Author: Samikhsya Bureau

ଭୁବନେଶ୍ବର: ରାଜ୍ୟରେ ପୁଣିଥରେ ବସ୍ ଭଡ଼ାରେ ବୃଦ୍ଧି ହୋଇଛି। ତୈଳ ଦର ବଢୁଥିବାରୁ ବସ୍ ଭଡ଼ାରେ ବୃଦ୍ଧି ପାଇଥିବା କୁହାଯାଇଛି। ତେବେ ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଛି। ପୂର୍ବରୁ ସାଧାରଣ ବସ୍ ଭଡା ଥିଲା ୮୦ ପଇସା। ଏବେ ଏହା ବୃଦ୍ଧି ପାଇ ୮୫ ପଇସା ହେଲା। ସେହିଭଳି ଏକ୍ସପ୍ରେସ ବସ ଭଡା ଆଗରୁ ଥିଲା ୮୪ ପଇସା ଏବଂ ଏବେ ଏହା ୮୯ ପଇସା ହେଲା। ସେହିଭଳି ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧୦ ପଇସାକୁ ବୃଦ୍ଧି କରାଯାଇଛି।  ଡିଲକ୍ସ ବସ ଭଡା ପୂର୍ବରୁ ୧.୧୧ ପଇସା ଥିଲା ଓ ଏବେ ୧.୨୧ ପଇସା ହେଲା। ଏସି ବସ ଭଡା ୧.୩୯ ପଇସା ଥିଲା ଏବଂ ଏବେ ହେଲା ୧.୪୯ ପଇସା। ସୁପର ପ୍ରିମିୟର ବସ ଭଡା ୨.୧୭ରୁ ୨.୩୨ ପଇସା ହୋଇଛି। ଏନେଇ ରାଜ୍ୟ…

Read More

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ଦିନ ରାଜଭବନ ଠାରେ ଭାଗ୍ୟଶ୍ରୀ ସାହୁ ଏବଂ ସିଲୁ ନାୟକଙ୍କୁ ସେମାନଙ୍କର ଚମତ୍କାର ସଫଳତା ତଥା ସମାଜ ପାଇଁ ନିଃସ୍ୱାର୍ଥପର ସେବା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ ଟକ୍ ‘ମନ୍ କି ବାତ୍‌’ରେ ଉଭୟଙ୍କୁ ପ୍ରଶଂସା କରିଥିଲେ। ସୁଶ୍ରୀ ସାହୁଙ୍କୁ ସମ୍ମାନିତ କରିବା ଅବସରରେ ରାଜ୍ୟପାଳ ଚିତ୍ରକଳା ଏବଂ ହସ୍ତଶିଳ୍ପ (ପଟ୍ଟଚିତ୍ର) କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭାକୁ ପ୍ରଶଂସା କରିଥିଲେ। ଏଥିସହ ତାଙ୍କର ଉତ୍ସାହ, ନିଃସ୍ୱାର୍ଥପର ଭକ୍ତି ଏବଂ ଶକ୍ତି ଅନ୍ୟମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ସେ କହିଛନ୍ତି। ବିପିୟୁଟି ତରଫରୁ ରାଜ୍ୟପାଳ ତାଙ୍କୁ ପ୍ରମାଣପତ୍ର ଏବଂ ଏକ ଲକ୍ଷ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଭାଗ୍ୟଶ୍ରୀ ବର୍ତମାନ ସାରଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରୀ ଅଟନ୍ତି। ସେହିପରି ସିଲୁ ନାୟକଙ୍କୁ ସମ୍ମାନିତ କରି ପ୍ରଫେସର ଲାଲ…

Read More

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ରାଜ୍ୟସରକାର। ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ଲାଗି ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ଆଇନଗତ ସହାୟତା ଲୋଡିଛନ୍ତି। କୋଟିଆ ଓଡ଼ିଶାର ବୋଲି ସମସ୍ତ ପ୍ରାମାଣିକ ତଥ୍ୟ ସହ ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ କୁହାଯାଇଛି। କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏସମ୍ପର୍କରେ ଜଣାଇଛନ୍ତି ରାଜସ୍ୱ ସଚିବ।

