Author: Samikhsya Bureau

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛ ଏକ ଅଭାବନୀୟ ଘଟଣା। ଲୁହା ଶିକୁଳ ଓ ତାଲାରେ ବନ୍ଧା ପଡିଛି ଜଣେ ନିରୀହ ନାବାଳିକାର ଜୀବନ। ସଦର ଥାନା ଅନ୍ତର୍ଗତ ବରଦାପାଳ ଗ୍ରାମର ଜମାଦାର ମାଝୀଙ୍କ ସବା ସାନ ଝିଅ। ଝିଅ କୁସୁମିତା ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲା। କରୋନା କାରଣରୁ ସ୍କୁଲ କଲେଜ ବନ୍ଦ ହୋଇଯିବା ପରେ ସେହି ଦିନଠାରୁ ଘରେ ଆସି ରହୁଥିଲା ରୀନା। କିନ୍ତୁ ଘରେ ରହୁଥିବା ସମୟରେ ଘରଛାଡି ଚାଲିଯିବାକୁ ଝିଅ ବାରମ୍ବାର ଉଦ୍ୟମ କରି ଆସୁଥଲା। ପୂର୍ବରୁ ଥରେ ପରିବାର ଲୋକଙ୍କ ଅଜ୍ଞାତରେ ଝିଅଟି ଘରଛାଡି ଚାଲି ଯାଇଥିବା ବେଳେ ସି.ଡବ୍ଲୁ.ସି. ଓ ପୋଲିସ ତୁରୁମୁଙ୍ଗା ଠାରୁ ତାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଗତକାଲି ମଧ୍ୟ ଝିଅ ଘରୁ ପଳାଇ ଯାଉଥିବା ସମୟରେ ଗାଁ ଲୋକମାନେ ତାକୁ ଉଦ୍ଧାର କରି ତାର ବାପାକୁ ହସ୍ତାନ୍ତର କରିଥିଲେ। ଏ ସମସ୍ତ ଘଟଣା ସି.ଡବ୍ଲୁ.ସି.…

Read More

କୋଲକାତା, ନିର୍ବାଚନ ଯେତିକି ପାଖଉଛି, ପଶ୍ଚିମ ବଂଗ ନିର୍ବାଚନ ସେତିକି ସରଗରମ ହେଉଛି। ଆଜି ନିର୍ବାଚନ କମିଶନରଙ୍କ ନିକଟରେ ମୋଦିଙ୍କ ଫଟୋକୁ ନେଇ ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ। ଦଳ କହିଛି ଯେ, ବର୍ତ୍ତମାନ କୋଭିଡ ଟୀକା ଦେବା ପରେ ଏକ ଡିଜିଟାଲ ପ୍ରମାଣ ପତ୍ର ଦିଆଯାଉଛି। ଏହି ପ୍ରମାଣ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେଉଥିବାରୁ ଏହାକୁ ବନ୍ଦ କରାଯାଉ ବୋଲି ଦଳ ଅଭିଯୋଗ କରିଛି। ଟିଏମସର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପଶ୍ଚିମବଂଗରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ଭାରତ ନିର୍ବାଚନ କମିଶନର ତାରିଖ ଘୋଷଣା କରିସାରିଛନ୍ତି। ସେହିଦିନଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଏପରି କ୍ଷେତ୍ରରେ ମୋଦିଙ୍କ ଫଟୋ କିପରି ବ୍ୟବହାର କରାଯାଉଛି ବୋଲି ଟିଏମସି ଅଭିଯୋଗ କରିଛି।

