କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମମତା ବାନାର୍ଜୀ ୨୯୪ ମଧ୍ୟରୁ ୨୯୧ ଜଣ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥର ସେ ବହୁ ବରିଷ୍ଠ ମନ୍ତ୍ରୀଙ୍କ ଟିକେଟ୍ କାଟିଛନ୍ତି । ଏଥର ସେ ଜିଏସଟି ପରିଷଦର ସଭାପତି ତଥା ରାଜ୍ୟ ଅର୍ଥ ଓ ଶିଳ୍ପ ମନ୍ତ୍ରୀ ଅମିତ ମିତ୍ରଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ ଦେଇଛନ୍ତି। ଏଥିପାଇଁ ମମତା ସ୍ପଷ୍ଟ କରିଛନ୍ତି ଯେ, ୮୦ ବର୍ଷରୁ ଅଧିକ ପ୍ରାର୍ଥୀଙ୍କୁ ଏଥର ଟିକେଟ ଦିଆଯାଇନାହିଁ। ପ୍ରାର୍ଥୀ ତାଲିକାରେ ମନ୍ତ୍ରୀ ପୂର୍ଣ୍ଣେନ୍ଦୁ ବସୁଙ୍କ ନାମ ମଧ୍ୟ ନାହିଁ। ଜୋଡ଼ାସାଙ୍କୁର ବିଧାୟକ ସ୍ମିତା ବକ୍ସିଙ୍କୁ ମଧ୍ୟ ଟିକେଟରୁ ବାଦ୍ ଦିଆଯାଇଛି ଏବଂ ଏକ ପ୍ରସିଦ୍ଧ ହିନ୍ଦୀ ଦୈନିକ ଖବର କାଗଜର ମାଲିକ ବିବେକ ଗୁପ୍ତାଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରାର୍ଥୀ ତାଲିକା ଘୋଷଣା ସମୟରେ ମମତା ବାନାର୍ଜୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ଅନ୍ୟ ରାଜ୍ୟମାନଙ୍କ ପରି ବିଧାନ ପରିଷଦ ବର୍ତ୍ତମାନ ସାମ୍ବିଧାନିକ ନିୟମ ଅନୁଯାୟୀ ଗଠିତ ହେବ। ଯେଉଁଥିରେ…
Author: Samikhsya Bureau
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଜୁଲୁଣ୍ଡା ଗ୍ରାମରେ ବାହାଘର ପରେ ଶାଶୁଘରକୁ ବିଦା ହେଉଥିବା ବେଳେ ଝିଅର ମୃତ୍ୟୁ ଘଟିଛି। ତାଙ୍କୁ ତୁରନ୍ତ ସ୍ଥାନୀୟ ଡ଼ୁଙ୍ଗୁରିପାଲି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହୃଦଘାତରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଡ଼ାକ୍ତର କହିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଚୁଣୀ ଓଭରବ୍ରିଜ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକ କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ ଭୁବନେଶ୍ୱର ନୀଳାଦ୍ରି ବିହାରର ପ୍ରଦୀପ କୁମାର ନାୟକ ତାଙ୍କ ପରିବାର ସହ ନିଜ କାର(ଓଡ଼ି-୩୩ ଟି ୪୮୮୪) ଯୋଗେ ଏକ ବାହାଘରରେ ଯୋଗ ଦେବାକୁ ବାଣପୁର ଯାଉଥିଲେ। ତେବେ ପାଖପାଖି ସଂଧ୍ୟା ୭ ଘଟିକା ସମୟରେ ନାଚୁଣୀ ଓଭରବ୍ରିଜ ଠାରେ ପରିସ୍ରା କରିବା ନିମନ୍ତେ ପ୍ରଦୀପ ନିଜ ଗାଡିର ବ୍ଲିଙ୍କର ଅନ କରି ବାମ ପାର୍ଶ୍ୱରେ ଗାଡିକୁ ଠିଆ କରିଥିଲେ। ତେବେ ହଠାତ ଦ୍ରୁତଗତିରେ ବଡ଼ବିଲରୁ ଗୋପାଳପୁର ଯାଉଥିବା ଏକ ଆଇରନ ଵୋଝେଇ ଟ୍ରକ( ଓଡ଼ି- ୦୭ ଡବ୍ଲୁ ୦୮୭୧) କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାର ଭିତରେ ବସିଥିବା ପ୍ରଦୀପଙ୍କ ପତ୍ନୀ ଏବଂ ପୁଅ ଆହତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସହରରେ ଦିନକୁ ଦିନ ଅସାମାଜିକ ତତ୍ତ୍ୱ ବୃଦ୍ଧି ପାଉଥିବାବେଳେ ଏଥିରେ କିଛି ମହିଳା ସଂପୃକ୍ତ ରହିବା ପୋଲିସ୍ ପାଇଁ ଚିନ୍ତା ବଢ଼ାଇ ଦେଇଛି। ବଡ଼ବଡ଼ ସହରରେ ଯେଭଳି ପ୍ଲାନିଂ କରି ହତ୍ୟା କରାଯାଏ କିମ୍ବା ସାକ୍ଷୀ ପ୍ରମାଣ ନଷ୍ଟ କରିବାକୁ ହତ୍ୟା କରିବା ଭଳି ଷଡ଼ଯନ୍ତ୍ର ଭିଆଯାଏ ସେଭଳି ସ୍ଥିତି ବର୍ତ୍ତମାନ ବ୍ରହ୍ମପୁର ସହରରେ ସାମାନ୍ୟ ହୋଇଗଲାଣି। ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି ଆଜି ବଡ଼ବଜାର ଥାନା ପୋଲିସ୍। ଘଟଣାରୁ ପ୍ରକାଶ ଯେ ଗତ ୨୭.୨.୨୦୨୧ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ଚତୁର୍ଥ ଗଳିର ଶିବ ଶଙ୍କର ପାତ୍ରଙ୍କ ଘର ଉପରେ କିଛି ଦୁବୃର୍ତ୍ତ ଭୟଭୀତ କରିବା ପାଇଁ ଏକ ବୋମା ଫିଙ୍ଗିଥିଲେ। ସୌଭାଗ୍ୟବଶତଃ ବୋମାଟି ଫୁଟି ନଥିଲା। କିନ୍ତୁ ଶିବଶଙ୍କର ପାଇଁ ଏହା ଧମକ ଥିଲା। ଏହି ଘଟଣାରେ ବଡ଼ବଜାର ଥାନା ପୋଲିସ୍ ତତ୍ପରତା ଦେଖାଇ ଥାନା କେସ ନଂ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନାରେ ବଢ଼ିଚାଲିଛି ଅରାଜକତା। ଦିନକୁ ଦିନ ଚୋରି ଡ଼କାୟତି ବଢ଼ୁଥିବା ସ୍ଥଳେ ପୋଲିସ୍ର ପେଟ୍ରୋଲିଂ ଅଭାବ ଯୋଗୁଁ ଏହିଭଳି ଘଟଣା ଘଟୁଛି ବୋଲି ଅଂଚଳରେ ଥିବା ବୁଦ୍ଧିଜୀବୀ ତଥା ସାଧାରଣରେ ଚର୍ଚ୍ଚା ହେଉଛି। ଆଜି ଏକ ଅଭାବନୀୟ ଘଟଣା ଯାହାକି ଅତି ନିନ୍ଦନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସହରର ଜଣେ ଜଣାଶୁଣା ଆୟୁର୍ବେଦ ଡ଼ାକ୍ତର ସାଗର ରଂଜନ ତ୍ରିପାଠୀ ନିଜ ଗାଡ଼ି ସହ ଘରକୁ ଫେରୁଥିବାବେଳେ ରାସ୍ତାରେ ଦୁଇଜଣ ଦୁବୃର୍ତ୍ତଙ୍କ ସହିତ ସାମାନ୍ୟ ବଚସା ହୋଇଥିଲା। ଯାହାକି ଦୁଇଟି ପିଲା ବିନା ହେଲ୍ମେଟ୍ରେ ଅତି ଦ୍ରୁତଗତିରେ ଗାଡ଼ି ଚଳାଇ ଡ଼ାକ୍ତରଙ୍କ ସମ୍ମୁଖକୁ ଆସିଯାଇଥିଲେ। ଡ଼ାକ୍ତର ଭୟଭୀତ ହୋଇ ଗାଡ଼ି ଅଟକାଇ ସେମାନଙ୍କୁ ଆକଟ କଲେ ଯେ ବିନା ହେଲ୍ମେଟ୍ରେ ଏତେ ଦ୍ରୁତଗତିରେ ଗାଡ଼ି ଚଳାଇବା ଠିକ୍ ନୁହେଁ। ଏହା ହିଁ ଥିଲା ତାଙ୍କର ଭୁଲ୍। ଦୁଇ ଯୁବକ ଲୋଚପଡ଼ା ବିଶ୍ୱକର୍ମା ସାହିର ଅରୁଣ ମହାଙ୍କୁଡ଼…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୭.