାଲିଛି ଇଭେଣ୍ଟ ସଂସ୍ଥା। ଏଇ ଇଭେଷ୍ଟ ସଂସ୍ଥା ବ୍ରହ୍ମପୁର ହର୍ବାଲ ମେଳା ଆରମ୍ଭ ଦିନଠାରୁ ଅର୍ଥାତ୍ ୨୦୦୮ ରୁ ୨୦୨୧ ଭିତରେ ସର୍ବାଧିକ ଥର ଆୟୋଜନ କରି ବାହା ବାହା ନେଇ ଉପରସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇ ଆସି ସେଇ ସମାନ ତରିକାରେ ଆୟୋଜକ ଭାବରେ ଭେଟି ଦେଇ ଚାଲୁଛି ଯାହାବି ଅନେକ ପ୍ରଶ୍ନ ବଳୟରେ ରାଜ୍ୟ ଜଂଗଲ ଓ ପରିବେଶ ବଭାଗ ଛନ୍ଦି ହେବା ସ୍ୱାଭାବିକ। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଏଇ ମେଳାର ଅଧ୍ୟକ୍ଷ ଥିବାବେଳେ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ରାଜ୍ୟ କାର୍ଯ୍ୟନିର୍ବାହୀଙ୍କ ଦ୍ୱାରା ସବୁ ବ୍ୟବସ୍ଥା ଭୁବନେଶ୍ୱରରୁ ନିୟନ୍ତ୍ରିତ ହୁଏ। ଏଣୁ ଇଭେଣ୍ଟ ସଂସ୍ଥା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କୋକସରା ପୋଲିସ ପକ୍ଷରୁ ତନାଘନା ତଦନ୍ତ କରାଯାଇ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ମୋଟେର ଠାରେ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଶିକ୍ଷକଙ୍କ ଘରୁ ହୋଇଥିବା ଲୁଟ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଧରିବାକୁ ସକ୍ଷମ ହୋଇଥିବା ପ୍ରକାଶ। ପୋଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କଠାରୁ ଲୁଟ ହୋଇଥିବା ପ୍ରାୟ ନଅଲକ୍ଷ ଟଙ୍କାର ସାମଗ୍ରୀ ଜବତ କରି ଅଭିଯୁକ୍ତ (୧) ବାପି ଓରଫ ବାପିନା ବେହେରା (୨୬) ପିତା- ଜଳଧର ବେହେରା ଗ୍ରାମ- ବାଉନଶକିନା, ଥାନା ଭୂବନ ଜିଲ୍ଲା- ଢେଙ୍କାନାଳ (୨) ଦୀପୁ ଓରଫ ଦୀପକ କୁମାର ସ (୨୪) ପିତା- ରାମ କୁମାର ସ ଗ୍ରାମ- ବେଦବ୍ୟାସ ରାଉରକେଲା ଥାନା- ବ୍ରାହ୍ମଣି ତରଙ୍ଗ ଜିଲ୍ଲା ସୁନ୍ଦରଗଡ (୩) ସୂରଜ କୁମାର ମାଝୀ (୨୫) ପିତା ଉଦ୍ଧବ ମାଝୀ ଗ୍ରାମ ବାନ୍ଦୋପଲା ଥାନା ଟିଟିଲାଗଡ ଜିଲ୍ଲା ବଲାଙ୍ଗୀର କୁ ଗିରଫ କରି ସେମାନଙ୍କ କୋର୍ଟ ଚାଲାଣ କରାଯାଇଥିବା ପୋଲିସ…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ 5T କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି , ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିରେ 3ଟି ଆକାଂକ୍ଷା ହଷ୍ଟେଲ ଓ 68 ଟି ଅନ୍ୟ ଛତ୍ରାବାସ ଉଦଘାଟନ, ହଷ୍ଟେଲରେ ରହୁଥିବା 5.75 ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ , 50 ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି , ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହିସବୁ କାର୍ଯ୍ୟକ୍ରମ ଗୁଡିକ ବିଭାଗର କାର୍ଯ୍ୟକ୍ରମ ରେ ଅଧିକ ଦକ୍ଷତା ଓ ସ୍ବଚ୍ଛତା ଆଣିବାରେ ସହାୟକ ହେବ । ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଲେ ଯେ ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର । ଜନଜାତି ଭାଇଭଉଣୀ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ସେ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ…