Read More

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ବିବନ ବିଶ୍ୱାଳର ଟିଆଇ ପରେଡ୍ ଆରମ୍ଭ ହେବ। ଜେଏମଏଫସି ସୁଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ୍ ଝାରପଡ଼ା ଜେଲରେ କରାଯିବ। ଏଥିପାଇଁ ଅଞ୍ଜନା ମିଶ୍ର ଝାରପଡ଼ା ଜେଲ ପରିସରରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ବିବନକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲେ ମଧ୍ୟ କୋର୍ଟ ୨ ଦିନ ପାଇଁ ଅନୁମତି ଦେଇଛନ୍ତି। ଆସନ୍ତା ୪ ଓ ୫ ତାରିଖ ଦୁଇଦିନ ପାଇଁ ବିବନକୁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି। ଏହି ଟିଆଇ ପରେଡ୍ ସମ୍ପର୍କରେ ପ୍ରତିକ୍ରିୟା ରଖି ଅଞ୍ଜନା କହିଛନ୍ତି ଯେ ଦୀର୍ଘ ୨୨ ବର୍ଷ ପରେ ସେ ଅଭିଯୁକ୍ତକୁ ଚିହ୍ନିବା କଷ୍ଟକର ବ୍ୟାପାର। ଅନ୍ୟପକ୍ଷରେ ବିବନକୁ କିଏ ଫେରାର କଲା ତାହା ସାମ୍ନାକୁ ଆସୁ ବୋଲି ସେ ଦାବି କରିଛନ୍ତି। ଉଲ୍ଲେଖ୍ୟଯୋଗ୍ୟ ଯେ ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ…

Read More

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମରା ରେଳପଥ ବାଂଶଡା ରେଳବ୍ରିଜ୍‌ରେ କଟି ଜଣେ ଯୁବକର ମୃତ୍ୟୁ ହୋଇଛି। ତେବେ ମୃତ ଯୁବକ ହେଉଛନ୍ତି ଚାନ୍ଦବାଲି ବ୍ଲକ୍ ନୂଆଗାଁ ପଂଚାୟତ ଅଧୀନସ୍ଥ ଇଚ୍ଛାପୁର ଗ୍ରାମର କିଣୁ ବେହେରାଙ୍କ ପୁତ୍ର କାଳିଆ। ଯାହା ଜଣାଯାଏ ପାରିବାରିକ କଳହ ଯୋଗୁଁ ଗତକାଲି ରାତିରେ କାଳିଆ ଉକ୍ତ ଟ୍ରେନ୍ ଲାଇନ୍‌ରେ ଆତ୍ମହତ୍ୟା କରିଥିଲା। ପରିବାର ଲୋକେ ତାକୁ ରାତିରେ ବହୁ ଖୋଜାଖୋଜି କରି ପାଇନଥିବାବେଳେ ପରେ ତାଙ୍କର ମୃତଦେହକୁ ଧାମରା ରେଳପଥ ବାଂଶଡା ରେଳବ୍ରିଜ୍ ନିକଟରୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାଂଶଡା ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଶାଳିଆ ଡ୍ୟାମ ଏବଂ ପୋଡାସାହି ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଏବଂ ଦେଶୀ ମଦ ବିକ୍ରି ଆଡ୍ଡା ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଆଜି ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଉକ୍ତ ଚଢ଼ାଉ କାର୍ଯ୍ୟ ଜାରି ରହିଥିଲା। ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ଶାଳିଆ ଡ୍ୟାମ ଆଖପାଖ ସମସ୍ତ ଅଞ୍ଚଳରୁ ୩୦ ରୁ ଊର୍ଦ୍ଧ୍ଵ ଭାଟିରୁ ପାଖାପାଖି ୪ ହଜାର ଲିଟର ଦେଶୀ ମଦ ପୋଚ ଜବତ କରି ନଷ୍ଟ କରାଯାଇଛି। କିନ୍ତୁ ଘଟଣାସ୍ଥଳରୁ ମଦ ବେପାରୀ ଫେରାର ହେବାରେ ସଫଳ ହୋଇଛନ୍ତି। ଅନୁରୂପ ଭାବେ ପୋଡା ସାହିରୁ ୧୮୩ ଲିଟର ଦେଶୀ ମଦ…