Read More

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଛାତ୍ର ବିରୋଧି ନୀତି ପ୍ରତିବାଦରେ ‘ନୌକରି ଦୋ ୟା ଡିଗ୍ରୀ ୱାପସ୍ ଲୋ’ କାର୍ଯ୍ୟକ୍ରମରେ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ସଂସଦ ଘେରାଉ କରାଯିବ। ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନଙ୍କ ନେତୃତ୍ୱରେ ହେବାକୁ ଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଓଡିଶାର ଛାତ୍ର ନେତା ଅଂଶଗ୍ରହଣ କରିବେ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ଅଖିଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ରୋଶନଲାଲ ବିଟୁ କଂଗ୍ରେସ ଭବନ ଠାରେ ଏକ ମିଳିତ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି। ୟାସିର ନୱାଜ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ଦେଶର ଛାତ୍ର ଓ ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ର ଓ ଯୁବକମାନଙ୍କ ଠାରୁ ଭୋଟ ଲୁଟିନେବା ପରେ ଏବେ ନରେନ୍ଦ୍ର ମୋଦିଙ୍କର ପକୋଡା ନିଯୁକ୍ତି ପ୍ରସଙ୍ଗ ଦେଶର ଛାତ୍ର ସମାଜକୁ ଗଭୀର ଦୁଃଖ ଦେଇଛି।…

Read More

ଭୁବନେଶ୍ୱର: ଭୁବନେଶ୍ୱରରେ କିନ୍ନର ଗ୍ରୁପ୍‌ଙ୍କୁ ପାର୍କିଂ ଲଟ୍ ଦେଇଛି ବିଏମସି। ଏହି ଉଦ୍ୟଶ୍ୟରେ ବୁଧବାର ପରିଚୟ ଗ୍ରୁପ୍‌କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଦେଇଛନ୍ତି ବିଏମ୍‌ସି କମିଶନର। ଏମାନଙ୍କୁ ଡ୍ରେସ୍‌, ଆଇ କାର୍ଡ,ଗାଡି ଇତ୍ୟାଦି ଯୋଗାଇ ଦିଆଯାଇଛି  ବର୍ତ୍ତମାନ ଏହି ଗ୍ରୁପ୍ ୧୦,୦୦୦ରୁ ୨୫,୦୦୦ ମଧ୍ୟରେ ଥିବା ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ ଏବଂ ଚିହ୍ନିତ ପାର୍କିଂ ଲଟ୍‌ର(ଏଜି ଛକରୁ ରାଜମହଲ ଏବଂ ଆଇଡି ବି ଆଇ ଛକରୁ ବାଣୀବିହାର) ଦାୟିତ୍ୱରେ ରହିବେ। ଏହି ଅବସରରେ କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ୨ଟି କିନ୍ନର ଗୋଷ୍ଠୀ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି। ପୂର୍ବରୁ କିନ୍ନର ମାନଙ୍କ ସ୍ୱିକୃତି ଗ୍ରୁପ୍ କୁ ରାଜମହଲ ଛକ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ପାର୍କିଂ ଲଟ୍ ଦିଆଯାଇଥିଲା। ଏହାର ସଫଳତାକୁ ଦେଖି ଆଜି ପରିଚୟ ଗ୍ରୁପ୍ କୁ ଆଉ ୨ ଟି ପାର୍କିଂ ଲଟ୍ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବକେୟା…