୦୨.୨୦୨୧ ତାରିଖ ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର-କେଲୁଆ ରୋଡ଼୍ରେ ଜନୈକ ବ୍ୟକ୍ତିଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରି ଟଙ୍କା ଲୁଟ୍ ମାମଲାରେ ପୋଲିସ୍ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ଲେନ୍ ୧୧ର ରାଜେଶ ପଣ୍ଡା । ପୋଲିସ୍ ତା’ ନିକଟରୁ ୨୦ହଜାର ଟଙ୍କା ଜବତ କରିଛି। ଘଟଣାରୁ ପ୍ରକାଶ ଯେ ଉକ୍ତଦିନ ପାତ୍ରପୁର ଗ୍ରାମର ରବି ବେହେରା ପାତ୍ରପୁର-କେଲୁଆ ରୋଡ଼୍ରେ ୧ ଲକ୍ଷ ଟଙ୍କା ଧରି ଯାଉଥିବାବେଳେ ଦୁଇଜଣ ଅଜ୍ଞାନ ଲୋକ ତାଙ୍କୁ ଖଣ୍ଡା ଦେଖାଇ ଜୀବନରେ ମାରିଦେବାର ଭୟ ଦେଖାଇ ୧ ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ। ଏନେଇ ରବି ଜରଡ଼ା ଥାନାରେ ଅଭିଯୋଗ କରିବା ପରେ ଥାନା ପୋଲିସ୍ ୪୯/୨୦୨୧ ୟୁ/ଏସ୍ ୩୯୪ରେ ମାମଲା ରୁଜୁ ଘଟି ଘଟଣାର ଅନୁସନ୍ଧାନ ଜାରି ରଖିଥିଲା। ପୋଲିସ୍ ରାଜେଶ…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ସଭାଗୃହରେ ଆଜି ବ୍ଳକ୍ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ତିର୍ତ୍ତୋଲ ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁଜାତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ଅଟଳ ବିହାରୀ ସ୍ୱାଇଁ, ଏବିଡିଓ ସତ୍ୟଜିତ୍ ସ୍ୱାଇଁ, ଜିଲ୍ଲାପରିଷଦ ପ୍ରବୀର ରାୟ, ଲିପାଲି ରାଉଳ, ଶନାତନ ଦଳେଇ, ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, କନିମୂଳ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୁତାର, ତରଜଙ୍ଗା ସରପଞ୍ଚ ବସନ୍ତ ସେଠୀ, ପଟିଲୋ ସରପଞ୍ଚ ଚିତ୍ତରଞ୍ଜନ ରଥ, ଆମ୍ବିରୀ ସରପଞ୍ଚ, କନକପୁର ସରପଞ୍ଚ ନମିତା ରାଉଳ, ସମିତି ସଭ୍ୟ ଅଜୟ ରାଉଳ, କଟରା ସମିତିସଭ୍ୟ ବାଇଧର ବଳ, ତୁଳଙ୍ଗ ସମିତି ସଭ୍ୟ ମମତା ନାୟକ, କୋଲର ସମିତି ସଭ୍ୟ ରଞ୍ଜିତ ପାଲ୍ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ…