Read More

ଜୟପୁର: ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୩ଟି ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଜୟପୁର ର ସର୍ବ ପୁରାତନ ବିକ୍ରମ ଦେବ ସ୍ୱଂୟ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା, ଜୟପୁର ନର୍ସିଂ ମହାବିଦ୍ୟାଳୟ ଖୋଲିବା ଓ କୋରାପୁଟରେ କୃଷି ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ଦାବୀ କରିଛନ୍ତି। ଜୟପୁର ବିକ୍ରମଦେବ କଲେଜ ରାଜ୍ୟର ବହୁ ପୁରାତନ ମହାବିଦ୍ୟାଳୟ ଅଟେ। ଏହି କଲେଜକୁ ବିଶ୍ୱ ବିଦ୍ୟାଳୟ ଦାବି କରାଯାଇଥିବା ବେଳେ ବିଧାନସଭାରେ ମଧ୍ୟ ମନ୍ତ୍ରୀ ପ୍ରତିଶ୍ରୃିତି ଦେଇଥିଲେ। ଦୁଃଖ ଓ ପରିତାପର ବିଷୟ ଯେ ବିକ୍ରମ ଦେବ କଲେଜ ଠାରୁ ପରେ ପ୍ରତିଷ୍ଠା ହୋଇଥିବା କଲେଜ ଗୁଡିକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇଥିଲେ ମଧ୍ୟ ଏହି କଲେଜକୁ ରାଜ୍ୟ ସରକାର ଜାଣି ଶୁଣି ଅଣଦେଖା କରିଥିବା ଅଭିଯୋଗ ହୋଇଛି। ତେଣୁ ରାଜ୍ୟ ସରକାର ତୁରନ୍ତ ବିକ୍ରମ ଦେବ କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଘୋଷଣା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୪୪୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୭୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୮ ଟି ଜିଲ୍ଲାରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪ ଜଣ, ସମ୍ବଲପୁର ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଜିଲ୍ଲାରୁ ୨ ଜଣ,…

Read More

ଜୟପୁର: ଜୟପୁର ସ୍ଥିତ ଅତିରିକ୍ତ ଜିଲା କୋର୍ଟ ରେ ହତ୍ୟା ମାମଲାର ଶୁଣାଣି ହୋଇଛି। ଅତିରିକ୍ତ ଜିଲ୍ଲା ବିଚାରପତି ରାଜେଶ କୁମାର ନାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୨ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲା ବିବରଣୀରୁ ପ୍ରକାଶ ଯେ, ବୋରିଗୁମ୍ମା ଥାନା ଅନ୍ତର୍ଗତ ବଡନାୟକ ଗୁଡା ଗ୍ରାମରେ ରହୁଥିବା ବାପା ମଦନ ସାନ୍ତାକୁ ଗତ ୨୦୧୪ ମେ ୨୪ ତାରିଖରେ ଅଭିଯୁକ୍ତ ପୁଅ ଅର୍ଜୁନ ସାନ୍ତା ଓ ସାଙ୍ଗ ଭୁବନ ସାନ୍ତା ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ବୋରିଗୁମ୍ମା ଥାନା ଅନ୍ତର୍ଗତ ବଡ ନାୟକ ଗୁଡା ବାପା ମଦନ ସାନ୍ତାକୁ ଟାଙ୍ଗିଆରେ ମୁଣ୍ଡ ଓ ବେକକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ରାସ୍ତା ମଝିରେ ହତ୍ୟା କରିଥିବା ବିଷୟ ମା ତାରା ସାନ୍ତା ବୋରିଗୁମ୍ମା ଥାନାରେ ଲିଖିତ ‌ଅଭିଯୋଗ କରିଥିଲେ। ପୋଲିସ ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ୧୭ ଜଣ ସାକ୍ଷ୍ୟ…