Read More

ଭଦ୍ରକ: ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅଧକାଂଶ ବିଜେଡି ନେତା ଏବେ ବିଜେପିରେ ଅଲୋଡା ହୋଇ ପଡିଛନ୍ତି। ନିର୍ବାଚନ ବେଳେ ଦଳ ସେମାନଙ୍କୁ ଯେଭଳି ଗୁରୁତ୍ୱ ଦେଇ ନିଜ ଦଳକୁ ନେଇଥିଲା ନିର୍ବାଚନ ସରିଯିବା ପରେ ଏବେ ସେମାନେ ଦଳରେ ଅଲୋଡା ହୋଇ ପଡିଛନ୍ତି। ଦଳରେ ଥାଇ ମଧ୍ୟ ସେମାନଙ୍କୁ ଦଳରେ ଅନୁରୁପ ଗୁରୁତ୍ୱ ଦିଆଯାଉନଥିବା ବେଳେ ଦଳର ସାଙ୍ଗଠନିକ କାର୍ଯ୍ୟ ହେଉ ଅଥବା ନିଷ୍ପତ୍ତି ହେଉ କେଉଁଥିରେ ମଧ୍ୟ ସେମାନଙ୍କୁ ସାମିଲ କରାଯାଉନାହିଁ। ପରନ୍ତୁ ସେମାନଙ୍କୁ ଦଳରେ ଏକ ଅଦରକାରୀ ଏବଂ ତଳସ୍ତରର ନେତାଭାବେ ଗଣା ହେଉଛି। ଫଳରେ ସେମାନେ ଏହି ଦଳରେ ଆଉ ସେମାନଙ୍କୁ ନିରାପଦ ମନେ ନକରି ଦଳ ଛାଡିବାକୁ ବାଧ୍ୟ ହେଉଥିବା କଥା ନିଜର ଶହସ୍ରାଧିକ ସମର୍ଥକଙ୍କ ସହ ଦଳ ଛାଡିଥିବା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରତାପ ଧଳ ଅଭିଯୋଗ କରିଛନ୍ତି। ଗତ ସାଧାରଣ ନିର୍ବାଚନ…

Read More

ଭଦ୍ରକ: ଭଦ୍ରକରେ ଧଳା ଜହର (ବ୍ରାଉନସୁଗାର) ଏବେ ସହରରୁ ଧୀରେ ଧୀରେ ଗ୍ରାମା ମୁହାଁ ହୋଇଛି। କାହିଁକି ନା ଗ୍ରାମାଞ୍ଚଳରେ ଥିବା ବହୁ ବେକାର ଯୁବକ ଏବେ ଖୁବ୍ କମ୍ ପରିଶ୍ରମରେ ବିନା ପୁଂଜି ଖଟାଇ ଏହି ନିଶା କାରବାରକୁ ବିପୁଳ ଅର୍ଥାଗମର ମାଧ୍ୟମ କରିଛନ୍ତି। ଯାହାର ପ୍ରମାଣ ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍‌ର ମିଳିତ ଚଢାଉରୁ ପ୍ରମାଣିତ ହୋଇଛି। କେନ୍ଦ୍ରୀୟ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ତିହିଡି ଅଂଚଳରୁ ଜଣେ ଯୁବକକୁ ୨୩ ଲକ୍ଷ ଟଙ୍କାର ୨୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବାର ଦୁଇଦିନ ନଯାଉଣୁ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୨୦ ରେ ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକରୁ ଏକ ସ୍କୁଟିରେ ଧୁଷୁରୀ ଆସୁଥିବା ୩ ଜଣ ଯୁବକଙ୍କୁ ୨୬୫ ଗ୍ରାମ ବ୍ରାଉନ୍‌ସୁଗାର ସହ ଅସୁରାଳି ଇଲେକ୍ଟ୍ରି ଷ୍ଟ୍ରକଚର ନିକଟରେ ଗିରଫ କରିଛନ୍ତି। ଏହି ତିନିଜଣଙ୍କ ମଧ୍ୟରୁ ଧୁଷୁରୀ…

Read More

ପୁରୀ: ଟାଉନଥାନା ଅନ୍ତର୍ଗତ ବାଲିସାହି ଶ୍ୱେତଗଙ୍ଗା ଲେନର ଜଣେ ନାବାଳିକା ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଏସପି କେ. ଭିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ପୁରୀଜିଲ୍ଲାର ଚନ୍ଦନପୁର, ସତ୍ୟବାଦୀ, ବାଲିପୁଟ, ଗୋପ, ବାସେଳୀସାହି ଅ ଳରେ ଛାନଭିନ୍ କରିଥିଲେ। ଏହାସହ ନୟାଗଡ ଜିଲ୍ଲାର ଶରଣକୂଳ, ଇଟାମାଟି ଆଦି ଅଞ୍ଚଳ ଖୋଜିବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଅଭିଯୁକ୍ତ ଯୁବକ ଶିବପ୍ରସାଦ ଦାସ ୩୦କୁ ଗିରଫ କରିଥିଲେ। ଶିବଙ୍କ ଘର ଚନ୍ଦନପୁର ଉଷାସାହିରେ ବୋଲି ଜଣାଯାଇଛି। ନାବାଳିକା ଅପହରଣ ସଂପର୍କରେ ମନୋରମା ଦାସ ଟାଉନଥାନରେ ଗତ ୨୩ ତାରିଖରେ ଅଭିଯୋଗ କରିଥିଲେ। ଏ ସଂପର୍କରେ ଟାଉନଥାନରେ ୫୩/୨୧ର ମାମଲା ରୁଜୁ ହୋଇଥିଲା।

Read More

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଡ଼ଃ ବିଭୂପ୍ରସାଦ ତରାଇଙ୍କ ଅନୁମୋଦନ ଓ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ପ୍ରସ୍ତାବ କ୍ରମେ ଅନୁସୂଚିତ ମୋର୍ଚ୍ଚାର ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ୧- ଜିଲ୍ଲା ସଭାପତି- ସୁଦାମ ଚରଣ ମଲିକ ୨- ଉପ ସଭାପତି- ଅନନ୍ତ ଚରଣ ମଲିକ, ପ୍ରବେଶାନ ମଲିକ, ଶିବପ୍ରସାଦ ବେହେରା, ଉମାକାନ୍ତ ସେଠୀ ୩- ସାଧାରଣ ସଂପାଦକ- ଶଶିକାନ୍ତ ମଲିକ, ବାଦଲ ମଲିକ ୪- ସଂପାଦକ- ଚିତ୍ତରଞ୍ଜନ ମଲିକ, ଦିପକ ସେଠୀ, ସ୍ୱରାଜ ମଲିକ, ଅରୁଣ ମଲିକ, ବିଚିତ୍ର ମଲିକ ୫- କୋଷାଧ୍ୟକ୍ଷ- ପ୍ରଶାନ୍ତ କୁମାର ମଲିକ ୬- ମିଡିଆ ସଂଯୋଜକ- ରବିନ୍ଦ୍ର ମଲିକ ୭- ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟଭାବେ ୧୭ଜଣଙ୍କୁ ମନୋନିତ କରାଯାଇଥିବା ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତ ସୂଚନା ଦେଇଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଓ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣଙ୍କ ନିମନ୍ତେ ଏକ ପ୍ରତୀକ୍ଷା ଗୃହକୁ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଉଦଘାଟନ କରିଛନ୍ତି। ଉପବାଚସ୍ପତିଙ୍କ ସହ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ,ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ। ଏହି ପ୍ରତୀକ୍ଷା ଗୃହରେ ଜିଲ୍ଲାର ବରପୁତ୍ର ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସରଳା ଦେବୀ, ରମାଦେବୀ, ଭାଗିରଥୀ ମହାପାତ୍ର ,ଜାତୀୟ କବି ବୀରକିଶୋର, ପଣ୍ଡିତ ପ୍ରାଣକୃଷ୍ଣ ପତିଆରା, ବିଶିଷ୍ଟ ବୈଜ୍ଞାନିକ ଡଃ ପ୍ରାଣକୃଷ୍ଣ ପରିଜା, ଶିକ୍ଷାବିତ ଶ୍ରୀରାମ ଦାଶଙ୍କ ଫଟୋ ସ୍ଥାନୀତ କରାଯାଇଛି। ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ ଏହି ପ୍ରତୀକ୍ଷା ଗୃହ ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର…