ଭୁବନେଶ୍ୱର/ମୁମ୍ବଇ: ଭାରତର ଅଗ୍ରଣୀ ତଥା ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲ୍ସ ମହିଳାମାନଙ୍କର ଅଦମ୍ୟ ବିଚାରାଧାରାକୁ ପାଳନ କରିବା ପାଇଁ ଏକ ଅନନ୍ୟ ପେଣ୍ଡେଂଟ୍ ବା ଲକେଟ୍ ପ୍ରଚଳନ କରିଛି। ଏହି ପେଣ୍ଡେଂଟ୍ ଡିଜାଇନ ଅପୂର୍ବ ବ୍ୟକ୍ତିତ୍ୱ ଭାବଧାରାକୁ ପ୍ରଦର୍ଶନ କରୁଛି ଯାହା ଆଶା, ସାହସ ଏବଂ ଧୈର୍ଯ୍ୟର ପ୍ରତୀକ ହେବା ସହିତ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆଗକୁ ବଢୁଥିବା ମହିଳାଙ୍କ ପାଇଁ ସମ୍ମାନ ପ୍ରଦର୍ଶନ କରୁଛି। ଏହି ଡିଜାଇନ ମହିଳାମାନଙ୍କର ଆଭାକୁ ପ୍ରଦର୍ଶିତ କରୁଛି ଯିଏ ମଜଭୁତ ଏବଂ ଆତ୍ମୀୟତାର ଭାବଧାରାକୁ ନିରନ୍ତର ପ୍ରେରଣା ଦିଅନ୍ତି, ବିକଶିତ କରନ୍ତି ଏବଂ ଆପଣେଇଥାନ୍ତି। ପୁରାଣ ବର୍ଣ୍ଣିତ ପକ୍ଷୀର ରମଣୀୟ ଡିଜାଇନକୁ ପ୍ରଦର୍ଶିତ କରୁଥିବା ଏହି ପେଣ୍ଡେଂଟ୍ ଝଲମଲ କରୁଥିବା ହୀରା ସହିତ ୧୪ କାରାଟ ସୁନାରେ ପ୍ରସ୍ତୁତ କରାଯାଇଛି ଏବଂ ଏହା ଆପଣଙ୍କ ନିଜସ୍ୱ ଷ୍ଟାଇଲକୁ ଅଧିକ ପରିପୂରକ କରିବା ପାଇଁ ଆପଣଙ୍କ ଜୁଏଲାରୀ ସମ୍ଭାର ସହିତ ସଂଯୋଗ କରିବାକୁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ମୟୂରଭଞ୍ଜରୁ ୧୦, ଖୋର୍ଦ୍ଧାରୁ ୭, ସମ୍ବଲପୁରରୁ ୭, ବାଲେଶ୍ବରରୁ ୬, ଝାରସୁଗୁଡାରୁ ୬, ସୁନ୍ଦରଗଡରୁ ୬, ଅନୁଗୁଳରୁ ୩, ଗଞ୍ଜାମରୁ ୩, ନୂଆପଡାରୁ ୩, ପୁରୀରୁ ୩, ଗଜପତିରୁ ୨, ମାଲକାନାଗିରିରୁ ୨, ନବରଙ୍ଗପୁରରୁ ୨, ବରଗଡରୁ ୧, କଟକରୁ ୧, କଳାହାଣ୍ଡିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୯୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୬୨୦ କୁ ବୃଦ୍ଧି ହୋଇଛି। ତେବେ ୭୪୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭ ଜଣ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୨୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିଗପହଣ୍ଡି ପୁଂଜିକୟାଁ ଛକ ନିକଟରେ ବି.ୱାନ୍ ଶ୍ରମିକ ସଂଘ ନାମକ ଏକ କାର୍ଯ୍ୟାଳୟ ଖୋଲି ଲେବର କାର୍ଡ଼ କରାଇଦେବାକୁ କହି ଏହି କଂପାନୀ ଦିଗପହଣ୍ଡି, ଚିକିଟି, ପାତ୍ରପୁର, ଶେରଗଡ଼, ସାନଖେଢ଼ୁଣ୍ଡି, କୁକୁଡ଼ାଖଣ୍ଡି ଏବଂ ଅନ୍ୟାନ୍ୟ ବ୍ଲକ୍ର ଗରିବ ଆଦିବାସୀ ହରିଜନ ଲୋକଙ୍କଠାରୁ ମୁଣ୍ଡ ପିଛା ୪୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବେନିୟମ ଆଦାୟ କରି ଦୁଇକୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଛି। ଏହି କାର୍ଯ୍ୟାଳୟକୁ ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶାର ବାଚିସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ଚନ୍ଦ୍ରଶେଖର ସାହୁ, ବିଜେଡ଼ିର ବ୍ଳକ୍ ସଭାପତି ଉଦୟନାଥ ସ୍ୱାଇଁ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଯେଉଁ ସ୍ଥାନରେ ବି କାର୍ଯ୍ୟାଳୟ ନିର୍ମିତ ହୋଇଛି ତାହା ଏକ ବିବାଦୀୟ ଜମି। ଏହି ଜାଲି ଶ୍ରମିକ କାର୍ଯ୍ୟାଳୟ ବିଜୁ ଜନତା ଦଳର ଦିଗପହଣ୍ଡି ପୂର୍ବତନ ନଗର ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ ଏବଂ ଉଦୟନାଥ ସ୍ୱାଇଁ, ଦିଗପହଣ୍ଡି ବ୍ଲକ୍ ସଭାପତି…
ନୂଆଦିଲ୍ଲୀ/ଭୁବନେଶ୍ଵର: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାର ଶୁଣାଣି କଟକ ଫ୍ୟାମିଲି କୋର୍ଟରେ ହେବ। ଏହି ମାମଲାର ଶୁଣାଣି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହେବା ପାଇଁ ଅନୁଭବ ମହାନ୍ତି ଆବେଦନ କରିଥିଲେ। ବର୍ଷା ପ୍ରିୟଦର୍ଶନୀ ଏହାକୁ ବିରୋଧ କରି ଏହି ମାମଲାକୁ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ତେବେ ଆଜି ସୁପ୍ରିମକୋର୍ଟ ଏହାକୁ କଟକର ଫ୍ୟାମିଲି କୋର୍ଟ ସ୍ଥାନାନ୍ତର ପାଇଁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଙ୍କ ଓକିଲ କୃଷ୍ଣା କୁମାର ଏନେଇ ଆଜି ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୬୨୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୮୩୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୧୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୮ ଟି ଜିଲ୍ଲାରୁ ୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୧୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୩, ଖୋର୍ଦ୍ଧା ଜିଲ୍ଲାରୁ ୧୦ ଜଣ, ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ଵର ଜିଲ୍ଲାରୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏଲ୍ଆଣ୍ଡଟି ଯେଉଁଦିନଠାରୁ ଜାନବିଲି ପ୍ରକଳ୍ପ କରିବା ପାଇଁ ଟେଣ୍ଡର ନେଇ କାମ ଆରମ୍ଭ କରିଥିଲା ସେହି ଦିନଠାରୁ ବ୍ରହ୍ମପୁର ସହରବାସୀଙ୍କ ପାଇଁ ଦୁଃଖଦୁର୍ଦ୍ଦଶା ଆରମ୍ଭ ହୋଇଯାଇଥିଲା। ଶତାବ୍ଦୀର ଶୋଷକୁ ମେଣ୍ଟିଯିବ ବୋଲି ବ୍ରହ୍ମପୁର ବାସୀ କେତେ ଆଶା ରଖିଥିଲେ କିନ୍ତୁ ତାହା ଦିବା ସ୍ୱପ୍ନରେ ବର୍ତ୍ତମାନ ପରିଣତ ହେଲାଣି। ଜାନିବିଲି