Read More

ପୁରୀ: ଶ୍ରୀମନ୍ଦିର ଚୌହଦି ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ଉନ୍ନତିମୂଳକ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଭକ୍ତଙ୍କୁ ଉତ୍ତର, ଦକ୍ଷିଣ, ପଶ୍ଚିମ ଦ୍ୱାରରେ ପ୍ରବେଶ ଅନୁମତି ଦେବା ପାଇଁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଆଜି ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଛନ୍ତି। ଶ୍ରୀମନ୍ଦିର ଚାରିପଟେ ଦେଢଲକ୍ଷରୁ ଊର୍ଦ୍ଧ୍ୱ ବାସିନ୍ଦା ରହୁଛନ୍ତି। ଗ୍ରାମଦେବତାଙ୍କ ପରି ମନ୍ଦିରରେ ସ୍ଥାନୀୟ ଅଧିବାସୀଙ୍କ ଦିନକୁ ଦୁଇ ତିନିଥର ମନ୍ଦିର ଭିତରେ କାର୍ଯ୍ୟ ରହୁଛି। ଅନେକ ବରିଷ୍ଠ ଭକ୍ତ ସିଂହଦ୍ୱାର ବାଇଶି ପାହାଚରେ ଚଢିକରି ଯାଇପାରୁନଥିବା ବେଳେ ଅନ୍ୟ ଦ୍ୱାରରେ ୬, ୭ଟି ପାହାଚ ଉଠିବା ପରେ ସୁବିଧାରେ ମନ୍ଦିରରେ ପ୍ରବେଶ କରିପାରୁଛନ୍ତି। ସ୍ଥାନୀୟ ଅଧିବାସୀଙ୍କୁ ଆଧାର କାର୍ଡ ଯାଂଚ କରି ପ୍ରବେଶ ଅନୁମତି ଦେବା ପାଇଁ ବିଧାୟକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କ ଠାରେ ଦାବି କରିଛନ୍ତି। ଏହାସହ ପ୍ରତି ଶନିବାର ଓ ରବିବାର ୫୦ହଜାରରୁ ଉର୍ଦ୍ଧ ଭକ୍ତ ଶ୍ରୀମନ୍ଦିରକୁ…

Read More

କୋରେଇ: ସମାଜିକ ଗଣ ମାଧ୍ୟମରେ ହିନ୍ଦୁ ଧର୍ମ, ହିନ୍ଦୁ ପୁରାଣ ଶାସ୍ତ୍ର ଓ ହିନ୍ଦୁ ଦେବାଦେବୀଙ୍କୁ କଦର୍ଥ କରି ଲେଖା ଓ ଟିପ୍ପଣୀ ପ୍ରଦାନ କରୁଥିବା ମନୋରଂଜନ ଯେନାଙ୍କୁ ଗିରଫ କରି କଠୋର ଦଣ୍ଡ ବିଧାନ ନିମନ୍ତେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ମୁତାବକ ବଡଚଣା ଥାନା ଅନ୍ତର୍ଗତ ମନୋରଂଜନ ଯେନା ଦୀର୍ଘ ଦିନ ହେବ ସାମାଜିକ ଗଣମାଧ୍ୟମ ଓ ଫେସବୁକ୍ ମାଧ୍ୟମରେ ହିନ୍ଦୁ ଧର୍ମ ସର୍ମ୍ପକରେ କଦର୍ଥ ଟିପ୍ପଣୀ ମାନ ପୋଷ୍ଟ କରି ସମାଜରେ ହିଂସା ଓ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି। ଏହିଭଳି ନକାରାତ୍ମକ ଲେଖା ସମାଜରେ ପ୍ରତ୍ୟେକ ଦିନ ଅଶାନ୍ତର ବିଷ ମଂଜି ବୁଣି ଚାଲିଛି। ଏଭଳି କାର୍ଯ୍ୟକଳାପକୁ ରୋକା ନଗଲେ ନିଆଁ ଭଳି କୁହୁଳୁଥିବା ଅସନ୍ତୋଷ ସମଗ୍ର ରାଜ୍ୟକୁ ବ୍ୟାପିବ। ତେଣୁ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି…