Read More

ଭୁବନେଶ୍ୱର,  କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଚିବ ବିଦ୍ୟୁତ ବିହାରୀ ସ୍ୱାଇଁଙ୍କୁ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନୂଆଦିଲ୍ଲୀଠାରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଥିଲେ । ଏହି ଅବସରରେ ସେ ଓଡ଼ିଶାରେ ‘ସ୍ପୁର୍ତ୍ତି’ ଯୋଜନା ଅଧୀନରେ ଆଉ ଏକ ଶିଳ୍ପାଞ୍ଚଳ କ୍ଲଷ୍ଟର ସ୍ଥାପନ ପାଇଁ ଅନୁରୋଧ ଜଣାଇଥିଲେ। ସେହିପରି ଏହି କ୍ଷେତ୍ରରେ ବ୍ୟାଙ୍କ ଅର୍ଥ ଲଗାଣ ପରିମାଣ ବୃଦ୍ଧି, ପିଏମ୍‌ଇଜିପି ପାଇଁ ଅଧିକ ଅର୍ଥ ଆବଣ୍ଟନ କରିବାକୁ ଏବଂ ଶିଳ୍ପାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ବିକାଶ କରିବାକୁ ସେ କହିଥିଲେ। ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ହୋଇଥିଲେ ହେଁ କେନ୍ଦ୍ର ସଚିବ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ।

Read More

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ ବିଶ୍ୱ ପ୍ରସିଦ୍ଧ ଓଳକଣା ମେଲଣକୁ ସୂଚାରୁ ରୂପେ ପାଳନ କରିବା ପାଇଁ ମେଲଣ ସମନ୍ୱୟ କମିଟି ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଅନୁମତି ପ୍ରଦାନ କରିବା ପାଇଁ ଦାବି କିରିଛନ୍ତି। ଏହା ଏକ ବିଶ୍ୱ ପ୍ରସିଦ୍ଧ ମେଲଣ ହେବା ସହ ଏହି ମେଲଣ ପଡିଆରେ ଆଖପାଖ ଅଂଚଳର ଶତାଧିକ ଦୋଳ ବିମାନ ଏକତ୍ରିତ ହୋଇ ଶ୍ରୀଜୀୟୁ ମାନେ ମେଲଣ ପାଳନ କରିଥାନ୍ତି। ଏହି ମେଲଣ ବର୍ଷେ ବନ୍ଦ ରହିଲେ ପରବର୍ତ୍ତୀ ବାରବର୍ଷ ପର୍ଯ୍ୟନ୍ତ ମେଲଣ ହୋଇପାରିବ ନାହିଁ ବୋଲି ପରଂପରା ରହିଛି। ମେଳଣ ସମନ୍ୱୟ କମିଟି ତରଫରୁ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରି ଓଳକଣା ମେଲଣକୁ ପାଳନ କରିବା ପାଇଁ କମିଟି ତରଫରୁ ସଭାପତି ମହନ୍ତ ନାମାନନ୍ଦ ଦାସଙ୍କ ସହ ମହନ୍ତ ପର୍ଶୁରାମ ଦାସ, ବେବର୍ତା ଅଜୟ ଦାସ, ରତୀକାନ୍ତ ସାମଲ, ବିଜୟ କୁମାର ମଲିକ, କରୁଣାକର କର…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ୩୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୫୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୭୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୯୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୨ ଟି ଜିଲ୍ଲାରୁ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୧୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ, ସମ୍ବଲପୁର ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬ ଜଣ,…

Read More

ବାରିପଦା: ମୟୂରଭଞ୍ଜ ଜିଲ୍ଲା କଂଗ୍ରେସକୁ ତୃଣମୂଳସ୍ତରରୁ ଅଧିକ କ୍ରିୟାଶୀଳ, ସଶକ୍ତ ଓ ସୁଦୃଢ଼ କରାଇବା ନିମନ୍ତେ ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ନଗର ଓ ବ୍ଲକ ସଭାପତିମାନଙ୍କ ନାମ ଘୋଷଣା କରିଛନ୍ତି। ୧- ବାରିପଦା ପୌରପରିଷଦ(ସାଧାରଣ) ସଭାପତି- ଆଇନଜୀବୀ ଶାନ୍ତନୁ କୁମାର ପାଲ ୨- ବାରିପଦା ବ୍ଲକ ସଭାପତି (ଆଦିବାସୀ)- ଚୈତନ୍ୟ ମାଝୀ ୩- ଶାମାଖୁଂଟା ବ୍ଲକ ସଭାପତି- ଦେବେନ୍ଦ୍ର ନାଥ ସିଂ ୪- କୁଳିଅଣା ବ୍ଲକ ସଭାପତି(ସାଧାରଣ) – ଅଜୟ ଦାସ ୫- ରାଇରଙ୍ଗପୁର ଟାଉନ- ଅଶୋକ ଅଗ୍ରୱାଲା ୬- ରାଇରଙ୍ଗପୁର ବ୍ଲକ(ଆଦିବାସୀ) – ସିମାଇ ମାଝୀ ୭- ବହଳଦା ବ୍ଲକ- ଗୌରୀଶଙ୍କର ପରମାଣିକ ୮- କୁସୁମୀ ବ୍ଲକ ସଭାପତି(ସାଧାରଣ) – ଅମିତାଭ ମହାନ୍ତି ୯- କପ୍ତିପଦା ବ୍ଲକ ସଭାପତି(ସାଧାରଣ)- ରବୀନ୍ଦ୍ର ନାଥ ପରିଡ଼ା ୧୦- ଯଶୀପୁର ବ୍ଲକ ସଭାପତି(ଓବିସି) ଚିତରଞ୍ଜନ ବେହେରା ୧୧- ଶୁକୃଳି ବ୍ଲକ-…

Read More

ନୂଆଦିଲ୍ଲୀ, ଆଜି ସକାଳୁ ବିଶ୍ବ ପ୍ରସିଦ୍ଧ ତାଜ ମହଲରେ ବୋମା ଆତଙ୍କ ଖେଳାଇ ଦେଇଛି। ଫଳରେ ସୁରକ୍ଷା କର୍ମି ସେଠାରେ ଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ବାହାର କରିଛନ୍ତି। ଏଥିସହିତ ତାଜମହଲର ଦୁଇଟି ଗେଟକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ସିଆଇଏସଏଫ, ବୋମା ନିଷ୍କ୍ରିୟ ବାହିନୀ, ଆଗ୍ରା ପୋଲିସ ଘଟଣା ସ୍ଥଳରେ ପହଁଚିଛନ୍ତି। ପ୍ରଥମେ ପର୍ଯ୍ୟଟକଙ୍କୁ ବାହାର କରିବା ପରେ ବର୍ତ୍ତମାନ ବୋମା ଅଛି କି ନାହିଁ ତାହା ଯାଞ୍ଚ କରାଯାଉଛି। ଆଗ୍ରା ଜୋନ ଏଡିଜି ରାଜୀବ କ୍ରିଷ୍ଣା କହିଛନ୍ତି ଯେ, ସକାଳୁ ଜଣେ ଅଜଣା ବ୍ୟକ୍ତି 112କୁ କଲ କରି ତାଜମହଲରେ ବୋମା ଖଂଜା ଯାଇଛି ବୋଲି କହିଥିଲା। ତାଙ୍କ କଥାର ସତ୍ୟତା ଜାଣିବା ପାଇଁ ବର୍ତ୍ତମାନ ସେଠାରେ ଯାଞ୍ଚ ପକ୍ରିୟା ସହିତ ଆଇନି ଶୃଙ୍ଖଳା ପରିସ୍ଥିତକୁ ତଦାରଖ କରାଯାଉଛି।