ପ୍ରକଳ୍ପରୁ ପାଣି ଆସିବା ନେଇ ଯେଉଁ ଯୋଜନା ଚାଲିଛି ତାହାର ସଂପୂର୍ଣ୍ଣ ଅବଧି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ ନିର୍ବାଚନ ବେଳେ ରାଜ୍ୟ ସରକାର ତରବରିଆ ଭାବେ ଅଧପନ୍ତରିଆ ଯୋଜନାକୁ ଉଦ୍ଘାଟନ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସଂପୂର୍ଣ୍ଣ ନହୋଇପାରି ଲୋକେ ସେହି ପାଣି ପାଇଁ ଡ଼ହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି। କେଉଁଠି ପାଣି ଟୋପାଏ ପାଇଁ ହାହାକାର ପରିସ୍ଥିତି ଥିବାବେଳେ କେଉଁଟି ପାଇପ୍ ଫାଟି ରାସ୍ତାରେ ଜଳ ଭାସୁଛି। ସହରର ପ୍ରତ୍ୟେକ ସାହିରେ ଏଭଳି ଦୃଶ୍ୟ ଦେଖିବାକୁ…
ଭୁବନେଶ୍ୱର: ମୟୁରଭଞ୍ଜ ଶିମିଳିପାଳ ଜଙ୍ଗଲରେ ଗତ ସପ୍ତାହେ ଧରି ନିଆଁଲାଗି ଅନେକ ସ୍ଥାନରେ ଜଙ୍ଗଲ ପରିବେଶ ନଷ୍ଟହେବା ସହ ପଶୁପକ୍ଷୀ ଏବଂ ବନ୍ୟଜୀବଜନ୍ତୁଙ୍କର ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୬ ଜଣିଆ ଏକ ତଥ୍ୟ ଅନୁସନ୍ଧାନ କାରି ଦଳ ଗଠନ କରିଛନ୍ତି। ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ଆସନ୍ତା ୪ଦିନ ମଧ୍ୟରେ ସଂପୃକ୍ତ କ୍ଷତିଗ୍ରସ୍ତ ଜଙ୍ଗଲ ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିବା ସହ ସ୍ଥାନୀୟ ଅଂଚଳବାସୀଙ୍କ ଆଲୋଚନା କରିବେ। ରାଜ୍ୟ ସରକାରଙ୍କ ତରଫରୁ ଶିମିଳିପାଳ ଜଙ୍ଗଲର ଏହି ନିଆଁ ଲିଭାଇବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ଏବଂ ବନ୍ୟଜନ୍ତୁ ଓ ଜଙ୍ଗଲର ମୂଲ୍ୟବାନ ବୃକ୍ଷରାଜିର ସୁରକ୍ଷା ନେଇ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ୬ଜଣିଆ କମିଟିରେ…
ଭୁବନେଶ୍ୱର: ପୂର୍ବତଟ ରେଳବାଇର ଅବସର ପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ୬୦ ବର୍ଷରୁ ଉର୍ଦ୍ଧ ସଦସ୍ୟ ମାନଙ୍କୁ ଭୁବନେଶ୍ୱରର ମେଂଚଶ୍ୱରସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ କୋଭିଡ୍ ଟୀକା ପ୍ରଦାନ କରାଯିବ। ଅବସରପ୍ରାପ୍ତ ରେଳବାଇ କର୍ମଚାରୀମାନେ ସରକାରୀ ଛୁଟି ଦିନ ବ୍ୟତୀତ ସପ୍ତାହର ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ପୂର୍ବାହ୍ନ ୯ ଘଟିକା ଠାରୁ ଅପରାହ୍ନ ୪ ଘଟିକା ମଧ୍ୟରେ କେନ୍ଦ୍ରୀୟ ଚିକିତ୍ସାଳୟରେ ସେମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଅଛି। ଅବସରପ୍ରାପ୍ତ ରେଳ କର୍ମଚାରୀମାନେ ସେମାନଙ୍କର ଆଧାର କାର୍ଡ (ବାଧ୍ୟତାମୂଳକ), ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ଆରଇଏଲଏଚଏସ୍ କାର୍ଡ ପଞ୍ଜିକରଣ ସମୟରେ ଦାଖଲ କରିବା ସହିତ ଓଟିପି ପାଇଁ ସେମାନଙ୍କର ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବର ପାଖରେ ରଖିବା ଉଚିତ୍ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ପୌର ନିର୍ବାଚନ ହେବେ। ଏ ନେଇ ପ୍ରକ୍ରିୟା ଚାଲିଛି। ଅଦାଲତ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ସୀମିତ ରଖିବାକୁ କହିଛନ୍ତି। ସେତିକି ଭିତରେ କିପରି ହେବ, ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଅପରପକ୍ଷରେ ପୌର ନିର୍ବାଚନ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି ଯେ ରାଜ୍ୟରେ ୧୧୬ଟି ପୌର ସଂସ୍ଥା ଅଛି। ୧୧୪ଟି ରେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ୨୦୧୮ରେ ହିନ୍ଦୋଳ ଓ ଅତବିରା ଏନଏସି ନିର୍ବାଚନ ହୋଇଛି। ସେମାନଙ୍କ କାର୍ଯ୍ୟକାଳ ୨୦୨୩ରେ ସରିବ। ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ରାଜ୍ୟ ସରକାରଙ୍କ। ସେମାନେ ଏହି କାମ ଯେତେ ଶୀଘ୍ର ସାରି ଆମକୁ ଚୂଡାନ୍ତ ରିପୋର୍ଟ ଦେବା ପରେ ଆମେ ଭୋଟର ଲିଷ୍ଟ ପ୍ରସ୍ତୁତ କରି ପୌର ନିର୍ବାଚନ କରିବୁ ବୋଲି ସେ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୮୩୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୧ ଲକ୍ଷ ୭୩ ହଜାର ୭୬୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୫୪୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୩୯ ହଜାର ୮୯୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୭୬ ହଜାର ୩୧୯ ଆକ୍ଟିଭ୍ କେସ୍ ରହିଛି।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନ ଚଳିତ ମାର୍ଚ୍ଚ ମାସ ୨୭ ତାରିଖ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓ ସେହିଦିନ ଅପରାହ୍ନ ୫ଟା ସମୟରୁ ଭୋଟ ଗଣତି ଆରମ୍ଭ ହୋଇ ଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ଆଇନଜୀବି ତଥା ନିର୍ବାଚନ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ସୂତ୍ରରୁ ସୂଚନା