Read More

ଭୁବନେଶ୍ବର, ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡା ଏବଂ କୋରାପୁଟ ପାଇଁ ଏକ ନୂଆ ଘୋଷଣା କରିବେ। ତାହା ହେଲା କୋରାପୁଟର ଜୟପୁରରେ ଏକ ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଜିଲ୍ଲା ବିଜ୍ଞାନ କେନ୍ଦ୍ର ଭାବେ ସେଠାରେ କାର୍ଯ୍ୟ କରିବ। ସେହିପରି ରାୟଗଡାରେ ଏକ ପ୍ଲାନେଟୋରିୟମର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଦୁଇ ପ୍ରକଳ୍ପ ପାଇଁ ଡିଜାଇନିଂ ପ୍ରସ୍ତୁତ ହୋଇସାରିଛି। ଏହି ଦୁଇ ପ୍ରକଳ୍ପକୁ ନବୀନ ଭିଡିଓ କଂନପ୍ରେସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

Read More

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କୋରୋଡ଼ା ପଚାଂୟତ ଚାଚଂଡ଼ାପଲ୍ଲୀ ଗ୍ରାମର ମୋହିନୀ ନାୟକ ନାମକ ଜଣେ ବିବାହିତ ମହିଳା ଘରୁ ୨ ଲକ୍ଷ ଟଙ୍କା ଓ ତିନି ପିଲାଙ୍କୁ ନେଇ ଫେରାର୍ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ସ୍ୱାମୀ ବାବୁଲା ନାୟକ ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୋହିନୀ ଦୁଇ ପୁଅ ଓ ଝିଅ ସହ ଚାଂଚଡ଼ାପଲ୍ଲୀ ସ୍ଥିତ ଭଉଣୀ ଘରୁ ପୋଡ଼ାମାରୀ ଯାଇଥିଲେ। ସେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବାବୁଲା ଦିଗପହଣ୍ଡି ଥାନାରେ ଏତଲା କରିଛନ୍ତି।

Read More

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଦାସପୁର ଛକ ନିକଟରେ ଗତକାଲି ସକାଳେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରାକ୍ଟର ଓ ବାଇକ୍ କୁ ଜବତ କରିବା ସହ ଘଟଣାରେ ଟ୍ରାକ୍ଟର ଡ଼୍ରାଇଭରକୁ ଗିରଫ କରିଛି। ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି।

Read More

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ଜନୈକା ନାବାଳିକାକୁ ପ୍ରେମ ଓ ବିବାହର ପ୍ରତିଶୃତି ଦେଇ ଅପହରଣ ଓ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗରେ ଆସିକା ପୋଲିସ ଅଭିଯୁକ୍ତ ଅନିଲ୍ କୁମାର ସାହୁ (୨୦)ଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଅନିଲ ନାବାଳିକାକୁ ଘରୁ ଅପହରଣ କରି ନେଇ ବାହାର ସ୍ଥାନରେ ରଖି ନିୟମିତ ବଳପୂର୍ବକ ଶାରିରୀକ ସମ୍ପର୍କ ରଖୁଥିଲା। କିଛି ମାସ ପରେ ନାବାଳିକା ଜଣକ ଅନ୍ତଃସତ୍ୱା ଥିବା ଜାଣିବା ପରେ ଅଭିଯୁକ୍ତ ଓ ତାର ଭିଣୋଇ ଏକ କାର୍ ଯୋଗେ ନାବାଳିକାକୁ ଆଣି ଏକ ନିର୍ଜ୍ଜନ ସ୍ଥାନରେ ଛାଡି ଫେରାର୍ ହୋଇଯାଇଥିଲେ। ଏ ସମ୍ପର୍କରେ ନାବାଳିକାର ପରିବାର ଲୋକେ ଆସିକା ଥାନାରେ ଅଭିଯୋଗ କରିଥିଲେ। ଆସିକା ପୋଲିସ କେସ୍ ନଂ ୧୦୩/୨୧ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ ବ୍ରହ୍ମପୁର ପୋକସୋ…

