ଭୁବନେଶ୍ବର: ଭାରତୀୟ ସଂସ୍କୃତିରେ ଶଙ୍ଖର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ଶଙ୍ଖର ଓମ୍ ଧ୍ବନି ପ୍ରତିଧ୍ବନିତ ହୋଇଥାଏ। ପୁରାଣ ଓ ଶାସ୍ତ୍ରରେ ଶଙ୍ଖ ଧ୍ବନିକୁ କଲ୍ୟାଣକାରୀ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖନାଦ ଯୋଗୁଁ ଘରେ ନାକାରାତ୍ମକ ଶକ୍ତି ଦୂର ହୋଇ ସାକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖରେ ବହୁ ଗୁଣ ରହିଛି। ଏହା ଦ୍ବାରା ଘରକୁ ସାକାରାତ୍ମକ ଶକ୍ତି ଆସିଥାଏ। ଶଙ୍ଖ ଧ୍ବନି ଦ୍ବାରା ଶୋଇଥିବା ଭୂମି ମଧ୍ୟ ଜାଗ୍ରତ ହୋଇ ଶୁଭ ଫଳ ଦେଇଥାଏ ବୋଲି କୁହାଯାଏ। ଯେଉଁ ଘରେ ଶଙ୍ଖକୁ ପୂଜା କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି। ଲକ୍ଷ୍ମୀଙ୍କ ପରି ଶଙ୍ଖ ମଧ୍ୟ ସାଗରରୁ ଉତ୍ପନ୍ନ ହୋଇଥିଲେ। ସମୁଦ୍ରମନ୍ଥନ ସମୟରେ ସାଗରରୁ ଚଉଦ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ। ଘରେ ଶଙ୍ଖକୁ ରଖିବା ଦ୍ବାରା ଅନେକ ପ୍ରକାରର ବାସ୍ତୁଦୋଷରୁ ମୁକ୍ତି ମିଳିଥାଏ। ଏହା ସହିତ ଧନ, ଜନ,…
Author: Samikhsya Bureau
ଦିଲ୍ଲୀପ ହାଲି ସିକେକ୍ରିଟିକ୍ ପୁରସ୍କାର ପ୍ରଦାନ ସହ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ଜୀବନର ରୌପ୍ୟ ଜୟନ୍ତୀ ପାଳନ କରିବା ଲାଗି ସ୍ଥିର ହେଲା । ସବୁଥର ଭଳି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସଚିବାଳୟ ପ୍ରକୋଷ୍ଠରେ ଭେଟି ନିମନ୍ତ୍ରଣ କରିବାକୁ ସିନେକ୍ରିଟିକ୍ ଆସୋସିଏସନ୍ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ମୁଁ ଯାଇଥିଲୁ । ବିଜୁବାବୁ ଚିଠିଟି ପଢ଼ି ତା’ ଉପରେ ଲେଖି ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ହାତରେ ଧରାଇ ଦେଲେ । ଆମେ ଖୁସିରେ ତାଙ୍କ ପ୍ରକୋଷ୍ଠରୁ ବାହାରି ଆସୁଛୁ, ହଠାତ୍ ପଛରୁ ଡାକି ପଚାରିଲେ – What is the Prasanta Nanda Silver Night ? Who is Prasanta Nanda ? Why this Silver Night ତା’ପରେ ଆମେ ବିଜୁବାବୁଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଆଗଧାଡ଼ିର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ସମ୍ପର୍କରେ ସବୁ ବିଷୟ ଜଣାଇଲୁ। ତାଙ୍କ ଚଳଚ୍ଚିତ୍ର ଜୀବନରେ…