ମିଳିଛି। ଏଥିପାଇଁ ମାର୍ଚ୍ଚ ୬ତାରିଖ ରୁ ୮ତାରିଖ ମଧ୍ୟରେ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ କରାଯିବ। ଏବଂ ୯ତାରିଖରେ କେଉଁ ପଦବୀ ପାଇଁ ମନୋନୟନପତ୍ର ଦାଖଲ କରାଯାଇଛି ତାର ତାଲିକା ପ୍ରକାଶ ପାଇବ। ୧୦ ତାରିଖ ୧୧ଟାରୁ ୩ଟା ମଧ୍ୟରେ ମନୋନୟନପତ୍ରର ଯାଂଚ କରାଯିବ। ୧୧ତାରିଖରେ ପଦବୀ ପାଇଁ ଚୂଡାନ୍ତ ପାର୍ଥୀ ତାଲିକା ପ୍ରକାଶ ପାଇବ। ୧୩ତାରିଖ ୧୧ଟାରୁ ୩ଟା ମଧ୍ୟରେ ମନୋନୟନ ପତ୍ର ପ୍ରତ୍ୟାହାରର ସମୟ ଥିବାବେଳେ ୧୪ତାରିଖରେ ଚୂଡାନ୍ତ ପାର୍ଥୀ…
କେନ୍ଦ୍ରାପଡ଼ା: ଗୁଡି ଉଡାଇବା ସୈାକ ରଖିଥିବା ଯୁବକ ମାନଙ୍କ ବେପରୁଆ ମନୋଭାବରୁ ଦୁଇ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସାଧିନ ଥିବା ଜଣା ପଡିଛି। ଜଣେ ଆରୋହୀଙ୍କ ବେକ କଟିଥିବା ବେଳେ ଅନ୍ୟଜଣଙ୍କର ଆଖିପତା କଟି ଅଳ୍ପକେ ବଂଚି ଯାଇଥିବା ସୂଚନା ମିଳିଛି। କେନ୍ଦ୍ରାପଡା ପୈାରାଂଚଳର ଜଇପୁରା ଗ୍ରାମର ସେକ୍ ଓସି ଓ ଇମାମବଡା ଗ୍ରାମର ସେକ ତହିଦ୍ ଏକ ବାଇକରେ ଯାଉଥିବା ବେଳେ ବାୟାମଠ ନିକଟ କଜଳା ରାସ୍ତାରେ ପରିତ୍ୟକ୍ତ ଅବସ୍ଥାରେ ଲଟକିଥିବା ଗୁଡି ସୂତା ସେମାନଙ୍କ ବେକରେ ଲାଗିଥିଲା। ଏଥିରେ ଓସିଙ୍କର ବେକ କଟି ୪ଟି ସିଲାଇ ହୋଇଥିବା ବେଳେ ତହିଦ୍ଙ୍କର ଆଖିପତା କଟି ଗୁରୁତର ହୋଇଥିବା ଜଣାପଡିଛି।
ଭଦ୍ରକ: ବିବାହର ୩ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୂର ଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏସମ୍ପର୍କରେ ମୃତକଙ୍କ ଭାଇ ଏହି ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ କାଶିମପୁର ଗ୍ରାମର ପ୍ରମୋଦ ନାୟକଙ୍କ ପୁତ୍ର ନିହାର କୁମାର ନାୟକ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭ ମସିହା ଜୁନ ମାସ ୭ତାରିଖ ଭଦ୍ରକ ବ୍ଳକ ରାହାଞ୍ଜ ଜହ୍ନିଆ ଗ୍ରାମର ବିଦ୍ୟାଧର ନାୟକଙ୍କ ସହିତ ତାଙ୍କ ସାନ ଭଉଣୀ ନିହାରିକାଙ୍କ ସହ ବୈଦିକ ରିତୀରେ ବିବାହ ସ୍ଥାନୀୟ ଭାଗବତ କଲ୍ୟାଣମଣ୍ଡପରେ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବରଘରର ଦାବି ମୁତାବକ ନଗଦ ୨ଲକ୍ଷ ୫୦ ହଜାର ଟଙ୍କା, ୧୦ ଭରି ସୁନା, ୨୦ ଭରି ରୂପା ଅଳଙ୍କାର ସହ ଗଡରେଜ ଆଲମିରା, ଫ୍ରିଜ, ଟିଭି ସମେତ ସମସ୍ତ ଆସବାବପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ବିବାହର ୬ମାସ…