Read More

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅନେକ ଯୁଗରୁ ଆଦିବାସୀ ପରମ୍ପରା ଅନୁସାରେ ଚାଲି ଆସିଛି ବଳି ପ୍ରଥା। ଜିଲ୍ଲାରେ ଆଦିବାସୀ ମାନଙ୍କ ଧରଣୀ ପେନୁ ଯାତ୍ରାବେଳେ ମାଟି ମାଆକୁ ପୂଜା କରାଯିବା ପାଇଁ ଏବଂ ଏହା ଦ୍ୱାରା ମାଟି ମାଆ ଖୁସି ହେବା ଦ୍ୱାରା ଭଲ ଫସଲ ହୁଏ ବୋଲି ଲୋକଙ୍କର ଏହି ବିଶ୍ୱାସ ପୂର୍ବରୁ ରହିଥିବାବେଳେ କାଳକ୍ରମେ ସରକାର ଏହାକୁ ଅନ୍ଧ ବିଶ୍ୱାସ ଦର୍ଶାଇବା ସହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ଏହି ପୂଜା ବେଳେ ଲୋକଙ୍କ ଚାଷ ଜମିରେ ପଶୁ ବଳି ଦେଲେ ଜମିରେ ଭଲ ଚାଷ ହେଉଥିବା ଏହି ବିଶ୍ୱାସ ଯୋଗୁଁ ଗ୍ରାମାଂଚଳର ଲୋକେ ପଶୁ ବଳି ପ୍ରଥାକୁ ଜାରୀ ରଖିଛନ୍ତି। ଏପରିକି ପୂର୍ବରୁ ମଣିଷ ବଳି (ମେରିଆ) ପ୍ରଥା ମଧ୍ୟ ଜିଲ୍ଲାରେ ଚାଲି ଆସିଛି। ହେଲେ କାଳକ୍ରମେ ଏହି ପ୍ରଥା ସବୁକୁ ଅନ୍ଧ ବିଶ୍ୱାସ ଭାବରେ ପରିଗଣିତ କରି ସରକାର ବଳି ପ୍ରଥାକୁ ବନ୍ଦ କରିଛନ୍ତି।…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୯୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୧ ଲକ୍ଷ ୩୯ ହଜାର ୫୧୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୩୪୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୧୨ ହଜାର ୪୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୭୦ ହଜାର ୧୨୬ ଆକ୍ଟିଭ୍‌ କେସ୍ ରହିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ହର୍ବାଲ ମେଳାର ଭାଗ୍ୟ ଓ ଭବିଷ୍ୟତ ଲେଖିବାରେ ଓଡ଼ିଶା ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ତତ୍ପରତା, ଆଗ୍ରହ, ଉତ୍ସାହ ସବୁ କିଛିକୁ ଧୂଳିସାତ୍ କରି ନିଜ ଇଚ୍ଛାରେ ନିଜେ ସବୁକିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଚାଲିଛି ଇଭେଣ୍ଟ ସଂସ୍ଥା। ଏଇ ଇଭେଷ୍ଟ ସଂସ୍ଥା ବ୍ରହ୍ମପୁର ହର୍ବାଲ ମେଳା ଆରମ୍ଭ ଦିନଠାରୁ ଅର୍ଥାତ୍ ୨୦୦୮ ରୁ ୨୦୨୧ ଭିତରେ ସର୍ବାଧିକ ଥର ଆୟୋଜନ କରି ବାହା ବାହା ନେଇ ଉପରସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇ ଆସି ସେଇ ସମାନ ତରିକାରେ ଆୟୋଜକ ଭାବରେ ଭେଟି ଦେଇ ଚାଲୁଛି ଯାହାବି ଅନେକ ପ୍ରଶ୍ନ ବଳୟରେ ରାଜ୍ୟ ଜଂଗଲ ଓ ପରିବେଶ ବଭାଗ ଛନ୍ଦି ହେବା ସ୍ୱାଭାବିକ। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଏଇ ମେଳାର ଅଧ୍ୟକ୍ଷ ଥିବାବେଳେ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ରାଜ୍ୟ କାର୍ଯ୍ୟନିର୍ବାହୀଙ୍କ ଦ୍ୱାରା ସବୁ ବ୍ୟବସ୍ଥା ଭୁବନେଶ୍ୱରରୁ ନିୟନ୍ତ୍ରିତ ହୁଏ। ଏଣୁ ଇଭେଣ୍ଟ ସଂସ୍ଥା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କୋକସରା ପୋଲିସ ପକ୍ଷରୁ ତନାଘନା ତଦନ୍ତ କରାଯାଇ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ମୋଟେର ଠାରେ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଶିକ୍ଷକଙ୍କ ଘରୁ ହୋଇଥିବା ଲୁଟ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଧରିବାକୁ ସକ୍ଷମ ହୋଇଥିବା ପ୍ରକାଶ। ପୋଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କଠାରୁ ଲୁଟ ହୋଇଥିବା ପ୍ରାୟ ନଅଲକ୍ଷ ଟଙ୍କାର ସାମଗ୍ରୀ ଜବତ କରି ଅଭିଯୁକ୍ତ (୧) ବାପି ଓରଫ ବାପିନା ବେହେରା (୨୬) ପିତା- ଜଳଧର ବେହେରା ଗ୍ରାମ- ବାଉନଶକିନା, ଥାନା ଭୂବନ ଜିଲ୍ଲା- ଢେଙ୍କାନାଳ (୨) ଦୀପୁ ଓରଫ ଦୀପକ କୁମାର ସ (୨୪) ପିତା- ରାମ କୁମାର ସ ଗ୍ରାମ- ବେଦବ୍ୟାସ ରାଉରକେଲା ଥାନା- ବ୍ରାହ୍ମଣି ତରଙ୍ଗ ଜିଲ୍ଲା ସୁନ୍ଦରଗଡ (୩) ସୂରଜ କୁମାର ମାଝୀ (୨୫) ପିତା ଉଦ୍ଧବ ମାଝୀ ଗ୍ରାମ ବାନ୍ଦୋପଲା ଥାନା ଟିଟିଲାଗଡ ଜିଲ୍ଲା ବଲାଙ୍ଗୀର କୁ ଗିରଫ କରି ସେମାନଙ୍କ କୋର୍ଟ ଚାଲାଣ କରାଯାଇଥିବା ପୋଲିସ…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ 5T କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି , ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିରେ 3ଟି ଆକାଂକ୍ଷା ହଷ୍ଟେଲ ଓ 68 ଟି ଅନ୍ୟ ଛତ୍ରାବାସ ଉଦଘାଟନ, ହଷ୍ଟେଲରେ ରହୁଥିବା 5.75 ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ , 50 ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି , ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହିସବୁ କାର୍ଯ୍ୟକ୍ରମ ଗୁଡିକ ବିଭାଗର କାର୍ଯ୍ୟକ୍ରମ ରେ ଅଧିକ ଦକ୍ଷତା ଓ ସ୍ବଚ୍ଛତା ଆଣିବାରେ ସହାୟକ ହେବ । ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଲେ ଯେ ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର । ଜନଜାତି ଭାଇଭଉଣୀ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ସେ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ…