Read More

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟ ବ୍ୟବସ୍ଥାକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣ ରଖିଛନ୍ତି। ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେଲେ ଦେଶର ଯୁବଗୋଷ୍ଠୀର ଆତ୍ମବିଶ୍ୱାସ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ। ଜଣଙ୍କର ଆତ୍ମବିଶ୍ୱାସ ତାର ଶିକ୍ଷା ଓ ଜ୍ଞାନର ବିଶ୍ୱାସ ଉପରେ ନିର୍ଭରଶୀଳ। ଆତ୍ମବିଶ୍ୱାସ ସେତେବେଳେ ଆସିବ ଯେତେବେଳେ ସେମାନଙ୍କ ହୃଦବୋଧ ହେବ ଯେ ସେମାନଙ୍କ ଶିକ୍ଷା ସେମାନଙ୍କୁ ନିଜର କର୍ତ୍ତବ୍ୟ ସଂପାଦନ ନିମନ୍ତେ ସୁଯୋଗ ଓ ଆବଶ୍ୟକ କୌଶଳ ପ୍ରଦାନ କରିଛି। ଏହି ଭାବନାକୁ ଆଧାର କରି ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଶିଶୁ ପ୍ରାରମ୍ଭଠାରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ଜାତୀୟ ଶିକ୍ଷାନୀତିରେ ଥିବା ବ୍ୟବସ୍ଥାଗୁଡିକୁ ତ୍ୱରାନ୍ୱିତ କରିବା ସହ ଚଳିତ ବଜେଟ ଏଥିପାଇଁ ଖୁବ ଭଲଭାବେ ସାହାଯ୍ୟ କରିବ…

Read More

ବାଲେଶ୍ୱର: ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟି ଛନ୍ତି ସ୍ଥାନୀୟ ଲୋକେ। ପିଲା ଚୋର ସନ୍ଦେହରେ ତାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Read More

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ନାଉଗାଁ ବଜାରରେ ଟ୍ରକ୍ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ନାଉଗାଁ ପୋଲିସ ସେଠାରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୭ ହଜାର ୪୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୧ ଲକ୍ଷ ୫୬ ହଜାର ୯୨୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୪୩୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୨୬ ହଜାର ୭୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୭୩ ହଜାର ୪୧୩ ଆକ୍ଟିଭ୍‌ କେସ୍ ରହିଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଏଥର ନୂଆ କୌଶଳରେ ଜାତୀୟ ରାଜପଥରୁ ଲୁଟ୍ ହୋଇଛି। ଲୁଟେରାମାନେ ପୋଲିସର ପରିଚୟ ଦେଇ ଲୁହା ପଥର ବୋଝେଇ ଟ୍ରକରୁ କାଗଜ ପତ୍ର ଏବଂ ଟଙ୍କା ପଇସା ଲୁଟ୍ କରିଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗି ଥାନା ଅଧିନସ୍ଥ ଚଣ୍ଡେଶ୍ଵର ରାଇସ ମିଲ ନିକଟରେ ଲୁହା ପଥର ବୋଝେଇ ଟ୍ରକ୍ (ଓଡ଼ି ୧୫ ଏଲଏ ୭୯୯୨) କେଉଁଝର କୋଇଡାରୁ ଗୋପାଳପୁର ଯାଉଥିଲା। ଗତ କାଲି ରାତ୍ରି ପ୍ରାୟ ୩.୩୦ ମିନିଟ୍ ସମୟରେ ଟ୍ରକ୍ ଚାଳକ ଗାଡି ରଖି  ବିଶ୍ରାମ ନେଉଥିବା ବେଳେ ୫ ଜଣ ଲୁଟେରା ଏକ ବୋଲେରୋ ଗାଡିରେ ଆସି ପୋଲିସର ପରିଚୟ ଦେଇଥିଲେ। ଟାଙ୍ଗୀ ଥାନା ବଡବାବୁ ଡାକୁଛନ୍ତି କହି ଟ୍ରକ ଚାଳକଙ୍କୁ ବୋଲେର ଗାଡିରେ ବସାଇ ମାଡ ମାରିବା ସହ ଗାଡି ମଧ୍ୟରୁ ଠେଲି ଦେଇଥିଲେ। ଏହାପରେ ସେମାନେ ଟ୍ରକରୁ କାଗଜ ପତ୍ର, ଟଙ୍କା ପଇସା…

Read More

The Vice President, Shri M. Venkaiah Naidu being welcomed by the Deputy Chief Minister of Andhra Pradesh, Shri K Narayana Swamy, Lok Sabha MP, Shri Jayadev Galla and other dignitaries upon his arrival in Tirupati today.

Read More