ମେଷ: – ଆଜି ଲାଭ ସହିତ ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱୀମାନେ ଶାନ୍ତ ରହିବେ। ମନ ଖୁସି ହେବ । ପିଲାମାନଙ୍କର ବିବାହ ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ତୁମର ଦାୟିତ୍ବ ବଢିବ। ଘରର ସୁଖ ପାଇବ। ଏଥି ସହିତ, ଅଳସୁଆ ଯୋଗୁଁ କାର୍ଯ୍ୟ ଅଧିକ ବିଳମ୍ବ କରିବ। ବୃଷ: – ଆପଣଙ୍କ କଥାବାର୍ତ୍ତା ଦ୍ୱାରା ଲୋକଙ୍କ ହୃଦୟ ଜିତିବ। ପିଲାମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଲାଭ ସୁଯୋଗ ଆସିବ। ସାମାଜିକ କାର୍ଯ୍ୟ ସଫଳ ହେବେ। ଆପଣ ପରିବାର ସହିତ ଏକ ପାର୍ଟୀ-ପିକନିକ୍ ଉପଭୋଗ କରିବେ। ମିଥୁନ: – ଆଜି ପ୍ରେମ ସମ୍ବନ୍ଧରେ ଏକ ଅନୁକୂଳ ଦିନ ହେବ। ଆଜିର ଯାତ୍ରା ବିନିଯୋଗ ସଫଳ ହେବ। ଟଙ୍କା ପାଇବା ସହଜ ହେବ, ରିସ୍କ ନିଅ ନାହିଁ। ବ୍ୟବସାୟକୁ ବିସ୍ତାର କରିବା ପାଇଁ ପାଣ୍ଠି ସଂଗ୍ରହ କରିବ। କର୍କଟ : – ଆପଣ ଚାହିଁଲେ ବି ଅପଚୟ ବ୍ୟୟ ବୃଦ୍ଧି ପାଇବ। ସାମାନ୍ୟ…
ଦିଲ୍ଲୀପ ହାଲି ଜଣେ ଦୃଢମନା ରାଜନୀତିଜ୍ଞ ଓ ଦକ୍ଷ ପ୍ରଶାସକ ତଥା ଜଣେ ହୃଦୟବାନ୍ ବ୍ୟକ୍ତି ଭାବରେ ଆଜି ପର୍ଯ୍ୟନ୍ତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଯଥେଷ୍ଟ ସୁଖ୍ୟାତି ରହିଛି । ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ଗ୍ରହଣ କରିବା କ୍ଷେତ୍ରରେ ସେ କାହାରି ନିନ୍ଦା ପ୍ରଶଂସାକୁ ଭ୍ରୁକ୍ଷେପ ନ କରି ଯାହା ସମାଜର ଗରିବ ଓ ଅବହେଳିତ ଲୋକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ, ତାହା ହିଁ କରୁଥିଲେ। ତେବେ ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ଜଡ଼ିତ ଥିଲେ ମଧ୍ୟ ତାଙ୍କ ଅନ୍ତର ଭିତରେ ସଂସ୍କୃତି ପ୍ରାଣତା ଯେ ଲୁଚି ରହିଥିଲା, ସେ ସମ୍ପର୍କରେ ହୁଏତ ଅନେକଙ୍କର ଧାରଣ ନଥିବ। ଓଡ଼ିଶାର କଳା ଓ ସଂସ୍କୃତକୁ ସେ ଖୁବ୍ ଆଦର କରୁଥିଲେ ଏବଂ ରାଜନୀତିରୁ ସାମାନ୍ୟ ସମୟ ପାଇବା କ୍ଷଣି ଏଥିରେ ନିଜକୁ ନିୟୋଜିତ କରୁଥିଲେ । ୧୯୯୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ଓଡ଼ିଶାର…
ନୂଆଦିଲ୍ଲୀ, ଆଜି ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଶ୍ରମ ଅଧିକ ହେବ। ବୃଦ୍ଧମାନେ କ୍ରନିକ୍ ରୋଗରେ ପୀଡିତ ହେବେ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଏହି ରାଶି ହେବା କୁମ୍ଭା ଓ ମୀନ ରାଶି। ଏକ ନୂତନ ବ୍ୟବସାୟ ଯୋଜନା ପ୍ରସ୍ତୁତ ହେବ। ପଦ୍ଧତିର ଉନ୍ନତିର ଆବଶ୍ୟକତା ଅଛି । ସରକାରୀ ସମର୍ଥନ ରହିବ। ଅଗ୍ରଗତି କରିବେ। ପ୍ରିୟଜନମାନେ ଖରାପ ସୃଷ୍ଟି କରିପାରନ୍ତି ।