Read More

ନୂଆଦିଲ୍ଲୀ, ବେଳେ ବେଳେ ଅନେକ ବ୍ୟକ୍ତି ଆର୍ଥିକ ପ୍ରତିବନ୍ଧକ ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ୟାରୁ ଉଦ୍ଧାର ପାଇବା ପାଇଁ ସେମାନେ ଅନେକ ଉପାୟରେ ଚେଷ୍ଟା କଲେ ମଧ୍ୟ ସେହି ସମସ୍ୟାରୁ ମୁକ୍ତି ପାଇପାରନ୍ତି ନାହିଁ। ଜାଣନ୍ତୁ ଏହାର ପ୍ରତିକାର ଯାହା ଦ୍ବାରା ଆପଣ ଏହି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ପୂଜା କଲେ ଆପଣଙ୍କର ଅର୍ଥର ଅଭାବ ରହିବ ନାହିଁ। କୌଣସି ଏକ ଶୁକ୍ରବାର ଦିନ ଆପଣ ଏହି ବ୍ରତ ପାଳନ କରନ୍ତୁ। ଗୋଟିଏ ଦିନ ଆପଣ କୌଣସି କାମ ରଖନ୍ତୁ ନାହିଁ। ସକାଳୁ ସ୍ନାନ ସାରି ଏହି ବ୍ରତ ଆରମ୍ଭ କରନ୍ତୁ। ସେହିଦିନ ଘରେ ମହିଳାମାନଙ୍କୁ ନାଲି ଶାଢୀ ପିନ୍ଧିବାକୁ କୁହନ୍ତୁ। ଘରେ ଏକ ଉଚ୍ଚ ଆସନରେ ନୂଆ ନାଲି କନା ଉପରେ ମା ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ତାଙ୍କ ଆଗରେ ଏକ ଘିଅ ଦୀପ ପ୍ରଜ୍ୱଳନ କରି ଦୁର୍ଗା ସପ୍ତସତୀ…

Read More

ନୂଆଦିଲ୍ଲୀ, ଶନି ଦେବଙ୍କୁ ପୂଜା କରିବା କଠିନ ଉପାସନା ଆବଶ୍ୟକ କରେ । ବିଶେଷକରି ଯେଉଁମାନେ ଶନିଙ୍କ କୋପ ଯୋଗୁଁ ଦୀର୍ଘ ବର୍ଷ ଧରି ଅସୁବିଧାରେ ପଡ଼ିଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବେ ନିଷ୍ଠାର ସହିତ ଶନି ଦେବଙ୍କୁ ପୂଜା କରିବା ଉଚିତ୍ । ସେମାନଙ୍କ ପୂଜାରେ କିଛି ବିଶେଷ ଜିନିଷ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏଠାରେ ଆମେ ଆପଣଙ୍କୁ ଶନି ଦେବଙ୍କ ପୂଜା ସହିତ ଜଡିତ ଜିନିଷଗୁଡିକ କହୁଛୁ, ଯାହାକୁ ପୂଜା କରିବା ପୂର୍ବରୁ ଜାଣିବା ଉଚିତ୍ । ଶନିବାର ଦିନ ବର ଗଛରେ ଶନି ଦେବଙ୍କ ମୂର୍ତ୍ତି ନିକଟରେ ତେଲ ଅର୍ପଣ କରନ୍ତୁ କିମ୍ବା ସେହି ତେଲ ଗରିବ ଲୋକଙ୍କୁ ଦାନ କରନ୍ତୁ । ତେଲ ଅର୍ପଣ ସମୟରେ ଧ୍ୟାନ ଦିଅନ୍ତୁ ଯେ ତେଲ ଏଠାରେ ସେଠାରେ ଯେପେରି ନ ପଡ଼େ । ଯତ୍ନର ସହିତ ତେଲ ବ୍ୟବହାର କରନ୍ତୁ । ଶନିବାର ଦିନ ଚମଡା ଜୋତା କିମ୍ବା…