Read More

ନୂଆଦିଲ୍ଲୀ, ବେଳେ ବେଳେ ଅନେକ ବ୍ୟକ୍ତି ଆର୍ଥିକ ପ୍ରତିବନ୍ଧକ ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ୟାରୁ ଉଦ୍ଧାର ପାଇବା ପାଇଁ ସେମାନେ ଅନେକ ଉପାୟରେ ଚେଷ୍ଟା କଲେ ମଧ୍ୟ ସେହି ସମସ୍ୟାରୁ ମୁକ୍ତି ପାଇପାରନ୍ତି ନାହିଁ। ଜାଣନ୍ତୁ ଏହାର ପ୍ରତିକାର ଯାହା ଦ୍ବାରା ଆପଣ ଏହି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ପୂଜା କଲେ ଆପଣଙ୍କର ଅର୍ଥର ଅଭାବ ରହିବ ନାହିଁ। କୌଣସି ଏକ ଶୁକ୍ରବାର ଦିନ ଆପଣ ଏହି ବ୍ରତ ପାଳନ କରନ୍ତୁ। ଗୋଟିଏ ଦିନ ଆପଣ କୌଣସି କାମ ରଖନ୍ତୁ ନାହିଁ। ସକାଳୁ ସ୍ନାନ ସାରି ଏହି ବ୍ରତ ଆରମ୍ଭ କରନ୍ତୁ। ସେହିଦିନ ଘରେ ମହିଳାମାନଙ୍କୁ ନାଲି ଶାଢୀ ପିନ୍ଧିବାକୁ କୁହନ୍ତୁ। ଘରେ ଏକ ଉଚ୍ଚ ଆସନରେ ନୂଆ ନାଲି କନା ଉପରେ ମା ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ତାଙ୍କ ଆଗରେ ଏକ ଘିଅ ଦୀପ ପ୍ରଜ୍ୱଳନ କରି ଦୁର୍ଗା ସପ୍ତସତୀ…

Read More

ନୂଆଦିଲ୍ଲୀ, ଶନି ଦେବଙ୍କୁ ପୂଜା କରିବା କଠିନ ଉପାସନା ଆବଶ୍ୟକ କରେ । ବିଶେଷକରି ଯେଉଁମାନେ ଶନିଙ୍କ କୋପ ଯୋଗୁଁ ଦୀର୍ଘ ବର୍ଷ ଧରି ଅସୁବିଧାରେ ପଡ଼ିଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବେ ନିଷ୍ଠାର ସହିତ ଶନି ଦେବଙ୍କୁ ପୂଜା କରିବା ଉଚିତ୍ । ସେମାନଙ୍କ ପୂଜାରେ କିଛି ବିଶେଷ ଜିନିଷ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏଠାରେ ଆମେ ଆପଣଙ୍କୁ ଶନି ଦେବଙ୍କ ପୂଜା ସହିତ ଜଡିତ ଜିନିଷଗୁଡିକ କହୁଛୁ, ଯାହାକୁ ପୂଜା କରିବା ପୂର୍ବରୁ ଜାଣିବା ଉଚିତ୍ । ଶନିବାର ଦିନ ବର ଗଛରେ ଶନି ଦେବଙ୍କ ମୂର୍ତ୍ତି ନିକଟରେ ତେଲ ଅର୍ପଣ କରନ୍ତୁ କିମ୍ବା ସେହି ତେଲ ଗରିବ ଲୋକଙ୍କୁ ଦାନ କରନ୍ତୁ । ତେଲ ଅର୍ପଣ ସମୟରେ ଧ୍ୟାନ ଦିଅନ୍ତୁ ଯେ ତେଲ ଏଠାରେ ସେଠାରେ ଯେପେରି ନ ପଡ଼େ । ଯତ୍ନର ସହିତ ତେଲ ବ୍ୟବହାର କରନ୍ତୁ । ଶନିବାର ଦିନ ଚମଡା ଜୋତା କିମ୍ବା…

Read More