ନୂଆଦିଲ୍ଲୀ, ସମୟର ସୁସଙ୍ଗତତା ଅନୁଭବ ହେବ। ବଡ କାରବାର ପାଇଁ ସମୟ ଭଲ। ସମ୍ପତ୍ତି କାର୍ଯ୍ୟ ଉପକୃତ ହେବେ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ଛାତ୍ରଛାତ୍ରୀ ଶ୍ରେଣୀରେ ସଫଳତା ହାସଲ କରିବେ। ବିବାହିତ ଲୋକଙ୍କ ପାଇଁ ସମୟ ଉପଯୁକ୍ତ ଅଟେ । ଏହି ଦୁଇ ରାଶି ହେଲା ବିଛା ଏବଂ ମକର। ଦିନ ଆରମ୍ଭରେ ଅଧିକ ଅଳସୁଆ ହେବ। କ୍ୟାରିୟର ନିଷ୍ପତ୍ତି ନେବାକୁ ଦ୍ୱିଧା କରିବେ। ଟଙ୍କା ସହଜରେ ଗ୍ରହଣ କରାଯିବ। ଯାତ୍ରା ସଫଳ ହେବ। ନ୍ୟାୟ ପକ୍ଷ ଦୃଢ ହେବ।
ନୂଆଦିଲ୍ଲୀ, ଆଜି ଅନେକ ଉତ୍ସରୁ ଲାଭ ସମ୍ଭବ । ଘର-ପାରିବାରିକ ଚିନ୍ତା ଆପଣଙ୍କୁ ଟେନସନ ରଖିବ । ବ୍ୟକ୍ତିଗତ କାର୍ଯ୍ୟରୁ ଅଧିକ ପଳାୟନ ହେବ । ବିନିଯୋଗ ଶୁଭ ହେବ । ଭ୍ରମଣ ହୋଇପାରେ। ଏହି ଦୁଇ ରାଶି ହେଲା। ତୂଳା ଏବଂ ଧନୁ ରାଶି। ଆଜି ଆପଣ ପ୍ରିୟ ଖାଦ୍ୟ ଉପଭୋଗ କରିବେ । ସାଙ୍ଗମାନଙ୍କ ସହିତ ଭ୍ରମଣ କରିବେ । କିନ୍ତୁ, ଚାକିରିରେ ପରିଶ୍ରମ ଫଳହୀନ ହେବ । ଆପଣଙ୍କର ଅସାବଧାନତା ଲାଭ ପାଇଁ ସୁନ୍ଦର ସୁଯୋଗ ଛାଡିଦେବ । ବିବାହ ଉଦ୍ୟମ ସଫଳ ହେବ ।
ନୂଆଦିଲ୍ଲୀ, ଆପଣ ଚାହିଁଲେ ବି ଅପଚୟ ବ୍ୟୟ ବୃଦ୍ଧି ପାଇବ । ସାମାନ୍ୟ ଆଘାତ, ବିବାଦ ଇତ୍ୟାଦିରୁ କ୍ଷତି ସମ୍ଭବ । କୁସଙ୍ଗତି ଅସୁବିଧାଜନକ ହେବ, ରିସ୍କ ନିଅନ୍ତୁ ନାହିଁ । ତୀର୍ଥଯାତ୍ରା ସମ୍ଭବ । ପରିବାର ବିଷୟରେ ସଚେତନ ରୁହନ୍ତୁ। ଏହି ଦୁଇ ରାଶି ହେଲା କର୍କଟ, କନ୍ୟା। କିଛି କହିବା ପୂର୍ବରୁ ଭଲ ଚିନ୍ତା କରନ୍ତୁ । ଆଜି ଅପ୍ରୀତିକର ସୂଚନା ହେତୁ ମନ ଦୁଃଖିତ ହେବ। ବ୍ୟବସାୟରେ ଚତୁରତାର ସହ କାମ କର, ଲାଭ ହେବ । ପିଲାମାନଙ୍କ ପାଇଁ ଚିନ୍ତିତ ହେବେ। ପ୍ରେମ ସମ୍ପର୍କ ଯୋଗୁଁ ଚାପ ସମ୍ଭବ । ବୈଦ୍ୟୁତିକ ଉପକରଣ କିଣିବା ପାଇଁ ଟଙ୍କା ଖର୍ଚ୍ଚ ହେବ ।
ନୂଆଦିଲ୍ଲୀ, ଆପଣଙ୍କ କଥାବାର୍ତ୍ତା ଦ୍ୱାରା ଲୋକଙ୍କ ହୃଦୟ ଜିତିବ । ପିଲାମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଲାଭ ସୁଯୋଗ ଆସିବ। ସାମାଜିକ କାର୍ଯ୍ୟ ସଫଳ ହେବେ। ଆପଣ ପରିବାର ସହିତ ଏକ ପାର୍ଟୀ-ପିକନିକ୍ ଉପଭୋଗ କରିବେ । ଏହି ଦୁଇ ରାଶି ହେଲା ବୃଷ ଏବଂ ସିଂହ। ଆଜି ବିନିଯୋଗ ଶୁଭ ହେବ। ବହୁତ କାମ ହେବ । ମିଛ କହିବା ଠାରୁ ଦୂରେଇ ରୁହନ୍ତୁ। ମା ଙ୍କର ସ୍ୱାସ୍ଥ୍ୟ ହ୍ରାସ ପାଇବ।