Read More

ମେଷ-  ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା…

Read More

ମୀନ-ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍ । ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । କୁମ୍ଭ- ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ ।

Read More

ବିଛା-ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ଧନୁ- ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ । ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ । ମକର-ଶାରୀରିକ ଭାବରେ ବ୍ୟସ୍ତ ରହିବେ । ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ…

Read More

କନ୍ୟା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ପରିବାର ସାହାଯ୍ୟ ମିଳିବ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । ବନ୍ଧୁଙ୍କ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ । ତୂଳା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ ।

Read More

କର୍କଟ- ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଭ୍ରମଣ ଯୋଗ ମଧ୍ୟ ଅଛି । ବ୍ୟବସାୟରେ ବ୍ୟସ୍ତ ରହିବେ । ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ । ସିଂହ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ । ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ ।

Read More

ମେଷ-  ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ । ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ । ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ନିକଟରେ ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ଅନୁଷ୍ଠିତ ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟାରେ ଭାରତର ସମସ୍ତ ୨୨ଟି ସର୍କଲ୍‌ରେ ସ୍ପେକ୍ଟ୍ରମ୍ ବ୍ୟବହାର କରିବାର ଅଧିକାରକୁ ଏହା ସଫଳତାର ସହ ହାସଲ କରିଛି। ଏଥି ମଧ୍ୟରେ ଓଡ଼ିଶା ଟେଲିକମ ସର୍କଲରେ ଏହି ତିନୋଟି ବ୍ୟାଣ୍ଡରେ ୨୦ ମୋଗାହର୍ଜ ସ୍ପେକ୍ଟ୍ରମ୍ କ୍ରୟ କରାଯାଇଛି। ଆରଜେଆଇଏଲ୍ ନିକଟରେ ଏବେ ଏଲ୍‌ଟିଇ ସେବାରେ ବ୍ୟବହାର ଏବଂ ଭବିଷ୍ୟତରେ ୫ଜି ପ୍ରଯୁକ୍ତିକୁ ଉନ୍ନତୀକରଣ ପାଇଁ ଅତ୍ୟନ୍ତ ସନ୍ତୁଳିତ ସ୍ପେକ୍ଟ୍ରମ୍ ରହିଛି। ଏହି ଅଧିଗ୍ରହଣ ଜରିଆରେ ଆର୍‌ଜେଆଇଏଲ୍ ମାଲିକାନାରେ ଥିବା ସ୍ପେକ୍ଟ୍ରମ୍ ପରିମାଣ ୫୫% ବୃଦ୍ଧି ପାଇ ୧,୭୧୭ ମେଗାହର୍ଜ (ଅପଲିଙ୍କ୍ +ଡାଉନ୍‌ଲିଙ୍କ୍‌)ରେ ପହଂଚିଛି। ଆରଜେଆଇଏଲ୍ ପାଖରେ ସର୍ବାଧିକ ପରିମାଣର ସବ୍‌-ଗିଗାହର୍ଜ ସ୍ପେକ୍ଟ୍ରମ ୨*୧୦ ନିରନ୍ତର ସ୍ପେକ୍ଟ୍ରମ୍ ଅଧିକାଂଶ ସର୍କଲ୍‌ରେ ରହିଛି । ଏହା ପାଖରେ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଅତିକମ୍‌ରେ ୨*୧୦ ମେଗାହର୍ଜ ଓ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଭାରତ-୨୦୨୧ ଶିଖର ସମ୍ମିଳନୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ମୁଖୀ ଭାରତର ଏହି ଯାତ୍ରାରେ ସାମିଲ ହେବାକୁ ବିଶ୍ୱକୁ ନିମନ୍ତ୍ରଣ ଜଣାଇଛନ୍ତି । ଭାରତ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ଜାରି ରଖିଥିବାବେଳେ, ବ୍ଲୁ ଅର୍ଥନୀତିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଭିତ୍ତିଭୂମି ଉନ୍ନୀତ କରି ସଂସ୍କାର ଜରିଆରେ ଭାରତ ଆତ୍ମନିର୍ଭର ଭାରତର ରାସ୍ତାକୁ ଆହୁରି ମଜବୁତ କରିବ । ଧୀରେ ସୁସ୍ଥେ ହେଲେ ମଧ୍ୟ ସମଗ୍ର କ୍ଷେତ୍ରକୁ ଗୋଟିଏ ଭାବି ଦେଶ ଆଗକୁ ଆଗକୁ ଚାଲିଛି । ଦେଶର ପ୍ରମୁଖ ବନ୍ଦରଗୁଡିକର ମାଲପରିବହନ ସାମର୍ଥ୍ୟ ୨୦୧୪ରେ ୮୭୦ ମିଲିୟନ ଟନ୍ ଥିବାବେଳେ, ବର୍ତ୍ତମାନ ତାହା ୧୫୫୦ମିଲିୟନ ଟନ୍‌ରେ ପହଞ୍ଚିଛି । ଭାରତୀୟ ବନ୍ଦର ଗୁଡିକରେ ଏବେ ପ୍ରତ୍ୟକ୍ଷ ମାଲ ଖଲାସ, ମାଲପ୍ରବେଶ ହେବା ସହ ପୋର୍ଟ କମ୍ୟୁନିଟି ସିଷ୍ଟମ(ପିସିଏସ୍‌)କୁ ତଥ୍ୟ ଆଦାନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ପୁଣି ବ୍ରହ୍ମପୁର ଆଇଟିଆଇର ୧୭୨ ଜଣ ଛାତ୍ର ଗୁଜରାଟ ସ୍ଥିତ ସୁଜୁକି ମୋଟର୍ସରେ ଯୋଗଦାନ ପାଇଁ ଯାଇଛନ୍ତି। ଏଥିରେ ଫିଟର, ଇଲେକ୍ଟ୍ରିସିଆନ୍‌, ମେସିନିଷ୍ଟ, ଟର୍ନର, ଡ଼ିଜେଲ୍‌/ମେକାନିକ୍‌ର ଛାତ୍ରମାନେ ଗତ ଡ଼ିସେମ୍ବର ମାସରେ ଇଣ୍ଟରଭ୍ୟୁ ହୋଇ ଚୟନ ହୋଇଥିଲା। ଆଜି ଇଂଜିନିୟରି ସ୍କୁଲର ପ୍ରିନସପାଲ୍ ଏବଂ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଗତମାସ ଫେବୃୟାରୀ ୧୭ରେ ୨୩୯ ଛାତ୍ର ଏହି କଂପାନୀରେ ଯୋଗ ଦେଇଥିଲେ। ଆଜି ପୁଣି ୧୭୨ ଜଣ ପିଲା ଚୟନ ହୋଇଥିବାରୁ ଅନୁଷ୍ଠାନର ନାମ ଆହୁରି ଜାତୀୟସ୍ତରରେ ପହଞ୍ଚିବ ବୋଲି ଅଧ୍ୟକ୍ଷ କହିଥିଲେ। ମାସିକ ୧୯ହଜାର ୪୦୦ ଟଙ୍କାରେ ପିଲାମାନେ କଂପାନୀରେ କାମ କରିବେ।

Read More