ନୂଆଦିଲ୍ଲୀ, ଆଜି ପ୍ରେମ ସମ୍ବନ୍ଧରେ ଏକ ଅନୁକୂଳ ଦିନ ହେବ । ଆଜିର ଯାତ୍ରା ବିନିଯୋଗ ସଫଳ ହେବ । ଟଙ୍କା ପାଇବା ସହଜ ହେବ, ରିସ୍କ ନିଅ ନାହିଁ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ପାଣ୍ଠି ସଂଗ୍ରହ କରିବ । ଏହି ଦୁଇଟି ରାଶି ହେଲା ମିଥୁନ ଏବଂ ମେଷ ରାଶି। ଆଜି ଲାଭ ସହିତ ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱୀମାନେ ଶାନ୍ତ ରହିବେ । ମନ ଖୁସି ହେବ । ପିଲାମାନଙ୍କର ବିବାହ ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ । ତୁମର ଦାୟିତ୍ବ ବଢିବ। ଘରର ସୁଖ ପାଇବ । ଏଥି ସହିତ, ଅଳସୁଆ ଯୋଗୁଁ କାର୍ଯ୍ୟ ଅଧିକ ବିଳମ୍ବ କରିବ ।
ଭୁବନେଶ୍ବର, ଏକ ଐତିହାସିକ ଘଟଣା କ୍ରମରେ ଆଜି ଓଡ଼ିଶା ସରକାର ଏବଂ ଆର୍ସେଲର ମିତ୍ତଲ ନିପ୍ପନ୍ କଂପାନୀ କେନ୍ଦ୍ରାପଡ଼ାରେ ଏକ ସମନ୍ୱିତ ଇସ୍ପାତ୍ କାରଖାନା ନିର୍ମାଣ କରିବ। ଏନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବିନିଯୋଗ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମିତ୍ତଲ ଗ୍ରୁପ୍ର ଅଧ୍ୟକ୍ଷ ଏଲ୍.ଏନ୍.ମିତ୍ତଲ,ଇସ୍ପାତ ଓ ଖଣିଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁବାବୁଙ୍କର କର୍ମଭୂମି ଥିଲା ଏବଂ ସେ ଏହି ଜାଗା ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟରୁ ଭଲ ପାଉଥିଲେ । ସେ କହିଛନ୍ତି ଯେ କେନ୍ଦ୍ରାପଡ଼ାରେ ସମନ୍ୱିତ ଷ୍ଟିଲ୍ କପ୍ଲେକ୍ସ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ରାଜ୍ୟ ସରକାର ଏହି ବୃହତ୍ ପ୍ରକଳ୍ପର…
ନୂଆଦିଲ୍ଲୀ: ଶିବସେନା ମୁଖପାତ୍ର ସଂଜୟ ରାଉତ ଗୁରୁତବାର ଦିନ ସ୍ପଷ୍ଟ କରିଛନ୍ତି ଯେ, ସେ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ। କିନ୍ତୁ ରାଜ୍ୟରେ ମମତା ବାନାର୍ଜୀଙ୍କୁ ସମର୍ଥନ କରିବେ। ସେ କହିଛନ୍ତି ଯେ, ଶିବସେନା ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ କି ନାହିଁ ତାହା ଜାଣିବାକୁ ଲୋକମାନେ ଆଗ୍ରହୀ। କିନ୍ତୁ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଦଳ ନିଷ୍ପତି ନେଇଛି ଯେ ଆମେ ନିର୍ବାଚନ ଲଢ଼ିବୁ ନାହିଁ। ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ସହ ଛିଡ଼ା ହେବେ। ସଂଜୟ ରାଉତ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ କୌଣସି ପ୍ରାର୍ଥୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବା ଆମର ଉଦ୍ଦେଶ୍ୟ ନୁହେଁ। ସେ କେନ୍ଦ୍ରରେ ମୋଦି ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସମସ୍ ପ୍ରକାର ଅର୍ଥ, ଶକ୍ତି ଏବଂ ଗଣମାଧ୍ୟମ ବ୍ୟବହାର କରାଯାଉଛି। ତେଣୁ ଶିବସେନା ମମତା ବାନାର୍ଜୀଙ୍କୁ ସମର୍ଥନ କରିବାକୁ ନିଷ୍ପତି ନେଇଛନ୍ତି। ସେ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ବିଜୟ…
ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ। ଏହି ଭାଗ-୩ରେ ରାଜ୍ୟ ସରକାର, ଜିଲ୍ଲାପାଳ କିମ୍ବା ପୁଲିସ ଆୟୁକ୍ତମାନଙ୍କୁ କୌଣସି କ୍ଷମତା ପ୍ରଦାନ କରାଯାଇନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଆଜି ଏ ସଂକ୍ରାନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ପତ୍ରରେ ଏହି ଅନୁରୋଧ ମଧ୍ୟ କରାଯାଇଛି ଯେ ଏହି ସୂଚନାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ସମ୍ପୃକ୍ତ କର୍ତୃପକ୍ଷଙ୍କ ଅବଗତି ନିମନ୍ତେ ସୂଚୀତ କରାଯିବା ଆବଶ୍ୟକ। ଏହି ପତ୍ର ମାଧ୍ୟମରେ ଭାଗ-୩ ଅନ୍ତର୍ଗତ ନିୟମଗୁଡ଼ିର ବ୍ୟବସ୍ଥା ସମ୍ପର୍କରେ ପୁଣିଥରେ ସ୍ପଷ୍ଟ କରିଦିଆଯାଉଛି। ଏହା ଡିଜିଟାଲ ସମାଚାର…
ଝାରସୁଗୁଡା: ଓଡିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କୁହାକୁଣ୍ଡାଠାରେ ରହୁଥିବା ଜଣେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ହୋଇଥିବା ଅସ୍ତ୍ରୋପଚାରରେ ତ୍ରୁଟି ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଡାକ୍ତର ମହିଳାଙ୍କ ଖାଦ୍ୟ ନାଳୀ କାଟି ଦେଇଛନ୍ତି। ମହିଳାଙ୍କ ଅବସ୍ଥା ଏବେ ଗୁରୁତର ହୋଇ ପଡ଼ିଛି। ତାଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ଏପରି ବେପରୁଆ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଗତ ମଙ୍ଗଳବାର ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଯୋଜନାରେ ମହିଳାଙ୍କ ଅସ୍ତ୍ରୋପଚାର ଶିବିର ଚାଲିଥିଲା। କନକତୋରା ପଂଚାୟତ କୁହାକୁଣ୍ଡା ଗାଁ ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ଏଠାକୁ ଅସ୍ତ୍ରୋପଚାର ପାଇଁ…
ଝାରସୁଗୁଡା: ଝାରସୁଗୁଡା ପୋଲିସ ଝାରପଡା ଜେଲରେ ଥିବ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁଘୋଷର ଅନ୍ୟତମ ସହଯୋଗୀ ଅଜୟ ପାଠକକୁ ଗିରଫ କରିଛି। ସୋନୁ ସହ ମିଶି ଅନେକ ଅପରାଧ ଘଟାଇଥିବା ଅଜୟର ଗତିବିଧିକୁ ପୋଲିସ କିଛିଦିନରୁ ଲକ୍ଷ୍ୟ ରଖିବା ପରେ ତାଘରେ ଗତରାତିରେ ଅଚାନକ ଚଢାଉ କରି ଏକ ବେଆଇନ୍ ଦେଶୀ ବନ୍ଧୁକ ସହ ୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରି ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଝାରସୁଗୁଡା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେବା ସମୟରେ ଅଜୟ ନାଁରେ ବ୍ରଜରାଜନଗର ଥାନାରେ ପୁର୍ବରୁ ଦୁଇଟି ଅପରାଧିକ ମାମଲା ରହିଥିବା ବେଳେ ସେ ରାଜ୍ୟର ଅନ୍ୟ ଥାନା ସହ ପଡୋଶୀ ଝାଡଖଣ୍ଡରେ ଅନେକ ମାମଲାରେ ସଂପ୍ରୁକ୍ତ ଥିବା ସୁଚନା ଦେଇଥିଲେ।
ଜଗଡିୟାଲ: ତେଲେଙ୍ଗନା ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଛିା କୁକୁଡ଼ା ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ଗୋଟିଏ ଗଞ୍ଜା କୁକୁଡ଼ା ନିଜ ମାଲିକକୁ ଛୁରୀ ଭୁସି ହତ୍ୟାକାରିଥିବା ଜଣାପଡିଛିା ଏହି ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ଗଞ୍ଜାକୁ ଅଟକ ରଖିଛିା ସୂଚନା ଅନୁଯାୟୀ ତେଲେଙ୍ଗନା ରାଜ୍ୟ ଜଗଡିୟାଲ ଜିଲ୍ଲା ଲୁଥିନୁର ଗାଁ ରେ ବଡଧରଣର କୁକୁଡ଼ା ଲଢେଇ ଚାଲିଥିଲା। ଏଥିରେ ସାମିଲ ହେବା ପାଇଁ ସତୀଶ ନାମକ ଏକ ଯୁବକ ନିଜ ଗଞ୍ଜା କୁକୁଡ଼ା ଗୋଡ଼ରେ ଛୁରୀ ବାନ୍ଧି ଲଢେଇ ପାଇଁ ପୂର୍ବ ପ୍ରସ୍ତୁତି କରୁଥିବାବେଳେ କୁକୁଡ଼ା ବାରମ୍ବାର ୩ ଫୁଟ ଉପରକୁ ଉଠି ରାଗି ଯାଇ ମାଲିକର ପେଟରେ ଗୋଡ଼ରେ ବନ୍ଧା ହୋଇଥିବା ଛୁରୀରେ ଭୁସି ଦେଇଥିଲା। ଗୁରୁତର ଅବସ୍ଥାରେ ମେଡିକାଲ ନେବାବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିଲା।
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନଠାରୁ ଭୁବନେଶ୍ୱରସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ୍ ଯାତ୍ରାର ଆୟୋଜନ କରାଯାଉଛି। ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍ ହେବେ। ଏହି ସାଇକେଲ୍ ରାଲିରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ସାଇକେଲ୍ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧, ବରଗଡରୁ ୮,ସମ୍ବଲପୁରରୁ ୮, କଟକରୁ ୭, ବଲାଙ୍ଗୀରିରୁ ୬, ସୁନ୍ଦରଗଡରୁ ୫, ଦେବଗଡ଼ରୁ ୪, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୩, ମୟୂରଭଞ୍ଜରୁ ୩, ବାଲେଶ୍ବରରୁ ୨, ରାୟଗଡାରୁ ୨, ଅନୁଗୁଳରୁ ୧, ଭଦ୍ରକରୁ ୧, ବୌଦ୍ଧରୁ ୧, କେନ୍ଦ୍ରାପଡାରୁ ୧, ପୁରୀରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୮୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୫୨୯ କୁ ବୃଦ୍ଧି ହୋଇଛି। ତେବେ ୭୨୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ…
ଭୁବନେଶ୍ବର: ଓଡିଶା ସରକାର ଓ ଆରସେଲର ମିତ୍ତଲ ଇସ୍ପାତ କମ୍ପାନୀ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆରସେଲର ମିତ୍ତଲ କମ୍ପାନୀର ଅଧ୍ୟକ୍ଷ ଏଲ.ଏନ. ମିତ୍ତଲଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ଏହି ଏମଓୟୁରେ କୁହାଯାଇଛି ଯେ, ମିତ୍ତଲ କମ୍ପାନୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ମିଲିୟନ ଟନ ବିଶିଷ୍ଟ ଏକ ଇସ୍ପାତ କାରଖାନା କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା କରିବ। ଶିଳ୍ପବିହୀନ ଜିଲ୍ଲା କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଏହି ମେଗା ଷ୍ଟିଲ ପ୍ଳାଣ୍ଟ ପ୍ରକଳ୍ପ ଦାଦାନପ୍ରବଣ କେନ୍ଦ୍ରାପଡ଼ା ସମେତ ଓଡିଶାର ବେକାରି ସମସ୍ଯା ଦୂରୀକରଣରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଉଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ ବିବୃତ୍ତିରେ ନବୀନ ପଟ୍ଟନାୟକଙ୍କ ସରକାରର ଏହି ଏମଓୟୁକୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ ଏହା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: ଆଗାମୀ କେରଳ ବିଧାନସଭା ନିର୍ବାଚନ ଲାଗି ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଜେପି ପକ୍ଷରୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମେଟ୍ରୋ ମ୍ୟାନ ଇଂ. ଶ୍ରୀଧରନଙ୍କ ନାମ ଘୋଷଣା କରାଯାଇଛି। ଦଳ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ବି ମୁରଲୀଧରନ ଏନେଇ ଘୋଷଣା କରିଛନ୍ତି। ଏହା ପୂର୍ବରୁ ମେଟ୍ରୋ ମ୍ୟାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି କେରଳର ବିଜେପି ସଭାପତି କେ. ସୁରେନ୍ଦ୍ରନ କେନ୍ଦ୍ରୀୟ ନେତୃତ୍ଵଙ୍କୁ ପ୍ରସ୍ତାବ ଦେଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ମେଟ୍ରୋ ମ୍ୟାନ ନାମରେ ପରିଚିତ ଇଂ. ଶ୍ରୀଧରନ କିଛି ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଦିଲ୍ଲୀ ମେଟ୍ରୋର ନିର୍ମାଣକୁ ସଫଳ କରିଥିବା ଶ୍ରୀଧରନ ଦେଶର ଅନେକ ମେଟ୍ରୋ ପ୍ରକଳ୍ପ ପାଇଁ ମଧ୍ୟ ସାହାଯ୍ୟ କରିଛନ୍ତି।

